dhenkanal - The Sakala

ଜନ୍ତୁ ଶିକାର ପାଇଁ ବୋମା ପ୍ରସ୍ତୁତ ବେଳେ ବିସ୍ଫୋରଣ, ୩ ଗୁରୁତର
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଗଣ୍ଡତୈଳା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଙ୍ଗଲୀ ଜନ୍ତୁ ଶିକାର ଉଦ୍ଦେଶ୍ୟରେ ବୋମା ପ୍ରସ୍ତୁତ କରୁଥିବା ବେଳେ ହଠାତ୍ ବିସ୍ଫୋରଣ ଘଟି ୩ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ସ୍ଥାନୀୟ କିଛି ଲୋକ ଜଙ୍ଗଲୀ ଜନ୍ତୁ ଶିକାର କରିବା ପାଇଁ ହାତତିଆରି ବୋମା ପ୍ରସ୍ତୁତ କରୁଥିଲେ। ତେବେ ବୋମା ସଂଯୋଗ କରୁଥିବା ସମୟରେ ଅସାବଧାନତା କାରଣରୁ ହଠାତ୍ ଏହା ବିସ୍ଫୋରଣ ହୋଇଥିଲା ବୋଲି ପ୍ରାଥମିକ ରିପୋର୍ଟରୁ ଜଣାପଡିଛି।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଭୟାବହ ବିସ୍ଫୋରଣରେ ଜଣେ ବ୍ୟକ୍ତିଙ୍କର ହାତ ଛିଣ୍ଡି ଯାଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ଶରୀରରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଗୁରୁତର ଅବସ୍ଥାରେ ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେଠାରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି। ପରଜଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରକୃତରେ ସେମାନେ କେଉଁ ଉଦ୍ଦେଶ୍ୟରେ ବୋମା ପ୍ରସ୍ତୁତ କରୁଥିଲେ ଏବଂ ଏହି ବେଆଇନ କାର୍ଯ୍ୟରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେ ନେଇ ଖୋଳତାଡ଼ ଜାରି ରହିଛି।

ଢେଙ୍କାନାଳରେ ଅଭାବନୀୟ ଘଟଣା: ପରସ୍ପରକୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ୍ ଆଘାତରେ ଦୁଇ ଯାଆଙ୍କ ମୃତ୍ୟୁ
ଢେଙ୍କାନାଳ: ବିଦ୍ୟୁତ୍‌ ଆଘାତରେ ୨ ଯାଆ ମୃତ । ବର୍ଷା ପବନରେ ଛିଣ୍ଡି ପଡ଼ିଥିବା ବିଦ୍ୟୁତ୍‌ ତାରରେ ଲାଗି ମୃତ । ଢେଙ୍କାନାଳ ଜିଲ୍ଲା ବାଲିମି ଥାନା ଅନ୍ତର୍ଗତ ରଞ୍ଜାଗୋଳ ଗାଁର ଟାଣଳା ସାହିରେ ଘଟିଛି ଏପରି  ଅଭାବନୀୟ ଘଟଣା । ମଙ୍ଗଳବାର ଭୋର ସମୟରେ ବିଦ୍ୟୁତ୍ ଆଘାତରେ ଗୋଟିଏ ପରିବାରର ଦୁଇ ଯାଆଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ବିଭୂତି ଦେହୁରୀଙ୍କ ପତ୍ନୀ ରଞ୍ଜୁ ଦେହୁରୀ (୪୫) ଏବଂ ଗୌର ଦେହୁରୀଙ୍କ ପତ୍ନୀ ମନୀଷା ଦେହୁରୀ (୪୦)।

ସୂଚନା ଅନୁଯାୟୀ, ସୋମବାର ରାତିରେ ପ୍ରବଳ ପବନ ଓ ବର୍ଷା କାରଣରୁ ଘରକୁ ଯାଇଥିବା ବିଦ୍ୟୁତ୍ ତାର ଛିଣ୍ଡି ରୋଷେଇ ଘର ପାଖରେ ପଡ଼ିଥିଲା। ମଙ୍ଗଳବାର ଭୋର ପ୍ରାୟ ୪:୩୦ ସମୟରେ ମନୀଷା ଦେହୁରୀ ରୋଷେଇ କରିବା ପାଇଁ ଯାଉଥିବା ବେଳେ ଏହି ଛିଣ୍ଡି ପଡ଼ିଥିବା ଜୀବନ୍ତ ତାର ସଂସ୍ପର୍ଶରେ ଆସିଯାଇଥିଲେ। ତାଙ୍କର ଚିତ୍କାର ଶୁଣି ତାଙ୍କୁ ଉଦ୍ଧାର କରିବାକୁ ବଡ଼ ଯାଆ ରଞ୍ଜୁ ଦେହୁରୀ ଧାଇଁ ଆସିଥିଲେ। ମାତ୍ର ଦୁର୍ଭାଗ୍ୟବଶତଃ ସେ ମଧ୍ୟ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲେ। ପରସ୍ପରକୁ ବଞ୍ଚାଇବାକୁ ଯାଇ ଉଭୟ ବିଦ୍ୟୁତ୍ ଆଘାତର ଶିକାର ହୋଇଥିଲେ ବୋଲି ରଞ୍ଜୁଙ୍କ ସ୍ୱାମୀ ବିଭୂତି ଦେହୁରୀ ପ୍ରକାଶ କରିଛନ୍ତି।

ପରିବାର ଲୋକେ ଏବଂ ଗ୍ରାମବାସୀ ତୁରନ୍ତ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଖଜୁରିଆକଟା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ପରେ ସେମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ହିନ୍ଦୋଳ ଉପଖଣ୍ଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଏହି ଦୁଃଖଦ ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସ୍ଥାନୀୟ ପ୍ରଶାସନ ଓ ପୋଲିସ ପକ୍ଷରୁ ଏହି ମର୍ମନ୍ତୁଦ ଦୁର୍ଘଟଣାର ତଦନ୍ତ କରାଯିବ ବୋଲି ଆଶା କରାଯାଉଛି।

ହଜିଗଲା ମାନବିକତା: ଖାଇବାକୁ ମାଗିବାରୁ ନାବାଳିକା ଉପରେ ଗରମ ଚାହା ଢାଳିଦେଲା ପଡ଼ୋଶୀ
ଢେଙ୍କାନାଳ: ମଣିଷର ହଜିଗଲା ମାନବିକତା । ଖାଇବାକୁ ମାଗିବାରୁ ନାବାଳିକା ଉପରେ ଗରମ ଚାହା ଢାଳିଦେଲା ପଡ଼ୋଶୀ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଭୁବନ ବିଜ୍ଞାପିତ ଅଞ୍ଚଳ ନୋହୋରା ସାହିରେ । ନାବାଳିକା ଜଣଙ୍କ ରାସ୍ତାରେ ପଡ଼ି ଛଟପଟ ହେଉଥିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ସୂଚନା ଅନୁସାରେ, ନୋହୋରା ସାହିର ଖୀରିଧର ବେହେରାଙ୍କ ୭ ବର୍ଷ ସାନ ଝିଅ ନିଜ ପଡ଼ୋଶୀଙ୍କୁ କିଛି ଖାଇବାକୁ ମାଗିଥିଲେ । ଏହି କଥାରେ ରାଗିଯାଇ ମହିଳା ଜଣଙ୍କ ପିଉଥିବା ଗରମ ଚା’କୁ ନାବାଳିକାଙ୍କ ଉପରକୁ ଫିଙ୍ଗି ଦେଇଥିଲେ । ପାଖରେ ଥିବା ୯ ବର୍ଷର ବଡ଼ ଭଉଣୀ ଏହାକୁ ବିରୋଧ କରିବାରୁ ତାଙ୍କୁ ମଧ୍ୟ ମାଡ଼ ମାରି ଖଣ୍ଡିଆଖାବରା କରିଥିଲା ମହିଳା । ଏହି ସମସ୍ତ ଘଟଣାକୁ କେହି ଜଣେ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିବାରୁ ସ୍ଥାନୀୟ କାଉନସିଲର ନରେନ୍ଦ୍ର ସାହୁ ପହଞ୍ଚି ଉଭୟ ନାବାଳିକା ଭଉଣୀଙ୍କୁ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଦୁଇ ଝିଅଙ୍କ ମା' ଅନେକ ଦିନରୁ ଘର ଛାଡ଼ି ପଳାଇଥିବାବେଳେ ବାପା ଦିନ ମଜୁରିଆ ଭାବେ କାମ କରନ୍ତି। ସେ ଘରେ ନଥିବାବେଳେ ଏହି ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି।

ନାବାଳିକାକୁ ପ୍ରେମ ବିବାହ କରିଥିଲେ, ପୋଲିସ ଗିରଫ ଭୟରେ ରଶିରେ ଝୁଲିପଡିଲେ ଯୁବକ !
ଢ଼େଙ୍କାନାଳ: ପୋଲିସ ଗିରଫ ଭୟରେ ଝୁଲିପଡ଼ିଲେ ଯୁବକ । ଢେଙ୍କାନାଳ ଜିଲ୍ଲା ନିମିଧା ଗାଁର ବାଲିରତ୍ନପୁର ସାହିରେ ଘଟିଛି ଏପରି ଅଭାବନୀୟ ଘଟଣା  । ୨୧ ବର୍ଷୀୟ ଯୁବକ ବେଣୁପାଣି ସାହୁ ଘର ଭିତରେ ରସି ଦେଇ ଆତ୍ମହତ୍ୟା କରିଦେଇଛନ୍ତି । ମୃତକ ବେଣୁପାଣି ଅନୁଗୁଳର ଜଣେ ନାବାଳିକାକୁ ପ୍ରେମ କରୁଥିଲେ । ଉଭୟ ଘରୁ ଲୁଚି କିଛି ଦିନ ପାଇଁ ମୁମ୍ବାଇ ପଳାଇଥିଲେ। ଝିଅଙ୍କ ପରିବାର ପକ୍ଷରୁ ଅନୁଗୋଳ ସଦର ଥାନାରେ ଅଭିଯୋଗ ଆଧାରରେ ବେଣୁର ବାପା-ମା' ଓ ୨ ସମ୍ପର୍କୀୟଙ୍କୁ ପୋଲିସ ୩ ଧରି ଅଟକ ରଖିଛି ।

ମୁମ୍ବାଇରୁ ଫେରିବା ପରେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ ବେଣୁପାଣି । ତେବେ ଏହା ସହିନପାରି ବେଣୁ ଜୀବନ ହାରିଥିବା ଅଭିଯୋଗ ହୋଇଛି । ଆଜି ସକାଳେ ବେକରେ ରଶି ଲଗାଇ ଜୀବନ ହାରିଥିବା ଜଣାପଡିଛି । ନାବାଳିକା ପତ୍ନୀ ନିଜ ବାପାମାଆଙ୍କ ଯୋଗୁଁ ବେଣୁର ଜୀବନ ଗଲା ବୋଲି କହୁଥିବା ଜଣାପଡିଛି । ତେବେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପାଇଁ ଜୀବନ ହାରିଥିବା ଅଭିଯୋଗ କରିଛନ୍ତି ବେଣୁଙ୍କ ପରିବାର ଲୋକ ।

ଜନଗଣନା କରିବା ବାହାନାରେ ଆସିଲା, ବେକରେ ଛୁରୀ ଲଗାଇ ଫୋନ ଓ ମଙ୍ଗଳସୂତ୍ର ନେଇଗଲା ଲୁଟେରା
ଢେଙ୍କାନାଳ: ଜନଗଣନା ବାହାନାରେ ଆସିଲେ, ଘରେ କଳାକନା ବୁଲାଇଲା ଲୁଟେରା । ଘରୁ ମୋବାଇଲ ଓ ମଙ୍ଗଳସୂତ୍ର ଲୁଟିନେଲେ ଦୁର୍ବୃତ୍ତ । ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଗିରିଧରପ୍ରସାଦ ଗାଁରେ ଲୁଟ୍ ହୋଇଛି । ଗାଁର ବୀଭତ୍ସ ପଟ୍ଟନାୟକଙ୍କ ଘରକୁ ଜଣେ ଲୁଟେରା ଜନଗଣନା ଅଧିକାରୀ ବୋଲି ପରିଚୟ ଦେଇ ଆସିଥିଲା । ପରେ ମହିଳାଙ୍କୁ ଆଧାକାର୍ଡ ମାଗିଥିଲା। ମହିଳା ଜଣକ ଆଧାରକାର୍ଡ ଆଣିବାକୁ ଘର ଭିତରକୁ ଯାଇଥିବାବେଳେ ଛୋଟ ଝିଅ ବେକରେ ଛୁରୀ ଲଗାଇଦେଇଥିଲା ଲୁଟେରା । ପରେ ମହିଳାଙ୍କୁ ଫୋନ ଓ ମଙ୍ଗଳସୂତ୍ର ମାଗିଥିଲା । ଭୟରେ ମହିଳା ଜଣକ ମୋବାଇଲ ଓ ମଙ୍ଗଳସୂତ୍ର ଦେଇଦେଇଥିଲେ । ସୁନାଗହଣା ଧରି ଚମ୍ପଟ ମାରିଥିଲା ଲୁଟେରା । ଏନେଇ ଥାନାରେ ଅଭିଯୋଗ ପରେ ତଦନ୍ତ କରୁଛି ରାସୋଳ ପୋଲିସ ।

ଜଙ୍ଗଲରୁ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
କାମାକ୍ଷାନଗର: କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲ ନିକଟରୁ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି । ଦେହରେ ଅଛି କଲେଜ ୟୁନିଫର୍ମ । ପରୀକ୍ଷା ଦେବାକୁ ଯାଇଆଉ ଘରକୁ ଫେରି ନଥିଲେ ଛାତ୍ରୀଜଣକ । କାମାକ୍ଷାନଗର ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପଢ଼ୁଥିବା ବେଳେ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ହୋଇଥିବା ନେଇ ସନ୍ଦେହ କରାଯାଉଛି l ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ସୂଚନା ଅନୁସାରେ, ଭୁବନ ଥାନା ଅଞ୍ଚଳର ଛାତ୍ରୀ କାମାକ୍ଷାନଗର ମହିଳା ମହାବିଦ୍ୟାଳୟରେ ପାଠ ପଢ଼ୁଥିଲେ । ଗତକାଲି କଲେଜରେ ପରୀକ୍ଷା ଦେବାପରେ ଘରକୁ ଆଉ ଫେରିନଥିଲେ l ରାତିରେ ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ଆଜି ସକାଳୁ ଛାତ୍ରୀଙ୍କ ମୃତଦେହ ସାରୁଆଳି ଜଙ୍ଗଲ ଭିତରେ ପଡ଼ିଥିବା ଦେଖିବାକୁ ମିଳିଥିଲା l ଛାତ୍ରୀଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିବା ବେଳେ ପାରିପାର୍ଶ୍ଵିକ ସ୍ଥିତିରୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି l ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି । ଘଟଣା ସ୍ଥଳରେ ଢେଙ୍କାନାଳ ଏସପି, ସାଇଣ୍ଟିଫିକ ଟିମ ଓ ଡଗ ସ୍କ୍ବାଡ ପହଞ୍ଚିଛନ୍ତି।

କାମାକ୍ଷାନଗରରେ ଚାଞ୍ଚଲ୍ୟ: ଜଙ୍ଗଲରୁ ନିଖୋଜ କଲେଜ ଛାତ୍ରୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
ଢେଙ୍କାନାଳ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କାମାକ୍ଷାନଗର ଥାନା ଅନ୍ତର୍ଗତ ସରୁଆଳୀ ଗାଁ ଜଙ୍ଗଲରୁ ଜଣେ କଲେଜ ଛାତ୍ରୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ସେ କାମାକ୍ଷାନଗର ମହିଳା ମହାବିଦ୍ୟାଳୟର ପ୍ରଥମ ବର୍ଷର ଛାତ୍ରୀ ଥିଲେ ଏବଂ ତାଙ୍କ ଘର ମାର୍ଥାପୁର ଗାଁରେ ବୋଲି ସୂଚନା ମିଳିଛି।

ପରୀକ୍ଷା ଦେବାକୁ ଯାଇ ଆଉ ଫେରିଲେନି

ପରିବାର ଲୋକଙ୍କ କହିବା ଅନୁଯାୟୀ, ଗତକାଲି ଝିଅ କଲେଜକୁ ପରୀକ୍ଷା ଦେବା ପାଇଁ ଯାଇଥିଲେ। କିନ୍ତୁ ପରୀକ୍ଷା ସରିବା ପରେ ସେ ଆଉ ଘରକୁ ଫେରିନଥିଲେ। ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ମିଳିନଥିଲା। ଗୁରୁବାର ଦିନ ସ୍ଥାନୀୟ ଲୋକେ ସରୁଆଳୀ ଜଙ୍ଗଲରେ ତାଙ୍କର ରକ୍ତାକ୍ତ ଶବ ପଡ଼ିଥିବାର ଦେଖି ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରୁ ପୋଲିସ ଛାତ୍ରୀଙ୍କର କଲେଜ ବ୍ୟାଗ୍ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି।

ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପ୍ରାଥମିକ ତଦନ୍ତରୁ ଏହା ଏକ ପ୍ରେମ ବ୍ୟାପାର ଜନିତ ହତ୍ୟାକାଣ୍ଡ ହୋଇପାରେ ବୋଲି ପୋଲିସ ସନ୍ଦେହ କରୁଛି। ଦୁଷ୍କର୍ମ ପରେ ତାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଏବଂ ଫରେନ୍ସିକ୍ ତଦନ୍ତ ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଛୁରାମାଡ଼, ପୋଲିସର ତଦନ୍ତ ଜାରି
କାମାକ୍ଷାନଗର: ପୂର୍ବ ଶତ୍ରୁତାରୁ ଛୁରା ମାଡ଼ । ବିଳମ୍ବିତ ରାତିରେ ଉଦ୍ଧାର କରିଲେ ଗ୍ରାମବାସୀ । ଘରକୁ ରାସନ୍ ସାମଗ୍ରୀ ନେଇ ଫେରୁଥିବା ବେଳେ ଭୁବନ ଥାନା ଅନ୍ତର୍ଗତ ଏକତାଳି ପଞ୍ଚାୟତର ରୋଡଙ୍ଗ ଗ୍ରାମର ଯୁବକ ଚନ୍ଦନ ମଳିକଙ୍କୁ ସେହି ଗ୍ରାମର କିଛି ଯୁବକ ସଙ୍ଘବଦ୍ଧ ଭାବରେ ଧାରୁଆ ଛୁରୀ ଏବଂ ଠେଙ୍ଗାରେ  ଆକ୍ରମଣ କରିଥିଲେ। ଜୀବନ ବିକଳରେ ଗ୍ରାମ ନାଳ ପାର ହୋଇ ଗୁରୁତର ଅବସ୍ଥାରେ ପୁରୁଷୋତ୍ତମପୁର ଓଡିଶା ଆଦର୍ଶ ବିଦ୍ୟାଳୟ ନିକଟରେ ପଡିରହିଥିଲେ । ବିଳମ୍ବିତ ରାତିରେ ଶୌଚ ହେବାକୁ ଯାଇଥିବା କିଛି ଗ୍ରାମବାସୀ ତାଙ୍କୁ ସେଠାରୁ ଉଦ୍ଧାର କରି ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ଚନ୍ଦନଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନନ୍ତର କରାଯାଇଛି । ତେବେ ଏହା ପୂର୍ବ ଶତ୍ରୁତାକୁ ନେଇ ଏଭଳି ଘଟିଥିବା ପୀଡିତଙ୍କ ବାପା କୈଳାସ ଥାନାରେ ଅଭିଯୋଗ କରିଛନ୍ତି। ଖବର ପାଇ ଭୁବନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଆଜିଠୁ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା, ଶୁଭିବ ବ୍ରହ୍ମ ମହାମହିମା ଧ୍ବନି
ଗଁଦିଆ: ଆଜିଠୁ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା ଆରମ୍ଭ ହୋଇଛି । ଯୋରନ୍ଦା ମେଳା ପାଇଁ ଚଳଚଞ୍ଚଳ ହୋଇଉଠିଛି ଢେଙ୍କାନାଳ ଯୋରନ୍ଦା ପୀଠ । ୪ ଦିନ ବ୍ୟାପୀ ଚାଲିବ ମେଳା । ଶୁଭିବ ବ୍ରହ୍ମ ମହାମହିମା ଧ୍ବନି । ମାଘ ଚତୁର୍ଦ୍ଦଶୀରେ ଏକତ୍ରିତ ହେବେ ମହିମା ସାଧୁସନ୍ଥ ଓ ସନ୍ନ୍ୟାସୀ। ସେମାନଙ୍କ ଅନୁଗାମୀ ଭକ୍ତ ଶିଷ୍ୟ ଲକ୍ଷାଧିକ ସଂଖ୍ୟାରେ ଯୋରନ୍ଦା ମେଳାରେ ଗୁରୁଙ୍କ ସାନ୍ନିଧ୍ୟ ଓ ଆଶୀର୍ବାଦ ଲାଭ କରିବେ । ସନ୍ଧ୍ୟା ୫ଟା ୧୫ରେ ଗାଦି ମନ୍ଦିରର ଚାରିଦ୍ୱାରରେ ଝାଡ଼ଦୀପ ପ୍ରଜ୍ୱଳନ କାରାଯାଇଛି । ଜଗତ ଭକତର ମଙ୍ଗଳ ପାଇଁ ମହିମା ସନ୍ନ୍ୟାସୀମାନେ ଝାଡ଼ଦୀପ ପ୍ରଜ୍ୱଳନ କରିଛନ୍ତି । ମହିମା ଗାଦିରେ ଯୋରନ୍ଦା ମେଳା ପାଇଁ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ବିହାର, ଛତିଶଗଡ଼, ପଶ୍ଚିମବଙ୍ଗ ଆଦି ଅଞ୍ଚଳରୁ ହଜାର ହଜାର ସଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇସାରିଲାଣି। ମାନସିକ କରିଥିବା ଶିଶୁମାନଙ୍କ କେଶ ମୁଣ୍ଡନ କରି ଅଭିଭାବକମାନେ ମେଳା ଭ୍ରମଣ ଆରମ୍ଭ କରିଦେଲେଣି।

ଶନିବାର ଭୋର୍‌ ସାଢେ଼ ୩ଟାରେ ଗାଦି ମନ୍ଦିର, ଶୂନ୍ୟ ମନ୍ଦିର, ଧୂନୀ ମନ୍ଦିର ସମେତ ଅନ୍ୟାନ୍ୟ ଉପାସନା ପୀଠରେ ନୀତି ଆରମ୍ଭ ହୋଇଛି । ବ୍ରାହ୍ମ ମୁହୂର୍ତ୍ତରେ ମନ୍ଦିର ଚାରିଦ୍ୱାର ଖୋଲାଯାଇ ରୁପାଗରାରେ ପାଣି ମନ୍ଦିର ଚତୁଃପାଶ୍ୱର୍ରେ ସିଞ୍ଚନ କାରାଯାଇଛି । ଅଗୁର, କର୍ପୂର ଓ ଚନ୍ଦନ ପାଣି ସିଞ୍ଚନ ପରେ ଛେରାପହଁରା କାରାଯାଇଛି। ତ୍ରିସନ୍ଧ୍ୟା ପୂଜା ପରେ ୫ଟା ୧୫ରେ ଝାଡ଼ଦୀପ ପ୍ରଜ୍ୱଳିତ ହୋଇଛି । ସକାଳ ୫ଟା ସୁଦ୍ଧା ପ୍ରଭୁଙ୍କ ଅବକାଶ ସ୍ତୁତି ପ୍ରାର୍ଥନା, ଭିକ୍ଷାଭଜନ ଆଦି ପାଠ ପରେ ଶୂନ୍ୟପ୍ରଭୁଙ୍କ ନିକଟରେ ଅମୁଣିଆ ପ୍ରସାଦ ଅର୍ପଣ କରାଯାଇ ବାଳକ, ବାଳିକା ତଥା ସର୍ବସାଧାରଣଙ୍କୁ ମହାପ୍ରସାଦ ବିତରଣ କରାଯାଇଛି। ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ପ୍ରତେକ ମନ୍ଦିରର ନୀତିସେବକ ସନ୍ନ୍ୟାସୀ ନିଜ କାର୍ଯ୍ୟ ସମ୍ପାଦନ କରିବା ସହ ଜଗତ ଭକତର ମଙ୍ଗଳ କାମନା କରିବେ।

ମେଳା ପଡ଼ିଆରେ ଅସ୍ଥାୟୀ ଦୋକାନଗୁଡ଼ିକ ପସରା ମେଲାଇଛନ୍ତି। ଅନୁକୂଳ ପାଗ ଯୋଗୁଁ ବିଭିନ୍ନ ପ୍ରାନ୍ତରୁ ମହିମା ସନ୍ନ୍ୟାସୀ, ଭକ୍ତଙ୍କ ସୁଅ ଛୁଟିବାରେ ଲାଗିଛି। ମନୋରଞ୍ଜନ ପାଇଁ ରାତିରେ ବିଭିନ୍ନ ଅପେରା ନାଟକ ପରିବେଷଣ କରିବା ବ୍ୟବସ୍ଥା ହୋଇଛି। ଏଥିସହ ବିଭିନ୍ନ ରକମର ଦୋଳି, ମିନାବଜାର, ଭଳିକି ଭଳି ଖାଦ୍ୟ ସାମଗ୍ରୀ ଷ୍ଟଲ ଖୋଲାଯାଇଛି। ଆଞ୍ଚଳିକ ଶିଳ୍ପକାଳର ହସ୍ତଶିଳ୍ପ ପ୍ରଦର୍ଶନୀ ଶ୍ରଦ୍ଧାଳୁଙ୍କୁ ବେଶ୍‌ ଆକୃଷ୍ଟ କରିବ ବୋଲି କୁହାଯାଉଛି। ଫେବୃଆରୀ ୧ରେ ମୁଖ୍ୟମନ୍ତୀ ଆସୁଥିବାରୁ ସୁରକ୍ଷା ବ୍ୟବସ୍ଥା ତଦାରଖ କରିବାକୁ ଜିଲ୍ଲା ପ୍ରଶାସନ ଅଧିକାରୀମାନେ ବାରମ୍ବାର ପରିଦର୍ଶନରେ ଆସୁଛନ୍ତି।

ହିନ୍ଦୋଳ ଟ୍ରେଜେରୀ ଅଫିସ୍‌ର ପୂର୍ବତନ ବରିଷ୍ଠ କିରାଣି ଗିରଫ, ୬୮.୮୫ ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ
ଭୁବନେଶ୍ବର: ଗିରଫ ହେଲେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଟ୍ରେଜେରୀ ଅଫିସ୍‌ର ପୂର୍ବତନ ବରିଷ୍ଠ କିରାଣି ମନୋରଞ୍ଜନ ସାହୁ । ୬୮.୮୫ ଲକ୍ଷ ସରକାରୀ ଟଙ୍କା ଆତ୍ମସାତ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ ବିଭାଗ । ଏତେସାରା ଟଙ୍କା ଘୋଟଲା କରିଥିବା ନେଇ ଅଭିଯୋଗ ଆସିଲା ପରେ ତାଙ୍କୁ ନିଲମ୍ବନ କରାଯାଇଥିଲା । ଗତ ୨୦୨୪ ମସିହାରେ ଭିଜିଲାନ୍ସରେ ଏକ ମାମଲା ରୁଜୁ ହୋଇ ଢେଙ୍କାନାଳ ଭିଜିଲାନ୍ସ ପକ୍ଷରୁ ତଦନ୍ତ ଚାଲିଥିବା ବେଳେ ମନୋରଞ୍ଜନ ଫେରାର ହୋଇଯାଇଥିଲେ । ଫଳରେ ଭିଜିଲାନ୍ସ କୋର୍ଟରୁ ତାଙ୍କ ନାମରେ ଗିରଫ ୱାରେଣ୍ଟ ରହିଥିଲା । ତେବେ ଶୁକ୍ରବାର ରାତିରେ ସଦର ଥାନା ଅନ୍ତର୍ଗତ ସାଇଁବିରି ଗାଁ ନିକଟରୁ ଗିରଫ କରିଛି ଢେଙ୍କାନାଳ ଭିଜିଲାନ୍ସ ।

ସୂଚନାଯୋଗ୍ୟ, ହିନ୍ଦୋଳ ସବ୍ ଟ୍ରେଜେରୀ ଅଫିସ୍‌ରେ ମନୋରଞ୍ଜନ ସିନିୟର କ୍ଲର୍କ ଥିବା ବେଳେ ଚଞ୍ଚକତା କରି ଲୋକଙ୍କର ୬୮ ଲକ୍ଷ ୮୫ ହଜାର ପେନ୍‌ସନ୍ ଟଙ୍କା ହଡପ କରିଥିବା ନେଇ ଅଭିଯୋଗ ହୋଇଥିଲା । ଟଙ୍କା ଆତ୍ମସାତ ନେଇ ଅଭିଯୋଗ ପାଇବା ପରେ ସରକାର ଏହି ଘଟଣାର ତଦନ୍ତ ଭାର ଭିଜିଲାନ୍ସକୁ ହସ୍ତାନ୍ତର କରିଥିଲେ । ଦୁଇ ବର୍ଷ ହେଲା ମନୋରଞ୍ଜନ ଫେରାର ରହିଥିଲେ । ଶେଷରେ ତାଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି ।

ପୁତ୍ର ସନ୍ତାନ ଜନ୍ମ ହେଲାନି ବୋଲି ୫ ଝିଅ ସହ ପତ୍ନୀଙ୍କୁ ଘରୁ ତଡ଼ିଦେଲା ସ୍ବାମୀ
ଭୁବନ : ପୁଅ ଜନ୍ମ ନହେବାରୁ ମା’ ସହିତ ୫ ଝିଅଙ୍କୁ ଘରୁ ବାହାର କରିଦେଲା ବାପା । ଏଭଳି ଏକ ଅମାନୁଷିକ କାର୍ଯ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅଞ୍ଚଳରେ । ମହିଳାଙ୍କ ୫ଟି କନ୍ୟା ସନ୍ତାନ ଥିବା ବେଳେ ପୁଅ ଜନ୍ମ ନହେବାରୁ ବାରମ୍ବାର ଅତ୍ୟାଚାର କରୁଥିଲା ସ୍ଵାମୀ । ପଞ୍ଚମ କନ୍ୟା ମାତ୍ର ୧୫ ଦିନର ହୋଇଥିବା ବେଳେ ଗତକାଲି ରାତିରେ ସ୍ତ୍ରୀ ସହିତ ପାଞ୍ଚ କନ୍ୟାକୁ ବାହାର କରିଦେଇଛି ବାପା ।

ମହିଳା ଜଣଙ୍କ କୌଣସି ଉପାୟ ନପାଇ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନିକଟରେ ଥିବା ଡାକ୍ତରଖାନା କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବାସଗୃହ ପରିସର ମଧ୍ୟରେ ଶୋଇଥିଲେ । ଆଜି ଖବର ପାଇ ରାଜ୍ୟ ମାନବାଧିକାର କର୍ମୀ ପୁଷ୍ପାଞ୍ଜଳି ରଣା ଘଟଣାସ୍ଥଳରେ ପହଞ୍ଚିଥିଲେ । ସମସ୍ତ ଘଟଣା ଶୁଣିବା ପରେ ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ଅଞ୍ଚଳରେ ଥିବା ଏକ ସୁଧାର ଗୃହକୁ ମା’ ସହ ୫ ଝିଅଙ୍କୁ ଥଇଥାନ କରିଛନ୍ତି । ଏନେଇ ମହିଳା ଜଣଙ୍କ ଭୁବନ ଥାନା ସହିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।

OSRTC ବସ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା, ୪ ଗୁରୁତର
ଢେଙ୍କାନାଳ: OSRTC ବସ୍ -ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା । ଢେଙ୍କାନାଳ ପରଜଙ୍ଗ ଥାନା ୧୪୯ ନମ୍ବର ଜାତୀୟରାଜପଥ ର ଦୁମୁହାଁଣି ନିକଟରେ ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ବସରେ ଥିବା ୩ ଯାତ୍ରୀଙ୍କ ସହ ଟ୍ରକ୍ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ପ୍ରଥମେ ପରଜଙ୍ଗ ଓ ପରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ଗୁରୁତର ଆହତମାନେ ଭୁବନେଶ୍ୱରର ହୋଇଥିବା ଜଣାପଡ଼ିଛି। ବସଟି ଭୁବନେଶ୍ବରରୁ ରାଉରକେଲା ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଦ୍ରୁତଗାମୀ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା ।

ସୂଚନା ଅନୁସାରେ, ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ଏକ OSRTC ବସ ରାତି ପ୍ରାୟ ତିନିଟା ସମୟରେ ୧୪୯ ନମ୍ବର ଜାତୀୟ ରାଜପଥର ରଙ୍ଗଥଳି ଦେଇ ଯାଉଥିବା ବେଳେ ଅପର ପାର୍ଶ୍ଵରୁ ଆସୁଥିବା ଏକ ଦ୍ରୁତଗାମୀ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା l ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଟ୍ରକର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିବା ବେଳେ ବସର ସାମ୍ନା ମଧ୍ୟ ଭାଙ୍ଗିରୁଜି ଯାଇଛି l ତେବେ ଦୁର୍ଘଟଣା ଫଳରେ ବସରେ ଥିବା ତିନି ଯାତ୍ରୀ ଗୁରୁତର ହୋଇଥିବା ବେଳେ ଟ୍ରକର ଡ୍ରାଇଭର ମଧ୍ୟ ଗୁରୁତର ହୋଇଛନ୍ତି l ଖବର ପାଇ ପୋଲିସ ଓ ୧୦୮ ଆମ୍ବୁଲାନ୍ସ ପହଞ୍ଚି ସମସ୍ତ ଗୁରୁତରଙ୍କୁ ସ୍ଥାନୀୟ ପରଜଙ୍ଗ ମେଡିକାଲରେ ଭର୍ତ୍ତି କରାଇଥିବା ବେଳେ ପରେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପର୍ଣ୍ଣ ଥିବାରୁ ସେମାନଙ୍କୁ କାମାକ୍ଷାନଗର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l