high security number plate - The Sakala
ହାଇସିକ୍ୱିରିଟି ନମ୍ବର ପ୍ଲେଟ୍‍ ଲଗାଇବାରେ ରାଜ୍ୟ ଆଗୁଆ
ଭୁବନେଶ୍ୱର : ସିକ୍ୱିରିଟି ରେଜିଷ୍ଟ୍ରେସନ୍‍ ପ୍ଲେଟ୍‍ (ଏଚ୍‍ଏସ୍‍ଆରପି) ଲଗାଇବା କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ପାଇଛି। ମାତ୍ର ୬ ମାସ ଭିତରେ ୩୩ ଲକ୍ଷରୁ ଊର୍ଦ୍ଧ୍ବ ଗାଡ଼ିରେ ଏହି ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍‍ ପ୍ଲେଟ୍‍ ଲଗାଇବା ପାଇଁ ଆବେଦନ ହୋଇଛି। ସେଥିମଧ୍ୟରୁ ୨୦ ଲକ୍ଷ ଗାଡ଼ିରେ ଏହି ରେଜିଷ୍ଟ୍ରେସନ୍‍ ପ୍ଲେଟ୍‍ ଲଗାସରିଛି। ଓଡ଼ିଶାରେ ୫ ହଜାରରୁ ଊର୍ଦ୍ଧ୍ବ ସେଣ୍ଟର୍‍ରେ ବର୍ତ୍ତମାନ ଫିଟ୍‍ମେଣ୍ଟ୍‍ (ପ୍ଲେଟ୍‍ ଲଗାଇବା) କାମ ଜାରି ରହିଛି। ରବିବାରକୁ ବାଦ୍‍ ଦେଲେ ଅନ୍ୟ ସବୁଦିନ ନମ୍ବର ପ୍ଲେଟ୍‍ ଲଗାଯାଉଛି। ଉତ୍ତର ପ୍ରଦେଶ, ଦିଲ୍ଲୀ ଓ ପଶ୍ଚିମବଙ୍ଗରେ ଦେଖା ଦେଇଥିବା ସମସ୍ୟାକୁ ଦୃଷ୍ଟିରେ ରଖି ଓଡ଼ିଶା ପରିବହନ ବିଭାଗ ବିସ୍ତୃତ ଯୋଜନା କରି ତାକୁ ସୂଚାରୁ ରୂପେ ପରିଚାଳନା କରୁଛି।
ସୋସାଇଟି ଅଫ୍‍ ଇଣ୍ଡିଆନ୍‍ ଅଟୋମୋବାଇଲ୍‍ ମାନୁଫାକଚରର୍ସ୍‍ର (ଏସ୍‍ଆଇଏଏମ୍‍) କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପି.କେ ବାନାର୍ଜୀ ଓଡ଼ିଶା ସରକାରଙ୍କର ଏହି ଉପଲବ୍ଧିକୁ ପ୍ରଶଂସା କରି କହିଛନ୍ତି ଯେ, ୬ ମାସରେ ଯାହା ଓଡ଼ିଶା କରିପାରିଛି, ତାହା ଅନ୍ୟ ରାଜ୍ୟମାନେ ବର୍ଷ ବର୍ଷ ଧରି କରିପାରିନାହାନ୍ତି। ଓଡ଼ିଶାର ତ୍ୱରିତ ଏବଂ ସଠିକ୍‍ ପ୍ରକ୍ରିୟା ଯୋଗୁଁ ଏହା ସମ୍ଭବପର ହୋଇପାରିଛି। ଓଡ଼ିଶାର ରାଜନୀତିକ ନେତୃତ୍ୱର କ୍ରିୟାଶୀଳତା ଓ ପ୍ରଶାସନିକ ଅଧିକାରୀଙ୍କ କାର୍ଯ୍ୟଦକ୍ଷତାକୁ ମୁଁ ଏଥିପାଇଁ ସାଧୁବାଦ ଜଣାଉଛି। ଏ ଦିଗରେ ଓଡ଼ିଶା ଅନ୍ୟ ରାଜ୍ୟ ପାଇଁ ଆଜି ଅନୁକରଣୀୟ ବୋଲି ଶ୍ରୀ ବାନାର୍ଜୀ କହିଛନ୍ତି।
ରାଜ୍ୟ ଯୁଗ୍ମ ପରିବହନ କମିଶନର୍‍ ଶ୍ରୀ ଦିପ୍ତୀରଞ୍ଜନ ପାତ୍ର କହିଛନ୍ତି ଯେ ନଭେମ୍ବର ୩୦ ତାରିଖ ସୁଦ୍ଧା ରାଜ୍ୟରେ ଥିବା ପ୍ରାୟ ୫୦ ଲକ୍ଷ ଯାନବାହନ ମଧ୍ୟରୁ ୩୨.୬୫ ଲକ୍ଷ ଗାଡ଼ିରେ ଏଚ୍‍ଏସ୍‍ଆରପି ଲଗାଇବା ପାଇଁଁ ଆବେଦନ ହୋଇଛି। ସବୁ ଗାଡ଼ିରେ ଲଗାଇବା ଲାଗି ଓଡ଼ିଶା ସରକାର ଫେବୃୟାରୀ ୨୮, ୨୦୨୩କୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏତେ ତ୍ୱରିତ ଗତିରେ ଭାରତର ଅନ୍ୟ କୌଣସି ରାଜ୍ୟରେ ଏହି ନମ୍ବର ପ୍ଲେଟ୍‍ ଲଗାଯାଇନାହିଁ ବୋଲି ଶ୍ରୀ ପାତ୍ର କହିଛନ୍ତି। ଏଚ୍‍ଏସ୍‍ଆରପି ଲଗାଇବା କାର୍ଯ୍ୟକ୍ରମ ହାତକୁ ନେବାରେ ଓଡ଼ିଶା ହେଉଛି ଭାରତର ୨୬ତମ ରାଜ୍ୟ। ଓଡ଼ିଶା ରାଜ୍ୟ ପରିବହନ ପ୍ରାଧିକରଣର ଅଭିନବ ପ୍ରୟାସ ଦ୍ୱାରା ଏଥିରେ ସଫଳତା ମିଳିଛି।
ଏବେ ଦୈନିକ ହାରାହାରି ୨୨ ହଜାରରୁ ୨୪ ହଜାର ଗାଡ଼ିରେ ଏହି ନମ୍ବର ପ୍ଲେଟ୍‍ ଲଗାଯାଇପାରୁଛି। ଜଣେ ଆବେଦନ କରିବାର ହାରାହାରି ୮ ଦିନ ଭିତରେ ନୂଆ ନମ୍ବର ପ୍ଲେଟ୍‍ ପାଇପାରୁଛନ୍ତି। ଗାଡ଼ି ମାଲିକମାନେ ନିଜ ଘରେ ବସି ଅନ୍‍ଲାଇନ୍‍ରେ ହାଇ ସିକ୍ୱିରିଟି ରେଜିଷ୍ଟ୍ରେସନ୍‍ ପ୍ଲେଟ୍‍ ଲଗାଇବା ପାଇଁ ଆବେଦନ କରିପାରୁଛନ୍ତି କିମ୍ବା ନିକଟତମ ଯାନବାହାନ ଡିଲରସିପ୍‍ କେନ୍ଦ୍ରଗୁଡ଼ିକରେ ଏହା ହୋଇପାରୁଛି। ରାଜ୍ୟର ସମସ୍ତ ‘ମୋ ସେବା’ କେନ୍ଦ୍ର ଏବଂ ୩୮ ଆର୍‍ଟିଓ ଅଫିସ୍‍ରେ ମଧ୍ୟ ଲୋକଙ୍କ ସୁବିଧା ପାଇଁ ନମ୍ବର୍‍ ପ୍ଲେଟ୍‍ ଆବେଦନ ଓ ଫିଟ୍‍ମେଣ୍ଟ୍‍ର ବ୍ୟବସ୍ଥା କରାଯାଇଛି।
ଗାଡ଼ି ଚାଳକଙ୍କୁ ଆଶ୍ବସ୍ତି : ଗୋଟିଏ ମାସ ଘୁଞ୍ଚିଲା ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଡେଡଲାଇନ୍‌
କଟକ : ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ନେଇ ଚିନ୍ତାରେ ଥିବା ଗାଡି ଚାଳକଙ୍କୁ ଆଶ୍ବସ୍ତି ମିଳିଛି। ଆଜି ସରୁଥିବା ଡେଡଲାଇନ୍‌କୁ ଆଉ ଗୋଟିଏ ମାସ ପାଇଁ ବଢାଯାଇଛି। ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଡେଡଲାଇନ ଘୁଞ୍ଚାଇଛି ପରିବହନ ବିଭାଗ। ହାଇକୋର୍ଟରେ ଏନେଇ ମାମଲା ଚାଲିଥିବା ବେଳେ ଗୋଟିଏ ମାସ ଡେଡଲାଇନ ଘୁଞ୍ଚାଯାଇଥିବା ନେଇ ପରିବାହନ ବିଭାଗ କୋର୍ଟକୁ ଜଣାଇଛି। ମାମଲାର ପରବର୍ତ୍ତିଶୁଣାଣି ଅକ୍ଟୋବର ୨୬ ତାରିଖରେ କରାଯିବ।
ସୂଚନାଯୋଗ୍ୟ ଯେଉଁମାନଙ୍କ ଗାଡ଼ିର ଶେଷ ଅଙ୍କ ୧, ୨, ୩, ୪ ରହିଛି,ସେମାନଙ୍କର ନୂଆ ନମ୍ବରପ୍ଲେଟ୍ ଲଗାଇବାର ସମୟ ସୀମା ଆଜି ସରୁଥିଲା। କାଲିଠୁ ଯେଉଁମାନଙ୍କ ଗାଡ଼ିର ଶେଷ ଅଙ୍କ ୧, ୨, ୩, ୪ ରହିଥିବ କିନ୍ତୁ ନୂଆ ନମ୍ବର ଲାଗିନଥିବ ସେମାନେ ଫାଇନ୍‌ ଗଣିବେ ବୋଲି ନିଷ୍ପତ୍ତି ହୋଇଥିଲା। ସେହି ନିଷ୍ପତ୍ତିରେ ଆଜି ପରିବର୍ତ୍ତନ କରାଯାଇ ଆଉ ମାନେ ଯାଏଁ ଘୁଞ୍ଚାଯାଇଛି।
ହାଇସିକ୍ୟୁରିଟି ନମ୍ବର ପ୍ଲେଟ ମାମଲାରେ ଧାର୍ଯ୍ୟ କରାଯାଇଥିବା ସମୟ ସୀମା ୧ ମାସ ବଢିବ ବୋଲି ସରକାର ହାଇକୋର୍ଟଙ୍କୁ ଜଣାଇଛନ୍ତି। ଆଜି ଥିଲା ଡେଡଲାଇନ, ଏହା ଅକ୍ଟୋବର ୩୧ ପର୍ଯ୍ୟନ୍ତ ବଢିବ। ଭିତ୍ତିଭୂମି ବିକାଶ କରାଯିବ, ଜନ ସେବା, ମୋ ସେବା କେନ୍ଦ୍ରରେ ନମ୍ୱର୍ ପ୍ଲେଟ ବୁକିଂ ହେବ, ଗ୍ରାମାଞ୍ଚଳରେ କ୍ୟାମ୍ପ ଆୟୋଜନ କରାଯିବ, ଅନଲାଇନ ବ୍ୟବସ୍ଥାରେ କେମିତି ସ୍ଲଟ୍ ମିଳିବ ତାହା ସୁନିଶ୍ଚିତ କରାଯିବ ବୋଲି ସରକାର ହାଇକୋର୍ଟରେ ପ୍ରତିଶ୍ରୁତି ଦେଇଛନ୍ତି।
ଅନ୍ୟପଟେ ଆବେଦନକାରୀମାନେ ଖବର କାଗଜ ରିପୋର୍ଟ ଦେଖାଇ ଡିସେମ୍ବର ଯାଏ ସ୍ଲଟ୍‌ ନାହିଁ ବୋଲି କହିଛନ୍ତି। ସମୟ ସୀମା ବୃଦ୍ଧି କରା ଯାଉଥିବାରୁ ହାଇକୋର୍ଟ ପରବର୍ତ୍ତୀ ଶୁଣାଣି ଯାଏ ଅପେକ୍ଷା କରିବାକୁ କହିବା ସହିତ ଅକ୍ଟୋବର ଶେଷ ସପ୍ତାହକୁ ମାମଲାର ଶୁଣାଣି ଧାର୍ଯ୍ୟ କରିଛନ୍ତି।
ଭୁବନେଶ୍ବର : ପରିବହନ ବିଭାଗ ପକ୍ଷରୁ ସମସ୍ତ ଗାଡ଼ିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଯିବା ବାଧ୍ୟତାମୂଳକ କରାଯାଇଛି। ଏଥିପାଇଁ ସମୟସୀମା ଧାର୍ଯ୍ୟ ହୋଇଛି।  ୨୦୧୯ ମସିହା ପୂର୍ବରୁ ପଞ୍ଜିକୃତ ଗାଡ଼ିରେ ପୁରୁଣା ନମ୍ବର ପ୍ଲେଟ୍ ବଦଳରେ ‘ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ (ଏଚ୍ଏସ୍ ଆରପି ) ଲଗାଇବା ପାଇଁ ଆସନ୍ତାକାଲି ଅର୍ଥାତ ଜୁନ୍‌ ପହିଲାରୁ ବୁକିଂ ଆରମ୍ଭ ହେଉଛି। ଏସଂକ୍ରାନ୍ତରେ ସୋସାଇଟି ଅଫ୍ ଇଣ୍ଡିଆନ୍ ଅଟୋମୋବାଇଲ୍ ମ୍ୟାନୁଫ୍ୟାକଚରର (ସିଆମ୍) ପକ୍ଷରୁ ଏକ ୱେବ୍‌ ପୋର୍ଟାଲ (Siam.in) ପ୍ରସ୍ତୁତ କରାଯାଇଛି। ଯେଉଁଥରେ ଗାଡ଼ିର ସବିଶେଷ ସୂଚନା ଦିଆଯିବା ପରେ ଗାଡ଼ି ମାଲିକଙ୍କୁ ତାଙ୍କ ପସନ୍ଦ ଅନୁସାରେ ନମ୍ବର ପ୍ଲେଟ୍ ଲଗାଇବା ପାଇଁ ଦିନ ଏବଂ ସ୍ଥାନ ଧାର୍ଯ୍ୟ କରିବେ। ଗାଡ଼ି ନିର୍ମାତା କମ୍ପାନି ଅନୁସାରେ ବିଭିନ୍ନ ଗାଡ଼ିର ନମ୍ବର ପ୍ଲେଟ୍ ପାଇଁ ଅଲଗା ଅଲଗା ମୂଲ୍ୟ ଧାର୍ଯ୍ୟ କରାଯାଇଛି ।
ନମ୍ବର ପ୍ଲେଟ୍ ଲଗାଇବା ପାଇଁ ବୁକିଂ ପାଇଁ ସୋମବାର ରାଜ୍ୟ ପରିବହନ କମିସନର (ଏସ୍‌ଟିଏ) କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଜଣେ ଗାଡ଼ି ମାଲିକ କିପରି ତାଙ୍କ ଗାଡ଼ି ନମ୍ବର ପ୍ଲେଟ୍ ପରିବର୍ତ୍ତନ ପାଇଁ ଆବେଦନ କରିବେ ସେନେଇ ଏସ୍‌ଟିଏ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇଛି। ସୂଚନା ଅନୁସାରେ, ସିଆମ୍ ପୋର୍ଟାଲକୁ ଯାଇ ‘ବୁକ୍ ମାଇଁ ଏସ୍ଏସ୍ଆର୍‌ପିରେ କ୍ଲିକ୍ କରିବେ। ଏହାପରେ ପୋର୍ଟାଲ୍‌ରେ ଦୁଇ ଚକିଆ କି’ ଚାରି ଚକିଆ ଗାଡ଼ିର ସୂଚନା ଦେବେ। କେଉଁ କମ୍ପାନୀ ଗାଡ଼ି, ଇଞ୍ଜିନ ନମ୍ବର ଏବଂ ଚେସିସ୍ ନମ୍ବର ଲେଖିବାକୁ ପୋର୍ଟାଲ ତରଫରୁ କୁହାଯିବ।  ଏହାକୁ କ୍ଲିକ୍ କରିବା ପରେ ରାଜ୍ୟ ସରକାରଙ୍କ ବାହାନ ପୋର୍ଟାଲରୁ ଗାଡ଼ି ବିଷୟରେ ସବିଶେଷ ତଥ୍ୟ ସଂଗ୍ରହ କରି ଏହି ପୋର୍ଟାଲରେ ଯଦି ସବୁ ତଥ୍ୟ ଠିକ୍ ଥାଏ ତାହେଲେ କେଉଁ ଦିନ, କେଉଁ ସ୍ଥାନରେ ଗାଡ଼ି ନମ୍ବର ଲଗାଇବାକୁ ଚାହୁଁଛନ୍ତି ସେ ନେଇ ଚଏସ୍ ଆସିବ।
ଏହି ପୋର୍ଟାଲକୁ ଯିବା ପୂର୍ବରୁ ପ୍ରଥମେ ଗାଡି ନମ୍ବର ବଦଳାଇବା ପାଇଁ କେତେ ଅର୍ଥ ଧାର୍ଯ୍ୟ କରାଯାଇଛି ସେ ସଂକ୍ରାନ୍ତରେ ଉଲ୍ଳେଖ କରାଯିବ। ଦୁଇ ଚକିଆ ଗାଡିର ନମ୍ବର ପ୍ଲେଟ ବଦଳାଇବା ପାଇଁ ୩୨୦ ରୁ ୩୮୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡିବ। ସେହିପରି ତିନି ଚକିଆ ଗାଡିର ନମ୍ବର ପ୍ଲେଟ ବଦଳାଇବା ପାଇଁ ୩୫୦ରୁ ୪୫୦ ଟଙ୍କା, ଚାରି ଚକିଆ ଯାନ ପାଇଁ  ୫୯୦ରୁ ୭୦୦ ଟଙ୍କା ଏବଂ ଭାରୀଯାନ ପାଇଁ ୬୦୦ରୁ ୮୦୦ ଟଙ୍କା ଧାର୍ଯ୍ୟ କରାଯାଇଛି ।
ଉଲ୍ଲେଖଯୋଗ୍ୟ, ଗାଡ଼ିଗୁଡ଼ିକର ପଞ୍ଜୀକରଣ ନମ୍ବର ଅନୁସାରେ ଏସ୍ଏସ୍ଆର୍‌ପି ନମ୍ବର ଲଗାଇବାର ସମୟ ସୀମା ଧାର୍ଯ୍ୟ କରାଯାଇଛି। ଯେଉଁ ଗାଡ଼ିଗୁଡ଼ିକର ପଞ୍ଜୀକରଣ ଶେଷ ନମ୍ବର ୧ ଏବଂ ୨ରୁ ଆରମ୍ଭ ହେଉଛି ସେମାନେ ଅଗଷ୍ଟ ଶେଷ ସୁଦ୍ଧା ନୂଆ ପ୍ଲେଟ୍ ଲଗାଇବା କାର୍ଯ୍ୟ ଶେଷ କରିବେ । ସେହିପରି ଯେଉଁ ଗାଡ଼ିର ପଞ୍ଜୀକରଣ ଶେଷ ନମ୍ବର ୩ ଓ ୪ ସେହି ଗାଡ଼ିଗୁଡ଼ିକ ସେପ୍ଟେମ୍ବର ୩୦ ସୁଦ୍ଧା, ୫ଓ ୬ ନମ୍ବର ଥିବା ଗାଡ଼ି ଅକ୍ଟୋବର ୩୧, ୭ ଓ ୮ ନମ୍ବର ଥିବା ଗାଡ଼ି ନଭେମ୍ବର ୩୦ ତାରିଖ ଏବଂ ଯେଉଁସବୁ ଗାଡ଼ିର ପଞ୍ଜୀକରଣ ନମ୍ବର ୯ ଓ ୦ ରେ  ଶେଷ ହୋଇଛି ସେମାନଙ୍କ ପାଇଁ ଶେଷ ସମୟ ସୀମା ଡିସେମ୍ବର ୩୧ ତାରିଖକୁ ଧାର୍ଯ୍ୟ କରାଯାଇଛି। ଯେଉଁମାନେ ଏହି ଧାର୍ଯ୍ୟ ସମୟ ମଧ୍ୟରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ନଲଗାଇବେ ସେମାନଙ୍କ ଉପରେ ୫ ହଜାରରୁ ୧୦ ହଜାର ପର୍ଯ୍ୟନ୍ତ ଜରିମାନା ଧାର୍ଯ୍ୟ କରାଯାଇଛି।
ସୂଚନାଯୋଗ୍ୟ ପୁରୁଣା ଗାଡିଗୁଡିକ ପାଇଁ ଏହି ନମ୍ବର ପ୍ଲେଟ ବୁକିଂ ସୋସାଇଟି ଅଫ ଇଣ୍ଡିଆନ ଅଟୋ ମୋବାଇଲ ମାନୁଫାକଚରର୍‌ ୱେବସାଇଟ (www.siam.in)ରେ ଉପଲବ୍ଧ ହେବ ବୋଲି ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ସୂଚନା ଦିଆଯାଇଛି। ନମ୍ବର ପ୍ଲେଟ ସହ କଲର୍‌ କୋଡେଡ ଷ୍ଟିକର ମଧ୍ୟ ବୁକିଂ କରାଯିବ। ଆସନ୍ତା ୧ତାରିଖ ସୁଦ୍ଧା ଏହା ଉପଲବ୍ଧ ହେବ। ପ୍ରକାଶଥାଉକି ରାଜ୍ୟରେ ଚଳାଚଳ କରୁଥିବା ପୁରୁଣା ଗାଡିଗୁଡିକ ପାଇଁ ଏହି ନମ୍ବର ପ୍ଲେଟ ଲଗାଇବା ଆସନ୍ତା ଅଗଷ୍ଟ ୩୧ରୁ ଡିସେମ୍ବର ୩୧ ଭିତରେ ବାଧ୍ୟତାମୂଳକ କରାଯାଇଛି।