Pakistan Ex PM Imran Khan - The Sakala

ତୋଷଖାନା ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ
ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ଜେଲ୍‌ । ତୋଷଖାନା ମାମଲାରେ ଇମ୍ରାନ ଖାଁଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଲେ ଇସଲାମାବାଦ ଟ୍ରାଏଲ କୋର୍ଟ । ଜେଲ ସହ ୧ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଲଗାଯାଇଛି । ଏହା ସହ ୫ ବର୍ଷ ଯାଏ କୌଣସି ନିର୍ବାଚନ ଲଢ଼ି ପାରିବେନି ଇମ୍ରାନ ଖାଁ । ରାୟ ପ୍ରକାଶ ପରେ ଇସଲାମାବାଦ ପୁଲିସ ତାଙ୍କ ବିରୋଧରେ ଗିରଫଦାରୀ ୱାରେଣ୍ଟ ଜାରିକରିଛି ।

ସୂଚନାଯୋଗ୍ୟ, ୨୦୨୨ ଅଗଷ୍ଟରେ ଯେତେବେଳେ ପାକିସ୍ତାନ ମୁସଲିମ ଲିଗ୍-ନୱାଜ (ପିଏମଏଲ-ଏନ)ଙ୍କ ମିଳିତ ସରକାର ଇମ୍ରାନଙ୍କ ବିରୋଧରେ ମାମଲା ଦାୟର କରିଥିଲା, ସେହି ସମୟରେ ତୋଷଖାନା ବିବାଦ ସାମ୍ନାକୁ ଆସିଥିଲା। ଏଥିରେ ଦାବି କରାଯାଇଥିଲା ଯେ ଇମ୍ରାନ ଖାନ ତୋଷଖାନାକୁ ଦିଆଯାଇଥିବା ଉପହାରଗୁଡ଼ିକ ବିଷୟରେ ତଥ୍ୟ ଖୁଲାସା କରି ନାହାନ୍ତି ଏବଂ କିଛି ଉପହାରର ବେଆଇନ ବିକ୍ରୟରୁ ସେ ଆୟ କରିଛନ୍ତି।

ଦେଶ ଛାଡି ଯାଇପାରିବେନି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମେତ ପିଟିଆଇର ୮୦ଜଣ ସଦସ୍ୟ
ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମେତ ପତ୍ନୀ ବୁଶ୍ରା ଓ ୮୦ ଦଳୀୟ କର୍ମୀଙ୍କୁ ନୋ ଫ୍ଲାଏ ତାଲିକା ଭୁକ୍ତ କରିଛି ପାକିସ୍ତାନ ସରକାର । ଅର୍ଥାତ ଏମାନେ ନିଜ ଦେଶ ଛାଡ଼ି ବାହାରକୁ ଯାଇପାରିବେ ନାହିଁ । ସାମରିକ ପ୍ରତିଷ୍ଠାନ ଉପରେ ତାଙ୍କ ସମର୍ଥକଙ୍କ ଆକ୍ରମଣ ପରେ ଏହି ପ୍ରତିକ୍ରିୟା ସାମ୍ନାକୁ ଆସିଛି । ପାକିସ୍ତାନର ବିଭିନ୍ନ ପ୍ରାନ୍ତରେ ଆର୍ଟିକିଲ୍ ୨୪୫ ଲଗାଇବା ନେଇ ସରକାରଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ଇମ୍ରାନ । ଏଥିସହ ଦେଶରେ ଅଘୋଷିତ ମାର୍ସଲ ଲାଗୁ ହୋଇଥିବା ଇମ୍ରାନ କହିଛନ୍ତି ।

ଅନ୍ୟପଟେ ନିଜ ଦଳ ‘ପିଟିଆଇ’କୁ ନେଇ ବଢୁଛି ଇମ୍ରାନଙ୍କ ସଙ୍କଟ । ପାକିସ୍ତାନ ତେହରିକ-ଇ-ଇନସାଫ ଛାଡୁଛନ୍ତି ନେତା । ଫଓ୍ବାଦ ଚୌଧୁରୀ, ଶିରିନ ମଜାରୀ, ଅସଦ ଉମର, ଅମିନ ଅସଲମଙ୍କ ପରି ନେତା ପିଟିଆଇରୁ ଇସ୍ତଫା ଦେଇଛନ୍ତି ।

ଦଳ ଛାଡ଼ିବା ପରେ ରାଜନୀତିରୁ ବ୍ରେକ୍ ନେଇଥିବା କହିଛନ୍ତି ଇମ୍ରାନଙ୍କ ଘନିଷ୍ଟ ଫଓ୍ବାଦ ଚୌଧୁରୀ । ଇମ୍ରାନଙ୍କ ଗିରଫଦାରୀ ପରେ ମେ ୯ ତାରିଖରେ ପାକିସ୍ତାନରେ ହୋଇଥିବା ହିଂସା ପରେ ପିଟିଆଇ ଛାଡୁଛନ୍ତି ବରିଷ୍ଠ ନେତା । ସେନା ଚାପରେ ପୋଲିସ କାର୍ଯ୍ୟାନୁଷ୍ଠାନରୁ ରକ୍ଷା ପାଇବା ପାଇଁ ଦଳରୁ ଇସ୍ତଫା ଦେଉଥିବା କୁହାଯାଉଛି । ପିଟିଆଇରୁ ନେତାଙ୍କର ଜୋରଜବରଦସ୍ତ ତଲାକ ହେଉଥିବା ଇମ୍ରାନ ଖାନ୍ କହିଛନ୍ତି । ଏପରିକି ପିଟିଆଇକୁ ବ୍ୟାନ କରିବା ପାଇଁ ପାକିସ୍ତାନ ସରକାର ଚିନ୍ତା କରୁଥିବା ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ କହିଛନ୍ତି ।

ସୂଚନାଯୋଗ୍ୟ, ମେ ୯ ତାରିଖରେ ପାରାମିଲିଟାରି ରେଞ୍ଜର୍ସଙ୍କ ଦ୍ୱାରା ଇମ୍ରାନ ଖାନ୍‌ ଗିରଫ ହେବା ପରେ ପାକିସ୍ତାନରେ ହିଂସା ସୃଷ୍ଟି ହୋଇଥିଲା। ପୂରା ଦେଶରେ ଜଳାପୋଡ଼ା ହେବା ସହ ଭଙ୍ଗାରୁଜା ହୋଇଥିଲା। ଏଥିରେ ପାକିସ୍ତାନ ଆର୍ମି ଓ ଏହାର ବରିଷ୍ଠ କର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ ପିଟିଆଇ ୱାର୍କର। ଏଥିରେ ପ୍ରାୟ ୧୦ ଜଣଙ୍କର ମୃତ୍ୟୁ ହୋଇଥିଲା।

ପାକିସ୍ତାନକୁ ଭଡା ବନ୍ଧୁକ ଭଳି ବ୍ୟବହାର କରାଯାଉଛି, ଏଥି ପାଇଁ ଆମ ସରକାର ଦାୟୀ : ଇମ୍ରାନ ଖାନ୍‌
ଇସଲାମାବାଦ : କ୍ଷମତାରୁ ହଟିବା ପରେ ପୁଣିଥରେ ପାକିସ୍ତାନ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌। ତାଙ୍କୁ କ୍ଷମତାରୁ ହଟାଇବା ପାଇଁ ବିଦେଶୀ ଷଡଯନ୍ତ୍ର ହୋଇଥିବା ନେଇ ଅଭିଯୋଗ କରିଆସୁଥିବା ଇମ୍ରାନ କହିଛନ୍ତି ଯେ ତାଙ୍କୁ କ୍ଷମତାକୁ ହଟାଇବା ପାଇଁ ସେ ଆଉ ଆମେରିକା ପ୍ରଶାସନକୁ ଦାୟୀ କରୁନାହାଁନ୍ତି। ଆମେରିକା ସହିତ ଆମର ସମ୍ପର୍କ ଚାକର ଓ ମାଲିକ ଭଳି ରହିଛି।ପାକିସ୍ତାନକୁ ଭଡ଼ା ବନ୍ଧୁକ ଭାବେ ବ୍ୟବହାର କରାଯାଉଛ॥ ଆଉ ଏଥିପାଇଁ ଆମ ପାକିସ୍ତାନ ସରକାର ହିଁ ଦାୟୀ ବୋଲି ଇମ୍ରାନ କହିଛନ୍ତି।

ଫାଇନାନ୍ସିଆଲ୍ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ସେ ଓ୍ବାଶିଂଟନ୍ ଓ ଇସଲାମାବାଦ ଭିତରେ ଏକ ‘ଗାରିମାପୂର୍ଣ୍ଣ’ ସମ୍ପର୍କ ଚାହାନ୍ତି। ପୂର୍ବରୁ ତାଙ୍କୁ ଗାଦିରୁ ହଟାଇବା ପାଇଁ କରାଯାଇଥିବା ଷଡଯନ୍ତ୍ରରେ ଆମେରିକାର ଭୂମିକା ଉପରେ ନିଜର ପୁରୁଣା ଟିପ୍ପଣୀ ନେଇ ଇମ୍ରାନ୍ କହିଛନ୍ତି, ଯେଉଁ ପର୍ଯ୍ୟନ୍ତ ମୋର ପ୍ରଶ୍ନ,ଏହା ଶେଷ ହୋଇଯାଇଛି, ଏହା ମୋ ପାଇଁ ଏବେ ପୁରୁଣା କଥା।’ ଇମାନ୍ କହିଛନ୍ତି,ଆମେରିକା ସହିତ ଆମର ସମ୍ପର୍କ ମାଲିକ ଓ ଚାକର ଭଳି ରହିଛି। ଆମକୁ ଭଡାରେ ବନ୍ଧୁକ ଭଳି ବ୍ୟବହାର କରାଯାଇଛି। କିନ୍ତୁ ଏଥିପାଇଁ ମୁଁ ଆମେରିକାଠାରୁ ଅଧିକ ନିଜର ସରକାରଙ୍କୁ ଦାୟୀ କରୁଛି।’ ରୁଷ ପକ୍ଷରୁ ୟୁକ୍ରେନ୍ ଉପରେ ଆକ୍ରମଣ କରିବାର ପୂର୍ବ ସନ୍ଧ୍ୟାରେ ଇମ୍ରାନ୍ ଖାନ୍ ମସ୍କୋ ଯାତ୍ରା କରିଥିଲେ। ଇମ୍ରାନଙ୍କ ମସ୍କୋ ଗସ୍ତକୁ ଯୁଦ୍ଧ ସହିତ ଯୋଡା ଯିବାପରେ ଇମ୍ରାନ୍ ଖାନ୍ କହିଛନ୍ତି, ଏହା ଲଜ୍ୟାଜନକ ଥିଲା। କାରଣ ମାସକ ପୂର୍ବରୁ ତାଙ୍କର ଯାତ୍ରା ଧାର୍ଯ୍ୟ ହୋଇସାରିଥିଲା।

ଇମ୍ରାନ୍ ଖାନ୍ ଏହା ମଧ୍ୟ କହିଛନ୍ତି ଯେ, ସେନା ପାକିସ୍ତାନ ପାଇଁ ତାଙ୍କର ଭବିଷ୍ୟତ ଯୋଜନାରେ ରଚନାତ୍ମକ ଭୂମିକା ଗ୍ରହଣ କରିପାରେ। ନାଗରିକ ଓ ସେନା ସମ୍ପର୍କରେ ସନ୍ତୁଳନ ନେଇ ଇମ୍ରାନ୍ କହିଛନ୍ତି, ଆପଣଙ୍କ ପାଖରେ ଏବେ ଏକ ନିର୍ବାଚନ ସରକାର ନାହାନ୍ତି। ଏଭଳି ସମୟରେ ସେନା ପାଖରେ ଲୋକଙ୍କର ବଡ ଦାୟିତ୍ବ ରହିଛି। ନଓ୍ବାଜ ସରିଫଙ୍କ ବିଷୟରେ ଇମ୍ରାନ୍ କହିଛନ୍ତି, ଏହା ପୁରା ପାକିସ୍ତାନ ପାଇଁ ଚିନ୍ତାର ବିଷୟ ଯେ, ସୁପ୍ରିମକୋର୍ଟଙ୍କ ଦ୍ବାରା ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି ପାକିସ୍ତାନର ଭବିଷ୍ୟତ ବିଷୟରେ ନିଷ୍ପତ୍ତି ନେବା ପାଇଁ ପ୍ରସ୍ତୁତ ଅଛନ୍ତି,ଯେଉଁଥିରେ ନୂଆ ସେନା ମୁଖ୍ୟଙ୍କ ନିଯୁକ୍ତି ମଧ୍ୟ ରହିଛି।

ଇମ୍ରାନ ଖାନ୍‌ଙ୍କୁ ଗୁଳିମାଡ଼ ପରେ ପାକିସ୍ତାନର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ; ଇସଲାମାବାଦରେ ଲାଗିଲା ଲକଡାଉନ୍
ନୂଆଦିଲ୍ଲୀ : ଗତକାଲି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ଅଧ୍ୟକ୍ଷ ଇମ୍ରାନ ଖାନ୍‌ଙ୍କ ଉପରେ ଗୁଳିମାଡ଼ ହେବାପରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଇମ୍ରାନଙ୍କ ସମର୍ଥକମାନେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ସ୍ଥିତି ଅଣାୟତ ହୋଇପଡ଼ିଥିବା ବେଳେ ଇସଲାମାବାଦରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି । ସହବାଜ ସରକାରଙ୍କ ସୁପାରିଶ ଅନୁସାରେ ଏହି ସମ୍ପୂର୍ଣ୍ଣ ଅଞ୍ଚଳ ସିଲ୍ କରିଦିଆଯାଇଛି । ତେବେ ଇସଲାମାବାଦରେ ତାଲା ପକାଇବା ସମୟରେ ଅତ୍ୟାବଶ୍ୟକ ସେବା ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ। ଜଳ ଯୋଗାଣ, ରାସନ ଯୋଗାଣ ଏବଂ ଚିକିତ୍ସା ସେବା ଇତ୍ୟାଦି ଜାରି ରହିବ। ଏପରିକି ମଦ୍ରାସା, ସ୍କୁଲ ଓ କଲେଜଗୁଡ଼ିକ ବନ୍ଦ କରିଦେଇଛି ପ୍ରଶାସନ । ସମର୍ଥକଙ୍କ ବିରୋଧ ପ୍ରଦର୍ଶନକୁ ଦେଖି ଏପରି ପଦକ୍ଷେପ ନିଆଯାଇଛି ।

ସୂଚନାଯୋଗ୍ୟ, ଗତକାଲି ପାକିସ୍ତାନର ୱାଜିରାବାଦର ଜାଫର ଅଲ୍ଲୀ ଖାଁ ଚୌକରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆଜାଦୀ ମାର୍ଚ୍ଚରେ ଯିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼ କରାଯାଇଥିଲା । ଆକ୍ରମଣକାରୀ ଏକେ-୪୭ରେ ଇମ୍ରାନ୍ ଙ୍କ ଉପରେ ୪ ରାଉଣ୍ଡ ଗୁଳି ଚଳାଇଥିଲେ । ତେବେ ଇମ୍ରାନଙ୍କ ଗୋଡ଼ରେ ଗୁଳି ବାଜିଥିବା ବେଳେ ସେ ଏବେ ଲାହୋର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ବର୍ତ୍ତମାନ ଇମ୍ରାନ ବିପଦମୁକ୍ତ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ଏହି ଆକ୍ରମଣରେ ଇମ୍ରାନଙ୍କ ଜଣେ ସହଯୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୨ ଜଣ ସହଯୋଗୀ ଆହତ ହୋଇଛନ୍ତି ।

ଅନ୍ୟପଟେ ଇମ୍ରାନ ଖାନଙ୍କୁ ଗୁଳି ମାରିଥିବା କଥାକୁ ସ୍ୱୀକାର କରିଛି ଗିରଫ ଅଭିଯୁକ୍ତ । ଆକ୍ରମଣକାରୀ ନାଁ ମହମ୍ମଦ ନାଭେଦ । ଅପରାଧ ସ୍ୱୀକାର କରିବା ସହ କେବଳ ଇମ୍ରାନଙ୍କୁ ହତ୍ୟା କରିବାକୁ ଚାହୁଁଥିବା ବୋଲି କହିଛି । ସେ କହିଛି, ଇମ୍ରାନ୍‌ ମିଛ କହି ଲୋକଙ୍କୁ ଲଗାତାର ବିଭ୍ରାନ୍ତ କରି ଚାଲୁଥିଲେ । ଏଥିରେ ଅତିଷ୍ଠ ହୋଇ ସେ ଏଭଳି ପଦକ୍ଷେପ ନେଲା ବୋଲି ପାକିସ୍ତାନ ପୋଲିସକୁ ନିଜ ବୟାନରେ କହିଛନ୍ତି ଅଭିଯୁକ୍ତ ମହମ୍ମଦ ନାଭେଦ । ସେ ଆହୁରି କହିଛି, ତା ପଛରେ କେହି ନାହାନ୍ତି । ଏକା ଆସିଥିଲା । ଇମ୍ରାନ୍‌ ଖାନ ଲାହୋର ଛାଡିବା ଦିନଠାରୁ ହତ୍ୟା କରିବା ପାଇଁ ଯୋଜନା କରିଥିବା ବୋଲି ଆକ୍ରମଣକାରୀ କହିଛି ।

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗୁଳିମାଡ଼
କରାଚି: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗୁଳିମାଡ଼ ହୋଇଛି। ଏକ ରାଲି ବେଳେ ଓ୍ବଜିରାବାଦର ଆଲାଓ୍ବଲା ଚୌକରେ ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି। ଏହି ଗୁଳିମାଡ଼ରେ ଇମ୍ରାନଙ୍କ ମ୍ୟାନେଜରଙ୍କ ସମେତ ଆଉ ୪ ଜଣ ଆହତ ହୋଇଥିବା ସୂଚନା । ଉକ୍ତ ଗୁଳିମାଡରେ ଇମ୍ରାନ ସାମାନ୍ୟ ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁଳିମାଡ଼ କରିଥିବା ଦୁର୍ବୃତ୍ତ ଜଣଙ୍କୁ ଗିରଫ କରାଯାଇଛି।

ଉପହାର ବିକ୍ରି ମାମଲା: ଇମ୍ରାନ ଖାନଙ୍କୁ ଅଯୋଗ୍ୟ ଘୋଷଣା କଲେ ନିର୍ବାଚନ କମିଶନ,ଆଉ ଲଢିପାରିବେନି ନିର୍ବାଚନ
ନୂଆଦିଲ୍ଲୀ : ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଏକ ବଡ ଝଟକା ଦେଇଛନ୍ତି ନିର୍ବାଚନ କମିଶନ । ନିର୍ବାଚନ ଆୟୋଗଙ୍କ ଘୋଷଣା ମୁତାବକ ସେ ଆଉ ନିର୍ବାଚନ ଲଢିପାରିବେ ନାହିଁ । ଆଜି କମିଶନ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି। ଏଥିସହ ପିଟିଆଇ ଅଧ୍ୟକ୍ଷ ଇମ୍ରାନ ଖାନ ଆଉ ଜାତୀୟ ସଂସଦର ସଦସ୍ୟ ରହିପାରିବେ ନାହିଁ ବୋଲି କମିଶନ କହିଛନ୍ତି।କ୍ଷମତାରେ ଥିବା ବେଳେ ଇମ୍ରାନ ଖାନଙ୍କୁ ଅନେକ ଦେଶରୁ ଉପହାର ମିଳିଥିଲା। ହେଲେ ଏ ସମ୍ପର୍କରେ ସେ ସରକାରୀ ଅଧିକାରୀଙ୍କୁ ଉପଯୁକ୍ତ ସୂଚନା ଦେଇଥିଲେ। ଏଥିପାଇଁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି।

ରାୟରେ କମିଶନ କହିଛି, ପିଟିଆଇ ଅଧ୍ୟକ୍ଷ ଇମ୍ରାନ ଏବେ ନ୍ୟାସନାଲ ଆସେମ୍ବଲିର ସଦସ୍ୟ ନାହାନ୍ତି । ଏଥିସହିତ ଇମ୍ରାନ ଖାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କମିଶନ ଆଦେଶ ଦେଇଛି । ପାକିସ୍ତାନର ମୁଖ୍ୟ ନିର୍ବାଚନ କମିଶନର ସିକନ୍ଦର ସୁଲତାନଙ୍କ ଅଧ୍ୟକ୍ଷତାରେ ୪ ଜଣିଆ ସଦସ୍ୟ ବେଞ୍ଚ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ଏହି ନିଷ୍ପତ୍ତି ପରେ ନିର୍ବାଚନ କମିଶନ କାର୍ଯ୍ୟାଳୟର ସୁରକ୍ଷା ବୃଦ୍ଧି କରାଯିବା ସତ୍ତ୍ବେ ମଧ୍ୟ ଗୁଳିମାଡ କରାଯାଇଛି। ଇମ୍ରାନଙ୍କ ସମର୍ଥକ ମାନେ ନିର୍ବାଚନ କମିଶନ ଅଫିସ ଆଗରେ ହୋହାଲ୍ଲା କରିବା ସହ ଅପ୍ରିତିକର ପରିସ୍ଥିତି ସୃଷ୍ଟି କରୁଛନ୍ତି।

ପାକିସ୍ତାନରେ କ୍ଷମତାରେ ଥିବା ମେଣ୍ଟ ସରକାରର ଜଣେ ସାଂସଦ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲେ କି, ଇମ୍ରାନ ଖାନ ତୋଶଖାନାରେ ଥିବା ଉପହାରଗୁଡିକ ଶସ୍ତା ଦାମରେ କିଣି ଏହାକୁ ଅଧିକ ଦାମରେ ବିକ୍ରି କରିଦେଇଥିଲେ । ଏହି ଆବେଦନ ଉପରେ ନିର୍ବାଚନ ଆୟୋଗ ସମସ୍ତ ପକ୍ଷଙ୍କୁ ଶୁଣିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି ।

ଇମ୍ରାନ ଖାନ ୨୦୧୮ ରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇଥିଲେ । ସେ ଆରବଦେଶଗୁଡିକୁ ବୁଲିବାକୁ ଯିବା ବେଳେ ତାଙ୍କୁ ଅନେକ ଉପହାର ମିଳିଥିଲା । ଇମ୍ରାନ ଖାନ ସେହି ଉପହାରଗୁଡିକ ତୋଶଖାନାରେ ଜମା କରିଥିଲେ । ମାତ୍ର କିଛିଦିନ ପରେ ଇମ୍ରାନ ଖାନ ତୋଶଖାନାରୁ ଏହି ଉପହାରଗୁଡିକୁ ଶସ୍ତାଦାମରେ କିଣି ତାହାକୁ ଅଧିକ ଦାମରେ ବିକ୍ରି କରିଦେଇଥିଲେ । ଏହି ପୁରା ପକ୍ରିୟାକୁ ସେ ଆଇନଗତ ଅନୁମତି ପାଇଥିଲେ । ଏହି ମାମଲାରେ ଶୁଣାଣି ବେଳେ ଇମ୍ରାନ ଖାନ ନିର୍ବାଚନ କମିଶନଙ୍କୁ କହିଥିଲେ କି ରାଜ୍ୟ ରାଜକୋଷରୁ ଏହି ଉପହାରଗୁଡିକୁ ସେ ୨.୧୫ କୋଟି ଟଙ୍କାରେ କିଣି ତାହାକୁ ୫.୮ କୋଟି ଟଙ୍କାରେ ବିକ୍ରି କରିଦେଇଥିଲେ ।

ନିୟମ ଅନୁସାରେ ରାଷ୍ଟ୍ର ମୁଖ୍ୟଙ୍କୁ ମିଳିଥିବା ଦାମୀ ଉପହାର ତୋଶଖାନାକୁ ଯିବ। କିନ୍ତୁ ଶାସକ ଚାହିଁଲେ ଏହି ଉପହାରଗୁଡ଼ିକୁ ୫୦% ରିହାତିରେ କିଣି ପାରିବେ। ଇମ୍ରାନ ଖାନ ଦାମୀ ଘଣ୍ଟା, ଗହଣା, ଡିଜାଇନର ହ୍ୟାଣ୍ଡବ୍ୟାଗ ଓ ଅତରକୁ ରିହାତି ଦରରେ କିଣିଥିଲେ। ପରବର୍ତ୍ତୀ ଅବସ୍ଥାରେ ଏହାକୁ ଅଧିକ ଦାମରେ ସେ ବିକ୍ରି କରି ନିଜ ପଦପଦବୀର ଅପବ୍ୟବହାର କରିଥିଲେ। ତେଣୁ ଏହି ମାମଲାରେ ସେ ଅଯୋଗ୍ୟ ବିବେଚିତ ହୋଇଛନ୍ତି।

ଭାରତ ସ୍ୱାଧୀନ; ଆମେ କିନ୍ତୁ ଚାକର: ଇମ୍ରାନ ଖାନ୍
ଇସଲାମାବାଦ: ବିଗତ କିଛି ଦିନ ଧରି ଭାରତ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରି ଆସୁଥିବା ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଏବେ ଆଉ ଏକ ମନ୍ତବ୍ୟ ଦେଇ ଚର୍ଚ୍ଚିତ ହୋଇପଡ଼ିଛନ୍ତି। ଭାରତ ସ୍ୱାଧୀନ ଭାବେ କାର୍ଯ୍ୟ କରୁଥିବା ବେଳେ ପାକିସ୍ତାନ ସରକାରଙ୍କୁ ସେ ଚାକର ବୋଲି କହିଛନ୍ତି। ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ କମିବା ପ୍ରସଙ୍ଗରେ ଇମ୍ରାନ କହିଛନ୍ତି ଯେ, ଆମେ ହେଉଛୁ ଆମେରିକାର କ୍ରୀତଦାସ। ଭାରତ ଆମେରିକାର କଟକଣା ସତ୍ତ୍ବେ ରୁଷରୁ ଶସ୍ତାରେ ତେଲ କିଣି ନିଜ ଦେଶରେ ମୂଲ୍ୟ ହ୍ରାସ କରୁଛି। କିନ୍ତୁ ଆମେରିକାର ଚାକରମାନେ ତେଲ ଦର ବଢାଇ ଚାଲିଛନ୍ତି। ଏହାଦ୍ବାରା ଭାରତ କେତେ ସ୍ବାଧୀନ ଏବଂ ନିଜସ୍ବ ନୀତିରେ କିଭଳି କାର୍ଯ୍ୟ କରୁଛି ତାହା ପ୍ରମାଣିତ ହୋଇଛି। କିନ୍ତୁ ଆମେ (ପାକିସ୍ତାନବାସୀ) ହେଉଛୁ ଚାକର ବୋଲି ଇମ୍ରାନ ସୈକାବାଦଠାରେ ନିଜ ଦଳ ପାକିସ୍ତାନ ତେହରିକ-ଏ-ଇନସାଫ(ପିଟିଆଇ) କର୍ମୀଙ୍କୁ ସମ୍ବୋଧନ କରି କହିଛନ୍ତି ।