Brajarajanagar by-election - The Sakala

ବ୍ରଜରାଜନଗର ଉପନିର୍ବାଚନ: ଦ୍ୱିତୀୟ ରାଉଣ୍ଡ ଶେଷରେ ୭୬୨୫ ଭୋଟରେ ବିଜେଡି ପ୍ରାର୍ଥୀ ଆଗୁଆ
ବ୍ରଜରାଜନଗର: ବ୍ରଜରାଜନଗର ଉପନିର୍ବାଚନ ପାଇଁ ଜାରି ରହିଛି ଭୋଟ ଗଣତି । ଦ୍ୱିତୀୟ ରାଉଣ୍ଡ ଶେଷରେ ୭୬୨୫ ଭୋଟରେ ଆଗୁଆ ଅଛନ୍ତି ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି । ବିଜେଡି ପ୍ରାର୍ଥୀଙ୍କୁ ଦ୍ୱିତୀୟ ରାଉଣ୍ଡରେ ୫,୫୧୫ ଭୋଟ୍ ମିଳିଛି । ସେହିଭଳି ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କୁ ୧,୪୭୯ ଭୋଟ୍ ମିଳିଛି । କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ୬୮୫ ଭୋଟ୍ ମିଳିଛି ।

ବ୍ରଜରାଜନଗର ଉପନିର୍ବାଚନ ପାଇଁ ମୋଟ ୧୪ଟି ଟେବୁଲରେ ଭୋଟ ଗଣତି ହେଉଛି । ୨୭୯ ବୁଥର ଭୋଟ୍ ୨୦ ରାଉଣ୍ଡରେ କାଉଣ୍ଟିଂ ହେଉଛି । ପ୍ରତି ଟେବୁଲରେ ଅଛନ୍ତି ୪ ଜଣ କାଉଣ୍ଟିଂ ଅଫିସର । ଭୋଟ ଗଣତି ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଗଣତି କେନ୍ଦ୍ରରେ କେନ୍ଦ୍ରୀୟ ଅର୍ଦ୍ଧ ସୁରକ୍ଷା ବଳ, ସଶସ୍ତ୍ର ପୋଲିସ ବାହିନୀ ସହ ଓଡ଼ିଶା ପୋଲିସର ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ବ୍ରଜରାଜନଗର ଉପନିର୍ବାଚନ ପାଇଁ ଚାଲିଛି ଭୋଟଗ୍ରହଣ
ଝାରସୁଗୁଡା: ବହୁ ପ୍ରତୀକ୍ଷିତ ବ୍ରଜରାଜନଗର ଉପନିର୍ବାଚନ ପାଇଁ ଚାଲିଛି ଭୋଟଗ୍ରହଣ। ନିର୍ବାଚନ ମଇଦାନରେ ୧୧ ଜଣ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି। ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁଯାୟୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ୨୭୯ ବୁଥ୍‍ରେ ୨,୧୪,୮୭୮ ଜଣ ଭୋଟର ସେମାନଙ୍କର ମତ ସାବ୍ୟସ୍ତ କରୁଛନ୍ତି। ଏହି ଭୋଟରମାନଙ୍କ ମଧ୍ୟରୁ ୧,୧୦,୦୫୦ ଜଣ ପୁରୁଷ, ୧,୦୪,୮୧୧ ଜଣ ମହିଳା ଓ ୧୭ ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି। ୨୭୯ଟି ବୁଥ୍‍ ମଧ୍ୟରୁ ୫ଟି ପିଙ୍କ୍‍ ଓ ୧୫ଟି ଆଦର୍ଶ ବୁଥ୍‍ ରହିଛି। ଏହାସହ ୬୦ଟି ବୁଥ୍‍ ସମ୍ୱେଦନଶୀଳ ଭାବରେ ଚିହ୍ନଟ କରାଯାଇଛି।

ସୁରକ୍ଷା ଦୃଷ୍ଟିରୁ ଉକ୍ତ ବୁଥ ଗୁଡ଼ିକ ସହିତ ମୋଟ ୧୪୫ଟି ବୁଥ୍‍ରେ ୱେବ୍‍ କାଷ୍ଟିଂ କରାଯିବାର ବ୍ୟବସ୍ଥା ହୋଇଛି। ଅପରପକ୍ଷରେ ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ପ୍ରତି ଭୋଟଗ୍ରହଣ କେନ୍ଦ୍ରରେ ଜଣେ ପ୍ରିଜାଇଡିଂ ଅଧିକାରୀଙ୍କ ସହିତ ୩ ଜଣ ପୁଲିଂ ଅଧିକାରୀ ହିସାବରେ ମୋଟ ୧,୧୧୬ ଜଣ ଅଫିସିଆଲ୍‍ ନିଯୁକ୍ତି ହୋଇଛନ୍ତି। ୨୭୯ ଜଣ ପ୍ରିଜାଇଡିଂ ଅଧିକାରୀ ଓ ୮୩୭ ଜଣ ପୋଲିଂ ଅଧିକାରୀ ରହିଛନ୍ତି। ସେହିପରି ପ୍ରତି ବୁଥରେ ଜଣେ ଲେଖାଁଏ ପୁଲିସ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି। ୫ଟି ପିଙ୍କ୍‍ ବୁଥରେ ଜଣେ ଲେଖାଁଏ ପୁଲିସ ସୁରକ୍ଷା କର୍ମୀ ଓ ପ୍ରିଜାଇଡିଂ ଅଧିକାରୀ ଓ ୩ ଜଣ ଲେଖାଁଏ ପୋଲିଂ ଅଧିକାରୀଙ୍କୁ ମିଶାଇ ମୋଟ ୨୫ ଜଣ ଅଫିସିଆଲଙ୍କୁ ନିୟୋଜିତ କରାଯାଇଛି। ଏହାସହ ଅତିରିକ୍ତ ୫ଟି ପୁଲିଂ ଦଳକୁ ତାଲିମ ଦିଆଯାଇ ନିର୍ବାଚନ ପାଇଁ ରିଜର୍ଭ ରଖାଯାଇଥିବା ସୂଚନା ଦିଆଯାଇଛି।

ନେତା ବାଛିବ ବ୍ରଜରାଜନଗର : ଭୋଟ୍‌ ପାଇଁ ବୁଥ୍‌ ପ୍ରସ୍ତୁତ, ବୟସ୍କ ଓ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା
ବ୍ରଜରାଜନଗର : ରାତି ପାହିଲେ ବ୍ରଜରାଜନଗର ଉପନିର୍ବାଚନ ଲାଗି ଭୋଟ୍‌ ଗ୍ରହଣ। ଏଥିପାଇଁ ସବୁ ଭୋଟ୍‌ ଗ୍ରହଣ କେନ୍ଦ୍ରରେ ପ୍ରସ୍ତୁତି ଶେଷ ହୋଇଛି। ବ୍ରଜରାଜନଗର ଉପନିର୍ବାଚନ ନିମନ୍ତେ ମଙ୍ଗଳବାର ସକାଳ ୭ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଭୋଟ୍‌ ଗ୍ରହଣ କରାଯିବ। ଏହି ନିର୍ବାଚନ ମଣ୍ଡଳୀ‌ର ମୋଟ ୨ ଲକ୍ଷ ୧୪ ହଜାର ୮୭୮ ଭୋଟର୍‌ ସେମାନଙ୍କ ମତଦାନ କରିବେ। ଭୋଟରମାନେ କିଭଳି ଶୃଙ୍ଖଳିତ ଓ ସୁବିଧାରେ ମତଦାନ କରିବେ ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟପକ ବ୍ୟବସ୍ଥା କରାଯାଇଛି। ନିର୍ବାଚନ କମିଶନଙ୍କ ତତ୍ତ୍ୱାବଧାନରେ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରସ୍ତୁତି ଶେଷ କରିଛି । ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବାକୁ ପୁଲିସ ଓ ପ୍ରଶାସନ ତତ୍ପରତା ପ୍ରକାଶ କରିଛନ୍ତି । ଏଥର ବୁଥକୁ କେନ୍ଦ୍ରୀୟ ସୁରକ୍ଷା ବାହିନୀ ଜଗିବେ।

ଲଖନପୁର ବ୍ଲକର ସମସ୍ତ ୩୩ଟି ପଞ୍ଚାୟତ, ଝାରସୁଗୁଡ଼ା ବ୍ଲକର ୫ଟି ପଞ୍ଚାୟତ, ବେଲପାହାଡ଼ ଓ ବ୍ରଜରାଜନଗର ପୌରାଞ୍ଚଳକୁ ନେଇ ଗଠିତ ହୋଇଛି ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ। ଉପନିର୍ବାଚନରେ ୧୧୦୦୫୦ ଜଣ ପୁରୁଷ, ୧୦୪୮୧୧ ଜଣ ମହିଳା ଓ ୧୭ ଜଣ ତୃତୀୟ ଲିଙ୍ଗ ଭୋଟରଙ୍କୁ ମିଶାଇ ମୋଟ ୨୧୪୮୭୮ ଜଣ ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ । ପୋଲିସ ପ୍ରଶାସନ ଦ୍ୱାରା ଚିହ୍ନଟ ହୋଇଥିବା ୬୦ ଗୋଟି ଉତ୍ତେଜନାପ୍ରବଣ ବୁଥ୍‌ରେ ମତଦାନ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେସବୁ ବୁଥ୍‌ରେ ୫୦ ଜଣ ମାଇକ୍ରୋ ଅବଜରଭରଙ୍କ ସହ ଅତିରିକ୍ତ କେନ୍ଦ୍ରୀୟ ପୁଲିସବଳଙ୍କୁ ନିଯୁକ୍ତି ସହ ୱେବକାଷ୍ଟିଂର ବ୍ୟବସ୍ଥା କରାଯାଇଛି । ସମୁଦାୟ ବୁଥ୍‌ର ୫୦ ପ୍ରତିଶତ ବୁଥ୍‌ରେୱେବକାଷ୍ଟିଂ କରାଯିବ । ନିର୍ବାଚନ ଦିନ ସମଗ୍ର ନିର୍ବାଚନ ମଣ୍ଡଳୀ ସହ ସମଗ୍ର ଜିଲ୍ଲାରେ ଶାନ୍ତିଶୃଙ୍ଖଳା ରକ୍ଷା ଦିଗରେ ଝାରସୁଗୁଡ଼ା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ କଡ଼ା ନଜର ରଖିଛନ୍ତି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି ।

ବ୍ରଜରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀରେ ୨୭୯ଟି ବୁଥରୁ ୨୨ଟି ନୁଆ ବୁଥ କରାଯାଇଛି । ଚଳିତ ନିର୍ବାଚନରେ ୨ ଲକ୍ଷ ୧୪ ହଜାର ୮୭୮ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ଉପନିର୍ବାଚନକୁ ଶାନ୍ତି ଶ୍ରୁଙ୍ଖଳା ସହ ସମାପନ କରିବାକୁ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରସ୍ତୁତି ଶେଷ କରିଛି । ୨୭୯ ବୁଥ ମଧ୍ୟରୁ ୬୦ଟି ବୁଥ ସମ୍ବେଦନଶୀଳ ବୁଥ ଭାବେ ଚିହ୍ନଟ କରାଯାଇ ଥିଲା ବେଳେ ଭୋଟରମାନଙ୍କ ସୁବିଧା ନିମନ୍ତେ ୩୦ ଗୋଟି ମଡେଲ୍‌ ବୁଥ୍‌ ସ୍ଥାପନା କରାଯାଇଛି ଓ ସେଠାରେ ଭୋଟରମାନଙ୍କ ପାଇଁ ଟେଣ୍ଟ, ପାନୀୟ ଜଳର ବ୍ୟବସ୍ଥା ଏବଂ ବରିଷ୍ଠ ଭୋଟରମାନଙ୍କ ନିମନ୍ତେ ସ୍ୱତନ୍ତ୍ର ଧାଡ଼ିର ମଧ୍ୟ ବ୍ୟବସ୍ଥା କରାଯାଇଛି । ସେହିପରି ୫ ଗୋଟି ପିଙ୍କ ବୁଥ୍‌ ସ୍ଥାପନ କରାଯାଇଛି, ଯେଉଁଠାରେ କେବଳ ମହିଳା କର୍ମଚାରୀମନେ ଭୋଟଗ୍ରହଣ କାର୍ଯ୍ୟ ସଂପାଦନ କରିବେ । ବରିଷ୍ଠ ଭୋଟର ଏବଂ ଦିବ୍ୟାଙ୍ଗ ଭୋଟରଙ୍କ ନିମନ୍ତେ ସବୁ ବୁଥ୍‌ରେ ରାମ୍ପ, ହ୍ୱିଲ୍‌ଚେୟାର ସହ ସେ୍ୱଚ୍ଛାସେବକମାନଙ୍କୁ ନିଯୁକ୍ତ କରାଯାଇଛି। ୮୦ ବର୍ଷରୁ ଊଦ୍ଧ୍ୱର୍ ଭୋଟର, ଯେଉଁମାନେ କି ପୋଷ୍ଟାଲ ବାଲାଟ୍‌ ମାଧ୍ୟମରେ ଭୋଟ ଦେବା ପାଇଁ ପସନ୍ଦ କରିଥିଲେ ସେମାନଙ୍କ ମଧ୍ୟରୁ ୩୧୨ ଜଣ ଯୋଗ୍ୟ ଭୋଟର ମତଦାନ କରିଛନ୍ତି ଓ ସେସବୁଗୁଡ଼ିକୁ ଷ୍ଟ୍ରଙ୍ଗରୁମ୍‌ରେ ସୁରକ୍ଷିତ ଭାବେ ରଖାଯାଇଛି ।

ଅନ୍ୟପକ୍ଷରେ ଭୋଟରଙ୍କୁ ସୁରକ୍ଷା ଯୋଗାଇବା ଓ ନିର୍ବାଚନକୁ ସୂଚାର ରୂପେ ତୁଲାଇବାକୁ ୩ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବାହିନୀ ସହ ପ୍ରାୟ ୧ ହଜାର ପୋଲିସ କର୍ମୀଙ୍କୁ ନିୟୋଜିତ କରାଯାଇ ସବୁ ପ୍ରକାର ଅପ୍ରୀତିକର ପରିସ୍ଥିତି ପ୍ରତି ସତର୍କ ନଜର ରଖାଯାଇଥିବା ଏସପି ପ୍ରକାଶ କରିଛନ୍ତି । ଜିଲ୍ଲାପାଳ ସରୋଜ କୁମାର ସାମାଲ ଓ ଏସ୍‌ପି ରାହୁଲ ଜୈନ ସୋମବାର ବିଭିନ୍ନ ବୁଥ ବୁଲି ଅନୁଧ୍ୟାନ କରିଛନ୍ତି। ସାଧାରଣ ପର୍ଯ୍ୟବେକ୍ଷକ, ଖର୍ଚ୍ଚ ପର୍ଯ୍ୟବେକ୍ଷକ ସହିତ ମାଇକ୍ରୋ ପର୍ଯ୍ୟବେକ୍ଷକ ପରିସ୍ଥିତି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି। ଶାନ୍ତିଶୃଙ୍ଖଳା ପାଇଁ ସିଆର୍‌ପିଏଫ୍‌, ବିଏସ୍‌ଏଫ୍‌, ରାଜ୍ୟ ସଶସ୍ତ୍ର ପୁଲିସ ବାହିନୀର ଏକାଧିକ କମ୍ପାନିଙ୍କୁ ମୁତୟନ କରାଯାଇଛି।