Barabati T20 - The Sakala
କଟକ : ଐତିହାସିକ ବାରବାଟୀ ଷ୍ଟାଡିୟମକୁ ଅଢ଼େଇ ବର୍ଷ ପରେ ଆସିଛି ଅନ୍ତର୍ଜାତୀୟ ମ୍ୟାଚ୍‍। ଆଜି ସଂଧ୍ୟା ୭ଟାରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା ଟିମ୍। ଚଳିତ ୫ଟିକିଆ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଖେଳିବାକୁ ସେମାନେ ଏଠାରେ ପଡ଼ିଆକୁ ଓହ୍ଲାଇବେ। ଏହି ମ୍ୟାଚ୍‌କୁ ନେଇ ରାଜ୍ୟର କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ଦେଖିବାକୁ ମିଳିଛି। ଟିକେଟ ବିକ୍ରି ସମୟରେ ଯେଉଁଭଳି ଭିଡ ଦେଖିବାକୁ ମିଳିଥିଲା ତାହା ଦର୍ଶାଉଛି ଯେ ବାରବାଟୀରେ ଖଚାଖଚ ଦର୍ଶକ ରହିବେ । ବହୁ ଦର୍ଶକଙ୍କ ଆଗମନ ହେବାକୁ ଥିବାରୁ କମିଶନରେଟ୍‌ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
ଅପରାହ୍ନ ୩ଟାରୁ ସମସ୍ତ ଗେଟ୍ ଖୋଲାଯିବ। ଦର୍ଶକମାନେ ଯେଭଳି ବିନା ଭିଡ଼ରେ ଷ୍ଟାଡିୟମ ଭିତରେ ପ୍ରବେଶ କରି ପାରିବେ, ସେହି ଉଦ୍ଦେଶ୍ୟରେ ଏଭଳି ବ୍ୟବସ୍ଥା କରାଯାଇଥିବା ଡିସିପି ପିନାକ୍ ମିଶ୍ର ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ବାରବାଟୀରେ ମ୍ୟାଚ୍ ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୩ ଡିସିପି ଦାୟିତ୍ବରେ ରହିବେ। ତାଙ୍କ ସହିତ ୭ ଜଣ ଅତିରିକ୍ତ ଏଡିସିପି, ୩୨ ଏସିପି, ୪୫ ଇନ୍‌ସ୍ପେକ୍ଟର, ୨୭୦ ଏସଆଇ, ୧୧୩ ଟ୍ରାଫିକ, ୬୨ ପ୍ଲାଟୁନ୍ ଫୋର୍ସ, ୪୩ ମହିଳା କନଷ୍ଟେବଳ, ୧୭୦ ହୋମଗାର୍ଡ ନିୟୋଜିତ ହେବେ। ଷ୍ଟାଡିୟମ୍ ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥାରେ ଯେଭଳି କୌଣସି ତ୍ରୁଟି ନରହିବ, ସେ ଦିଗରେ ଦୃଢ ପଦକ୍ଷେପ ନିଆଯିବ ‌ବୋଲି ଡିସିପି ସୂଚନା ଦେଇଛନ୍ତି।
କଟକ ବାହାର ଦର୍ଶକ କେଉଁବାଟେ ଷ୍ଟାଡିୟମକୁ ଆସିବେ?
କଟକକୁ ଭୁବନେଶ୍ବର କିମ୍ବା ଜଗତପୁର ପଟୁ କେହି ଆସୁଥିଲେ ଜାତୀୟ ରାଜପଥରେ ଶିଖରପୁର ଦେଇ ଗୁରୁଦ୍ବାରା-ଯୋବ୍ରା- ମାତାମଠ-ଗଡ଼ଗଡ଼ିଆ ମନ୍ଦିର-ବାମ୍ବୋ ଡିପୋ ଦେଇ ୧୪ ନଂ ଗେଟ୍‌ରେ ଷ୍ଟାଡିୟମକୁ ପ୍ରବେଶ କରିବେ। ସେଠୁ ବାରବାଟୀର ବିଭିନ୍ନ ଗେଟ୍‌ରେ ଷ୍ଟାଡିୟମ୍‌କୁ ଟିକେଟ୍‌ରେ ଉଲ୍ଲେଖ ଥିବା ଗ୍ୟାଲେରି ଅନୁଯାୟୀ ପ୍ରବେଶ କରିବେ। ସେହିଭଳି ପଟିଆ ପଟୁ ଆସିଲେ ପଟିଆ ଛକ-ରଘୁନାଥପୁର-ବାରଙ୍ଗ-ତ୍ରିଶୂଳିଆ-ବେଲଭ୍ୟୁ-ସତୀଚଉରା-ଚହଟା-କ୍ୟାଣ୍ଟନମେଣ୍ଟ-ବାମ୍ବୋ ଡିପୋ ଦେଇ ୧୪ ନଂ ଗେଟ୍‌ରେ ପ୍ରବେଶ କରିବେ।
କେଉଁଠି କିଏ କରିବେ ଗାଡି ପାର୍କିଂ
୧. ତଳ ବାଲିଯାତ୍ରା ପଡ଼ିଆରେ ସର୍ବସାଧାରଣଙ୍କ ପାଇଁ ସିଏମ୍‌ସି ପକ୍ଷରୁ ପାର୍କିଂ ବ୍ୟବସ୍ଥା କରାଯାଇଛି।
୨. ଉପର ବାଲିଯାତ୍ରା ପଡ଼ିଆରେ ଜରୁରିକାଳୀନ ସେବା ଯୋଗାଉଥିବା ସରକାରୀ ସଂସ୍ଥାର ଅଧିକାରୀଙ୍କ ପାଇଁ ପାର୍କିଂ ବ୍ୟବସ୍ଥା କରାଯାଇଛି। ଯେମିତିକି ଅଗ୍ନିଶମ, ପୁଲିସ, ଆମ୍ବୁଲାନ୍ସ ଭଳି ସେବା ଯୋଗାଉଥିବା ସଂସ୍ଥାର ଅଧିକାରୀ ଗାଡ଼ି ପାର୍କିଂ କରିବେ।
୩. ଗେଟ୍ ନଂ ୧ରେ ପ୍ରବେଶ କଲା ପରେ କ୍ରିକେଟ୍ ଏକାଡେମିରେ ଓସିଏ ସଦସ୍ୟଙ୍କ ପାଇଁ ପାର୍କିଂର ବ୍ୟବସ୍ଥା ରହିଛି।
୪. ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ କେମ୍ବ୍ରିଜ ସ୍କୁଲ ପରିସରରେ ପାର୍କିଂ ବ୍ୟବସ୍ଥା ରହିଛି।
୫. ୧୪ ନଂ ଗେଟ୍‌ରେ ପ୍ରବେଶ କରି ସେଣ୍ଟ ଜାଭିଅର ସ୍କୁଲ ପରିସରରେ ବିସିସିଆଇର ଅଧିକାରୀ, ମ୍ୟାଚ୍ ରେଫରି, ଅମ୍ପେୟାର, ଓସିଏ ଅଧିକାରୀ ଓ ଅତିଥିଙ୍କ ପାଇଁ ପାର୍କିଂ ବ୍ୟବସ୍ଥା ରହିଛି।
୬. ହର୍ସ ଗେଟ୍ ସାମନାରେ ବିଚାରପତି ଏବଂ ଟିଭି କ୍ରିଉଙ୍କ ପାଇଁ ପାର୍କିଂ ବ୍ୟବସ୍ଥା ରହିଛି।
କେଉଁ ଗାଡି ପାଇଁ କେତେ ପାର୍କିଂ ଫି
ତଳ ବାଲିଯାତ୍ରା ପଡ଼ିଆରେ ଦର୍ଶକଙ୍କ ପାଇଁ ପାର୍କିଂ ବ୍ୟବସ୍ଥା ହୋଇଥିବା ବେଳେ ଯାନ ଅନୁଯାୟୀ ଚାରି ପ୍ରକାର ମୂଲ୍ୟ ସ୍ଥିର ହୋଇଛି। ଚାରି ଚକିଆ ଗାଡ଼ି ପାଇଁ ୫୦ ଟଙ୍କା, ତିନି ଚକିଆ ଗାଡ଼ି ପାଇଁ ୩୦ ଟଙ୍କା, ଦୁଇ ଚକିଆ ଗାଡ଼ି ପାଇଁ ୨୦ ଟଙ୍କା, ବାଇସାଇକେଲ୍ ପାଇଁ ୧୦ ଟଙ୍କା ଧାର୍ଯ୍ୟ ହୋଇଛି। ସକାଳ ୮ଟାରୁ ରାତି ୧୧ଟା ଯାଏ ପାର୍କିଂ ଖୋଲା ରହିବ। ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ଟଙ୍କା ଯଦି ପାର୍କିଂ ଦାୟିତ୍ବରେ ଥିବା ବ୍ୟକ୍ତି ନିଅନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିପାଇଁ ଟ୍ରାଫିକ୍ ପୁଲିସ ଓ ସିଏମ୍‌ସିର ଅଧିକାରୀ ମିଳିତ ଭାବେ କାର୍ଯ୍ୟ କରିବେ।
କେଉଁ ଷ୍ଟାଣ୍ଡକୁ କେଉଁ ବାଟେ ଯିବେ
ଓସିଏ ବକ୍ସ, ନ୍ୟୁ ପ୍ୟାଭିଲିୟନ୍‍, ପୁରୁଣା ପ୍ୟାଭିଲିୟନ୍‍: ଗେଟ୍‍ ନମ୍ବର ୧ ( ୱାଇଏମ୍‍ସିଏ ସାମ୍ନା)
ଗ୍ୟାଲେରୀ ନଂ ୫: ଗେଟ୍‍ ନମ୍ବର ୨ (ଆର୍ମି ରିକ୍ରୁଟିଂ ଅଫିସ)
ଗ୍ୟାଲେରୀ ନଂ ୭ ଓ ସ୍ପେସାଲ୍‍ ଏନ୍‍କ୍ଲୋଜର୍‍ ବ୍ଲକ ଏ: ଗେଟ୍‍ ନମ୍ବର ୩ (ବାରବାଟୀ ପ୍ୟାଲେସ୍‍ ପାର୍ଶ୍ବ)
ଗ୍ୟାଲେରୀ ନଂ ୬: ଗେଟ୍‍ ନମ୍ବର ୪(ଆଦିତ୍ୟ କ୍ୟାଣ୍ଟିନ)
ସ୍ପେଶାଲ୍‍ ଏନ୍‍କ୍ଲୋଜର୍‍ ବ୍ଲକ ବି: ଗେଟ୍‍ ନମ୍ବର ୫( ହର୍ସ ଗେଟ୍‍ ପାର୍ଶ୍ବ)
କର୍ପୋରେଟ୍‍ ବକ୍ସ, ଅଲିମ୍ପିକ୍‍ ବକ୍ସ ଏ: ଗେଟ୍‍ ନମ୍ବର ୬( ହର୍ସ ଗେଟ୍‍ ପାର୍ଶ୍ବ)
ଟିଭି କ୍ରିଉ: ଗେଟ୍‍ ନମ୍ବର ୭( ହର୍ସ ଗେଟ ପାର୍ଶ୍ବ)
କର୍ପୋରେଟ ବକ୍ସ ଓ ଅଲିମ୍ପିକ ବକ୍ସ ବି: ଗେଟ ନଂ ୮
ଗ୍ୟାଲେରୀ ନଂ ୧: ଗେଟ୍‍ ନମ୍ବର ୯
ଗ୍ୟାଲେରୀ ନଂ ୨: ଗେଟ୍‍ ନମ୍ବର ୧୦
ଏସି ବକ୍ସ(ଗ୍ୟାଲେରୀ ୨), କ୍ଲବ୍‍ ହାଉସ୍‍, ଏମ୍‍ଜିଏମ୍‍ ବକ୍ସ: ଗେଟ ନମ୍ବର ୧୧
ଗ୍ୟାଲେରୀ ନଂ ୩: ଗେଟ ନମ୍ବର ୧୨
ଗ୍ୟାଲେରୀ ନଂ ୪: ଗେଟ୍‍ ନମ୍ବର ୧୩
Basic idea about entry gates and parking arrangement at Barabati Stadium for 2nd T20 international Cricket Match between #INDvSA. pic.twitter.com/TSWnf88vq9
— DCP CUTTACK (@dcp_cuttack) June 11, 2022
ଷ୍ଟାଡିୟମ୍ ଭିତରକୁ ଯାଉଥିବା ଦର୍ଶକଙ୍କ ଉପରେ କଟକଣା
ଷ୍ଟାଡିୟମ୍‌ରେ ବସି ଖେଳ ଦେଖିବାକୁ ଥିବା କ୍ରୀଡ଼ାପ୍ରେମୀଙ୍କ ଉପରେ ଲାଗିଛି ଅନେକ କଟକଣା।ଷ୍ଟାଡିୟମ ଭିତରେ ପ୍ରବେଶ କରୁଥିବା ଦର୍ଶକଙ୍କୁ ମାସ୍କ ବାଧ୍ୟତାମୂଳକ କରାଯାଇଛି। ମାସ୍କ ନଥିଲେ ପ୍ରବେଶ ଅନୁମତି ମିଳିବ ନାହିଁ। ସୁରକ୍ଷା ଜନିତ କାରଣରୁ ବ୍ୟାଗ, ବ୍ରିଫକେସ, ପେଜର, ରେଡିଓ, ଡିଜିଟାଲ ଡାଏରି, ଲ୍ୟାପଟପ, ଟେପ ରେକର୍ଡର, ବାଇନା କୁଲର, ରିମୋଟ କଂଟ୍ରୋଲ ଡିଭାଇସ୍, ମ୍ୟୁଜିକାଲ ଇନଷ୍ଟ୍ରୁମେଂଟ, ଭିଡିଓ କ୍ୟାମେରା, ହେଲମେଟ, ଡିଜିଟାଲ କ୍ୟାମେରା, ଫୋଟକା ବାଣ, ଥର୍ମୋଫ୍ଲାକ୍ସ, ଜଗ, ଛତା, ବିଡ଼ି, ସିଗାରେଟ, ଦିଆସିଲି, ଲାଇଟର, ମିରର, ସିଜର, କାଚ ବସ୍ତୁ, ଛୁରି, ମାରଣାସ୍ତ୍ର, ତରଳ ଖାଦ୍ୟ, ଫଳ, ପାଣି ବୋତଲ, ପାଣି ପାଉଚ, ପଲିଥିନ୍ ଆଣିବାକୁ ଓସିଏ ଓ ପୁଲିସ୍ ପକ୍ଷରୁ ମନା କରାଯାଇଛି । ଦର୍ଶକମାନଙ୍କୁ ଗ୍ୟାଲେରିରେ ପାନୀୟ ଜଳ ଓ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯିବ ବୋଲି ସୂଚନା ଦିଆଯାଇଛି ।
ଷ୍ଟାଡିୟମ୍‌ରେ ଦର୍ଶକଙ୍କୁ ଏହିସବୁ ସୁବିଧା ମିଳିବ
ଷ୍ଟାଡିୟମ ଭିତରେ ଓସିଏ ପକ୍ଷରୁ ଦର୍ଶକଙ୍କ ପାଇଁ ଖାଦ୍ୟ ଓ ପାଣିର ବ୍ୟବସ୍ଥା କରାଯାଇଛି। ଦର୍ଶକ ଟଙ୍କା ଦେଇ ଖାଦ୍ୟ, ପାଣି କିଣି ପାରିବେ। ଷ୍ଟାଡିୟମ ଭିତରେ ଶୌଚାଳୟର ବ୍ୟବସ୍ଥା ବି କରାଯାଇଛି। ଦର୍ଶକ ଖେଳ ସମୟରେ ଷ୍ଟାଡିୟମ ବାହାରକୁ ଆସି ପୁଣି ଭିତରକୁ ଯିବାର ଅନୁମତି ନଥିବାରୁ ଓସିଏ ପକ୍ଷରୁ ଶୌଚାଳୟ ବ୍ୟବସ୍ଥା କରାଯାଇଛି।
ସୁପର ସଣ୍ଡେରେ ଆଜି ବାରବାଟୀ ମହାଲଢେଇ: ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ମୁହାମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା
କଟକ: ସୁପର ସଣ୍ଡେରେ ଆଜି ବାରବାଟୀ ଷ୍ଟାଡିୟମରେ ହେବ ସୁପର ଫାଇଟ୍ । ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ଆଜି ମୁହାମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା । ଅଢେଇ ବର୍ଷ ପରେ ଆଜି ବାରବାଟୀରେ ଟି-୨୦ ମ୍ୟାଚ ଖେଳାଯିବ । ପ୍ରତୀକ୍ଷାର ସମୟ ଯେତିକି ସରି ସରି ଆସୁଛି, କ୍ରିକେଟ୍‌ପ୍ରେମୀଙ୍କ ମହଲରେ ଉତ୍କଣ୍ଠା ସେତିକି ବଢ଼ି ବଢ଼ି ଚାଲିଛି । ରୋମାଞ୍ଚକର ମ୍ୟାଚ ଅପେକ୍ଷାରେ କ୍ରିକେଟପ୍ରେମୀ । ପ୍ରଥମ ମ୍ୟାଚ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରହିଛି ଟିମ୍ ଇଣ୍ଡିଆ । ଗତକାଲି ଉଭୟ ଦଳର ଖେଳାଳି ବାରବାଟୀ ଷ୍ଟାଡିୟମରେ ଅଭ୍ୟାସ କରିଛନ୍ତି । ବାରବାଟୀ ‘ପିଚ୍’କୁ ପରଖିବା ସହ ଜୋରଦାର ଅଭ୍ୟାସ କରି ଝାଳ ବୁହାଇଛନ୍ତି ଦୁଇ ଦେଶର ଖେଳାଳି ।
ଟି-୨୦ ସିରିଜର ପ୍ରଥମ ମ୍ୟାଚ ଜିତି ଥିବାରୁ ଦକ୍ଷିଣ ଆଫ୍ରିକା ଟିମର ମନୋବଳ ଦୃଢ଼ ରହିଛି । ଆଜି ଦ୍ୱିତୀୟ ମ୍ୟାଚରେ କିପରି ଟିମ୍ ଇଣ୍ଡିଆକୁ ମାତ୍ ଦେବେ, ଏ ନେଇ ରଣନୀତି ପ୍ରସ୍ତୁତ କରିଛି ଦଳ । ସେହିପରି ଆଜିର ମ୍ୟାଚରେ ଭାରତ ପ୍ରତ୍ୟାବର୍ତ୍ତନ କରିବ ବୋଲି କହିଛନ୍ତି ଟିମ୍ ଇଣ୍ଡିଆ ପେସର ଭୁବନେଶ୍ୱର କୁମାର । ମ୍ୟାଚରେ ଟସ୍ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ ବୋଲି ଅଭ୍ୟାସ ପରେ ଦକ୍ଷିଣ ଆଫ୍ରିକା ଖେଳାଳି ଓ୍ବେନ ପାର୍ନେଲ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ।
ସାତ ବର୍ଷ ତଳେ ଭାରତ ଏହି ପିଚରେ ଦକ୍ଷିଣ ଆଫ୍ରିକା ବିରୋଧରେ ପରାଜୟ ହୋଇଥିଲା । ଆଉ ଆଜି ସମାନ ପିଚରେ ଭାରତ ଦକ୍ଷିଣ ଆଫ୍ରିକା ପାଖରୁ ଆଜି ପ୍ରତିଶୋଧ ନେବ ବୋଲି ଭାରତୀୟ କ୍ରୀଡାପ୍ରେମୀ ଆଶା ରଖିଛନ୍ତି । ମ୍ୟାଚ ପାଇଁ ଦିନ ୩ଟାରୁ ଷ୍ଟାଡିୟମରେ ପ୍ରବେଶ କରିପାରିବେ ଦର୍ଶକ । ପ୍ରଥମ ମ୍ୟାଚ ଦିଲ୍ଲୀରେ ଖେଳାଯାଇଥିଲା । ଆଉ ଭାରତୀୟ ଟିମ୍ ପରାଜୟ ବରଣ କରିଥିଲା । ଆଜି ଦ୍ୱିତୀୟ ମ୍ୟାଚ ବାରବାଟୀରେ ଖେଳାଯିବ । ଏହି ପିଚରେ ଦୁଇ ଦଳ ମଧ୍ୟରେ ଗୋଟିଏ ଭଲ ମ୍ୟାଚ ଖେଳାଯିବ ବୋଲି ସମସ୍ତ କ୍ରୀଡାପ୍ରେମୀ ଆଶା ରଖିଛନ୍ତି ।
ଟି-୨୦ ଲାଗି ବାରବାଟୀ ପ୍ରସ୍ତୁତ
କଟକ/ଭୁବନେଶ୍ବର : ଆଉ ଗୋଟିଏ ଦିନ ପରେ ବାରବାଟୀ ମୁକାବିଲା। କ୍ରିକେଟ ଜଗତର ଦୁଇ ଶକ୍ତିଶାଳୀ ଦଳ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚଳିତ ଟି-୨୦ ସିରିଜ୍‍ର ଦ୍ୱିତୀୟ ମ୍ୟାଚ୍‍ ଖେଳାଯିବ। ଏଥି ନିମନ୍ତେ ଷ୍ଟାଡିୟମ ପୂର୍ଣ୍ଣ ପ୍ରସ୍ତୁତ ହୋଇ ସାରିଛି। ଦୁଇ ଦଳ ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି। ଶନିବାର ଉଭୟ ଅଭ୍ୟାସ କରିବା ନିମନ୍ତେ କଟକର ବାରବାଟୀ ଷ୍ଟାଡିୟମକୁ ଆସିବେ। ଦିନ ୧ଟା ସମୟରେ ଦକ୍ଷିଣଆଫ୍ରିକା ଦଳ ପ୍ରଥମେ ଏଠାକୁ ଆସିବ। ସନ୍ଧ୍ୟା ୫ଟାରେ ଋଷଭ ପନ୍ତ୍‍ଙ୍କ ନେତୃତ୍ୱାଧୀନ ଭାରତ ଦଳ ପହଞ୍ଚିବ। ଅନ୍ୟପକ୍ଷରେ ସାଧାରଣ ଦର୍ଶକ ଅଭ୍ୟାସ ଦେଖିବା ନିମନ୍ତେ ସୁଯୋଗ ପାଇବେ। ଏଥି ନିମନ୍ତେ ଷ୍ଟାଡିୟମର ଗ୍ୟାଲେରୀ ନଂ-୬ରେ ବ୍ୟବସ୍ଥା ହୋଇଛି ବୋଲି ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ପକ୍ଷରୁ ସୂଚନା ଦିଆଯାଇଛି।
ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଅତିଥି
ବାରବାଟୀ ମ୍ୟାଚ୍‍ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେବେ। ଏଥି ପାଇଁ ଓସିଏ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି। ପ୍ୟାଭିଲିୟନ ନିକଟ ସାଇଡସ୍କ୍ରିନ ପାର୍ଶ୍ବ ଅଞ୍ଚଳରେ ଏକ ମଞ୍ଚ ପ୍ରସ୍ତୁତ କରାଯିବ। ଏଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉପସ୍ଥିତ ରହିବେ। ଏହାଛଡ଼ା ଘଣ୍ଟି ବଜାଇ ମ୍ୟାଚ୍‍କୁ ଉଦ୍‍ଘାଟନ କରିବେ ବୋଲି ଯୋଜନା ରହିଛି। ଏହି ଅବସରରେ କିଛି ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିପାରନ୍ତି। ସୂଚନାଯୋଗ୍ୟ ଯେ, ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ମଧ୍ୟ ଏହି ମ୍ୟାଚ୍‌ େଦଖÒବାକୁ ବାରବାଟୀ ଆସିବାର କାର୍ଯ୍ୟସୂଚୀ ରହିଛି।
ବର୍ଷା ଡର
ଦିନ ତମାମ କୋହଲା ପାଗ ହେବା ସାଙ୍ଗକୁ ବର୍ଷା ଘୋଟାଇ ଥିଲା। ମ୍ୟାଚ୍‍ ପୂର୍ବରୁ ଏଭଳି ସ୍ଥିତିକୁ ମୁକାବିଲା କରିବା ପାଇଁ ଓସିଏ ପକ୍ଷରୁ ପ୍ରାକ୍‍ ପ୍ରସ୍ତୁତି ଗ୍ରହଣ କରାଯାଇଥିଲା। ଇଂଲଣ୍ଡରୁ ଅଣାଯାଇଥିବା ଗ୍ରାଉଣ୍ଡ କଭରକୁ ପଡ଼ିଆରେ ଘୋଡ଼ାଇ ଦିଆଯାଇଥିଲା। ଏହାଛଡ଼ା ଓସିଏ ପକ୍ଷରୁ ୩୦ଜଣଙ୍କୁ ଠିକାସୂତ୍ରରେ ନିଯୁକ୍ତି ଦିଆଯାଇଛି। ମ୍ୟାଚ୍‍ ଶେଷ ହେବା ପର୍ଯ୍ୟନ୍ତ ଏମାନେ ଗ୍ରାଉଣ୍ଡରେ କାମ କରିବେ। ବିଶେଷକରି ନୂଆ କଭରଟି କିପର ଘୋଡାଯିବ ସେ ଦିଗରେ ଏମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି।
ପୁଲିସର କାରକେଡ ମକ୍‍ଡ୍ରିଲ
ପୁଲିସ ପକ୍ଷରୁ କାରକେଡ ମକ୍‍ଡ୍ରିଲ କରାଯାଇଥିଲା। ମେଫେୟାର ହୋଟେଲରୁ ଖେଳାଳିମାନଙ୍କୁ କିପରି ବାରବାଟୀ ଷ୍ଟାଡିୟମ ପର୍ଯ୍ୟନ୍ତ ଅଣାଯିବ ସେଥିପାଇଁ ଅଭ୍ୟାସ କରାଯାଇଥିଲା। ଦୁଇଟି ବସ୍‍କୁ ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ଭିତରେ ଷ୍ଟାଡିୟମ ପରିସରକୁ ଅଣାଯାଇଥିଲା। ମେଫେୟାର ହୋଟେଲରୁ ଗାଡ଼ି ବାହାରି ଓଏମପି-ଶିଖରପୁର-ଯୋବ୍ରା-ମାତାମଠ-କ୍ୟାଣ୍ଟନମେଣ୍ଟ ରୋଡ ଦେଇ ଗାଡ଼ି ଆସିବା ସହିତ ଦୁର୍ଗ ନିକଟ ରାସ୍ତାରେ ସଚିନ ତେନ୍ଦୁଲକର ଇଣ୍ଡୋର ହଲ ପଛ ପାର୍ଶ୍ବ ଦେଇ ଷ୍ଟାଡିୟମ ପରିସରକୁ ଯାଇଥିଲା।
ଛେନା ପୋଡ଼, ମଣ୍ଡା ପିଠା, କାକରା
ବାରବାଟୀ ଟି-୨୦ ଲାଗି ଖେଳାଳିମାନେ ଶୁକ୍ରବାର ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଶନିବାର ଉଭୟ ଦଳର ଖେଳାଳି ପର୍ଯ୍ୟାୟକ୍ରମେ ବାରବାଟୀ ଷ୍ଟାଡିୟମରେ ଅଭ୍ୟାସ କରିବେ। ରବିବାର ମ୍ୟାଚ୍‍ ଖେଳାଯିବ ଏବଂ ସୋମବାର ଅପରାହ୍ଣ୍ନରେ ସେମାନେ ୩ୟ ଟି-୨୦ ଖେଳିବା ଲାଗି ବିଶାଖାପାଟଣା ଗସ୍ତ କରିବେ। ଏହି ଅବସରରେ ଖେଳାଳିମାନେ ଓଡ଼ିଶାରେ ପାଖାପାଖି ୪ ଦିନ ରହିବେ। ଏହାକୁ ଲକ୍ଷ୍ୟ ରଖି ସେମାନଙ୍କ ଲାଗି ଓଡ଼ିଶାର କିଛି ସ୍ୱତନ୍ତ୍ର ଖାଦ୍ୟର ବନ୍ଦୋବସ୍ତ କରାଯାଇଛି। ସେଥି ମଧ୍ୟରେ ଓଡ଼ିଆଙ୍କ ପ୍ରିୟ ଛେନାପୋଡ଼ ସାଙ୍ଗକୁ ମଣ୍ଡା, ଆରିଶା ଓ କାକରା ପିଠା କରିଛି। ସେହିଭଳି ଡାଲମାକୁ ମଧ୍ୟ ମେନ୍ୟୁରେ ସାମିଲ କରାଯାଇଛି। ଦକ୍ଷିଣ ଭାରତୀୟ ଖାଦ୍ୟକୁ ଖେଳାଳିମାନେ ଗୁରୁତ୍ୱ ଦେଇଥାନ୍ତି ଓ ଖେଳାଳିମାନଙ୍କ ଦାୟିତ୍ୱକୁ ଆଖିଆଗରେ ରଖି ଲୋ କ୍ୟାଲୋରୀଯୁକ୍ତ ଖାଦ୍ୟ ପ୍ରସ୍ତୁତ କରାଯାଇଛି। କିନ୍ତୁ ଉଭୟ ଟିମ୍‍ରେ ରହିଥିବା ଡାଏଟିସିଆନଙ୍କ ପରାମର୍ଶକ୍ରମେ ଖେଳାଳିମାନେ ଏହି ଖାଦ୍ୟକୁ ଗ୍ରହଣ କରିବେ ବୋଲି ଜଣାପଡ଼ିଛି।
ଆରମ୍ଭ ହୋଇଗଲା କଳାବଜାରୀଙ୍କ ବେପାର
ବାରବାଟୀ ମ୍ୟାଚ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଆରମ୍ଭ ହୋଇଯାଇଛି ଟିକଟ୍‍ କଳାବଜାରୀଙ୍କ ରାଜୁତି। ଯୁଗ ସହିତ ତାଳଦେଇ ଅନ୍‍ଲାଇନ ମାଧ୍ୟମରେ ଟିକଟ୍‍ ପସରା ମେଲାଇଛନ୍ତି ବ୍ଲାକର୍‍। ଯେଉଁଥିରେ ମୂଳଦରଠାରୁ ଟିକଟ୍‍କୁ ୭ରୁ ୮ ଗୁଣା ଅଧିକ ଦରରେ ବିକ୍ରି କରାଯିବାର ସୂଚନା ଦିଆଯାଇଛି। ଅନ୍‍ଲାଇନ୍‍ରୁ ମିଳିଥିବା ଏହି ସୂଚନା ଅନୁଯାୟୀ ଗ୍ୟାଲେରୀ-୨ ଟିକଟ୍‍ର ମୂଲ୍ୟ ୭୦୦ ଟଙ୍କା ରହିଥିବାବେଳେ ଏହାକୁ ବ୍ଲାକରେ ବିକ୍ରି ପାଇଁ ମୂଲ୍ୟ ୫୦୦୦ ଧାର୍ଯ୍ୟ କରାଯାଇଥିଲା। ସେହିଭଳି ଗ୍ୟାଲେରୀ-୩’ର ଦର ୫୦୦୦ ହଜାର ଟଙ୍କା ରଖାଯାଇଥିଲା, ଯାହାର ମୂଳଦର ୯୦୦ ଟଙ୍କା। ଏସି ବକ୍ସ ଟିକଟ୍‍ର ମୂଲ୍ୟ ୭ ହଜାର ରହିଥିବାବେଳେ ବ୍ଲାକରେ ଏହାର ଦର ୧୫ ହଜାର ଟଙ୍କା ରଖାଯାଇଛି। ଯେଉଁ କ୍ରିକେଟ୍‍ପ୍ରେମୀ ମ୍ୟାଚ୍‍ ଦେଖିବା ଲାଗି ଟିକଟ୍‍ କିଣିବାରୁ ବଞ୍ଚିତ ରହିଛନ୍ତି ସେମାନଙ୍କୁ ଅନ୍‍ଲାଇନ ମାଧ୍ୟମରେ ବ୍ଲାକରମାନେ ଟାର୍ଗେଟ୍‍ କରିଛନ୍ତି।
ବାରବାଟୀକୁ ମ୍ୟାଚ୍‌ ଦେଖିବାକୁ ଆସୁଛନ୍ତି କି? ତେବେ ଜାଣି ନିଅନ୍ତୁ କ’ଣ ରହିଛି ନିୟମ, ନହେଲେ ମିଳିବନି ଏଣ୍ଟ୍ରି
କଟକ : ଆଉ ମାତ୍ର ୪୮ ଘଣ୍ଟା ପରେ ବାରବାଟୀ ଟକ୍କର। ଏଥି ପାଇଁ ଆଜି ଭୁବନେଶ୍ବରରେ ପହଞ୍ଚିସାରିଛନ୍ତି ଭାରତ ଓ ଦକ୍ଷିଣ ଆଫ୍ରିକାର ଖେଳାଳି। ଆଉ ବହୁ ପ୍ରତିକ୍ଷୀତ ବାରବାଟୀ ଟି-୨୦ ମ୍ୟାଚ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି କମିଶନରେଟ୍‌ ପୁଲିସ। ମ୍ୟାଚ ପାଇଁ ୬୨ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ବାରବାଟୀ ଷ୍ଟାଡିୟମରେ ସୁରକ୍ଷା ଯାଞ୍ଚ ପରେ ପୁଲିସ କମିସନର ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ମ୍ୟାଚର ସୁରକ୍ଷା ପାଇଁ ୪ ଡିସିପି, ୭ ଅତିରିକ୍ତ ଡିସିପି, ୨ ଶହ ଅଫିସର ଦାୟିତ୍ୱରେ ରହିବେ। ସ୍ପେଶାଲ ଟାକ୍ଟିକାଲ ଟିମ୍ ସହ ୪ କୁଇକ୍ ଆକ୍ସନ ଟିମ୍ ମଧ୍ୟ ମୁତୟନ ହେବେ। ଦର୍ଶକମାନଙ୍କ ପାଇଁ ୫ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯିବ ବୋଲି କମିସନରଟେ ପୁଲିସ ପକ୍ଷରୁ କୁହାଯାଇଛି।
ତେବେ ରବିବାର ବାରବାଟୀକୁ ମ୍ୟାଚ ଦେଖିବାକୁ ଆସୁଥିବା ଦର୍ଶକଙ୍କ ପାଇଁ ମଧ୍ୟ କେତେକ ନିୟମ କରାଯାଇଛି। ଚଳିତ ଥର ବାରବାଟୀ ଷ୍ଟାଡିୟମ ଭିତରେ ପାଖାପାଖି ୫୦ହଜାର ଓ ବାହାରେ ୧୫ରୁ ୨୦ହଜାର ଦର୍ଶକ ରହିବେ। ୨୦ହଜାରରୁ ଅଧିକ ବାଇକ ପାର୍କିଂ ହୋଇପାରେ । ତେଣୁ ଏସବୁକୁ ସୁବ୍ୟବସ୍ଥିତ କରାଯିବାକୁ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରଯାଇଛି। ତେବେ ମ୍ୟାଚ ଦେଖିବାକୁ ଆସୁଥିବା ଦର୍ଶକମାନଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି। ଏତେ ପରିମାଣରେ ଲୋକ ଏକାଠି ହେଉଥିବାରୁ ସମସ୍ତ ଦର୍ଶକଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି। ନୋ ମାସ୍କ ନୋ ଏଣ୍ଟ୍ରି ବ୍ୟବସ୍ଥା କରାଯାଇଛି। ସେହିପରି କୌଣସି ଦର୍ଶକ କିଛି ଖାଦ୍ୟପଦାର୍ଥ ନେଇ ପାରିବେ ନାହିଁ। ଷ୍ଟାଡିୟମ ଭିତରକୁ ଖାଦ୍ୟ, ପାଣି ବୋତଲ ଆଣିପାରିବେନି ଦର୍ଶକ । ସେହିପରି କଏନ୍‌ ଟଙ୍କା ମଧ୍ୟ ଷ୍ଟାଡିୟମ ଭିତରକୁ ବାରଣ କରାଯାଇଛି।
ଅନ୍ୟପଟେ ଦର୍ଶକମାନଙ୍କ ପାଇଁ ଷ୍ଟାଡିୟମ ଭିତରେ ପିଇବା ପାଣିର ବ୍ୟବସ୍ଥା କରାଯାଇଛି। ଖେଳ ଦେଖିବା ବେଳେ କିମ୍ବା ଷ୍ଟାଡିୟମରେ ପ୍ରବେଶ କିମ୍ବା ପ୍ରସ୍ଥାନ କରିବା ସମୟରେ କୌଣସି ବିଶୃଙ୍ଖଳା ନକରିବାକୁ କମିଶନରେଟ୍‌ ପୁଲିସ ପକ୍ଷରୁ ଦର୍ଶକଙ୍କୁ ଅନୁରୋଧ କରାଯାଇଛି। ଯଦି କୌଣସି ଦର୍ଶନ ବିଶୃଙ୍ଖଳା କଲେ ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରୋକ୍‌ଠୋକ୍‌ ଶୁଣାଇଦେଇଛନ୍ତି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ।
ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି ସୁରକ୍ଷା ବ୍ୟବସ୍ଥାର ତଦାରଖ କରି କହିଛନ୍ତି ଷ୍ଟାଡିୟମ ଭିତରେ ପାଖାପାଖି ୫୦ହଜାର ଓ ବାହାରେ ୧୫ରୁ ୨୦ହଜାର ଦର୍ଶକ ରହିବେ । ୨୦ହଜାରରୁ ଅଧିକ ବାଇକ ପାର୍କିଂ ହୋଇପାରେ।ସମସ୍ତ ସ୍ଥିତିକୁ ନଜରରେ ରଖି ପ୍ରସ୍ତୁତି କରାଯାଇଛି । ସାଧାରଣ ଦର୍ଶକଙ୍କ ପାଇଁ ୫ଟି ସ୍ଥାନରେ ପାର୍କିଂ ସ୍ଥଳ କରାଯାଇଛି । ପ୍ରତ୍ୟେକ ଗ୍ୟାଲେରୀରେ ମୁତୟନ ହେବେ ପୁଲିସ । ଷ୍ଟାଡିୟମ ଭିତରେ ରହିବ କ୍ବିକ୍ ଆକ୍ସନ ଟିମ୍ । କାହାର କେଉଁ ଡ୍ୟୁଟି ସେ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଯାଇଛି । ଦର୍ଶକଙ୍କ ଆଗରେ କୌଣସି ପୁଲିସ ଠିଆ ହୋଇପାରିବେନି ।
ଅନ୍ୟପଟେ ମ୍ୟାଚ ପାଇଁ କଟକରେ ପ୍ରବଳ ଭିଡ ହେବ ଏଥିପାଇଁ ଟ୍ରାଫିକ ସମସ୍ୟା ମଧ୍ୟ ସୃଷ୍ଟି ହେବ । ଏହାକୁ ଦୃଷ୍ଟିରେ ରଖି ଟ୍ରାଫିକ୍ କର୍ମଚାରୀଙ୍କୁ ଦାୟିତ୍ୱ ବାଣ୍ଟି ଦିଆଯାଇଛି । କଟକରେ ୬୨ ପ୍ଲାଟୁନ ଫୋର୍ସ ଓ ଭୁବନେଶ୍ୱରରେ ୨୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ । କଟକରେ କଟକ ଡିସିପିଙ୍କ ସମେତ ଅନ୍ୟ ୩ ଜଣ ଡିସିପି ନିୟୋଜିତ ହେଉଥିବାବେଳେ ଜଣ ଅତିରିକ୍ତ ଡିସିପି ଦାୟିତ୍ବ ତୁଲାଇବେ ।ଏହା ସହିତ ୨୩ ଜଣ ଏସିପି, ୪୧ଜଣ ଇନ୍ସପେକ୍ଟର ଓ ସୁବେଦର, ୨୭୦ ଜଣ ଏସଆଇ ଓ ଏଏସଆଇ, ୨୦୦ କନେଷ୍ଟବଳ, ୨୫ ଟ୍ରାଫିକ ହାବିଲଦାର ଓ ୬୦ ଜଣ ଟ୍ରାଫିକ କନେଷ୍ଟବଳ ମୁତୟନ ହେବେ ।
ବାରବାଟୀ ଟି-୨୦: ଭୁବନେଶ୍ବରରେ ଭାରତ-ଦକ୍ଷିଣ ଆଫ୍ରିକା ଖେଳାଳି
ଭୁବନେଶ୍ବର: ପ୍ରତୀକ୍ଷାର ଅନ୍ତ ଘଟିଛି। ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି ଖେଳାଳି । ଖେଳାଲିଙ୍କ ପାଇଁ ସୁରକ୍ଷା ବ୍ଯବସ୍ଥା କଡ଼ାକଡ଼ି କରାଯାଇଛି। ବିମାନ ବନ୍ଦରରେ ପାରମ୍ପାରିକ ବାଜା ଓ ନୃତ୍ଯରେ ଖେଳାଳୀଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ବିମାନ ବନ୍ଦରରୁ ମେ ଫେୟାରକୁ  ସ୍ୱତନ୍ତ୍ର ବସରେ ବସି ହୋଟେଲ ଯାଇଥିଲେ ଖେଳାଳି। ଏହି ରୁଟର ସମସ୍ତ ସୁରକ୍ଷା ବ୍ଯବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ହୋଟେଲରେ ପହଞ୍ଚିବା ପରେ ୨ଟିମର ଖେଳାଳୀଙ୍କୁ ଫୁଲ,ଚ ନ୍ଦନ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।
ସୂଚନା ଅନୁଯାୟୀ, ୧୨ ତାରିଖରେ ଐତିହାସିକ ବାରବାଟୀ ଷ୍ଟାଡିୟମରେ ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍‍। ବାରବାଟୀରେ ଏହା ହେବ ୩ୟ ଅନ୍ତର୍ଜାତୀୟ ଟି-୨୦ । ସେହିଭଳି ବାରବାଟୀରେ ୨୧ଟି ଏକଦିବସୀୟ ମ୍ୟାଚ୍‍ ଖେଳାଯାଇଛି। ମୋଟ୍‍ ଉପରେ ୨୩ ଗୋଟି ସୀମିତ ଓଭର ମ୍ୟାଚ୍‍ ଆୟୋଜନ ଏଠାରେ ହୋଇସାରିଛି।
ଭାରତ ଓ ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ : ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଡିସିପି
ଭୁବନେଶ୍ୱର : ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଟି-୨୦ ମ୍ୟାଚ । ଏଥିପାଇଁ ଆସନ୍ତାକାଲି ଭୁବନେଶ୍ବରରେ ପହଞ୍ଚିବେ ଖେଳାଳି । ଖେଳାଳି ଆସିବା ପୂର୍ବରୁ ଏୟାରପୋର୍ଟରେ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କଲା କମିଶନରେଟ ପୋଲିସ । ଭୁବନେଶ୍ୱର ଡିସିପି ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ସହ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି । କିଭଳି ଖେଳାଳିଙ୍କୁ କର୍ଡନ କରି ହୋଟେଲ ପର୍ଯ୍ୟନ୍ତ ନିଆଯିବ ସେ ନେଇ ରୁଟ ମ୍ୟାପ ପ୍ରସ୍ତୁତ କରିଛନ୍ତି । ବିଭିନ୍ନ ସ୍ଥାନରେ ସାଧାପୋଷାକରେ ପୋଲିସ ମୁତୟନ ହେବେ । ଏୟାରପୋର୍ଟ ଅଥରିଟିଙ୍କ ସହ ଆଲୋଚନା କରିଛନ୍ତି ନିଜେ ଡିସିପି ।
ପ୍ରଥମ ଥର ପାଇଁ ଭିଭିଆଇପି ଗେଟରେ ବାହାରିବେ ଉଭୟ ଦେଶର ଖେଳାଳି । ପୂର୍ବରୁ କାର୍ଗୋ ଗେଟ ଦେଇ ବାହରୁଥିଲେ ଖେଳାଳି। ଏଥିପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଗହଳିକୁ ଆଖି ଆଗରେ ରଖି ବ୍ୟାରିକେଡ ବ୍ୟବସ୍ଥା କରାଯିବ। ସୁରକ୍ଷା ବ୍ୟବସ୍ଥାରେ ସମୁଦାୟ ୨୧ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ଏହି ଆଲୋଚନା ସମୟରେ କମିଶନରେଟ ପୋଲିସର ବରିଷ୍ଠ ଅଧିକାରୀ, ସିଆଇଏସଏଫର ଅଧିକାରୀମାନେ ଉପସ୍ଥିତ ଥିଲେ।
ଭାରତ-ଦକ୍ଷିଣ ଆଫ୍ରିକା ବାରବାଟୀ ଟି-୨୦ : ନବୀନ କିଣିଲେ ପ୍ରଥମ ଟିକେଟ
ଭୁବନେଶ୍ବର : ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦କୁ ଆଉ ୫ ଦିନ ବାକି ଅଛି। ମ୍ୟାଚ୍‌ ପାଇଁ ବାରବାଟୀ ଷ୍ଟାଡିୟମର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଓସିଏ ପକ୍ଷରୁ ମ୍ୟାଚ ପାଇଁ ଆନୁଷଙ୍ଗିକ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ଚାଲିଛି । ଷ୍ଟାଡିୟମକୁ ଚଳିତ ଥର ନୂଆ ଲୁକ୍‌ ଦେବାପାଇଁ ବିଭିନ୍ନ ଦିଗରେ ଜାରି ରହିଛି କାମ। ପିଚ୍‌ ସହିତ ପୁରା ପଡିଆକୁ ବର୍ଷା ପ୍ରଭାବରୁ ରକ୍ଷା କରିବା ପାଇଁ ଇଂଲଣ୍ଡରୁ ଆସିଛି ଗ୍ରାଉଣ୍ଡ କଭର । ସର୍ବଦା ବ୍ୟାଟିଂ ପିଚ୍‌ ରହି ଆସିଥିବା ବାରବାଟୀକୁ ଏଥର ମଧ୍ୟ ପ୍ରସ୍ତୁତି କରାଯାଇଛି । ଚଳିତ ଟି-୨୦ରେ ଧୁମ୍‌ ରନ୍‌ ବର୍ଷା ହେବ । ଦର୍ଶକ ଖୁବ୍‌ ମନଭରି ଉପଭୋଗ କରିବେ ବୋଲି ଆଶା କରାଯାଉଛି ।
ସେପଟେ ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ଟିକେଟ ବିକ୍ରି । କାଲିଠୁ ପ୍ରଥମ ପର୍ଯ୍ୟାୟରେ ବିକ୍ରି ହେଉଥିବା ଟିକେଟ କେବଳ ଓସିଏ ସହିତ ଅନୁବନ୍ଧିତ ସଂଗଠନ, ସ୍କୁଲ , କଲେଜ ଓ କ୍ଲବ ଇତ୍ୟାଦିକୁ ବିକ୍ରି କରାଯିବ । ଓସିଏ କନଫରେନ୍ସ ହଲରେ ଏହି ଟିକେଟ ବିକ୍ରିର କାର୍ଯ୍ୟକ୍ରମ ରହିଥିବା ବେଳେ ୮ ହଜାର ଟିକେଟ ସେମାନଙ୍କ ପାଇଁ ନିର୍ଦ୍ଧାରିତ କରାଯାଇଛି । ଆସନ୍ତା ୯ ତାରିଖରୁ ସର୍ବସାଧାରଣଙ୍କ ପାଇଁ ଷ୍ଟାଡିୟମ ପରିସରରେ ଥିବା କାଉଣ୍ଟରରେ ଟିକେଟ ବିକ୍ରି କରିବା ପାଇଁ ସମସ୍ତ ପ୍ରସ୍ତୁତିକୁ ଶେଷ କରିଛି ଓସିଏ । ଆସନ୍ତାକାଲି ଟିକେଟ ବିକ୍ରି ଆରମ୍ଭ ହେବାକୁ ଥିବା ବେଳେ ପ୍ରଥମ ଟିକେଟ୍‌ କିଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
I am rooting for #TeamIndia for the upcoming #INDvsSA series. Hope fans from all over the world get to see an exciting match at #BarabatiStadium, #Odisha. Looking forward to see you all in #Cuttack. #T20#MenInBlue#TeamIndia#BleedBlue pic.twitter.com/siKRnh0HYk
— Naveen Patnaik (@Naveen_Odisha) June 6, 2022
ଓଡିଶା କ୍ରିକେଟ ଆସୋସିଏସନର ସଭାପତି ପଙ୍କଜ ଲୋଚନ ମହାନ୍ତି, ସଂପାଦକ ସଞ୍ଜୟ ବେହେରା ନବୀନ ନିବାସରେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଟିକେଟ ପ୍ରଦାନ କରିଛନ୍ତି । ଏହି ଅବସରରେ ୫-ଟି ସଚିବ ଭି.କେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ । ଏଚଡିଏଫସି ବ୍ୟାଙ୍କର ଜୋନାଲ ହେଡ୍ ଦୀପକ ସିଂହ ଓ ଭାଇସ ପ୍ରେସିଡେଣ୍ଟ ଅନିମେଷ ବିଶ୍ବାଳ ଏହି ଅବସରରେ ଓଡିଶା କ୍ରିକେଟ ଆସୋସିଏସନ ସଂପାଦକ ସଞ୍ଜୟ ବେହେରା ବାରବାଟୀ ମ୍ୟାଚ୍ ପାଇଁ ଟିକେଟ ବିକ୍ରି ସୁବ୍ୟବସ୍ଥିତ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ।
ସୂଚନାଯୋଗ୍ୟ ବାରବାଟୀ ଷ୍ଟାଡିୟମରେ ମୋଟ ୪୪୨୩୪ ଜଣ ଦର୍ଶକ ବସିବାର କ୍ଷମତା ଥିବା ବେଳେ ସେଥିମଧ୍ୟରୁ ୨୯ ହଜାର ୧୫୪ଟି ଟିକେଟ ବିକ୍ରି କରାଯିବ। ବିକ୍ରି ପାଇଁ ଥିବା ୨୯ ହଜାର ୧୫୪ ଟି ଟିକେଟ ମଧ୍ୟରୁ ଓ ଅନଲାଇନ ପାଇଁ ୫ ହଜାର ଟିକେଟ ବିକ୍ରି ହୋଇ ସାରିଥିବା ବେଳେ ଓସିଏ ସହିତ ଅନୁବନ୍ଧିତ ସଂଗଠନଗୁଡ଼ିକୁ ୮ ହଜାର ଟିକେଟ ବିକ୍ରି କରାଯିବ । ତେଣୁ ସର୍ବଧାରଣଙ୍କ ପାଇଁ ୧୬୫୪୫ଟି ଟିକେଟ କାଉଣ୍ଟରରେ ବିକ୍ରି ପାଇଁ ଆସିବ । ସେପଟେ ମ୍ୟାଚକୁ ଆଉ ୫ ଦିନ ସମୟ ବାକିଥିବା ବେଳେ ପିଚ ସହ ଗ୍ରାଉଣ୍ଡ ପ୍ରସ୍ତୁତି କର୍ଯ୍ୟକୁ ଚୂଡ଼ାନ୍ତ କରିଛି ଓସିଏ ।
ବଢୁଛି ବାରବାଟୀ ଉତ୍କଣ୍ଠା: ୯ରୁ ଆରମ୍ଭ ହେବ ଅଫଲାଇନ୍ ଟିକେଟ୍ ବିକ୍ରି, କଳାବଜାରୀ ରୋକିବାକୁ ନିଆଯାଇଛି ସ୍ୱତନ୍ତ୍ର ପଦକ୍ଷେପ
କଟକ: ବଢ଼ୁଛି ବାରବାଟୀ ଉତ୍କଣ୍ଠା । ୧୨ ତାରିଖରେ ହେବ ହାଇଭୋଲଟେଜ୍ ମ୍ୟାଚ। ଏହି ଟି-୨୦ ମ୍ୟାଚ ପାଇଁ ୯ରୁ ଅଫଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହେବ । ସାଧାରଣ ଦର୍ଶକଙ୍କ ପାଇଁ କାଉଣ୍ଟରରେ ମିଳିବ ୧୨ ହଜାର ଟିକେଟ୍ । ଦୀର୍ଘ ବର୍ଷ ପରେ ମ୍ୟାଚ ହେଉଥିବାରୁ ଅଧିକ ଭିଡ ହେବା ଆଶଂକା କରାଯାଉଛି। ଏଥିପାଇଁ ଷ୍ଟାଡିୟମ ପରିସରରେ ୨ଟି କାଉଣ୍ଟର ସହ ଅସ୍ଥାୟୀ ଭାବେ ୫ଟି କାଉଣ୍ଟର କରିବାକୁ ନିଷ୍ପତ୍ତି ନେଇଛି ଓସିଏ। ପ୍ରତି ଦର୍ଶକଙ୍କୁ ସର୍ବାଧିକ ୨ଟି ଟିକେଟ୍ ମିଳିବ। ନିଜର ଫଟୋ ପରିଚୟପତ୍ର ଦେଖାଇ ଟିକେଟ୍ କିଣିବେ ଦର୍ଶକ ।
୯ ତାରିଖ ଦିନ ସକାଳ ୯ଟାରୁ ଆରମ୍ଭ ହେବ ଟିକେଟ୍ ବିକ୍ରି । ଷ୍ଟାଡିୟମରେ ୪୪ ହଜାର ୨୩୪ ଜଣ ଦର୍ଶକ ଏଥର ମ୍ୟାଚ ଦେଖିବେ। ଚଳିତବର୍ଷ ୧୮ ପ୍ରତିଶତ GST ସହ ଟିକେଟ ଦର ବୃଦ୍ଧି ହୋଇଛି। ଗ୍ୟାଲେରି ନମ୍ବର ୧, ୩ ଓ ୫ ପାଇଁ ଟିକେଟ ଦର ୯ ଶହ ଟଙ୍କା ରଖାଯାଇଥିବା ବେଳେ, ଗ୍ୟାଲେରି ନମ୍ବର ୨ ଓ ୪ ପାଇଁ ୭ ଶହ ଟଙ୍କା, ୭ ନମ୍ବର ଗ୍ୟାଲେରି ଦର ୬ ଶହ ଟଙ୍କା, କେବଳ ଖେଳାଳିଙ୍କ ପାଇଁ ଉଦ୍ଦିଷ୍ଟ ୬ ନମ୍ବର ଗ୍ୟାଲେରି ଦର ୩ ଶହ ଟଙ୍କା, ସ୍ପେଶାଲ ଏନକ୍ଲୋଜର ପାଇଁ ୫ ହଜାର ଟଙ୍କା, ଇଉ ବକ୍ସ ପାଇଁ ୭ ହଜାର ଟଙ୍କା, ନ୍ୟୁ ପାଭିଲିଅନ ପାଇଁ ୮ ହଜାର ଟଙ୍କା ଓ କର୍ପୋରେଟ ବକ୍ସ ପାଇଁ ୧୨ ହଜାର ଟଙ୍କା ଦର ଧାର୍ୟ୍ୟ କରାଯାଇଛି । ଟିକେଟ ବିକ୍ରି ସମୟରେ ଶୃଙ୍ଖଳା ରକ୍ଷା କରିବାକୁ ୧୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ । ସେପଟେ ଟିକେଟ କଳାବଜାରୀ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଥିବାବେଳେ ପୂର୍ବଦିନ ରାତିରୁ କାଉଣ୍ଟର ଆଗରେ ଭିଡ଼ ନ ଜମାଇବାକୁ ପରାମର୍ଶ ଦେଇଛନ୍ତି ଡିସିପି।
ବାରବାଟୀ ଟି-୨୦ : ଜୁନ ୧ରୁ ଅନଲାଇନ୍‌ରେ ଆରମ୍ଭ ହେବ ଟିକେଟ୍ ବିକ୍ରି, ଜାଣନ୍ତୁ କେଉଁଠୁ ବୁକ୍‌ କରିବେ ଟିକେଟ୍‌
କଟକ : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜୁନ୍ ୯ରୁ ୧୯ ତାରିଖ ମଧ୍ୟରେ ଖେଳାଯିବ ପାଞ୍ଚ ଟିକିଆ ଟ୍ବେଣ୍ଟି-୨୦ ଶୃଙ୍ଖଳା। ସିରିଜର ଦ୍ଵିତୀୟ ମ୍ୟାଚ୍ କଟକର ବାରବାଟୀ ଷ୍ଟାଡିୟମରେ ଜୁନ ୧୨ରେ ଖେଳାଯିବ। ଏ ନେଇ ଓଡିଶା କ୍ରିକେଟ୍ ଆସୋସିଏସନ (ଓସିଏ)ତରଫରୁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଶତ ପ୍ରତିଶତ ଦର୍ଶକ କ୍ଷମତା ସହ ଏହି ମୁକାବିଲା ଖେଳାଯିବ। ବାରବାଟୀରେ ଦର୍ଶକ କ୍ଷମତା ୪୪ ହଜାରରୁ ଅଧିକ ରହିଛି। ଏହି କ୍ରମରେ ଜୁନ ୧ରେ ଅନଲାଇନ୍ ଟିକେଟ୍ ବିକ୍ରି ହେବାକୁ ଯାଉଛି। ଏନେଇ ଓସିଏ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ଭାରତ ଏବଂ ଦକ୍ଷିଣ ଆଫ୍ରିକା କଟକ ମ୍ୟାଚ ପାଇଁ ଅନ୍‌ଲାଇନରେ ମୋଟ ୫ ହଜାର ଟିକେଟ୍ ବିକ୍ରି କରାଯିବ। ଜଣେ ଦର୍ଶକ ଦୁଇଟି ଟିକେଟ ନେଇପାରିବେ । ଜୁନ ୧ ପୂର୍ବାହ୍ନ ୧୧ଟାରୁ ଟିକେଟ୍ ବିକ୍ରି କରାଯିବ। କେବଳ ଗ୍ୟାଲେରୀ ନଂ ୨, ୪, ୭, ସ୍ପେଶାଲ ଏନକ୍ଲୋଜର, ଏସି ବକ୍ସ ପାଇଁ ଟିକେଟ୍ ଉପଲବ୍ଧ ରହିବ। ଜଣେ ବ୍ୟକ୍ତି ୨ଟି ଟିକେଟ୍ ବୁକିଂ କରି ପାରିବ ଏବଂ ଏନେଇ ପରିଚୟ ପତ୍ର ଦେବାକୁ ପଡିବ। ଅନଲାଇନ୍ ଟିକେଟ କରିଥିବା ବ୍ୟକ୍ତି ୯ ତାରିଖରୁ ୧୧ ତାରିଖ ମଧ୍ୟରେ ଦିନ ୧୦ଟାରୁ ୬ ଟା ମଧ୍ୟରେ ସେମାନଙ୍କ ଟିକେଟ ହାର୍ଡକପି ସଂଗ୍ରହ କରିବେ। ତେବେ ଅଫଲାଇନରେ ଜୁନ ୯ରୁ କାଉଣ୍ଟରରେ ଟିକେଟ୍ ବିକ୍ରି ଆରମ୍ଭ ହୋଇ ଜୁନ ୧୦ ତାରିଖ ଯାଏଁ ଚାଲିବ। ଏ ନେଇ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି ଓସିଏ କର୍ତ୍ତୃପକ୍ଷ।
ଅନ୍ୟପଟେ ଦର୍ଶନମାନେ କେଉଁ ଆପ୍ ଏବଂ କେଉଁ ଓ୍ଵେବ୍ ସାଇଟ୍‌କୁ ଯାଇ ଟିକେଟ୍ ବୁକିଂ କରି ପାରିବେ ସେ ନେଇ ସୂଚନା ଦେଇଛି ଓସିଏ। ଦର୍ଶକମାନେ ପେଟିଏମ୍ ଇନ୍‌ସାଇଡର୍‌ ଆପ୍, ପେଟିଏମ୍ ଆପ୍‌ରେ କରିପାରିବେ ଟିକେଟ ବୁକିଂ। insider.in ୱେବସାଇଟ୍‌ରେ ମଧ୍ୟ ଉପଲବ୍ଧ ହେବ ଟିକେଟ୍ । ଦିନ ୧୧ଟାରେ ଫାଷ୍ଟ କମ୍ ଫାଷ୍ଟ ସର୍ଭ ଆଧାରରେ ମିଳିବ ଟିକେଟ୍। ଟିକେଟ ବୁକିଂ ବେଳେ ଦର୍ଶକଙ୍କୁ ନିଜର ପରିଚୟ ପତ୍ର ଦେବାକୁ ପଡିବ। ଅନଲାଇନ୍ ଟିକେଟ କରିଥିବା ବ୍ୟକ୍ତି ୯ ତାରିଖରୁ ୧୧ ତାରିଖ ମଧ୍ୟରେ ଦିନ ୧୦ଟାରୁ ୬ ଟା ମଧ୍ୟରେ ସେମାନଙ୍କ ଟିକେଟ ହାର୍ଡକପି ସଂଗ୍ରହ କରିବେ ।
ଅଢେଇ ବର୍ଷ ପରେ ବାରବାଟୀରେ ଅନ୍ତର୍ଜାତୀୟ ମୁକାବିଲା ଖେଳାଯାଉଥିବାରୁ ଓଡିଶା କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି। ମ୍ୟାଚ୍ ଆୟୋଜନ ନେଇ ଉନ୍ନତ ମାନର ବ୍ୟବସ୍ଥା କରାଯାଉଛି। ଯଦିଓ ବର୍ଷା ହୁଏ ଅଳ୍ପ ସମୟରେ ପଡିଆ ସୁଖାଇବା ପାଇଁ ଲଣ୍ଡନରୁ ଅତ୍ୟାଧୁନିକ ଯନ୍ତ୍ର ମଗାଯାଇଛି। ଏଥିପାଇଁ କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରୁ ୩୦ କର୍ମଚାରୀଙ୍କୁ ଡକାଯାଇଛି। ପ୍ରଥମ ଥର ଏଲଇଡି ଫ୍ଲଡ୍ ଲାଇଟ୍‌ର ବ୍ୟବସ୍ଥା କରାଯାଇଛି। ସାତ ନମ୍ବର ଗ୍ୟାଲେରୀ କାମ ମଧ୍ୟ ସରିଛି। ଏଥି ସହିତ ମ୍ୟାଚ୍ ପାଇଁ ଆଜି ଅନୁଷ୍ଠିତ ଓସିଏର ସମୀକ୍ଷା ବୈଠକରେ ଖେଳାଳିଙ୍କ ସୁରକ୍ଷା, ଟ୍ରାଫିକ୍, ପାର୍କିଂ ଭଳି ବ୍ୟବସ୍ଥାକୁ ନେଇ ଆଲୋଚନା ହୋଇଛି । ଜୁନ୍ ୧୦ରେ ଭୁବନେଶ୍ବର ପହଞ୍ଚିବେ ଖେଳାଳି । ସେଠାରୁ କଡାସୁରକ୍ଷା ମଧ୍ୟରେ ଖେଳାଳିଙ୍କୁ ତାରକା ହୋଟେଲ ନିଆଯିବ । ଏଥିସହ ମ୍ୟାଚ୍ ପୂର୍ବରୁ ଅଭ୍ୟାସ ପାଇଁ ଖେଳାଳି ବାରବାଟି ଷ୍ଟାଡିୟମର ଯିବା ବେଳେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି ଓସିଏ କର୍ତ୍ତୃପକ୍ଷ କହିଛନ୍ତି।