INDIA-PAKISTAN - The Sakala
ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ସୀମାରେ ଅବସ୍ଥିତ ୪ଟି ରାଜ୍ୟରେ ପୁଣି ଥରେ ମକ୍ ଡ୍ରିଲ୍ ଘୋଷଣା କରାଯାଇଛି। ଆସନ୍ତାକାଲି ଅର୍ଥାତ୍ ୨୯ ମେରେ ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ଏବଂ ଜମ୍ମୁ-କାଶ୍ମୀରରେ ନାଗରିକ ସୁରକ୍ଷା ମକ୍ ଡ୍ରିଲ୍ ଅନୁଷ୍ଠିତ ହେବ। ତେବେ ଏହି ମକ୍ ଡ୍ରିଲ୍ ପାକିସ୍ତାନ ବିରୁଦ୍ଧରେ ଭାରତ ଆରମ୍ଭ କରିଥିବା ‘ଅପରେସନ୍ ସିନ୍ଦୂର’ ପରେ କରାଯାଉଛି।
ଏବେ ଏହି ମକ୍ ଡ୍ରିଲ୍ ଘୋଷଣା ପରେ ପୁଣି ଥରେ କିଛି ବଡ଼ ଘଟଣା ଘଟିବାକୁ ଯାଉଛି କି, ସେନେଇ ସାଧାରଣରେ ଅନୁମାନ କରାଯାଉଛି। କାରଣ ଗତ ଥର ମଧ୍ୟ ମକ୍ ଡ୍ରିଲ୍ ଘୋଷଣା ପରେ ବିଳମ୍ବିତ ରାତିରେ ଅପରେସନ୍ ସିନ୍ଦୂର କରାଯାଇଥିଲା। ଯେଉଁଥିରେ ଭାରତୀୟ ସେନା ପାକିସ୍ତାନରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଥିଲା।
ରିପୋର୍ଟ ଅନୁସାରେ, ମେ ୨୯ରେ ହେବାକୁ ଥିବା ମକ୍ ଡ୍ରିଲରେ ନାଗରିକ ସୁରକ୍ଷାକୁ ନେଇ ପ୍ରସ୍ତୁତି ସମୀକ୍ଷା କରାଯିବ। ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟଗୁଡ଼ିକ କେତେ ପ୍ରସ୍ତୁତ ତାହା ଦେଖାଯିବ। ତେବେ ଏଥିପାଇଁ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଥିବା ବେଳେ ଏଭଳି ପରିସ୍ଥିତିରେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ସୂଚନା ଦିଆଯାଇଛି।
ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହା ପଛରେ ଚୀନ୍‌ର ବଡ଼ ଭୂମିକା ଥିଲା। ଏହି ଦେଶ ଘନିଷ୍ଠ ସହଯୋଗୀ ପାକିସ୍ତାନକୁ ଗୁଇନ୍ଦା ସୂଚନା ପ୍ରଦାନ କରିଥିଲା। ଏୟାର ଡିଫେନ୍ସ ସହିତ ଉପଗ୍ରହ ଚିତ୍ର ମଧ୍ୟ ଦେଇଥିଲା। ଭାରତର ଏକ ପ୍ରତିରକ୍ଷା ଗୋଷ୍ଠୀ ଏହି ଦାବି କରିଛି। ଏହି ସଂଘର୍ଷରେ ଚୀନ୍‌ ପ୍ରତ୍ୟକ୍ଷ ଭାବେ ସାମିଲ ଥିଲା ବୋଲି କୁହାଯାଇଛି। ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ ନୂଆଦିଲ୍ଲୀ ସ୍ଥିତ ସେଣ୍ଟର ଫର୍‌ ଜଏଣ୍ଟ ୱାରଫେୟାର ଷ୍ଟଡିଜର ମହାନିର୍ଦ୍ଦେଶକ ଅଶୋକ କୁମାର ଏକ ସାକ୍ଷାତକାରରେ କହିଥିଲେ ଯେ ପାକିସ୍ତାନକୁ ଚୀନ୍‌ ନିଜ ରାଡାର ଏବଂ ଏୟାର ଡିଫେନ୍ସ ସିଷ୍ଟମକୁ ପୁନର୍ଗଠନ କରିବାରେ ସହାୟତା କରିଥିଲା। ଭାରତର ସୈନିକ ଏବଂ ଅସ୍ତ୍ରଶସ୍ତ୍ର ବିଷୟରେ ଜାଣିବା ପାଇଁ ଚୀନ୍‌ ସହଯୋଗ କରିଥିଲା। ଏହା ବ୍ୟତୀତ ପହଲଗାମର ୧୫ ଦିନ ପରେ ବେଜିଂ ନିଜ ଉପଗ୍ରହକୁ ପାକିସ୍ତାନ ସହ ସଂଯୋଗ କରିବାରେ ମଧ୍ୟ ସହାୟତା କରିଥିଲା।
ଏହି ପଦକ୍ଷେପ ଦ୍ବାରା ନିଜ ଏୟାର ଡିଫେନ୍ସ ରାଡାରକୁ ପୁଣିଥରେ ମୁତୟନ କରିବା ପାଇଁ ଚୀନ୍‌କୁ ସହାୟତା ମିଳିଥିଲା। ଭାରତ ଆକାଶ ମାର୍ଗରୁ କେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ମଧ୍ୟ ଚୀନ୍‌ ଜାଣିବାକୁ ଚାହୁଁଥିଲା। ତେବେ ଭାରତ ପକ୍ଷରୁ ଚୀନ୍‌ ସହ ସହଯୋଗିତାକୁ ନେଇ ସାର୍ବଜନୀନ ଭାବେ କୌଣସି ମନ୍ତବ୍ୟ ଦିଆଯାଇ ନାହିଁ। କିନ୍ତୁ ପାକିସ୍ତାନ ଏହା ସ୍ବୀକାର କରିଛି। ଭାରତ ବିରୋଧରେ ଚୀନ୍‌ ଅସ୍ତ୍ରଶସ୍ତର ବ୍ୟବହାର କରିଥିବା ମାନିଛି। ଭାରତ ବିରୋଧୀ ସଂଘର୍ଷରେ ଚୀନର ସମ୍ପୃକ୍ତି ଅଧିକ ବୃଦ୍ଧି ପାଇଛି ବୋଲି ଏହା ଦର୍ଶାଉଛି। ଏଥିରେ ପାକିସ୍ତାନକୁ ଲଜିଷ୍ଟିକ୍ ଏବଂ ଗୁଇନ୍ଦା ସହାୟତା ଯୋଗାଇବା ମଧ୍ୟ ସାମିଲ ରହିଛି।
ପାକିସ୍ତାନ ଦାବି କରିଥିଲା ​​ଯେ ଭାରତ ବିପକ୍ଷରେ ସଂଘର୍ଷରେ ସେ ଚୀନ୍ ଯୁଦ୍ଧ ବିମାନ ଜେ-୧୦ସି ଏବଂ ପିଏଲ-୧୫ କ୍ଷେପଣାସ୍ତ୍ର ବ୍ୟବହାର କରିଥିଲା। ଭାରତୀୟ ସେନା ମଧ୍ୟ ଚୀନର ପିଏଲ-୧୫ କ୍ଷେପଣାସ୍ତ୍ରର ଅବଶେଷ ପ୍ରଦର୍ଶନ କରିଥିଲା। ଏହି ବିବାଦ ସମୟରେ ଚୀନ୍‌ ପାକିସ୍ତାନର ସାର୍ବଭୌମତ୍ତ୍ବକୁ ସମର୍ଥନ କରିଥିଲା ଏବଂ ପହଲଗାମ ଆକ୍ରମଣର ଅନ୍ତର୍ଜାତୀୟ ତଦନ୍ତ ପାଇଁ ଭାରତକୁ ଆହ୍ୱାନ ଦେଇଥିଲା। ଏହା ବ୍ୟତୀତ ଜାତିସଂଘ ସୁରକ୍ଷା ପରିଷଦରେ ଆତଙ୍କବାଦ ସମ୍ପର୍କରେ ପାକିସ୍ତାନକୁ ସମାଲୋଚନାରୁ ରକ୍ଷା କରିବାରେ ମଧ୍ୟ ସାହାଯ୍ୟ କରିଥିଲା।
ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଏହି ସମୟରେ କେନ୍ଦ୍ର ସରକାର ଭାରତରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ସରକାରୀ ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ଲକ କରିଦେଇଛନ୍ତି। ଭାରତରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ, ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀ, ମରିୟମ ନୱାଜ, ବିଲାୱାଲ ଭୁଟ୍ଟୋଙ୍କ ସମେତ ଅନେକ ପାକିସ୍ତାନୀ ନେତା ଏବଂ ମନ୍ତ୍ରୀଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ମଧ୍ୟ ନିଷିଦ୍ଧ କରାଯାଇଛି। ଏହା ପୂର୍ବରୁ ଭାରତ ସରକାର ୧୬ଟି ପ୍ରମୁଖ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲକୁ ନିଷିଦ୍ଧ କରିଥିଲେ।
ଚାମ୍ପିଅନ୍ସ ଟ୍ରଫିର କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି, ଫେବୃଆରୀ ୨୩ରେ ଭାରତ-ପାକିସ୍ତାନ ମ୍ୟାଚ୍‌
ନୂଆଦିଲ୍ଲୀ : ଆସନ୍ତା ବର୍ଷ ଫେବୃଆରୀ ୧୯ରେ ଆରମ୍ଭ ହେବ ଆଇସିସି ଚାମ୍ପିଅନ୍ସ ଟ୍ରଫି। ହାଇବ୍ରିଡ ମଡେଲରେ ଖେଳାଯିବାକୁ ଥିବା ଚାମ୍ପିଅନ୍ସ ଟ୍ରଫିର କାର୍ଯ୍ୟସୂଚୀ ମଙ୍ଗଳବାର ଘୋଷଣା କରିଛି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି)। ପାକିସ୍ତାନ ଓ ଦୁବାଇରେ ଏହି ଟୁର୍ଣ୍ଣାମେଣ୍ଟରେ ଆୟୋଜନ ହେଉଛି। କେବଳ ଭାରତ ଖେଳିବାକୁ ଥିବା ମ୍ୟାଚ୍‌ ଗୁଡିକ ଦୁବାଇରେ ଖେଳାଯିବ ଅନ୍ୟ ମ୍ୟାଚ୍‌ ଗୁଡିକ ପାକିସ୍ତାନରେ ଅନୁଷ୍ଠିତ ହେବ। ଟୁର୍ଣ୍ଣାମେଣ୍ଟ ଫେବୃଆରୀ ୧୯ ରୁ ଆରମ୍ଭ ହୋଇଥିବାବେଳେ ଫାଇନାଲ ମାର୍ଚ୍ଚ ୯ରେ ଖେଳାଯିବ।
ଆଠଟି ଦଳକୁ ନେଇ ଏହି ଟୁର୍ନାମେଣ୍ଟରେ ୧୫ଟି ମ୍ୟାଚ୍ ହେବ। ଭାରତୀୟ ଦଳର ସମସ୍ତ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଦୁବାଇରେ ଖେଳାଯିବ। ଅନ୍ୟ ଦଳର ମ୍ୟାଚ୍ କେବଳ ପାକିସ୍ତାନରେ ଖେଳାଯିବ। ଏହି ଟୁର୍ନାମେଣ୍ଟ ୧୯ ଦିନ ଚାଲିବ। ପାକିସ୍ତାନର ରାୱଲପିଣ୍ଡି, ଲାହୋର ଏବଂ କରାଚି ଏହି ମ୍ୟାଚ୍ ଆୟୋଜନ କରିବେ। ପାକିସ୍ତାନର ପ୍ରତ୍ୟେକ ଗ୍ରାଉଣ୍ଡରେ ତିନୋଟି ଗ୍ରୁପ୍ ମ୍ୟାଚ୍ ଖେଳାଯିବ। ଯଦି ଭାରତ ଫାଇନାଲ ପାଇଁ ଯୋଗ୍ୟତା ହାସଲ କରେ ନାହିଁ, ତେବେ ଲାହୋର ମଧ୍ୟ ମାର୍ଚ୍ଚ ୯ ରେ ଫାଇନାଲ ଆୟୋଜନ କରିବ । ଯଦି ଭାରତ ଫାଇନାଲ ପାଇଁ ଯୋଗ୍ୟତା ହାସଲ କରେ ତେବେ ଫାଇନାଲ ଦୁବାଇରେ ଖେଳାଯିବ। ଉଭୟ ସେମିଫାଇନାଲ ଏବଂ ଫାଇନାଲରେ ରିଜର୍ଭ ଡେ ରହିବ। ଭାରତ ଖେଳିବାକୁ ଥିବା ତିନୋଟି ଗ୍ରୁପ୍ ମ୍ୟାଚ୍ ଏବଂ ଭାରତ ସହିତ ଜଡିତ ପ୍ରଥମ ସେମିଫାଇନାଲ୍ ଦୁବାଇରେ ଖେଳାଯିବ।
ଡିଫେଣ୍ଡିଂ ଚାମ୍ପିଅନ୍ ପାକିସ୍ତାନ ଫେବୃଆରୀ ୧୯ରେ କରାଚିରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ମ୍ୟାଚ୍‌ ଖେଳିବ। ପାକିସ୍ତାନର ଶେଷ ଲିଗ୍ ମ୍ୟାଚ୍ ୨୭ ଫେବୃଆରୀରେ ରାୱଲପିଣ୍ଡିରେ ବାଂଲାଦେଶ ବିପକ୍ଷରେ ଖେଳିବ। ଚାମ୍ପିଅନ୍ସ ଟ୍ରଫିରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଲିଗ୍ ମ୍ୟାଚ୍ ୨୩ ଫେବୃଆରୀ (ରବିବାର) ଖେଳାଯିବ।
ଗ୍ରୁପ୍ ଏ – ପାକିସ୍ତାନ, ଭାରତ, ନ୍ୟୁଜିଲ୍ୟାଣ୍ଡ, ବାଂଲାଦେଶ।
ଗ୍ରୁପ୍ ବି – ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ଇଂଲଣ୍ଡ।
ଚାମ୍ପିଅନ୍ସ ଟ୍ରଫି କାର୍ଯ୍ୟସୂଚୀ:
୧୯ ଫେବୃଆରୀ : ପାକିସ୍ତାନ ବନାମ ନ୍ୟୁଜିଲ୍ୟାଣ୍ଡ, କରାଚି, ପାକିସ୍ତାନ।
୨୦ ଫେବୃଆରୀ : ବାଂଲାଦେଶ ବନାମ ଭାରତ, ଦୁବାଇ।
୨୧ ଫେବୃଆରୀ : ଆଫଗାନିସ୍ତାନ ବନାମ ଦକ୍ଷିଣ ଆଫ୍ରିକା, କରାଚି, ପାକିସ୍ତାନ ।
୨୨ ଫେବୃଆରୀ : ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ, ଲାହୋର, ପାକିସ୍ତାନ ।
୨୩ ଫେବୃଆରୀ : ପାକିସ୍ତାନ ବନାମ ଭାରତ, ଦୁବାଇ।
୨୪ ଫେବୃଆରୀ :ବାଂଲାଦେଶ ବନାମ ନ୍ୟୁଜିଲ୍ୟାଣ୍ଡ, ରାୱଲପିଣ୍ଡି, ପାକିସ୍ତାନ।
୨୫ ଫେବୃଆରୀ : ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା, ରାୱଲପିଣ୍ଡି, ପାକିସ୍ତାନ।
୨୬ ଫେବୃଆରୀ : ଆଫଗାନିସ୍ତାନ ବନାମ ଇଂଲଣ୍ଡ, ଲାହୋର, ପାକିସ୍ତାନ।
୨୭ ଫେବୃଆରୀ : ପାକିସ୍ତାନ ବନାମ ବାଂଲାଦେଶ, ରାୱଲପିଣ୍ଡି, ପାକିସ୍ତାନ।
୨୮ ଫେବୃଆରୀ : ଆଫଗାନିସ୍ତାନ ବନାମ ଅଷ୍ଟ୍ରେଲିଆ, ଲାହୋର, ପାକିସ୍ତାନ।
୧ ମାର୍ଚ୍ଚ : ଦକ୍ଷିଣ ଆଫ୍ରିକା ବନାମ ଇଂଲଣ୍ଡ, କରାଚି, ପାକିସ୍ତାନ।
୨ ମାର୍ଚ୍ଚ : ନ୍ୟୁଜିଲ୍ୟାଣ୍ଡ ବନାମ ଭାରତ, ଦୁବାଇ।
୪ ମାର୍ଚ୍ଚ : ପ୍ରଥମ ସେମିଫାଇନାଲ , ଦୁବାଇ।
୫ ମାର୍ଚ୍ଚ, ଦ୍ବିତୀୟ ସେମିଫାଇନାଲ , ଲାହୋର, ପାକିସ୍ତାନ ।
୯ ମାର୍ଚ୍ଚ, ଫାଇନାଲ୍, ଲାହୋର (ଯଦି ଭାରତ ଫାଇନାଲ ଖେଳେ ତେବେ ଏହି ମ୍ୟାଚ୍‌ ଦୁବାଇରେ ଖେଳାଯିବ)
୧୦ ମାର୍ଚ୍ଚ, ରିଜର୍ଭ ଡେ( ଯଦି ୯ ମାର୍ଚ୍ଚରେ ଫାଇନାଲ୍‌ ଖେଳ ହୋଇନପାରେ ।
ପାକିସ୍ତାନକୁ ୪୫ ନିୟୁତ ମେଡ୍‌ ଇନ୍‌ ଇଣ୍ଡିଆ ଟିକା ପଠାଇବ ଭାରତ
ନୂଆଦିଲ୍ଲୀ : କରୋନା କାଳରେ ପାକିସ୍ତାନକୁ ସାହାଯ୍ୟର ହାତ ବଢ଼ାଇଲା ଭାରତ। କରୋନା ସଙ୍କଟ ସମୟରେ ଭାରତ ପାକିସ୍ତାନକୁ ୪୫ ନିୟୁତ ମେଡ୍‌ ଇନ୍‌ ଇଣ୍ଡିଆ ଟିକା ପଠାଇବ ବୋଲି ଜଣାପଡିଛି। ଭାରତ ପାକିସ୍ତନାକୁ ଦେଉଥିବା ଟିକା ଦ୍ବିପାକ୍ଷିକ ଭିତ୍ତିରେ ନୁହେଁ ବରଂ ଅନ୍ତର୍ଜାତୀୟ ଟିକା ଏବଂ ପ୍ରତିରକ୍ଷା ଗଠବନ୍ଧନ (ଜିଏଭିଆଇ) ଆଧାରରେ ଭାରତ ପାକିସ୍ତାନକୁ ୪ କୋଟି ୫୦ ଲକ୍ଷ ଟିକା ଯୋଗାଇଦେବ। ପ୍ରଥମ ପର୍ଯ୍ୟାୟରେ ୧.୬ କୋଟି ଟିକା ପହଞ୍ଚା ଯିବାର ଯୋଜନା ରହିଛି।
ଭାରତ ଏଯାବତ ତିନିଟି ଶ୍ରେଣୀରେ ୬୫ଟି ଦେଶକୁ ଟିକା ପଠାଇବାରେ ସାହାଯ୍ୟ କରିଛି। ପାକିସ୍ତାନକୁ ଛାଡ଼ି ଦେଲେ ଭାରତର ସମସ୍ତ ପଡୋଶୀ ଦେଶକୁ କରୋନା ଟିକା ମିଳି ସାରିଛି। ଆଫଗାନିସ୍ଥାନ, ମାଲଦୀପ, ନେପାଳ ଓ ପଶ୍ଚିମବଙ୍ଗ ‘ମେଡ ଇନ ଇଣ୍ଡିଆ’ ଟିକାର ବ୍ୟବହାର କରିବା ଆରମ୍ଭ କରି ଦେଇଛନ୍ତି।
ସୂଚନାଯୋଗ୍ୟ  ଅନ୍ତର୍ଜାତୀୟ ଟିକା ଏବଂ ପ୍ରତିରକ୍ଷା ଗଠବନ୍ଧନ ହେଉଛି ଏକ ଟିକା ସମ୍ବନ୍ଧୀୟ ମିଳିତ ମଞ୍ଚ ଯାହା ସାରା ବିଶ୍ବର ପ୍ରାୟ ଅଧା ପିଲାମାନଙ୍କୁ ଦୁର୍ବଳ ତଥା ବିପଜ୍ଜନକ ସଂକ୍ରାମକ ରୋଗରୁ ରକ୍ଷା କରିବା ପାଇଁ ଟୀକାକରଣ କରିଛି।ମହାମାରୀ ସମୟରେ ଏହି ଗଠବନ୍ଧନ ପାକିସ୍ତାନକୁ ସହଯୋଗ କରିଛି । ଗତ ସେପ୍ଟେମ୍ବର ମାସରେ (ଜିଏଭିଆଇ) ପାକିସ୍ତାନକୁ ଟିକା ଯୋଗାଇବା ପାଇଁ ପାକିସ୍ତାନ ସହିତ ଚୁକ୍ତି କରିଥିଲା।
ପାକିସ୍ତାନ ସଚିବ ଖ୍ବାଜା କହିଛନ୍ତି ଯେ, ଏହି ବର୍ଷ ଜୁନ୍ ସୁଦ୍ଧା ଟିକା ମିଳିଯିବ । ପାକିସ୍ତାନୀ ମିଡିଆ ରିପୋର୍ଟ ଅନୁଯାୟୀ, ସ୍ବାସ୍ଥ୍ୟ ସଚିବ କହିଥିଲେ ଯେ, ପାକିସ୍ତାନକୁ ମିଳିବ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ଟିକା । ଏହା ଏକ ଭାରତୀୟ ନିର୍ମିତ ଟିକା ଯାହା ପାକିସ୍ତାନୀ ନାଗରିକମାନଙ୍କୁ (ଜିଏଭିଆଇ) ଗଠବନ୍ଧନ ଆଧାରରେ ପାକିସ୍ତାନୀ ନାଗରିକଙ୍କୁ ଦିଆଯିବ।