IPL Final - The Sakala

ବିରାଟ କୋହଲି ରଚିଲେ ଇତିହାସ: ୬୫୦ରୁ ଅଧିକ ରନ୍ ସହ ଦୁଇଟି ଆଇପିଏଲ୍ ଟାଇଟଲ୍ ଜିତିବାରେ ପ୍ରଥମ ଖେଳାଳି
ନୂଆଦିଲ୍ଲୀ: ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଆଇପିଏଲ୍ ୨୦୨୬ (IPL 2026) ଫାଇନାଲରେ ଗୁଜରାଟ ଟାଇଟନ୍ସ (Gujarat Titans) କୁ ପରାସ୍ତ କରି କ୍ରମାଗତ ଦ୍ୱିତୀୟ ଥର ପାଇଁ ଟାଇଟଲ୍ ଜିତି ଇତିହାସ ରଚିଛି। ରବିବାର ଅହମ୍ମଦାବାଦ ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ ବିଜୟ ସହ ବେଙ୍ଗାଲୁରୁ ଦଳ ଚେନ୍ନାଇ ସୁପର୍ କିଙ୍ଗସ୍ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ପରେ କ୍ରମାଗତ ଭାବେ ଆଇପିଏଲ୍ ଟାଇଟଲ୍ ଜିତିବାରେ ତୃତୀୟ ଦଳ ହୋଇପାରିଛି।

ଏହି ଐତିହାସିକ ବିଜୟର ମୁଖ୍ୟ ବିନ୍ଧାଣୀ ଥିଲେ ଷ୍ଟାର୍ ବ୍ୟାଟର ବିରାଟ କୋହଲି (Virat Kohli)। ସେ ଫାଇନାଲ୍ ମ୍ୟାଚରେ ମାତ୍ର ୪୨ ବଲରୁ ଅପରାଜିତ ୭୫ ରନ୍ ର ଏକ ମ୍ୟାଚ୍ ବିଜୟୀ ଇନିଂସ୍ ଖେଳିଥିଲେ। ତାଙ୍କର ଏହି ବିସ୍ଫୋରକ ଇନିଂସରେ ୯ଟି ଚୌକା ଏବଂ ୩ଟି ଛକା ସାମିଲ ଥିଲା। ଏହି ଚମତ୍କାର ପ୍ରଦର୍ଶନ ପାଇଁ ତାଙ୍କୁ ତାଙ୍କ ଆଇପିଏଲ୍ କ୍ୟାରିୟରର ପ୍ରଥମ ଫାଇନାଲ୍ 'ପ୍ଲେୟାର୍ ଅଫ୍ ଦି ମ୍ୟାଚ୍' ପୁରସ୍କାର ମିଳିଥିଲା।

ଲଗାତାର ଦ୍ୱିତୀୟ ଥର ପାଇଁ ଆଇପିଏଲ୍ ଟ୍ରଫି ଜିତିବା ସହ ୩୭ ବର୍ଷୀୟ ବିରାଟ କୋହଲି ନିଜ କ୍ୟାରିୟରରେ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ଆଇପିଏଲ୍ ଇତିହାସରେ ପ୍ରଥମ ଖେଳାଳି ଭାବେ ସେ ଦୁଇଟି ଟାଇଟଲ୍ ବିଜୟୀ ସିଜିନରେ ୬୫୦ରୁ ଅଧିକ ରନ୍ ସଂଗ୍ରହ କରିବାର ବିରଳ ରେକର୍ଡ ନିଜ ନାମରେ କରିଛନ୍ତି।

୨୦୨୫ ସିଜିନରେ ଆରସିବି ଚାମ୍ପିୟନ୍ ହେବା ବେଳେ କୋହଲି ୧୫ଟି ମ୍ୟାଚରୁ ୬୫୭ ରନ୍ କରିଥିଲେ ଏବଂ ଏବେ ଆଇପିଏଲ୍ ୨୦୨୬ରେ ୧୬ଟି ଇନିଂସରୁ ୬୭୫ ରନ୍ ସଂଗ୍ରହ କରିଛନ୍ତି। ଏହାପୂର୍ବରୁ କୌଣସି ଖେଳାଳି ଦୁଇଟି ଅଲଗା ଅଲଗା ଟାଇଟଲ୍ ବିଜୟୀ ସିଜିନରେ ୬୫୦ ରନ୍ ପାର କରିନଥିଲେ।

ଫାଇନାଲରେ ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିବା ସହ କୋହଲି ନିଜର ୨୨ତମ 'ପ୍ଲେୟାର୍ ଅଫ୍ ଦି ମ୍ୟାଚ୍' ପୁରସ୍କାର ହାସଲ କରିଛନ୍ତି। ଏହା ସହିତ ସେ ରୋହିତ ଶର୍ମାଙ୍କ (୨୧ଟି ପୁରସ୍କାର) ରେକର୍ଡକୁ ଅତିକ୍ରମ କରି ଆଇପିଏଲ୍‌ରେ ଜଣେ ଭାରତୀୟ ଭାବେ ସର୍ବାଧିକ ଥର ଏହି ପୁରସ୍କାର ଜିତିବାରେ ଶୀର୍ଷରେ ପହଞ୍ଚିଛନ୍ତି। ଏହି ତାଲିକାରେ ଏମଏସ୍ ଧୋନି ୧୮ଟି ପୁରସ୍କାର ସହ ତୃତୀୟ ସ୍ଥାନରେ ଥିବା ବେଳେ ରବିନ୍ଦ୍ର ଜାଡେଜା ଏବଂ କେଏଲ୍ ରାହୁଲ ପ୍ରତ୍ୟେକେ ୧୭ଟି ଲେଖାଏଁ ପୁରସ୍କାର ପାଇଛନ୍ତି।

କୋହଲିଙ୍କ ଚମତ୍କାର ବ୍ୟାଟିଂ ପୂର୍ବରୁ ଆରସିବି (RCB) ର ବୋଲରମାନେ ମଧ୍ୟ ଶୃଙ୍ଖଳିତ ପ୍ରଦର୍ଶନ କରିଥିଲେ। ପାୱାରପ୍ଲେ ଭିତରେ ଜୋସ୍ ହେଜଲଉଡ୍ ଏବଂ ଭୁବନେଶ୍ୱର କୁମାର ପ୍ରାରମ୍ଭିକ ଝଟକା ଦେଇ ଗୁଜରାଟ ଟାଇଟନ୍ସର ଓପନର୍ ଶୁଭମନ ଗିଲ୍ ଏବଂ ସାଇ ସୁଦର୍ଶନଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ। ବୋଲରଙ୍କ ଏହି ମିଳିତ ଉଦ୍ୟମ ଯୋଗୁଁ ଗୁଜରାଟ ଦଳ ଏକ ସାଧାରଣ ସ୍କୋରରେ ଅଟକି ଯାଇଥିଲା, ଯାହା ଫଳରେ ବିରାଟ କୋହଲି ସହଜରେ ଦଳକୁ ଐତିହାସିକ ବିଜୟ ଭେଟି ଦେଇଥିଲେ।

ଆଜି ଆଇପିଏଲ୍‌ ଫାଇନାଲ ମୁକାବିଲା: ମୁହାଁମୁହିଁ ହେବେ ଗୁଜରାଟ ଟାଇଟନ୍ସ-ରାଜସ୍ଥାନ ରୟାଲ୍ସ
ଅହମ୍ମଦାବାଦ୍‍: ଆଉ କିଛି ଘଣ୍ଟା ପରେ ଆରମ୍ଭ ହୋଇଯିବ ଆଇପିଏଲ୍ ମହାମୁକାବିଲା । ଦୀର୍ଘ ୬୪ ଦିନର ଲଢ଼େଇ ଏବଂ ୭୦ ଲିଗ୍‍ ଓ ୩ଟି ପ୍ଲେ-ଅଫ୍‍ ମ୍ୟାଚ୍‍ ପରେ ଆଇପିଏଲ୍‍ ପଞ୍ଚଦଶ ସଂସ୍କରଣ ଚୂଡ଼ାନ୍ତ ପର୍ଯ୍ୟାୟରେ ଉପନୀତ ହୋଇଛି। ନବାଗତ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ରବିବାର ଟ୍ରଫି ପାଇଁ ଫାଇନାଲ ଲଢ଼େଇ ଅନୁଷ୍ଠିତ ହେବ। ନବନିର୍ମିତ ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ଗ୍ରାଣ୍ଡ ଫାଇନାଲ ମ୍ୟାଚ୍‍ ରାତି ୮ଟାରୁ ଆରମ୍ଭ ହେବ।

ଚଳିତ ଆଇପିଏଲ୍‍ରେ ଲିଗ୍‍ ପର୍ଯ୍ୟାୟର ଦୁଇ ଶ୍ରେଷ୍ଠ ଦଳ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଫାଇନାଲ ଖେଳାଯିବ। ଲିଗ୍‍ ପର୍ଯ୍ୟାୟରେ ଏହି ଦୁଇ ଦଳ ପଏଣ୍ଟ ଟେବଲ୍‍ର ପ୍ରଥମ ୨ଟି ସ୍ଥାନରେ ରହିଥିଲେ। ପଦାର୍ପଣ ଆଇପିଏଲ୍‍ ଖେଳୁଥିବା ଗୁଜରାଟ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଲିଗ୍‍ ପର୍ଯ୍ୟାୟରେ ୧୪ ମ୍ୟାଚ୍‍ରୁ ୧୦ ବିଜୟ ଓ ୪ ପରାଜୟ ସହ ୨୦ ପଏଣ୍ଟ ପାଇ ଟେବଲ୍‍ ଟପ୍ପର ରହିଥିଲା। ସେହିଭଳି ସଞ୍ଜୁ ସାମସନ୍‍ଙ୍କ ରାଜସ୍ଥାନ ସମାନ ସଂଖ୍ୟକ ମ୍ୟାଚ୍‍ ଖେଳି ୯ ବିଜୟ ଓ ୫ ପରାଜୟ ସହ ୧୮ ପଏଣ୍ଟ ପାଇ ଲିଗ୍‍ ପର୍ଯ୍ୟାୟରେ ଦ୍ୱିତୀୟ ସ୍ଥାନରେ ରହିଥିଲା। ଏହାପରେ ପ୍ଲେ-ଅଫ୍‍ ପର୍ଯ୍ୟାୟର ପ୍ରଥମ କ୍ୱାଲିଫାୟର ମ୍ୟାଚରେ ଗୁଜରାଟ ୭ ୱିକେଟ୍‍ରେ ରାଜସ୍ଥାନକୁ ମାତ୍‍ ଦେଇ ସିଧାସଳଖ ଫାଇନାଲ ଖେଳିବାକୁ ଯୋଗ୍ୟତା ହାସଲ କରିଥିଲା। ଅପରପକ୍ଷରେ ରାଜସ୍ଥାନ ଶୁକ୍ରବାର ଖେଳାଯାଇଥିବା ଦ୍ୱିତୀୟ କ୍ୱାଲିଫାୟରରେ ଫାଫ୍‍ ଡୁ ପ୍ଲେସିସ୍‍ଙ୍କ ରୟାଲ୍‍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳକୁ ୭ ୱିକେଟ୍‍ରେ ପରାସ୍ତ କରି ରାଜସ୍ଥାନ ୨୦୦୮ ପରେ ପ୍ରଥମଥର ଲାଗି ଟାଇଟଲ୍‍ ଲଢ଼େଇକୁ ଅବତୀର୍ଣ୍ଣ ହୋଇଛି।

ପାଣ୍ଡ୍ୟା, ସାମି ଆଗରେ

ଚଳିତ ଆଇପିଏଲ୍‍ରେ ଗୁଜରାଟ ଶ୍ରେଷ୍ଠ ସନ୍ତୁଳିତ ଦଳ ଭାବେ ବିବେଚିତ ହେଉଛି। ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗରେ ଗୁଜରାଟ ବେଶ୍‍ ସନ୍ତୁଳିତ। ବ୍ୟାଟିଂରେ ଅଧିନାୟକ ପାଣ୍ଡ୍ୟାଙ୍କ ସମେତ ଡେଭିଡ୍‍ ମିଲର, ଶୁବମାନ ଗିଲ୍‍ ଚମତ୍କାର ଫର୍ମରେ ରହିଛନ୍ତି। ଟୁର୍ଣ୍ଣାମେଣ୍ଟର ସର୍ବାଧିକ ରନ୍‍ ସଂଗ୍ରହକାରୀ ବ୍ୟାଟର୍‍ ତାଲିକାରେ ପାଣ୍ଡ୍ୟା (୪୫୩ ରନ), ମିଲର (୪୪୯) ଓ ଗିଲ୍‍ (୪୩୮) ଟପ୍‍-୧୦ରେ ରହିଛନ୍ତି। ସେହିଭଳି ମହମ୍ମଦ ସାମି, ରଶିଦ୍‍ ଖାନ ଗୁଜରାଟ ପାଇଁ ସଫଳ ବୋଲର ରହିଛନ୍ତି। ସାମି ଓ ରଶିଦ ବର୍ତ୍ତମାନ ସୁଦ୍ଧା ଯଥାକ୍ରମେ ୧୯ ଓ ୧୮ଟି ୱିକେଟ୍‍ ନେଇସାରିଛନ୍ତି।

ବଟ୍‍ଲର ସର୍ବାଧିକ ରନ୍‍ ସଂଗ୍ରହକାରୀ

ରାଜସ୍ଥାନ ରୟାଲ୍ସ ପାଇଁ ଜୋଶ୍‍ ବଟ୍‍ଲର ଚମତ୍କାର ଫର୍ମରେ ରହିଛନ୍ତି। ବଟ୍‍ଲର ଏକାକୀ ରାଜସ୍ଥାନକୁ ଫାଇନାଲରେ ପ୍ରବେଶ କରାଇଥିବା କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ। ଚଳିତ ସିଜନରେ ୧୬ ଇନିଂସରୁ ସେ ୪ଟି ଲେଖାଏ ଶତକ ଓ ଅର୍ଦ୍ଧଶତକ ସହ ୫୮.୮୬ ଆଭରେଜରେ ୮୨୪ ରନ୍‍ ସଂଗ୍ରହ କରିଛନ୍ତି। ବୋଲିଂ ଉପରେ ନଜର ପକାଇଲେ ୟୁଜବେନ୍ଦ୍ର ଚହଲ ଓ ପ୍ରସିଦ୍ଧ କ୍ରିଷ୍ଣା ରାଜସ୍ଥାନ ପାଇଁ ସଫଳ ସାବ୍ୟସ୍ତ ହୋଇଛନ୍ତି। ଚହଲ ୨୬ଟି ଓ ପ୍ରସିଦ୍ଧ ୧୮ଟି ୱିକେଟ୍‍ ହାସଲ କରିଛନ୍ତି।

ଗୁଜରାଟ-୨, ରାଜସ୍ଥାନ-୦

ରେକର୍ଡ ଉପରେ ନଜର ପକାଇଲେ ରାଜସ୍ଥାନ ବିପକ୍ଷରେ ଗୁଜରାଟର ପଲା ଭାରି ରହିଛି। ନବାଗତ ଗୁଜରାଟ ଚଳିତ ସିଜନରେ ରାଜସ୍ଥାନ ବିପକ୍ଷରେ ୨ଟି ମ୍ୟାଚ୍‍ ଖେଳି ଉଭୟରେ ବାଜିମାତ୍‍ କରିନେଇଛି। ଲିଗ୍‍ ପର୍ଯ୍ୟାୟ ୨୪ତମ ମ୍ୟାଚରେ ଉଭୟ ଦଳ ସାମ୍ନାସାମ୍ନି ହୋଇଥିଲେ। ଏଥିରେ ଗୁଜରାଟ ୩୭ ରନରେ ବିଜୟୀ ହୋଇଥିଲା। ଏହି ମ୍ୟାଚରେ ପାଣ୍ଡ୍ୟା ୫୨ ବଲରେ ୮୭ ରନ କରିଥିଲେ। ସେହିଭଳି ପ୍ରଥମ କ୍ୱାଲିଫାୟରରେ ପୁଣିଥରେ ଗୁଜରାଟ ଓ ରାଜସ୍ଥାନ ସାମ୍ନାସାମ୍ନି ହୋଇଥିଲେ। ଏଥର ମଧ୍ୟ ପୁଣି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦଳ ବାଜିମାତ୍‍ କରି ଫାଇନାଲରେ ପ୍ରବେଶ କରିଥିଲା। ତେବେ ଫାଇନାଲରେ ରାଜସ୍ଥାନ ଏହି ୨ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି।