Indigo Airlines - The Sakala

ଥମୁନି ଇଣ୍ଡିଗୋ ସଂକଟ; ପ୍ରଭାବିତ ବିମାନ ଯାତ୍ରୀଙ୍କୁ ରିଫଣ୍ଡ୍‌ ନେଇ ଇଣ୍ଡିଗୋର ସୂଚନା
ନୂଆଦିଲ୍ଲୀ: ଥମୁନି ଇଣ୍ଡିଗୋ ସଂକଟ । ଦେଶରେ ଧରାଶାୟୀ ହେଲାଣି ଇଣ୍ଡିଗୋ ବିମାନସେବା । ଆଜି ବି ୫୦୦ରୁ ଅଧିକ ଫ୍ଲାଇଟ ବାତିଲ ହେବାରୁ ଯାତ୍ରୀ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ମୁମ୍ବାଇ ଓ ଦିଲ୍ଲୀ ଭିତରେ ସବୁଠାରୁ ଅଧିକ ବିମାନ ବାତିଲ ହୋଇଛି । ଏହାରି ମଧ୍ୟରେ ଆଜି କମ୍ପାନୀ ତରଫରୁ ଏକ ବଡ଼ ଘୋଷଣା କରାଯାଇଛି। ପ୍ରଭାବିତ ଯାତ୍ରୀଙ୍କୁ ଟିକେଟ୍‌ ବୁକିଂ ଟଙ୍କା ରିଫଣ୍ଡ କରିବା ସହ ଟିକେଟ୍‌ ବାତିଲ ଉପରେ ପୂର୍ଣ୍ଣ ଛାଡ଼ ପ୍ରଦାନ କରାଯିବ ବୋଲି ଇଣ୍ଡିଗୋ ସୂଚନା ଦେଇଛି।

ଇଣ୍ଡିଗୋ ଏୟାରଲାଇନ୍ସ ସ୍ପଷ୍ଟ କରିଛି ଯେ ପାଇଲଟ୍‌ ଅଭାବ ଏବଂ ଅପରେସନାଲ୍‌ ସମସ୍ୟା ଯୋଗୁଁ ଯେଉଁ ଯାତ୍ରୀମାନଙ୍କର ବିମାନ ବାତିଲ୍‌ ହୋଇଛି, ସେମାନଙ୍କୁ ସମସ୍ତ ବୁକିଂ ରାଶି ଫେରସ୍ତ କରାଯିବ। ରିଫଣ୍ଡ ରାଶି ସ୍ୱୟଂଚାଳିତ ଭାବରେ ଯାତ୍ରୀଙ୍କର ମୂଳ ପେମେଂଟ ମାଧ୍ୟମକୁ ଫେରସ୍ତ କରାଯିବ। ଯାତ୍ରୀମାନଙ୍କୁ ଟିକେଟ୍‌ ବାତିଲ୍‌ ବା ପୁନଃ ନିର୍ଦ୍ଧାରଣ ଉପରେ ପୂର୍ଣ୍ଣ ଛାଡ଼ ପ୍ରଦାନ କରାଯିବ। ଏଥିପାଇଁ କୌଣସି ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ ନାହିଁ। ଇଣ୍ଡିଗୋ ତରଫରୁ ଘୋଷିତ ଏହି ଛାଡ଼ ବ୍ୟବସ୍ଥା ଡିସେମ୍ବର ୫ ତାରିଖ ଠାରୁ ଡିସେମ୍ବର ୧୫ ତାରିଖ ମଧ୍ୟରେ ଯାତ୍ରା ପାଇଁ କରାଯାଇଥିବା ବୁକିଂଗୁଡ଼ିକ ପାଇଁ ଲାଗୁ ହେବ। ଏହି ସମୟ ମଧ୍ୟରେ ଯେଉଁ ଯାତ୍ରୀମାନଙ୍କ ଫ୍ଲାଇଟ୍‌ ବାତିଲ୍‌ କିମ୍ବା ବଡ଼ ଧରଣର ବିଳମ୍ବ ହୋଇଛି, ସେମାନେ ଏହି ସୁବିଧା ପାଇବେ। ଦେଶବ୍ୟାପୀ ବ୍ୟାପକ ବିମାନ ବାତିଲ୍‌ ଯୋଗୁଁ ଯାତ୍ରୀମାନଙ୍କୁ ସୃଷ୍ଟି ହୋଇଥିବା ଅସୁବିଧା ପାଇଁ ଇଣ୍ଡିଗୋ ଗଭୀର ଭାବେ ଦୁଃଖିତ ବୋଲି ପ୍ରକାଶ କରିଛି ଏବଂ ଅପରେସନାଲ୍‌ ସ୍ଥିତିକୁ ତୁରନ୍ତ ସ୍ୱାଭାବିକ କରିବାକୁ ଚେଷ୍ଟା କରାଯାଉଛି ବୋଲି କହିଛି।

ଯାତ୍ରୀମାନଙ୍କ ଲାଗି ସ୍ବତନ୍ତ୍ର ରିଫଣ୍ଡ କେନ୍ଦ୍ର ସ୍ଥାପନ କରିବାକୁ ଏୟାର ଲାଇନକୁ ନିର୍ଦ୍ଦେଶ ଦେଇଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ । ସ୍ଥିତି ସ୍ବାଭାବିକ ନହେବା ପର୍ଯ୍ୟନ୍ତ ସ୍ବୟଂଚାଳିତ ରିଫଣ୍ଡ ପ୍ରକ୍ରିୟା ଜାରି ରହିବ । ଏହା ବ୍ୟତୀତ ଉଡ଼ାଣ ବାତିଲ କିମ୍ବା ବିଳମ୍ବ ଯୋଗୁଁ, ରହିଯାଇଥିବା ଲଗେଜ୍କୁ ଯାତ୍ରୀଙ୍କ ପାଖରେ ପହଞ୍ଚାବାକୁ ଏୟାର ଲାଇନକୁ ନିର୍ଦ୍ଦେଶ ମିଳିଛି । ଏଥି ଲାଗି ଏୟାର ଲାଇନକୁ କେବଳ ୪୮ ଘଣ୍ଟା ସମୟ ଦିଆଯାଇଛି ।

ଇଣ୍ଡିଗୋ ସଙ୍କଟ: ସୁନା ମୂଲ୍ୟ ପରି ବଢୁଛି ବିମାନ ଭଡ଼ା; ଦିଲ୍ଲୀ-ବେଙ୍ଗାଲୁରୁ ୭୦ ହଜାର, ଲଣ୍ଡନ ୨୫ ହଜାର
ନୂଆଦିଲ୍ଲୀ: ଦିଲ୍ଲୀରୁ ବେଙ୍ଗାଲୁରୁକୁ ବିମାନ ଭଡ଼ା ଏତେ ମହଙ୍ଗା ହୋଇଯାଇଛି ଯେ ଲୋକମାନେ ମତ ଦେଉଛନ୍ତି ଯେ ସେମାନେ ଥାଇଲ୍ୟାଣ୍ଡ, ଭିଏତ୍‌ନାମ, ଲଣ୍ଡନ କିମ୍ବା ସିଙ୍ଗାପୁର ଯିବା ଭଲ ହେବ। ଏହା ସବୁ ଇଣ୍ଡିଗୋ ଏୟାରଲାଇନ୍ସର ଏକ ବଡ଼ ତ୍ରୁଟି ଯୋଗୁଁ ହୋଇଛି, ଯାହା ଫଳରେ ଶହ ଶହ ବିମାନ ବାତିଲ ହୋଇଛି। ବିମାନବନ୍ଦରରେ ଯାତ୍ରୀମାନଙ୍କୁ ବହୁତ ଅସୁବିଧା ଭୋଗିବାକୁ ପଡୁଛି।  ଶୁକ୍ରବାର, ଇଣ୍ଡିଗୋ ମଧ୍ୟରାତ୍ରି ପର୍ଯ୍ୟନ୍ତ ଦିଲ୍ଲୀରୁ ସମସ୍ତ ବିମାନ ବାତିଲ କରିଛି। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଅନୁଯାୟୀ, ଇଣ୍ଡିଗୋ ନୂତନ କ୍ରୁ ଡ୍ୟୁଟି ନିୟମ ଅନୁଯାୟୀ ଏହାର ବର୍ତ୍ତମାନର ସମୟସୂଚୀ ପରିଚାଳନା ପାଇଁ ଆବଶ୍ୟକ ପାଇଲଟଙ୍କ ସଂଖ୍ୟା ଭୁଲ ହିସାବ କରିଥିବା ସ୍ୱୀକାର କରିଛି। ଇଣ୍ଡିଗୋ ସଙ୍କଟ ମଧ୍ୟରେ ଇତିମଧ୍ୟରେ ବିଭିନ୍ନ ରୁଟ୍‌କୁ ଟିକଟ ଦର ସୁନା ମୂଲ୍ୟ ପରି ବଢ଼ିବାରେ ଲାଗିଛି। ଏମିତିକ ଏହାର ପ୍ରଭାବରେ ଶୁକ୍ରବାର ଦିଲ୍ଲୀରୁ ଲଣ୍ଡ୍‌ନ୍‌,  ବେଙ୍ଗାଲୁରୁ, ପୁଣେ, ଲକ୍ଷ୍ନୌ ଏବଂ ଗୋଆ ଭଳି ସହରକୁ ବିମାନ ଭଡ଼ା ଆକାଶଛୁଆଁ ହୋଇଛି। ଏହି ସ୍ଥାନଗୁଡ଼ିକର ଭଡ଼ା ସାଧାରଣତଃ ୧୦ ହଜାରରୁ ୧୫ ହଜାର ଟଙ୍କା ମଧ୍ୟରେ ହୋଇଥାଏ। ଚାହିଦା ଏବଂ ପର୍ବପର୍ବାଣୀ ଉପରେ ନିର୍ଭର କରି ଭଡ଼ାରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ।

ତଥାପି, ସେହି ଦିନ ଭଡ଼ା ହାରାହାରି ୨୬ ହଜାରରୁ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଥିଲା। ଦିଲ୍ଲୀରୁ ବେଙ୍ଗାଲୁରୁକୁ ଏକପାଖିଆ ଟିକଟ୍ ୭୦ ହଜାର ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୋଇଥିଲା। ଏକ ଟ୍ରାଭେଲ୍ ପୋର୍ଟାଲ୍ ଡିସେମ୍ବର ୫ ପାଇଁ ଏୟାର ଇଣ୍ଡିଆର ଦ୍ରୁତତମ ଦିଲ୍ଲୀ-ବେଙ୍ଗାଲୁରୁ ସଂଯୋଗକୁ ପ୍ରାୟ ୭୦ ହଜାର ଟଙ୍କା ତାଲିକାଭୁକ୍ତ କରିଥିଲା, ଯାହା ପରେ ୩୨ ହଜାର ଟଙ୍କାକୁ ହ୍ରାସ ପାଇଥିଲା। ତଥାପି, ଏହା ସାଧାରଣ ଭଡ଼ା ୧୦ରୁ ୧୫ ହଜାର ଟଙ୍କା ଭଡ଼ା ପରିସରଠାରୁ ବହୁତ ଅଧିକ ଥିଲା।

ଏହି ପରିସ୍ଥିତି କେବଳ ଦିଲ୍ଲୀ-ବେଙ୍ଗାଲୁରୁ ପର୍ଯ୍ୟନ୍ତ ସୀମିତ ନ ଥିଲା। ଘରୋଇ ରୁଟ୍‌ରେ ବିମାନ ଯାତ୍ରା ପାଇଁ ମଧ୍ୟ ସମାନ ପରିସ୍ଥିତି ଥିଲା। ଦିଲ୍ଲୀରୁ ଗୋଆକୁ ଏୟାର ଇଣ୍ଡିଆର ଦ୍ରୁତ୍ତତମ ବିକଳ୍ପ ୫୬ ହଜାର ଟଙ୍କାରୁ ଅଧିକ ଥିଲା। ଦିଲ୍ଲୀ-ପୁଣେ ଭଡ଼ା ୩୦ ରୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଥିଲା। ଏୟାର ଇଣ୍ଡିଆ ଏକ୍ସପ୍ରେସରେ ଦିଲ୍ଲୀ-ଲକ୍ଷ୍ନୌ ଟିକଟ୍ ମୂଳ୍ୟ ୨୦ ହଜାର ଟଙ୍କା ଅତିକ୍ରମ କରିଥିଲା। ଏହି ସମୟରେ, ଇଣ୍ଡିଗୋ ସିଟ୍ ୯୦୦୦ ରୁ ୧୭,୦୦୦ ଟଙ୍କାରେ ବିକ୍ରି ହେଉଥିଲା। ଏହାର ସମ୍ପୂର୍ଣ୍ଣ ବିପରୀତରେ, ଅନ୍ତର୍ଜାତୀୟ ବିମାନଗୁଡ଼ିକ ବହୁତ ସୁଲଭ ମନେ ହେଉଥିଲା। ଏୟାର ଇଣ୍ଡିଆରେ ଦିଲ୍ଲୀରୁ ଲଣ୍ଡନକୁ ଭଡ଼ା ୨୫ ହଜାର ଟଙ୍କାରୁ ମାତ୍ର ଆରମ୍ଭ ହୋଇଥିଲା, ଯେତେବେଳେ ଲୁଫ୍‌ଥାନସା ଏବଂ ସ୍ୱିସ୍ ଏୟାରଲାଇନ୍ସର ଟିକେଟ ୭୦ ହଜାରରୁ କମ୍ ଥିଲା।

ଲଗାତର ଚତୁର୍ଥ ଦିନରେ ଜାରି ରହିଛି ଇଣ୍ଡିଗୋ ବିଭ୍ରାଟ, ହଜାର ହଜାର ଯାତ୍ରୀ ହନ୍ତସନ୍ତ...
ନୂଆଦିଲ୍ଲୀ: ଜାରି ରହିଛି ଇଣ୍ଡିଗୋ ବିଭ୍ରାଟ। ଲଗାତର ଚତୁର୍ଥ ଦିନ ପାଇଁ ଧୋକ୍କା ଦେଲା ଇଣ୍ଡିଗୋ ଏୟାର ଲାଇନ୍ସର ବିମାନ ସେବା। ଉଭୟ ଦେଶ ଓ ଦେଶ ବାହାରକୁ ଉଡିବାକୁ ଥିବା ଇଣ୍ଡିଗୋର ଗତକାଲି ୫୦୦ରୁ ଅଧିକ ବିମାନ ବାତିଲ ହୋଇଛି। ଅନେକ ବିଳମ୍ବରେ ଚାଲିଥିବା ବେଳେ ଆଉ କିଛି ବିମାନ ବାରମ୍ବାର ରିସିଡ୍ୟୁଲ ହେଉଛି। ଫଳରେ ନିହାତି ଜରୁରୀ କାର୍ଯ୍ୟରେ ଯିବାକୁ ଥିବା ଲୋକେ ଦେଶର ବିଭିନ୍ନ ବିମାନ ବନ୍ଦରରେ ଫସି ରହିଛନ୍ତି। ମୁମ୍ଵାଇ, ଦିଲ୍ଲୀ, ବେଙ୍ଗଳୁରୁ, ହାଇଦ୍ରାବାଦ, କୋଲକାତାରେ ଗୁରୁତର ଭାବେ ପ୍ରଭାବିତ ହୋଇଛି।  ହଜାର ହଜାର ଯାତ୍ରୀ ହଇରାଣ ହୋଇଛନ୍ତି। ଏୟାରପୋର୍ଟରେ ସେମାନେ ଫସି ରହିଛନ୍ତି। ଏହି ବିଭ୍ରାଟ ପାଇଁ ଡିଜିସିଏ ପକ୍ଷରୁ ଇଣ୍ଡିଗୋ କମ୍ପାନୀକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।

ବିଭ୍ରାଟ ପାଇଁ ଇଣ୍ଡିଗୋ ସ୍ଵୀକାର କରିଛି ଯେ, କମ୍ପାନୀର ଅପରେସନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏଥିପାଇଁ କମ୍ପାନୀ ପକ୍ଷରୁ କ୍ଷମାପ୍ରାର୍ଥନା କରାଯାଇଛି। ଟେକ୍ନିକାଲ ତ୍ରୁଟି, କର୍ମଚାରୀଙ୍କ ସମୟରେ ପରିବର୍ତ୍ତନ, ପାଇଲଟଙ୍କ ଅଭାବ, ପ୍ରତିକୂଳ ପାଗ ପରିସ୍ଥିତି, ଭିଡ଼ ଏବଂ ଅପଡେଟ୍ କର୍ମଚାରୀଙ୍କ ରୋଷ୍ଟର ନିୟମରେ ପରିବର୍ତ୍ତନ ଯୋଗୁଁ ଏହି ସମସ୍ୟା ହୋଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ଏହାକୁ ସ୍ଵାଭାବିକ କରିବାକୁ ଉଦ୍ୟମ ଚାଲିଥିବା ଇଣ୍ଡିଗୋ ପକ୍ଷରୁ କୁହାଯାଇଛି। ସମାଧାନ ଲାଗି ଡିଜିସିଏ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ମଧ୍ୟରେ ଆଲୋଚନା ହୋଇଥିଲା। କେନ୍ଦ୍ର ମନ୍ତ୍ରୀ ନିଜେ ସମୀକ୍ଷା କରିଛନ୍ତି।

ଭୁବନେଶ୍ଵର ବିମାନ ବନ୍ଦରରେ ମଧ୍ୟ ଦେଖା ଦେଇଛି ବିଭ୍ରାଟ। ଆଜିକୁ ୪ ଦିନ ଧରି ଦୈନିକ ଶହ ଶହ ସଂଖ୍ୟାର ବିମାନ ବାତିଲ ପରେ ଏୟାରପୋର୍ଟଗୁଡ଼ିକରେ ସୃଷ୍ଟି ହୋଇଛି ଅଭାବନୀୟ ସ୍ଥିତି। ବିମାନ ଯାତ୍ରୀମାନେ ଘରୁ ବାହାରିବା ଆଗରୁ, ନିଜ ବିମାନର ସିଡ୍ୟୁଲ ଦେଖି, ଘରୁ ବାହାରିବାକୁ ନିବେଦନ କରିଛନ୍ତି ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ।

ଇଣ୍ଡିଗୋ ପାଇଁ ମହଙ୍ଗା ପଡ଼ିଲା ଉଡ଼ାଣ ବାତିଲ; ବିମାନ କମ୍ପାନୀକୁ ୭୧୬୦ କୋଟି କ୍ଷତି
ନୂଆଦିଲ୍ଲୀ: ଟଳୁନି ଇଣ୍ଡିଗୋ ସଂକଟ । ଇଣ୍ଡିଗୋରେ ଭୟଙ୍କର ବିଭ୍ରାଟ ଜାରି ରହିଛି । ଗତକାଲି ଗୋଟିଏ ଦିନରେ ୫୫୦ ଇଣ୍ଡିଗୋ ଫ୍ଲାଇଟ ବାତିଲ ହୋଇଛି । କେବଳ ଦିଲ୍ଲୀରୁ ୫ଶହ ଫ୍ଲାଇଟ ବାତିଲ ହୋଇଛି। ଫ୍ଲାଇଟ ବାତିଲ ଯୋଗୁଁ ହଜାର ହଜାର ଯାତ୍ରୀ ହଇରାଣ ହୋଇଛନ୍ତି। ଏୟାରପୋର୍ଟରେ ସେମାନେ ଫସି ରହିଛନ୍ତି। ଏହି ବ୍ୟାଘାତ ପାଇଁ କ୍ଷମା ପ୍ରାର୍ଥନା କରିଛି ଏୟାରଲାଇନ । ବିଭ୍ରାଟ ପାଇଁ ଡିଜିସିଏ ପକ୍ଷରୁ ଇଣ୍ଡିଗୋ କମ୍ପାନୀକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଦେଶର ସର୍ବବୃହତ କମ୍‌ ମୂଲ୍ୟର ବିମାନ କମ୍ପାନୀ ଇଣ୍ଡିଗୋ ପାଇଲଟ୍ ଏବଂ କ୍ରୁ ସଦସ୍ୟଙ୍କ ଅଭାବର ସମ୍ମୁଖୀନ ହେଉଛି। ଏହାଫଳରେ ଏୟାରଲାଇନ୍ସକୁ ୧୫୦୦ରୁ ଅଧିକ ଉଡ଼ାଣ ବାତିଲ କରିବାକୁ ବାଧ୍ୟ କରିଥିଲା। ଏହି ଉଡ଼ାଣ ବାତିଲ ନିଷ୍ପତ୍ତି ଇଣ୍ଡିଗୋ ପାଇଁ ମହଙ୍ଗା ପଡ଼ିଛି। ଫଳରେ ବିମାନ କମ୍ପାନୀକୁ ୭୧୬୦ କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି। ଏମିତିକି ଷ୍ଟକ୍ ବଜାରରେ କମ୍ପାନୀ ସେୟାର ମୂଲ୍ୟ ହ୍ରାସ ଘଟିଛି। ଦିନର କାରବାର ସମୟରେ  ସେୟାର ୩% ରୁ ଅଧିକ ହ୍ରାସ ପାଇଛି।

ନଭେମ୍ବର ମାସରେ ଇଣ୍ଡିଗୋ କୁ ମଧ୍ୟ ଅନେକ ଉଡ଼ାଣ ବାତିଲ କରିବାକୁ ପଡିଥିଲା। ତଥାପି, ଗତ କିଛି ଦିନ ଧରି ବିମାନ କମ୍ପାନୀର ସମସ୍ୟା ବୃଦ୍ଧି ପାଇଛି, ଯାହା ଫଳରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ହସ୍ତକ୍ଷେପ କରି ବିମାନ କମ୍ପାନୀଠାରୁ ଏ ନେଇ ସ୍ପଷ୍ଟୀକରଣ ମାଗିବାକୁ ବାଧ୍ୟ ହୋଇଛି। ପିକ୍ ସିଜିନ୍ ସମୟରେ କମ୍ପାନୀ କିପରି ଏହାର କାର୍ଯ୍ୟକୁ ସୁବ୍ୟବସ୍ଥିତ କରିବ ସେ ବିଷୟରେ ଏକ ବିସ୍ତୃତ ଯୋଜନା ଦାଖଲ କରିବାକୁ ଇଣ୍ଡିଗୋକୁ କୁହାଯାଇଛି।

ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ତଥ୍ୟ ଅନୁଯାୟୀ, ଦେଶର ସର୍ବବୃହତ ଏୟାରଲାଇନ୍ସ ମଧ୍ୟରୁ ଗୋଟିଏ ଇଣ୍ଡିଗୋର ସେୟାରରେ ଗୁରୁତ୍ୱପୂର୍ଣ୍ଣ ହ୍ରାସ ଦେଖାଦେଇଛି। ବାଣିଜ୍ୟ ଅଧିବେଶନ ସମୟରେ କମ୍ପାନୀର ଷ୍ଟକ୍ ୩.୩୦ ପ୍ରତିଶତ ହ୍ରାସ ପାଇଥିଲା, ଯାହା ଦିନ ମଧ୍ୟରେ ସର୍ବନିମ୍ନ ୫୪୦୭.୩୦ ଟଙ୍କାରେ ପହଞ୍ଚିଥିଲା। ପୂର୍ବ ଦିନ କମ୍ପାନୀର ଷ୍ଟକ୍ ୫୫୯୨.୫୦ ଟଙ୍କାରେ ଖୋଲିଥିଲା। ଅପରାହ୍ନ ୩ ଟାରେ, କମ୍ପାନୀର ଷ୍ଟକ୍ ମୂଲ୍ୟ ୫୪୨୮ ଟଙ୍କାରେ କାରବାର କରୁଥିଲା, ଯାହା ପ୍ରାୟ୩ ପ୍ରତିଶତ ହ୍ରାସ ପାଇଥିଲା। କମ୍ପାନୀର ସେୟାର ମୂଲ୍ୟରେ ହ୍ରାସ ଯୋଗୁଁ ଇଣ୍ଡିଗୋର ବଜାର ମୂଲ୍ୟରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ଘଟିଛି। ତଥ୍ୟ ଅନୁଯାୟୀ, ପୂର୍ବ ଦିନ ଷ୍ଟକ ବଜାର ବନ୍ଦ ହେବା ପରେ କମ୍ପାନୀର ବଜାର ମୂଲ୍ୟ ୨,୧୬,୨୦୦.୫୧ କୋଟି ଟଙ୍କା ଥିଲା, ଯାହା ଗୁରୁବାର କାରବାରରେ   ହ୍ରାସ ପାଇ ୨,୦୯,୦୪୦.୮୬ କୋଟି ଟଙ୍କାରେ ପହଞ୍ଚିଛି। ଏହାର ଅର୍ଥ ହେଉଛି ବାଣିଜ୍ୟ ଅଧିବେଶନ ସମୟରେ କମ୍ପାନୀ ୭,୧୬୦ କୋଟି ଟଙ୍କା ହରାଇଛି। ବିଶେଷଜ୍ଞଙ୍କ ଅନୁଯାୟୀ, ଯେ ପର୍ଯ୍ୟନ୍ତ ବିମାନ କମ୍ପାନୀର କାର୍ଯ୍ୟରେ ଉନ୍ନତି ନ ହୁଏ, ସେ ପର୍ଯ୍ୟନ୍ତ କମ୍ପାନୀର ସେୟାର ଚାପରେ ରହିପାରେ। ଗୁରୁଗ୍ରାମ-ଭିତ୍ତିକ ବିମାନ କମ୍ପାନୀ ଏହାର ପାଇଲଟମାନଙ୍କ ପାଇଁ ନୂତନ ଉଡ଼ାଣ-ଡ୍ୟୁଟି ଏବଂ ବିଶ୍ରାମ ଅବଧିକୁ ଦୃଷ୍ଟିରେ ରଖି ଏହାର ଉଡ଼ାଣ ପରିଚାଳନା ପାଇଁ ଆବଶ୍ୟକୀୟ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ କରିବା ପାଇଁ ସଂଘର୍ଷ କରୁଛି। ଫଳସ୍ୱରୂପ, ଇଣ୍ଡିଗୋ ଦେଶର ଗୁରୁବାର ମୁମ୍ବାଇ, ଦିଲ୍ଲୀ,ବେଙ୍ଗାଲୁରୁ ଏବଂ ଦେଶର ଅନ୍ୟାନ୍ୟ ସହରରୁ ୩୦୦ ରୁ ଅଧିକ ଉଡ଼ାଣ ବାତିଲ କରିଛି।

ଓଡିଶା ସହ ଯୋଡିହେବ ଉତ୍ତର-ପୂର୍ବ ରାଜ୍ୟ, ୨୯ରୁ ଆରମ୍ଭ ହେବ ଭୁବନେଶ୍ୱର- ଗୌହାଟୀ ବିମାନ ସେବା
ଭୁବନେଶ୍ବର: ଓଡିଶା ସହ ଯୋଡିହେବ ଉତ୍ତର-ପୂର୍ବ ରାଜ୍ୟ । ଅକ୍ଟୋବର ୨୯ରୁ ଆରମ୍ଭ ହେବ ଭୁବନେଶ୍ୱରରୁ ଗୌହାଟୀ ଡାଇରେକ୍ଟ ଫ୍ଳାଇଟ୍ । ସପ୍ତାହକୁ ସାତଦିନ ଇଣ୍ଡିଗୋ ଯୋଗାଇବ ବିମାନ ସେବା ।  ଦେଢ ଘଣ୍ଟାରେ ଭୁବନେଶ୍ୱରରୁ ଗୌହାଟୀ ପହଞ୍ଚିବେ ଯାତ୍ରୀ । ଆଗକୁ ଜମ୍ମୁ, ଚଣ୍ଡିଗଡ ଏବଂ ସୁରଟକୁ ସିଧାସଳଖ ଉଡିପାରେ ବିମାନ । ଯାତ୍ରୀଙ୍କ ଡିମାଣ୍ଡକୁ ଦେଖି ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି। ଏ ନେଇ ସୂଚନା ଦେଇଛନ୍ତି ବିମାନ ବନ୍ଦର ନିର୍ଦ୍ଦେଶକ।

ପୂର୍ବରୁ ଓଡିଶା ସହ ଯୋଡି ହୋଇଛି ୨୦ ଟି ଡେଷ୍ଟିନେସନ । ଦୈନିକ ୧୩ ହଜାରରୁ ଅଧିକ ଯାତ୍ରୀ ଯିବା ଆସିବା କରୁଛନ୍ତି। ଗୌହାଟୀକୁ ସିଧା ବିମାନ ସେବାକୁ ନେଇ ଖୁସି ପ୍ରକଟ କରିଛନ୍ତି ଯାତ୍ରୀ । ସମୟ ବଞ୍ଚିବା ସହ ସହଜ ହେବ କାମ ବୋଲି ଯାତ୍ରୀ କହିଛନ୍ତି।

ଇଣ୍ଡିଗୋ ଏୟାର ଲାଇନ୍ସ ପାଇଁ ବଢ଼ୁଛି ଅଡୁଆ; ପାଇଲଟ୍‌ ଓ କ୍ୟାବିନ୍‌ କ୍ରିୟୁଙ୍କ ପରେ ସମୂହ ଛୁଟିରେ ଗଲେ ମେଣ୍ଟେନାନ୍ସ ଟେକ୍ନିସିଆନ୍‌
ନୂଆଦିଲ୍ଲୀ: ଘରୋଇ ବିମାନେ ସେବା ପ୍ରଦାନାକରୀ  ଇଣ୍ଡିଗୋ ଏୟାରଲାଇନ୍ସ ପାଇଁ ଦିନକୁ ଦିନ ସମସ୍ୟା ବଢ଼ିବାରେ ଲାଗିଛି। ପାଇଲଟ୍ ଏବଂ କ୍ୟାବିନ କ୍ରୁଙ୍କ ପରେ ଇଣ୍ଡିଗୋ ଏୟାର ଲାଇନ୍ସର ବହୁ ସଂଖ୍ୟାରେ ଏୟାରକ୍ରାଫ୍ଟ ମେଣ୍ଟେନାନ୍ସ ଟେକ୍ନିସିଆନ ଏବେ ସାମୂହିକ ଛୁଟିରେ ଯାଇଛନ୍ତି।  ହାଇଦ୍ରାବାଦ ଏବଂ ଦିଲ୍ଲୀ ଭଳି ପ୍ରମୁଖ ବିମାନ ବନ୍ଦରେ ବିମାନ କମ୍ପାନୀ ଲାଗି ଏଭଳି ପରିସ୍ଥିତି ଉପୁଜିଛି। ଯାହାଫଳରେ ବିମାନ ଉଡାଣ ନେଇ ସମସ୍ୟା ଦେଖାଦେଇଛି। ତେବେ ଏ ପର୍ଯ୍ୟନ୍ତ ଇଣ୍ଡିଗୋ ପକ୍ଷରୁ ପ୍ରସଙ୍ଗ ଉପରେ କୌଣସି ପ୍ରତିକ୍ରିୟା ମିଳିନାହିଁ। ଅପରପକ୍ଷେ କମ୍ପାନୀ ପକ୍ଷରୁ ହାଇଦ୍ରାବାଦ ଏବଂ ଦିଲ୍ଲୀର ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।

ରିପୋର୍ଟ ଅନୁଯାୟୀ, ଜୁଲାଇ ୮ରେ ହାଇଦ୍ରାବାଦରେ ନାଇଟ୍ ସିଫ୍ଟ ପାଇଁ କିଛି ଟେକ୍ନିସିଆନ ରିପୋର୍ଟ କରି ନ ଥିଲେ। ଟେକ୍ନିସିଆନ ସମୂହ ଛୁଟିରେ ରହିବା କାରଣରୁ ବର୍ତ୍ତମାନ ପର୍ଯ୍ୟନ୍ତ ବିମାନ ଉଡାଣରେ ବିଳମ୍ବ ହେବା ନେଇ କୌଣସି ରିପୋର୍ଟ ହସ୍ତଗତ ହୋଇନାହିଁ। ଏହାପୂର୍ବରୁ ଜୁଲାଇ ୨ ରେ ଇଣ୍ଡିଗୋର କ୍ୟାବିନ କ୍ରିୟୁମାନେ ବହୁ ସଂଖ୍ୟାରେ ସାମୂହିକ ଛୁଟିରେ ରହିଥିଲେ। ସେତେେବଳେ ଇଣ୍ଡିଗୋ କର୍ମଚାରୀମାନେ ଏୟାର ଇଣ୍ଡିଆର ୱାକ୍‌ ଇନ୍‌-ଇଣ୍ଟର ଭ୍ୟୁରେ ଯାଇଥିବା କୁହାଯାଇଥିଲା। ସେହି ଦିନ ଇଣ୍ଡିଗୋ ବିମାନ ଉଡାଣ ୫୫ ପ୍ରତିଶତ ବିଳମ୍ବ ହୋଇଥିଲା। ବର୍ତ୍ତମାନ ଇଣ୍ଡିଗୋର ବିମାନ ସେବାରେ ଏକ ବଡ଼ ଧରଣର ପରିବର୍ତ୍ତନ ଚାଲିଛି। କମ୍ପାନୀର ସିଇଓ ରୋନୋଜୟ ଦତ୍ତା ଏବଂ ମୁଖ୍ୟ ବାଣିଜ୍ୟ ଅଧିକାରୀ ୱିଲି ବୋଲ୍ଟରଙ୍କ ସହ ଅନ୍ୟ କିଛି ଅଧିକାରୀ ଇସ୍ତଫା ଦେଇଛନ୍ତି। କେଏଲଏମ ରୟାଲ ଡଚ୍ ଏୟାରଲାଇନ୍ସର ଅଧ୍ୟକ୍ଷ ତଥା ସିଇଓ ପିଟର ଏଲବର୍ସ ଇଣ୍ଡିଗୋର ସିଇଓ ଭାବରେ ଦାୟିତ୍ବ ଗ୍ରହଣ କରିବେ।

କରୋନା ମହାମାରୀ ସମୟରେ ଇଣ୍ଡିଗୋ ଏହାର ପାଇଲଟଙ୍କ ଦରମାରେ ୨୮% ପର୍ଯ୍ୟନ୍ତ ହ୍ରାସ କରିଥିଲା। ଚଳିତବର୍ଷ ଏପ୍ରିଲ ପହିଲାରେ ପାଇଲଟଙ୍କ ଦରମା ୮% ଏବଂ ପୁନର୍ବାର ଆଉ ୮% ବୃଦ୍ଧି କରିବାକୁ ବିମାନ କମ୍ପାନୀ ନିଷ୍ପତ୍ତି ନେଇସାରିଛି। ଏହା ସତ୍ତ୍ବେ  ବର୍ତ୍ତମାନର ଦରମା ୨୦୨୦ର  ପୂର୍ବ ସ୍ତର ତୁଳନାରେ ପ୍ରାୟ ୧୬% କମ୍ ରହିଛି। ଏହାବ୍ୟତୀତ ଚଳିତବର୍ଷ ଜାନୁଆରୀରେ ଟାଟା ଗ୍ରୁପ ଏୟାର ଇଣ୍ଡିଆ ଅଧିଗ୍ରହଣ କରିଥିଲା। ନୂତନ ବିମାନ କିଣିବା ଏବଂ ଏହାର ସେବାରେ ଉନ୍ନତି ଆଣିବାକୁ ଯୋଜନା କରୁଥିବାରୁ ଏୟାର ଇଣ୍ଡିଆ ନୂତନ କ୍ରିୟୁଙ୍କ ପାଇଁ ଏକ ନିଯୁକ୍ତି ଡ୍ରାଇଭ୍ ଆରମ୍ଭ କରିଛି। ସେଥିରେ ଅଧିକାଂଶ କର୍ମଚାରୀ ଇଣ୍ଡିଗୋର ରହିଛନ୍ତି।

ଭିନ୍ନକ୍ଷମ ବାଳକକୁ ବିମାନ ଯାତ୍ରାରୁ ବଞ୍ଚିତ କରିବା ଘଟଣାରେ ଇଣ୍ଡିଗୋ ଏୟାରଲାଇନ୍ସକୁ ୫ ଲକ୍ଷ ଟଙ୍କା ଜରିମାନା
ନୂଆଦିଲ୍ଲୀ: ଘରୋଇ ଏୟାରଲାଇନ ଇଣ୍ଡିଗୋକୁ ମହଙ୍ଗା ପଡ଼ିଲା ଜଣେ ଦିବ୍ୟାଙ୍ଗ ପିଲାକୁ ବିମାନରେ ଯାତ୍ରା କରିବାକୁ ଅନୁମତି ନଦେବା । ଏଥିପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଡିଜିସିଏ । ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଇଣ୍ଡିଗୋକୁ ୫ ଲକ୍ଷ ଟଙ୍କା ଜରିମାନା କରିଛି। ତଦନ୍ତ ସମୟରେ ବିମାନ କର୍ତ୍ତୃପକ୍ଷଙ୍କ ତ୍ରୁଟିଥିବା ନେଇ ଜଣାପଡ଼ିବା ପରେ ଜରିମାନା କରିଛି ଡିଜିସିଏ । ଚଳିତ ମାସ ପ୍ରାରମ୍ଭରେ ରାଞ୍ଚି ବିମାନବନ୍ଦରରେ ହାଇଦ୍ରାବାଦ ଅଭିମୁଖେ ଯାଉଥିବା ଏକ ବିମାନରେ ଚଢ଼ିବାକୁ ଜଣେ ଭିନ୍ନକ୍ଷମ ବାଳକକୁ ବାରଣ କରାଯାଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାର ପ୍ରତିବାଦରେ ବାଳକର ପିତାମାତା ମଧ୍ୟ ଉକ୍ତ ବିମାନରେ ନ ଯିବାକୁ ନିଷ୍ପତ୍ତି ନେଇଥିଲେ। ରାଞ୍ଚି ବିମାନବନ୍ଦରରେ ରାଞ୍ଚି-ହାଇଦ୍ରାବାଦ ବିମାନରେ ବସିବା ବନ୍ଦ ହେବା ପରେ ଇଣ୍ଡିଗୋକୁ କୁହାଯାଇଛି ଯେ ପିଲାଟି ଭୟଭୀତ ହୋଇଛି।

ବିମାନ ଯାତ୍ରା ପାଇଁ ଦେଶର ସର୍ବୋଚ୍ଚ ନିୟନ୍ତ୍ରକ ଡିଜିସିଏ କହିଛି, ଅନୁସନ୍ଧାନରୁ ଜଣାପଡିଛି ଯେ ଇଣ୍ଡିଗୋର ଗ୍ରାଉଣ୍ଡ କର୍ମଚାରୀ ଭିନ୍ନକ୍ଷମ ପିଲାଟିକୁ ବିମାନରେ ପ୍ରବେଶ କରିବାକୁ ନଦେଇ ପରିସ୍ଥିତିକୁ ଅଧିକ ସମ୍ବେଦନଶୀଳ ଏବଂ କଷ୍ଟସାଧ୍ୟ କରି ଦେଇଥିଲେ । ଏହା ଡିଜିସିଏ ଗାଇଡ ଲାଇନର ଉଲ୍ଲଂଘନ। ବିମାନ କର୍ମଚାରୀ ଯାତ୍ରୀଙ୍କ ଅସୁବିଧା ପ୍ରତି ଯତ୍ନଶୀଳ ହେବା ଉଚିତ ।

ମେ ୮ରେ ଗଣମାଧ୍ୟମରେ ଏହି ଘଟଣା ସାମ୍ନାକୁ ଆସିବା ପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ନିଜେ ଏଥିରେ ହସ୍ତକ୍ଷେପ କରି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ପରେ ସେ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରିଥିଲେ | ଇଣ୍ଡିଆଗୋ କର୍ମଚାରୀ ନିୟମ ଉଲ୍ଲଂଘନ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିବା ପରେ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଇଣ୍ଡିଗୋ ଏୟାରଲାଇନ୍ସକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା।