Pinaki Mishra - The Sakala
ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବିରୋଧକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଲେ ପୁରୀ ସାଂସଦ ପିନାକୀ ମିଶ୍ର । ପ୍ରକଳ୍ପ କାମକୁ ରାଜ୍ୟର କୌଣସି ସ୍ୱାର୍ଥପର ଏଜେନ୍ସି ଅଟକାଇ ପାରିବେ ନାହିଁ ବୋଲି କହିଛନ୍ତି । ପରିକ୍ରମା ପ୍ରକଳ୍ପ ନେଇ ସ୍ୱାର୍ଥ ରାଜନୀତି ଚାଲିଥିବା ସେ କହିଛନ୍ତି। ଯାହାକୁ ପୁରୀବାସୀ ଠିକ ବୁଝି ସାରିଛନ୍ତି । ଆଗାମୀ ଦିନରେ ପୁରୀବାସୀ ଏହାର ଜବାବ ଦେବେ ବୋଲି ସେ କହିଛନ୍ତି।
ସେ କହିଛନ୍ତି, ‘ମହାପ୍ରଭୁଙ୍କ ଇଚ୍ଛା ତାଙ୍କ ମନ୍ଦିର ଚାରିପାଖ ସୌନ୍ଦର୍ଯ୍ୟକରଣ ହେଉ । ସେ କାମ ପୂରଣ ହେବ । ଦୁନିଆର କୌଣସି ସ୍ୱାର୍ଥପର ଏଜେନ୍ସ ଏଥିରେ ବାଧା ସୃଷ୍ଟି କରିପାରିବେ ନାହିଁ । ବିରୋଧୀଙ୍କ କାମ ବିରୋଧ କରିବା । ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ଯାତ୍ରାପାର୍ଟି ରାଜନୀତି ମନ୍ତବ୍ୟର ଜବାବ ଦେବାକୁ ଚାହୁଁନି । ମହାପ୍ରଭୁଙ୍କ ନାଁରେ ସ୍ୱାର୍ଥ ପାଇଁ କିଛି ଲୋକ ରାଜନୀତି କରୁଛନ୍ତି, ଏହାର ଜବାବ ଲୋକେ ଦେବ ।’
ସେ ଆଗକୁ କହିଛନ୍ତି, ‘ମାମଲା ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ଅଛି । ଆଇନ ଅନୁସାରେ କାମ ହେଉଛି କି ନାହିଁ କୋର୍ଟ ନିଷ୍ପତ୍ତି ନେବେ । ଏଥିରେ ଯିଏ ଯାହା କହିଲେ ବି କିଛି ଯାଏ ଆସେ ନାହିଁ । ଯାହା ନିଷ୍ପତ୍ତି ଆସିବା ସମସ୍ତେ ମାନିବା ଉଚିତ । କାମ ଦିନରାତି ଚାଲିଛି । କାମ ଉପରେ ରୋକଠୋକ ନାହିଁ । ମହାପ୍ରଭୁ ଓ ପୁରୀବାସୀଙ୍କ ଇଚ୍ଛା କାମ ଶ୍ରୀଘ୍ର ସରୁ । ସେହି ଅନୁସାରେ କାମ କରାଯାଉଛି ।’