Caste census - The Sakala

ଜାତିଗତ ଜନଗଣନା ରୋକିବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ, ପିଟିସନରଙ୍କ ଭାଷାକୁ ନେଇ କ୍ଷୁବ୍ଧ ହେଲେ ପ୍ରଧାନ ବିଚାରପତି
କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ଜାତିଗତ ଜନଗଣନା ଉପରେ ରୋକ ଲଗାଇବାକୁ ହୋଇଥିବା ଏକ ଜନସ୍ୱାର୍ଥ ମାମଲା (PIL) କୁ ଶୁକ୍ରବାର ଦିନ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। କେବଳ ସେତିକି ନୁହେଁ, ପିଟିସନରେ ବ୍ୟବହୃତ ଅଶାଳୀନ ଭାଷାକୁ ନେଇ ଆବେଦନକାରୀଙ୍କ ଉପରେ କଡ଼ା ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।

ପ୍ରଧାନ ବିଚାରପତିଙ୍କ କଡ଼ା ଟିପ୍ପଣୀ

ଏହି ମାମଲାର ଶୁଣାଣି ପ୍ରଧାନ ବିଚାରପତି (CJI) ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚି ଏବଂ ବିଚାରପତି ବିପୁଲ ଏମ. ପଞ୍ଚୋଲିଙ୍କୁ ନେଇ ଗଠିତ ଖଣ୍ଡପୀଠରେ ହୋଇଥିଲା। ବ୍ୟକ୍ତିଗତ ଭାବେ ହାଜର ହୋଇଥିବା ଆବେଦନକାରୀଙ୍କ ଉପରେ କ୍ଷୁବ୍ଧ ହୋଇ ପ୍ରଧାନ ବିଚାରପତି କହିଥିଲେ ଯେ, "ଆପଣ ନିଜ ପିଟିସନରେ ବଦତମିଜି ବା ଅଶାଳୀନ ଭାଷା ଲେଖିଛନ୍ତି। ଆପଣ କାହା ଦ୍ୱାରା ଏହି ପିଟିସନ ଲେଖାଇଛନ୍ତି? ଆପଣ ପିଟିସନରେ ଏପରି ଭାଷା କେଉଁଠାରୁ ଆଣି ଲେଖୁଛନ୍ତି?"

ଆବେଦନରେ ଥିଲା ଅନ୍ୟ ଦାବି

ଏହି ପିଟିସନରେ ଜାତିଗତ ଜନଗଣନାକୁ ବନ୍ଦ କରିବା ସହିତ କେନ୍ଦ୍ର ସରକାରଙ୍କୁ ଏକକ ସନ୍ତାନ ଥିବା ପରିବାର ପାଇଁ ଅର୍ଥନୈତିକ ପ୍ରୋତ୍ସାହନ ଯୋଗାଇଦେବା ଲାଗି ନୀତି ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେବା ପାଇଁ ମଧ୍ୟ ଆବେଦନ କରାଯାଇଥିଲା। ତେବେ ଖଣ୍ଡପୀଠ ଏହି ଆବେଦନକୁ ସମ୍ପୂର୍ଣ୍ଣ ଭାବେ ଖାରଜ କରିଦେଇଛନ୍ତି।

୨୦୨୭ ଜନଗଣନା ପୃଷ୍ଠଭୂମି

ଏହାପୂର୍ବରୁ ଫେବୃଆରୀ ୨ ତାରିଖରେ ମଧ୍ୟ ସୁପ୍ରିମକୋର୍ଟ ଅନ୍ୟ ଏକ ପିଟିସନକୁ ଖାରଜ କରିଥିଲେ, ଯେଉଁଥିରେ ୨୦୨୭ ସାଧାରଣ ଜନଗଣନାରେ ନାଗରିକଙ୍କ ଜାତିଗତ ତଥ୍ୟ ରେକର୍ଡ, ବର୍ଗୀକରଣ ଏବଂ ଯାଞ୍ଚ ପାଇଁ ଗ୍ରହଣ କରାଯିବାକୁ ଥିବା ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଯାଇଥିଲା। ସୂଚନାଯୋଗ୍ୟ ଯେ, ୨୦୨୭ରେ ଦେଶର ୧୬ ତମ ଜାତୀୟ ଜନଗଣନା ହେବାକୁ ଯାଉଛି। ୧୯୩୧ ମସିହା ପରେ ଏହା ପ୍ରଥମ ବ୍ୟାପକ ଜାତିଗତ ଜନଗଣନା ହେବ ଏବଂ ଏହା ଦେଶର ପ୍ରଥମ ସମ୍ପୂର୍ଣ୍ଣ ଡିଜିଟାଲ ଜନଗଣନା ହେବ ବୋଲି ଜଣାପଡ଼ିଛି।

ଜାତିଭିତ୍ତିକ ଜନଗଣନା: ନବୀନଙ୍କ ପ୍ରସ୍ତାବ ପ୍ରତି ବଢୁଛି ସମର୍ଥନ, ସାରା ଦେଶରେ ଜୋର ଧରିଲାଣି ଜାତି ଭିତ୍ତିକ ଜନଗଣନା ଦାବି
ଭୁବନେଶ୍ୱର: ଚଳିତ ଜନଗଣନା ପ୍ରକ୍ରିୟାରେ ଫର୍ମରେ ଜାତି ସ୍ତମ୍ଭ ଉଲ୍ଲେଖ କରାଯାଉ। କେଉଁ ବର୍ଗ ଓ କେଉଁ ଜାତିର କେତେ ସଂଖ୍ୟକ ଲୋକ ରହିଛନ୍ତି, ତାହାର ପ୍ରକୃତ ତଥ୍ୟ ଆସୁ। ବିଶେଷ କରି ଅନ୍ୟ ପଛୁଆ ବର୍ଗ(ଓବିସି) ବର୍ଗର ପରିସଂଖ୍ୟନ ଆସିବା ଦରକାର। ୨୦୨୦ ମସିହା ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଏନେଇ ନିଜର ଦୃଢ ସ୍ୱର ଉପସ୍ଥାପନ କରିଥିଲେ। ନିଜେ ବିଧାନସଭାରେ ଏନେଇ ସଂକଳ୍ପ ଗୃହୀତ କରାଇଥିଲେ। ସଂସଦ ଠାରୁ ଆରମ୍ଭ କରି ନୀତି ଆୟୋଗ ଫୋରମ୍‍ରେ ଏନେଇ ସ୍ୱର ଉତ୍ତୋଳନ କରି ଆସିଛନ୍ତି। ଦୁଇ ବର୍ଷ ତଳେ ନବୀନଙ୍କ ଏହି ପ୍ରସ୍ତାବ ପ୍ରତି ଜାତୀୟସ୍ତରରେ ବଢ଼଼ୁଛି ସମର୍ଥନ। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଏନ୍‍ସିପି ମୁଖ୍ୟ ଶରଦ ପାୱାର, ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ, ବସପା ନେତ୍ରୀ ମାୟାବତୀ ମଧ୍ୟ ଅନୁରୂପ ଦାବି କରିବା ପରେ ଏହା ଏବେ ଜାତୀୟ ପ୍ରସଙ୍ଗ ହେବାକୁ ଯାଉଛି।

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହି ପ୍ରସଙ୍ଗ ନେଇ କଠୋର ଆଭିମୁଖ୍ୟ ନେବା ନେଇ ସଙ୍କେତ ଦେଇ ସାରିଲେଣି। ଆଗାମୀ ଜୁନ୍‍ ପହିଲାରେ ନୀତିଶଙ୍କ ନେତୃତ୍ୱରେ ବିହାରରେ ସର୍ବଦଳୀୟ ବୈଠକ ହେବାକୁ ଯାଉଛି। ଏହି ବୈଠକରେ ବିଜେପି କି ଆଭିମୁଖ୍ୟ ଗ୍ରହଣ କରୁଛି। ତାହା ଉପରେ ସମସ୍ତଙ୍କ ନଜର ରହିବ। ସମ୍ବିଧାନ ପ୍ରଦତ୍ତ ଅଧିକାରୀ ଅନୁଯାୟୀ କୌଣସି ପ୍ରକାର ଜନଗଣନା କେବଳ କେନ୍ଦ୍ର ସରକାର କରିବେ। ତେଣୁ ରାଜ୍ୟମାନେ ନିଜେ ଯଦି ଜାତି ଜନଗଣନା କରନ୍ତି, ତେବେ ସେଥିରୁ ବାହାରିଥିବା ପରିସଂଖ୍ୟନକୁ କେନ୍ଦ୍ର ନିଜ ଯୋଜନା ପାଇଁ ବ୍ୟବହାର କରିବାକୁ ବାଧ୍ୟ ହେବ ନାହିଁ। ତେଣୁ ଯଦି ବିହାରରେ ଜାତି ଜନଗଣନା ନେଇ ବିଜେପି ସମ୍ମତି ପ୍ରକାଶ କରେ, ତେବେ ଭାରତ ବର୍ଷରେ କାହିଁକି ସାର୍ବଜନୀନ ନିଷ୍ପତ୍ତି ନେଉନି ବୋଲି ବାର୍ତ୍ତା ଯିବ। ସେହିପରି ଯଦି ଜାତି ଜନଗଣନା ବିପକ୍ଷରେ ମତ ଦିଏ, ତେବେ ଦଳ ପଛୁଆବର୍ଗ ବିରୋଧୀ ବୋଲି ଏକ ଧାରଣା ସୃଷ୍ଟି ହେବ। ତେଣୁ ବିହାର ସର୍ବଦଳୀୟ ବୈଠକର ନିଷ୍କର୍ସ ଆଗାମୀ ଦିନରେ ଜାତୀୟ ରାଜନୀତିର ନୂଆ ସମୀକରଣର ସଙ୍କେତ ଦେବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି।

ନୀତିଶ କୁମାରଙ୍କ ପରେ ଏନସିପି ମୁଖ୍ୟ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶରଦ ପାୱାର ମଧ୍ୟ ଜାତି ତଥା ପଛୁଆବର୍ଗଙ୍କ ଜନଗଣନା ସପକ୍ଷରେ ମତ ରଖିଛନ୍ତି। ପୂର୍ବରୁ ଏହି ଦାବି ସହ ସପାର ଅଖିଳେଶ ଯାଦବ, ଆରଏଲଡିର ଜୟନ୍ତ ଚୌଧୁରୀ, ଟିଏମସି ନେତ୍ରୀ ମମତା ବାନାର୍ଜୀ, ବିଏସପିର ମାୟାବତୀ, ଜେଡିଏସ୍‍ର ଏଚ.ଡି ଦେବଗୌଡ଼ା ମଧ୍ୟ କରି ଆସିଛନ୍ତି। ଅନୁରୂପ ଭାବରେ ନିକଟରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ କର୍ଣ୍ଣାଟକରେ ପୂର୍ବତନ ପ୍ରଧାନମନ୍ତ୍ରୀ ଦେବଗୌଡ଼ାଙ୍କ ସହ ସାକ୍ଷାତ ଆଲୋଚନା ସମୟରେ ମଧ୍ୟ ଜାତିଭିତ୍ତିକ ଜନଗଣନାକୁ ନେଇ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟର କଠୋର ସମାଲୋଚନା କରିଛନ୍ତି। କୌଣସି ବର୍ଗର ଉପଯୁକ୍ତ ପରିସଂଖ୍ୟନ ହିଁ ଉକ୍ତ ବର୍ଗ ପାଇଁ ନିୟମ ପ୍ରସ୍ତୁତ କରିବାରେ ସହାୟକ ହୋଇଥାଏ। ତେଣୁ ଜାତିଭିତ୍ତିକ ଜନଗଣନାର ଆବଶ୍ୟକତା ରହିଥିବା ଅଧିକାଂଶ ରାଜନୈତିକ ଦଳ ମତ ରଖିଛନ୍ତି। ଚଳିତ ବର୍ଷ ମଧ୍ୟ ଭାଗରେ ବିତର୍କରେ ରହିଥିବା ଏହି ପ୍ରସଙ୍ଗକୁ ପ୍ରାୟ ଅଢେଇ ବର୍ଷ ପୂର୍ବରୁ ନବୀନ ଉପସ୍ଥାପନ କରିଥିଲେ। ଯାହା ତାଙ୍କ ଜନକୈନ୍ଦ୍ରିକ ଦୂରଦୃଷ୍ଟିସମ୍ପନ୍ନ ଆଭିମୁଖ୍ୟର ପରିଚୟ ଦେଉଛି ବୋଲି ରାଜନୈତିକ ସମୀକ୍ଷକମାନେ ମତ ରଖିଛନ୍ତି। ଗତ ପଞ୍ଚାୟତରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ୫୦ ପ୍ରତିଶତ ମଧ୍ୟରେ ସଂରକ୍ଷଣ ରଖାଗଲା। ଓବିସିମାନଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦିଆଯାଇପାରିଲା ନାହିଁ। ମାତ୍ର ଦଳୀୟ ଭିତ୍ତିରେ ବିଜେଡି ପକ୍ଷରୁ ୪୦ରୁ ୪୮% ଆସନରେ ପଛୁଆବର୍ଗ ପ୍ରାର୍ଥୀ ଦିଆଗଲା। ତେଣୁ ବିଜେଡି ଏବଂ ଦେଶର ଅନ୍ୟ ଦଳମାନଙ୍କର ଆଭିମୁଖ୍ୟ ବିଜେପିକୁ ଆଗାମୀ ଦିନରେ ଏକଘରିକିଆ କରିବ ବୋଲି ଆଶଙ୍କା କରାଗଲାଣି।