bramhagiri - The Sakala

ଜ୍ୱରରେ କମ୍ପୁଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ଅଲାରନାଥଙ୍କ ଦର୍ଶନ ପାଇଁ ବ୍ରହ୍ମଗିରିରେ ଶ୍ରଦ୍ଧାଳୁଙ୍କ ଭିଡ଼
ବ୍ରହ୍ମଗିରି: ଆଜି ଠାରୁୁ ମହାପ୍ରଭୁ ଅଲାରନାଥଙ୍କ ଅନବସର ଦର୍ଶନ ଆରମ୍ଭ ହୋଇଛି । ଶ୍ରୀଜଗନ୍ନାଥ ସୋମବାର ସ୍ନାନପୂର୍ଣ୍ଣମୀରେ ସୁନାକୂଅରୁ ୧୦୮ କଳସ ସୁବାସିତ ଗଡୁ ଜଳରେ ମହାସ୍ନାନ କରିବା ପରେ ଚତୁର୍ଦ୍ଧାମୂର୍ତ୍ତି ଅଣସର ପିଣ୍ଡିରେ ବିଜେ କରିଛନ୍ତି। ଏହି ସମୟରେ ୧୫ ଦିନ ଧରି ମହାପ୍ରଭୁ ଗୁପ୍ତସେବା ପାଇବା ସମୟରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଭକ୍ତଙ୍କୁ ମିଳି ନ ଥାଏ। ଏନେଇ ବ୍ରହ୍ମଗିରିସ୍ଥିତ ମହାପ୍ରଭୁ ଅଲାରନାଥଙ୍କ ପୀଠ ପାଲଟିଯାଏ ଦ୍ୱିତୀୟ ଶ୍ରୀକ୍ଷେତ୍ର। ଏହି ଅନବସର ସମୟରେ ଅଲାରନାଥଙ୍କୁ ଦର୍ଶନ କଲେ ଜଗନ୍ନାଥଙ୍କ ଦର୍ଶନର ସମଫଳ ପ୍ରାପ୍ତି ହୋଇଥାଏ ବୋଲି ଭକ୍ତମାନଙ୍କ ବିଶ୍ୱାସ ଅଛି। ଆଜି ଠାରୁ ୧୫ ଦିନ ଧରି ମହାପ୍ରଭୁ ଅଲାରନାଥଙ୍କ ଅନବସର ଦର୍ଶନ ଚାଲିଛି । ଅଲାରନାଥଙ୍କ ପୀଠରେ ଲାଗିଛି ଭକ୍ତମାନଙ୍କ ଗହଳିଚହଳି । ବଡ଼ି ଭୋରରୁ ଅଲାରନାଥଙ୍କ ପୀଠରେ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଜମିଛି । ଶ୍ରଦ୍ଧାଳୁମାନେ ଠାକୁରଙ୍କୁ ଦର୍ଶନ କରୁଛନ୍ତି ।

ଚଳିତ ବର୍ଷ ଭକ୍ତମାନଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୁଲିସ ପ୍ରଶାସନ ତରଫରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୨ ପ୍ଲାଟୁନ ମହିଳା ପୁଲିସ ସମେତ ୬ ପ୍ଲାଟୁନ୍‌ ପୁଲିସ ମୁତୟନ କରାଯାଇଛି। ଜଣେ ଅତିରିକ୍ତି ଏସ୍‌ପି, ଜଣେ ଡିଏସ୍‌ପି, ଜଣେ ଏସ୍‌ଡିପିଓ, ୩ ଜଣ ଇନ୍ସପେକ୍ଟର, ୨୦ଜଣ ଅଫିସର ରହିବେ। ମନ୍ଦିର ଆଗରେ ଅସ୍ଥାୟୀ କ୍ୟାମ୍ପ୍‌ କରାଯାଇଛି। ଲୁଟେରାଙ୍କୁ କାବୁ କରିବା ପାଇଁ ସାଦା ପୋଷାକରେ ପୁଲିସ ନଜର ରଖିବେ ବୋଲି ଥାନା ଆଇଆଇସି ବାମେଦବ ସ୍ୱାଇଁ ଜଣାଇଛନ୍ତି। ଚଳିତ ବର୍ଷ ଭକ୍ତଙ୍କର ସୁବିଧା ଓ ସୁରକ୍ଷା ନିମନ୍ତେ ୧୬ଟି ସିସିଟିଭି କ୍ୟାମେରା ଖଞ୍ଜାଯାଇଛି। ଭକ୍ତମାନେ ଧାଡ଼ିରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବେ। ଦର୍ଶନ ପାଇଁ ପାରମାଣିକ ଟିକଟ୍‌ ବ୍ୟବସ୍ଥାକୁ ଚଳିତ ବର୍ଷ ବନ୍ଦ କରିଦିଆଯାଇଥିବା ଜଣାଯାଇଛି। ଯାହା ଫଳରେ ଏବର୍ଷ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା ସ୍ୱାଭାବିକ ରହିବ।

ଦୀପ, କଦଳୀ ପତ୍ର ଓ ଯାନବାହନ ରଖିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ନିର୍ଦ୍ଦିଷ୍ଟ ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି। ଟ୍ରାଫିକ୍‌ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପାନ୍ଥନିବାସଠାରେ ଭିଆଇପି ଓ ଭିଭିଆଇପିଙ୍କ ଗାଡ଼ି ପାର୍କିଂ କରାଯିବ। ଅନ୍ୟ ଭକ୍ତମାନଙ୍କ ଗାଡ଼ି ଚନ୍ଦନ ଚକଡ଼ାରେ ଥିବା ପାର୍କିଂରେ ରଖିବେ। ବସ୍‌ ନେଇ ଆସୁଥିବା ଯାତ୍ରୀମାନେ ନୂଆ ବସ୍‌ ଷ୍ଟାଣ୍ଡରେ ରହିବେ। ଅନବସର ୧୫ ଦିନ ପାଇଁ ମହାପ୍ରଭୁ ଶ୍ରୀଅଲାରନାଥଙ୍କ ନୀତି ନିର୍ଘଣ୍ଟ ମଧ୍ୟ ନିର୍ଦ୍ଧାରଣ କରାଯାଇଥିବା ନେଇ ମନ୍ଦିର ସେବାୟତ ନିଯୋଗ ତରଫରୁ ସୂଚନା ଦିଆଯାଇଛି।

ପ୍ରଶାସନର କେନାଲ ଖୋଳାକୁ ଗ୍ରାମବାସୀଙ୍କ ବିରୋଧ, ପୋଲିସ ସହ ଧସ୍ତାଧସ୍ତି
ବ୍ରହ୍ମଗିରି: କେନାଲ ଖୋଳାକୁ ନେଇ ବିବାଦ । ଚଉଦ ମଉଜା କେନାଲ ଖୋଳାକୁ ନେଇ ବ୍ରହ୍ମଗିରିରେ ଉତ୍ତେଜନା । ପ୍ରଶାସନର କେନାଲ ଖୋଳାକୁ ବିରୋଧ କରିଛନ୍ତି ହରିଦାସ ଗାଁର ଗ୍ରାମବାସୀ । କେନାଲ ଖୋଳିବାକୁ ଆସିଥିବା ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛନ୍ତି ଗ୍ରାମର ଲୋକେ । ଚାଷୀଙ୍କୁ ଡରାଇ ଧମକାଇ  ଜିଲ୍ଲା ପ୍ରଶାସନର କେନାଲ ଖୋଳୁଥିବା ବେଳେ ସ୍ଥାନୀୟବାସୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି । ବିଗତ ୩୦ ବର୍ଷ ଧରି ବ୍ରହ୍ମଗିରି ବ୍ଲକ କୁସୁବେଣ୍ଟି ପଞ୍ଚାୟତ ହରିଦାସପୁର ଏବଂ କୁସୁବେଣ୍ଟି ଗାଁ ମଧ୍ୟରେ କେନାଲକୁ ନେଇ ବିବାଦ ଲାଗି ରହିଛି । ଏନେଇ ଜିଲ୍ଲା ପ୍ରଶାସନ ଆଜି ୨୦ ପ୍ଲାଟୁନ ପୋଲିସ ଫୋର୍ସ ଧରି ଚାଷୀଙ୍କୁ ଡରାଇ ଧମକାଇ ବିବାଦୀୟ କେନାଲକୁ ଖୋଳିବାକୁ ପହଞ୍ଚିଛି । ଏହାକୁ ତୀବ୍ର ବିରୋଧ କରିଛନ୍ତି ହରିଦାସପୁର ଗ୍ରାମବାସୀ । ଘଟଣା ସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଛି । ପ୍ରସାଶନର ଏଭଳି ଆଭିମୁଖ୍ୟକୁ ବ୍ରହ୍ମଗିରିବାସୀ ନିନ୍ଦା କରିଛନ୍ତି । ବର୍ଷ ବର୍ଷ ଧରି ସମସ୍ୟାର ସମାଧାନ ନକରି ଏବେ ପ୍ରଶାସନ ବଳପ୍ରୟୋଗ କରି କେନାଲକୁ ଖୋଳୁଛି,  ତାହା ଠିକ ନୁହଁ ବୋଲି କହିଛନ୍ତି ଅଞ୍ଚଳବାସିନ୍ଦା ।

ବାଲି ହରଚଣ୍ଡୀ ପୀଠର ନିଆରା ପରମ୍ପରା: ପୂଜା ପାଉଛି ମାଛକଣ୍ଟା
ବ୍ରହ୍ମଗିରି(ରଞ୍ଜନା ନାୟକ): ରାଜ୍ୟର କେତେକ ପ୍ରମୁଖ ଶକ୍ତିପୀଠରେ ମାଛ ଭୋଗ ହେବାର ପରମ୍ପରା ରହିଛି। ତେବେ ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳରେ ଥିବା ମା’ ବାଲି ହରଚଣ୍ଡୀଙ୍କ ପୀଠରେ ମାଛକଣ୍ଟା ପୂଜା ପାଇ ଆସୁଛି। ଯାହାକୁ ଦେଖିବା ପାଇଁ ରାଜ୍ୟର କୋଣ ଅନୁକୋଣ ସମେତ ରାଜ୍ୟ ବାହାରର ବହୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ। ବିଶେଷକରି ରଜରେ ଏଠାରେ ଭକ୍ତଙ୍କ ସମାଗମ ପରିଲକ୍ଷିତ ହୋଇଥାଏ। ଏଠାରେ ଥିବା ଦୀର୍ଘବର୍ଷର ମାଛକଣ୍ଟାକୁ ଶ୍ରଦ୍ଧାଳୁମାନେ ମୁଣ୍ଡିଆ ମାରି ମା’ଙ୍କ ଦର୍ଶନ ପାଇଁ ଭିତରକୁ ପ୍ରବେଶ କରିଥାନ୍ତି। ଏଭଳି ଏକ ବିରଳ ମାଛକଣ୍ଟା ପୂଜା ସମ୍ପର୍କରେ ରଞ୍ଜନା ନାୟକଙ୍କ ସ୍ୱତନ୍ତ୍ର ଉପସ୍ଥାପନା।

ରାଜ୍ୟରେ ଶକ୍ତି ଉପାସନା ପରମ୍ପରା ବହୁ ପ୍ରାଚୀନ। ଏହା ‘ତନ୍ତ୍ରସାର’ ଗ୍ରନ୍ଥରୁ ପ୍ରତୀୟମାନ ହୋଇଥାଏ। ପୁରପଲ୍ଲୀର ରକ୍ଷାକର୍ତ୍ତା ରୂପେ ମା’ ଆରାଧିତ। ପର୍ବପର୍ବଣି, ବିବାହ, ବ୍ରତ, ଉତ୍ସବ ପ୍ରତ୍ୟେକ ଶୁଭ ମାଙ୍ଗଳିକ କାର୍ଯ୍ୟରେ ମା’ ଶକ୍ତିମୟୀଙ୍କ ମାଜଣା, ବନ୍ଦାପନା କରାଯାଇ କୃପା କାମନା କରାଯାଏ। ସମଗ୍ର ଓଡ଼ିଶା ରାଜ୍ୟରେ ହଜାର ହଜାର ପ୍ରଚୀନ ଶକ୍ତିପୀଠ ବିଦ୍ୟମାନ। ଏହି ଶକ୍ତିପୀଠଗୁଡ଼ିକର ଭୌଗୋଳିକ ସ୍ଥିତି ମଧ୍ୟ ବିଚିତ୍ର। ଅନୁଧ୍ୟାନ କଲେ ଜଣାଯାଏ, ଦେବୀଙ୍କ ପୀଠ ନିଘଞ୍ଚ ଜଙ୍ଗଲ, ଜନବସତି ଶୂନ୍ୟ ଅଞ୍ଚଳରେ ତ କେଉଁଠି ଘଞ୍ଚ ଜନବସତି ଅଞ୍ଚଳରେ, ପୁଣି ନଦୀ ତୀରରେ ଆଉ କେଉଁଠି ସମୁଦ୍ର ପାଖରେ ଓ ଆଉ କେତେକ ପୀଠ ବାଲୁକା ସ୍ତୂପ ଉପରେ ଏବଂ ଆଉ କେତେକ ପାହାଡ଼ର ପାଦଦେଶରେ ଥିବା ବେଳେ କେତେକ ପାହାଡ଼ର ଶୀର୍ଷ ଭାଗରେ ରହିଛି। ଏହି ପୀଠଗୁଡ଼ିକ ମଧ୍ୟରୁ ଓଡ଼ିଶାର ସାଂସ୍କୃତିକ ଏବଂ ପର୍ଯ୍ୟଟନ ବିଭାଗର ସ୍ୱୀକୃତି ତଥା ସରକାରୀ ମାନ୍ୟତା ପ୍ରଦାନ କରାଯାଇଥିବା ଏବଂ ଓଡ଼ିଶା ପର୍ଯ୍ୟଟନ ବିଭାଗ ମାନଚିତ୍ରରେ ବ୍ରହ୍ମଗିରି ଅଞ୍ଚଳରେ ଥିବା ବାଲି ହରଚଣ୍ଡୀ ମନ୍ଦିର ସ୍ଥାନ ପାଇଛି।

ମନ୍ଦିର ଓ ବିଗ୍ରହ

ଏହି ପ୍ରସିଦ୍ଧ ଶକ୍ତି ପୀଠକୁ ପୁରୀ-ସାତପଡ଼ା ଜାତୀୟ ରାଜପଥର କାଠୁଆରେଡି ଛକରୁ ପଲଙ୍କ ଗ୍ରାମ ମଧ୍ୟ ଦେଇ ଏକ ପିଚୁ ରାସ୍ତା ଲମ୍ବିଯାଇଛି। ସମୁଦ୍ରପତ୍ତନ ଠାରୁ ୬୦ ଫୁଟ୍‌‌ ଉଚ୍ଚର ଏକ ବିରାଟ ବାଲୁକାସ୍ତୂପ ଉପରେ ୮୦ ଫୁଟ ଲମ୍ବ ଓ ୮୦ ଫୁଟ ଓସାର ପ୍ରସ୍ତର ମଣ୍ଡପ ଉପରେ ମା’ ହରଚଣ୍ଡୀଙ୍କ ମନ୍ଦିର ବିଦ୍ୟମାନ। ମନ୍ଦିରର ଉଚ୍ଚତା ୭୦ ଫୁଟ୍‌‌ ହେବ। ଏହି ମନ୍ଦିରରଟି ପଞ୍ଚରଥ ବିଶିଷ୍ଟ ରେଖା ମନ୍ଦିର ଅଟେ। ମନ୍ଦିରର ବେଢ଼଼ାକୁ ଚାନ୍ଦିନୀକୁ ଲାଗି ରହିଛି ଏକ ଛୋଟ ଶିବ ମନ୍ଦିର। ଏଠାରେ ଚଣ୍ଡେଶ୍ୱର ମହାଦେବ ପୂଜା ପାଉଛନ୍ତି। ସେହିଭଳି ମା’ ବାଲି ହରଚଣ୍ଡୀଙ୍କ ବିଗ୍ରହ ୪ ଫୁଟ ଉଚ୍ଚର ଏକ କଳା ମୁଗୁନି ଶିଳାରେ ନିର୍ମିତ ଅଷ୍ଟଭୁଜା ମୂର୍ତ୍ତି। ମହିଷାସୁରକୁ ନିଧନ କରୁଥିବା ମୁଦ୍ରାରେ ରହିଛନ୍ତି।

ସଂକ୍ରାନ୍ତିରେ ମହାଲକ୍ଷ୍ମୀ, ଭୂମିଦହନରେ ସରସ୍ୱତୀ

ଶେଷ ରଜ ବା ବସୁମତୀ ସ୍ନାନଦିନ ଚନ୍ଦନ ହଜୁରୀଙ୍କ ପକ୍ଷରୁ ମା’ଙ୍କ ପାଇଁ ସମସ୍ତ ମାଜଣା ସାମଗ୍ରୀ ଆସିଥାଏ। ମା’ ସେହିଦିନ ମହାକାଳୀ ବେଶରେ ଦର୍ଶନ ଦେଇଥାନ୍ତି। ତାଛଡ଼ା ସମୁଦ୍ର ମଧ୍ୟ ଦେଇ ଆଣ୍ଡାମାନ ନିକୋବର ଦ୍ୱୀପରୁ ମା’ଙ୍କ ଦର୍ଶନ ପାଇଁ ଲୋକ ଆସିଥାନ୍ତି ବୋଲି ପୁରୋହିତ କହିଛନ୍ତି।

ସାବିତ୍ରୀରେ ମା’ଙ୍କ ପାଇଁ ବ୍ରହ୍ମଗିରି ବ୍ଲକର ପାଞ୍ଚପଡ଼ା, ମାତାଲାପୁର, ଧରଣାକୁଦୀ, ନହରବାଲି, କୂଅପଦା, ଖେତାଣ୍ଡିକୁ ଏହି ପାଞ୍ଚପଡ଼ାରୁ ଏକ ବିପର୍ଯ୍ୟୟରୁ ଉଦ୍ଧାର କରିଥିବାରୁ ମା’ଙ୍କୁ ଏହି ଗ୍ରାମର ଲୋକମାନେ ଝିଅ ବୋଲି ସମ୍ବୋଧନ କରନ୍ତି ଏବଂ ତାଙ୍କ ପାଇଁ ପ୍ରତିବର୍ଷ ସାବିତ୍ରୀ ଅମାବାସ୍ୟାରେ ଭାର ନେଇ ଆସିଥାନ୍ତି। ମନ୍ଦିର ପକ୍ଷରୁ ମା’ଙ୍କ ବାପଘର ଭାବିକି ବହୁତ ସମ୍ମାନ କରାଯାଏ। ଏଥି ସହିତ ଜାଗର ଦିନ ତେଲୁଗୁ ସମ୍ପ୍ରଦାୟର ଲୋକେ ଆସି ମା’ଙ୍କ ପାଖରେ କୁକୁଡ଼ା, ବୋଦା, ଛେଳି, ଆଦି ବଳି ଦେଇ ରୋଷେଇ କରନ୍ତି। ପହିଲି ରଜରେ ମା’ କୁମାରୀବେଶ ହୋଇଥାନ୍ତି।

ମା’ଙ୍କ ପାଇଁ ମାଛଭୋଗ

ମା’ଙ୍କୁ ପାଖରେ ବର୍ଷସାରା ଆମିଷ ଭୋଗ ହୋଇଥାଏ। ପାଖ ଗାଁର ଲୋକମାନେ ଏହି ମାଛକୁ ଦେଇଥାନ୍ତି। ବାଳଭୋଗରେ, ଖଇ, କଦଳୀ, ଚୁଡ଼ାଭଜା, ଲାଗିହୋଇଥାଏ। ସଂଖୁଡ଼ିରେ ଆରୁଆ ଅନ୍ନ, ଡାଲି, ମାଛବେସର, ଖିରି ଲାଗିହୋଇଥାଏ। ସନ୍ଧ୍ୟା ଧୂପରେ ମା’ଙ୍କୁ ଅଟା କାକରା ଲାଗି ହୋଇଥାଏ। ରାତିରେ ଖେଚୁଡ଼ି ସହିତ ମାଛ ବେସର ଲାଗି ହୁଏ। ମା’ଙ୍କ ବିଛଣା ଯିବା ପୂର୍ବରୁ ମନ୍ଦିର ଧୂଆ ହୋଇ ମହାପ୍ରସାଦ ଲାଗି ହେବାପରେ ମା’ ବିଛଣା ଯାଆନ୍ତି।

ପାରମ୍ପରିକ ପନିକି ପୂଜା

ସେହିଭଳି ମନ୍ଦିର ପରିସରରେ କାହୁଁ କେବେଠାରୁ ଏକ ବଡ଼ ପନିକି ପୂଜା ପାଇ ଆସୁଛନ୍ତି। ପନିକିଟି ରଜ ସମୟରେ ସୁଜ୍ଜିତ ଭାବେ ରଖଯାଇ ପୂଜା କରାଯାଉଛି। ଏହି ପନିକିଟି କେବେଠାରୁ ଓ କାହିଁକି ଏଠାରେ ପୂଜା ପାଉଛି ସେ ସମ୍ପର୍କରେ କେହି କହିପାରୁ ନ ଥିଲେ ମଧ୍ୟ ଏହାକୁ ପୂଜା କରିବା ପାଇଁ କାହୁଁ କେବେଠାରୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇ ଆସୁଛି।

୭୦ ବର୍ଷ ତଳର ମାଛକଣ୍ଟା

ଲୋକକଥା ଅନୁସାରେ ୭୦ ବର୍ଷ ତଳେ ସମୁଦ୍ରରେ ଗୋଟେ ବିରାଟ ତିମି ମାଛର ମୃତଦେହ ଭାସୁଥିଲା। ସମୁଦ୍ରରେ ମାଛ ମରିଥିଲା ହେଲେ ତାର ଦୁର୍ଗନ୍ଧ ଅଞ୍ଚଳ ସାରା ଫାଟି ପଡୁଥିଲା। ଏହି ଦୁର୍ଗନ୍ଧରେ ଲେକମାନେ ଅତିଷ୍ଠ ହୋଇପଡ଼ିଲେ। ସମସ୍ତେ ମିଶି ସେହି ମାଛକୁ ଗାତ ଖୋଳି ବାଲିରେ ପୋତିବା ସହିତ ତାର ବଡ଼ ଗାଲିସି ଦୁଇଟିକୁ ନେଇ ଆସିଲେ ମା’ଙ୍କ ଦ୍ୱାର ବନ୍ଧ କରିବା ଉଦ୍ଦେଶ୍ୟରେ। ଯେହେତୁ ତନ୍ତ୍ରଶକ୍ତି ପୀଠ ଭାବରେ ମା’ ବିଦିତ ସେଥିପାଇଁ ସେହି ମାଛକଣ୍ଟା ମା’ଙ୍କ ପାଖକୁ ଆସିଲା। ପୁରୋହିତମାନେ ମିଶି ମୁକ୍ତି ମଣ୍ଡପରେ ବୁଝିବା ପରେ ପଣ୍ଡିତମାନେ କହିଲେ ଯେହେତୁ ମା’ଙ୍କୁ ମହାପ୍ରସାଦ ଅର୍ପଣ କରାଯାଉଛି ଏହି ମାଛ କଣ୍ଟାରେ ଦ୍ୱାରବନ୍ଧ ହେଲେ ମହାପ୍ରସାଦ ଦ୍ୱାରବନ୍ଧ ଦେଇ ଯାଇ ପାରିବନାହିଁ ସେଥିପାଇଁ ଆଉ ଦ୍ୱାରବନ୍ଧ କରାଗଲା ନାହିଁ। ସେମିତି ହିଁ ତାକୁ ରଖାଯାଇ ଫୁଲ ପାଣି ଟିକେ ଦିଆଯାଉଅଛି ବୋଲି ମନ୍ଦିର ପୂଜକ ନୀଳମଣି କୁହନ୍ତି।

ମା’ଙ୍କ ପର୍ବପର୍ବାଣି

ବର୍ଷସାର ସମସ୍ତ ପର୍ବ ମା’ଙ୍କ ପାଖରେ ପାଳନ ହୋଇଥାଏ। ହେଲେ ମୁଖ୍ୟ ପର୍ବ ହେଉଛି ରଜପର୍ବ। ମା’ଙ୍କୁ ରଜର ରାଣୀ ବୋଲି କହିଥାନ୍ତି। ରଜ ପର୍ବରେ ମାଙ୍କ ପାଖରେ ଏବ ବିରାଟ ମେଳା ବସେ। ଏହା ସହିତ ବ୍ରହ୍ମଗିରି, କୃଷ୍ଣପ୍ରସାଦ, ପୁରୀ ସଦର ବ୍ଲକର ପ୍ରାୟ ୧୦୦ରୁ ଅଧିକ ଗ୍ରାମବାସୀ ଆସି ଅସ୍ଥାୟୀ ଭାବରେ ଚାରିଦିନ ପାଇଁ ଛାପା(କ୍ୟାମ୍ପ) ପକାଇ ରହିଥାନ୍ତି। ମାଛ, କୁକୁଡା, ବୋଦା ବଳି ପକାଇ ରୋଷେଇ କରି ଏକାଠି ବସି ଖିଆପିଆ କରନ୍ତି। ଏହି ମେଳାରେ ବହୁତ ସଂଖ୍ୟାରେ ଲୋକଙ୍କ ସମାଗମ ହୁଏ।

ସ୍ୱପ୍ନାଦେଶରୁ ପ୍ରସାଦ ଭୋଗ

ମନ୍ଦିର ପୁରୋହିତ ନୀଳମଣି ସୁଆରଙ୍କ କହିବା ଆନୁସାରେ ଏକଦା ମା’ ଜଗନ୍ନାଥଙ୍କ ମନ୍ଦିରକୁ ଯାଉଥିଲେ। ଦୋଳମଣ୍ଡପ ସାହିର ବନମାଳୀ କରଙ୍କ ଧର୍ମପତ୍ନୀ ମା’ଙ୍କୁ ଦେଖି ପଚାରିଲେ, କିଏ ତମେ ସବୁବେଳେ ଯିବା ଆସିବା କରୁଛ। ମା’ ନିଜ ପରିଚୟ ଦେଇ ଚାଲିଆସିଲେ। ରାତିରେ ସ୍ୱପ୍ନ ହେଲା ବନମାଳୀ କରଙ୍କ ଧର୍ମପତ୍ନୀଙ୍କୁ। ମା’ କହିଲେ, ମୁଁ ତମ ସହିତ ସଙ୍ଗାତ ବସିଛି। କିନ୍ତୁ କାହାକୁ କିଛି ଏହି ବିଷୟରେ କହିବ ନାହିଁ। ସେବେଠାରୁ ମା’ଙ୍କ ପାଇଁ ବନମାଳୀ କରଙ୍କ ପରିବାର ତରଫରୁ ଜଗନ୍ନାଥଙ୍କ ଆଜ୍ଞାମାଳ ଓ ମହାପ୍ରସାଦ ପ୍ରତିଦିନ ନରସିଂହ ପାଟଣାର ଏକ ଗୋପାଳ ହାତରେ ପଠାଇ ଦିଅନ୍ତି। ୨୦୧୪ ମସିହାରେ ଦିନେ ଭୁବନେଶ୍ୱରର ଧନଞ୍ଜୟ କୁମାର ଡଗରା ନାମକ ଜଣେ ବ୍ୟକ୍ତି ସପରିବାର ମା’ଙ୍କ ଦର୍ଶନ ପାଇଁ ଆସିଥାନ୍ତି। ସେ ସମସ୍ତ କଥା ଜାଣିବା ପରେ ମାଙ୍କ ପାଇଁ ପୁରୀରୁ ମହାପ୍ରସାଦ ଆଣିବା ପାଇଁ ଗୋଟିଏ ଲୋକକୁ ନିଯୁକ୍ତ କରିଲେ। ସେବେଠାରୁ ମା’ଙ୍କ ପାଇଁ ନିୟମିତ ମହାପ୍ରସାଦ ଆସୁଛି।

ମସ୍‌‌ଜିଦ୍‌‌ରେ ବି ମାଛକଣ୍ଟା

ପୁରୀ-ସାତପଡ଼ା ରାସ୍ତାର ଯିବା ବେଳେ ପଣସପଦା ନିକଟ ଭଗବାନପୁର ମୁସଲମାନ ବସ୍ତିରେ ୨ଟି ମସ୍‌‌ଜିଦ୍‌‌ରେ ରହିଛି ମାଛ କଣ୍ଟା। କାଦିମଦାର୍‌‌ ଦୟାନ ମହମ୍ମଦ କହିବାନୁୟାୟୀ ୧୯୮୫ ମସିହାରେ ସମୁଦ୍ରରେ ଭାସୁଥିବା ଏକ ବିଶାଳ ମାଛର ମୃତଦେହ ପୋତାଯାଇଥିଲା। ଏହାର ତିନିବର୍ଷ ପରେ ସେହି ସ୍ଥାନକୁ ଖୋଳିବା ପରେ ସେହି ମାଛର ପାଟି ଭିତରେ ଥିବା ମାଢ଼ିର ଅଂଶକୁ ଅଣାଗଲା ସେହି ମାଢ଼ିର ଦୁଇପଟକୁ କାଟି ମସ୍‌‌ଜିଦରେ ଦୁଆରବନ୍ଧ କରାଗଲା।

ପ୍ରେମିକା ଘରୁ ମିଳିଲା ପ୍ରେମିକର ଝୁଲନ୍ତା ମୃତଦେହ
ବ୍ରହ୍ମଗିରି: ପ୍ରେମିକା ଘରୁ ମିଳିଲା ପ୍ରେମିକର ଝୁଲନ୍ତା ମୃତଦେହ। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମଗିରିର ସାହୁପଡ଼ା ଗାଁରେ। ଏ ଘଟଣା ପରେ ଗାଁରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ଝିଅଘରେ ପୁଅଘର ଲୋକଙ୍କ ପକ୍ଷରୁ ବ୍ୟାପକ ଭଙ୍ଗାରୁଜା, ମାରପିଟ କରାଯାଇଥିବା ଜଣାପଡ଼ିଛି। ମୃତ ପ୍ରେମିକ ଜଣଙ୍କ ସୂର୍ଯ୍ଯକାନ୍ତ ବିଶ୍ଵାଳ। ତାଙ୍କୁ ଝିଅଘର ଲୋକ ହତ୍ୟା କରିଥିବା ପୁଅଘର ଲୋକ ଅଭିଯୋଗ ଆଣି ଭଙ୍ଗାରୁଜା କରିଛନ୍ତି । ଘଟଣାରେ ଝିଅଘରର ୬ ଜଣଙ୍କୁ ପୁଲିସ ଅଟକ ରଖି ତଦନ୍ତ ଚଳାଇଛି ।

ଘଟଣା ଅନୁଯାୟୀ, ସାହୁପଡ଼ା ଗାଁର ସୂର୍ଯ୍ଯକାନ୍ତ ବିଶ୍ଵାଳଙ୍କ ସହ ସେହି ଗାଁର ଜଣେ ଯୁବତୀଙ୍କର ପ୍ରେମ ସମ୍ପର୍କ ଥିଲା । ସମ୍ପୃକ୍ତ ଯୁବତୀଙ୍କୁ ଦେଖା କରିବା ପାଇଁ ସୂର୍ଯ୍ଯକାନ୍ତ  ଗତକାଲି ବିଳମ୍ବିତ ରାତିରେ ଯାଇଥିଲେ। ହେଲେ ଏହି ସମୟରେ ଯୁବତୀଙ୍କ ପରିବାର ଲୋକ ସୂର୍ଯ୍ଯକାନ୍ତଙ୍କୁ କାବୁ କରି ନେଇଥିଲେ। ପୁଅ ନ ଫେରିବାରୁ ରାତିରେ ଖୋଜିବାକୁ ଯାଇଥିଲେ ବାପା। ଏହି ସମୟରେ ଝିଅ ଘରେ ସୂର୍ଯ୍ଯକାନ୍ତଙ୍କ ମୃତଦେହ ଝୁଲୁଥିବା ଅବସ୍ଥାରେ ଦେଖିଥିଲେ। ଏହାକୁ ନେଇ ଝିଅର ପରିବାର ଏବଂ ସୂର୍ଯ୍ଯକାନ୍ତଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପରେ ଏନେଇ ସୂର୍ଯ୍ଯକାନ୍ତଙ୍କ ପରିବାର ଲୋକ ଥାନାକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ୬ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୁଲିସ କହିଛି।

ତେବେ ସୂର୍ଯ୍ଯକାନ୍ତଙ୍କ କେମିତି ମୃତ୍ୟୁ ହେଲା ? ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଉଛି ? ଏଭଳି ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ଏହାକୁ ନେଇ ଗାଁରେ  ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି ।