Navjot Sidhu - The Sakala

କାଲି ପଟିଆଲା ଜେଲରୁ ମୁକୁଳିବେ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ, ୧୯୮୮ର ରୋଡ ରେଜ୍ ମାମଲାରେ ଯାଇଥିଲେ ଜେଲ୍‌
ଚଣ୍ଡିଗଡ : ଆସନ୍ତାକାଲି ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ନବଜୋତ ସିଂ ସିଦ୍ଧୁଙ୍କୁ ଜେଲରୁ ମୁକ୍ତ କରାଯିବ। ଏନେଇ ତାଙ୍କ ଅଫିସିଆଲ୍ ଟ୍ୱିଟ୍ ହ୍ୟାଣ୍ଡେଲରୁ ଟ୍ବିଟ କରାଯାଇଛି। ସିଦ୍ଧୁଙ୍କ ଅଫିସିଆଲ ଟ୍ବିଟର ହାଣ୍ଡଲରୁ ଟ୍ବିଟ କରି ସୂଚନା ଦିଆଯାଇଛି ଯେ  ଜେଲ କର୍ତ୍ତୃପକ୍ଷଙ୍କ ସୂଚନା ଆଧାରରେ ଏହି ଟ୍ବିଟ୍ କରାଯାଇଛି। ଆସନ୍ତକାଲି ଅର୍ଥାତ ଏପ୍ରିଲ ୧ ତାରିଖରେ ପଟିଆଲା ଜେଲରୁ ନବଜୋତ ସିଂ ସିଦ୍ଧୁ ମୁକୁଳିବେ।

ସିଦ୍ଧୁଙ୍କ ଓକିଲ ଏଚ୍ ପିଏସ୍ ବର୍ମା କହିଛନ୍ତି ଯେ ପଞ୍ଜାବ ଜେଲ୍ ମାନୁଆଲ୍ ଅନୁଯାୟୀ ଭଲ ଆଚରଣ କରୁଥିବା ବନ୍ଦୀର ଜେଲଦଣ୍ଡ କୋହଳ କରାଯାଇପାରିବ । ଏହି ଆଧାରରେ ଶନିବାର ଦିନ ସିଦ୍ଧୁ ପଟିଆଲା ଜେଲରୁ ମୁକୁଳିବାର ଯଥେଷ୍ଟ ସମ୍ଭାବନା ରହିଛି ।

This is to inform everyone that Sardar Navjot Singh Sidhu will be released from Patiala Jail tomorrow.

(As informed by the concerned authorities).

— Navjot Singh Sidhu (@sherryontopp) March 31, 2023

ଏହା ପୂର୍ବରୁ ମଧ୍ୟ ଆଶା କରାଯାଉଥିଲା ଯେ ସିଦ୍ଧୁଙ୍କୁ ସେହି୫୦ ଜଣ କଏଦୀଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଇପାରେ ଯାହାଙ୍କୁ ଗଣତନ୍ତ୍ର ଦିବସରେ ବିଶେଷ ଭାବେ ଜେଲ୍‌ ଦଣ୍ଡ କୋହଳ କରାଯାଇ ମୁକ୍ତ କରାଯାଇଥିଲା। କିନ୍ତୁ ସିଦ୍ଧୁଙ୍କୁ ସେହିସମୟରେ ମୁକ୍ତ କରାଯାଇନଥିଲା। କଂଗ୍ରେସର ପଞ୍ଜାବ ୟୁନିଟ୍ ର ଅନେକ ନେତା ପଟିଆଲା ଜେଲରୁ ସମୟ ପୂର୍ବରୁ ନବଜୋତ ସିଂ ସିଦ୍ଧୁଙ୍କୁ ମୁକ୍ତ ନକରବାକୁ ନେଇ ରାଜ୍ୟରେ ଥିବା ଆମ୍ ଆଦମୀ ପାର୍ଟି ସରକାରଙ୍କୁ ସମାଲୋଚନା କରାଯାଇଥିଲା। ଗତ ବର୍ଷ ମେ ମାସରେ ସୁପ୍ରିମକୋର୍ଟ ନବଜୋତ ସିଂହ ସିଦ୍ଧୁଙ୍କୁ ୩୪ ବର୍ଷ ପୁରୁଣା ଏକ ହତ୍ୟା ମାମଲାରେ ଏକ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ। ଏହି ମାମଲାରେ ସିଦ୍ଧୁ ଗତ ୧୦ମାସ ହେବ ଜେଲରେ ରହିଛନ୍ତି।

ଉଲ୍ଲେଖଯୋଗ୍ୟ କି ୧୯୮୮ ଡିସେମ୍ବର ୨୭ତାରିଖରେ ପଟିଆଲା ବାସିନ୍ଦା ଗୁରନାମ ସିଂହଙ୍କ ସହ ପାର୍କିଂକୁ ନେଇ ସିଦ୍ଧୁଙ୍କ ବିବାଦ ହୋଇଥିଲା। ସିଦ୍ଧୁ ଏବଂ ତାଙ୍କ ବନ୍ଧୁ ରୂପିନ୍ଦର ସିଂ ସାନ୍ଧୁ ଗୁରନାମ ସିଂଙ୍କୁ ତାଙ୍କ କାର୍ ରୁ ଟାଣି ଆଣି ତାଙ୍କୁ ଧକ୍କା ଦେଇଥିଲେ, ଫଳରେ ତାଙ୍କ ଶରୀରରେ ଆଘାତ ଲାଗିଥିଲା । ପରେ ହସ୍ପିଟାଲରେ ଗୁରନାମ ସିଂହଙ୍କ ମୃତ୍ୟୁ ଘଟିଥିଲା। ତେବେ ଜଣେ ପ୍ରତ୍ୟକ୍ଷଦର୍ଶୀ ଗୁରନାମ ସିଂହଙ୍କ ମୁଣ୍ଡରେ ମାଡ଼ ମାରି ହତ୍ୟା କରାଯାଇଥିବା ପ୍ରକାଶ କରିଥିଲେ । ହେଲେ ପୋଷ୍ଟମର୍ଟମ ରିପୋର୍ଟ ମୁତାବକ ସେହି ବ୍ୟକ୍ତିଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା ।

ଏହି ମାମଲାରେ ସିଦ୍ଧୁଙ୍କୁ ତଳକୋର୍ଟ ନିର୍ଦ୍ଦୋଷ ସାବ୍ୟସ୍ତ କରିଥିଲା । ହେଲେ ସମାନ ମାମଲାରେ ହାଇକୋର୍ଟ ସିଦ୍ଧୁଙ୍କୁ ୩ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲା । ଏହାପରେ ସିଦ୍ଧୁଙ୍କ ତରଫରୁ ହାଇକୋର୍ଟଙ୍କ ରାୟ ଉପରେ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା । ହେଲେ ୨୦୧୮ ମେ’୧୫ ତାରିଖରେ ସୁପ୍ରିମକୋର୍ଟ ସିଦ୍ଧୁଙ୍କୁ ଏହି ମାମଲାରେ ଦୋଷମୁକ୍ତ କରିଥିଲେ। ସୁପ୍ରିମକୋର୍ଟ ସିଦ୍ଧୁଙ୍କ ଉପରେ ମାତ୍ର ୧ହଜାର ଟଙ୍କା ଜରିମାନା ଲଗାଇଥିଲେ ।କିନ୍ତୁ ମାମଲାର ପୁନର୍ବିଚାର ପାଇଁ ପୀଡ଼ିତ ବ୍ୟକ୍ତିର ପରିବାର ନିବେଦନ କରିଥିଲେ। ଏହାପରେ ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ୨୦୨୨ ମେ’୧୯ ତାରିଖରେ ସିଦ୍ଧୁଙ୍କୁ ୧ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ। ସେବେଠୁ ସିଦ୍ଧୁ ଜେଲରେ ରହିଛନ୍ତି।

ଠିକଣା ବଦଳିବା ସହ ବଦଳିଗଲା ନବଜୋତ ସିଂ ସିଦ୍ଧୁଙ୍କ କାମ : ଥିଲେ କ୍ରିକେଟର ହେଲେ ନେତା, ଆଉ ଏବେ କିରାଣି
ଚଣ୍ଡିଗଡ : ଠିକଣା ବଦଳିବା ସହ ବଦଳିଗଲା ନବଜୋତ ସିଂ ସିଦ୍ଧୁଙ୍କ କାମ। ଦିନେ ଦେଶର ଜଣେ ପ୍ରତିଷ୍ଠିତ କ୍ରିକେଟ ଭାବେ ଜାତୀୟ ଦଳରେ ଖେଳୁଥିଲେ। ତାପରେ ଦେଶର ଜଣେ ବଡ ନେତା ଭାବେ ଉଭାହେଲେ । ପଞ୍ଜାବ ରାଜ୍ୟ କଂଗ୍ରେସ ଦଳର ମୂଖ୍ୟ ଭାବେ ମଧ୍ୟ ଦାୟିତ୍ବ ପାଇଥିଲେ। ହେଲେ ସମୟ ବଦଳିବା ସହ ସବୁକିଛି ବଦଳିଗଲା। ଠିକଣା ବଦଳିଲା ଆଉ ତା’ସହ କାମ ମଧ୍ୟ ବଦଳିଗଲା। କ୍ରିକେଟର ଆଉ ନେତା ଭାବେ ବିଳାଶପୂର୍ଣ୍ଣ ଜୀବନଜାବନ କରୁଥିବା ନବଜୋତ ସିଂ ସିଦ୍ଧୁ ଏବେ କିରାଣି କାମ କରିବେ। ସକାଳ ୯ଟାରୁ ସଂଧ୍ୟା ୫ଟା ଯାଏଁ ସେ ଡ଼୍ୟୁଟି କରିବେ । ୩ ମାସ ଯାଏଁ ତାଙ୍କୁ ଏହି କାମ ବଦଳରେ କୌଣସି ବେତନ ମିଳିବ ନାହିଁ । କିରାଣୀ କାମରେ ତାଙ୍କର ଅଭିଜ୍ଞତା ନଥିବାରୁ ତାଙ୍କୁ ଅଣକୁଶଳୀ କଏଦୀ ଭାବେ ଗଣନା କରାଯିବ।

୧୯୮୮ ମସିହା ‘ରୋଡ୍‌ ରେଜ୍‌’ ମାମଲାରେ ଦୋଷୀ ସାବସ୍ତ୍ୟ ହୋଇଥିବା ପୂର୍ବତନ ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ୍‌ ସିଂହ ସିଦ୍ଧୁ ପଟିଆଲା ସେଣ୍ଟ୍ରାଲ୍‌ ଜେ‌ଲ୍‌ରେ ସଜା କାଟୁଛନ୍ତି। ଜେଲ୍‌ରେ ରହି ଏବେ ସିଦ୍ଧୁ କିରାଣି କାମ କରିବେ। ଜେଲ ଅଫିସର କାଗଜପତ୍ର ଦେଖିବେ ସିଦ୍ଧୁ। ମଙ୍ଗଳବାର ଠାରୁ ହିଁ ସିଦ୍ଧୁଙ୍କ ଡ୍ୟୁଟି ଆରମ୍ଭ ହୋଇଯାଇଛି। ପଟିଆଲା ସେଣ୍ଟ୍ରାଲ ଜେଲ୍‌ରୁ ଜାରି ଏକ ବିବୃତ୍ତି ମୁତାବକ, ସିଦ୍ଧୁଙ୍କୁ ଦୁଇଟି ସିଫ୍ଟରେ କାମ କରିବାକୁ ପଡିବ। ପ୍ରଥମ ସିଫ୍ଟ ସକାଳ ୯ଟାରୁ ମଧ୍ୟାହ୍ଣ ୧୨ଟା ଯାଏ ରହିବ। ଲଞ୍ଚ ବ୍ରେକ୍‌ ପରେ ମଧ୍ୟାହ୍ଣ ୩ଟାରୁ ସନ୍ଧ୍ୟା ୫ଟା ଯାଏ ତାଙ୍କୁ ପୁଣି କାମ କରିବାକୁ ପଡିବ। ଦିନରେ ମୋଟ ୫ ଘଣ୍ଟା ଡ୍ୟୁଟି କରିବେ ସିଦ୍ଧୁ।

ତେବେ ସିଦ୍ଧୁଙ୍କୁ ୩ ମାସ ତାଲିମ ଦିଆଯିବ। ଅଦାଲତର ଦୀର୍ଘ ରାୟଗୁଡ଼ିକୁ କେମିତି ସଂକ୍ଷିପ୍ତ କରିବାକୁ ପଡ଼ିବ ଏବଂ ଜେଲ୍‌ ରେକର୍ଡଗୁଡ଼ିକୁ କିଭଳି ସଜାଡ଼ି ରଖାଯିବ ସେ ବିଷୟରେ ସିଦ୍ଧୁଙ୍କୁ ଶିକ୍ଷା ଦିଆଯିବ। ଏହି ୩ ମାସ ଯାଏଁ ତାଙ୍କୁ ଏହି କାମ ବଦଳରେ କୌଣସି ବେତନ ମିଳିବ ନାହିଁ । କିରାଣୀ କାମରେ ତାଙ୍କର ଅଭିଜ୍ଞତା ନଥିବାରୁ ତାଙ୍କୁ ଅଣକୁଶଳୀ କଏଦୀ ଭାବେ ଗଣନା କରାଯିବ। ୩ ମାସ ପରେ ଅର୍ଦ୍ଧକୁଶଳୀ ହେବା ପରେ ତାଙ୍କୁ ଦିନକୁ ୩୦ ରୁ ୪୦ ଟଙ୍କା ଲେଖାଏଁ ଦିଆଯିବ। କୁଶଳୀ ହୋଇଗଲେ ପ୍ରତିଦିନ ୯୦ ଟଙ୍କା ଲେଖାଏଁ ମିଳିବ ବୋଲି ସୂଚନା ମିଳିଛି। ତାଙ୍କର ଦକ୍ଷତାକୁ ଆଧାର କରି ମୂଲ୍ୟାୟନ ହେବାକୁ ଥିବା ଏହି ପାରିଶ୍ରମିକ ତାଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ରେ ଜମା କରାଯିବ।

ସୂଚନାଅନୁସାରେ ୩୪ ବର୍ଷ ତଳର ରୋଡ଼୍ ରେଜ ମାମଲାରେ ପୂର୍ବତନ କିକେଟର ତଥା ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ ଏବେ ଜେଲରେ ସଜା କାଟୁଛନ୍ତି। ୩୪ ବର୍ଷ ତଳେ ଏକ ପାର୍କିଂକୁ ନେଇ ଜଣେ ବୃଦ୍ଧଙ୍କ ସହ ଝଗଡା ହୋଇଥିଲା। ପରେ ସେ ତାଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣ ପରେ ଚିକିତ୍ସିତ ଅବସ୍ଥାରେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ତାଙ୍କୁ ୧ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ସୁପ୍ରିମକୋର୍ଟ।