5T SCHOOL - The Sakala
ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଥିବା ସ୍କୁଲ ରୂପାନ୍ତରଣ ପ୍ରକ୍ରିୟାକୁ ମିଳିଲା ଜାତୀୟ ମାନ୍ୟତା
ଭୁବନେଶ୍ବର: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଥିବା ସ୍କୁଲ ରୂପାନ୍ତରଣ ପ୍ରକ୍ରିୟାକୁ ମିଳିଛି ଜାତୀୟ ମାନ୍ୟତା । ରାଜ୍ୟର ପ୍ରାୟ ୭ହଜାର ସ୍କୁଲର ରୂପାନ୍ତରଣ କରିଥିଲେ ନବୀନ ସରକାର। ଯାହାର ଫଳସ୍ବରୁପ କେନ୍ଦ୍ର ସରକାରଙ୍କ ପରଫର୍ମାନ୍ସ ଗ୍ରେଡିଂ ଇଣ୍ଡେକ୍ସରେ ଓଡିଶା ଜାତୀୟ ସ୍ତରରେ ପଞ୍ଚମ ସ୍ଥାନ ଅଧିକାର କରିଛି । ପରଫର୍ମାନ୍ସ ଗ୍ରେଡିଂରେ ଓଡିଶା ଜାତୀୟ ସ୍ତରରେ ୫୯୫.୬ ସ୍କୋର କରି ୨୦୨୩-୨୪ ଶିକ୍ଷାବର୍ଷରେ ପ୍ରଚେଷ୍ଟା-୩ ଗ୍ରେଡ ହାସଲ କରିଛି। ୨୦୧୯ରେ ଓଡିଶା ୧୪ ନମ୍ବର ସ୍ଥାନରେ ଥିଲା। ପ୍ରଦର୍ଶନ ଏବଂ ପ୍ରଶାସନ ଓ ପରିଚାଳନା କ୍ଷେତ୍ରରେ ୭୩ଟି ମାନଦଣ୍ଡକୁ ଆଧାର କରି କେନ୍ଦ୍ର ସରକାର ପରଫର୍ମାନ୍ସ ଗ୍ରେଡେସନ କରିଥାନ୍ତି।
ନବୀନ ପଟ୍ଟନାୟକ ସ୍କୁଲ ଶିକ୍ଷା ପ୍ରତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବାକୁ ୭ହଜାର ସ୍କୁଲର ରୂପାନ୍ତରଣ କରିଥିଲେ। ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଦକ୍ଷତା ବୃଦ୍ଧି ଜରିଆରେ ହିଁ ସଶକ୍ତ ଓଡିଶା ଗଠନ କରାଯାଇପାରିବ ବୋଲି ନବୀନ ସବୁବେଳେ କହିଆସୁଥିଲେ। ସେଥିପାଇଁ ସେ ସ୍କୁଲ ଭିତ୍ତିଭୂମୀକୁ ସୁଦୃଢ କରିଥିଲେ। ସ୍କୁଲ ଶିକ୍ଷାରେ ଓଡିଶାକୁ ମିଳିଥିବା ଏହି ସଫଳତା ପାଇଁ ନବୀନ ସବୁ ଶିକ୍ଷାର୍ଥୀ, ଶିକ୍ଷକ, ଅଭିଭାବକ ଓ ରୂପାନ୍ତରଣ ପ୍ରକ୍ରିୟାରେ ସାମିଲ ଥିବା ସବୁ ପ୍ରଶାସନିକ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଓଡିଶାର ଏହି ସଫଳତାକୁ ନବୀନ ତାଙ୍କ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।
ସରକାରୀ ସ୍କୁଲ ପ୍ରତି ବଢୁଛି ଆଗ୍ରହ, ଅଭିଭାବକଙ୍କୁ ଆକର୍ଷିତ କରୁଛି ‘୫-ଟି’ ସ୍କୁଲ ରୂପାନ୍ତରଣ
ଭୁବନେଶ୍ୱର: ସରକାରୀ ସ୍କୁଲ ପ୍ରତି ବଢୁଛି ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଆକର୍ଷଣ। ଗତ ଦୁଇ ବର୍ଷରେ ଘରୋଇ ବିଦ୍ୟାଳୟ ତୁଳନାରେ ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ସରକାରୀ ବିଦ୍ୟାଳୟରେ ନାମ ଲେଖାଇଛନ୍ତି। ୨୦୨୨-୨୩ ଶିକ୍ଷା ବର୍ଷରେ ରାଜ୍ୟରେ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୭୬, ୧୧, ୬୭୧ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ତନ୍ମଧ୍ୟରୁ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସଂଖ୍ୟା ୫୧, ୮୩, ୬୬୧ ଥିବାବେଳେ ସରକାରୀ ଅନୁଦାନପ୍ରାପ୍ତ, ଘରୋଇ ଶିକ୍ଷାନୁଷ୍ଠାନ, କେନ୍ଦ୍ରୀୟ ଓ ଆନ୍ୟାନ୍ୟ ବିଦ୍ୟାଳୟରେ ଯଥାକ୍ରମେ ୯୩୩୯୦୭ ଜଣ, ୧୪, ୦୪, ୨୨୩ ଜଣ ଓ ୮୮୫୪୪ ଜଣ ଛାତ୍ରଛାତ୍ରୀ ଅଧ୍ୟୟନରତ ଅଛନ୍ତି। ୨୦୨୧-୨୨ ଶିକ୍ଷାବର୍ଷରେ ସରକାରୀ ବିଦ୍ୟାଳୟରେ ସରକାରୀ ବିଦ୍ୟାଳୟରେ ୫୧୬୪୨୮୬ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାବେଳେ ଘରୋଇ ଶିକ୍ଷାନୁଷ୍ଠାନରେ ୧୪୦୫୫୫୯ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିଲେ। ଅର୍ଥାତ ଏହି ଦୁଇବର୍ଷରେ ସରକାରୀ ବିଦ୍ୟାଳୟରେ ଅଧିକ ନାମଲେଖା ହୋଇଛି। ସରକାରୀ ବିଦ୍ୟାଳୟରେ ୨୦୨୧-୨୨ ଶିକ୍ଷାବର୍ଷ ତୁଳନାରେ ୨୦୨୨-୨୩ରେ ୧୯୩୭୫ ଅଧିକ ଛାତ୍ରଛାତ୍ରୀ ନାମଲେଖାଇଛନ୍ତି। ସେହିପରି ଘରୋଇ ବିଦ୍ୟାଳୟରେ ୧୦୨୫୬ ଛାତ୍ରଛାତ୍ରୀ କମ୍‌‌ ନାମ ଲେଖାଇଛନ୍ତି। ଏପରିକି କେନ୍ଦ୍ରୀୟ ଅନ୍ୟାନ୍ୟ ବିଦ୍ୟାଳୟଗୁଡିକରେ ମଧ୍ୟ ନାମଲେଖା କମିଛି। ଗଞ୍ଜାମ, ଅନୁଗୁଳ, ବାଲେଶ୍ୱର ପରି ଜିଲ୍ଲାରେ ଘରୋଇ ସ୍କୁଲ ସଂଖ୍ୟା ଅଧିକ ଥିଲେ ମଧ୍ୟ ସରକାରୀ ସ୍କୁଲରେ ନାମଲେଖା ବଢ଼ିଛି।
ବିଧାନସଭାରେ ଶିକ୍ଷା ବିଭାଗ ପକ୍ଷରୁ ପ୍ରଦତ୍ତ ତଥ୍ୟ ଅନୁସାରେ ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସ୍କୁଲ ଗୁଡ଼ିକୁ ୫-ଟି ଉପକ୍ରମରେ ରୂପାନ୍ତର କରୁଥିବାରୁ ସଫଳତା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଶିକ୍ଷାର ମାନବୃଦ୍ଧି ସହ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାକୁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଉଚ୍ଚ ବିଦ୍ୟାଳୟଗୁଡିକର ଭିତିଭୂମି ଓ ଶୈକ୍ଷିକ ବାତାବରଣକୁ ସର୍ବୋକୃଷ୍ଟ କରିବା ପାଇଁ ରୂପାନ୍ତରଣ କରାଯାଉଛି। ସମୁଦାୟ ୮୦୯୯ଟି ଉଚ୍ଚ ବିଦ୍ୟାଳୟ ମଧ୍ୟରୁ ୩ଟି ପର୍ଯ୍ୟାୟରେ ୬୮୮୦ଟି ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟ ଶେଷ ହୋଇଛି। ଅବଶିଷ୍ଟ ବିଦ୍ୟାଳୟଗୁଡିକର ରୂପାନ୍ତରଣ ପର୍ଯ୍ୟାୟକ୍ରମେ କରାଯାଉଛି। ବିଦ୍ୟାଳୟର ମୌଳିକ ଆବଶ୍ୟକତା ସ୍ୱରୁପ ସ୍ମାର୍ଟ କ୍ଲାସରୁମ, ଇ-ଲାଇବ୍ରେରୀ, ଉନ୍ନତମାନର ବିଜ୍ଞାନାଗାର, ପାନୀୟ ଜଳ ବ୍ୟବସ୍ଥା, ଶୌଚଳୟ, ଖେଳ ପଡ଼ିଆର ଉନ୍ନତିକରଣ ଓ ଶୈକ୍ଷିକ ସମୃଦ୍ଧି ଭଳି ବ୍ୟବସ୍ଥାର ଉନ୍ନତିକରଣ କରାଯାଉଛି। ଉଚ୍ଚ ବିଦ୍ୟାଳୟରେ ୪ଟି ଛାତ୍ରକ୍ଲବ ଯଥା ଜିଜ୍ଞାସା, କୌଶଳୀ, ସାହିତ୍ୟ ସୃଜନୀ ଓ କ୍ରୀଡାଙ୍ଗନ ଗଠନ କରି ମେଧା ଶକ୍ତି ବିକଶିତ କରାଯାଉଛି।
ସରକାରୀ ବିଦ୍ୟାଳୟରେ ମୌଳିକ ଭାଷା ଓ ସଂଖ୍ୟାଜ୍ଞାନ କାର୍ଯ୍ୟକ୍ରମ ଦ୍ୱାରା ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଉଭୟ ଓଡିଆ ଭାଷା ଓ ଗଣିତର ସ୍ୱତନ୍ତ୍ର କାର୍ଯ୍ୟପୁସ୍ତିକା ଓ ଅତିରିକ୍ତ ପଠନ ସାମଗ୍ରୀ ବଣ୍ଟନ କରାଯାଇଛି। ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି କରିବା ପାଇଁ ଶିକ୍ଷକମାନଙ୍କୁ ନିଷ୍ଠା ପ୍ରଶିକ୍ଷଣ ମାଧ୍ୟମରେ ତାଲିମ ପ୍ରଦାନ କରାଯାଇଛି। ଭୁବନେଶ୍ୱର ଓ ରାଉରକେଲାର ୨୦ଟି ବିଦ୍ୟାଳୟରେ ଚଳିତ ବର୍ଷ ଅଲିମ୍ପିକ ମୂଲ୍ୟବୋଧ ସମ୍ପର୍କିତ ଶିକ୍ଷା (ଓଭିଇପି) ପ୍ରଦାନ କରିବାକୁ ବ୍ୟବସ୍ଥା କରାଯାଇଛି। ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାମାନଙ୍କୁ ମାଗଣା ପାଠ୍ୟପୁସ୍ତକ, ପୋଷାକ, ମୋଜା ଓ ଜୋତା ପ୍ରଦାନ କରାଯାଉଛି। ଏଥି ସହିତ ସୃଜନାତ୍ମକ ଜ୍ଞାନର ବିକାଶ ଓ ଅଭିବୃଦ୍ଧି ପାଇଁ ତିନି ଦିନିଆ ଶିଶୁ ମହୋତ୍ସବ ରାଜ୍ୟ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ବିଦ୍ୟାଳୟ ଏବଂ ଅଭିଭାବକଙ୍କ ମଧ୍ୟରେ ଉତ୍ତମ ଯୋଗାଯୋଗ ପାଇଁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ‘ମୋ ଡାଏରୀ’ ପ୍ରଦାନ କରାଯାଉଛି। ପୂର୍ବରୁ ଘରୋଇ ସ୍କୁଲରେ ମିଳୁଥିବା ସୁବିଧା ଏବେ ଘରୋଇ ସ୍କୁଲରେ ମାଗଣାରେ ସରକାର ଯୋଗାଇଦେଉଛନ୍ତି। ଆର୍ଥିକ ସମସ୍ୟାରୁ ମୁକୁଳି ଗୁଣାତ୍ମକ ଶିକ୍ଷା ପାଇପାରୁଥିବାରୁ ସରକାରୀ ବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ବୃଦ୍ଧି ପାଉଥିବା ଶିକ୍ଷାବିତ ମତ ଦେଇଛନ୍ତି।
୫ଟି ସ୍କୁଲ ରୂପାନ୍ତର ନକ୍‌ସା ପ୍ରସ୍ତୁତ: ଛାତ୍ରଛାତ୍ରୀ, ପ୍ରଧାନଶିକ୍ଷକ ଓ ସରପଞ୍ଚଙ୍କ ସହ 5T ସଚିବଙ୍କ ଆଲୋଚନା ଆରମ୍ଭ
ଭୁବନେଶ୍ୱର:  ୫ଟି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ, ଛାତ୍ରଛାତ୍ରୀ ତଥା ଅଭିବାବକମାନଙ୍କ ମଧ୍ୟରେ ବିପୁଳ ଉତ୍ସାହ ସୃଷ୍ଟି କରିଛି। ସ୍କୁଲ ଭିତ୍ତିଭୂମିର ରୂପାନ୍ତର ସହିତ ପାଠ ପଢିବା ପାଇଁ ନୂତନ ସୁବିଧା ସୁଯୋଗର ବିକାଶ ଯଥା  ଇ- ଲାଇବ୍ରେରୀ, ଅଧୁନିକ ବିଜ୍ଞାନାଗାର, ସ୍ମାର୍ଟ କ୍ଲାସ ରୁମ ଇତ୍ୟାଦି ପିଲାମାନଙ୍କ ଭିତରେ ପାଠ ପଢିବା ପାଇଁ ଆଗ୍ରହ ସୃଷ୍ଟି କରିଥିବା ପରିଲକ୍ଷିତ ହେଉଛି।
ଏ ପର୍ଯ୍ୟନ୍ତ ରାଜ୍ୟରେ ତିନୋଟି ପର୍ଯ୍ୟାୟରେ ୬୮୮୩  ହାଇସ୍କୁଲ ରୂପାନ୍ତର କାମ ସମ୍ପୂର୍ଣ୍ଣ ହୋଇଛି। ଡିସେମ୍ବର ୨୦୨୩ ସୁଦ୍ଧା ରାଜ୍ୟର ସମସ୍ତ ୮୬୫୪ ସରକାରୀ ହାଇସ୍କୁଲଗୁଡିକରେ ରୂପାନ୍ତର କାମ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।
ଏ ପରିପେକ୍ଷୀରେ ୫ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଗତକାଲି ଓ ଆଜି ଦୁଇଦିନ ଧରି ଗଂଜାମ, ବରଗଡ, କେନ୍ଦୁଝର, କଟକ, ମୟୁରଭଞ୍ଜ, ମାଲକାନଗିର, ପୁରୀ, ଗଜପତି, ଢେଙ୍କାନାଳ ଆଦି ୯ଟି ଜିଲ୍ଲାର ୧୦୧ଟି ବ୍ଲକର ଓ ୨ଟି ମୁନିସିପାଲିଟି କର୍ପୋରେସନର ୭୫୨ଟି ହାଇସ୍କୁଲର ପ୍ରଧାନଶିକ୍ଷକ, ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ, ସରପଞ୍ଚ ଓ ସ୍କୁଲ ପରିଚାଳନା କମିଟିର ସଦସ୍ୟମାନଙ୍କ ସହିତ ମାରାଥନ ବୈଠକ କରି ସେମାନଙ୍କ ସ୍କୁଲରେ ୫ଟି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ କିଭଳି କାର୍ଯ୍ୟକାରୀ କରାଯିବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି। ଆଲୋଚନା ସମୟରେ ଛାତ୍ରଛାତ୍ରୀମାନେ ବିଶେଷ ଭାବରେ ଅଂଶ ଗ୍ରହଣ କରିଥିଲେ। ସେମାନଙ୍କ ଆବଶ୍ୟକତା ସମ୍ପର୍କରେ ଖୋଲା ମତ ପୋଷଣ କରିଥିଲେ।
ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଁଜଳି ଶେରଗଡରୁ ୨୦୨୧ ମସିହାରୁ ଆରମ୍ଭ ହୋଇଥିଲା ୫ଟି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ। ତିନୋଟି ପର୍ଯ୍ୟାୟରେ ସାରା ରାଜ୍ୟରେ ୬୮୮୩ଟି ହାଇସ୍କୁଲର ରୂପାନ୍ତର ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଛି । ଚତୁର୍ଥ ପର୍ଯ୍ୟାୟରେ ୧୭୧୧ ହାଇସ୍କୁଲର ରୂପାନ୍ତର ଏହି ପ୍ରକ୍ରିୟାକୁ ଚୁଡାନ୍ତ ରୂପ ଦେବ। ରାଜ୍ୟର  ସମସ୍ତ ୮୬୫୪ ଟି   ହାଇସ୍କୁଲର  ଭିତ୍ତିଭୂମି  ରୂପାନ୍ତର  ସମ୍ପୂର୍ଣ୍ଣ  ହେବ  ୫ଟି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ଆଜି ଅନ୍ୟ ରାଜ୍ୟମାନଙ୍କ ପାଇଁ ଏକ ମଡେଲ ହେବା ସଙ୍ଗେ ସଙ୍ଗେ ସରକାରୀ ଶିକ୍ଷାନୁଷ୍ଠାନ ପ୍ରତି ଛାତ୍ରଛାତ୍ରୀ ତଥା ଅଭିବାବକଙ୍କ ଆଗ୍ରହ ବୃଦ୍ଧିରେ ସହାୟକ ହୋଇପାରିଛି।
୫-ଟି ସ୍କୁଲ ରୂପାନ୍ତରଣର ତୃତୀୟ ପର୍ଯ୍ୟାୟର ଚତୁର୍ଥ ଦିନରେ ୫ଜିଲ୍ଲାର ୩୫୯ ରୂପାନ୍ତରିତ ସ୍କୁଲ ଲୋକାର୍ପିତ
ଭୁବନେଶ୍ବର: ସ୍କୁଲ ରୂପାନ୍ତରର ପ୍ରତ୍ୟେକ ସ୍ତରରେ ଜନସାଧାରଣ ସାମିଲ ହୋଇଛନ୍ତି। ସ୍କୁଲ ପରିଚାଳନା କମିଟିର ସଦସ୍ୟ, ଅଭିଭାବକ ଓ ସ୍ଥାନୀୟ ଜନସାଧାରଣ ରୂପାନ୍ତରିତ ସ୍କୁଲର ପରିକଳ୍ପନା ଠାରୁ ଆରମ୍ଭ କରି ରୂପାୟନର ସବୁ ସ୍ତରରେ ସଂଶ୍ଲିଷ୍ଟ ହୋଇଛନ୍ତି । କେଉଁ କାର୍ଯ୍ୟରେ କେତେ ଖର୍ଚ୍ଚ ହେଉଛି, ସେ ବିଷୟରେ ମଧ୍ୟ ସେମାନେ ଜାଣନ୍ତି। ତେଣୁ ସ୍କୁଲ ରୂପାନ୍ତର ହେଉଛି, ଜନ ଭାଗିଦାରୀର ଏକ ପ୍ରକୃଷ୍ଟ ଉଦାହରଣ । ଆଜି ସ୍କୁଲ ରୂପାନ୍ତରର ତୃତୀୟ ପର୍ଯ୍ୟାୟର ଚତୁର୍ଥ ଦିନରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି।
ଆଜି ୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନର ତୃତୀୟ ପର୍ଯ୍ୟାୟର ଚତୁର୍ଥ ଦିନରେ ଆଜି ୫ଟି ଜିଲ୍ଲାର ୩୫୯ଟି ରୂପାନ୍ତରିତ ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି । ଏଥିରେ ଭଦ୍ରକ ଜିଲ୍ଲାର ୧୨୪ଟି ହାଇସ୍କୁଲ, କନ୍ଧମାଳ ଜିଲ୍ଲାର ୭୭ଟି, ଢେଙ୍କାନାଳ ଜିଲ୍ଲାର ୩୫ଟି, ଗଜପତି ଜିଲ୍ଲାର ୮୦ଟି ହାଇସ୍କୁଲ ଏବଂ ସୁବର୍ଣ୍ଣପୁର ଜିଲ୍ଲାର ୪୩ଟି ହାଇସ୍କୁଲ ଅନ୍ତର୍ଭୁକ୍ତ। ଏହାଦ୍ବାରା ତୃତୀୟ ପର୍ଯ୍ୟାୟରେ ଚତୁର୍ଥ ଦିନରେ ସମୁଦାୟ ୧୪୯୩ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହେଲା। ସୂଚନାଯୋଗ୍ୟ ଯେ ଗତ ଦୁଇଟି ପର୍ଯ୍ୟାୟରେ ରାଜ୍ୟରେ ୩୯୮୧ଟି ସ୍କୁଲ ରୂପାନ୍ତରିତ ହୋଇଛି । ତିନୋଟି ପର୍ଯ୍ୟାୟ ସଂପୂର୍ଣ୍ଣ ହେବା ପରେ ରାଜ୍ୟରେ ସମୁଦାୟ ୬୧୩୨ଟି ସ୍କୁଲ ରୂପାନ୍ତରିତ ହେବ ।
କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ବିଧାୟକଗଣ, ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟିର ସଦସ୍ୟ, ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ ମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ ୫-ଟି କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ୫-ଟି ହେଉଛି ଟେକ୍‌ନୋଲୋଜି, ଟିମ୍‌ୱାର୍କ, ଟ୍ରାନସ୍‌ପରେନ୍‌ସି ବା ସ୍ବଚ୍ଛତା ଏବଂ ଟାଇମ ବା ସମୟ । ଏସବୁର ପ୍ରୟୋଗରେ ଟ୍ରାନ୍‌ସଫରମେସନ ବା ରୂପାନ୍ତର ଆସିଥାଏ । ମୁଖ୍ୟମନ୍ତ୍ରୀ କହିଲେ ଯେ ଟେକ୍‌ନୋଲୋଜିର ପ୍ରୟୋଗରେ ସ୍କୁଲରେ ସ୍ମାର୍ଟ କ୍ଲାସ ରୁମ୍‌, କମ୍ପ୍ୟୁଟର ଓ ଆଧୁନିକ ଲାବୋରେଟୋରୀର ବିକାଶ କରାଯାଇଛି । ସେହିପରି ଏହି ରୂପାନ୍ତର କାମକୁ ସମସ୍ତଙ୍କ ମିଳିତ ଉଦ୍ୟମରେ କରାଯାଇଛି, ଯାହା ଟିମ୍‌ୱାର୍କର ପ୍ରତୀକ। ସମୟକୁ ଗୁରୁତ୍ବ ଦିଆଯାଇ ସମସ୍ତ କାମ ମଧ୍ୟ ଠିକ୍‌ ସମୟରେ ଶେଷ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏସବୁ କାମରେ ପ୍ରତି ସ୍ତରରେ ସ୍ବଚ୍ଛତା ବା ଟ୍ରାନ୍‌ସପରେନ୍‌ସି ରକ୍ଷା କରାଯାଇଛି। ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କ ସହିତ ଆଲୋଚନା କରାଯାଇ କାମ କରାଯାଉଛି। ଭିଜନ ଡକ୍ୟୁମେଣ୍ଟ ଠାରୁ ଆରମ୍ଭ କରି ପ୍ରତ୍ୟେକ କାର୍ଯ୍ୟ ପାଇଁ ହେଉଥିବା ଖର୍ଚ୍ଚ ସଂପର୍କରେ ସମସ୍ତେ ସବୁ ବିଷୟରେ ଜାଣନ୍ତି । ସ୍ବଚ୍ଛତା ହେଉଛି ୫-ଟିର ସବୁଠାରୁ ବଡ ଶକ୍ତି । ଏସବୁ ଦ୍ବାରା ଆସିଛି ରୂପାନ୍ତର । ଯାହାକୁ ଆମେ ସବୁ ଦେଖିପାରୁଛୁ ଓ ଅନୁଭବ କରିପାରୁଛୁ ।
ଏହି ଅବସରରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଯୋଡି ହୋଇଥିବା ସ୍କୁଲ ଗୁଡିକରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ୫-ଟିର ଉପଯୋଗ ସଂପର୍କରେ ବୁଝାଇ କହିଲେ ଯେ ବର୍ତ୍ତମାନ ଯୁଗ ହେଉଛି ଟେକ୍‌ନୋଲୋଜିର ଯୁଗ । ଜୀବନର ସବୁ କ୍ଷେତ୍ରକୁ ଟେକ୍‌ନୋଲୋଜି ପ୍ରଭାବିତ କରୁଛି। ତେଣୁ ପିଲାମାନେ ନୂଆ ନୂଆ ଟେକ୍‌ନୋଲୋଜି ବିଷୟରେ ଜାଣିବାକୁ ଚେଷ୍ଟା କରିବା ଆବଶ୍ୟକ । ଏହାଦ୍ବାରା ସେମାନେ ଆଧୁନିକ ଯୁଗରେ ସବୁ କ୍ଷେତ୍ରରେ ଆଗରେ ରହିପାରିବେ।
ସେହିପରି ସମୟ ଉପରେ ଗୁରୁତ୍ବ ଦେବକୁ ପରାମର୍ଶ ଦେଇ ସେ କହିଲେ ଯେ ସମୟର ଗୁରୁତ୍ବ ସଂପର୍କରେ ସମସ୍ତେ ଜାଣିଛନ୍ତି। ତେଣୁ ପିଲାମାନେ ସମୟର ଉପଯୋଗ ଠିକ୍‌ ଭାବରେ କରିପାରିଲେ, ସବୁକ୍ଷେତ୍ରରେ ନିଶ୍ଚୟ ଆଗରେ ରହିବେ। ନିଜ ନିଜ ଜୀବନରେ ୫-ଟିର ଉପଯୋଗ ପାଇଁ ପିଲାଙ୍କୁ ପରାମର୍ଶ ଦେଇ ସେ କହିଲେ ଯେ ଏହାଦ୍ବାରା ସେମାନେ ଜୀବନର ସବୁ କ୍ଷେତ୍ରରେ ସଫଳ ହୋଇପାରିବେ । ଦ୍ବିତୀୟ ବିଷୟଟି ହେଉଛି ଟିମ୍‌ୱାର୍କ । ପିଲାମାନେ ମିଳିମିଶି କାମ କଲେ, ସଫଳତାର ସମ୍ଭାବନା ବଢିବ। କ୍ରୀଡ଼ା କ୍ଷେତ୍ରରେ ଟିମ୍‌ୱାର୍କ ଅତି ଜରୁରୀ ବୋଲି ସେ କହିଥିଲେ। ସେହିପରି ଜୀବନରେ ସାଧୁତା (Transparency ) ହେଉଛି ଏକ ଜରୁରୀ ଆବଶ୍ୟକତା । ସାଧୁତା ଦ୍ବାରା ମଣିଷର ବିଶ୍ବସନୀୟତା ବୃଦ୍ଧି ପାଏ। ଏସବୁର ପ୍ରୟୋଗ ଦ୍ବାରା ସେମାନଙ୍କ ଜୀବନରେ ଆସିବ ରୂପାନ୍ତର ବା ସଫଳତା।
ମୁଖ୍ୟମନ୍ତ୍ରୀ ପୁଣି କହିଲେ ଯେ ଛାତ୍ରଛାତ୍ରୀ ମାନଙ୍କ ସଫଳତା ହେଉଛି ଓଡିଶାର ସଫଳତା । ୫-ଟି ସ୍କୁଲ ଗୁଡିକରେ ପିଲାମାନଙ୍କୁ ସବୁ ପ୍ରକାର ଆଧୁନିକ ସୁବିଧା ଦେବା ପାଇଁ ପ୍ରଚେଷ୍ଟା କରାଯାଇଛି। ପିଲାମାନେ ଏହାର ସୁଯୋଗ ନେଇ ନିଜ ପ୍ରତିଭାର ପରିଚୟ ପ୍ରଦାନ କରିପାରିଲେ, ସେମାନଙ୍କ ନିଜର ଓ ପରିବାରର ଗୌରବ ବୃଦ୍ଧି ହେବା ସହିତ ସାରା ଓଡିଶାର ଗୌରବ ବୃଦ୍ଧି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
କାର୍ଯ୍ୟକ୍ରମରେ ୫-ଟି ସ୍କୁଲ ରୂପାନ୍ତର ସଂପର୍କରେ ନିଜର ଅଭିଜ୍ଞତା ବର୍ଣ୍ଣନା କରି ଭଦ୍ରକର ଛାତ୍ରୀ ଆୟୁଷା ମଲ୍ଲିକ, କନ୍ଧମାଳର ଛାତ୍ରୀ ପ୍ରମୋଦିନୀ ନାୟକ, ଢେଙ୍କାନାଳର ଭାଗ୍ୟଶ୍ରୀ ବେହେରା, ଗଜପତିର ମମତା ଗମାଙ୍ଗୋ ଓ ସୁବର୍ଣ୍ଣପୁରର ବର୍ଷା ସାହୁ ପ୍ରମୁଖ କହିଲେ ଯେ ୫-ଟି ସ୍କୁଲ ରୂପାନ୍ତର କେବଳ ଆମ ବିଦ୍ୟାଳୟର ଭୌତିକ ଓ ଶୈକ୍ଷିକ ପରିବେଶକୁ ଉନ୍ନତ କରିନାହିଁ, ତା ସହିତ ଆମର ଆତ୍ମବିଶ୍ବାସ ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇଛି । ନିଜ ଉପରେ ଆମର ଭରସା ବଢିଛି। ଆମ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ରହିଛି ଓଡିଶାକୁ ସବୁ କ୍ଷେତ୍ରରେ ଶ୍ରେଷ୍ଠ କରିବା ପାଇଁ । ଆମେ ଆଜି କଥା ଦେଉଛୁ ଯେ ଆମେ ପଢିବୁ, ବଢିବୁ ଓ ସବୁ କ୍ଷେତ୍ରରେ ଶ୍ରେଷ୍ଠ ହୋଇ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନକୁ ସାକାର କରିବୁ ।
ଏହାସହିତ ସରକାରୀ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ପାଇଁ ମେଡିକାଲ ଓ ଇଂଜିନିଅରିଂ କଲେଜରେ ୧୫ ପ୍ରତିଶତ ସ୍ଥାନ ସଂରକ୍ଷଣ କରିଥିବାରୁ, ସେମାନଙ୍କ ସାକାର ହେବା ଆହୁରି ସହଜ ହୋଇଛି ବୋଲି ସେମାନେ କହିଥିଲେ। ସେମାନେ ସମସ୍ତେ ବଡ ହେଲେ ଡାକ୍ତର, ଶିକ୍ଷକ, ଇଂଜିନିଅର ଓ ବୈଜ୍ଞାନିକ ଆଦି ହେବାପାଇଁ ସ୍ବପ୍ନ ଦେଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆଶୀର୍ବାଦ ଦେଇଥିଲେ।
କାର୍ଯ୍ୟକ୍ରମରେ ଉପସ୍ଥିତ ଭଦ୍ରକ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ଚାନ୍ଦବାଲି ବିଧାୟକ ଡଃ ବ୍ୟୋମକେଶ ରାଏ, କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନନ୍ଦିନୀ ମଲ୍ଲିକ, ଢେଙ୍କାନାଳ ସାଂସଦ ଶ୍ରୀ ମହେଶ ସାହୁ, ଗଜପତିରେ ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ ଏବଂ ସୁବର୍ଣ୍ଣପୁରରେ ଅର୍ଥମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ପ୍ରମୁଖ ସେମାନଙ୍କ ମତାମତ ରଖି କହିଥିଲେ ଯେ ସ୍କୁଲ ରୂପାନ୍ତର ଆଗାମୀ ପୀଢିର ଭବିଷ୍ୟତକୁ ଉଜ୍ଜଳ କରିଛି। ଏହା ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିର ପ୍ରକୃଷ୍ଟ ନିଦର୍ଶନ। ଓଡିଶାକୁ ସବୁ କ୍ଷେତ୍ରରେ ଆଜି ନମ୍ବର ୱାନ କରିବା ସହିତ ଆଜି ମୁଖ୍ୟମନ୍ତ୍ରୀ ରାଜ୍ୟର ଭବିଷ୍ୟତକୁ ମଧ୍ୟ ସୁରକ୍ଷିତ କରିବା ପାଇଁ ବଳିଷ୍ଠ ପଦକ୍ଷେପ ନେଇଛନ୍ତି ବୋଲି ସେମାନେ କହିଥିଲେ।
କାର୍ଯ୍ୟକ୍ରମକୁ ପରିଚାଳନା କରି ୫-ଟି ସଚିବ  ଭି.କେ. ପାଣ୍ଡିଆନ କହିଥିଲେ ଯେ ସ୍କୁଲ ରୂପାନ୍ତରରେ ଯେଉଁ ସବୁ ସମ୍ପତ୍ତି ବା ଆସେଟ୍‌ ସୃଷ୍ଟି ହୋଇଛି, ସେ ସବୁ ସାରା ଓଡିଶାବାସୀଙ୍କ ଟଙ୍କାରେ ନିର୍ମିତ ହୋଇଛି ବୋଲି ପ୍ରକାଶ କରି ସେ କହିଲେ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ସ୍କୁଲର ଆସେଟ୍‌ ଗୁଡିକର ରକ୍ଷଣାବେକ୍ଷେଣ ଉପରେ ସର୍ବାଧିକ ଗୁରୁତ୍ବ ଆରୋପ କରନ୍ତି । ତେଣୁ ଆପଣମାନେ ନିଜର ସମ୍ପତ୍ତି ଭଳି ସ୍କୁଲର ସମ୍ପତ୍ତିର ରକ୍ଷଣାବେକ୍ଷଣ କରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ ଆଶା ଓ ଭରସା ରହିଛି ବୋଲି ସେ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର-ତଥା-ଶାସନ ସଚିବ ଅଶ୍ବଥୀ ଏସ୍‌ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଓସେପାର ସ୍ବତନ୍ତ୍ର ପ୍ରୋଜେକ୍ଟ ଡାଇରେକ୍ଟର ଧନ୍ୟବାଦ ଅର୍ପଣ କରିଥିଲେ । ଉଚ୍ଚଶିକ୍ଷା ବିଭାଗ, ସାମାଜିକ ସୁରକ୍ଷା ବିଭାଗ ଓ ଅନ୍ୟାନ୍ୟ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ ।
୩ୟ ପର୍ଯ୍ୟାୟରେ ଆଜି ୫ ଜିଲ୍ଲାର ୪୪୯ ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ରାଜ୍ୟର ଶିକ୍ଷାବ୍ୟବସ୍ଥାକୁ ଗୁଣାତ୍ମକ ତଥା ସ୍କୁଲଗୁଡ଼ିକୁ ସର୍ବାଙ୍ଗ ସୁନ୍ଦର କରିବା ପାଇଁ ମୁଖ୍ୟମନ୍ତ୍ରୀ ନେଇଛନ୍ତି ଦୃଢ଼ ଶପଥ। ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ହେଉଛି ଆମୂଳଚୂଳ ପରିବର୍ତ୍ତନ। ‘୫-ଟି’ ହାଇସ୍କୁଲ ରୂପାନ୍ତରଣ ଯୋଜନାରେ ବଦଳୁଛି ବିଦ୍ୟାଳୟର ଚେହେରା।  ଜାରି ରହିଛି ତୃତୀୟ ପଯ୍ୟାୟରେ ଫାଇଭ-ଟି ସ୍କୁଲ ରୂପାନ୍ତରଣର ଲୋକାର୍ପଣ । ଆଜି ୫ ଜିଲ୍ଲାର ୪୪୯ ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ବାଲେଶ୍ବରର ୨୩୩, ନୟାଗଡ଼ର ୬୪, ନୂଆପଡ଼ାର ୫୮, ରାୟଗଡ଼ାର ୪୬ ସୁନ୍ଦରଗଡ଼ ଜିଲ୍ଲାରେ ନୂଆରୂପ ପାଇଥିବା ୪୯ଟି ହାଇସ୍କୁଲର ଲୋକାର୍ପଣ କରାଯିବା ।
ଫାଇଭ-ଟି ଉପକ୍ରମରେ ଏହି ସ୍କୁଲ ଗୁଡ଼ିକୁ ରୂପାନ୍ତରିତ କରିଛନ୍ତି ରାଜ୍ୟ ସରକାର । କେବଳ ସ୍ବଚ୍ଛଳ ବର୍ଗର ଛାତ୍ରଛାତ୍ରୀମାନେ ଉନ୍ନତ ଶିକ୍ଷା ବ୍ୟବସ୍ଥାର ସୁବିଧା ପାଇପାରିବେ । ଏ ଧାରଣାକୁ ଦୂର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫାଇଭ-ଟି ସ୍କୁଲ ମାଧ୍ୟମରେ ପିଲାଙ୍କ ପାଇଁ ତିଆରି ହୋଇଛି ବିରାଟ ସୁଯୋଗ ।
ସ୍ମାର୍ଟ କ୍ଲାସରୁମ ସାଙ୍ଗକୁ ଇ-ଲାଇବ୍ରେରୀ ଓ ଅତ୍ୟାଧୁନିକ ଭିତ୍ତିଭୂମିରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ଗତ ଦୁଇଟି ପର୍ୟ୍ୟାୟରେ ରାଜ୍ୟରେ ୩ ହଜାର ୯୮୧ଟି ସ୍କୁଲ ରୂପାନ୍ତରିତ ହୋଇଛି। ତିନୋଟି ପର୍ଯ୍ୟାୟ ସଂପୂର୍ଣ୍ଣ ହେବା ପରେ ରାଜ୍ୟରେ ସମୁଦାୟ ୬ ହଜାର ୧୩୨ଟି ସ୍କୁଲ ରୂପାନ୍ତରିତ ହେବ । ଆଉ ୬ ମାସ ମଧ୍ୟରେ ଚତୁର୍ଥ ପର୍ୟ୍ୟାୟରେ ରାଜ୍ୟର ସବୁ ସରକାରୀ ହାଇସ୍କୁଲ ରୂପାନ୍ତରିତ ହେବ।
ରୂପ ବଦଳାଇଛି ରୂପାନ୍ତରଣ: ସୁଦୃଢ଼ ହେଉଛି ଶୈକ୍ଷିକ ଭିତ୍ତିଭୂମି, ସରକାରୀ ସ୍କୁଲରେ ଉପଲବ୍ଧ ଅତ୍ୟାଧୁନିକ ଶିକ୍ଷା ପରିବେଶ
ଭୁବନେଶ୍ବର ( ଅବିନାଶ ମହାପାତ୍ର): ରାଜ୍ୟର ଶିକ୍ଷାବ୍ୟବସ୍ଥାକୁ ଗୁଣାତ୍ମକ ତଥା ସ୍କୁଲଗୁଡ଼ିକୁ ସର୍ବାଙ୍ଗ ସୁନ୍ଦର କରିବା ପାଇଁ ମୁଖ୍ୟମନ୍ତ୍ରୀ ନେଇଛନ୍ତି ଦୃଢ଼ ଶପଥ। ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ହେଉଛି ଆମୂଳଚୂଳ ପରିବର୍ତ୍ତନ। ‘୫-ଟି’ ହାଇସ୍କୁଲ ରୂପାନ୍ତରଣ ଯୋଜନାରେ ବଦଳୁଛି ବିଦ୍ୟାଳୟର ଚେହେରା। ଘରୋଇ ସ୍କୁଲ ଭଳି ସରକାରୀ ସ୍କୁଲରେ ପିଲାଙ୍କୁ ଉନ୍ନତମାନର ସୂଚନା ଓ ପ୍ରଯୁକ୍ତିବିଦ୍ୟାର ଶିକ୍ଷା ଦେବାଲାଗି ପ୍ରସ୍ତୁତ ହେଉଛି ସୁଦୃଢ଼ ଭିତ୍ତିଭୂମି। ଛାତ୍ରଛାତ୍ରୀ ବହି ଓ କଳାପଟା ବଦଳରେ ଇ-କଣ୍ଟେଣ୍ଟ ଏବଂ ପ୍ରୋଜେକ୍ଟର୍‌‌ରେ ପାଠ ପଢ଼଼ୁଛନ୍ତି। ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀ ସ୍ମାର୍ଟ କ୍ଲାସରେ ପଢ଼଼ିବା ସହିତ ରୋବଟିକ୍ସ ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭଳି ଅତ୍ୟାଧୁନିକ ଜ୍ଞାନ ଆହରଣ କରୁଛନ୍ତି। ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରିକଳ୍ପନା ଏବେ ବାସ୍ତବ ରୂପ ନେଇଛି। ‘୫-ଟି’ ହାଇସ୍କୁଲ ଟ୍ରାନ୍ସଫର୍ମେସନ୍‌‌ ଅଧୀନରେ ରୂପାନ୍ତରିତ ହୋଇଥିବା ପ୍ରଥମ ପର୍ଯ୍ୟାୟର ୧୦୭୫ଟି ସ୍କୁଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଥିବାବେଳେ ଏଥିରେ ଭୁବନେଶ୍ୱରର ୧୬ଟି ସ୍କୁଲ ସାମିଲ୍‌‌ ହୋଇଥିଲା। ସେହିପରି ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ଆଉ ପ୍ରାୟ ୨୩ ସ୍କୁଲ ସାମିଲ କରାଯାଇଥିବା ବେଳେ ଚତୁର୍ଥ ପର୍ଯ୍ୟାୟ ରୂପାନ୍ତରଣ ପାଇଁ ଭୁବନେଶ୍ୱରର ୧୨ଟି ସ୍କୁଲ ଚିହ୍ନଟ କରାଯାଇଛି। ସରକାରୀ ହାଇସ୍କୁଲ ଗୁଡ଼ିକରେ ସ୍ମାର୍ଟ କ୍ଲାସରୁମ, ଇ-ଲାଇବ୍ରେରୀ, କମ୍ପ୍ୟୁଟର ଲ୍ୟାବ, ସାଇନ୍ସଲ୍ୟାବ୍‌‌ ଭଳି ଉନ୍ନତ ମାନର ଶିକ୍ଷଣୀୟ ବ୍ୟବସ୍ଥା ଉପଲବ୍ଧ କରାଯାଉଛି। ରୂପାନ୍ତରଣ ଯୋଜନାରେ ସରକାରୀ ସ୍କୁଲଗୁଡ଼ିକର ନବଜାଗରଣ ହେଉଛି। ମୋ ସ୍କୁଲର ବିକାଶ ପାଇଁ ଆସୁଥିବା ‘ସିଏସ୍‌‌ଆର’ ପାଣ୍ଠି ସହ ରାଜ୍ୟ ସରକାର ଦୁଇଗୁଣା ଅର୍ଥ ମିଶାଇ ସ୍କୁଲଗୁଡ଼ିକର ବିକାଶ କାର୍ଯ୍ୟ ତ୍ୱରାନ୍ୱିତ କରୁଛନ୍ତି। ରାଜ୍ୟ ସରକାରଙ୍କ ‘୫-ଟି’ ଅଧୀନରେ ଏହି ରୂପାନ୍ତରଣ ପ୍ରକ୍ରିୟା ତ୍ୱରାନ୍ୱିତ ହେଉଥିବାବେଳେ ‘୫-ଟି’ ସଚିବ ଏହାର ତଦାରଖ କରୁଛନ୍ତି।
ସୁଦୃଢ଼ ହେଉଛି ଶୈକ୍ଷିକ ଭିତ୍ତିଭୂମି
ପୁରାତନ ଛାତ୍ରଛାତ୍ରୀ ତଥା ଆଲୁମିନିଙ୍କ ମିଳିତ ସହଭାଗିତାରେ ବଦଳୁଛି ବିଦ୍ୟାଳୟର ଚେହେରା। ପୁରାତନ ଛାତ୍ରଛାତ୍ରୀ ନେଇଛନ୍ତି ରାଜଧାନୀର ପୁରାତନ ଶିକ୍ଷାନୁଷ୍ଠାନର ବିକାଶ ଦାୟିତ୍ୱ। ରାଜ୍ୟର ସରକାରୀ ସ୍କୁଲଗୁଡ଼ିକର ଚିତ୍ର ମୋ ସ୍କୁଲ ଯୋଜନା ବଦଳାଇ ଥିବାବେଳେ ମୋ କଲେଜ ଯୋଜନାରେ କଲେଜଗୁଡ଼ିକର ନବକଳେବର କରାଯାଉଛି। ଏହି ଯୋଜନା ଶିକ୍ଷାନୁଷ୍ଠାନଗୁଡ଼ିକର ଭିତ୍ତିଭୂମିକୁ ସୁଦୃଢ଼ କରିବା ସହିତ ଶିକ୍ଷାନୁଷ୍ଠାନର ପରିଚାଳନା କମିଟିକୁ ମଧ୍ୟ ସଂଗଠିତ କରିଛି। ଫଳରେ କେଉଁଠି ଶିକ୍ଷାନୁଷ୍ଠାନ ହତା ପାର୍କର ଭ୍ରମ ସୃଷ୍ଟି କରୁଛି ଆଉ କେଉଁଠି ଇ-ଲାଇବ୍ରେରୀ ଓ ଆଇସିଟି ଲ୍ୟାବ୍‌‌ ପିଲାଙ୍କ ପାଠପଢ଼଼ା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଛି। ସର୍ବୋପରି ସରକାରୀ ସ୍କୁଲ ଓ କଲେଜଗୁଡ଼ିକର ବିକାଶ ସାଙ୍ଗକୁ ଶିକ୍ଷାର ମାନବୃଦ୍ଧି କରିବାରେ ଏହି ଯୋଜନା ଅବିଶ୍ରାନ୍ତ ପ୍ରକ୍ରିୟା ଜାରି ରଖିଛି। ୨୦୧୭ ନଭେମ୍ବର ୧୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିଲା ‘ମୋ ସ୍କୁଲ୍‌’ ଯୋଜନା। ପୁରାତନ ଛାତ୍ରଛାତ୍ରୀଙ୍କୁ ସ୍କୁଲ ସହିତ ସମ୍ମିଳିତ କରିବା ଏବଂ ଶିକ୍ଷା ଓ ଶିକ୍ଷାନୁଷ୍ଠାନ ବିକାଶର ଧାରାକୁ ବଜାୟ ରଖିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ସରକାରୀ ସ୍କୁଲଗୁଡ଼ିକରୁ ଅଭିଭାବକ ହରାଉଥିବା ଆସ୍ଥାକୁ ବଜାୟ ରଖିବା ଓ ସରକାରୀ ଶିକ୍ଷା ବ୍ୟବସ୍ଥାକୁ ଅଧିକ ସଂଗଠିତ କରିବା ଥିଲା ଏହି ଯୋଜନାର ଉଦ୍ଦେଶ୍ୟ। ତେବେ ବିଗତ କିଛିଦିନ ମଧ୍ୟରେ ଏହି ଯୋଜନା ବେଶ ସଫଳତା ଲାଭକରିଛି। ‘ମୋ ସ୍କୁଲ୍‌’ ଯୋଜନାରେ ରାଜଧାନୀର ପ୍ରାୟ ୨ଶହ ସରକାରୀ ସ୍କୁଲ ସାମିଲ୍‌‌ ହୋଇଥିବାବେଳେ ୨୦ହଜାରରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ଯୋଡ଼ି ହୋଇଛନ୍ତି। ଉପାନ୍ତରୁ ଉପକୂଳ ସମସ୍ତ ସ୍କୁଲର ଚିତ୍ର ବଦଳିବା ପ୍ରକ୍ରିୟା ଜାରି ରହିଛି।
ସରକାରୀ ସ୍କୁଲରେ ଅତ୍ୟାଧୁନିକ ଶିକ୍ଷା ପରିବେଶ
ଘରୋଇ ସ୍କୁଲ ସହ ସମକକ୍ଷ ଏବେ ସରକାରୀ ଶିକ୍ଷାନୁଷ୍ଠାନ। ମୋ ସ୍କୁଲ ଓ ରୂପାନ୍ତରଣ ଯୋଜନାରେ ସୁଦୃଢ଼ ହେଉଛି ଭିତ୍ତିଭୂମି। ସ୍କୁଲରେ ଉନ୍ନତମାନର ଶିକ୍ଷାଦାନ ସହ ଅଭିଜ୍ଞ ଶିକ୍ଷକ ନିଯୁକ୍ତି, ଅତ୍ୟାଧୁନିକ ଶୈକ୍ଷିକ ଉପକରଣ ଆଦି ଯୋଗାଇ ଦିଆଯାଉଛି। ବିଶେଷତଃ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା ପାଇଁ ସମସ୍ତ ଆବଶ୍ୟକ ଉପକରଣ ସହିତ ଉତ୍ତମ ଶୈକ୍ଷିକ ବାତାବାରଣ ଉପରେ ଧ୍ୟାନ ଦିଆଯାଉଛି। ଉନ୍ନତ ମାନର ଶ୍ରେଣୀ ଗୃହ, ଖେଳ ପଡ଼ିଆ ସହିତ ଖେଳ ସାମଗ୍ରୀ, ସ୍ମାର୍ଟ ଲାଇବ୍ରେରୀ, କମ୍ପ୍ୟୁଟର ଲ୍ୟାବ୍‌‌ ଆଦି ସ୍କୁଲଗୁଡ଼ିକରେ ଯୋଗାଇ ଦିଆଯାଉଛି। ପିଲାମାନଙ୍କୁ ବହି ବଦଳରେ ଏଣିକି ଇ-କଣ୍ଟେଣ୍ଟ ଓ ସ୍ମାର୍ଟ କ୍ଲାସରୁମର ପ୍ରୋଜେକ୍ଟରରେ ପାଠ ପଢ଼଼ାଯାଉଛି। ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦିଆଯାଇ ଦକ୍ଷ ମଧ୍ୟ କରାଯାଉଛି। ଅତ୍ୟାଧୁନିକ ଯନ୍ତ୍ରାଂଶ ସାହାଯ୍ୟରେ ସେମାନେ କିପରି ଶିକ୍ଷାଦାନ କରିବେ ସେନେଇ ପ୍ରଶିକ୍ଷଣ ନେଉଛନ୍ତି। ଅପରପକ୍ଷେ ସ୍ମାର୍ଟ ସ୍କୁଲରେ ପଢ଼଼ିବା ପାଇଁ ପିଲାମାନଙ୍କ ମଧ୍ୟରେ ପୂର୍ବ ଅପେକ୍ଷା ଆଗ୍ରହ ବଢ଼଼ୁଛି। ଘରୋଇ ସ୍କୁଲ ଭଳି ସୁସଜ୍ଜିତ ଓ ଅତ୍ୟାଧୁନିକ ଶ୍ରେଣୀ ଗୃହ, ପାଠାଗାର ଆଦି ପିଲାଙ୍କୁ ସ୍କୁଲ ପ୍ରତି ଆକୃଷ୍ଟ କରୁଛି। ଖାଲି ମାଧ୍ୟମିକ ବିଦ୍ୟାଳୟ ନୁହଁ, ପ୍ରାଥମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର ମଧ୍ୟ ନବକଳେବର କରାଯାଉଛି।
୫୩ ବର୍ଷର ପ୍ରଜ୍ଞାପୀଠ, ଲକ୍ଷ୍ମୀସାଗର ଉଚ୍ଚ ବିଦ୍ୟାଳୟ
ଲକ୍ଷ୍ମୀସାଗର ଅଞ୍ଚଳର ଏକ ପ୍ରମୁଖ ତଥା ଶିକ୍ଷାନୁଷ୍ଠାନଭାବେ ପରିଚିତ ଲକ୍ଷ୍ମୀସାଗର ମ୍ୟୁନିସିପାଲିଟି ହାଇସ୍କୁଲ। ୧୯୬୯ ମସିହାରେ ଏହା ପ୍ରତିଷ୍ଠା ହୋଇଥିବା ବେଳେ ୫୩ ବର୍ଷ ମଧ୍ୟରେ ବିଦ୍ୟାଳୟରୁ ଶିକ୍ଷା ଆହରଣ କରି ଅନେକ ଛାତ୍ରଛାତ୍ରୀ ଆଜି ଉଚ୍ଚ ପଦସ୍ଥ ଅଧିକାରୀ ହୋଇପାରିଛନ୍ତି। ଏହି ଖ୍ୟାତନାମା ଶିକ୍ଷାନୁଷ୍ଠାନ ପାଞ୍ଚ ଦଶନ୍ଧି ଧରି ଅନେକ ମଣିଷ ତିଆରି କରିଥିବାବେଳେ ବହୁ ଘାତ ପ୍ରତିଘାତ ସହିଛି। ଅର୍ଦ୍ଧ ଶତକର ଅଧ୍ୟାୟ ଅତିକ୍ରମ କରିଥିବା ଏହି ସ୍ୱର୍ଣ୍ଣିମ ଶିକ୍ଷାନୁଷ୍ଠାନ ସ୍କୁଲ ରୂପାନ୍ତରଣରେ ସାମିଲ୍‌‌ ହେବା ପରେ ଏହାର ଗରିମାମୟ ଅଧ୍ୟାୟ ଆହୁରି ଉଜ୍ଜୀବିତ ହୋଇଛି।
ଷାଠିଏ ଦଶକର କଥା। ଲକ୍ଷ୍ମୀସାଗର ଅଞ୍ଚଳରେ ବିଦ୍ୟାଳୟ ଟିଏ ନ ଥିଲା। ପାଠ ପଢ଼଼ିବା ପାଇଁ ଲକ୍ଷ୍ମୀସାଗର ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଅନ୍ୟୁନ ୪/୫ କିମି ବାଟ ଯିବାକୁ ପଡ଼ୁଥିଲା। ସ୍ଥାନୀୟ ଅଞ୍ଚଳବାସୀ ଗାଁରେ ବିଦ୍ୟାଳୟଟିଏ ଖୋଲିବା ପାଇଁ ସୁଦର୍ଶନ ପ୍ରଧାନଙ୍କ ନେତୃତ୍ୱରେ ଗାଁରେ ସ୍କୁଲ ତିଆରି କରିବା ପାଇଁ ନିଷ୍ପତ୍ତି ନେଲେ। ବହୁ ଘାତ ପ୍ରତିଘାତ ପରେ ୧୯୬୯ ମସିହାରେ ଲକ୍ଷ୍ମୀସାଗରରେ ପ୍ରତିଷ୍ଠା ହେଲା ବିଦ୍ୟାଳୟ। ପରବର୍ତ୍ତୀ ସମୟରେ ସରକାରୀ ଅନୁମୋଦନ ମଧ୍ୟ ମିଳିଲା। ମାତ୍ର ହାତ ଗଣତି କେତେକ ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଥିବା ଲକ୍ଷ୍ମୀସାଗର ବିଦ୍ୟାଳୟ ଆଜି ଭୁବନେଶ୍ୱର ସହରର ଏକ ପ୍ରଖ୍ୟାତ ମଣିଷ ତିଆରି କାରଖାନାଭାବେ ଖ୍ୟାତି ଅର୍ଜନ କରିଛି। ପ୍ରଜ୍ଞାପୀଠକୁ ୫୩ ବର୍ଷ ଛୁଇଁଥିବାବେଳେ ନିକଟରେ ନିଜର ସୁବର୍ଣ୍ଣ ଜୟନ୍ତୀ ପାଳନ କରିଛି। ତେବେ ପାଞ୍ଚ ଦଶନ୍ଧି ଧରି ଏହି ଶିକ୍ଷାନୁଷ୍ଠାନରୁ ଶିକ୍ଷା ଲାଭ କରି ଅନେକ ଛାତ୍ରଛାତ୍ରୀ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଛନ୍ତି। ଅନେକ ଛାତ୍ରଛାତ୍ରୀ ଏହି ବିଦ୍ୟାଳୟରୁ ଶିକ୍ଷା ଆହରଣ କରି ସମାଜରେ ସ୍ୱତନ୍ତ୍ର ପରିଚୟ ହାସଲ କରିଛନ୍ତି। ତେବେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଏହି ବିଦ୍ୟାଳୟରେ ୮ଶହରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନରତ। ମୋଟ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଛାତ୍ରୀଙ୍କ ସଂଖ୍ୟା ପ୍ରାୟ ୪୫ ପ୍ରତିଶତ ହୋଇଥିବାବେଳେ ଅବଶିଷ୍ଟାଂଶ ଛାତ୍ର। ତେବେ ଉନ୍ନତ ଶିକ୍ଷା ବ୍ୟବସ୍ଥା ସାଙ୍ଗକୁ ପାରିପାର୍ଶ୍ବିକ ପରିବେଶ ଓ ଶୈକ୍ଷିକ ବାତାବରଣ ସେମାନଙ୍କୁ ଆକୃଷ୍ଟ କରୁଥିବା ବିଦ୍ୟାଳୟ କିଛି ଛାତ୍ରଛାତ୍ରୀ କହିଛନ୍ତି। ପାଠପଢ଼଼ା ସହିତ ଖେଳକୁଦ ଓ ଅନ୍ୟାନ୍ୟ କ୍ଷେତ୍ରରେ ବିଦ୍ୟାଳୟ ଛାତ୍ରଛାତ୍ରୀ ଅନେକ ଖ୍ୟାତି ଅର୍ଜନ କରିଛନ୍ତି। ବର୍ତ୍ତମାନ ସ୍ଥିତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଅନେକ ଘରୋଇ ଶିକ୍ଷାନୁଷ୍ଠାନ ଗଢ଼ି ଉଠିଥିଲେ ମଧ୍ୟ ଏହି ଅନୁଷ୍ଠାନ ନିଜର ସ୍ୱତନ୍ତ୍ରତା ବଜାୟ ରଖିଛି। ସାମ୍ପ୍ରତିକ ସ୍ଥିତିରେ ଅଧିକାଂଶ ଅଭିଭାବକ ଘରୋଇ ଶିକ୍ଷାନୁଷ୍ଠାନ ମୁହାଁ ହୋଇଥିଲେ ବି ବିଦ୍ୟାଳୟର ଶୈକ୍ଷିକ ପରିବେଶ ଓ ଉନ୍ନତ ଶିକ୍ଷା ପଦ୍ଧତି ପାଇଁ ଛାତ୍ରଛାତ୍ରୀଙ୍କ ସଂଖ୍ୟାରେ ହ୍ରାସ ଘଟିନି ଓ ନିଜର ସ୍ୱତନ୍ତ୍ର ପରିଚିତି ବଜାୟ ରଖିଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମଧୁସ୍ମିତା ବେହେରା କହିଛନ୍ତି। ‘୫-ଟି’ ରୂପାନ୍ତରଣରେ ସ୍କୁଲର କାୟାକଳ୍ପ ବଦଳିବା ପରେ ଛାତ୍ରଛାତ୍ରୀଙ୍କ ନାମଲେଖା ହାରବଢ଼଼ିଛି। ନାମଲେଖା ହାର ସହିତ ପିଲାଙ୍କ ଉପସ୍ଥାନ ମଧ୍ୟ ବୃଦ୍ଧି ହୋଇଥିବା ପ୍ରଧାନଶିକ୍ଷୟିତ୍ରୀ କହିଛନ୍ତି।
ଡାକ୍ତରୀ ଓ ଇଞ୍ଜିନିୟରିଂ ପାଇଁ ପ୍ରଶିକ୍ଷଣ
ସରକାରୀ ସ୍କୁଲର ଭିତ୍ତିଭୂମି ସୁଦୃଢ଼ୀକରଣ ସାଙ୍ଗକୁ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଅଭିବନ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କ ପାଇଁ ସରକାରୀ ଡାକ୍ତରୀ ଓ ଇଞ୍ଜିନିୟରିଂରେ ୧୫ ପ୍ରତିଶର ସିଟ୍‌‌ ସଂରକ୍ଷିତ ରହିଛି। ସଂରକ୍ଷିତ ସରକାରୀ ଇଞ୍ଜିନିୟରିଂ ଓ ମେଡିକାଲ୍‌‌ ସିଟ୍‌‌ରେ ସରକାରୀ ସ୍କୁଲର ଛାତ୍ରଛାତ୍ରୀ ପାଠ ପଢ଼଼ିବେ। ସରକାରୀ ସ୍କୁଲର ୧୫ ପ୍ରତିଶତ ଛାତ୍ରଛାତ୍ରୀ ୨୦୨୧-୨୨ ଶିକ୍ଷା ବର୍ଷରେ ସରକାରୀ ମେଡିକାଲ୍‌‌ କଲେଜରେ ନାମ ମଧ୍ୟ ଲେଖାଇଥିବାବେଳେ ୨୦୨୨-୨୩ ଶିକ୍ଷାବର୍ଷରୁ ଏହା ଇଞ୍ଜିନିୟରିଂ ସ୍ତରରେ ଆରମ୍ଭ ହୋଇଛି। ଖାଲି ସିଟ୍‌‌ ସଂରକ୍ଷିତ କରି ଚୁପ୍‌‌ ବସିନାହାନ୍ତି ରାଜ୍ୟ ସରକାର। ପିଲାଙ୍କୁ ନିଟ୍‌‌ ଓ ଜେଇଇ ପ୍ରଶିକ୍ଷଣ ପାଇଁ ବ୍ୟବସ୍ଥା ମଧ୍ୟ କରଛନ୍ତି। ଦକ୍ଷତା ଭିତ୍ତିରେ ଏକାଦଶ ଶ୍ରେଣୀରୁ ଆଦର୍ଶ ବିଦ୍ୟାଳୟର ପିଲାଙ୍କୁ ଚୟନ କରାଯାଇ ମାଗଣା ନିଟ୍‌‌ ଓ ଜେଇଇ ପ୍ରଶିକ୍ଷଣ ଦିଆଯାଉଛି। ପ୍ରତିବର୍ଷ ଏକହଜାର ଛାତ୍ରଛାତ୍ରୀ ଅନ୍ଧାରୁଆସ୍ଥିତ ଆଇକନିକ୍‌‌ ଆଦର୍ଶ ବିଦ୍ୟାଳୟରେ ଏହି ପ୍ରଶିକ୍ଷଣ ନେବାର ବ୍ୟବସ୍ଥା ରହିଛି। ମେଧା ଭିତ୍ତିରେ ଏମାନଙ୍କୁ ଚୟନ କରିବା ଲାଗି ବ୍ୟବସ୍ଥା ମଧ୍ୟ ହୋଇଛି। ରାଜ୍ୟ ସରକାରଙ୍କ ଏହି ଯୋଜନା ସରକାରୀ ଶିକ୍ଷାନୁଷ୍ଠାନ ପ୍ରତି ପିଲାଙ୍କୁ ଆକୃଷ୍ଟ ମଧ୍ୟ କରିଛି। ମୋ ସ୍କୁଲ ପକ୍ଷରୁ ସରକାରୀ ସ୍କୁଲ ପିଲାଙ୍କ ଇଂରାଜୀ ଦକ୍ଷତାବୃଦ୍ଧି ପାଇଁ ସ୍ପୋକନ୍‌‌ ଇଂରାଜୀ ଶିକ୍ଷା ପାଇଁ ଗୁରୁତ୍ୱ ଦିଆଯାଉଛି।
ରୂପାନ୍ତରଣରେ ଏସ୍‌ସିଏସ୍‌‌ଟି ଆବାସିକ ବିଦ୍ୟାଳୟ
ସବୁବର୍ଗର ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇବା ପାଇଁ ରାଜ୍ୟ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି। ରାଜ୍ୟର ଅନୁସୂଚିତ ଜନଜାତି(ଏସଟି) ଏବଂ ଅନୁସୂଚିତ ଜାତି(ଏସ୍‌‌ସି) ବହୁଳ ଅଞ୍ଚଳ ଗୁଡ଼ିକର ସ୍କୁଲ ରୂପାନ୍ତରଣ କାର୍ଯ୍ୟ କରାଯିବା ନେଇ ନିଷ୍ପତ୍ତି ହୋଇଛି। ଏହି କ୍ରମରେ ରାଜଧାନୀର ଆବାସିକ ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟଗୁଡ଼ିକର ରୂପାନ୍ତରଣ କରାଯାଉଛି। ଏସଟି ଓ ଏସସି ବର୍ଗର ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ବିକାଶ ସହ ସେମାନଙ୍କ ଶାରୀରିକ ବିକାଶ(ପୁଷ୍ଟିସାଧନ)କୁ ଗୁରୁତ୍ୱ ଦିଆଯିବା ଲାଗି ବ୍ୟବସ୍ଥା ହୋଇଥିବା ବେଳେ ଆବାସିକ ସ୍କୁଲଗୁଡ଼ିକର ୨୪ ଘଣ୍ଟିଆ ଆମୋଦ-ପ୍ରମୋଦ ବ୍ୟବସ୍ଥା ପ୍ରଦାନ କରାଯାଉଛି। ଏସ୍‌ସିଏସ୍‌ଟି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ ବିକାଶ, ସ୍କୁଲ ଓ ଗଣଶିକ୍ଷା, ପଞ୍ଚାୟତିରାଜ ଓ ପାନୀୟ ଜଳ, ପୂର୍ତ୍ତ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ସହଯୋଗରେ କାର୍ଯ୍ୟ ତ୍ୱରାନ୍ୱିତ ହେଉଥିବାବେଳେ ସ୍କୁଲଗୁଡ଼ିକରେ ସାଂସ୍କୃତିକ ମଞ୍ଚ, ମୁକ୍ତାକାଶ ରଙ୍ଗମଞ୍ଚ, ସକାଳ ପ୍ରାର୍ଥନା ଓ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ନେଇ ବୈଠକ ହେବା ଭଳି ଭିତ୍ତିଭୂମି ନିର୍ମାଣକୁ ପ୍ରାଥମିକତା ଦିଆଯାଇଛି। ଆଦିବାସୀ ପିଲାଟିଏ ନିଜ ବାପାମାଆଙ୍କ ଠାରୁ ଦୂରରେ ରହି ଶିକ୍ଷା ଗ୍ରହଣ କରୁଥିବାରୁ ମାନସିକ ସ୍ତରରେ ଯେପରି ପିଲାଟି ସକାରାତ୍ମକ ରହିବ ସେଥିପ୍ରତି ଦୃଷ୍ଟି ଦିଆଯାଉଛି। ପ୍ରତି ଭିତ୍ତିଭୂମିରେ ନିରାପତ୍ତା, ନିରବଚ୍ଛିନ୍ନ ଶୁଦ୍ଧ ପାନୀୟ ଜଳ ଯୋଗାଣ, ଉଜ୍ଜ୍ୱଳ ଆଲୋକ, ଅଗ୍ନି ନିର୍ବାପକ ଯନ୍ତ୍ରର ବ୍ୟବସ୍ଥା କରାଯାଉଛି।
ସ୍ମାର୍ଟସିଟି ପିଲାଙ୍କୁ ଅଲିମ୍ପିକ୍ସ ପ୍ରେରଣା
ଅଲମ୍ପିକ୍ସ କଣ? ଏଥିରେ କେଉଁ କେଉଁ ବିଭାଗର ଖେଳ ଅନ୍ତର୍ଭୁକ୍ତ? ଏଥିପାଇଁ ପ୍ରସ୍ତୁତି କିପରି କରାଯାଏ? ଏ ସମ୍ପର୍କରେ ଜ୍ଞାନ ସ୍କୁଲ ପାଠ୍ୟକ୍ରମରୁ ପିଲାମାନେ ପାଇବେ। କେବଳ ପାଠ୍ୟକ୍ରମଭିତ୍ତିକ ଶିକ୍ଷା ନୁହେଁ; ବିଭିନ୍ନ ଖେଳକୁଦରେ ମଧ୍ୟ ଦକ୍ଷ ହେବେ ଛାତ୍ରଛାତ୍ରୀ। ତୃଣମୂଳ ସ୍ତରରୁ ପିଲାମାନେ ଅଲିମ୍ପିକ୍ସ ପ୍ରସ୍ତୁତି ସମ୍ପର୍କିତ ଜ୍ଞାନ ଆହରଣ କରିବେ। ସ୍କୁଲ ସ୍ତରରୁ ଛାତ୍ରଛାତ୍ରୀ ଅଲମ୍ପିକ୍ସ ପାଇଁ ପ୍ରସ୍ତୁତ ମଧ୍ୟ ହେବେ। ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମରେ ୬୩ଟି ବିଦ୍ୟାଳୟରେ ଓଭିଇପି ଆରମ୍ଭ ହୋଇଛି। ରାଜ୍ୟ ସରକାର ପାଇଲଟ୍‌‌ ପ୍ରକଳ୍ପ ଭାବେ ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାର ୯୦ଟି ସ୍କୁଲରେ ଓଭିଇପି(ଅଲମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ) ଆରମ୍ଭ କରିଛନ୍ତି। ଅଲମ୍ପିକ୍ସ ସହିତ ଏସିଆନ୍‌‌ ଗେମ୍‌‌, ରାଜ୍ୟ ଗୋଷ୍ଠୀ କ୍ରୀଡ଼ା ଆଦି ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ସ୍କୁଲ ସ୍ତରରୁ ପିଲାଙ୍କୁ ପ୍ରସ୍ତୁତ କରାଯାଉଛି। ତୃଣମୂଳ ସ୍ତରରୁ ସ୍କୁଲର ପିଲାଙ୍କୁ ଅଲିମ୍ପିକ୍ସ ବାବଦରେ ଜ୍ଞାନ ଦେବା ଓ ବିଭିନ୍ନ ଗୋଷ୍ଠୀ କ୍ରୀଡ଼ା ପାଇଁ ସେମାନଙ୍କୁ ପ୍ରଶିକ୍ଷଣ ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏହି ଅଭିନବ ଯୋଜନା ଆରମ୍ଭ କରିଛନ୍ତି। ପାଇଲଟ୍‌‌ ପ୍ରକଳ୍ପ ଭାବେ ‘ଓଡ଼ିଶା ଅଲିମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ’ ପାଇଁ ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାର ୯୦ଟି ସ୍କୁଲ ଚିହ୍ନଟ ହୋଇଛି। ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର ମହାନଗର ନିଗମରେ ୬୩ଟି ଏବଂ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ମହାନଗର ନିଗମର ୨୭ଟି ସ୍କୁଲରେ ଅଲିମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସେହିପରି ହକିର କ୍ରେଜ୍‌‌କୁ ବଢ଼଼ାଇବା ପାଇଁ ସରକାରୀ ସ୍କୁଲ ସ୍ତରରେ ‘ମୋ ସ୍କୁଲ ହକି କ୍ଲବ୍‌’ ପ୍ରତିଷ୍ଠା ସହ ପିଲାମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି।
ବିକାଶର ମଙ୍ଗ ଧରିଛନ୍ତି ଆଲୁମ୍‌ନି
ପୁରାତନ ଛାତ୍ରଛାତ୍ରୀ ନେଇଛନ୍ତି ସରକାରୀ ଶିକ୍ଷାନୁଷ୍ଠାନର ବିକାଶ ଦାୟିତ୍ୱ। ମିଳିତ ସହଭାଗିତାରେ ବଦଳୁଛି ସ୍କୁଲ ଓ କଲେଜର ଚେହେରା। ସରକାରୀ ସ୍କୁଲଗୁଡ଼ିକର ଚିତ୍ର ମୋ ସ୍କୁଲ ଯୋଜନା ବଦଳାଇ ଥିବାବେଳେ ଏଥିରେ ବିକାଶର ସାରଥି ଭାବେ ପୁରାତନ ଛାତ୍ରଛାତ୍ରୀ ତଥା ଆଲୁମିନିମାନେ ଗୁରୁଦାୟିତ୍ୱ ବହନ କରୁଛନ୍ତି। ଏହି ଯୋଜନା ଶିକ୍ଷାନୁଷ୍ଠାନଗୁଡ଼ିକର ଭିତ୍ତିଭୂମିକୁ ସୁଦୃଢ଼ କରିବା ସହିତ ଶିକ୍ଷାନୁଷ୍ଠାନର ପରିଚାଳନା କମିଟିକୁ ମଧ୍ୟ ସଂଗଠିତ କରିଛି। ତେବେ ମୋ ସ୍କୁଲ ସହିତ ଭୁବନେଶ୍ୱରର ୨୭୮ଟି ସ୍କୁଲ ସାମିଲ୍‌‌ ହୋଇଥିବାବେଳେ ପ୍ରାୟ ୨୦ ହଜାରରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ଏଥିସହ ଯୋଡ଼ି ହୋଇଛନ୍ତି। ସ୍କୁଲର ବିକାଶ ପାଇଁ ପୁରାତନ ଛାତ୍ରଛାତ୍ରୀ ମୋ ସ୍କୁଲ ପାଣ୍ଠିକୁ ୧୪୭କୋଟିରୁ ଅଧିକ ଟଙ୍କା ପ୍ରଦାନ କରିଛନ୍ତି। ସେହିପରି ‘୫-ଟି’ ସ୍କୁଲ ରୂପାନ୍ତରଣ ଯୋଜନାରେ ଦୁଇ ପର୍ଯ୍ୟାୟର ୩୦ରୁ ଅଧିକ ବିଦ୍ୟାଳୟର ନବକଳେବର ସରିଥିବାବେଳେ ତୃତୀୟ ପର୍ଯ୍ୟାୟରେ ପ୍ରାୟ ୧୦ଟି ସ୍କୁଲର ରୂପାନ୍ତରଣ ପାଇଁ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ରହିଛି।
ସାତ ଦଶନ୍ଧିର ମଣିଷ ତିଆରି କାରଖାନା, ୟୁନିଟ୍‌‌ ୩ ରାଜଧାନୀ ଉଚ୍ଚ ବିଦ୍ୟାଳୟ
ୟୁନିଟ୍‌‌ ୩ ରାଜଧାନୀ ଉଚ୍ଚବିଦ୍ୟାଳୟ ତଥା କ୍ୟାପିଟାଲ୍‌‌ ହାଇସ୍କୁଲ୍‌‌। ରାଜଧାନୀର ଦ୍ୱିତୀୟ ସର୍ବପୁରାତନ ବିଦ୍ୟାଳୟ। ୭୩ ବର୍ଷର ଏହି ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ବହୁ ଛାତ୍ରଛାତ୍ରୀ ଆଜି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଖାତି ଅର୍ଜନ କରିଛନ୍ତି। ୭ ଦଶନ୍ଧି ଧରି ଏହି ପ୍ର୍ରଜ୍ଞାପୀଠ ନିଜର ସ୍ୱତନ୍ତ୍ର ସ୍ଥାନ ମଧ୍ୟ ଜାତୀୟସ୍ତରରେ ବଜାୟ ରଖିଛି। ଭୁବନେଶ୍ୱରକୁ ଓଡ଼ିଶାର ରାଜଧାନୀର ମାନ୍ୟତା ଦେବା ପରେ ସରକାରଙ୍କ ଦ୍ୱାରା ୧୯୫୧ ମସିହା ଜୁଲାଇ ୧୬ ତାରିଖରେ କ୍ୟାପିଟାଲ୍‌‌ ହାଇସ୍କୁଲ ପ୍ରତିଷ୍ଠା କରାଯାଇଥିଲା। ଗଣେଶ ଚନ୍ଦ୍ର ମିଶ୍ର ଏହି ବିଦ୍ୟାଳୟର ପ୍ରଥମ ପ୍ରଧାନ ଶିକ୍ଷକ ଭାବେ ନିଯୁକ୍ତ ହୋଇଥିଲେ। ୨୦୧୨ ମସିହାରେ ଏହି ପ୍ରଜ୍ଞାପୀଠ ୬୦ ବର୍ଷ ପୂରଣ କରିଥିବାବେଳେ ଏହାର ସ୍ମୃତି ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ଡାକ ଟିକଟ ଉନ୍ମୋଚନ କରାଯାଇଥିଲା। ତେବେ ଏହି ମଣିଷ ତିଆରି କାରଖାନା ବହୁ ବିଶିଷ୍ଟ ବ୍ୟକ୍ତିତ୍ୱ ଉତ୍ପାଦନ କରିବାର ଏକ ସମୃଦ୍ଧ ଇତିହାସ ରଖିଛି। ଯେଉଁମାନେ ସମଗ୍ର ବିଶ୍ୱରେ ସ୍ୱତନ୍ତ୍ର ଭାବରେ ସେବା କରୁଛନ୍ତି ଏବଂ ଆମ ରାଜ୍ୟ ତଥା ଆମ ଦେଶ ପାଇଁ ଗର୍ବ ଅର୍ଜନ କରିଛନ୍ତି। ସେମାନଙ୍କ ମଧ୍ୟରେ ଆଲୁମିନି ହେଉଛନ୍ତି ଡକ୍ଟର ପ୍ରଦ୍ୟୁତ୍‌‌ ରଥ, ଡକ୍ଟର ଜଗନ୍ନାଥ ମହାପାତ୍ର, ପୁଲିସ ଆୟୁକ୍ତ ସୌମେନ୍ଦ୍ର ପ୍ରିୟଦର୍ଶୀ, ସୀତାଂଶୁ କର ପ୍ରମୁଖ। ଯଦିଓ ଏକ ବାଳକ ଉଚ୍ଚ ବିଦ୍ୟାଳୟ ଭାବରେ ଆରମ୍ଭ ହୋଇଥିଲା, କିନ୍ତୁ ଏହା ଠିକ୍‌‌ ସମୟରେ ଏକ ସହ-ଶିକ୍ଷା ବିଦ୍ୟାଳୟରେ ପରିଣତ ହେଲା। ବର୍ତ୍ତମାନ ଏହି ବିଦ୍ୟାଳୟରେ ପ୍ରାୟ ୧୪ ଶହ ଛାତ୍ରଛାତ୍ରୀ ଅଧ୍ୟୟନରତ। ୧୫ ଏକର ଏବଂ ୫୩୯ ଡେସିମଲ ଜମିରେ ବ୍ୟାପିଥିବା ଏହି ବିଦ୍ୟାଳୟ ଏହାର ସମୃଦ୍ଧ ଇତିହାସରେ ଗର୍ବ ଜାରିରଖିଛି ଏବଂ ମାନଦଣ୍ଡ ସୃଷ୍ଟି କରିବାରେ ଲାଗିଛି।
ସେହିପରି ଆଲୁମିନିଙ୍କ ସହାୟତାରେ ବିଦ୍ୟାଳୟର ୨୭ଟି ବିଭିନ୍ନ ପ୍ରକଳ୍ପର ବିକାଶ କରାଯାଇଛି। ଏହା ସହ ‘୫-ଟି’ ରୂପାନ୍ତରଣ ଯୋଜନା ମଧ୍ୟ ବିଦ୍ୟାଳୟରେ ଉନ୍ନତମାନର ଶ୍ରେଣୀଗୃହ, ସ୍ମାର୍ଟ ଲାଇବ୍ରେରୀ, ଉତ୍ତମ ଖେଳପଡ଼ିଆ ଆଦି ଉପଲବ୍ଧ କରାଯାଇଛି। ମୋ ସ୍କୁଲ ଯୋଜନା ଅଧୀନରେ ପୁରାତନ ଛାତ୍ରଛାତ୍ରୀ ପ୍ରାୟ ୩୯ଲକ୍ଷ ୬୮ ହଜାର ଟଙ୍କା ପ୍ରଦାନ କରିଥିବାବେଳେ ରାଜ୍ୟ ସରକାର ଏହା ସହ ଦୁଇଗୁଣା ଅର୍ଥରାଶି ମିଶାଇ ପାଖାପାଖି ୮୦ ଲକ୍ଷ ଟଙ୍କାର ପ୍ରକଳ୍ପକୁ ମଞ୍ଜୁର କରିଛନ୍ତି।
‘୫‌-ଟି’ ସ୍କୁଲ ରୂପାନ୍ତରଣର ଦ୍ବିତୀୟ ପର୍ଯ୍ୟାୟ: ଆଉ ୫ ଜିଲ୍ଲାର ୪୪୫ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ବଦଳୁଛି ସ୍କୁଲ, ହାଇଟେକ୍ ହେଉଛି ହାଇସ୍କୁଲ । ସ୍କୁଲ ରୂପାନ୍ତରଣର ଦ୍ୱିତୀୟ ପର୍ଯ୍ୟାୟର ପଞ୍ଚମ ଦିନରେ ୫ଟି ଜିଲ୍ଲାର ୪୪୫ଟି ରୂପାନ୍ତରିତ ସ୍କୁଲ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପାଠ ହେଉ କି ଖେଳ ନିଜ କ୍ଷେତ୍ରରେ ଉତ୍କର୍ଷତା ହାସଲ ପାଇଁ ଚେଷ୍ଟା କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସ୍କୁଲର ଆଧୁନିକ ସୁବିଧା ଯୋଗୁଁ ପାଠ ପଢ଼ିବା ସହଜ ହୋଇଛି । ଇଣ୍ଟରନେଟ ଜରିଆରେ ସବୁ ବିଷୟରେ ଜାଣିପାରୁଛନ୍ତି ଛାତ୍ରଛାତ୍ରୀ । ପଢ଼ିବାରେ ଆଗ୍ରହ ବଢ଼ିବା ସହ ଆତ୍ମବିଶ୍ବାସ ବୃଦ୍ଧି ପାଉଛି । ଆଧୁନିକ ସୁବିଧା ସହିତ ସ୍କୁଲକୁ ରାସ୍ତା, ମାଗଣା ବିଜୁଳି ଓ ଇଣ୍ଟରନେଟ୍ ସୁବିଧା ମିଳୁଛି ।
ମୁଖ୍ୟମନ୍ତ୍ରୀ ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିବା ସହ ପିଲାଙ୍କ ସହ କଥା ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ୫ଟି ଜିଲ୍ଲାର ମୋଟ୍ ୪୪୫ଟି ସ୍କୁଲକୁ ଲୋକାର୍ପିତ କରିଛନ୍ତି । ବାଲେଶ୍ୱରର ୧୩୫ଟି ସ୍କୁଲ, ପୁରୀର ୯୫ଟି, ନୟାଗଡ଼ର ୬୦ଟି, ଜଗତସିଂହପୁରର ୭୫ଟି ଓ ଭଦ୍ରକର ୮୦ଟି ହାଇସ୍କୁଲ ଲୋକାର୍ପିତ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ମୋଟ୍ ୨୯୦୮ଟି ହାଇସ୍କୁଲର ରୂପାନ୍ତର ହୋଇଛି ।
ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍କୁଲ ଯେଉଁ ନୂଆ ରୂପ ନେଇଛି, ତାହା ପିଲାଙ୍କ ଭିତରେ ଆନନ୍ଦ ଓ ଉତ୍ସାହ ଭରିଦେଇଛି । ରୂପାନ୍ତର ସେମାନଙ୍କ ମାନସିକସ୍ତରରେ ପରିବର୍ତ୍ତନ ଆଣିଛି । ଆଗ ଅପେକ୍ଷା ଅଧିକ ଆତ୍ମବିଶ୍ବାସର ସହ ନୂଆ ଆଶା ଓ ସଂକଳ୍ପ ନେଇ ଆଗକୁ ବଢ଼ୁଛନ୍ତି ଛାତ୍ରଛାତ୍ରୀ । ରାଜ୍ୟର ଭବିଷ୍ୟତ ପାଇଁ ଏହା ଶୁଭ ସଂକେତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସ୍କୁଲ ସମୟ ଜୀବନର ଶ୍ରେଷ୍ଠ ସମୟ । ଏ ରୂପାନ୍ତର ପିଲାଙ୍କୁ ଶ୍ରେଷ୍ଠ କରି ଗଢ଼ି ତୋଳିବା ପାଇଁ ସୁଯୋଗ ସୃଷ୍ଟି କରିଛି । ପ୍ରତ୍ୟେକ ପିଲା ସ୍ୱତନ୍ତ୍ର, ତାଙ୍କ ଭିତରେ ଭରି ରହିଛି ବିପୁଳ ସମ୍ଭାବନା । ପିଲାଙ୍କ ଆଖିରେ ଥାଏ ସୁନ୍ଦର ଭବିଷ୍ୟତର ସ୍ୱପ୍ନ । ସ୍କୁଲ ରୂପାନ୍ତର ପିଲାଙ୍କ ଏ ସ୍ୱପ୍ନରେ ଡେଣା ଯୋଡ଼ିପାରିଛି । ତେଣୁ ଆତ୍ମବିଶ୍ୱାସର ସହ ଆଗକୁ ବଢ଼ିବାକୁ  ମୁଖ୍ୟମନ୍ତ୍ରୀ ପିଲାଙ୍କୁ ପରାମର୍ଶ ଦେଇଛନ୍ତି । ପିଲାମାନଙ୍କ ସ୍ୱପ୍ନ ସାକାର ହେଲେ, ନୂଆ ଓଡ଼ିଶାର ଲକ୍ଷ୍ୟ ପୂରଣ ହେବ ଓ ନୂଆ ଓଡ଼ିଶା ଗଠନର ଭିତ୍ତି ସ୍ଥାପିତ ହେବ । ଶିକ୍ଷା ହିଁ ଜୀବନରେ ସବୁଠାରୁ ବଡ଼ ରୂପାନ୍ତର ଆଣିଥାଏ । ଜୀବନର ଏ ଗୁରୁତ୍ୱପୂର୍ଣ୍ଣ ସମୟକୁ ଠିକ୍ ଭାବେ ଉପଯୋଗ କରି ନିଜ ପରିବାର ଓ ଓଡ଼ିଶା ପାଇଁ ନୂଆ ପରିଚୟ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ ।
ଭୁବନେଶ୍ବର: ସ୍କୁଲ ରୂପାନ୍ତର କେବଳ ବିଦ୍ୟାଳୟର ଭୌତିକ ରୂପରେ ପରିବର୍ତ୍ତନ ଆଣିନି, ତାସହିତ ପିଲାମାନଙ୍କ ମାନସିକତା ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇଛି। ପିଲାମାନେ କହୁଛନ୍ତି ଯେ ସ୍କୁଲ ଆସିବାକୁ ଏବେ ଆମକୁ ବେଶି ଭଲ ଲାଗୁଛି। ସ୍କୁଲର ଆଧୁନିକ ସୁବିଧା ସୁଯୋଗ ଯୋଗୁ ପାଠ ପଢିବାକୁ ଆଗ୍ରହ ମଧ୍ୟ ବଢିଛି ବୋଲି ପିଲାମାନେ ମତବ୍ୟକ୍ତ କରିଛନ୍ତି।
ଆଜି ଦ୍ବିତୀୟ ପର୍ଯ୍ୟାୟର ତୃତୀୟ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରି ପିଲାମାନଙ୍କ ସହିତ କଥାବାର୍ତ୍ତା କରିବା ସମୟରେ ପିଲାଙ୍କ ଖୁସି ଓ ମନୋଭାବରୁ ଏହା ସ୍ପଷ୍ଟ ଜଣାଯାଇଛି । ସମସ୍ତେ ସ୍କୁଲର ନୂଆ ପରିବେଶରେ ବେସ୍‌ ଖୁସି ହେବା ସହିତ ନିଜ ନିଜର ଭବିଷ୍ୟତକୁ ନେଇ ଅଧିକ ଉତ୍ସାହର ସହ ନିଜର ଭାବନାକୁ ପ୍ରକାଶ କରିଛନ୍ତି।
ଏହି ଅବସରରେ ଆଲୋଚନାରେ ଭାଗ ନେଇ କେନ୍ଦୁଝରରୁ ଲକ୍ଷ୍ମୀ, ରାୟଗଡାରୁ କସ୍ତୁରୀ, ନୂଆପଡାରୁ ଶୁଭଶ୍ରୀ, ଓ ସୁନ୍ଦରଗଡରୁ ଦେବରାଜ ଆଦି ଛାତ୍ରଛାତ୍ରୀ ସେମାନଙ୍କ ବ୍ୟକ୍ତବ୍ୟରେ ସ୍କୁଲ ରୂପାନ୍ତର ବିଷୟରେ ସେମାନଙ୍କ ଅନୁଭବ ବର୍ଣ୍ଣନା କରିଥିଲେ ।
ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୫ଟି ଜିଲ୍ଲାର ୪୪୦ ଟି ସ୍କୁଲକୁ ଲୋକାର୍ପିତ କରିଛନ୍ତି। କେନ୍ଦୁଝର ଜିଲ୍ଲାର ୧୪୫ଟି ହାଇସ୍କୁଲ, ସୁନ୍ଦରଗଡର ୧୮୦ଟି, ରାୟଗଡର ୭୦ଟି,ଓ ନୂଆପଡାର ୪୫ଟି ହାଇସ୍କୁଲ ଲୋକାର୍ପିତ ହୋଇଛି । ସୂଚନାଯୋଗ୍ୟ ଯେ ଦ୍ବିତୀୟ ପର୍ଯ୍ୟାୟରେ ସମୁଦାୟ ୨୯୦୮ଟି ହାଇସ୍କୁଲର ରୂପାନ୍ତର ହୋଇଛି।
ଏହି ଅବସରରେ ପିଲାମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରତ୍ୟେକ ପିଲା ସ୍ବତନ୍ତ୍ର ଏବଂ ତା ଭିତରେ ଭରି ରହିଛି ବିପୁଳ ସମ୍ଭାବନା । ପିଲାଙ୍କ ଆଖିରେ ଥାଏ ସୁନ୍ଦର ଭବିଷ୍ୟତର ସ୍ବପ୍ନ। ଜୀବନରେ କିଛି ବଡ କରିବାର ସ୍ବପ୍ନ। ସ୍କୁଲ ରୂପାନ୍ତର ପିଲାମାନଙ୍କ ଏ ସ୍ବପ୍ନରେ ଡେଣା ଯୋଡିପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହା ପିଲାମାନଙ୍କ ପାଇଁ ନୂଆ ସୁଯୋଗ ଆଣିଛି । ତେଣୁ ଆତ୍ମବିଶ୍ୱାସ ର ସହ ଆଗକୁ ବଢିବାକୁ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ. ପିଲାମାନଙ୍କ ସ୍ବପ୍ନ ସାକାର ହେଲେ, ନୂଆ ଓଡିଶାର ଲକ୍ଷ୍ୟ ପୂରଣ ହେବ ଓ ନୂଆ ଓଡିଶା ଗଠନର ଭିତ୍ତି ସ୍ଥାପିତ ହେବ।
ଶିକ୍ଷା ହିଁ ଜୀବନରେ ସବୁଠାରୁ ବଡ ରୂପାନ୍ତର ଆଣିଥାଏ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜୀବନର ଏ ଗୁରୁତ୍ବପୂର୍ଣ୍ଣ ସମୟକୁ ଠିକ୍‌ ଭାବରେ ଉପଯୋଗ କର ଏବଂ ନିଜପାଇଁ, ନିଜ ପରିବାର ପାଇଁ ଓ ପ୍ରିୟ ଓଡିଶା ପାଇଁ ନୂଆ ପରିଚୟ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସ୍କୁଲ ଆଜି ଯେଉଁ ନୂଆ ରୂପ ନେଇଛି, ତାହା ପିଲାମାନଙ୍କ ଭିତରେ ଆନନ୍ଦ ଓ ଉତ୍ସାହ ଭରି ଦେଇଛି । ଏହା ସେମାନଙ୍କ ମଧ୍ୟରେ ନୂଆ ଆଶା ଓ ସଂକଳ୍ପ ସୃଷ୍ଟି କରିଛି । ସ୍କୁଲ ସମୟ ଜୀବନର ଶ୍ରେଷ୍ଠ ସମୟ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏ ରୂପାନ୍ତର ଆମର ପିଲାମାନଙ୍କୁ ଶ୍ରେଷ୍ଠ କରି ଗଢିତୋଳିବା ପାଇଁ ସୁଯୋଗ ସୃଷ୍ଟି କରିଛି । ପିଲାମାନଙ୍କୁ ୫-ଟି ମହତ୍ତ୍ବ ବିଷୟରେ ବୁଝାଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଟେକ୍ନୋଲୋଜି, ଟିମୱାର୍କ, ଟାଇମ ବା ସମୟ ଏବଂ ଟ୍ରାନ୍ସପ୍ୟାରେନ୍ସି ବା ସ୍ବଚ୍ଛତାର ପ୍ରୟୋଗରେ ଆସେ ରୂପାନ୍ତର ।
ଟେକ୍ନୋଲୋଜି ଦ୍ବାରା ସେମାନଙ୍କ ସ୍କୁଲରେ ସ୍ମାର୍ଟ କ୍ଲାସ ରୁମ୍, ଇ-ଲାଇବ୍ରେରୀ, କମ୍ପୁଟର, ଆଧୁନିକ ପରୀକ୍ଷାଗାର ଆଦିର ବ୍ୟବସ୍ଥା ହେବା ସହିତ ଭଲ ପିଇବା ପାଣି ଓ ଉତ୍ତମ ପରିମଳ ବ୍ୟବସ୍ଥାର ସୁବିଧା କରାଗଲା । ସେହିପରି ଟିମ୍ୱାର୍କରେ ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି, ଶିକ୍ଷକ, ପୁରାତନ ଛାତ୍ର ଓ ପ୍ରଶାସନ ଆଦି ସମସ୍ତେ ମିଳିମିଶି ଏ ରୂପାନ୍ତର କାମରେ ସାମିଲ ହୋଇଛନ୍ତି । ସେହିପରି ଟାଇମ ବା ସମୟକୁ ଗୁରୁତ୍ବ ଦିଆଯାଇ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ଠିକ୍‌ ସମୟରେ କାର୍ଯ୍ୟ ଶେଷ ହୋଇଛି । ସେହିପରି ଟ୍ରାନ୍‌ସପ୍ୟାରେନ୍‌ସି ବା ସ୍ବଚ୍ଛତାର ପ୍ରୟୋଗ କରାଯାଇ ସବୁ କାମ ସମସ୍ତଙ୍କ ସହ ଆଲୋଚନା କରି କରାଯାଇଛି। ଭିଜନ ଡକ୍ୟୁମେଣ୍ଟ ଠାରୁ ଆରମ୍ଭ କରି କାମ ତଦାରଖ ପର୍ଯ୍ୟନ୍ତ ସମସ୍ତଙ୍କ ଜ୍ଞାତସାରରେ ସବୁ କାର୍ଯ୍ୟ ହୋଇଛି। ଏହି ସ୍ବଚ୍ଛତା ହେଉଛି ୫-ଟି କାର୍ଯ୍ୟକ୍ରମର ବଡ ଶକ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏସବୁ ମିଶି ରୂପାନ୍ତର ଆସିଛି ବୋଲି ସେ ମତବ୍ୟକ୍ତ କରିଥିଲେ ।
ଏ ରୂପାନ୍ତର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ସ୍କୁଲ ମ୍ୟାନେଜମେଣ୍ଟ କମିଟି, ପଞ୍ଚାୟତ ପ୍ରତିନିଧି, ପୁରାତନ ଛାତ୍ର ସଂସଦ, ଶିକ୍ଷକ ଶିକ୍ଷୟତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲ। ଶିକ୍ଷା ହିଁ ଜୀବନରେ ସବୁଠାରୁ ବଡ ରୂପାନ୍ତର ଆଣିଥାଏ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜୀବନର ଏ ଗୁରୁତ୍ବପୂର୍ଣ୍ଣ ସମୟକୁ ଠିକ୍‌ ଭାବରେ ଉପଯୋଗ କର ଏବଂ ନିଜପାଇଁ, ନିଜ ପରିବାର ପାଇଁ ଓ ପ୍ରିୟ ଓଡିଶା ପାଇଁ ନୂଆ ପରିଚୟ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍କୁଲ ଆଜି ଯେଉଁ ନୂଆ ରୂପ ନେଇଛି, ତାହା ପିଲାମାନଙ୍କ ଭିତରେ ଆନନ୍ଦ ଓ ଉତ୍ସାହ ଭରି ଦେଇଛି । ଏହା ସେମାନଙ୍କ ମଧ୍ୟରେ ନୂଆ ଆଶା ଓ ସଂକଳ୍ପ ସୃଷ୍ଟି କରିଛି । ସ୍କୁଲ ସମୟ ଜୀବନର ଶ୍ରେଷ୍ଠ ସମୟ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏ ରୂପାନ୍ତର ଆମର ପିଲାମାନଙ୍କୁ ଶ୍ରେଷ୍ଠ କରି ଗଢିତୋଳିବା ପାଇଁ ସୁଯୋଗ ସୃଷ୍ଟି କରିଛି ।
ପିଲାମାନଙ୍କୁ ୫-ଟି ମହତ୍ତ୍ବ ବିଷୟରେ ବୁଝାଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଟେକ୍ନୋଲୋଜି, ଟିମୱାର୍କ, ଟାଇମ ବା ସମୟ ଏବଂ ଟ୍ରାନ୍ସପ୍ୟାରେନ୍ସି ବା ସ୍ବଚ୍ଛତାର ପ୍ରୟୋଗରେ ଆସେ ରୂପାନ୍ତର । ଟେକ୍ନୋଲୋଜି ଦ୍ବାରା ସେମାନଙ୍କ ସ୍କୁଲରେ ସ୍ମାର୍ଟ କ୍ଲାସ ରୁମ୍, ଇ-ଲାଇବ୍ରେରୀ, କମ୍ପୁଟର, ଆଧୁନିକ ପରୀକ୍ଷାଗାର ଆଦିର ବ୍ୟବସ୍ଥା ହେବା ସହିତ ଭଲ ପିଇବା ପାଣି ଓ ଉତ୍ତମ ପରିମଳ ବ୍ୟବସ୍ଥାର ସୁବିଧା କରାଗଲା । ସେହିପରି team work ରେ ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି, ଶିକ୍ଷକ, ପୁରାତନ ଛାତ୍ର ଓ ପ୍ରଶାସନ ଆଦି ସମସ୍ତେ ମିଳିମିଶି ଏ ରୂପାନ୍ତର କାମରେ ସାମିଲ ହୋଇଛନ୍ତି । ସେହିପରି ଟାଇମ ବା ସମୟକୁ ଗୁରୁତ୍ବ ଦିଆଯାଇ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ଠିକ୍‌ ସମୟରେ କାର୍ଯ୍ୟ ଶେଷ ହୋଇଛି । ସେହିପରି ଟ୍ରାନ୍‌ସପ୍ୟାରେନ୍‌ସି ବା ସ୍ବଚ୍ଛତାର ପ୍ରୟୋଗ କରାଯାଇ ସବୁ କାମ ସମସ୍ତଙ୍କ ସହ ଆଲୋଚନା କରି କରାଯାଇଛି। ଭିଜନ ଡକ୍ୟୁମେଣ୍ଟ ଠାରୁ ଆରମ୍ଭ କରି କାମ ତଦାରଖ ପର୍ଯ୍ୟନ୍ତ ସମସ୍ତଙ୍କ ଜ୍ଞାତସାରରେ ସବୁ କାର୍ଯ୍ୟ ହୋଇଛି। ଏହି ସ୍ବଚ୍ଛତା ହେଉଛି ୫-ଟି କାର୍ଯ୍ୟକ୍ରମର ବଡ ଶକ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏସବୁ ମିଶି ରୂପାନ୍ତର ଆସିଛି ବୋଲି ସେ ମତବ୍ୟକ୍ତ କରିଥିଲେ ।
ଏ ରୂପାନ୍ତର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ସ୍କୁଲ ମ୍ୟାନେଜମେଣ୍ଟ କମିଟି, ପଞ୍ଚାୟତ ପ୍ରତିନିଧି, ପୁରାତନ ଛାତ୍ର ସଂସଦ, ଶିକ୍ଷକ ଶିକ୍ଷୟତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରି ବିଧାୟକ ପ୍ରେମାନନ୍ଦ ନାୟକ, ବିଧାୟକ ଶ୍ରୀ ଜଗନ୍ନାଥ ସାରକା, ବିଧାୟକ ରାଜେନ୍ଦ୍ର ଢୋଲକିଆ ଓ ବିଧାୟକ  ସାରଦା ପ୍ରସାଦ ନାୟକ ପ୍ରମୁଖ ଉଦବୋଧନ ଦେଇ ମାନବ ସମ୍ବଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଏହି ଦୂରଦର୍ଶୀ ପଦକ୍ଷେପ ର ଉଚ୍ଚ ପ୍ରଶଂସା କରିଥିଲେ।
ମୁଖ୍ୟମନ୍ତ୍ରୀଙ୍କ ସଚିବ ୫ଟି  ଭିକେ ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଓସେପାର ପ୍ରକଳ୍ପ ନିର୍ଦ୍ଦେଶକ ଧନ୍ୟବାଦ ଦେଇଥିଲେ।
‘ନାସ୍‍’ ସର୍ବେକ୍ଷଣ ରିପୋର୍ଟ : ଉତ୍ତରପ୍ରଦେଶ, ତେଲଙ୍ଗାନା, ତାମିଲନାଡୁ ଓ ମହାରାଷ୍ଟ୍ର ପରି ବଡ଼ ରାଜ୍ୟକୁ ପଛରେ ପକାଇଲା ଓଡ଼ିଶା
ଭୁବନେଶ୍ୱର : କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ‘ନାସ୍‍’ (ନେସନାଲ୍‍ ଆଚିଭମେଣ୍ଟ ସର୍ଭେ) ରିପୋର୍ଟରେ ରାଜ୍ୟ ସରକାରଙ୍କ ଶିକ୍ଷା ରୂପାନ୍ତରଣର ପ୍ରତିଫଳନ ଦେଖିବାକୁ ମିଳିଛି। ବୁଧବାର ପ୍ରକାଶିତ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ପକ୍ଷରୁ ୨୦୨୧ ମସିହାରେ ହୋଇଥିବା ଏହି ରିପୋର୍ଟରେ ଜାତୀୟ ହାର ଠାରୁ ଓଡ଼ିଶା ଉତ୍ତମ ପ୍ରଦର୍ଶନ କରିବା ସହ ଉତ୍ତରପ୍ରଦେଶ, ବିହାର, ତେଲଙ୍ଗାନା, ତାମିଲନାଡ଼ୁ, ମହାରାଷ୍ଟ୍ର ବଡ଼ ରାଜ୍ୟକୁ ଅତିକ୍ରମ କରିଛି। ଶିକ୍ଷା କ୍ଷେତ୍ର ଲାଗି ରାଜ୍ୟ ସରକାର କାର୍ଯ୍ୟକାରୀ କରିଥିବା ରୂପାନ୍ତରଣ ଯୋଜନାର ଏହା ଏକ ବଡ଼ ସଫଳତା।
ନାସ୍‍ ସର୍ବେକ୍ଷଣ ତୃତୀୟ, ପଞ୍ଚମ, ଅଷ୍ଟମ ଓ ଦଶମ ଶ୍ରେଣୀର ପିଲାଙ୍କ ଭାଷା, ଗଣିତ, ପରିବେଶ ଅଧ୍ୟୟନ, ସାମାଜିକ ପାଠ, ବିଜ୍ଞାନ ଆଦି ବିଷୟର ଦକ୍ଷତାକୁ ମୂଲ୍ୟାୟନ କରାଯାଇଥିଲା। ଓଡ଼ିଶାର ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀ ଭାଷାରେ ଗ୍ରେଡ୍‍ ଅନୁଯାୟୀ ୬୫ ପ୍ରତିଶତ ହାସଲ କରିଥିବାବେଳେ ଜାତୀୟ ହାରରେ ଏହି ଗ୍ରେଡ୍‍ ୬୨ ପ୍ରତିଶତ ରହିଛି। ଗଣିତ ଓ ଇଭିଏସରେ ତୃତୀୟ ଶ୍ରେଣୀ ପିଲାଙ୍କ ଜାତୀୟ ହାର ୫୭% ଥିବାବେଳେ ରାଜ୍ୟ ଯଥାକ୍ରମେ ୫୦ ଓ ୫୯ ପ୍ରତିଶତ ହାସଲ କରିଛି। ଅନୁରୂପ ଭାବେ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀ ମଧ୍ୟ ଜାତୀୟ ହାର ଅପେକ୍ଷା ଗଣିତ ଓ ଇଭିଏସରେ ଖୁବ୍‍ ଭଲ ପ୍ରଦର୍ଶନ କରିଛନ୍ତି। ଏହି ତିନି ବିଷୟରେ ଜାତୀୟ ସ୍ତରର ଗ୍ରେଡ୍‍ ଯଥାକ୍ରମେ ୫୫,୪୪ ଓ ୪୮% ଥିବାବେଳେ ଓଡ଼ିଶା ୫୫,୪୭ ଓ ୪୮% ପ୍ରତିଶତ ହାସଲ କରିଛି।
ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ଭାଷା, ଗଣିତ, ଇଭିଏସ ଓ ସମାଜିକ ବିଜ୍ଞାନରେ ଜାତୀୟ ହାର ଅପେକ୍ଷା ଭଲ ପ୍ରଦର୍ଶନ କରିଥିବା ବେଳେ ଦଶମ ଶ୍ରେଣୀର ପିଲା କିନ୍ତୁ ଗଣିତ ବ୍ୟତୀତ ଅନ୍ୟ ସମସ୍ତ ବିଷୟରେ ଖରାପ ପ୍ରଦର୍ଶନ କରିଛନ୍ତି। ସମସ୍ତ ଶ୍ରେଣୀକୁ ନେଇ ହାରାହାରି ଭାବେ ଓଡ଼ିଆ ଭାଷା, ଗଣିତ, ଇଭିଏସ୍‍ ଓ ବିଜ୍ଞାନରେ ଜାତୀୟ ହାର ତୁଳନାରେ ଭଲ ପ୍ରଦର୍ଶନ କରିଥିବାବେଳେ ମାତୃଭାଷା, ଇଂରାଜୀରେ ରାଜ୍ୟର ଛାତ୍ରଛାତ୍ରୀ ଜାତୀୟ ହାର ତୁଳନାରେ କିନ୍ତୁ ସାମାନ୍ୟ ପଛରେ ପଡ଼ିଛନ୍ତି। ତେବେ ପୂର୍ବ ସର୍ବେକ୍ଷଣ ଅପେକ୍ଷା ଚଳିତ ସର୍ବେକ୍ଷଣରେ ଓଡ଼ିଶା ଖୁବ୍‍ ଭଲ ପ୍ରଦର୍ଶନ କରିଛି।
ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଶିକ୍ଷା ବ୍ୟବସ୍ଥାର ଗୁଣବତ୍ତା ମାନକୁ ନିର୍ଦ୍ଧାରଣ କରିବା ଲାଗି ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଗତ ନଭେମ୍ବର ୧୨ରେ ନାସ୍‍ ସର୍ଭେ ଆୟୋଜିତ ହୋଇଥିବାବେଳେ ଏହାର ଚୂଡ଼ାନ୍ତ ଫଳାପଳ ବୁଧବାର ପ୍ରକାଶ ପାଇଛି। ଦେଶର ୧,୧୮,୨୭୪ ସ୍କୁଲ ଓ ୩୪ ଲକ୍ଷରୁ ଅଧିକ ପିଲାଙ୍କୁ ନେଇ ଏହି ସବେକ୍ଷଣ ହୋଇଥିବାବେଳେ ଓଡ଼ିଶାର ୫ ହଜାର ୪୭୯ ବିଦ୍ୟାଳୟ ଏବଂ ୧,୫୮,୬୧୧ ଜଣ ଛାତ୍ରଛାତ୍ରୀଙ୍କୁ ଏଥିରେ ସାମିଲ୍‍ କରାଯାଇଥିଲା। ତୃତୀୟ, ପଞ୍ଚମ, ଅଷ୍ଟମ ଓ ନବମ ଶ୍ରେଣୀର ପିଲାଙ୍କ ଭାଷା, ଗଣିତ, ପରିବେଶ ଅଧ୍ୟୟନ, ସାମାଜିକ ପାଠ, ବିଜ୍ଞାନ ବିଷୟର ଦକ୍ଷତାକୁ ମୂଲ୍ୟାୟନ କରାଯାଇଥିଲା।