jay jagannath - The Sakala
ପୁରୀ: ଆଜି ପବିତ୍ର ଗହ୍ମାପୂର୍ଣ୍ଣମୀ ଓ ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ । ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ । ରାଖି ପିନ୍ଧିବେ ଚତୁଦ୍ଧାମୂର୍ତ୍ତି।  ଗହ୍ମା ଗହ୍ମାପୂର୍ଣ୍ଣମୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପ୍ରଭୁ ବଳଭଦ୍ରଙ୍କ ହାତରେ ରାଖି ବାନ୍ଧିବେ ଭଉଣୀ ସୁଭଦ୍ରା । ଦୁଇ ଭାଇ ପ୍ରଭୁ ଜଗନ୍ନାଥ ଓ ବଳଭଦ୍ରଙ୍କ ହାତରେ ରାଖି ବାନ୍ଧି ନିଜ ପାଇଁ ସୁରକ୍ଷା ଲୋଡ଼ିବେ ଦେବୀ ସୁଭଦ୍ରା। ଭାଇ ଭଉଣୀଙ୍କ ଥିବା ଏହି ସମ୍ପର୍କ ଡୋରି ନିଦର୍ଶନକୁ ଗହ୍ମାପୂର୍ଣ୍ଣମୀରେ ଦର୍ଶନ କରି ନିଜକୁ ଧନ୍ୟ ମଣିବେ ଭକ୍ତ ।
ତେବେ ଭାଇ ଭଉଣୀର ପବିତ୍ର ସମ୍ପର୍କର ନିଦର୍ଶନ ସ୍ଵରୁପ ପାଟରା ବିଶୋୟୀଙ୍କ ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ରାକ୍ଷୀ ଓ ଗୁଆମାଳକୁ ମହାପ୍ରଭୁଙ୍କୁ ସିଂହାରୀ ସେବକ ମାନେ ଲାଗି କରାଇବେ । ସେହିପରି ଆଜି ପ୍ରଭୁ ସୁଦର୍ଶନ ଚାରି ଆଶ୍ରମକୁ ବିଜେ କରିବାକୁ ଥିବା ବେଳେ ମାର୍କଣ୍ଡ ପୁଷ୍କରିଣୀ ଠାରେ ବଳଭଦ୍ରଙ୍କ ଜନ୍ମନୀତି ମଧ୍ୟ ଅନୁଷ୍ଠିତ ହେବ । ଏହି ସ୍ୱତନ୍ତ୍ର ନୀତି ଭୋଗମଣ୍ଡପ ପରେ ଦଇତାପତି ସେବାୟତମାନେ ସୁଦର୍ଶନଙ୍କୁ ଚଉଦଳରେ ବିଜେ କରାଇ ନୀତି ସମାପନ କରିବେ।
ଆଜି ଶ୍ରୀମନ୍ଦିରରେ ମଧ୍ୟ ବଳଭଦ୍ରଙ୍କ ଜନ୍ମନୀତି ଅନୁଷ୍ଠିତ ହେବ। ଦ୍ୱିପହର ଧୂପ ପରେ ମଙ୍ଗଳାର୍ପଣ କରାଯାଇ ସ୍ୱତନ୍ତ୍ର ନିତୀ ଅନୁଷ୍ଠିତ ହେବାସହ ଚକ୍ରରାଜ ସୁଦର୍ଶନ ବିମାନରେ ମାର୍କଣ୍ଡ ପୁଷ୍କରଣୀକୁ ବିଜେ କରିବେ। ସେଠାରେ ମାଟିର ବଳଭଦ୍ର ପ୍ରତିମା ନିର୍ମାଣ କରାଯିବ। ପୂଜାପଣ୍ଡା ସେବକ ଜୀବନ୍ୟାସ ଦେବାପରେ ଜାତକର୍ମ ଅନୁଷ୍ଠିତ ହେବ। ପରେ ପଂଚୋପଚାର, ଶୀତଳ ମଣୋହୀ ଓ ବନ୍ଦାପନା କରାଯାଇ ବଳଭଦ୍ରଙ୍କ ମାଟି ପ୍ରତିମାକୁ ମାର୍କଣ୍ଡ ପୁଷ୍କରଣୀରେ ବିସର୍ଜନ କରାଯିବ। ଏହାପରେ ବିମାନବଡୁ ସେବକ ମାନେ ସୁଦର୍ଶନଙ୍କୁ ବିମାନରେ ବସାଇ ଚାରି ଆଶ୍ରମ ଭ୍ରମଣ କରାଇବା ପରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ।
ଆଜି ଅଧରପଣା ନୀତି, ତିନି ରଥ ଉପରେ ଭାଙ୍ଗିବ ୯ ଅଧର ହାଣ୍ଡି
ପୁରୀ: ସିଂହଦ୍ୱାର ସମ୍ମୁଖରେ ଦଣ୍ଡାୟମାନ ତିନି ରଥ ଉପରେ ସୋମବାର ଅଧରପଣା ନୀତି ସମ୍ପନ୍ନ ହେବ। ଏହି ନୀତି ପାଇଁ ସ୍ୱତନ୍ତ୍ର ହାଣ୍ଡି ପ୍ରସ୍ତୁତ ହୋଇଛି। ତାହାକୁ ଅଧର ହାଣ୍ଡି କୁହାଯାଏ। ଏହି ହାଣ୍ଡିରେ ପଣା ପ୍ରସ୍ତୁତ ହୋଇ ଦାରୁବିଗ୍ରହଙ୍କ ପାଖରେ ଲାଗି ହେବ। ପ୍ରତି ଠାକୁରଙ୍କ ପାଖରେ ୩ ହାଣ୍ଡି ଲେଖାଏଁ ପଣା ଭୋଗ ହେବ। ଦାରୁବିଗ୍ରହଙ୍କ ନିକଟରେ ପଣା ଭୋଗ ପରେ ଏହି ପଣାହାଣ୍ଡିକୁ ଭାଙ୍ଗି ଦିଆଯିବାର ବିଧି ରହିଛି। ପଣା ହାଣ୍ଡି ଭାଙ୍ଗିବା ପରେ ପଣା ସବୁ ରଥ ତଳକୁ ବୋହିଯାଏ। ତାହାକୁ ଦେବଦେବୀ, ଭୂତପ୍ରେତ, କିନ୍ନର ଓ ରାକ୍ଷସମାନେ ପାଇଥା’ନ୍ତି ବୋଲି ବିଶ୍ୱାସ ରହିଛି। ରଥରେ ଠାକୁରଙ୍କ ମଧ୍ୟାହ୍ନ ଧୂପ ନୀତି ବଢିବା ପରେ ଅଧରପଣା ନୀତି ଅନୁଷ୍ଠିତ ହେବ।
ରୁଷିଛି ଜଗା; ଗଡ଼ିଲାନି ନନ୍ଦିଘୋଷ, ଆଜି କାଳିଆ ରଥର ଦକ୍ଷିଣମୋଡ଼
ପୁରୀ: ପବିତ୍ର ହେରାପଞ୍ଚମୀରେ ଲକ୍ଷ୍ମୀ ଠାକୁରାଣୀ ମହାପ୍ରଭୁଙ୍କୁ ଶ୍ରୀମନ୍ଦିରକୁ ଫେରାଇ ନେବାକୁ ଆସିଥିଲେ। ହେଲେ ମହାପ୍ରଭୁ ସାଥୀରେ ନ ଯିବାରୁ ଅଭିମାନ କରି ଚାଲିଗଲେ ଲକ୍ଷ୍ମୀ ସାଆନ୍ତାଣୀ। ପ୍ରାଣପ୍ରିୟାଙ୍କ ମନ କଥା ଜାଣିପାରି ଏବେ ବଡ଼ଦେଉଳକୁ ଫେରିବା ଲାଗି ପ୍ରସ୍ତୁତି ଆରମ୍ଭ କରିଛନ୍ତି ବିଶ୍ୱନିୟନ୍ତା। ଆସନ୍ତା ୫ ତାରିଖରେ ବାହୁଡ଼ା ଯାତ୍ରା। ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ଚତୁର୍ଦ୍ଧାମୂର୍ତ୍ତି। ଏଥିଲାଗି ପରମ୍ପରା ଅନୁଯାୟୀ ବୁଧବାର ତିନିରଥର ଦକ୍ଷିଣ ମୋଡ଼ କରାଯାଉଥିଲା। ଦେବୀ ସୁଭଦ୍ରାଙ୍କ ଦେବଦଳନ ଓ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଦକ୍ଷିଣ ମୋଡ଼ ହୋଇ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖରେ ଲାଗିଛି। ହେଲେ ନୀତି ବିଳମ୍ବ ଯୋଗୁଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଗଡ଼ିପାରି ନାହିଁ। ଗୁରୁବାର ନନ୍ଦିଘୋଷ ରଥକୁ ଦକ୍ଷିଣ ମୋଡ଼ କରାଯିବ। ଗତକାଲି ମଧ୍ୟାହ୍ନ ସାଢେ଼ ୧୨ଟାରେ ଆଜ୍ଞାମାଳ ବିଜେ ହେବା ଲାଗି ସମୟ ନିର୍ଘଣ୍ଟ ହୋଇଥିଲା। ହେଲେ ଦେଢ଼ ଘଣ୍ଟା ବିଳମ୍ବରେ ଅର୍ଥାତ୍‌ ଅପରାହ୍ନ ୨ଟାରେ ଆଜ୍ଞାମାଳ ବିଜେ ହୋଇଥିଲା।
ନବଦିନାତ୍ମକ ଯାତ୍ରାରେ ବାହାରିଥିବା ଚତୁର୍ଦ୍ଧାବିଗ୍ରହ ଏବେ ଆଡ଼ପଣ୍ଡପରେ ଅବସ୍ଥାନ କରି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଠାକୁରଙ୍କ ନୀତିକାନ୍ତି ସୁରୁଖୁରରେ ଚାଲିଛି। ମଙ୍ଗଳବାର ହେରାପଞ୍ଚମୀ ନୀତି ବିଳମ୍ବ ହୋଇଥିଲା। ତେଣୁ ବୁଧବାର ସକାଳ ୭ଟା ୫୫ରେ ମଙ୍ଗଳ ଆଳତି ହୋଇଥିଲା। ସକାଳ ୯ଟା ୪୫ରେ ଅବକାଶ ନୀତି ବଢ଼ିବା ପରେ ସାହାଣମେଲା ଦର୍ଶନ ହୋଇଥିଲା। ପରେ ଦ୍ୱାରପାଳ ପୂଜା ଶେଷ ହୋଇ ଅପରାହ୍ନ ୧ଟାରେ ସକାଳ ଧୂପ ଓ ଭୋଗମଣ୍ଡପ ଉଠିବା ପରେ ୨ଟାରେ ଆଜ୍ଞାମାଳ ବିଜେ ହୋଇଥିଲା। ତିନିଠାକୁରଙ୍କ ଆଜ୍ଞାମାଳ ନେଇ ତିନିବାଡ଼ର ପୂଜାପଣ୍ଡା ସାମନ୍ତ ରଥ ପାଖକୁ ଆସିଥିଲେ। ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରହିଥିବା ତିନିରଥକୁ ବାହୁଡ଼ା ବିଜେ ଲାଗି ଆଜ୍ଞାମାଳ ପ୍ରଦାନ କରିଥିଲେ। ଏହାପରେ ବିଜେ କାହାଳୀ, ଘଣ୍ଟଘଣ୍ଟା ବାଜିବା ପରେ ଦେବଦଳନ ରଥର ଦକ୍ଷିଣ ମୋଡ଼ ଆରମ୍ଭ ହୋଇଥିଲା। ପୂର୍ବରୁ ଭୋଇ ସେବକଙ୍କ ଦ୍ୱାରା ରଥର ବ୍ରେକ ଓ ଦଉଡ଼ି ସଂଯୋଗ କରାଯାଇଥିଲା। ରାସ୍ତାର ଦୁଇପାଶ୍ୱର୍ରେ ଦକ୍ଷିଣ ମୋଡ଼ ପାଇଁ ବାଲି ପକାଯାଇଥିଲା। ପୁଲିସ କର୍ମଚାରୀମାନେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରୁ ବଡ଼ଶଙ୍ଖ ପର୍ଯ୍ୟନ୍ତ ଦେବଦଳନ ରଥକୁ ଟାଣି ନେଇଥିଲେ। ସେଠାରେ ରଥକୁ ବୁଲାଯାଇ ନାକଚଣା ଦ୍ୱାରକୁ ଅଣାଯାଇଥିଲା। ପ୍ରଥମେ ଦେବଦଳନ ରଥ ନାକଚଣା ଦ୍ୱାର ସମ୍ମୁଖରେ ଲାଗିଥିଲା। ପରେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଟଣା ଆରମ୍ଭ ହୋଇ ସନ୍ଧ୍ୟା ସାଢେ଼ ୬ଟା ସୁଦ୍ଧା ନାକଚଣା ଦ୍ୱାରରେ ପହଞ୍ଚିଥିଲା। ତେବେ ଅସରାଏ ବର୍ଷା ଏବଂ ସନ୍ଧ୍ୟା ହୋଇଯିବାରୁ ନନ୍ଦିଘୋଷ ରଥକୁ ଦକ୍ଷିଣ ମୋଡ଼ କରାଯାଇ ପାରିନାହିଁ। ଗୁରୁବାର ସକାଳ ୯ଟାରେ ନନ୍ଦିଘୋଷ ରଥ ଦକ୍ଷିଣ ମୋଡ଼ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଭୁବନେଶ୍ବର: ଗତ ୩ ଦଶନ୍ଧି ମଧ୍ୟରେ ଯାହା ଘଟି ନ ଥିଲା, ତାହା ଗତକାଲି ଘଟିଲା। ଗତକାଲି ଶରଧାବାଲିରେ ଗୋଟିଏ ବି ରଥ ପହଞ୍ଚି ପାରିଲା ନାହିଁ । ରାତି ହେବା ପୂର୍ବରୁ ନନ୍ଦିଘୋଷ ରଥ ଟଣା ଆରମ୍ଭ ହୋଇ ପାରିଲା ନାହିଁ, ଶେଷରେ ରାତିରେ ଆଲୁଅ ଲଗାଇ ନନ୍ଦିଘୋଷ ରଥକୁ କେଇ ହାତ ଟଣାଯାଇ ବିଧି ରକ୍ଷା କରାଗଲା। ଯାହାକୁ ନେଇ ଭକ୍ତଙ୍କ ମନରେ ତୀବ୍ର ଅସନ୍ତୋଷ, ସେବାୟତମାନଙ୍କ ମନରେ କ୍ଷୋଭ ଦେଖିବାକୁ ମିଳିିଥିଲା। ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ, ଆମେ ଏଠାରେ କାହାରିକୁ ଦୋଷ ଦେଉ ନାହୁଁ, ହେଲେ ଆମ ରାଜ୍ୟର ସବୁଠାରୁ ବଡ଼ ଉତ୍ସବ ସମୟରେ ଘଟଣା ଯେଉଁଭଳି ଭାବେ ଘଟିଲା, ତା’ ଉପରେ ଆମର ଗଭୀର ଚିନ୍ତା ଓ ଦୁଃଖ ପ୍ରକାଶ ନ କରି ରହି ପାରୁନାହୁଁ ବୋଲି କହିଛନ୍ତି।
We aren’t here to point fingers or blame the administration for yesterday’s inordinate delay in pulling the Nandighosha chariot. But it’s impossible not to voice our deep concern and anguish over how things unfolded during the most sacred event in our State.
It’s hard to forget… pic.twitter.com/VWZ6wvYaZV
— Naveen Patnaik (@Naveen_Odisha) June 28, 2025
ଗତ ବର୍ଷ ବଳଭଦ୍ରଙ୍କୁ ପହଣ୍ଡିବେଳେ ଯେପରି ଅବହେଳା ପ୍ରଦର୍ଶନ କରାଗଲା, ସେଥିପାଇଁ କୌଣସି ପଦକ୍ଷେପ ନିଆଗଲା ନାହିଁ। ଯାହା ଅଗଣିତ ଭକ୍ତଙ୍କୁ ଆନ୍ଦୋଳିତ କରିଥିଲ। ଏହାକୁ ଭୁଲିବା କଷ୍ଟ। ଏ ବର୍ଷ ଆମେ ଆମେ ଦେଖିଲୁ ନନ୍ଦିଘୋଷ ରଥ ସିଂହଦ୍ୱାର ନିକଟରେ ସନ୍ଧ୍ୟା ୭:୪୫ ପର୍ୟ୍ୟନ୍ତ ଅଟକି ରହିଥିଲା । ଦିନ ଶେଷ ହେବା ପୂର୍ବରୁ ମାତ୍ର କିଛି ମିଟର ଗତି କରିଥିଲା। ଏହା ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଲକ୍ଷ ଲକ୍ଷ ଭକ୍ତଙ୍କୁ ସମ୍ପୂର୍ଣ୍ଣ ଭାବେ ନିରାଶ ଓ ହତାଶ କରିଛି।  ଭିଡ଼ ପରିଚାଳନାରେ ତ୍ରୁଟି ଯୋଗୁଁ ଶହ ଶହ ଭକ୍ତ ମଧ୍ୟ ଆହତ ହୋଇଛନ୍ତି।
ଆମେ କେବଳ ପ୍ରାର୍ଥନା କରିବା ଯେ: ମହାପ୍ରଭୁ ଜଗନ୍ନାଥ ଏହି ବର୍ଷ ଏହି ଦିବ୍ୟ ଉତ୍ସବକୁ ବିପର୍ଯ୍ୟସ୍ତ କରିଥିବା ଭୟଙ୍କର ଅବ୍ୟବସ୍ଥା ପାଇଁ ଦାୟୀ ସମସ୍ତଙ୍କୁ କ୍ଷମା କରନ୍ତୁ। ସରକାର ଏଥିପ୍ରତି ଧ୍ୟାନ ଦେବା ସହ, ଆତ୍ମସମୀକ୍ଷା କରିବା ଦରକାର ବୋଲି ନବୀନ କହିଛନ୍ତି।
କାହିଁକି ଏପରି ଅବ୍ୟବସ୍ଥା ହେଲା ଓ ଏହା ପଛରେ କିଏ ଦାୟୀ ତାହାକୁ ଖୋଜିବା ପରିବର୍ତ୍ତେ ଆଇନମନ୍ତ୍ରୀ ଏହାକୁ ସାଧାରଣ କଥା ବୋଲି କହି ଏହାକୁ ଘୋଡ଼ାଇ ଦେବାକୁ ପ୍ରୟାସ କଲେ। ସବୁବର୍ଷ ଏପରି ହୁଏ ବୋଲି କହି ଘଟଣାକୁ ଗୁରୁତ୍ୱହିନ କରିବାକୁ ଉଦ୍ୟମ କଲେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମଧ୍ୟ ସବୁକିଛି ମହାପ୍ରଭୁଙ୍କ ଇଚ୍ଛାରେ ହୋଇଛି ବୋଲି କହି ନିଜ ପିଠି ଥାପୁଡ଼େଇଲେ। ଯାହାକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି।
ବଡ଼ଦାଣ୍ଡରେ ଗଡ଼ିଲା କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥ
ପୁରୀ: ବଡ଼ଦାଣ୍ଡରେ ଗଡ଼ିଲା କାଳିଆ ସାଆନ୍ତଙ୍କ ନନ୍ଦିଘୋଷ । ଘଣ୍ଟ, ହୁଳହୁଳିରେ ପ୍ରକମ୍ପିତ ବଡ଼ଦାଣ୍ଡ । ଗତକାଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବଦିନାତ୍ମକ ରଥଯାତ୍ରାର ପ୍ରଥମ ଦିନରେ ରଥା ଟଣା ସରିଛି। ଶୁକ୍ରବାର ଅପରାହ୍ନ ସାଢ଼େ ୪ରେ ରଥଟଣା ଆରମ୍ଭ ହୋଇଥିଲା। ବଡ଼ ଠାକୁର ବଳଭଦ୍ରଙ୍କ ରଥକୁ ପ୍ରଥମେ ଭିଡ଼ି ନେଇଥିଲେ ଭକ୍ତ। ଏହା ପରେ ମା’ ସୁଭଦ୍ରାଙ୍କ ରଥକୁ ଟାଣିଥିଲେ ଭକ୍ତ। ଶେଷରେ ଶ୍ରୀଜଗନ୍ନାଥଙ୍କ ରଥ ଟଣା ହୋଇଥିଲା। ତେବେ ପ୍ରଥମ ଦିନର ରଥ ଟଣା ପରେ ବଳଭଦ୍ରଙ୍କ ତାଳଧ୍ବଜ ରଥ ବଳଗଣ୍ଡି ଛକରେ ଅଟକିଥିଲା। ସେହିଭଳି ମରିଚିକୋଟ ଟାଉନ ଥାନା ନିକଟରେ ଅଟକିଲା ମା’ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ଅଳ୍ପ ବାଟ ଟଣା ଗଡ଼ି ସିଂହଦ୍ବାର ନିକଟରେ ହିଁ ଅଟକିଥିଲା ନନ୍ଦିଘୋଷ ରଥ। ଶନିବାର ସକାଳୁ ଅର୍ଥାତ ଆଜି ପୁଣି ରଥ ଟଣା ଆରମ୍ଭ ହୋଇଛି।
ପୁରୀ : ଶେଷ ହୋଇଛି ମହାପ୍ରଭୁଙ୍କ ଅଣସର। ସୁସ୍ଥ ହୋଇ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି  ଚତୁର୍ଦ୍ଧାବିଗ୍ରହ। ଗୁରୁବାର ସକାଳେ ଦଇତାପତି ସେବକମାନେ ଚକା ଅପସାରଣ କରିବା ପରେ ଫିଟିଛି ଅଣସର ତାଟି। ଏହାପରେ ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି ଦାରୁବିଗ୍ରହ। ଦୁର୍ଲ୍ଲଭ ନବଯୌବନ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ ଲାଗିଛି ପୁରୀ ବଡଦାଣ୍ଡରେ। ୧୫ ଦିନର ଅଣସର ପରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଶ୍ରୀଜିଉ। ସକାଳ ୮ଟାରେ ଅଣସର ତାଟି ଫିଟିବା ପରେ ୮ରୁ ୯ଟା ଯାଏଁ ପରିମାଣିକ ଦର୍ଶନ ବା ଟିକେଟ୍ ଦର୍ଶନ ଚାଲିଛି। ଏହାପରେ ୯ରୁ ସାଢେ଼ ୧୦ଟା ସର୍ବସାଧାରଣ ଦର୍ଶନ ହେବ। ଦୁର୍ଲ୍ଲଭ ନବଯୌବନ ଦର୍ଶନ କରି ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଲାଗିଥିବା କାରଣରୁ  ସୁରକ୍ଷା କଡ଼ାକଡ଼ି କରାଯାଇଛି।-ଶ୍ରୀମନ୍ଦିର ବାହାରେ ଓ ଭିତରେ ତିନିଥାକିଆ ସୁରକ୍ଷା ବ୍ୟବସ୍ଥା ରହିଛି।
ସେପଟେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ରଥ ନିର୍ମାଣ। ଗୁରୁବାର ମହାପ୍ରଭୁଙ୍କ ଆଜ୍ଞାମାଳ ମିଳିବା ପରେ ରଥଖଳାରୁ ସିଂହଦ୍ୱାର ଅଭିମୁଖେ ଗଡ଼ିବ ତିନିରଥ। ଶୁକ୍ରବାର ଅନୁଷ୍ଠିତ ହେବ ରଥଯାତ୍ରା। ଚତୁର୍ଦ୍ଧାବିଗ୍ରହ ରଥରେ ବିଜେ ହୋଇ ନବଦିନାତ୍ମକ ଯାତ୍ରାରେ ଯିବେ ଜନ୍ମବେଦୀ। ତେବେ ରଥଯାତ୍ରାର ପହଣ୍ଡିରୁ ରଥ ଟାଣିବା ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ପ୍ରକାଶ ପାଇଛି-
ନୀତି ନିର୍ଘଣ୍ଟ ଅନୁଯାୟୀ,
-ସକାଳ ୬ଟାରେ ମଙ୍ଗଳା ଆଳତି,
-ମଇଲମ ସକାଳ ୬.୧୦ ରେ,
-ସକାଳ ୬.୩୦ ରେ ତଡପଲାଗି,
-ରୋଷ ହୋମ ସକାଳ ୬.୩୦ରେ,
-ସକାଳ ୭ଟାରେ ଅବକାଶ,
-ସକାଳ ୭.୧୦ ରେ ସୂର୍ଯ୍ୟ ପୂଜା,
-ସକାଳ ୭.୩୦ ରେ ଦ୍ୱାରପାଳ ପୂଜା,
-ସକାଳ ୭.୩୦ ସୁଦ୍ଧା ବେଶ ଶେଷ,
-ଗୋପାଳ ବଲ୍ଲଭ ଏବଂ ସକାଳ ଧୁପା (ଖେଚୁଡି ଭୋଗ) ସକାଳ ୮ ରୁ ୯,
-ସକାଳ ୯ଟାରେ ରଥ ପ୍ରତିଷ୍ଠା,
-ସକାଳ ୯.୧୫ ରେ ମଙ୍ଗଳାର୍ପଣ,
-ପହଣ୍ଡି ସକାଳ ୯.୩୦ରୁ ଆରମ୍ଭ ହେବ,
-ପହଣ୍ଡି ଦିନ ୧୨.୩୦ ସୁଦ୍ଧା ଶେଷ ହେବ,
-ଦିନ ୧୨.୩୦ ରୁ ୧ଟା ମଧ୍ୟରେ ଶ୍ରୀ ଶ୍ରୀ ମଦନ ମୋହନ, ଶ୍ରୀ ଶ୍ରୀ ରାମ ଏବଂ ଶ୍ରୀ ଶ୍ରୀ କୃଷ୍ଣ ବିଜେ,
-ଚିତା ଲାଗି ଦିନ ୧.୩୦ ରୁ ୨ଟା ପର୍ଯ୍ୟନ୍ତ,
-ବେଶ ଶେଷ ଅପରାହ୍ନ ୧.୩୦ ରୁ ୨.୩୦,
-ଗଜପତି ରାଜାଙ୍କ ଦ୍ବାରା ଛେରା ପହଁରା  ୨.୩୦ ରୁ ୩.୩୦,
-ଚାରମାଳ ଫିଟା, ଘୋଡା ଏବଂ ସାରଥୀ ଲାଗିବେ ଅପରାହ୍ନ ୪ ଟା
-ରଥଟଣା  ଅପରାହ୍ନ ୪ଟାରେ ଆରମ୍ଭ।
ପୁରୀ: ବର୍ଷେ କି ଦୁଇବର୍ଷ ନୁହେଁ; ଦୀର୍ଘ ୧୩ ବର୍ଷ ହେବ ଶ୍ରୀହୀନ ଶ୍ରୀମନ୍ଦିର ମୁଖଶାଳା। ବାଦ ବିବାଦରୁ ସିଂହଦ୍ୱାର ସମ୍ମୁଖରେ ଲାଗି ପାରୁନାହିଁ ଦଶାବତାର ମୂର୍ତ୍ତି। ଏଭଳି ସ୍ଥିତିରେ ପୁଣି ପତିତପାବନ ମୁଖଶାଳାରୁ ଗାଏବ ହୋଇଯାଇଛି ଦଶାବତାର ମୂର୍ତ୍ତି। ଶ୍ରୀମନ୍ଦିରରେ ଉନ୍ନତି ଓ ସୌନ୍ଦର୍ଯ୍ୟୀକରଣ ଆଳରେ ପ୍ରାଚୀନ ଐତିହ୍ୟକୁ କ୍ଷୁଣ୍ଣ କରାଯାଇଛି। ସିଂହଦ୍ୱାର ଗୁମୁଟରେ ବିଜେ ପତିତପାବନ ମନ୍ଦିର ରୁପା ଛାଉଣୀ କରାଯାଇଥିବା ବେଳେ ମୁଖଶାଳାରେ ଥିବା ଦଶାବତାର ମୂର୍ତ୍ତିର ଚିହ୍ନ ବର୍ଣ୍ଣ ନାହିଁ। ଏହାକୁ ନେଇ ଶ୍ରଦ୍ଧାଳୁ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିବା ବେଳେ ଓଡ଼ିଆ ଅସ୍ମିତାକୁ ଏ କେଉଁଭଳି ସମ୍ମାନ ବୋଲି ପ୍ରଶ୍ନ କରିଛନ୍ତି।
ପତିତପାବନଙ୍କ ସମ୍ପୂର୍ଣ୍ଣ ମନ୍ଦିର ଏବଂ ଗୁମୁଟ ପରିସର ଯମଶିଳା କାନ୍ଥପାର୍ଶ୍ବ ରୁପା ଛାଉଣି ହୋଇଛି। ଡିସେମ୍ବର ୩୧ରେ ପତିତପାବନ ମନ୍ଦିର ରୁପା ଛାଉଣି କରାଯାଇଥିଲା, ଯାହା କି ବେଶ୍‌ ସୌନ୍ଦର୍ଯ୍ୟମୟ ହୋଇଛି। ତେବେ ପତିତପାବନ ମନ୍ଦିର ମୁଖଶାଳାରେ ଥିବା ବହୁ ପୁରାତନ ଦଶାବତାର ମୂର୍ତ୍ତି ବର୍ତ୍ତମାନ ଆଉ ଦେଖାଯାଉ ନାହିଁ। ସିଂହଦ୍ୱାର ଗୁମୁଟରେ ପ୍ରବେଶ କରିବା ପରେ ଶ୍ରଦ୍ଧାଳୁମାନେ ପତିତପାବନଙ୍କୁ ଦର୍ଶନ କରିଥାନ୍ତି। ସେଠାରେ ଦଶାବତାର ମୂର୍ତ୍ତିର ସାନ୍ନିଧ୍ୟ ନେଇ ବାଇଶିପାହାଚ ଦେଇ ବଡ଼ଦେଉଳକୁ ପ୍ରବେଶ କରନ୍ତି। ହେଲେ ରୁପା ଛାଉଣୀ ପରେ ଏହି ଦଶାବତାର ମୂର୍ତ୍ତିଙ୍କୁ ଆଉ ଦେଖିବାକୁ ମିଳୁନାହିଁ। ତେବେ ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଶ୍ରଦ୍ଧାଳୁ ଏବଂ ବୁଦ୍ଧିଜୀବୀ।
ଚାରିଧାମ ମଧ୍ୟରୁ ଅନ୍ୟତମ ହେଉଛି ଶ୍ରୀକ୍ଷେତ୍ର ପୁରୀ। ଏହି ଧାମରେ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଶ୍ରୀମନ୍ଦିରର ପ୍ରାଚୀନ କଳା, ସଂସ୍କୃତି ଓ ଭାସ୍କର୍ଯ୍ୟକୁ ଦେଖି ବେଶ୍‌ ଖୁସି ହୋଇଥାନ୍ତି। ଏମିତି ବି ମରାମତି ବେଳେ ଶ୍ରୀମନ୍ଦିରର ଭାସ୍କର୍ଯ୍ୟ ନଷ୍ଟ ହେଉଛି। ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ପଥର ବଦଳରେ ଅନେକ ସ୍ଥାନରେ ସାଦା ପଥର ଲଗାଯାଉଛି। ଏନେଇ ଏଏସ୍‌ଆଇର କୌଣସି ନିଘା ରହୁ ନଥିବା ବେଳେ ଏବେ ସୌନ୍ଦର୍ଯ୍ୟକରଣ ପାଇଁ ଦଶାବତାର ମୂର୍ତ୍ତି ହଟାଇଦେବାକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି। ଏପରିକି, ବହୁ ଭକ୍ତ ଏଭଳି ମାନସିକତାକୁ ନିନ୍ଦା କରିବା ସହ ପୁରୁଣା ମୂର୍ତ୍ତିକୁ ଜାଣିଶୁଣି ଗାଏବ୍‌ କରାଯିବା ନେଇ ମଧ୍ୟ ଅଭିଯୋଗ ବାଢ଼ିଛନ୍ତି। ସୌନ୍ଦର୍ଯ୍ୟକରଣ ନାଁରେ ଐତିହ୍ୟ, ସଂସ୍କୃତିକୁ ନଷ୍ଟ କରାଯାଇଥିବା ଶ୍ରଦ୍ଧାଳୁ କ୍ଷୋଭ ପ୍ରକାଶ କରିଛନ୍ତି।
ଶ୍ରୀମନ୍ଦିର ପାଇଁ ୩୮୬ କୋଟିର ବଜେଟ୍‌‌, ଆଜି ଅନୁମୋଦନ ଦେବ ପରିଚାଳନା କମିଟି
ପୁରୀ: ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗୁରୁବାର ଅର୍ଥ ସବ୍‌‌-କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ତେବେ ମୁଖ୍ୟ ପ୍ରସଙ୍ଗ ରହିଥିଲା ଶ୍ରୀମନ୍ଦିର ବଜେଟ୍‌‌। ଏ ବର୍ଷ ନିର୍ବାଚନ ପାଇଁ ୨୦୨୪-୨୫ ଆର୍ଥିକ ବର୍ଷ ବଜେଟ୍‌‌ ବିଳମ୍ବ ହୋଇଥିଲା। ତେବେ ଅର୍ଥ ସବ୍‌‌-କମିଟିରେ ଶ୍ରୀମନ୍ଦିର ପାଇଁ ମୋଟ ୩୮୬ କୋଟିର ବଜେଟ୍‌‌ ପ୍ରସ୍ତୁତ ହୋଇଛି। ବୈଠକରେ ଆୟବ୍ୟୟ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ତେବେ ଶୁକ୍ରବାର ଅନୁଷ୍ଠିତ ହେବାକୁ ଥିବା ପରିଚାଳନା କମିଟି ବୈଠକରେ ପ୍ରସ୍ତୁତ ବଜେଟ୍‌‌ ଆଗତ କରାଯିବ। ଆଲୋଚନା ପରେ ଶ୍ରୀମନ୍ଦିରର ଚୂଡ଼ାନ୍ତ ବଜେଟ୍‌‌ କରାଯାଇ ପରିଚାଳନା କମିଟି ଅନୁମୋଦନ ଦେବ। ତେଣୁ ଉପରୋକ୍ତ ବଜେଟ୍‌‌ରେ ପରିବର୍ତ୍ତନ ହୋଇପାରେ।
ସେହିପରି ଶ୍ରୀମନ୍ଦିରର ଆୟବୃଦ୍ଧି ପାଇଁ ଅର୍ଥ ସବ୍‌‌-କମିଟି ବୈଠକରେ ଆଲୋଚନା ହୋଇଛି। ଆଗାମୀ ଦିନରେ ଭକ୍ତମାନେ ଯେଭଳି ଗୋଲ୍ଡ ବଣ୍ଡ୍‌‌ କିଣିପାରିବେ, ସେନେଇ ବ୍ୟବସ୍ଥା ପାଇଁ ପରିଚାଳନା କମିଟି ବୈଠକରେ ଉପସ୍ଥାପନ କରାଯିବ। ବିଭିନ୍ନ ପର୍ବପର୍ବାଣି ଦିନରେ ମହାପ୍ରଭୁ ଯେଉଁ ବେଶ ହେଉଛନ୍ତି ଏବଂ ସେଥିରେ ଲାଗୁଥିବା ସୁନା ଅଳଙ୍କାର ମଧ୍ୟରୁ କେତେକ ଭାଙ୍ଗିଗଲାଣି। ଦୀର୍ଘବର୍ଷ ହେବ ଏହା ମରାମତି ହୋଇନାହିଁ। ଫଳରେ ଅସୁନ୍ଦର ଦେଖାଯାଉଛି। ତେଣୁ ଆଉ ଗୋଟିଏ ସୁବର୍ଣ୍ଣ ଅଳଙ୍କାର ସେଟ୍‌‌ ତିଆରି ପାଇଁ ସଦସ୍ୟମାନେ ପ୍ରସ୍ତାବ ରଖିଥିଲେ। ଏହା ଉପରେ ଆଲୋଚନା କରାଯାଇ ପରିଚାଳନା କମିଟି ଚୂଡ଼ାନ୍ତ ନିଷ୍ପତ୍ତି ନେବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ସେହିପରି ରତ୍ନଭଣ୍ଡାର ମୁଖ୍ୟ ଦ୍ୱାର ରୁପା ଛାଉଣି କରିବା, ପ୍ରତି ଜିଲ୍ଲା ସଦର ମହକୁମାରେ ହୁଣ୍ଡି ସ୍ଥାପନ ସହ ସୂଚନା କେନ୍ଦ୍ର ସ୍ଥାପନ କରାଯିବ ତା’ ଉପରେ ଆଲୋଚନା କରାଯାଇଛି। ଏ ପ୍ରସଙ୍ଗ ମଧ୍ୟ ପରିଚାଳନା କମିଟିରେ ଉପସ୍ଥାପନ କରାଯିବ।
ଏତଦ୍‌‌ବ୍ୟତୀତ ସେବାୟତଙ୍କ କଲ୍ୟାଣ ପାଇଁ କେତେକ ପ୍ରସ୍ତାବ ବୈଠକରେ ଆଗତ ହୋଇଥିଲା। ଆଇନଗତ ବିବାଦ ଚାଲିଥିବାରୁ ସେବାୟତଙ୍କ ପାଇଁ ବାସଗୃହ ଯୋଜନା କାମ ଆରମ୍ଭ ହୋଇପାରୁନାହିଁ। ସେହିପରି ଆଦର୍ଶ ଗୁରୁକୁଳ କାମ ମଧ୍ୟ ଆରମ୍ଭ ହୋଇନାହିଁ। ଏ ପ୍ରସଙ୍ଗ ଉଠାଯାଇଥିବା ବେଳେ ସେବାୟତ ପିଲାଙ୍କୁ ଦିଆଯାଉଥିବା ବୃତ୍ତି ରାଶିର ପରିମାଣ ବୃଦ୍ଧି କରିବା ଲାଗି ପ୍ରସ୍ତାବ ଦିଆଯାଇଥିଲା।
ନୀଳକନ୍ଦରରେ ନୀଳାଦ୍ରିନାଥ, ଆଜିଠୁ ମିଳିବ ନୀଳାଚଳ ଅବଢ଼ା
ପୁରୀ: ଶେଷ ହୋଇଛି ଶ୍ରୀଗୁଣ୍ଡିଚା ଯାତ୍ରା। ନୀଳକନ୍ଦରକୁ ବିଜେ କରିଛନ୍ତି ନୀଳାଦ୍ରିନାଥ। ଦେବସ୍ନାନ ପୂର୍ଣ୍ଣିମାଠାରୁ ଅର୍ଥାତ୍‌‌ ୨୭ ଦିନ ଧରି ଶୂନ୍ୟ ପଡ଼ିଥିବା ରତ୍ନସିଂହାସନ ପୁଣି ପୂରିଉଠିଛି। ବିଜେ କରିଛନ୍ତି ବିଶ୍ୱନିୟନ୍ତା। ଏଥିସହ ଚଳିତବର୍ଷର ରଥଯାତ୍ରା ପରିସମାପ୍ତି ଘଟିଛି। ଅଭିମାନିନୀ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବା ପରେ ରତ୍ନବେଦୀକୁ ବିଜେ କରିଛନ୍ତି କାଳିଆ ସାଆନ୍ତ। ଶନିବାରଠାରୁ ବଡ଼ଦେଉଳରେ ପୁଣି ଆରମ୍ଭ ହେବ ଦାରୁଦିଅଁଙ୍କ ଲୀଳାଖେଳା। ଚଳଚଞ୍ଚଳ ହେବ ରୋଷଶାଳା, ବାହାରିବ ନୀଳାଚଳ ଅବଢ଼ା। ଭକ୍ତ ପାଇବେ ମହାପ୍ରସାଦ, ଆଉ ଶ୍ରୀମନ୍ଦିରରେ ଲାଗିବ ଗହଳ ଚହଳ।
ଜୁଲାଇ ୭ରେ ଆରମ୍ଭ ହୋଇଥିଲା ଚତୁର୍ଦ୍ଧାବିଗ୍ରହଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା। ନବଦିନାତ୍ମକ ଯାତ୍ରା ଶେଷ କରି ବାହୁଡ଼ାରେ ଶ୍ରୀମନ୍ଦିର ଅଭିମୁଖେ ବାହାରି ସିଂହଦ୍ୱାରରେ ପହଞ୍ଚିଥିଲେ ଦାରୁବିଗ୍ରହ। ସୁନାବେଶରେ ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେଇ ଏବେ ରତ୍ନସିଂହାସନକୁ ବିଜେ କରିଛନ୍ତି ମହାପ୍ରଭୁ। ଶୁକ୍ରବାର ନୀଳାଦ୍ରିବିଜେ ପାଇଁ ସକାଳ ୭ଟା ୨୫ସୁଦ୍ଧା ତିନିରଥରେ ମଙ୍ଗଳ ଆଳତି ହୋଇଥିଲା। ଅବକାଶ, ଗୋପାଳ ବଲ୍ଲଭ ଓ ସକାଳଧୂପ ପୂର୍ବାହ୍ନ ୧୧ଟା ୪୦ରେ ବଢ଼ିଥିଲା। ଏହାପରେ ଗୋଟିଏ ପରେ ଗୋଟିଏ ନୀତି ଚାଲିଥିଲା। ଅପରାହ୍ଣ ୨ଟା ୫୦ ସୁଦ୍ଧା ମଧ୍ୟାହ୍ନ ଧୂପ ସରିଥିଲା। ନୀତି ଏଭଳି ତ୍ୱରାନ୍ୱିତ ହୋଇଥିଲା ଯେ ସନ୍ଧ୍ୟା ଆଳତି ଏବଂ ସନ୍ଧ୍ୟା ଧୂପ ନୀତି ଅପରାହ୍ଣ ୪ଟା ୨୫ରେ ସରିଥିଲା। ଅପରାହ୍ଣ ୩ଟାରୁ ୩ଟା ୧୫ରେ ସନ୍ଧ୍ୟା ଆଳତି ଏବଂ ଅପରାହ୍ଣ ୩ଟା ୩୫ରୁ ୪ଟା ୨୫ ମଧ୍ୟରେ ତିନିରଥରେ ସନ୍ଧ୍ୟା ଧୂପ ନୀତି ବଢ଼ିଥିଲା। ଏହାପରେ କୋଠ ସୁଆଁସିଆମାନେ ଠାକୁରଙ୍କ ବିଜେ ପାଇଁ ରତ୍ନସିଂହାସନରେ ଚାର ବାନ୍ଧିଥିଲେ।
ବଡ଼ଓଡ଼ିଆ ମଠ ମହନ୍ତ ଅଧିକାରୀ ବଂଶୀଧର ଦାସ ଗୋସ୍ୱାମୀ ଶ୍ରୀମନ୍ଦିରରେ ପହଞ୍ଚି ରତ୍ନସିଂହାସନ ମାଜଣା କରିଥିଲେ। ମଠ ପକ୍ଷରୁ ରତ୍ନସିଂହାସନ ଉପରେ କନକମୁଣ୍ଡି ଚାନ୍ଦୁଆ ବନ୍ଧା ଯାଇଥିଲା। ଏତଦ୍‌‌ବ୍ୟତୀତ ନୀଳଚକ୍ରରେ ମଠ ପ୍ରଦତ୍ତ ପତିତପାବନ ବାନା ଚୁନରା ସେବକ ବାନ୍ଧିଥିଲେ। ସନ୍ଧ୍ୟା ସୁଦ୍ଧା ତିନିରଥରେ ଚାରମାଳ ବନ୍ଧା ସରିଥିଲା। ପୁଷ୍ପାଞ୍ଜଳି ପ୍ରଦାନ ପରେ ବାଜିଥିଲା ବିଜେ କାହାଳୀ। ପ୍ରଥମେ ତାଳଧ୍ୱଜ ପରେ ନନ୍ଦିଘୋଷ ଓ ଶେଷରେ ଦେବଦଳନ ରଥରେ ଗଜପତିଙ୍କ ପ୍ରତିନିଧି ମୁଦିରସ୍ତ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ। ଏହାପରେ ଡୋରଲାଗି ହୋଇ ରାତି ୮ଟାରେ ପହଣ୍ଡି ଆରମ୍ଭ ହୋଇଥିଲା। ହରିବୋଲ, ହୁଳହୁଳି ଓ ଜୟଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ସିଂହଦ୍ୱାର। ନନ୍ଦିଘୋଷ ରଥରୁ ମଦନମୋହନ ଓ ତାଳଧ୍ୱଜ ରଥରୁ ରାମ, କୃଷ୍ଣଙ୍କୁ ମହାଜନ ସେବକମାନେ ହାତରେ ଦକ୍ଷିଣୀ ଘରକୁ ବିଜେ କରାଇଥିଲେ। ଏହାପରେ ଆରମ୍ଭ ହୋଇଥିଲା ଚତୁର୍ଦ୍ଧାବିଗ୍ରହଙ୍କ ପହଣ୍ଡି। ଗୋଟି ପହଣ୍ଡିରେ ରଥରୁ ନୀଳକନ୍ଦର ଅଭିମୁଖେ ବାହାରିଥିଲେ ଠାକୁର। ପ୍ରଥମେ ଚକ୍ରରାଜ ଶ୍ରୀସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ସେବକମାନେ ସୁଦର୍ଶନଙ୍କୁ ରତ୍ନସିଂହାସନରେ ବିଜେ କରାଇବା ପରେ ରାତି ପ୍ରାୟ ୯ଟାରେ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ପହଣ୍ଡି ହୋଇଥିଲା। ରଥ ସିଂହାସନରୁ ଓହ୍ଲାଇବା ପରେ ଚାରମାଳ ଆରମ୍ଭରେ ଠାକୁରଙ୍କ ଶ୍ରୀମସ୍ତକରେ ଟାହିଆ ଲାଗି କରାଯାଇଥିଲା। ପତିମହାପାତ୍ର ବନ୍ଦାପନା ସାରିବା ପରେ ପଣା ଭୋଗ ହୋଇ ସୁସଜ୍ଜିତ ଟାହିଆ ହଲାଇ ବଡ଼ଠାକୁର ରତ୍ନବେଦୀ ଅଭିମୁଖେ ଯାଇଥବଲେ। ଏହାପରେ ଦେବୀ ସୁଭଦ୍ରାଙ୍କର ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ଟାହିଆ ଧାରଣ କରିବା ପରେ ଝୁଲିଝୁଲି ରଥ ତଳକୁ ଓହ୍ଲାଇଥିଲେ।
କାଳିଆ ସାଆନ୍ତ ରଥରୁ ଓହ୍ଲାଉଥିବା ଦେଖି ଲକ୍ଷ୍ମୀ ସାଆନ୍ତାଣୀ ଚାହାଣୀ ମଣ୍ଡପକୁ ବିଜେ କରିଥିଲେ। ଭେଟ ମଣ୍ଡପରୁ ଭିତରଚ୍ଛ ମହାପାତ୍ର ମହାଲକ୍ଷ୍ମୀଙ୍କୁ ମହାପ୍ରଭୁଙ୍କ ସହ ଭେଟ କରାଇଥିଲେ। ଏହାପରେ ଶ୍ରୀଜଗନ୍ନାଥ ରତ୍ନସିଂହାସନ ଅଭିମୁଖେ ବାହାରିଥିଲେ। କିନ୍ତୁ ବିବାହ ପରେ ମହାପ୍ରଭୁ ଲକ୍ଷ୍ମୀ ଠାକୁରାଣୀଙ୍କୁ ଛାଡ଼ି ଭାଇଭଉଣୀଙ୍କୁ ସାଥୀରେ ଧରି ଘୋଷଯାତ୍ରାରେ ପଳାଇଥିବାରୁ ମନ ଊଣା କରିଥିଲେ ଲକ୍ଷ୍ମୀ ସାଆନ୍ତାଣୀ। ତେଣୁ ଅଭିମାନରେ ସିଂହଦ୍ୱାରକୁ ବନ୍ଦ କରିଦେଇଥିଲେ। କିଛି ସମୟ ପରେ ସିଂହଦ୍ୱାର ଖୋଲି ଭିତରକୁ ପଳାଇଥିଲେ ମହାଲକ୍ଷ୍ମୀ। ଏହାପରେ ଶ୍ରୀମନ୍ଦିର ଭିତରକୁ ବିଜେ କରିଥିଲେ ମହାପ୍ରଭୁ। କିନ୍ତୁ ସେତେବେଳେ ଜୟବିଜୟ ଦ୍ୱାର ବନ୍ଦ ରହିଥିଲା। ସେଠାରେ ବଚନିକା ସରିବା ପରେ ଶ୍ରୀଜଗନ୍ନାଥଙ୍କର ଭଣ୍ଡାର ଘର ନିକଟରେ ଲକ୍ଷ୍ମୀଙ୍କ ସହିତ ଭେଟ ହାଇଥିଲା। ସେଠାରେ ବିବାହର ଗଇଁଠାଳ ଫିଟାଯାଇଥିଲା। ଏହି ନୀତିକୁ ଭିତରଚ୍ଛ ମହାପାତ୍ର ସମ୍ପାଦନ କରିଥିଲେ। ଏହାପରେ ସେଠାରେ ବନ୍ଦାପନା ଏବଂ ରସଗୋଲା ଭୋଗ ହୋଇଥିଲା। ଅର୍ଥାତ୍‌‌ କାଳିଆ ସାଆନ୍ତ ରସଗୋଲା ଖୁଆଇ ଲକ୍ଷ୍ମୀ ସାଆନ୍ତାଣୀଙ୍କ ମାନଭଞ୍ଜନ କରିଥିଲେ। ଘଷାବିଡ଼ିଆ ଓ ମଣୋହି ପରେ ମହାପ୍ରଭୁ ରତ୍ନସିଂହାସନକୁ ବିଜେ କରିଥିଲେ।
ଆଜି ଶ୍ରୀଜିଉଙ୍କ ସୁନାବେଶ: ମହଣମହଣ ସୁନା‌ରେ ଝଲସିବେ ମହାବାହୁ
ପୁରୀ: ବୁଧବାର ଆଷାଢ଼ ଶୁକ୍ଳ ଏକାଦଶୀ। ଏହି ପବିତ୍ର ତିଥିରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ଦୁର୍ଲଭ ସୁନାବେଶ। ମହଣ ମହଣ ସୁନା ଅଳଙ୍କାରରେ ସଜେଇ ହେବେ ରଥାରୂଢ଼ ଦାରୁବିଗ୍ରହ। ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଏହି ଅପୂର୍ବ ବେଶ ଲାଗି ଏଥର ଶ୍ରୀମନ୍ଦିର ପରିସର ଅସ୍ଥାୟୀ ବାହାର ଭଣ୍ଡାର (ଚାଙ୍ଗଡ଼ା ଘର)ରୁ ବାହାରିବ ମହଣମହଣ ସୁନା ଓ ରୁପା ଅଳଙ୍କାର। ବହୁବିଧ ରତ୍ନଅଳଙ୍କାର ଲାଗି ହୋଇ ରଥ ଉପରେ ଭକ୍ତଙ୍କୁ ଦର୍ଶନ ଦେବେ ଦାରୁବ୍ରହ୍ମ। ବୁଧବାର ପୂର୍ବାହ୍ନରେ ଅସ୍ଥାୟୀ ବାହାର ରତ୍ନଭଣ୍ଡାର (ଚାଙ୍ଗଡା ଘର) ଖୋଲାଯିବ।
ସେଥିରୁ ସୁନାବେଶ ଲାଗି ଆବଶ୍ୟକ ଅଳଙ୍କାର ବାହାର କରାଯିବ। ଭଣ୍ଡାରମେକାପ ଓ ବଣିଆଙ୍କ ଉପସ୍ଥିତିରେ ଅଳଙ୍କାରଗୁଡ଼ିକ ସଫା ହେବ। ରଥ ଉପରେ ମହାପ୍ରଭୁଙ୍କ ମଇଲମ ଓ ଏକାଦଶୀ ସର୍ବାଙ୍ଗ ନୀତି ବଢ଼଼ିବା ପରେ ଅପରାହ୍ଣ ୫ଟାରୁ ସୁନାବେଶ ଆରମ୍ଭ ହେବ। ନିର୍ଘଣ୍ଟ ସମୟ ପୂର୍ବରୁ ଅର୍ଥାତ୍‌‌ ସଅଳ ନୀତିକାନ୍ତି କରାଯିବା ଲାଗି ପୂର୍ବରୁ ଦଇତାପତିଙ୍କ ସହ ପ୍ରଶାସନର ଆଲୋଚନା ବେଳେ ନିଷ୍ପତ୍ତି ନିଆଯାଇଛି। ସେହିପରି ସୁନାବେଶ ସମୟରେ ରଥାରୂଢ଼ ଠାକୁରଙ୍କ ସମ୍ମୁଖରେ କୌଣସି ସେବାୟତ ରହିବେ ନାହିଁ। ଫଳରେ ଶ୍ରଦ୍ଧାଳୁମାନେ ଭଲ ଭାବେ ଦର୍ଶନ କରିପାରିବେ। ସେହିପରି ରଥ ଉପରକୁ ଅଣସେବାୟତ ଚଢ଼ିବେ ନାହିଁ। ସେହିପରି କୌଣସି ସେବାୟତ ମୋବାଇଲ ଫୋନ ନେଇପାରିବେ ନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ସ୍ପଷ୍ଟ କରିଛନ୍ତି। ଯଦି କେହି ଏହାକୁ ନ ମାନନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।
ଶ୍ରୀମନ୍ଦିରରେ ରୁକ୍ମିଣୀହରଣ ଏକାଦଶୀ, ୩ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ
ପୁରୀ: ଶ୍ରୀମନ୍ଦିରରେ ରୁକ୍ମିଣୀହରଣ ଏକାଦଶୀ। ୩ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ। ମହାପ୍ରଭୁଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ନୀତିକାନ୍ତି ପାଇଁ ବନ୍ଦ ରହିବ ଦର୍ଶନ। ଆପାତତଃ ୨ଟାରୁ ୫ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ।
ବିଦର୍ଭ ରାଜା ଭୀଷ୍ମକଙ୍କ କନ୍ୟା ରୁକ୍ମିଣୀଙ୍କୁ ଆଜି ବିବାହ କରିବେ ମହାପ୍ରଭୁ। ମା’ଲକ୍ଷ୍ମୀ ଠାକୁରାଣୀ ସାଜିବେ ଦେବୀ ରୁକ୍ମିଣୀ । ଶ୍ରୀମଦନମୋହନ ସାଜିବେ ଶ୍ରୀକୃଷ୍ଣ । ଏହି ଅବସରରେ ଠାକୁର-ଠାକୁରାଣୀଙ୍କ ଦେବ ବିବାହ ନୀତି ସମ୍ପନ୍ନ ହେବ । ଶିଶୁପାଳ ରୁକ୍ମିଣୀଙ୍କୁ ବିବାହ କରିବାକୁ ଚାହୁଁଥିବା ଜାଣିପାରି ତାଙ୍କୁ ବାଟରୁ ହରଣ କରିନେବାକୁ ଦେବୀ ଗୁପ୍ତରେ ଶ୍ରୀକୃଷ୍ଣଙ୍କୁ ଚିଠି ଲେଖି ଜଣାଇଥିଲେ । ସେବକମାନେ ଦେବତାଙ୍କ ପକ୍ଷରୁ ଏହି ନୀତି ସମ୍ପାଦନ କରିବେ । ରାତିରେ ମହାପ୍ରଭୁଙ୍କ ସହିତ ରୁକ୍ମିଣୀଙ୍କ ବିବାହ ଉତ୍ସବ ସମ୍ପନ୍ନ ହେବ । ଏଥି ସହିତ ଭିତର ଚନ୍ଦନ ଯାତ୍ରା ଅବସରରେ ମହାପ୍ରଭୁଙ୍କ ଜଳକ୍ରୀଡ଼ା ବିଧି ଅନୁଷ୍ଠିତ ହେବ।
ଦେବ ବିବାହ ଲାଗି ସୋମବାର ସନ୍ଧ୍ୟା ଧୂପ ବଢ଼ିବା ପରେ ଶ୍ରୀମନ୍ଦିରରେ ଘଣ୍ଟ, କାହାଳୀ, ମହୁରୀ ବାଜି ମହାପ୍ରଭୁଙ୍କ ଅଭିଷେକ ନୀତି ସମ୍ପନ୍ନ ହୋଇଛି। ଏହି ନୀତିକୁ ରାଜେନ୍ଦ୍ରାଭିଷେକ କୁହାଯାଏ। ସୋମବାର ଥିଲା ଜ୍ୟେଷ୍ଠ ଶୁକ୍ଳ ଦଶମୀ। ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପ ନୀତି ବଢ଼ିବା ପରେ ମଦନମୋହନ ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ପାଇ ଭୋଗବାଟ ଗଣେଶଙ୍କଠାରେ ପଡ଼ିଥିବା ଖଟ ଉପରେ ବିଜେ କରିଥିଲେ। ଏହାପରେ ଭିତର ଶୋଧ ହୋଇ ଜୟବିଜୟ ଦ୍ୱାର ବନ୍ଦ ରହି ଆଲଟ ଲାଗି ହୋଇଥିଲା। ଜଣେ ସେବକ ଡଗର ଭାବେ ଆସି ମଦନମୋହନଙ୍କୁ ରୁକ୍ମିଣୀ ବିବାହ ପ୍ରସ୍ତାବ ଜଣାଇଥିଲେ। ଏହାପରେ ମହାଜନେ ଠାକୁରଙ୍କୁ ହାତରେ ବିଜେ କରାଇ ଆଣି ବଟମୂଳେ ଥିବା ରଥରେ ବିଜେ କରାଇଥିଲେ।
ବିମାନବଡ଼ୁମାନେ ଘଣ୍ଟ, ଛତା, କାହାଳୀ ସହ ରଥାରୁଢ଼ ମହାପ୍ରଭୁଙ୍କୁ ଭିତର ବେଢ଼ାରେ ଗୋଟିଏ ଘେରା ପରିକ୍ରମା କରାଇଥିଲେ। କୁତ କଉତୁକ ଋଷି (ଜଣେ ସେବକ) ଦଣ୍ଡ ପ୍ରଣାମ କରି ମହାପ୍ରଭୁଙ୍କୁ ଦକ୍ଷିଣୀ ଘରକୁ ନେଇଥିଲେ। ସେଠାରେ ଠାକୁର ଖଟ ଉପରେ ବିଜେ ହେବା ପରେ ପଞ୍ଚାମୃତ ମହାସ୍ନାନ ହୋଇଥିଲା। ଫୁଲ ଚନ୍ଦନ ଲାଗି ହୋଇ ବେଶ ହୋଇଥିଲା। ଶୀତଳ ଭୋଗ ମଣୋହୀ ହୋଇ କ୍ଷିରୀ, ଅମାଲୁ ଭୋଗ ବନ୍ଦାପନା ବଢ଼ିଥିଲା। ଏହାପରେ ଠାକୁର ଦକ୍ଷିଣଘର ସ୍ୱ-ଆସ୍ଥାନକୁ ବିଜେ ହୋଇଥିଲେ। ଶ୍ରୀଜଗନ୍ନାଥଙ୍କ ନିକଟରେ ଛତି ଟେକା ହୋଇ ଅଭିଷେକ ନୀତି ସମ୍ପନ୍ନ ହୋଇଥିଲା। ପରେ ଭିତରେ ପଣା ଭୋଗ ହୋଇ ଅନ୍ୟାନ୍ୟ ନୀତି ବଢ଼ିଥିଲା। ମଙ୍ଗଳବାର ଶ୍ରୀମନ୍ଦିରରେ ରୁକ୍ମିଣୀ ହରଣ ନୀତି ଅନୁଷ୍ଠିତ ହେବ। ମହାପ୍ରଭୁ ରୁକ୍ମିଣୀଙ୍କୁ ବିବାହ କରିବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।
ମହାପ୍ରଭୁଙ୍କ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥକାଠ ଚିରଟ ଅନୁକୂଳ
କଟକ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଆସନ୍ତା ଜୁଲାଇ ୭ରେ ଅନୁଷ୍ଠିତ ହେବ। ସେହିପରି ଆସନ୍ତା ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହେବ ରଥ ନିର୍ମାଣ କାମ । ରଥ ନିର୍ମାଣ ପାଇଁ ବୁଧବାର ତଥା ପବିତ୍ର ଶ୍ରୀରାମ ନବମୀରେ ରଥକାଠ ଚିରଟ ଅନୁକୂଳ ହୋଇଛି । ଖପୁରିଆସ୍ଥିତ ସରକାରୀ କରତ କଳରେ ରଥକାଠ ଚିରଟ ଆରମ୍ଭ ହୋଇଛି। ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ଅପରାହ୍ନରେ  ରଥ କାଠ କଟକକୁ ଆସିଥିଲା । ନୀତି ପ୍ରଶାସକ ଜିତେନ୍ଦ୍ର ଦାସ, ରଥ ଅମିନ ଲକ୍ଷ୍ମଣ ମହାପାତ୍ର, ଭୋଇ ସର୍ଦ୍ଦାର ରବୀନ୍ଦ୍ରନାଥ ଭୋଇ, ବରିଷ୍ଠ ତତ୍ୱାବଧାରକ ସୁଦର୍ଶନ ମେକାପ, ଭାରପ୍ରାପ୍ତ ଅଧିକାରୀ ରବୀନ୍ଦ୍ରନାଥ ଦାସ, କର୍ମଚାରୀ ବେଣୁଧର ମହାରଣା ପ୍ରମୁଖ ଆଜ୍ଞାମାଳ ଓ ରଥ କାଠ ସହ ଆସିଥିଲେ । ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇ ତିନୋଟି ଧଉରା କାଠ ପ୍ରଥମେ ଚିରଟ ହୋଇଥିଲା । ତେବେ ଗତବର୍ଷରୁ ପ୍ରାୟ ୨୦୦ ରଥକାଠ ବଳକା ଥିବା ବେଳେ ଚଳିତବର୍ଷ ୪୫୦ ଖଣ୍ଡ କାଠ ଅଣାଯାଇଛି । ଚତୁର୍ଦ୍ଧା ମୂର୍ତ୍ତିଙ୍କ ରଥ ନିର୍ମାଣ ପାଇଁ ମୋଟ ୮୧୨ ଖଣ୍ଡ କାଠର ଆବଶ୍ୟକ ।  ଫାଶି, ଶିମିଳ, ଅଶନ, ଧଉରା, ରାଇ, ମଇ ଭଳି କାଠ ଆଦି କାଠ ଚିରଟ ହୋଇ ରଥଖଳାକୁ ଅକ୍ଷୟ ତୃତୀୟା ପୂର୍ବରୁ ପହଞ୍ଚିବ।