president election 2022 - The Sakala
ରାଇସିନା କାଉଣ୍ଟଡାଉନ: ପ୍ରଥମ ରାଉଣ୍ଡ ଗଣତି ଶେଷ, ଦ୍ରୌପଦୀ ମୁର୍ମୁଙ୍କୁ ୫୪୦ ଓ ଯଶୱନ୍ତ ସିହ୍ନାଙ୍କୁ ୨୦୮ ଖଣ୍ଡ ଭୋଟ
ନୂଆଦିଲ୍ଲୀ: କିଏ ହେବେ ଭାରତର ପରବର୍ତ୍ତୀ ରାଷ୍ଟ୍ରପତି। କାହାର ନୂଆ ଠିକଣା ହେବ ରାଇସିନା ହିଲ। ଆଉ କିଛି ସମୟର ଅପେକ୍ଷା, ଆସିବ ଫଳାଫଳ । ଦିନ ୧୧ଟାରୁ ଆରମ୍ଭ ହୋଇଛି ଗଣତି।  ପ୍ରଥମ ରଉଣ୍ଡରେ ଭୋଟ ଗଣତି ଶେଷ ହୋଇଛି। ଏହି ରାଉଣ୍ଡରେ ସାଂସଦ ମାନଙ୍କର ଭୋଟ ଗଣତି କରାଯାଇଥିଲା। ଦୌପଦୀ ମୁର୍ମୁଙ୍କୁ ୫୪୦ ଭୋଟ ମିଳିଥିବା ବେଳେ ଯଶୱନ୍ତ ସିହ୍ନାଙ୍କୁ ୨୦୮ ଖଣ୍ଡ ଭୋଟ ମିଳିଛି। ଦ୍ରୌପଦୀଙ୍କୁ ମିଳିଥିବା ଭୋଟର ମୂଲ୍ଯ ୩,୭୮,୦୦୦ ହୋଇଥିବା ବେଳେ ଯଶୱନ୍ତ ସିହ୍ନାଙ୍କୁ ମିଳିଥିବା ଭୋଟର ମୂଲ୍ଯ ହେଉଛି ୧, ୪୫, ୬୦୦ । ଏଥିସହ ସମୁଦାୟ ଭୋଟ୍‌ରୁ ୧୫ଟି ଭୋଟ୍ ନାକଚ ହୋଇଛି।
ସମର୍ଥନ ଦୃଷ୍ଟିରୁ ଦେଖିବାକୁ ଗଲେ ଏନଡିଏ ପ୍ରାର୍ଥୀ ତଥା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ସୁନିଶ୍ଚିତ ବୋଲି ଆକଳନ କରାଯାଉଛି । କଂଗ୍ରେସକୁ ଛାଡି ଦେଶର ୪୦ରୁ ଅଧିକ ଦଳ ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନରେ ଭୋଟ ଦେଇଛନ୍ତି ।
ଆଜି ପ୍ରକାଶ ପାଇବ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ: ଜାଣନ୍ତୁ ଭୋଟ୍ କିପରି ଗଣାଯାଏ, କେତେ ଭୋଟ୍ ସ୍ଥିର କରିବ ବିଜୟ
ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଆଜି ପ୍ରକାଶ ପାଇବ। ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଜିତିବେ କିମ୍ବା ବିରୋଧୀଙ୍କ ଯଶୋବନ୍ତ ସିହ୍ନା ଏହା ସ୍ଥିର ହେବ। ଏହାରି ମଧ୍ଯରେ ଆପଣ ବାରମ୍ବାର ଶୁଣିବେ ଗୋଟିଏ ଶବ୍ଦ ହେଉଛି ଇଲେକ୍ଟୋରାଲ୍ କଲେଜ। ଏହି ଶବ୍ଦ କେତେ ଗୁରୁତ୍ୱପୂର୍ଣ୍ଣ, ଏଥିରୁ ଏହା ବୁଝିହେବ ଯେ ଆଜି ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ମଧ୍ୟ ଇଲେକ୍ଟୋରାଲ୍ କଲେଜ ମାଧ୍ୟମରେ ସ୍ଥିର ହେବ। ଆସନ୍ତୁ ଜାଣିବା ଏହି ଇଲେକ୍ଟୋରାଲ୍ କଲେଜ କ’ଣ ଏବଂ ଜଣେ ସାଂସଦ କିମ୍ବା ବିଧାୟକଙ୍କ ଭୋଟର ମୂଲ୍ୟ କିପରି ନିର୍ଣ୍ଣୟ କରାଯାଏ । ଭୋଟ୍ ଗଣନାର ପଦ୍ଧତି କ’ଣ ରହିଛି।
ଇଲେକ୍ଟୋରାଲ୍ କଲେଜ କ’ଣ?
ରାଷ୍ଟ୍ରପତି ନିର୍ବାଚନରେ ​​ଲୋକସଭା, ରାଜ୍ୟସଭା ଏବଂ ବିଧାୟକମାନେ ମତ ଦେଇଛନ୍ତି। ଏହି ଭୋଟର ପ୍ରତ୍ୟେକଟିର ମହତ୍ତ୍ୱ ଭିନ୍ନ ଅଟେ। ବିଭିନ୍ନ ରାଜ୍ୟର ବିଧାୟକଙ୍କ ଭୋଟର ମୂଲ୍ୟ ମଧ୍ୟ ଭିନ୍ନ ଅଟେ। ଜଣେ ସାଂସଦଙ୍କ ଭୋଟର ମୂଲ୍ୟ ହେଉଛି ୭୦୦। ଏଥି ସହିତ ବିଧାୟକଙ୍କ ଭୋଟର ମୂଲ୍ୟ ସେହି ରାଜ୍ୟର ଜନସଂଖ୍ୟା ଏବଂ ଆସନ ସଂଖ୍ୟା ଉପରେ ନିର୍ଭର କରେ। ଉଭୟ ପ୍ରାର୍ଥୀଙ୍କ ମଧ୍ୟରୁ ଯିଏ ଏହି ନିର୍ବାଚନରେ  ୫୧ ପ୍ରତିଶତ ଭୋଟ୍ ପାଇବ ସେ ହିଁ ବିଜେତା ହେବ।
ଏଥର ରାଷ୍ଟ୍ରପତି ନିର୍ବାଚନରେ ​​କେତେ ଭୋଟର ଥିଲେ?
ରାଷ୍ଟ୍ରପତି ନିର୍ବାଚନରେ ​​ଲୋକସଭା, ରାଜ୍ୟସଭା ଏବଂ ରାଜ୍ୟ ବିଧାନସଭା ସଦସ୍ୟମାନେ ଭୋଟ୍ ଦେଇଛନ୍ତି। ୨୪୫ ସଦସ୍ୟ ବିଶିଷ୍ଟ ରାଜ୍ୟସଭା ମଧ୍ୟରୁ ୨୩୩ ସାଂସଦଙ୍କୁ ଭୋଟ୍ ଦେବାକୁ ଅନୁମତି ଦିଆଯାଇଥିଲା (ମନୋନୀତ ସାଂସଦମାନେ ଭୋଟ୍ ଦେଇପାରିବେ ନାହିଁ)। ଏହା ସହ ଲୋକସଭାର ୫୪୩ ଜଣ ସଦସ୍ୟଙ୍କୁ ଭୋଟ୍ ଦେବାକୁ ଅନୁମତି ଦିଆଯାଇଥିଲା। ଏହା ବ୍ୟତୀତ ସମସ୍ତ ରାଜ୍ୟର ମୋଟ ୪ ହଜାରରୁ ଅଧିକ ବିଧାୟକଙ୍କୁ ଭୋଟ୍ ଦେବାର ଅଧିକାର ଥିଲା। ଏହିପରି, ରାଷ୍ଟ୍ରପତି ନିର୍ବାଚନରେ ​​ମୋଟ ଭୋଟରଙ୍କ ସଂଖ୍ୟା ୪ ହଜାର ୭୯୬ ଥିଲା।
ରାଜ୍ୟ ବିଧାୟକଙ୍କ ଭୋଟ୍ କେତେ ଗୁରୁତ୍ୱପୂର୍ଣ୍ଣ?
ଦେଶର ସବୁଠାରୁ ଜନବହୁଳ ରାଜ୍ୟ ଉତ୍ତରପ୍ରଦେଶର ଜଣେ ବିଧାୟକଙ୍କ ସର୍ବାଧିକ ଭୋଟ୍ ମୂଲ୍ୟ ୨୦୮ ଥିଲା। ଏଥି ସହିତ ଏହା ପରେ ଝାଡଖଣ୍ଡ ଏବଂ ତାମିଲନାଡୁର ଜଣେ ବିଧାୟକଙ୍କ ଭୋଟର ମୂଲ୍ୟ ୧୭୬ ଏବଂ ମହାରାଷ୍ଟ୍ରର ଜଣେ ବିଧାୟକଙ୍କ ଭୋଟ୍ ୧୭୫ ଥିଲା। ବିହାରରୁ ଜଣେ ବିଧାୟକଙ୍କ ଭୋଟର ମୂଲ୍ୟ ଥିଲା ୧୭୩ । ସର୍ବନିମ୍ନ ମୂଲ୍ୟ ସିକ୍କିମ୍ ବିଧାୟକଙ୍କ ମୂଲ୍ୟ ଥିଲା।  ଏଠାରେ ଜଣେ ବିଧାୟକଙ୍କ ଭୋଟର ମୂଲ୍ୟ ସାତ ଥିଲା। ଏହା ପରେ ଏହି ସଂଖ୍ୟା ଅରୁଣାଚଳ ଏବଂ ମିଜୋରାମର ବିଧାୟକଙ୍କଠାରୁ ଆସିଥାଏ । ଏଠାରେ ଜଣେ ବିଧାୟକଙ୍କ ଭୋଟର ମୂଲ୍ୟ ଆଠ ଥିଲା।
ସାଂସଦଙ୍କ ଭୋଟର ମୂଲ୍ୟ:
ରାଜ୍ୟସଭା ଓ ଲୋକସଭା ସଦସ୍ୟଙ୍କ ଗୋଟିଏ ଭୋଟର ମୂଲ୍ୟ ୭୦୦ ଥିଲା। ଉଭୟ ଗୃହରେ ସଦସ୍ୟଙ୍କ ସଂଖ୍ୟା ୭୭୬ । ଏହି ଅର୍ଥରେ ସାଂସଦମାନଙ୍କର ସମସ୍ତ ଭୋଟର ମୂଲ୍ୟ ହେଉଛି ୫,୪୩,୨୦୦। ବର୍ତ୍ତମାନ ଯଦି ଆମେ ବିଧାନସଭା ସଦସ୍ୟ ଏବଂ ସାଂସଦଙ୍କ ଭୋଟର ମୋଟ ମୂଲ୍ୟକୁ ଦେଖିବା ତେବେ ଏହା ୧୦ ଲକ୍ଷ ୮୬ହଜାର ୪୩୧।  ଅର୍ଥାତ୍ ରାଷ୍ଟ୍ରପତି ନିର୍ବାଚନରେ ସର୍ବାଧିକ ​​ଏହି ମୂଲ୍ୟରେ ଭୋଟ୍ ଦିଆଯାଇପାରିବ।
ଭୋଟର ମୂଲ୍ୟ କାହିଁକି ଭିନ୍ନ ହୋଇଥାଏ?
ପ୍ରତ୍ୟେକ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଜନସଂଖ୍ୟା ଭିନ୍ନ ଅଟେ। ଏହି ନିର୍ବାଚନରେ ​​ରାଜ୍ୟର ଜନସଂଖ୍ୟା ଏବଂ ସେଠାରେ ସମୁଦାୟ ବିଧାନସଭା ଆସନ ଅନୁଯାୟୀ ପ୍ରତ୍ୟେକ ଭୋଟର ମୂଲ୍ୟ ସ୍ଥିର ହୋଇଛି।
ବର୍ତ୍ତମାନର କିମ୍ବା ଶେଷ ଜନଗଣନାର ଜନସଂଖ୍ୟା ଆଧାରରେ ଭୋଟର ଏହି ମୂଲ୍ୟ ସ୍ଥିର ହୋଇନାହିଁ । ଏଥିପାଇଁ ୧୯୭୧ ର ଜନସଂଖ୍ୟାକୁ ଆଧାର କରାଯାଇଛି। ୨୦୨୬ ପରେ ହେବାକୁ ଥିବା ଜନଗଣନା ପରେ ରାଷ୍ଟ୍ରପତି ନିର୍ବାଚନରେ ​​ଜନଗଣନାର ଆଧାର ବଦଳିଯିବ। ତାହା ହେଉଛି, ୨୦୩୧ର ଜନଗଣନା ତଥ୍ୟ ପ୍ରକାଶ ପାଇବା ପରେ। ସାଂସଦ ଏବଂ ବିଧାୟକଙ୍କ ଭୋଟର ମୂଲ୍ୟ ୧୯୭୧ ଜନସଂଖ୍ୟାର ଆଧାର ପରିବର୍ତ୍ତେ ୨୦୩୧ ଜନଗଣନା ଆଧାରରେ ସ୍ଥିର କରାଯିବ।
ଜଣେ ବିଧାୟକଙ୍କ ଭୋଟର ମୂଲ୍ୟ ଏକ ସରଳ ସୂତ୍ର ଦ୍ୱାରା ନିର୍ଣ୍ଣୟ କରାଯାଏ। ସର୍ବପ୍ରଥମେ ୧୯୭୧ ଜନଗଣନା ଅନୁଯାୟୀ ସେହି ରାଜ୍ୟର ଜନସଂଖ୍ୟା ନିଆଯାଇଥାଏ । ଏହା ପରେ, ସେହି ରାଜ୍ୟର ବିଧାୟକଙ୍କ ସଂଖ୍ୟାକୁ ହଜାରେ ଗୁଣ କରାଯାଇଥାଏ । ଗୁଣିତ ହେଲେ ପ୍ରାପ୍ତ ସଂଖ୍ୟା ସମୁଦାୟ ଜନସଂଖ୍ୟା ଦ୍ୱାରା ବିଭକ୍ତ କରାଯାଇଥାଏ । ଯେଉଁ ଫଳାଫଳ ବାହାରିଲା ଉକ୍ତ ସଂଖ୍ଯାଟି ହେଉଛି ସେହି ରାଜ୍ୟର ଜଣେ ବିଧାୟକଙ୍କ ଭୋଟର ମୂଲ୍ୟ।
ଏହାକୁ ଏକ ଉଦାହରଣ ସହିତ ବୁଝି ହେବ। ୧୯୭୧ ମସିହାରେ ଉତ୍ତରପ୍ରଦେଶର ମୋଟ ଜନସଂଖ୍ୟା ୮,୩୮,୪୯,୯୦୫ ଥିଲା । ରାଜ୍ୟରେ ମୋଟ ୪୦୩ ଟି ବିଧାନସଭା ଆସନ ଅଛି। ମୋଟ ସିଟ୍ ଏକ ହଜାର କୁ ଗୁଣନ କଲେ ୪୦୩୦୦୦। ବର୍ତ୍ତମାନ ଆମେ ୪୦୩୦୦୦ ଦ୍ୱାରା ୮,୩୮,୪୯,୯୦୫ କୁ ବିଭାଜନ କଲେ ଆମେ ୨୦୮.୦୬ ଉତ୍ତର ପାଇବୁ। ଭୋଟ୍ ଦଶମିକାରେ ହୋଇପାରିବ ନାହିଁ । ତେଣୁ ଉତ୍ତରପ୍ରଦେଶର ଜଣେ ବିଧାୟକଙ୍କ ଭୋଟ୍ ମୂଲ୍ୟ ୨୦୮ ଅଟେ।
ରାଷ୍ଟ୍ରପତିଙ୍କ ବିଜୟ କିପରି ସ୍ଥିର ହେବ?
ସାଂସଦଙ୍କ ଭୋଟ୍ ମୂଲ୍ୟରେ ପହଞ୍ଚିବା ପାଇଁ ସମସ୍ତ ବିଧାୟକଙ୍କ ଭୋଟ୍ ମୂଲ୍ୟ ଯୋଡା ଯାଇଛି। ଯୋଗ କରାଯିବା ପରେ ଆସୁଥିବା ସଂଖ୍ୟାକୁ ରାଜ୍ୟସଭା ଓ ଲୋକସଭାର ମୋଟ ସାଂସଦଙ୍କ ଦ୍ବାରା ବିଭକ୍ତ କରାଯାଇଥଆଏ। ତାହା ହେଉଛି ସାଂସଦଙ୍କ ଭୋଟର ମୂଲ୍ୟ। ଉଦାହରଣ ସ୍ୱରୂପ, ଉତ୍ତରପ୍ରଦେଶର ୪୦୩ ବିଧାୟକଙ୍କ ମୋଟ ଭୋଟ୍ ମୂଲ୍ଯ ହେଉଛି ୨୦୮। ଅର୍ଥାତ୍  ୪୦୩ ଗୁଣନ ୨୦୮ = ୮୩୮୨୪ ।
ସେହିଭଳି, ଦେଶର ସମସ୍ତ ବିଧାୟକଙ୍କ ଭୋଟ୍ ମୂଲ୍ୟର ପରିମାଣ ହେଉଛି ୫,୪୨,୨୩୧ | ରାଜ୍ୟସଭାର ମୋଟ ୨୩୩  ସାଂସଦ ଏବଂ ଲୋକସଭାର ୫୪୩ ଜଣ  ସଦସ୍ଯଙ୍କୁ ମିଶାଇଲେ ୭୭୬ ଜଣ ହେଉଛନ୍ତ। ବର୍ତ୍ତମାନ ୫,୪୩,୨୩୧ କୁ ୭୭୬ରେ ବିଭକ୍ତ କଲେ ୭୦୦.୦୩ । ଏହିପରି ଜଣେ ସାଂସଦଙ୍କ ଭୋଟର ମୂଲ୍ୟ  ୭୦୦ ନିଆ ଯାଇଥାଏ। ବିଧାୟକ ଏବଂ ସାଂସଦମାନଙ୍କର ମୋଟ ଭୋଟ୍କୁ ‘ଇଲେକ୍ଟୋରାଲ୍ କଲେଜ’ କୁହାଯାଏ। ଏହି ସଂଖ୍ୟା ହେଉଛି ୧୦,୮୬, ୪୩୧। ଯେଉଁ ପ୍ରାର୍ଥୀ ଏହି ସଂଖ୍ୟାର ଅଧାରୁ ଅଧିକ ପାଇଥାନ୍ତି ଉକ୍ତ ପ୍ରାର୍ଥୀଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ​​ବିଜେତା ଘୋଷଣା କରାଯାଇଥାଏ।
ଦ୍ରୌପଦୀ, ଯଶୋବନ୍ତଙ୍କ ଭାଗ୍ୟ ପରୀକ୍ଷା ଫଳ ଆଜି
ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ସକାଳେ ଭୋଟ ଗଣତି ସହ ମଧ୍ୟାହ୍ନ ସୁଦ୍ଧା ଫଳାଫଳ ପ୍ରକାଶ କରାଯିବ ବୋଲି ଆଶା କରାଯାଉଥିବା ବେଳେ ଦୁଇ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏବଂ ବିରୋଧୀ ମେଣ୍ଟ ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କ ମଧ୍ୟରୁ କିଏ ରାଇସିନା ହିଲ୍‌ରେ ଅଭିଷିକ୍ତ ହେବେ ତାହା ସ୍ପଷ୍ଟ ହୋଇଯିବ।
ମିଳିଥିବା ସୂଚନା ଅନୁସାରେ ପ୍ରଥମେ ରିଟର୍ଣ୍ଣିଂ ଅଧିକାରୀଙ୍କ ଦ୍ୱାରା ଭୋଟ୍‌ ସର୍ଟିଂ ଓ ଯାଞ୍ଚ କରାଯିବ। ସାଂସଦ ଏବଂ ବିଧାୟକମାନେ ଭିନ୍ନ ରଙ୍ଗର କଲମ ବ୍ୟବହାର କରି ସେମାନଙ୍କ ମତଦାନ କରିଥିଲେ। ତେଣୁ ପ୍ରଥମେ ଏଗୁଡିକର ସର୍ଟିଂ କରାଯିବ। ସର୍ଟିଂ ଶେଷ ହେବା ପରେ ଭୋଟ ଗଣତି ଆରମ୍ଭ ହେବ। ସଂସଦ ଭବନର ୭୩ ନମ୍ବର ପ୍ରକୋଷ୍ଠ ବାହାରେ ଏକ ମିଡିଆ ଷ୍ଟାଣ୍ଡ ସ୍ଥାପନ କରାଯାଇଛି। ଭୋଟ ଗଣନା ଆରମ୍ଭ ହେବା ପରେ ସେଠାରେ ପ୍ରାର୍ଥୀଙ୍କ ବିଜୟ କିମ୍ବା ପରାଜୟ ଟ୍ରେଣ୍ଡ ସମ୍ପର୍କରେ ସୂଚନା ଦିଆଯିବ।
କାଲି ରାଷ୍ଟ୍ରପତି ନିର୍ବାଚନ : ବିଧାନସଭାରେ ୧୪୬ ବିଧାୟକ ଦେବେ ଭୋଟ, ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ଯାଏଁ ଭୋଟ ଗ୍ରହଣ
ଭୁବନେଶ୍ୱର : ରାଷ୍ଟ୍ରପତି ନିର୍ବାଚନକୁ ଦୃଷ୍ଟିରେ ରଖି ଓଡ଼ିଶା ବିଧାନସଭାରେ ଚୂଡ଼ାନ୍ତ ପ୍ରସ୍ତୁତି ଶେଷ ହୋଇଛି। ସୋମବାର ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ମଧ୍ୟରେ ରାଷ୍ଟ୍ରପତି ନିର୍ବାଚନ ନେଇ ବିଧାୟକ ଓ ଏମପି ମାନେ ମତଦାନ କରିପାରିବେ। ବିଧାନସଭା ଜାରି ରହିଥିବାରୁ ଉଭୟ ଅଧିବେଶନ ଏବଂ ରାଷ୍ଟ୍ରପତି ନିର୍ବାଚନକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଓଡ଼ିଶା ବିଧାନସଭାର ୧୪୬ ଜଣ ବିଧାୟକ ନିଜର ମତ ବିଧାନସଭା ପରିସରରେ ପ୍ରଦାନ କରିବେ। ବିରୋଧି ଦଳ ନେତା ପ୍ରଦୀପ୍ତ ନାଏକ ଅସୁସ୍ଥତା କାରଣରୁ ଦିଲ୍ଲୀରେ ସ୍ୱତନ୍ତ୍ର ଭାବେ ମତଦାନ କରିବେ। ରାଜ୍ୟର ସମସ୍ତ ଏମପି ଦିଲ୍ଲୀରେ ଭୋଟ ଦେବେ ବୋଲି ବିଧାନସଭା ସଚିବାଳୟ ପକ୍ଷରୁ କୁହାଯାଇଛି। ବିଧାନସଭାର ପ୍ରଥମ ମହଲାରେ ଥିବା ୫୪ ନଂ ରୁମ୍କୁ ମତଦାନ ପ୍ରକୋଷ୍ଠ କରାଯାଇଛି।
ବିଧାୟକମାନେ ନିଜ ପରିଚୟ ପ୍ରଦାନ କରି ପ୍ରିଜାଇଡିଂ ଅଫିସରଙ୍କ ଠାରୁ ବାଲଟ ଆଣି ମତଦାନ ପ୍ରଦାନ କରିବେ। ପ୍ରତି ପ୍ରମୁଖ ଦଳର ଏଜେଣ୍ଟ ମତଦାନ କେନ୍ଦ୍ର ନିକଟରେ ରହିବେ। ବିଧାୟକମାନେ ନିର୍ବାଚନ କମିସନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା କଲମ ଦ୍ୱାରା ବାଲଟ କାଗଜରେ ଠିକ୍ ଚିହ୍ନ ମାରିବାକୁ ନିର୍ଦ୍ଦେଶ ରହିଛି। ନିର୍ବାଚନ କମିସନଙ୍କ ଦ୍ୱାରା ପ୍ରଦତ୍ତ କଲମଟିକୁ ଠିକ୍ ଚିହ୍ନ ମାରିବା ପରେ ବିଧାୟକମାନେ ନିର୍ବାଚନ ଅଧିକାରୀଙ୍କୁ ଫେରାଇବେ। କୌଣସି ପ୍ରାର୍ଥୀ ଭୋଟ ଦେବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ନାଁ ନିକଟରେ ଥିବା ଖାଲି ସ୍ଥାନରେ ଯଦି ଭୁଲ୍ ଚିହ୍ନ ଦେଉଛନ୍ତି, ତେବେ ତାହାକୁ ନାକଚ ବୋଲି ଧରି ନିଆଯିବ। ନିର୍ବାଚନ କମିସନଙ୍କ ଦ୍ୱାରା ପ୍ରଦତ୍ତ କଲମ ବ୍ୟତୀତ ଅନ୍ୟ କୌଣସି କଲମ ଦ୍ୱାରା ଠିକ୍ ଚିହ୍ନ ମରାଯାଇଥିଲେ, ତାହାକୁ ବୈଧ ବୋଲି ବିଚାର କରାଯିବ ନାହିଁ ।
କୌଣସି ସଦସ୍ୟ ବୁଥ୍ ଭିତରକୁ ନିଜର କ୍ୟାମେରା/ମୋବାଇଲ ନେଇ ପାରିବେ ନାହିଁ। ବୁଥ୍ ଭିତରକୁ ଯିବା ପୂର୍ବରୁ ବିଧାୟକମାନେ ନିଜ ପରିଚୟ ପତ୍ର ଆଣିବାକୁ ବାଧ୍ୟ। ପ୍ରାର୍ଥୀଙ୍କ ନାମ ନିକଟରେ ନିଜ ପସନ୍ଦ ତଥା ପ୍ରିଫରେନ୍ସ ପାଇଁ ୧ କିମ୍ବା ୨ ଲେଖିପାରିବେ। ବାଲଟରେ ଥିବା ଅର୍ଡର ଅଫ ପ୍ରିଫରେନ୍ସ ତଳେ ପସନ୍ଦ ଲେଖିବା ପାଇଁ କମିସନଙ୍କ ପକ୍ଷରୁ କୁହାଯାଇଛି। ପସନ୍ଦ କଲମରେ ଠିକ୍ କିମ୍ବା ଭୁଲ୍ ଚିହ୍ନ ପ୍ରଦାନ କରିବାକୁ ବାରଣ କରାଯାଇଛି। ବାଲଟ ପେପର ଉପରେ କୌଣସି ପ୍ରାର୍ଥୀ ନିଜ ନାଁ, ଦସ୍ତଖତ କିମ୍ବା ଅନ୍ୟ କିଛି ଲେଖିବାକୁ ବାରଣ କରାଯାଇଛି। ବାଲଟ ପେପରକୁ କୌଣସି ପରିସ୍ଥିତିରେ ନଷ୍ଟ ନ କରିବାକୁ କୁହାଯାଇଛି। ବୁଥ୍ ମଧ୍ୟରୁ ବାଲଟ ପେପର ଅନ୍ୟ କୌଣସି ସ୍ଥାନକୁ ନିଆଯାଇପାରିବ ନାହିଁ। ମତଦାନ ସରିବା ପରେ ବାଲଟ ଗୁଡ଼ିକ ଏକାଠି କରି ସ୍ଥାନୀୟ ଷ୍ଟ୍ରଙ୍ଗ୍ରୁମ୍ରେ ରଖାଯିବ। ଏହାର ପରଦିନ ଅର୍ଥାତ ମଙ୍ଗଳବାର ବିମାନ ଜରିଆରେ ବାଲଟ ବକ୍ସ ନୂଆଦିଲ୍ଲୀ ପଠାଯିବ।
ପ୍ରତି ୫ ବର୍ଷରେ ହେଉଥିବା ଏହି ନିର୍ବାଚନରେ ଦେଶର ସମସ୍ତ ବିଧାୟକ ଓ ସାଂସଦ ମାନେ ମତଦାନ କରିଥାନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ମ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନରେ ମତଦାନ କରିବାକୁ ଯାଉଛନ୍ତି। ସେ ୧୯୯୭ ମସିହାରୁ ଭୋଟ ଦେଇ ଆସୁଛନ୍ତି। ବିଜେଡି ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ମଧ୍ୟ ୫ମ ଥର ପାଇଁ ମତଦାନ କରିବାକୁ ଯାଉଛନ୍ତି। ବିଧାୟକମାନଙ୍କ ମଧ୍ୟରେ ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ୬ଷ୍ଠ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନରେ ମତଦାନ କରିବେ। ବିଜେଡି ଲୋକସଭା ସଂସଦୀୟ ଦଳ ନେତା ପିନାକୀ ମିଶ୍ର ୪ର୍ଥ ଥର ପାଇଁ, ଚନ୍ଦ୍ରଶେଖର ସାହୁ ଏବଂ ଅନୁଭବ ମହାନ୍ତି ୨ୟ ଥର ପାଇଁ ମତଦାନ କରିବେ। ବିଜେଡିର ବହୁ ସାଂସଦ ଏବଂ ବିଧାୟକ ପ୍ରଥମଥର ପାଇଁ ରାଷ୍ଟ୍ରପତି ନିର୍ବାଚନରେ ମତଦାନ କରିବେ। ବର୍ତ୍ତମାନ ଓଡ଼ିଶା ବିଧାନସଭାରେ ଶାସକ ବିଜେଡିର ୧୧୩ ବିଧାୟକ ରହିଛନ୍ତି। ସେହିପରି ବିଜେପିର ୨୨, କଂଗ୍ରେସର ୯, ସିପିଏମରେ ଜଣେ ଏବଂ ୨ ଜଣ ସ୍ୱାଧୀନ ବିଧାୟକ ରହିଛନ୍ତି। ୨୦୧୯ରେ ବିଜେଡି ଟିକେଟରେ ଜିତିଥିବା ଗୋପାଳପୁର ଏମଏଲଏ ପ୍ରଦୀପ ପାଣିଗ୍ରାହୀ ଦଳରୁ ନିଲମ୍ବିତ ହୋଇଥିବାରୁ ତାଙ୍କୁ ସ୍ୱାଧିନ ଭାବେ ଗଣାଯାଉଛି।
ଆସନ୍ତାକାଲି ରାଷ୍ଟ୍ରପତି ନିର୍ବାଚନ: ମକ୍‍ ଭୋଟିଂରେ ଭାଗନେଲେ ବିଜେଡି ବିଧାୟକ
ଭୁବନେଶ୍ୱର: ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଦେଶର ସର୍ବୋଚ୍ଚ ପଦବୀ ପାଇଁ ମନୋନିତ ହୋଇଛନ୍ତି। ଚଳିତ ମାସ ୧୮ ତାରିଖରେ ରାଷ୍ଟ୍ରପତି ପଦବୀ ପାଇଁ ନିର୍ବାଚନ ହେବ। ଦ୍ରୌପଦୀଙ୍କୁ ରାଇସିନା ହିଲ୍‍ ପଠାଇବାର ମଙ୍ଗ ଧରିଛି ବିଜୁ ଜନତା ଦଳ। ଏହି ପରିପ୍ରେକ୍ଷୀରେ ଆଜି ବିଧାନସଭାରେ ବିଜେଡିର ସମସ୍ତ ବିଧାୟକଙ୍କୁ ନେଇ ଏକ ମକ୍‍ ଭୋଟିଂ ହୋଇଥିଲା। ନିର୍ଭୁଲ ଭୋଟିଂ ପାଇଁ ବିଧାୟକମାନଙ୍କୁ ପ୍ରଶିକ୍ଷଣ ଦିଆଯାଇ ଥିବା ବେଳେ ଯେପରି ଗୋଟିଏ ବି ଭୋଟ ନାକଚ ନ ହୁଏ ସେଥିପ୍ରତି ସଚେତନ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମକ୍‍ ବାଲଟ ପେପରରେ ବିଧାୟକମାନେ ଭୋଟ ଦାନ ଅଭ୍ୟାସ କରିଥିଲେ। ଏଥିସହ ମତଦାନ ପାଇଁ ଆସିବା ସମୟରେ ଯେପରି ସମସ୍ତ ଆବଶ୍ୟକୀୟ କାଗଜପତ୍ର ସାଙ୍ଗରେ ଆଣିବେ, ବାଲଟ ପେପର୍‍ ମିଳିବା ପରେ କିପରି ନିର୍ଭୁଲ ଭାବେ ମତଦାନ କରିବେ ଆଦି ପ୍ରସଙ୍ଗରେ ବିଧାୟକମାନଙ୍କୁ ସୂଚନା ଦିଆଯାଇଥିଲା। ଏ ସମ୍ପର୍କରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି ଯେ ଦ୍ରୌପଦୀ ମୁର୍ମୁଙ୍କୁ ଭାରତର ଆଗାମୀ ରାଷ୍ଟ୍ରପତି ଭାବେ ଅଭିଷିକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ଅଭିଯାନ ଆରମ୍ଭ କରିଛି। ଏହି ପରିପ୍ରେକ୍ଷୀରେ ମତଦାନ ସମ୍ପର୍କରେ ଗତକାଲି ଏକ କର୍ମଶାଳା ଆୟୋଜନ ହୋଇଥିଲା। ଯଦି କୌଣସି ବିଧାୟକ ମତଦାନ ସମୟରେ ସମସ୍ୟାର ସମ୍ମୁଖୀନ ହୁଅନ୍ତି ତା ହେଲେ ସହକାରୀ ରିଟର୍ଣ୍ଣିଂ ଅଧିକାରୀ ସେମାନଙ୍କୁ ସହଯୋଗ କରିବେ। ପୁରୁଣା ବିଧାୟକମାନେ ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ସମ୍ପର୍କରେ ଅବଗତ ଅଛନ୍ତି। ତେବେ ଅନେକ ବିଧାୟକ ପ୍ରଥମ ଥର ପାଇଁ ବିଧନାସଭାକୁ ନିର୍ବାଚିତ ହୋଇଥିବାରୁ ସେମାନଙ୍କ ପାଇଁ ଏପରି କର୍ମଶାଳା ଏକାନ୍ତ ଆବଶ୍ୟକ ଥିଲା ବୋଲି ଶ୍ରୀ ପଣ୍ଡା କହିଛନ୍ତି।
ରାଷ୍ଟ୍ରପତି ନିର୍ବାଚନ: ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିପାରେ ଶିବସେନା
ମୁମ୍ବାଇ: ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିପାରେ ଶିବସେନା । ଶିବସେନାର ଦଳୀୟ ବୈଠକରୁ ଏନେଇ ସଙ୍କେତ ମିଳିଛି। ଲୋକସଭାରେ ଥିବା ଶିବସେନାର ୧୮ ଜଣ ସାଂସଦଙ୍କ ମଧ୍ୟରୁ ୧୩ ଜଣ ଗୁରୁତ୍ୱପୂର୍ଣ୍ଣ ରାଷ୍ଟ୍ରପତି ନିର୍ବାଚନ ପାଇଁ ଅନୁଷ୍ଠିତ ବୈଠକରେ ଯୋଗଦେଇଛନ୍ତିଅଧିକାଂଶ ସାଂସଦ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ଦେଖିବାକୁ ଚାହୁଁଥିବା ମତ ରଖିଛନ୍ତି। ଶିବସେନା ସୁପ୍ରିମ ଉଦ୍ଧବ ଠାକରେ ମଧ୍ୟ ଏ ପ୍ରସ୍ତାବ ସପକ୍ଷରେ ରହିଥିବା ଜଣାପଡ଼ିଛି। ତେଣୁ ଶିବସେନା ମଧ୍ୟ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ କରିପାରେ। ଶିବସେନା ନେତା ଗଜାନନ କିରିତକର ଏହି ସୂଚନା ଦେଇଛନ୍ତି।
ସେ ଆହୁରି କହିଛନ୍ତି  ଯେ, ଦ୍ରୌପଦୀ ମୁର୍ମୁ ଏନଡିଏ ପ୍ରାର୍ଥୀ ହୋଇ ପାରନ୍ତି କିନ୍ତୁ ସେ ଆଦିବାସୀ ସମ୍ପ୍ରଦାୟରୁ ଆସିଛନ୍ତି ଓ ଜଣେ ମହିଳା। ସେଥିପାଇଁ ଶିବସେନା ସାଂସଦମାନଙ୍କର ମତହେଉଛି ସେମାନେ ମୁର୍ମୁଙ୍କୁ ସମର୍ଥନ କରିବା ଦରକାର।
ସୂଚନାଥାଉକି, ମହାରାଷ୍ଟ୍ରରେ ବିଜେପି ଓ ଶିବସେନାର ସମ୍ପର୍କ ଏବେ ପୂର୍ବ ଭଳି ନାହିଁ।  ଏପରି ବଦଳୁଥିବା ରାଜନୈତିକ ସମୀକରଣ ମଧ୍ୟରେ ଶିବସେନା ସାଂସଦମାନଙ୍କ ଦ୍ୱାରା ଯଦି ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ଦିଆଯାଏ ତାହେଲେ ଏହା ଆଶ୍ଚର୍ଯ୍ଯଜନକ କଥା ହେବ।
ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀଙ୍କ ପକ୍ଷରୁ ପ୍ରାର୍ଥୀ ହୋଇଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶଓ୍ଵନ୍ତ ସିହ୍ନା ଓ ତାଙ୍କ ପୁଅ ଜୟନ୍ତ ସିହ୍ନାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଜୟନ୍ତ ନିଜ ବାପାଙ୍କୁ ସମର୍ଥନ କରିବେ ନା ପାର୍ଟିକୁ ସମର୍ଥନ କରିବେ ସେ ନେଇ ଦ୍ବନ୍ଦ୍ବ ଦେଖାଦେଇଛି। କାରଣ ଜୟନ୍ତ ହେଉଛନ୍ତି ବିଜେପିର ସାଂସଦ। ସେ ବାପାଙ୍କ ସପକ୍ଷରେ ଭୋଟ୍ ଦେବେ ନା ପାର୍ଟି ଲାଇନରେ ଚାଲିବେ ତାକୁ ନେଇ ରାଜନୈତିକ ମହଲରେ ବଡ ଚର୍ଚ୍ଚା ଚାଲିଛି। ଏହାକୁ ନେଇ ଯଶଓ୍ଵନ୍ତ ସିହ୍ନା କହିଛନ୍ତି ଯେ, ପୁଅ ରାଜ ଧର୍ମ ପାଳନ କରିବ ଏବଂ ମୁଁ ରାଷ୍ଟ୍ର ଧର୍ମ ପାଳନ କରିବି।
ଯଶଓ୍ଵନ୍ତ ସିହ୍ନା କହିଛନ୍ତି ଯେ, ସେ ନିଜର ପୁଅ ତଥା ବିଜେପି ସାଂସଦ ଜୟନ୍ତ ସିହ୍ନାଙ୍କ ସମର୍ଥନ ନମିଳିବାକୁ ନେଇ କୌଣସି ଧର୍ମ ସଙ୍କଟ ନାହିଁ। ସେ ନିଜର ରାଜଧର୍ମ ପାଳନ କରୁଛି, ମୁଁ ନିଜର ରାଷ୍ଟ୍ର ଧର୍ମ ପାଳନ କରିବି। ଏହି ନିର୍ବାଚନ କେବଳ ଭାରତର ରାଷ୍ଟ୍ରପତି ନିର୍ବାଚନ ନୁହେଁ, କ୍ଷମତାବାଦୀ ନୀତିର ବିରୋଧ ଦିଗରେ ଏକ ପଦକ୍ଷେପ। ଏହି ନିର୍ବାଚନ ଭାରତୀୟବାସୀଙ୍କ ପାଇଁ ଏକ ସନ୍ଦେଶ ଯେ, ସେମାନେ ଏହି ନୀତିର ବିରୋଧ କରିବା ଉଚିତ୍।
ଆଜି ନାମାଙ୍କନ ଭରିବେ ଦ୍ରୌପଦୀ ମୁର୍ମୁ
ଭୁବନେଶ୍ୱର: ଆଜି ଏନଡିଏ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀ ମୁର୍ମୁ ନାମାଙ୍କନ ପତ୍ର ଦାଖଲ କରିବେ। ଏହା ପୂର୍ବରୁ ଶ୍ରୀମତୀ ମୁର୍ମୁ ଗୁରୁବାର ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ୍‍ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ତାଙ୍କୁ ବିଜେପି ଦେଶର ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ମନୋନୀତ କରିଥିବାରୁ ଶ୍ରୀମତୀ ମୁର୍ମୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।
ଶ୍ରୀମତୀ ମୁର୍ମୁ ଦିଲ୍ଲୀରେ ପହଞ୍ଚିବା ପରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା, ଅର୍ଜୁନ ରାମ ମେଘୱାଣ, ଡ଼. ବୀରେନ୍ଦ୍ର କୁମାର ଓ ବିଜେପି ନେତା ମନୋଜ ତିୱାରୀ ତାଙ୍କୁ ବିମାନବନ୍ଦରେ ସ୍ୱାଗତ କରିଥିଲେ। ସଂସଦୀୟ ବ୍ୟାପର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ବାସଭବନରେ ତାଙ୍କର ନାମାଙ୍କନ ପତ୍ର ପ୍ରସ୍ତୁତ ହୋଇଥିଲା। ଏଥିରେ ସ୍ୱାକ୍ଷର କରିବା ପରେ ସେ ପ୍ରଧାନମନ୍ତ୍ରୀ ଓ ଅନ୍ୟମାନଙ୍କୁ ଭେଟିବାକୁ ଯାଇଥିଲେ। ଦ୍ରୌପଦୀଙ୍କ ନାମାଙ୍କନ ପତ୍ର ଦାଖଲ ସମୟରେ ଉପସ୍ଥିତ ରହିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ଼୍‍ଡ଼ା। ମାତ୍ର ନବୀନ ସମ୍ପ୍ରତି ବିଦେଶ ଗସ୍ତରେ ଥିବାରୁ ତାଙ୍କ ପ୍ରତିନିଧି ଭାବରେ ଜଗନ୍ନାଥ ସାରକା ଓ ଟୁକୁନି ସାହୁ ଯୋଗ ଦେବେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଟୁକୁନି ଓ ଜଗନ୍ନାଥ ଆଜି ଦିଲ୍ଲୀରେ ପହଞ୍ଚି ଦ୍ରୌପଦୀଙ୍କ ନାମାଙ୍କନରେ ପ୍ରସ୍ତାବକ ଭାବରେ ସ୍ୱାକ୍ଷର କରିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ଭୂପେନ୍ଦ୍ର ଯାଦବ, ବିଜେପି ସାଂସଦ ତଥା ଜାତୀୟ ସାଧାରଣ ସମ୍ପାଦକ ଅରୁଣ ସିଂହ ଓ ବିଜେଡି ସାଂସଦ ସସ୍ମିତ ପାତ୍ର ଉପସ୍ଥିତ ଥିଲେ।
ଅନ୍ୟପକ୍ଷରେ ଶ୍ରୀମତୀ ମୁର୍ମୁଙ୍କ ନାମାଙ୍କନ ପତ୍ର ଦାଖଲ ସମୟରେ ରାଜ୍ୟ ବିଜେପିର ୮ ବିଧାୟକ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଜୟନାରାୟଣ ମିଶ୍ର, ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର, କୁସୁମ ଟେଟେ, ନବଚରଣ ମାଝୀ, ଡ. ବୁଧାନ ମୁର୍ମୁ ଏବଂ ପ୍ରକାଶ ସୋରେନ ପ୍ରମୁଖ ଏହି ଉଦ୍ଦେଶ୍ୟରେ ଦିଲ୍ଲୀ ଗସ୍ତରେ ଯାଇଛନ୍ତି।
ସେହିପରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଦୌପ୍ରଦୀଙ୍କ ସହ ତାଙ୍କର ସାକ୍ଷାତ ଓ ଆଲୋଚନା ପ୍ରସଙ୍ଗ ଟ୍ୱିଟ୍‍ କରି ସୂଚନା ଦେଇଛନ୍ତି। ତାଙ୍କର ପ୍ରାର୍ଥିତ୍ୱ ସାରା ଦେଶରେ ଗ୍ରହଣୀୟ ହୋଇଛି ବୋଲି ଉଲ୍ଲେଖ କରି ଦେଶର ବିକାଶ ପାଇଁ ଦ୍ରୌପଦୀଙ୍କ ଦୂରଦର୍ଶିତା ଓ ସମସ୍ୟା ସମାଧାନରେ କୁଶଳତା ଅତ୍ୟନ୍ତ ପ୍ରଶଂସନୀୟ ବୋଲି କହିଛନ୍ତି।
ଦିଲ୍ଲୀରେ ପହଞ୍ଚିଲେ ରାଷ୍ଟ୍ରପତି ପାର୍ଥୀ ଦ୍ରୌପଦୀ ମୁର୍ମୁ
ଭୁବନେଶ୍ୱର : ଦିଲ୍ଲୀରେ ପହଞ୍ଚିଲେ ରାଷ୍ଟ୍ରପତି ପାର୍ଥୀ ଦ୍ରୌପଦୀ ମୁର୍ମୁ । ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି। ଆସନ୍ତାକାଲି ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିବେ ଦ୍ରୌପଦୀ। ଦ୍ରୌପଦୀ ଗୁରୁବାର ସକାଳେ ଏମ୍‌ସିଏଲ ଗେଷ୍ଟ ହାଉସ୍‌ରୁ ବାହାରି ଜେଡ୍‌ ପ୍ଲସ ସୁରକ୍ଷା ସହ ବିମାନବନ୍ଦରରେ ପହଞ୍ଚିଥିଲେ। ତାଙ୍କୁ ସ୍ବାଗତ କରିବାକୁ ପାରମ୍ପରିକ ନାଚଗୀତରେ ଆୟୋଜନ କରାଯାଇଥିଲା। ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବହୁ ସ୍ବେଚ୍ଛାସେବୀ ସଙ୍ଗଠନ କର୍ମୀ, ଭାଜପା, ନେତା ପ୍ରମୁଖ ଉପସ୍ଥିତ ଥିଲେ।
ଭୁବନେଶ୍ବର : ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ପଦ ନିମନ୍ତେ ବିଜେପି ନେତୃତ୍ୱାଧୀନ ଏନ୍‍ଡ଼ିଏ ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କ ନାମ ଘୋଷଣା କରିଛି। ମଙ୍ଗଳବାର ସନ୍ଧ୍ୟାରେ ବିଜେପି ସଂସଦୀୟ ବୋର୍ଡ଼ ବୈଠକ ପରେ ବିଜେପି ଅଧ୍ୟକ୍ଷ ଜେ.ପି.ନଡ୍ଡା ବିଧିବଦ୍ଧ ଭାବରେ ଦ୍ରୌପଦୀଙ୍କ ନାମ ରାଷ୍ଟ୍ରପତି ପଦ ନିମନ୍ତେ ଚୂଡ଼ାନ୍ତ ହୋଇଥିବା ସୂଚନା ଦେଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବିଧାନସଭା କ୍ଷେତ୍ରରୁ ୨ଥର ବିଧାୟକ ଭାବେ ନିର୍ବାଚିତ ଦ୍ରୌପଦୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରରେ ୨୦୦୦ରୁ ୨୦୦୨ ପର୍ଯ୍ୟନ୍ତ ବାଣିଜ୍ୟ ପରିବହନ ଏବଂ ୨୦୦୨ରୁ ୨୦୦୪ ପର୍ଯ୍ୟନ୍ତ ପଶୁ ସମ୍ପଦ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ପରବର୍ତ୍ତୀ ସମୟରେ ସେ ୨୦୧୫ ମେ ୧୮ ତାରିଖରେ ଓଡ଼ିଶାର ପ୍ରଥମ ଆଦିବାସୀ ମହିଳା ଭାବରେ ଝାଡ଼ଖଣ୍ଡ ରାଜ୍ୟପାଳ ଭାବରେ ନିଯୁକ୍ତି ପାଇଥିଲେ ଓ ଝାଡ଼ଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ଭାବରେ ୨୦୨୧ ଜୁଲାଇ ୧୨ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ୬୪ ବର୍ଷ ବୟସ୍କା ଦ୍ରୌପଦୀଙ୍କୁ ଏନ୍‍ଡିଏ ପ୍ରାର୍ଥୀ ଭାବରେ ମନୋନୀତ କରିବା ପରେ ସେ ଦେଶର ପ୍ରଥମ ଆଦିବାସୀ, ପ୍ରଥମ ଆଦିବାସୀ ମହିଳା ଓ ପ୍ରଥମ ଓଡ଼ିଆ ଭାବରେ ରାଷ୍ଟ୍ରପତି ପଦ ମଣ୍ଡନ କରିବା ଯଥେଷ୍ଟ ସମ୍ଭାବନା ରହିଛି। ବିଜେପି ନିକଟରେ ଆବଶ୍ୟକ ସଂଖ୍ୟକ ଭୋଟ ଥିବା ଯୋଗୁଁ ଦ୍ରୌପଦୀଙ୍କ ରାଇସିନା ଯାତ୍ରା ସୁଗମ ହେବା ମନେ କରାଯାଉଛି।
ଏମିତି କଟିଥିଲା ଦ୍ରୌପଦୀଙ୍କ ପିଲାଦିନ
୧୯୫୮ ମସିହା ଜୁନ ୨୦ ତାରିଖରେ ଓଡିଶାର ମୟୂରଭଞ୍ଜ ଜିଲ୍ଲା ବୈଦପୋଷୀ ଗାଁ ରେ ଜନ୍ମଗ୍ରହଣ କରିଥିଲେ ଦ୍ରୌପଦୀ ମୁର୍ମୁ । ଗୋଟିଏ ସାନ୍ତାଳ ପରିବାରରେ ଜନ୍ମ ଗ୍ରହଣ କରିଥିବା ଦ୍ରୌପଦୀ ମୁର୍ମୁ ପିଲା ଦିନରୁ ଦେଖିଥିଲେ ଦାରିଦ୍ର୍ୟର ତାଡ଼ନା। ବେଶ୍‌ ସଂଘର୍ଷମୟ ଥିଲା ତାଙ୍କ ପିଲା ଦିନ। ଜଙ୍ଗଲ ପାହାଡ଼ ଘେରା ଅନୁନ୍ନତ ଇଲାକାରେ କଟିଥିଲା ତାଙ୍କ ପିଲା ଦିନ। ପିଲା ଦିନରୁ ଅଭାବ ଅନଟନରେ ବଢ଼ିଥିଲେ ଦ୍ରୌପଦୀ।
ଦ୍ରୌପଦୀଙ୍କ ଶିକ୍ଷା
ମୟୂରଭଞ୍ଜ ରାଜାଙ୍କ ଦରବାରରେ ରାଜ କର୍ମଚାରୀ ଥିବା ବିରଞ୍ଜି ନାରାୟଣ ଟୁଡୁଙ୍କ ଝିଅ ଦ୍ରୌପଦୀ ଉବରବଡ଼ୋ ପ୍ରାଥମିକ ବିଦ୍ୟାଳୟରୁ ସପ୍ତମ ଶ୍ରେଣୀ ପାସ୍‌ କରିଥିଲେ। ଏହାପରେ କ’ଣ କରିବେ ସେନେଇ ଚିନ୍ତାରେ ବି ଥିଲେ। ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସିବା ନ୍ୟାୟରେ ତାଙ୍କ ଦାଦା ସ୍ବର୍ଗତ କାର୍ତ୍ତିକ ଚନ୍ଦ୍ର ମାଝୀ ସେ‌ତେବେଳେ ମନ୍ତ୍ରୀ ଥିବାରୁ ସେ ତାଙ୍କ ମାର୍ଫତରେ ୟୁନିଟ୍‌-୨ ବାଳିକା ଉଚ୍ଚ ବିଦ୍ୟାଳୟରେ ନାମ ଲେଖାଇଥିଲେ। ଆଦିବାସୀ ଛାତ୍ରୀ ନିବାସରେ ରହି ୧୯୭୦ରୁ ୧୯୭୪ ପର୍ଯ୍ୟନ୍ତ ହାଇସ୍କୁଲ ଶିକ୍ଷା ଗ୍ରହଣ କରିଥିଲେ । ଭୁବନେଶ୍ୱର କ୍ୟାପିଟାଲ୍‍ ବାଳିକା ହାଇସ୍କୁଲରୁ ୧୯୭୪ ମାଟ୍ରିକ୍‍ ପାସ୍‍ କରିଥିଲେ ଏବଂ ୧୯୭୫ରୁ ୧୯୭୯ ମସିହା ଯାଏଁ ସେ ରମାଦେବୀ କଲେଜରେ ଅଧ୍ୟୟନ କରିଥିଲେ।
ପାଠ ପଢ଼ିବା ଲାଗି ତାଙ୍କ ଜୀବନ ଥିଲା ସଂଘର୍ଷମୟ। ବାପା ମାସକୁ ମାତ୍ର ୧୦ ଟଙ୍କା ପଠାଉଥିଲେ। ଶସ୍ତା ଯୁଗରେ ମଧ୍ୟ ସେତିକି ନଗଣ୍ୟ ଥିଲା । ଘୋର ଆର୍ଥିକ ଅନଟନ ମଧ୍ୟରେ ଦିନ କାଟୁଥିଲେ। ସାଙ୍ଗମାନେ ଡାକିଲେ ବି ସେ କଲେଜ କ୍ୟାଣ୍ଟିନ୍‌ ଆଦୌ ଯାଉ ନ ଥିଲେ । କାରଣ ସାଙ୍ଗଙ୍କଠାରୁ ଖାଇବା ସହଜ ଥିଲା। ମାତ୍ର ଖୁଆଇବା ତାଙ୍କ ପକ୍ଷେ ଅସମ୍ଭବ ଥିଲା । ୮ ବର୍ଷ ଧରି ଭୁବନେଶ୍ବରରେ ରହି ପାଠ ପଢ଼ିଥିଲେ ମଧ୍ୟ ବଜାର ବୁଲିବା, ସିନେମା ଦେଖିବା ତାଙ୍କ ପାଇଁ ଅପହଞ୍ଚ ହୋଇପଡ଼ିଥିଲା । ସେ ସମୟରେ ରବି ଟକିଜ୍‌ ଗୋଟିଏ ମାତ୍ର ସିନେମା ହଲ୍‌ ରହିଥିଲା । ଯେଉଁଠାରେ ସେ କେବଳ ‘ଗପ ହେଲେ ବି ସତ’ ସିନେମା ଦେଖିଥିଲେ ।
ମାଟ୍ରିିକ ପରେ କଲେଜ ପଢାଯାଏ ଜାଣି ନଥିଲେ ଦ୍ରୌପଦୀ
ଝାଡ଼ଖଣ୍ଡ ରାଜ୍ୟପାଳ ଭାବରେ କାର୍ଯ୍ୟ କରୁଥିବା ସମୟରେ ସେ ରମାଦେବୀ ମହାବିଦ୍ୟାଳୟର ସ୍ମରଣିକାରେ ନିଜ କଲେଜ ଜୀବନ ସମ୍ପର୍କରେ ‘ସ୍ମୃତିରୁ ଖିଏ’ ଶୀର୍ଷକ ଏକ ଛୋଟ ଲେଖା ଲେଖିଥିଲେ। ଏଥିରେ ସେ ମାଟ୍ରିକ୍‍ ପାସ୍‍ ପରେ ବର୍ଷେ ପାଠ ପଢ଼଼ି ପାରି ନ ଥିବା ଉଲ୍ଲେଖ କରିଥିଲେ। କଲେଜରେ ପଢ଼଼ିବା ପାଇଁ ଆବେଦନ କରିବାକୁ ପଡ଼ିଥାଏ ବୋଲି ସେ ଜାଣି ନ ଥିଲେ ବୋଲି ଖୋଦ୍‍ ଦ୍ରୌପଦୀ ଲେଖିଥିଲେ। ସେ ପୁଣି ଲେଖିଥିଲେ ଯେ- ବର୍ଷେ ପରେ ୧୯୭୫ ମସିହାରେ ମୁଁ ରମାଦେବୀ କଲେଜରେ ନାମ ଲେଖାଇଲି। ଆଉ ଆଦିବାସୀ ଛାତ୍ରୀ ନିବାସରେ ରହିଲି। ଭୁବନେଶ୍ୱରରେ ରହି ସେ ୮ ବର୍ଷ ପାଠ ପଢ଼଼ିଛି। ତେବେ ସ୍ନାତକ ପରେ ପଢ଼଼ାରେ ଡୋରି ବନ୍ଧା ହେଲା।
ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ରୀ ଦ୍ରୌପଦୀ ମୁର୍ମୁ ହେବେ ଦେଶର ପ୍ରଥମ ନାଗରିକ। ରାଷ୍ଟ୍ରପତି ପଦ ନିମନ୍ତେ ଏନ୍‍ଡ଼ିଏ ପକ୍ଷରୁ ଦ୍ରୌପଦୀଙ୍କ ନାମ ଘୋଷଣା ପରେ ସେ ଏକଦା ଶିକ୍ଷାଲାଭ କରୁଥିବା ରମାଦେବୀ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ମଧ୍ୟା ଆନନ୍ଦ ଖେଳିଯାଇଛି। ଶ୍ରୀମତୀ ମୁର୍ମୁ ତତ୍‍କାଳୀନ ରମାଦେବୀ କଲେଜରୁ କଳାରେ ସ୍ନାତକ ଡ଼ିଗ୍ରୀ ହାସଲ କରିଥିଲେ। ଅଧ୍ୟୟନ ସମୟରେ ଜଣେ ମେଧାବୀ ଓ ଉତ୍ତମ ସ୍ୱଭାବର ଛାତ୍ରୀଭାବେ ପରିଚିତ ଥିଲେ।ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀ ଦେଶର ପ୍ରଥମ ନାଗରିକ ହେବାର ସୌଭାଗ୍ୟ ଅର୍ଜନ କରିବା ଆମପାଇଁ ଏକ ଗୌରବର ମୁହୂର୍ତ୍ତ ବୋଲି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ କହିଛନ୍ତି।
ଶିକ୍ଷକତା ଜୀବନ
ରମାଦେବୀ କଲେଜରେ ପାଠପଢ଼ା ସମାପନ ପରେ ରାଇରଙ୍ଗପୁର ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ଶିକ୍ଷକତା କରିଥିଲେ।
ଦ୍ରୌପଦୀଙ୍କ ଜୀବନରେ ଝଡ
ଦ୍ରୌପଦୀ ମୁର୍ମୁଙ୍କ ଜୀବନରେ ଅନେକ ଘାତପ୍ରତିଘାତ ଆସିଛି । ପ୍ରଥମେ ସେ ସ୍ୱାମୀଙ୍କୁ ହରାଇଥିଲେ । ଆଉ ପରେ ଦୁଇପୁଅ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ସ୍ୱାମୀ ଓ ପୁଅଙ୍କୁ ହରାଇବା ପରେ ବି ଭାଙ୍ଗିପଡିନଥିଲେ ଏହି ଦୃଢମନା ମହିଳା । ଏକାମାତ୍ର ଝିଅ ସହ ସଂଘର୍ଷ ଜରି ରଖି ଆଗକୁ ବଢିଚାଲିଥିଲେ ।
ରାଜନୈତିକ ଜୀବନ
୧୯୯୭ ମସିହାରେ ରାଜନୀତିକୁ ପ୍ରବେଶ କରିଥିଲେ ଦ୍ରୌପଦୀ ମୁର୍ମୁ। ୧୯୯୭ ମସିହାରେ ପ୍ରଥମ କରି ଜଣେ କାଉନସିଲର ଭାବେ ବିଜୟୀ ହୋଇଥିଲେ ଦ୍ରୌପଦୀ ମୁର୍ମୁ । ଏହି ସମୟରେ ସେ ରାଇରଙ୍ଗପୁରର ଭାଇସ୍-ଚେୟାରମ୍ୟାନ୍ ରହିଥିଲେ । ଏଥି ସହିତ ୧୯୯୭ରୁ ସେ ବିଜେପିର ଆଦିବାସୀ ମୋର୍ଚ୍ଚା ସହ ଜଡ଼ିତ ରହିଥିଲେ। ୧୯୯୭ରେ ଦ୍ରୌପଦୀ ମୁର୍ମୁଙ୍କୁ ଭାରତୀୟ ଜନତା ପାର୍ଟିର ଆଦିବାସୀ ମୋର୍ଚ୍ଚାର ଉପ-ସଭାପତି ପଦ ମିଳିଥିଲା । ଭାରତୀୟ ଜନତା ପାର୍ଟିର ଦଳୀୟ ପ୍ରାର୍ଥୀ ଭାବେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରୁ ୨୦୦୦ ଏବଂ ୨୦୦୪ରେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଦ୍ରୌପଦୀ। ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟିର ସଂଯୁକ୍ତ ଶାସନ ବେଳେ ସେ ସ୍ୱାଧୀନ ବାଣିଜ୍ୟ ଏବଂ ଗମନାଗମନ ମନ୍ତ୍ରୀ ଭାବେ ମାର୍ଚ୍ଚ ୬, ୨୦୦୦ରୁ ଅଗଷ୍ଟ ୬, ୨୦୦୨ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ଏବଂ ମତ୍ସ୍ୟ ଏବଂ ପଶୁସମ୍ପଦ ବିଭାଗରେ ମନ୍ତ୍ରୀ ଭାବେ ୨୦୦୨ ଅଗଷ୍ଟ ୬ରୁ ୨୦୦୪ ମଇ ୧୬ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ।
୧୯୯୭ରୁ ସେ ବିଜେପିର ଆଦିବାସୀ ମୋର୍ଚ୍ଚା ସହ ଜଡ଼ିତ । ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଆଦିବାସୀ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ରହିଛନ୍ତି । ୨୦୦୬ରୁ ୨୦୦୯ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଆଦିବାସୀ ମୋର୍ଚ୍ଚାର ରାଜ୍ୟ ଅଧ୍ୟକ୍ଷା ରହିଛନ୍ତି । ୨୦୧୦ରେ ମୟୂରଭଞ୍ଜର ଭାରତୀୟ ଜନତା ପାର୍ଟି (ପୂର୍ବ)ର ଜିଲ୍ଲା ଅଧ୍ୟକ୍ଷା ରହିଛନ୍ତି । ୨୦୧୩ରୁ ଏପ୍ରିଲ ୧୦, ୨୦୧୫ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି (ପୂର୍ବ)ର ଜିଲ୍ଲା ଅଧ୍ୟକ୍ଷା ଓ ୨୦୧୩ରୁ ଏପ୍ରିଲ ୧୦, ୨୦୧୫ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଆଦିବାସୀ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ରହିଛନ୍ତି ।
ଝାଡଖଣ୍ଡର ରାଜ୍ୟପାଳ
୨୦୧୫ ମସିହା ମେ ୧୮ ତାରିଖରୁ ୨୦୨୧ ମସିହା ଜୁଲାଇ ୧୨ ତାରିଖ ଯାଏ ସେ ଝାଡଖଣ୍ଡ ରାଜ୍ୟପାଳ ରହିଥିଲେ । ଝାଡଖଣ୍ଡରେ ପ୍ରଥମ ଥର ପାଇଁ ପାଞ୍ଚ ବର୍ଷ ପୂରଣ କରିଥିବା ପ୍ରଥମ ରାଜ୍ୟପାଳ ହେଉଛନ୍ତି ଦ୍ରୌପଦୀ ମୁର୍ମୁ। ସେ ଝାଡଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ହେବାର ଗୌରବ ଅର୍ଜନ କରିଛନ୍ତି। ତାଙ୍କର କାର୍ଯ୍ୟକାଳ ଭିତରେ ସେ କୌଣସି ପ୍ରକାର ବିବାଦରେ ରହିନଥିଲେ। ଜଣେ ମହିଳା ଭାବେ ସେ ତାଙ୍କର କାର୍ଯ୍ୟକାଳ ସମ୍ପୁର୍ଣ୍ଣ କରିଥିଲେ। ସେ ରାଜ୍ୟପାଳ ଥିବା ସମୟରେ ଗାଁ ଗାଁ ବୁଲି ଲୋକଙ୍କ ସେବା କରିଥିଲେ । ସେ ରାଜ୍ୟପାଳ ଥିବା ସମୟରେ ୩୦୦ରୁ ଅଧିକ ବାଳିକା ବିଦ୍ୟାଳୟ, ଘରୋଇ ସ୍କୁଲ ମଧ୍ୟ ବୁଲିଥିଲେ । ଶିକ୍ଷା ବ୍ୟବସ୍ଥାରେ କଣ କମି ରହିଛି ତାର ସମାଧାନ କରିବାକୁ ଚେଷ୍ଟା କରିଥିଲେ ।
ରାଜ୍ୟପାଳ ଭାବେ ୨୦୨୧ରେ ତାଙ୍କ କାର୍ଯ୍ୟକାଳ ସମାପନ ପରେ ସେ ପୁଣି ଆସି ବିଜେପିରେ ଯୋଗଦେଇଥିଲେ । କାଉଁନସିଲରୁ ରାଜ୍ୟପାଳ ହୋଇଥିବା ଦୌପଦୀ ମୁର୍ମୁଙ୍କ କୌଣସି ବଡ ରାଜନୈତିକ ପଦବୀ ପାଇଁ ଅଶା କିମ୍ବା ଅଭିଳାସ ନ ଥିଲା । ଦଳ ପ୍ରତି ସବୁବେଳେ ନିଷ୍ଠାପର ରହି ଜଣେ କର୍ମୀ ଭାବେ କାର୍ଯ୍ୟ କରିବାକୁ ଲକ୍ଷ ରହିଥିଲେ । ଯଦି ତାଙ୍କ ପାଖରେ ସେପରି କିଛି ଗୁଣ ଥିବ ଦଳ ତାଙ୍କୁ ସୁଯୋଗ ଦେବ ବୋଲି ସେ କହିଥିଲେ । ଆଉ ଆଜି ତାଙ୍କୁ ମିଳିଛି ନିଷ୍ଠାର ଫଳ ।
ଯଶୱନ୍ତ ସିହ୍ନା ହେଲେ ମିଳିତ ବିରୋଧୀ ଦଳ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ
ନୂଆଦିଲ୍ଲୀ : ଯଶୱନ୍ତ ସିହ୍ନା ହେବେ ମିଳିତ ବିରୋଧୀ ଦଳ ରାଷ୍ଟ୍ରପତି ପ୍ରାର୍ଥୀ । ମିଳିତ ବିରୋଧୀ ଦଳ ବୈଠକରେ ସିହ୍ନାଙ୍କ ନାଁ ଚୁଡାନ୍ତ ହୋଇଛି। ଏନେଇ ପ୍ରେସମିଟରେ ଯଶୱନ୍ତ ସିହ୍ନାଙ୍କ ନାଁ ଘୋଷଣା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ।ମଙ୍ଗଳବାର ଏନ୍‌ସିପି ମୁଖ୍ୟ ଶରଦ ପାଓ୍ୱାରଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି।
ତେବେ ଯଶୱନ୍ତ ସିହ୍ନା ମଙ୍ଗଳବାର ଟୁଇଟ୍ କରି କହିଥିଲେ ଯେ, ଟିଏମସି ତାଙ୍କୁ ସମ୍ମାନ ଓ ପ୍ରତିଷ୍ଠା ଦେଇଛି, ସେଥିପାଇଁ ସେ ମମତା ବାନାର୍ଜୀଙ୍କୁ ଧନ୍ୟବାଦ ଦେଇଥିଲେ । ତା ସହିତ ଏକ ବଡ ରାଷ୍ଟ୍ରୀୟ ଉଦ୍ଦେଶ୍ୟ ପାଇଁ ପାର୍ଟିରୁ ବାହାରି ବିରୋଧୀଙ୍କ ଏକତା ପାଇଁ କାମ କରିବାକୁ ସେ ଟୁଇଟରେ କହିଥିଲେ । ଆଉ ଏହାପରେ ସେ ରାଷ୍ଟ୍ରପତି ପ୍ରାର୍ଥୀ ହେବା ଚର୍ଚ୍ଚା ବଢିବାରେ ଲାଗିଥିଲା ।
ଆଜି ଏନସିପି ନେତା ଶରଦ ପାୱାରଙ୍କ ଘରେ ବିରୋଧୀ ଦଳଙ୍କ ବୈଠକ ବସିଥିଲା । ଏଥିରେ ମଲ୍ଲିକାର୍ଜୁନ ଖଡଗେ, ଜୟରାମ ରମେଶ, ଡି. ରାଜା, ପ୍ରଫୁଲ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ଟିଏମସି ଯଶୱନ୍ତ ସିହ୍ନାଙ୍କ ନାଁ ପ୍ରସ୍ତାବ ରଖିଥିଲା । ଯାହାକୁ ୧୯ ବିରୋଧୀ ଦଳ ସହମତି ପ୍ରକାଶ କରିଥିଲେ । ପୂର୍ବରୁ ଶରଦ ପାୱାର, ଫାରୁଖ ଅବଦୁଲ୍ଲା ଓ ଗୋପାଳକୃଷ୍ଣ ଗାନ୍ଧୀ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପାଇଁ ମନା କରିସାରିଥିଲେ । ପ୍ରଥମେ ଶରଦ ପାୱାର, ଫାରୁଖ ଅବଦୁଲ୍ଲା ପ୍ରାର୍ଥୀ ହେବା ପାଇଁ ମନା କରିଥିଲେ । ପରେ ଗୋପାଳକୃଷ୍ଣ ଗାନ୍ଧୀଙ୍କ ନାଁ ଚର୍ଚ୍ଚା ହେଉଥିଲା । ତେବେ ସେ ଏହି ପ୍ରାର୍ଥୀ ଦୌଡରେ ନାହାନ୍ତି ବୋଲି ସ୍ପଷ୍ଟ କରିଥିଲେ । ଆଉ ଏହାପରେ ଶେଷରେ ବିରୋଧୀ ଯଶୱନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ କରିଛନ୍ତି ।
ସୂଚନାଯୋଗ୍ୟ ୟଶବନ୍ତ ସିହ୍ନା ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱ ଏନ୍‌ଡିଏ ସରକାରରେ କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ପରେ ବିଦେଶ ମନ୍ତ୍ରୀ ଭାବେ କାର୍ୟ୍ୟଭାର ସମ୍ଭାଳିଛନ୍ତି । ପରେ ୨୦୧୮ରେ ସେ ବିଜେପି ଦଳ ଛାଡିଥିଲେ ଏବଂ ୨୦୨୧ରେ ତୃଣମୂଳ କଂଗ୍ରେସରେ ସାମିଲ ହୋଇଥିଲା । ଗତ ବିଧାନସଭା ନିର୍ବାଚନ ପୂର୍ବରୁ ତାଙ୍କୁ ପାର୍ଟିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା ।
ରାଷ୍ଟ୍ରପତି ନିର୍ବାଚନରେ ବିଜେପିକୁ ଚକମା ଦେବା ପାଇଁ ବିରୋଧୀଙ୍କ ମେଳି, ଚର୍ଚ୍ଚାରେ ଗୋପାଳକୃଷ୍ଣ ଗାନ୍ଧୀ ଓ ଫାରୁକ୍ ଅବଦୁଲ୍ଲାଙ୍କ ନାଁ
ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନରେ ବିଜେପିକୁ ଚକମା ଦେବା ପାଇଁ ବିରୋଧୀ ଅଣ୍ଟା ଭିଡିଛନ୍ତି।  ବୁଧବାର ଦିନ ଦିଲ୍ଲୀରେ ଅନୁଷ୍ଠିତ ବିରୋଧୀଙ୍କ ଗୁରୁତ୍ୱପୂର୍ଣ୍ଣ  ବୈଠକରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଦୁଇଟି ନାମ ପ୍ରସ୍ତାବ ଦିଆଯାଇଛି। କଲକତା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ବୈଠକ ଡାକିଥିଲେ। ପ୍ରାୟ ଦୁଇ ଘଣ୍ଟାର ବୈଠକ ପରେ ସେ ଗୋପାଳକୃଷ୍ଣ ଗାନ୍ଧୀ ଏବଂ ଫାରୁକ୍ ଅବଦୁଲ୍ଲାଙ୍କ ନାମ ପ୍ରସ୍ତାବ ଦେଇଥିଲେ। ଶରଦ ପାୱାର ମଧ୍ୟ ଏହି ୨ଟି ନାଁକୁ ସମର୍ଥନ କରିଥିବା ଜଣାପଡ଼ିଛି। ମମତା ବାନାର୍ଜୀ ବୈଠକ ବେଳେ ଶରଦ ପାୱାରଙ୍କୁ ବିରୋଧୀ ମେଣ୍ଟର ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ପୁଣିଥରେ ଅନୁରୋଧ କରିଥିଲେ। ହେଲେ ସେ ଏହି ପ୍ରସ୍ତାବକୁ ରୋକ ଠୋକ ମନା କରିଦେଇଛନ୍ତି। ଏଥିସହ ସେ ସକ୍ରିୟ ରାଜନୀତିରେ ରହିବାକୁ ଚାହୁଁଥିବା ବିରୋଧୀଙ୍କ ମେଣ୍ଟରେ ସ୍ପଷ୍ଟ ଭାବେ କହିଛନ୍ତି।
ଏହି ସଭାରେ ଶିବସେନା ଏବଂ କଂଗ୍ରେସ ସମେତ ୧୬ଟି ଦଳ ସାମିଲ ହୋଇଥିଲେ। ସାଧାରଣ ମତ ଥିଲା ଯେ ସମଗ୍ର ବିରୋଧୀଙ୍କ ପାଖରେ କେବଳ ଜଣେ ପ୍ରାର୍ଥୀ ରହିବେ। ଆମ୍ ଆଦମୀ ପାର୍ଟି ଏହି ସଭାରେ ଭାଗ ନେଇନଥିଲେ। ଅନ୍ୟପକ୍ଷରେ ଅସଦଉଦ୍ଦିନ ଓୱାଇସିଙ୍କୁ ଏହି ବୈଠକ ପାଇଁ ନିମନ୍ତ୍ରଣ ନ ପାଇଥିବାକୁ କ୍ରୋଧିତ ହୋଇଥିଲେ। କଂଗ୍ରେସ, ସିପିଆଇ, ସିପିଆଇ (ଏମ), ସିପିଏମଏଲ, ଆରଏସପି, ଶିବସେନା, ଏନସିପି, ଆରଜେଡି, ଏସପି, ନ୍ୟାସନାଲ କନଫରେନ୍ସ, ପିଡିପି, ଜେଡି (ଏସ), ଡିଏମକେ, ଆରଏଲଡି, ଆଇୟୁଏମଏଲ ଏବଂ ଜେଏମଏମ ନେତାମାନେ ଏହି ବୈଠକରେ ଯୋଗ ଦେଇଥିଲେ।
ଏହି ସଭାରେ ଯୋଗଦେବା ପାଇଁ ମମତା ବାନାର୍ଜୀ ଏବଂ ଏନସିପି ମୁଖ୍ୟ ଶରଦ ପାୱାର ମଙ୍ଗଳବାର ସନ୍ଧ୍ୟାରେ ଦିଲ୍ଲୀରେ ପହଞ୍ଚିଥିଲେ। ଜୁନ୍ ୧୪ରେ ମମତା ଦିଲ୍ଲୀରେ ଏନସିପି ମୁଖ୍ୟ ଶରଦ ପାୱାର ଏବଂ ପ୍ରଫୁଲ୍ଲ ପଟେଲଙ୍କୁ ଭେଟିଥିଲେ। ଏହି ସମୟରେ, ସିପିଆଇ (ଏମ୍) ର ସୀତାରାମ ୟେଚୁରୀ ସ୍ପଷ୍ଟ କରିଛନ୍ତି ଯେ, ଏନସିପି ନେତା ଶରଦ ପାୱାର ରାଷ୍ଟ୍ରପତି ପଦ ପାଇଁ ବିରୋଧୀ ଦଳର ପ୍ରାର୍ଥୀ ହେବେ ନାହିଁ। ସେ ଏହା ମଧ୍ୟ କହିଥିଲେ ଯେ ମମତାଙ୍କ ନେତୃତ୍ୱରେ ହେବାକୁ ଥିବା ଏହି ବୈଠକରେ ସିପିଆଇ (ଏମ୍) ର ଶୀର୍ଷ ନେତୃତ୍ୱ ଅଂଶଗ୍ରହଣ କରିବେ ନାହିଁ। ତେବେ ବୁଧବାର ଅନୁଷ୍ଠିତ ବୈଠକରେ ସେ ନିଜେ ଯୋଗ ଦେଇଥିଲେ।
ମମତା ବିରୋଧୀ ଦଳର ୮  ସିଏମ୍ ସମେତ ୨୨  ନେତାଙ୍କୁ ଏକ ଚିଠି ଲେଖି ସେମାନଙ୍କୁ ଏହି ସଭାରେ ଯୋଗଦେବାକୁ ଅନୁରୋଧ କରିଥିଲେ। ବିଶେଷ କଥା ହେଉଛି ଏହି ସଭାରେ କଂଗ୍ରେସ ମଧ୍ୟ ଭାଗ ନେଇଛି। କଂଗ୍ରେସ ପକ୍ଷରୁ ବରିଷ୍ଠ ଦଳର ନେତା ମଲ୍ଲିକାର୍ଜୁନ ଖଡଗେ ଏହି ବୈଠକରେ ଯୋଗ ଦେଇଥିଲେ। ୧୮ ଜୁଲାଇରେ ଦେଶରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଯେଉଁଥିପାଇଁ ବିରୋଧୀ ଦଳ ବିଜେପି ବିରୋଧରେ ଲଢେଇ ଆରମ୍ଭ କରିଦେଇଛନ୍ତି।