president election - The Sakala

କାଲି ରାଷ୍ଟ୍ରପତି ନିର୍ବାଚନ : ବିଧାନସଭାରେ ୧୪୬ ବିଧାୟକ ଦେବେ ଭୋଟ, ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ଯାଏଁ ଭୋଟ ଗ୍ରହଣ
ଭୁବନେଶ୍ୱର : ରାଷ୍ଟ୍ରପତି ନିର୍ବାଚନକୁ ଦୃଷ୍ଟିରେ ରଖି ଓଡ଼ିଶା ବିଧାନସଭାରେ ଚୂଡ଼ାନ୍ତ ପ୍ରସ୍ତୁତି ଶେଷ ହୋଇଛି। ସୋମବାର ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ମଧ୍ୟରେ ରାଷ୍ଟ୍ରପତି ନିର୍ବାଚନ ନେଇ ବିଧାୟକ ଓ ଏମପି ମାନେ ମତଦାନ କରିପାରିବେ। ବିଧାନସଭା ଜାରି ରହିଥିବାରୁ ଉଭୟ ଅଧିବେଶନ ଏବଂ ରାଷ୍ଟ୍ରପତି ନିର୍ବାଚନକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଓଡ଼ିଶା ବିଧାନସଭାର ୧୪୬ ଜଣ ବିଧାୟକ ନିଜର ମତ ବିଧାନସଭା ପରିସରରେ ପ୍ରଦାନ କରିବେ। ବିରୋଧି ଦଳ ନେତା ପ୍ରଦୀପ୍ତ ନାଏକ ଅସୁସ୍ଥତା କାରଣରୁ ଦିଲ୍ଲୀରେ ସ୍ୱତନ୍ତ୍ର ଭାବେ ମତଦାନ କରିବେ। ରାଜ୍ୟର ସମସ୍ତ ଏମପି ଦିଲ୍ଲୀରେ ଭୋଟ ଦେବେ ବୋଲି ବିଧାନସଭା ସଚିବାଳୟ ପକ୍ଷରୁ କୁହାଯାଇଛି। ବିଧାନସଭାର ପ୍ରଥମ ମହଲାରେ ଥିବା ୫୪ ନଂ ରୁମ୍କୁ ମତଦାନ ପ୍ରକୋଷ୍ଠ କରାଯାଇଛି।

ବିଧାୟକମାନେ ନିଜ ପରିଚୟ ପ୍ରଦାନ କରି ପ୍ରିଜାଇଡିଂ ଅଫିସରଙ୍କ ଠାରୁ ବାଲଟ ଆଣି ମତଦାନ ପ୍ରଦାନ କରିବେ। ପ୍ରତି ପ୍ରମୁଖ ଦଳର ଏଜେଣ୍ଟ ମତଦାନ କେନ୍ଦ୍ର ନିକଟରେ ରହିବେ। ବିଧାୟକମାନେ ନିର୍ବାଚନ କମିସନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା କଲମ ଦ୍ୱାରା ବାଲଟ କାଗଜରେ ଠିକ୍ ଚିହ୍ନ ମାରିବାକୁ ନିର୍ଦ୍ଦେଶ ରହିଛି। ନିର୍ବାଚନ କମିସନଙ୍କ ଦ୍ୱାରା ପ୍ରଦତ୍ତ କଲମଟିକୁ ଠିକ୍ ଚିହ୍ନ ମାରିବା ପରେ ବିଧାୟକମାନେ ନିର୍ବାଚନ ଅଧିକାରୀଙ୍କୁ ଫେରାଇବେ। କୌଣସି ପ୍ରାର୍ଥୀ ଭୋଟ ଦେବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ନାଁ ନିକଟରେ ଥିବା ଖାଲି ସ୍ଥାନରେ ଯଦି ଭୁଲ୍ ଚିହ୍ନ ଦେଉଛନ୍ତି, ତେବେ ତାହାକୁ ନାକଚ ବୋଲି ଧରି ନିଆଯିବ। ନିର୍ବାଚନ କମିସନଙ୍କ ଦ୍ୱାରା ପ୍ରଦତ୍ତ କଲମ ବ୍ୟତୀତ ଅନ୍ୟ କୌଣସି କଲମ ଦ୍ୱାରା ଠିକ୍ ଚିହ୍ନ ମରାଯାଇଥିଲେ, ତାହାକୁ ବୈଧ ବୋଲି ବିଚାର କରାଯିବ ନାହିଁ ।

କୌଣସି ସଦସ୍ୟ ବୁଥ୍ ଭିତରକୁ ନିଜର କ୍ୟାମେରା/ମୋବାଇଲ ନେଇ ପାରିବେ ନାହିଁ। ବୁଥ୍ ଭିତରକୁ ଯିବା ପୂର୍ବରୁ ବିଧାୟକମାନେ ନିଜ ପରିଚୟ ପତ୍ର ଆଣିବାକୁ ବାଧ୍ୟ। ପ୍ରାର୍ଥୀଙ୍କ ନାମ ନିକଟରେ ନିଜ ପସନ୍ଦ ତଥା ପ୍ରିଫରେନ୍ସ ପାଇଁ ୧ କିମ୍ବା ୨ ଲେଖିପାରିବେ। ବାଲଟରେ ଥିବା ଅର୍ଡର ଅଫ ପ୍ରିଫରେନ୍ସ ତଳେ ପସନ୍ଦ ଲେଖିବା ପାଇଁ କମିସନଙ୍କ ପକ୍ଷରୁ କୁହାଯାଇଛି। ପସନ୍ଦ କଲମରେ ଠିକ୍ କିମ୍ବା ଭୁଲ୍ ଚିହ୍ନ ପ୍ରଦାନ କରିବାକୁ ବାରଣ କରାଯାଇଛି। ବାଲଟ ପେପର ଉପରେ କୌଣସି ପ୍ରାର୍ଥୀ ନିଜ ନାଁ, ଦସ୍ତଖତ କିମ୍ବା ଅନ୍ୟ କିଛି ଲେଖିବାକୁ ବାରଣ କରାଯାଇଛି। ବାଲଟ ପେପରକୁ କୌଣସି ପରିସ୍ଥିତିରେ ନଷ୍ଟ ନ କରିବାକୁ କୁହାଯାଇଛି। ବୁଥ୍ ମଧ୍ୟରୁ ବାଲଟ ପେପର ଅନ୍ୟ କୌଣସି ସ୍ଥାନକୁ ନିଆଯାଇପାରିବ ନାହିଁ। ମତଦାନ ସରିବା ପରେ ବାଲଟ ଗୁଡ଼ିକ ଏକାଠି କରି ସ୍ଥାନୀୟ ଷ୍ଟ୍ରଙ୍ଗ୍ରୁମ୍ରେ ରଖାଯିବ। ଏହାର ପରଦିନ ଅର୍ଥାତ ମଙ୍ଗଳବାର ବିମାନ ଜରିଆରେ ବାଲଟ ବକ୍ସ ନୂଆଦିଲ୍ଲୀ ପଠାଯିବ।

ପ୍ରତି ୫ ବର୍ଷରେ ହେଉଥିବା ଏହି ନିର୍ବାଚନରେ ଦେଶର ସମସ୍ତ ବିଧାୟକ ଓ ସାଂସଦ ମାନେ ମତଦାନ କରିଥାନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ମ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନରେ ମତଦାନ କରିବାକୁ ଯାଉଛନ୍ତି। ସେ ୧୯୯୭ ମସିହାରୁ ଭୋଟ ଦେଇ ଆସୁଛନ୍ତି। ବିଜେଡି ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ମଧ୍ୟ ୫ମ ଥର ପାଇଁ ମତଦାନ କରିବାକୁ ଯାଉଛନ୍ତି। ବିଧାୟକମାନଙ୍କ ମଧ୍ୟରେ ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ୬ଷ୍ଠ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନରେ ମତଦାନ କରିବେ। ବିଜେଡି ଲୋକସଭା ସଂସଦୀୟ ଦଳ ନେତା ପିନାକୀ ମିଶ୍ର ୪ର୍ଥ ଥର ପାଇଁ, ଚନ୍ଦ୍ରଶେଖର ସାହୁ ଏବଂ ଅନୁଭବ ମହାନ୍ତି ୨ୟ ଥର ପାଇଁ ମତଦାନ କରିବେ। ବିଜେଡିର ବହୁ ସାଂସଦ ଏବଂ ବିଧାୟକ ପ୍ରଥମଥର ପାଇଁ ରାଷ୍ଟ୍ରପତି ନିର୍ବାଚନରେ ମତଦାନ କରିବେ। ବର୍ତ୍ତମାନ ଓଡ଼ିଶା ବିଧାନସଭାରେ ଶାସକ ବିଜେଡିର ୧୧୩ ବିଧାୟକ ରହିଛନ୍ତି। ସେହିପରି ବିଜେପିର ୨୨, କଂଗ୍ରେସର ୯, ସିପିଏମରେ ଜଣେ ଏବଂ ୨ ଜଣ ସ୍ୱାଧୀନ ବିଧାୟକ ରହିଛନ୍ତି। ୨୦୧୯ରେ ବିଜେଡି ଟିକେଟରେ ଜିତିଥିବା ଗୋପାଳପୁର ଏମଏଲଏ ପ୍ରଦୀପ ପାଣିଗ୍ରାହୀ ଦଳରୁ ନିଲମ୍ବିତ ହୋଇଥିବାରୁ ତାଙ୍କୁ ସ୍ୱାଧିନ ଭାବେ ଗଣାଯାଉଛି।

ରାଷ୍ଟ୍ରପତି ନିର୍ବାଚନ: ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ପ୍ରସ୍ତାବକ ରହିବେ ଦୁଇ ବିଜେଡି ମନ୍ତ୍ରୀ
ନୂଆଦିଲ୍ଲୀ: ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ତଥା ଓଡିଶାର ଝିଅ ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଭରିବେ । ନାମାଙ୍କନ ପତ୍ର ଦାଖଲ ସମୟରେ ନୂଆଦିଲ୍ଲୀରେ ଉପସ୍ଥିତ ରହିବେ ବିଜେଡିର ଦୁଇ ମନ୍ତ୍ରୀ । ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ଦାଖଲ ବେଳେ ପ୍ରସ୍ତାବକ ରହିବେ ବିଜେଡିର ଦୁଇ କ୍ୟାବିନେଟ୍ ମନ୍ତ୍ରୀ ଜଗନ୍ନାଥ ସାରକା ଓ ଟୁକୁନି ସାହୁ । ଏହି ଦୁଇ ମନ୍ତ୍ରୀ ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ପତ୍ରରେ ସ୍ବାକ୍ଷର କରିଛନ୍ତି ।

ନାମାଙ୍କନ ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଫୋନ୍ ଯୋଗେ କଥା ହୋଇଥିଲେ । ନାମାଙ୍କନ ଉତ୍ସବରେ ଉପସ୍ଥିତ ରହିବା ପାଇଁ କହିଥିଲେ । ସମର୍ଥନ ଜଣାଇ ନବୀନ ନିଜ କ୍ୟାବିନେଟର ଦୁଇ ମନ୍ତ୍ରୀଙ୍କୁ ନାମାନଙ୍କନ ସମୟରେ ଉପସ୍ଥିତ ରହିବା ସହ ନାମାଙ୍କନ ପତ୍ରରେ ସ୍ବାକ୍ଷର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

କ୍ୟାବିନେଟର ଦୁଇ ମନ୍ତ୍ରୀ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରସ୍ତାବକ ଭାବେ ସ୍ବାକ୍ଷର କରିଛନ୍ତି । ଦୁଇ କ୍ୟାବିନେଟ ମନ୍ତ୍ରୀ ଜଗନ୍ନାଥ ସରକା ଏବଂ ଟୁକୁନି ସାହୁ ନାମାଙ୍କନ ପତ୍ରରେ ସ୍ବାକ୍ଷର କରିଛନ୍ତି । ଏହି ଅବସରରେ ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ମଧ୍ୟ ଉପସ୍ଥିତ ଥିଲେ । ଦୁଇ ମନ୍ତ୍ରୀ ଆସନ୍ତାକାଲି ନାମାଙ୍କନ ଦାଖଲ ସମୟରେ ମଧ୍ୟ ଉପସ୍ଥିତ ରହିବେ । ସୂଚନାଯୋଗ୍ୟ ଗତ କାଲି ବିଜେଡି ସୁପ୍ରିମୋ ନବୀନ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବେ ବୋଲି ଘୋଷଣା କରିଥିଲେ ।

ରାଷ୍ଟ୍ରପତି ନିର୍ବାଚନ : ନିର୍ଣ୍ଣାୟକ ଭୂମିକାରେ ବିଜେଡି ଓ ୱାଇଏସଆର କଂଗ୍ରେସ, ବିରୋଧୀଙ୍କୁ ଏକାଠି କରି ଏନଡିଏକୁ ଚକ୍‌ମା ଦେବାକୁ ମମତାଙ୍କ ଉଦ୍ୟମ
ଭୁବନେଶ୍ୱର : ଆସନ୍ତା ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଏହି ନିର୍ବାଚନକୁ ମାସେରୁ ଅଧିକ ସମୟ ରହିଛି; ତେବେ ଏହାକୁ ନେଇ ଏବେଠୁ ଚଳଚଞ୍ଚଳ ହୋଇଉଠିଛି ଜାତୀୟ ରାଜନୀତି। ରାଷ୍ଟ୍ରପତି ନିର୍ବାଚନର ସଂଖ୍ୟାଗରିଷ୍ଠତା ଖେଳରେ ବିଜୁ ଜନତା ଦଳ(ବିଜେଡି) ଏବଂ ୱାଇଏସଆର କଂଗ୍ରେସ ନିର୍ଣ୍ଣାୟକ ସ୍ଥିତିରେ ଅଛନ୍ତି। ବିଶେଷକରି ବିଜେଡିର ଭୋଟ ଯେକୌଣସି ଶିବିରକୁ ଖୁସି କରିଦେଇପାରେ। ତେବେ ଦେଶର ଦୁଇ ପ୍ରମୁଖ ରାଜନୈତିକ ମେଣ୍ଟ ଯଥା- ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ) ଏବଂ କଂଗ୍ରେସ ନେତୃତ୍ୱାଧୀନ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ(ଉପା) ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ଉପରେ ନଜର ରଖିଛନ୍ତି। ସଂଖ୍ୟାଦୃଷ୍ଟିରୁ ଯଥେଷ୍ଟ ଭଲ ସ୍ଥିତିରେ ଥିବା ଏନଡିଏ ଏଯାଏ ପ୍ରାର୍ଥୀ ଘୋଷଣା କରିନାହିଁ। ବିରୋଧୀ ମେଣ୍ଟ ମଧ୍ୟ କୌଣସି ପ୍ରାର୍ଥୀଙ୍କୁ ନେଇ ସହମତି ପ୍ରକାଶ କରିନାହିଁ।

ଏହିକ୍ରମରେ ଶନିବାର ଆଉ ଏକ ରାଜନୈତିକ ଘଟଣାକ୍ରମ ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗକୁ ଅଧିକ ସରଗରମ କରିଦେଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧୀ ଦଳର ୨୨ ଜଣ ନେତାଙ୍କୁ ଚିଠି ଲେଖି ସାମ୍ପ୍ରତିକ ସ୍ଥିତିରେ ଗଣତନ୍ତ୍ରକୁ ଅଧିକ ମଜଭୁତ କରିବା ପାଇଁ ଏକ ଦୃଢ଼ ବିରୋଧୀ ଦଳର ଆବଶ୍ୟକତା ଥିବା ଉଲ୍ଲେଖ କରିଛନ୍ତି। ଏହା ମାଧ୍ୟମରେ ମମତା ରାଷ୍ଟ୍ରପତି ନିର୍ବାଚନରେ ବିଜେପି ସମର୍ଥିତ ପ୍ରାର୍ଥୀଙ୍କ ବିରୋଧରେ ଭୋଟ ଦେବାକୁ ଇଙ୍ଗିତ ଦେଇଥିବା ବାରି ହୋଇପଡ଼ୁଛି। ରାଷ୍ଟ୍ରପତି ନିର୍ବାଚନ ଆଢୁଆଳରେ ବିରୋଧୀଙ୍କୁ ଏକାଠି କରିବା ପାଇଁ ମମତା ଉଦ୍ୟମ କରୁଥିବା ଜଣାପଡ଼ିଛି। ଅଣବିଜେପି ଦଳ ସହିତ କଂଗ୍ରେସ ଓ ବିଜେପି ଠାରୁ ସମଦୂରତ୍ୱ ରକ୍ଷା କରୁଥିବା ସମସ୍ତ ଆଞ୍ଚଳିକ ଦଳର ମଧ୍ୟ ସହଯୋଗ ଲୋଡ଼ିଛନ୍ତି। ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଚିଠି ଲେଖି ଏହି ପ୍ରସଙ୍ଗରେ ଦୃଷ୍ଟି ଆକର୍ଷଣ କରିଛନ୍ତି। ଚଳିତ ମାସ ୧୫ ତାରିଖରେ ନୂଆଦିଲ୍ଲୀଠାରେ ଏନେଇ ବୈଠକ ପାଇଁ ମମତା ସମସ୍ତଙ୍କ ସହମତି ଲୋଡିଛନ୍ତି।

ଚିଠି ମାଧ୍ୟମରେ ମମତା ଉଲ୍ଲେଖ କରିଛନ୍ତି ଯେ ଏକ ପ୍ରଗତିଶୀଳ ଗଣତାନ୍ତ୍ରିକ ଚଳଣି ପାଇଁ ସଶକ୍ତ ଏବଂ ଦୃଢ଼ ବିରୋଧୀ ଦଳର ଆବଶ୍ୟକତା ରହିଛି। ଦେଶକୁ ବିଭାଜନକାରୀ ଶକ୍ତିଙ୍କ ଠାରୁ ରକ୍ଷା କରିବାକୁ ପଡ଼ିବ। ବର୍ତ୍ତମାନ ଦେଶର ବିଭିନ୍ନ କେନ୍ଦ୍ରୀୟ ଏଜେନ୍ସିକୁ ବିରୋଧୀ ନେତାଙ୍କ ବିରୋଧରେ ବ୍ୟବହାର କରାଯାଉଛି। କେତେକ ଘଟଣା ଅନ୍ତର୍ଜାତୀୟସ୍ତରରେ ଦେଶକୁ ନିନ୍ଦିତ କରିଛି। ବର୍ତ୍ତମାନ ରାଷ୍ଟ୍ରପତି ନିର୍ବାଚନର ସମୟ। ଭାରତୀୟ ଗଣତନ୍ତ୍ର ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି। ଏଭଳି ସମୟରେ ଏକ ମିଳିତ ବିରୋଧୀ ମେଣ୍ଟର ଆବଶ୍ୟକତା ରହିଥିବା ସୁଶ୍ରୀ ବାନାର୍ଜୀ କହିଛନ୍ତି। ନବୀନଙ୍କ ବ୍ୟତୀତ ମମତା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ, ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ, ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌ କେ ଷ୍ଟାଲିନ୍‍, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ପ୍ରମୁଖଙ୍କୁ ଚିଠି ଲେଖିଛନ୍ତି। ଏପରିକି ମମତା ତାଙ୍କର ପାରମ୍ପରିକ ବିରୋଧୀ ବାମପନ୍ଥୀ ଦଳ ସିପିଆଇ-ସିପିଏମ ନେତମାନଙ୍କୁ ମଧ୍ୟ ନିମନ୍ତ୍ରଣ କରିଛନ୍ତି। ଏହିସବୁ ନେତାଙ୍କୁ ସେ ଦିଲ୍ଲୀର କନ୍‌ଷ୍ଟିଚ୍ୟୁସନ୍‍ କ୍ଲବରେ ଆସନ୍ତା ୧୫ ତାରିଖ ଅପରାହ୍ନ ୩ଟା ବେଳେ ଏକାଠି ହେବାକୁ ନିବେଦନ କରିଛନ୍ତି।

୨୦୧୨ ମସିହାରେ ନବୀନ ପି.ଏ ସାଙ୍ଗମାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ। ସେ ସମୟରେ ସଂସଦରେ ମୁଖ୍ୟ ବିରୋଧୀ ଦଳ ଥିବା ବିଜେପି ସମେତ ଏନଡିଏର ଏକାଧିକ ଦଳ ନବୀନଙ୍କ ପସନ୍ଦର ପ୍ରାର୍ଥିତ୍ୱକୁ ସମର୍ଥନ କରିଥିଲେ। ଏହିକ୍ରମରେ ୨୦୧୭ ଏନଡିଏର ଆନୁଷ୍ଠାନିକ ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ମଧ୍ୟ ସମର୍ଥନ କରି ପୂର୍ବ ରାଜନୈତିକ ଋଣ ଶୁଝିଥିଲେ। ହେଲେ ସେହିବର୍ଷ ହୋଇଥିବା ଉପରାଷ୍ଟ୍ରପତି ନିର୍ବାଚନରେ ଉପାର ପ୍ରାର୍ଥୀ ଗୋପାଳକୃଷ୍ଣ ଗାନ୍ଧୀଙ୍କୁ ବିଜେଡି ସମର୍ଥନ କରିଥିଲା। ତେଣୁ ତତ୍କାଳ ରାଜନୈତିକ ପରିସ୍ଥିତି, ରାଜ୍ୟର ସ୍ୱାର୍ଥ ଏବଂ ପ୍ରାର୍ଥିତ୍ୱକୁ ବିଚାର କରି ନବୀନ ଚଳିତ ରାଷ୍ଟ୍ରପତି ନିର୍ବାଚନରେ ଉପଯୁକ୍ତ ନିଷ୍ପତ୍ତି ନେବେ ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ରଖିଛନ୍ତି। ନିକଟରେ ନବୀନ ନୂଆଦିଲ୍ଲୀ ଗସ୍ତ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିଥିଲେ। ଏହାର କିଛି ସପ୍ତାହ ପୂର୍ବରୁ ସଂସଦର ଅଧିବେଶନ ସମୟରେ ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲ୍‍ ଗସ୍ତ କରିଥିଲେ। ଏହି ଗସ୍ତରେ ଅନ୍ୟ ଜାତୀୟ ଏବଂ ଆଞ୍ଚଳିକ ରାଜନୈତିକ ନେତୃବୃନ୍ଦ ନବୀନଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବାର ସୁଯୋଗ ହାତଛଡ଼ା କରି ନ ଥିଲେ।

ରାଷ୍ଟ୍ରପତି ନିର୍ବାଚନ ଯେତେ ଯେତେ ପାଖେଇ ଆସୁଛି, ଜାତୀୟ ରାଜନୀତିରେ ନବୀନଙ୍କୁ ନେଇ ଚର୍ଚ୍ଚା ସେତିକି ଜୋର୍‌ ଧରୁଛି। ନବୀନଙ୍କ ବିଗତ ୨ଟି ଦିଲ୍ଲୀ ଗସ୍ତରେ ଜାତୀୟ ଗଣମାଧ୍ୟମ ତାଙ୍କ ଆଭିମୁଖ୍ୟ ଠଉରାଇବାକୁ ଉଦ୍ୟମ କରି ମଧ୍ୟ ବିଫଳ ହୋଇଛି। ପ୍ରଥମ ଗସ୍ତ ଅବସରରେ ପ୍ରାର୍ଥିତ୍ୱକୁ ବିଚାର କରି ବିଜେଡି ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବ ବୋଲି ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ କହିଥିଲେ। ଏହା ପର ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସହ ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କିତ କୌଣସି ଆଲୋଚନା କରି ନ ଥିବା ନବୀନ ସ୍ପଷ୍ଟ କରିଥିଲେ। ନବୀନଙ୍କ ବିଶ୍ୱାସ ଜିତିବା ପାଇଁ ଉଭୟ ମେଣ୍ଟ ଓଡ଼ିଆ କିମ୍ବା ଓଡ଼ିଶା ସହ ଜଡିତ ଥିବା କୌଣସି ବ୍ୟକ୍ତିଙ୍କୁ ପ୍ରାର୍ଥୀ ଘୋଷଣା କରିବାକୁ ପଛାଇବେ ନାହିଁ ବୋଲି ଜାତୀୟ ରାଜନୈତିକ ସମୀକ୍ଷକମାନେ ମତ ରଖିଛନ୍ତି। ଉଲ୍ଲେଖଯୋଗ୍ୟ, ରାଷ୍ଟ୍ରପତି ନିର୍ବାଚନ ନେଇ ଗତ ୯ ତାରିଖରେ ବିଜ୍ଞପ୍ତି ମାଧ୍ୟମରେ ଘୋଷଣା କରାଯାଇଛି। ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ହେବାକୁ ଥିବାବେଳେ ସେହି ମାସ ୨୧ ତାରିଖରେ ଭୋଟ ଗଣତି କରାଯିବ। ଏହି ନିର୍ବାଚନରେ ୪୧୨୦ ଜଣ ବିଧାୟକ ଓ ୭୭୬ ଏମପି ଭୋଟ ଦାନ କରିବେ। ସୂଚନାଯୋଗ୍ୟ, ଆସନ୍ତା ଜୁଲାଇ ୨୪ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେଉଛି।

ବିଜେପିକୁ ରାଷ୍ଟ୍ରପତି ନିର୍ବାଚନ ଚିନ୍ତା : ନୂଆ ରଣନୀତି ପ୍ରସ୍ତୁତ କରିବା ସହ ନିତୀଶଙ୍କୁ ମନେଇବାକୁ ଚାଲିଛି ଚେଷ୍ଟା
ନୂଆଦିଲ୍ଲୀ : ରାଷ୍ଟ୍ରପତି ନିର୍ବାଚନକୁ ନେଇ ବିଜେପି ଚିନ୍ତାରେ ପଡିଛି। ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର) ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ କାର୍ଯ୍ୟକଳାପ ବିଜେପିର ମୁଣ୍ଡବିନ୍ଧା ବୃଦ୍ଧି କରିଛି। ଏହାକୁ ନେଇ ବିଜେପି ସତର୍କ ମଧ୍ୟ ହୋଇଯାଇଛି। ରାଷ୍ଟ୍ରପତି ନିର୍ବାଚନର ରଣନୀତିକୁ ନେଇ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସୋମବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ବୈଠକ କରିଛନ୍ତି। ଉଭୟେ ରାଜ୍ୟସଭା ନିର୍ବାଚନକୁ ନେଇ ମଧ୍ୟ ଆଲୋଚନା କରିଛନ୍ତି।

ସୂଚନା ଅନୁଯାୟୀ ସୋମବାର ରାତିରେ ନଡ୍ଡାଙ୍କ ବାସଭବନରେ ୪ ଘଣ୍ଟା ପର୍ଯ୍ୟନ୍ତ ବୈଠକ ଚାଲିଥିଲା। ଏଥିରେ ସହଯୋଗୀଙ୍କୁ ଯୋଡିବାଠାରୁ ନେଇ ପ୍ରାର୍ଥୀ ଉପରେ ସହମତି ସୃଷ୍ଟି ପାଇଁ ଚର୍ଚ୍ଚା କରାଯାଇଥିଲା। ଏବେ ବିଜେପି ନେତୃତ୍ବାଧୀନ ଏନଡିଏ ନିକଟରେ ୪୮.୯ ପ୍ରତିଶତ ଏବଂ ବିରୋଧୀଙ୍କ ପାଖରେ ୫୧.୧ ପ୍ରତିଶତ ଭୋଟ ରହିଛି। ଏଭଳି ସ୍ଥିତିରେ ବିରୋଧୀ ଦଳଗୁଡିକ ଏକାଠି ହୋଇଗଲେ ବିଜେପି ପାଇଁ ଅକଲ ଗୁଡମ ସୃଷ୍ଟି ହୋଇପାରେ। ୨୦୨୪ ସାଧାରଣ ନିର୍ବାଚନରେ ମଧ୍ୟ ଏହାର ପ୍ରଭାବ ପଡିପାରେ। ସୂଚନା ଅନୁଯାୟୀ ବିଜେପି ରାଷ୍ଟ୍ରପତି ନିର୍ବାଚନରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କୁ ସାଥିରେ ନେବା ଲାଗି ପ୍ରସ୍ତୁତି କରୁଛି। ଉଭୟଙ୍କ ମଧ୍ୟରୁ କେହି ଜଣେ ବି ସମର୍ଥନ କଲେ ଏନଡିଏ ପ୍ରାର୍ଥୀ ପୁଣି ରାଷ୍ଟ୍ରପତି ହୋଇପାରନ୍ତି। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମନାଇବାର ଦାୟିତ୍ବ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଏବଂ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଯୋଗାଯୋଗ କରିବାର ଦାୟିତ୍ବ ଜେଭିଏଲ ନରସିଂହା ରାଓଙ୍କୁ ଦିଆଯାଇଛି।

୨୦୧୨ରେ ଏନଡିଏରେ ସାମିଲ ଥିବାବେଳେ ନୀତୀଶ କୁମାର ୟୁପିଏ ପ୍ରାର୍ଥୀ ପ୍ରଣବ ମୁଖାର୍ଜୀଙ୍କୁ ସମର୍ଥନ କରିଥିଲେ। ତେବେ ୨୦୧୭ରେ ସେ ଏନଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ସମର୍ଥନ ଦେଇଥିଲେ। ଗତ କିଛି ଦିନ ହେଲା ଜାତିଗତ ଜନଗଣାନାକୁ ନେଇ ନୀତୀଶ କେନ୍ଦ୍ରଠାରୁ ବିମୁଖ ହୋଇଛନ୍ତି। ସେ ଏନଡିଏ ଛାଡିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। ତିନି ଦିନ ପର୍ଯ୍ୟନ୍ତ ଦଳର ସମସ୍ତ ବିଧାୟକଙ୍କୁ ପାଟନା ନ ଛାଡିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। କିଛି ଦିନ ଭିତରେ ସେ ଏନଡିଏ ଛାଡିବାର ନିଷ୍ପତ୍ତି ନେଇପାରନ୍ତି। ଏଭଳି ସ୍ଥିତିରେ ବିଜେପିକୁ ନୀତୀଶଙ୍କ ସମର୍ଥନ ମିଳିବା ନେଇ ଆଶଙ୍କା ରହିଛି।

ନୀତୀଶଙ୍କ ଏପରି ମନୋଭାବ ବିଜେପିକୁ ଅଡୁଆରେ ପକାଇଥିବା ବେଳେ କେନ୍ଦ୍ରଠାରୁ ବିମୁଖ ନିତୀଶଙ୍କୁ ବିଜେପି ତରଫରୁ ମନେଇବାକୁ ଚେଷ୍ଟା କରାଯାଇଛି । ଏକ ସୂତ୍ର ସୂଚନା ମୁତାବକ ବିହାରରେ ଜାତିଗତ ଜନଗଣନା ନେଇ ଆରମ୍ଭରୁ ବିଜେପି ଓ ଜେଡିୟୁ ମଧ୍ୟରେ ଥିବା ମତଭେଦ ଦୂର କରିବାକୁ ବିଜେପି ଏହି ପ୍ରସ୍ତାବରେ ରାଜି ହୋଇଛି । ସେପଟେ ବିଜେପି ଜାତିଗତ ଜନଗଣନା ପ୍ରସ୍ତାବରେ ରାଜି ହେବା ପରେ ସର୍ବଦଳୀୟ ବୈଠକ ପାଇଁ ଦିନ ଧାର୍ଯ୍ୟ ହୋଇଛି । ଜୁନ ପହିଲାରେ ଜାତିଗତ ଜନଗଣନା ପ୍ରସଙ୍ଗରେ ସର୍ବଦଳୀୟ ବୈଠକ ଡାକିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର । କହିରଖୁ କି ଏହି ପ୍ରସଙ୍ଗ ମେ ୨୭ ତାରିଖରେ ସର୍ବଦଳୀୟ ବୈଠକ କରିବାକୁ ନିଷ୍ପତ୍ତି ହୋଇଥିଲା ।

ଅନ୍ୟପକ୍ଷରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ବିରୋଧୀ ଦଳଙ୍କୁ ଏକାଠି କରିବାରେ ଲାଗିଛନ୍ତି। ସେ ରବିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଏସ୍‌ପି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଭେଟିଥିଲେ। ସେ ପୂର୍ବରୁ ମଧ୍ୟ ଏନସିପି ମୁଖ୍ୟ ଶରଦ ପାୱାର ଏବଂ ଶିବସେନା ମୁଖ୍ୟ ରାଜ୍‌ ଠାକରେଙ୍କୁ ଭେଟି ସାରିଛନ୍ତି। ସେ ଅଣ କଂଗ୍ରେସ ଏବଂ ଅଣ-ବିଜେପି ପ୍ରାର୍ଥୀ ଦେବା ସପକ୍ଷରେ ଅଛନ୍ତି। ଏହାକୁ ନେଇ ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମଧ୍ୟ ଭେଟିପାରନ୍ତି।