DigiLocker - The Sakala

ଏବେ ଡିଜିଲକର ସେବା ହ୍ବାଟ୍ସଆପ୍‌ରେ: ଜାଣନ୍ତୁ କେମିତି କରିବେ ହ୍ବାଟ୍ସଆପ୍‌ରେ ଡିଜିଲକରର ବ୍ୟବହାର
ନୂଆଦିଲ୍ଲୀ: ପାଖରେ ଡିଜିଲକର ସୁବିଧା ରଖିଥିବାରୁ ଆଉ ସବୁ ସମୟରେ ଆପଣଙ୍କୁ ସଙ୍ଗରେ ସମସ୍ତ ଆବଶ୍ୟକୀୟ କାଗଜପତ୍ର ବା ଡକ୍ୟୁମେଣ୍ଟ ନେବାକୁ ପଡୁନାହିଁ। ସବୁଠାରୁ ବଡ଼ କଥା ହେଉଛି ଏବେ ବହୁଳ ଭାବେ ବ୍ୟବହୃତ ସୋସିଆଲ ସାଇଟ୍‌ ହ୍ବାଟ୍ସଆପ୍‌ ଆଣିଛି ଏହି ଡିଜିଲକର ସୁବିଧା। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରାଳୟ ହ୍ବାଟ୍ସଆପ୍‌ ୟୁଜରଙ୍କ ପାଇଁ ଏହି ସୁବିଧା ଆଣିଛି। ଏହାଫଳରେ ଲୋକେ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌)ଠାରୁ ଆରମ୍ଭ କରି ଆର୍‌ସି, ପାନ୍‌ ଏବଂ ଅନ୍ୟାନ୍ୟ ଜରୁରୀ ଦସ୍ତାବିଜ୍‌କୁ ଡାଉନ୍‌ଲୋଡ୍‌ କରି ବ୍ୟବହାର କରିପାରିବେ। ମନ୍ତ୍ରାଳୟ ଘୋଷଣା କରିଛି ଯେ ଲୋକମାନେ ବର୍ତ୍ତମାନ ଡିଜି ଲକର ସେବା ବ୍ୟବହାର କରିବାକୁ ହ୍ବାଟ୍ସଆପ୍‌ର ମାଇଁ ଗଭ୍‌ ହେଲ୍ପଡେସ୍କର ବ୍ୟବହାର କରିପାରିବେ। ଯଦି ଆପଣ ସଙ୍ଗରେ ପାନ୍, ଡ୍ରାଇଭିଂ ଲାଇସେନ୍ସ ପରି ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍‌ଗୁଡିକର କପି ନେବାକୁ ଚାହୁଁନାହାଁନ୍ତି, ତେବେ ଏହି ନୂତନ ବୈଶିଷ୍ଟ୍ୟ ଅତ୍ୟନ୍ତ ଉପଯୋଗୀ ହେବ। ଯଦି ଆପଣ ହଠାତ୍ ଆପଣଙ୍କ ଡିଏଲ୍‌କୁ ଘରେ ଛାଡି ଯାଇଛନ୍ତି, ତେବେ ହ୍ବାଟ୍ସଆପ୍‌ର ଡିଏଲ୍‌ ଡାଉନଲୋଡ୍ କରି ଏହାକୁ ଦେଖାଇ ଆପଣ ସମସ୍ୟାକୁ ଏଡ଼ାଇବାରେ ସମର୍ଥ ହେବେ। ଆପଣଙ୍କୁ ଆଉ ଟ୍ରାଫିକ୍‌ ଚାଲାଣ କାଟିବାକୁ ପଡିବନାହିଁ।

ମାର୍ଚ୍ଚ ୨୦୨୦ରେ କୋଭିଡ୍‌ ସମୟରେ ହ୍ବାଟ୍ସଆପ୍‌ରେ ମାଇଁଗଭ୍ ହେଲ୍ପଡେସ୍କ (ପୂର୍ବରୁ ମାଇଁଗଭ୍ କରୋନା ହେଲ୍ପଡେସ୍କ ଭାବରେ ଜଣାଶୁଣା) ଲୋକଙ୍କୁ କୋଭିଡ ସମ୍ବନ୍ଧୀୟ ସୂଚନା ଦେବାରେ ବ୍ୟବହୃତ ହେଉଥିଲା। ଏହାସହିତ ଟିକା ପ୍ରମାଣପତ୍ର ବୁକିଂ ଏବଂ ଡାଉନଲୋଡ୍ କରିବାର ସୁବିଧା ମଧ୍ୟ ଦିଆଯାଇଥିଲା। ଏପର୍ଯ୍ୟନ୍ତ ୮୦ ନିୟୁତରୁ ଅଧିକ ଲୋକ ହେଲ୍ପଡେସ୍କରୁ ସେବା ନେଇଛନ୍ତି। ସେଥିରୁ ୩୩ ନିୟୁତରୁ ଅଧିକ ଲୋକ ଟିକା ପ୍ରମାଣପତ୍ର ଡାଉନଲୋଡ୍ କରିଥିବାବେଳେ ସାରା ଦେଶରେ ଲକ୍ଷ ଲକ୍ଷ ଟୀକାର ବୁକିଂ ଏହି ହେଲ୍ପଡେସ୍କ ଜରିଆରେ କରାଯାଇଛି।

-ସର୍ବପ୍ରଥମେ ଆପଣ ନିଜ ଫୋନରେ +୯୧ ୯୦୧୩୧୫୧୫୧୫ ନମ୍ବର ସେଭ୍‌ କରିବାକୁ ପଡିବ। ନମ୍ବର ସେଭ୍ କରିବା ପରେ ହ୍ବାଟ୍ସଆପ୍‌ ଖୋଲନ୍ତୁ।

-ହ୍ବାଟ୍ସଆପ୍‌ ଖୋଲିବା ପରେ ଏହି ନମ୍ବର ସହିତ ଚାଟ୍ ବକ୍ସ ଖୋଲି ‘ନମସ୍ତେ’ କିମ୍ବା ‘ହାଏ’ କିମ୍ବା ‘ଡିଜିଲୋକର୍’ ଟାଇପ୍ କରି ଏହାକୁ ପଠାନ୍ତୁ।

-ଏହାପରେ ଆପଣଙ୍କୁ କୋୱିନ୍‌ ସେବା ଏବଂ ଡିଜିଲୋକର୍ ସେବା ଭଳି ଦୁଇଟି ବିକଳ୍ପ ମିଳିବ।

-ଏଥିରେ ଡିଜି ଲକର୍ ସେବା ଚୟନ କରିବା ମାତ୍ରେ ଆଧାର ଯାଞ୍ଚ ହେବ ଏବଂ ତା’ପରେ ଆପଣଙ୍କ ନିକଟକୁ ଏକ ଓଟିପି ଆସିବ।

-ଯାଞ୍ଚ ପରେ ଏହା ଆପଣଙ୍କୁ କହିବ ଯେ ଆପଣଙ୍କର ଡିଜିଲୋକରରେ କେଉଁ କେଉଁ ଡକ୍ୟୁମେଣ୍ଟ ରହିଛି।

-ଏହାପରେ ସେହି ଡକ୍ୟୁମେଣ୍ଟ ସହିତ ଯେଉଁ ମୋବଇଲ ନମ୍ବର ପଞ୍ଜିକୃତ ହୋଇଛି ତାହାକୁ ଦିଅନ୍ତୁ ଏବଂ ତାପରେ ଆପଣଙ୍କୁ ଆଉ ଏକ ଓଟିପି ଆସିବ।

-ଓଟିପି ଯାଞ୍ଚ କରିବା ପରେ ଆପଣ ଡକ୍ୟୁମେଣ୍ଟକୁ ସହଜରେ ଡାଉନଲୋଡ୍ କରିବାରେ ସମର୍ଥ ହେବେ।