ipl Qualifier 1 - The Sakala

ଆଇପିଏଲ ୨୦୨୩: ଆଜି କ୍ୱାଲିଫାୟର-୧ ରେ ମୁହାଁମୁହିଁ ହେବେ ଧୋନି ଓ ପାଣ୍ଡ୍ୟା
ଚେନ୍ନଇ: ଚଳିତ ଆଇପିଏଲ୍‌‌ରେ ୫୧ ଦିନ ଓ ୭୦ ମ୍ୟାଚ୍‌‌ ଖେଳାଯିବ ପରେ ପ୍ଲେ ଅଫ୍‌‌କୁ ୪ଟି ଦଳ ଯୋଗ୍ୟତା ଅର୍ଜନ କରିଛନ୍ତି। ସ୍ଥାନୀୟ ଏମ୍‌‌ଏ ଚିଦାମ୍ବରମ ଷ୍ଟାଡିୟମରେ ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପରକିଙ୍ଗ୍‌‌ସ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଗୁଜରାଟ ଟାଇଟନ୍ସ କ୍ୱାଲିଫାୟର-୧ରେ ପରସ୍ପର ସହ ମୁକାବିଲା କରିବେ। ଏହି ନିର୍ଣ୍ଣାୟକ ମ୍ୟାଚ୍‌‌ର ବିଜୟୀ ଦଳ ସିଧାସଳଖ ଫାଇନାଲ ମ୍ୟାଚ୍‌‌ ଖେଳିବ। ଦୁଇ ଦଳ ପଏଣ୍ଟ ତାଲିକାର ପ୍ରଥମ ଦୁଇଟି ସ୍ଥାନରେ ରହି ପ୍ଲେ-ଅଫ୍‌‌ରେ ପ୍ରବେଶ କରିଥିଲେ। ଗୁଜରାଟ ୧୪ଟି ମ୍ୟାଚ୍‌‌ ଖେଳି ୧୦ ବିଜୟ ଓ ୪ ପରାଜୟ ସହ ୨୦ ପଏଣ୍ଟ ପାଇ ଶୀର୍ଷରେ ରହିଥିଲା। ସେହିପରି ଚେନ୍ନାଇ ୧୪ ମ୍ୟାଚ୍‌‌ ଖେଳି ୮ ବିଜୟ, ୫ ପରାଜୟ ସହ ୧୭ ପଏଣ୍ଟ ପାଇ ଉନ୍ନତ ନେଟ୍‌‌ ରନରେଟ୍‌‌ରେ ଲକ୍ଷ୍ନୌ ସୁପରଜାଏଣ୍ଟସକୁ ପଛରେ ପକାଇ ଦ୍ୱିତୀୟ ସ୍ଥାନରେ ରହିଥିଲା। ରବିବାର ଏହି ପ୍ରତିଯୋଗିତାର ଫାଇନାଲ ଖେଳାଯିବ।

ପ୍ଲେ- ଅଫ୍‌‌ରେ ଉଭୟ ଦଳର ରେକର୍ଡ ଭଲ

ପ୍ଲେ ଅଫ୍‌‌ରେ ଗୁଜରାଟର ଶତ ପ୍ରତିଶତ ବିଜୟ ରେକର୍ଡ ରହିଛି। ଗତ ୨୦୨୨ରେ ଗୁଜରାଟ ପଦାର୍ପଣ କରିଥିଲା। ଗତ ବର୍ଷ ପ୍ଲେ ଅଫ୍‌‌ରେ ୨ଟି ମ୍ୟାଚ୍‌‌ ଖେଳି ଗୁଜରାଟ ଦୁଇଟିରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରି ଶେଷରେ ଚାମ୍ପିଅନ ବିବେଚିତ ହୋଇଥିଲା। ଚେପକ୍‌‌ ଷ୍ଟାଡିୟମରେ ଗୁଜରାଟ କୌଣସି ମ୍ୟାଚ୍‌‌ ଖେଳିନାହିଁ। କିନ୍ତୁ ଲିଗ ପର୍ଯ୍ୟାୟରେ ଉଭୟ ଦଳ ମଧ୍ୟରେ ୩ଥର ମୁକାବିଲା ହୋଇଛି। ଏ ସମସ୍ତ ମୁକାବିଲାରେ ଗୁଜରାଟ ପ୍ରତିଦ୍ୱନ୍ଦ୍ୱୀ ଚେନ୍ନାଇକୁ ପରାସ୍ତ କରିଛି। ଏଠାରେ ଦୁଇ ପୂର୍ବ ଚାମ୍ପିଅନ ଦଳ ପରସ୍ପରକୁ ପ୍ରଥମଥର ପାଇଁ ଭେଟିବେ। ଅନ୍ୟପଟେ ଚେନ୍ନାଇ କେବଳ ଦୁଇଥର ୨୦୨୦ ଓ ୨୦୨୨ରେ ପ୍ଲେ- ଅଫ୍‌‌ରେ ପ୍ରବେଶ କରିପାରି ନଥିଲା। ଏହି ଦୁଇଟି ସଂସ୍କରଣରେ ଚେନ୍ନାଇ ସେକେଣ୍ଡ ଲାଷ୍ଟ ସ୍ଥାନରେ ରହିଥିଲା। ପ୍ଲେ ଅଫ୍‌‌ରେ ଚେନ୍ନାଇ ମୋଟ୍‌‌ ଉପରେ ୨୪ଟି ମ୍ୟାଚ୍‌‌ ଖେଳି ୧୫ଟିରେ ବିଜୟୀ ହୋଇଥିବା ବେଳେ ୯ଟିରେ ପରାଜୟ ବରଣ କରିଛି। ଅର୍ଥାତ ଚେନ୍ନାଇ ପ୍ଲେ ଅଫ୍‌‌ରେ ୬୨.୫ ପ୍ରତିଶତ ମ୍ୟାଚ୍‌‌ ଜିତିଛି। ଏହି ଦଳ ୨୦୧୦, ୨୦୧୧, ୨୦୧୮ ଓ ୨୦୨୧ରେ ଚାମ୍ପିଅନ ହୋଇଥିଲା। ସେହିପରି ୨୦୦୮, ୨୦୧୨, ୨୦୧୩ ଓ ୨୦୧୫ରେ ଫାଇନାଲରେ ପରାସ୍ତ ହୋଇ ରନର୍ସଅପ ହୋଇଥିଲା। ୨୦୧୧ରେ ପ୍ରଥମଥର ପାଇଁ ପ୍ଲେ- ଅଫ୍‌‌ ପ୍ରଣାଳୀ ଲାଗୁ ହୋଇଥିଲା।

ଗିଲ୍‌‌, ଋତୁରାଜଙ୍କ ଉପରେ ନଜର

ଲିଗ୍‌‌ ପର୍ଯ୍ୟାୟରେ ଦମ୍‌‌ଦାର ପ୍ରଦର୍ଶନ କରି ଉଭୟ ଦଳ ଏହି ନିର୍ଣ୍ଣାୟକ ମ୍ୟାଚ୍‌‌ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି ବୋଲି ସୂଚନା ଦେଇଛନ୍ତି। ଉଭୟ ଦଳରେ ଦକ୍ଷ ଓ ପ୍ରତିଭାସମ୍ପର୍ଣ୍ଣ ଖେଳାଳିମାନେ ରହିଛନ୍ତି। ଘରୋଇ ପରିବେଶରୁ ଦର୍ଶକଙ୍କ ସମର୍ଥନ ପାଇ ଚେନ୍ନାଇ ନିଶ୍ଚିତ ଭାବେ ଫାଇଦାରେ ରହିବ। ଧୋନିଙ୍କ ବିଚକ୍ଷଣ ନେତୃତ୍ୱ ଓ ପାଣ୍ଡ୍ୟାଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିବ। ଗୁଜରାଟ ଯୁବ ଓପନର ଶୁବମାନ ଗିଲ୍‌‌ ଜବରଦସ୍ତ ଫର୍ମରେ ରହିଥିବାରୁ ଧୋନି ନିଶ୍ଚିତଭାବେ ଚିନ୍ତିତ ଥିବେ। ତେଣୁ ଗିଲଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଚେନ୍ନାଇ ପାଇଁ ଅଧିନାୟକ ଧୋନିଙ୍କ ସମେତ ଡେଭନ କନୱେ, ଋତୁରାଜ ଗାଏକ୍ୱାଡ ଓ ଶିବମ ଦୁବେଙ୍କ ବ୍ୟାଟିଂ ଉପରେ ସମସ୍ତଙ୍କ ନଜର ରହିବ। ସେହିପରି ବୋଲିଂରେ ମାଥିସା ପତିରାଣା ଓ ତୁଷାର ଦେଶପାଣ୍ଡେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ। ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ମଧ୍ୟ ନିଜ ପ୍ରଦର୍ଶନ ବଳରେ ମ୍ୟାଚ୍‌‌ ନିଜ ସପକ୍ଷରେ ନେଇପାରିବେ। ଅନ୍ୟପଟେ ଗୁଜରାଟ ପାଇଁ ବ୍ୟାଟିଂରେ ଗିଲଙ୍କ ସମେତ ପାଣ୍ଡ୍ୟା ମ୍ୟାଚ୍‌‌ ବିଜୟୀ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି। ସେହିପରି ବୋଲିଂରେ ମହମ୍ମଦ ସାମି ଓ ରସିଦ ଖାନ ଗୁଜରାଟ ପାଇଁ ପୁଣିଥରେ ଉପଯୋଗୀ ସାବ୍ୟସ୍ତ ହେବେ ବୋଲି ଆଶା କରାଯାଉଛି। ଟସ୍‌‌ ବଜୟୀ ଦଳ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେବ ଓ ରନ ଚେଜ୍‌‌ କରିବାକୁ ପସନ୍ଦ କରିବ। ମୋଟାମୋଟି ଉପରେ ଏହି ମ୍ୟାଚ୍‌‌ରେ ସଂଘର୍ଷ ଦେଖିବାକୁ ମିଳିବ ଓ କ୍ରିକେଟ ପ୍ରଶଂସକ ମନୋରଞ୍ଜନ ଜବରଦସ୍ତ ଖୋରାକ ପାଇବେ ବୋଲି ଆଶା କରାଯାଉଛି।

ଆଇପିଏଲ ୨୦୨୨ କ୍ୱାଲିଫାୟର-୧ : ଟସ୍ ଜିତି ଗୁଜରାଟ୍‌ର ବୋଲିଂ ନିଷ୍ପତ୍ତି, ଯିଏ ଜିତିବ ଖେଳିବ ଫାଇନାଲ
କୋଲକାତା : ନବାଗତ ଗୁଜରାଟ ଟାଇଟାନ୍ସ ଏବଂ ୨୦୦୮ ଚାମ୍ପିଅନ୍‍ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଚଳିତ ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍)ର ପ୍ରଥମ କ୍ୱାଲିଫାୟର ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଖେଳାଯିବ। କୋଲକାତାରେ ପ୍ରବଳ ବର୍ଷା ପରେ ଏବେ ଆଇପିଏଲ ୨୦୨୨ର ପ୍ରଥମ କ୍ୱାଲିଫାୟର ପାଇଁ ଟସ୍‌ କାର୍ଯ୍ୟ ସମାପନ ହୋଇଛି। ଏହି ମ୍ୟାଚ୍‌ରେ ଗୁଜରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଅର୍ଥ ସଞ୍ଜୁ ସାମସନଙ୍କ ରାଜସ୍ଥାନ ଦଳ ପ୍ରଥମେ ବ୍ୟାଟିଂ କରିବ।

ଏହି ମ୍ୟାଚ୍‍ ଜିତିବାକୁ ଉଭୟ ଦଳର ସମାନ କ୍ଷମତା ରହିଥିଲେ ମଧ୍ୟ ମ୍ୟାଚ୍‍ ଫିନିସ୍‍ କରିବାରେ ଅଧିକ ପାରଙ୍ଗମ ଓ ଦକ୍ଷତାର ଅଧିକାରୀ ଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟାନ୍ସକୁ ଏହି ମୁକାବିଲାରେ ଫେବରିଟ୍‍ ଆଖ୍ୟା ମିଳିଛି। ଏହି ମ୍ୟାଚ୍‍ର ବିଜେତା ମେ’ ୨୯ରେ ହେବାକୁ ଥିବା ଫାଇନାଲ ଲାଗି ସିଧାସଳଖ ଯୋଗ୍ୟତା ଅର୍ଜନ କରିବ। ପରାଜିତ ଦଳ ଆଉଥରେ ଫାଇନାଲ ଖେଳିବା ଲାଗି କ୍ୱାଲିଫାୟର-୨ରେ ମୁକାବିଲା କରିବ। ଗୁଜରାଟ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ଲୋକି ଫର୍ଗ୍ୟୁସନଙ୍କ ସ୍ଥାନରେ ଅଲଜାରି ଯୋଶେଫଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍ କରାଯାଇଛି।

ଗୁଜରାଟ ଚଳିତ ଆଇପିଏଲର ଟେବୁଲ ଟପର। ହେଲେ ଦଳ ତା’ର ଶେଷ ଲିଗ ମ୍ୟାଚରେ ଆରସିବି ଠାରୁ ହାରି ଯାଇଥିଲା। ଗୁଜରାଟ ପ୍ରଥମଥର ପାଇଁ ଚଳିତ ବର୍ଷ ଆଇପିଏଲ ଭଳି ମେଗା ଇଭେଣ୍ଟରେ ଭାଗ ନେଇଛି। ଏଥିସହ ଡେବ୍ୟୁରି ହିଁ ଦଳ ଫାଇନାଲ ଟିକେଟ ହାସଲ କରିବାର ନିକଟରେ ରହିଛି।ଅନ୍ୟପକ୍ଷରେ ୨୦୦୮ର ବିଜେତା ରାଜସ୍ଥାନ ରୟାଲ୍ସ ଆଜିର ମ୍ୟାଚ୍‌ରେ କୌଣସି ପରିବର୍ତ୍ତନ କରିନି। ଦଳ ତା’ର ଶେଷ ଦୁଇ ଲିଗ୍‌ ମ୍ୟାଚ୍‌ରେ ଜବରଦସ୍ତ ପ୍ରଦର୍ଶନ କରି ବିଜୟ ହୋଇଥିଲା। ତେଣୁ ଆଜି ମଧ୍ୟ ଗୁଜରାଟ ବିପକ୍ଷରେ ସାମସନ ଆଣ୍ଡ କୋ ସମାନ ଖେଳ ପଦର୍ଶନ କରିବେ ବୋଲି ଆଶା କରାଯାଉଛି।

ମୁମ୍ବାଇ ଓ ପୁଣେରେ ସମସ୍ତ ୭୦ଟି ଯାକ ଲିଗ୍‍ ମ୍ୟାଚ୍‍ ଆୟୋଜିତ ହେବା ପରେ ପ୍ଲେ ଅଫ୍‍ର ପ୍ରଥମ ଦୁଇଟି ମ୍ୟାଚ୍‍ କୋଲକାତାର ଇଡେନ୍‍ ଗାର୍ଡେନକୁ ସ୍ଥାନାନ୍ତରିତ ହୋଇଛି। ଏହି ମ୍ୟାଚ୍‍ରେ ଫି୍‍ଟ ହାର୍ଦ୍ଦିକ ପାଣ୍ଡ୍ୟା ଗୁଜରାଟକୁ ଜିତାଇବେ ବୋଲି ଆଶା କରାଯାଉଛି। ବ୍ୟକ୍ତିଗତ ଭାବେ ସେ ବ୍ୟାଟିଂ ଓ ବୋଲିଂରେ ଭଲ ଫର୍ମରେ ଅଛନ୍ତି। ସବୁଠାରୁ ବଡ଼ କଥା ହେଲା ଅଧିନାୟକ ଭାବେ ନିଜ ଦଳରେ ଥିବା ଖେଳାଳିମାନଙ୍କୁ ସେ ଖୁବ୍‍ ଚତୁରତାର ସହ ବ୍ୟବହାର କରି ନିଜ ସପକ୍ଷରେ ସଫଳତା ନେଇଆସୁଛନ୍ତି। ସେ ରଶିଦ୍‍ ଖାନ୍‍ ହୁଅନ୍ତୁ କିମ୍ବା ଦୁଇ ବିସ୍ଫୋରକ ବ୍ୟାଟର ଡେଭିଡ୍‍ ମିଲର ଓ ରାହୁଲ ତେୱାତିଆ। ଏମାନଙ୍କୁ ଯେଉଁ ଦାୟିତ୍ୱ ଦିଆଯାଉଛି, ସେ ସଫଳତାର ସହ ଏହାକୁ ପ୍ରଦର୍ଶନ କରୁଛନ୍ତି। ଦଳର ଦୁର୍ବଳାର ହେଉଛି ଓପନିଂ ବ୍ୟାଟର ଶୁବମାନ ଗିଲ୍‍। କିନ୍ତୁ ୩୭ ବର୍ଷୀୟ ରିଦ୍ଧିମାନ ଶାହ ବିବାଦରୁ ଧ୍ୟାନ ହଟାଇବା ଲାଗି ଆଇପିଏଲ୍‍କୁ ପ୍ଲାଟଫର୍ମ ଭାବେ ଗ୍ରହଣ କରିଛନ୍ତି। ସୁଯୋଗ ପାଇବା ପରଠାରୁ ୯ଟି ମ୍ୟାଚ୍‍ରେ ୩ଟି ଅର୍ଦ୍ଧଶତକ ସହ ଗିଲଙ୍କ ଅସଫଳତାକୁ କେତେକାଂଶରେ ପୂରଣ କରିପାରିଛନ୍ତି।

ମ୍ୟାଚ୍‍ର ପିଚ୍‍ ବଦଳିଯାଇଥିବାରୁ ପେସ୍‍ ବୋଲରଙ୍କୁ ଫାଇଦା ମିଳିବ ବୋଲି କୁହାଯାଉଛି। ଏଣୁ ମହମ୍ମଦ୍‍ ସାମିଙ୍କ ସହ ଆଲଜରୀ ଯୋଶେଫ୍‍ ଏହି ମ୍ୟାଚ୍‍ ଖେଳୁଛନ୍ତି। ରଶିଦ୍‍ ଖାନଙ୍କୁ ଡେଥ୍‍ ଓଭରରେ ବିନିଯୋଗ କରାଯିବ। କିନ୍ତୁ ଗୁଜରାଟ ତାହାର ଶେଷ ୫ଟି ମୁକାବିଲାରୁ ୩ଟିରେ ହାରିଛି। ରାଜସ୍ଥାନ ମଧ୍ୟ ଅନୁରୂପ ପ୍ରଦର୍ଶନ କରିଛି।

ରାଜସ୍ଥାନ ନିକଟରେ ଟୁର୍ଣ୍ଣାମେଣ୍ଟର ସର୍ବାଧିକ ରନ୍‍ ସଂଗ୍ରହକାରୀ ଜୋସ୍‍ ବଟ୍ଟଲର (୬୨୯ ରନ୍‍) ଏବଂ ସର୍ବାଧିକ ୱିକେଟହାସଲକାରୀ ଯୁଜବେନ୍ଦ୍ର ଚହଲ (୨୬ଟି) ଅଛନ୍ତି। ଏହା ସତ୍ତ୍ବେ ଦଳର ଦୁର୍ବଳତା ହେଲା ଟପ୍‍ ଅର୍ଡର ବ୍ୟାଟିଂ ବିଫଳତା। ବଟ୍ଟଲର ମଧ୍ୟ ଗତ ୩ଟି ମ୍ୟାଚ୍‍ରେ ଯଥାକ୍ରମେ ୨, ୨ ଓ ୭ ରନ୍‍ ସଂଗ୍ରହ କରିଛନ୍ତି। ସଞ୍ଜୁ ସାମସନ, ସିମରନ ହେଟମାୟର କିମ୍ବା ରିଆନ ପରାଗ ଭଲ ଫର୍ମରେ ନାହାନ୍ତି। ଏଥିଲାଗି ଦଳ ରବିଚନ୍ଦ୍ରନ ଅଶ୍ୱିନଙ୍କ ବ୍ୟାଟିଂ ଉପରେ ନିର୍ଭରଶୀଳ। ସେ ଦଳକୁ ଗୋଟିଏ ମ୍ୟାଚ୍‍ ଜିତାଇଥିଲେ ମଧ୍ୟ ତାଙ୍କ ଉପରେ ଭରସା କରି ମ୍ୟାଚ୍‍ ଜିତିବା କଷ୍ଟକର। ଏହି ମୁକାବିଲା ଜିତିବାକୁ ହେଲେ ରାଜସ୍ଥାନର ଟପ୍‍ ଅର୍ଡର ବ୍ୟାଟ୍ଟର କ୍ଲିକ୍‍ କରିବା ଆବଶ୍ୟକ। ଏଣୁ ସେ ବଟ୍ଟଲର ହୁଅନ୍ତୁ କିମ୍ବା ସାମସନ କିମ୍ବା ଡେଟମାୟରଙ୍କଠାରୁ ବିସ୍ଫୋରକ ପ୍ରଦର୍ଶନ ଆଶା କରାଯାଉଛି।