Samir Ranjan Dash - The Sakala

ରାଜ୍ୟରେ ରହିବ ନାହିଁ ଶିକ୍ଷକ ଅଭାବ: ପର୍ଯ୍ଯାୟ କ୍ରମେ ନିଯୁକ୍ତ ହେବେ ୫୩ ହଜାର ଶିକ୍ଷକ
ଭୁବନେଶ୍ୱର: ରାଜ୍ୟରେ ଶିକ୍ଷକ ଅଭାବ ରହିବ ନାହିଁ। ଏନେଇ ଗୃହରେ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେ କହିଛନ୍ତି- ରାଜ୍ୟରେ ପ୍ରଥମ ପର୍ଯ୍ଯାୟରେ ୧୦୭୫, ଦ୍ଵିତୀୟ ପର୍ଯ୍ଯାୟରେ ୩୪୬୧ ଓ ତୃତୀୟ ପର୍ଯ୍ଯାୟରେ ୨୩୩୬ ଉଚ୍ଚ ବିଦ୍ୟାଳୟ ରୂପାନ୍ତର ହୋଇଛି। ତେବେ ଛାତ୍ରଛାତ୍ରୀ ବଢ଼ୁଥିବାରୁ ଶ୍ରେଣୀ ଗୃହ ବୃଦ୍ଧି କରାଯାଉଛି । ମୋ ସ୍କୁଲ ଜରିଆରେ ୯୬୩, ସ୍କୁଲ ରୂପାନ୍ତର ଜରିଆରେ ୨୮୧୦ ଓ ସମଗ୍ର ଶିକ୍ଷା ଅଭିଯାନରେ ୨୦୦ ଶ୍ରେଣୀ ଗୃହ ବଢ଼ାଯାଇଛି । ରାଜ୍ୟରେ ୫୦ ହଜାର ୨୬୩ ସ୍କୁଲ ଅଛି । ଏଥିରୁ ୮ ହଜାର ୨୪ ହାଇସ୍କୁଲ ଓ ୪୨ ହଜାର ୨୩୯ ପ୍ରାଥମିକ ସ୍କୁଲ ଅଛି । ୧୩୫୧ ରୂପାନ୍ତର ସ୍କୁଲର ୧୧୦୧ରେ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ସରିଛି । ୨୫୦ ସ୍କୁଲରେ କାମ ଚାଲଛି । ୧୧ ହଜାର ଶିକ୍ଷକ ନିଯୁକ୍ତି ସରିଥିବାବେଳେ ୭ ହଜାର ଶିକ୍ଷକ ନିଯୁକ୍ତି ପାଇଁ ମାର୍ଚ୍ଚ ୧୦ରେ ପରୀକ୍ଷା ସରିଛି । ୬ ହଜାର ଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କହିଛନ୍ତି ମନ୍ତ୍ରୀ ।

ସେହିପରି ରାଜ୍ୟରେ ସମୁଦାୟ ୫୩ ହଜାର ଶିକ୍ଷକ ନିଯୁକ୍ତି ହେବେ । ୨୦୨୬ ଜଣଙ୍କ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ସେହିପରି ୨୦୬୪ କିରାଣୀ ନିଯୁକ୍ତି ପାଇଁ ବି ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କହିଛନ୍ତି ମନ୍ତ୍ରୀ । ହାଇସ୍କୁଲରେ ଅତିରିକ୍ତ ଶ୍ରେଣୀ ଗୃହ କରିବାକୁ ପଞ୍ଚାୟତିରାଜ ବିଭାଗ ୨୮୦ କୋଟି ଟଙ୍କା ବଜେଟରେ ବ୍ୟବସ୍ଥା କରିଛି । ମୋ ସ୍କୁଲ ଜରିଆରେ ୮୦୫.୧୪ କୋଟି ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ୫୭୮ କୋଟି ଟଙ୍କା ବଜେଟରେ ବ୍ୟୟ ବରାଦ ରଖିଥିବା ନେଇ କହିଛନ୍ତି ମନ୍ତ୍ରୀ । ସେପଟେ ରାଜ୍ୟରେ ୧୦୨୪ ଯୁକ୍ତ ତିନି ବା ଡିଗ୍ରୀ କଲେଜ ଅଛି । ୨୯୩ ବ୍ଲକରେ ଯୁକ୍ତ ତିନି କଲେଜ ଥିବାବେଳେ ଅବଶିଷ୍ଟ ୨୧ ବ୍ଲକରେ ଡିଗ୍ରୀ କଲେଜ ଖୋଲିବାକୁ ବିଚାର ଚାଲିଥିବା ନେଇ ଗୃହକୁ ଅବଗତ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ।

ମାଟ୍ରିକ ଡ୍ରପ ଆଉଟ୍ ଛାତ୍ରଛାତ୍ରୀ ଦେବେ ସପ୍ଲିମେଣ୍ଟାରୀ ପରୀକ୍ଷା- ମନ୍ତ୍ରୀ ସମୀର ରଞ୍ଜନ ଦାଶ
ଭୁବନେଶ୍ବର: ଫର୍ମ ଫିଲପ୍ କରି ମାଟ୍ରିକ ପରୀକ୍ଷା ଦେଉ ନାହାନ୍ତି ଛାତ୍ରଛାତ୍ରୀ। ସେମାନଙ୍କ ପାଇଁ  ସପ୍ଲିମେଣ୍ଟାରୀ ପରୀକ୍ଷାର ବ୍ୟବସ୍ଥା କରାଯିବା ନେଇ ଗୃହରେ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବିବୃତି ରଖିଛନ୍ତି। ତେବେ ୨୦୨୧-୨୨ ରେ ୪୫ ହଜାର ପିଲା ମାଟ୍ରିକ ଦେଇ ନ ଥିଲେ।ବର୍ତ୍ତାମାନ ଏହି ସଂଖ୍ୟା କମିଛି। ମାଟ୍ରିକରେ ଚଳିତ ବର୍ଷ ୧୩୦୫୮ ପିଲା ଫର୍ମ ଫିଲପ୍ କରି ପରୀକ୍ଷା ଦେଇନାହାଁନ୍ତି। ଗତ ଶିକ୍ଷାବର୍ଷରେ ୨୦୨୧-୨୨ ରେ ୪୫ ହଜାର ପିଲା ଦେଇ ନ ଥିଲେ। ଏହି ହାର କମିଛି। ଯେଉଁ ପିଲା ମାନେ ପରୀକ୍ଷା ଦେଇନାହାନ୍ତି ସେମାନେ ଆସି କିପରି ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ ସେନେଇ ବ୍ୟବସ୍ଥା କରାଯାଉଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଖର୍ଚ୍ଚ ଦାବି ଆଲୋଚନା ବେଳେ ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଗୃହରେ ଉତ୍ତର ରଖଛନ୍ତି।

୭୧ ହଜାର ୬୧୮ ଛାତ୍ରଛାତ୍ରୀଙ୍କୁ ଦିଆଯିବ ମେଧାବୃତ୍ତି, ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସହ ସ୍କୁଲକୁ କରାଯିବ ପୁରସ୍କୃତ
ଭୁବନେଶ୍ୱର: ୨୦୨୩-୨୪ରେ ଶିକ୍ଷା ବିଭାଗକୁ ୨୨ ହଜାର କୋଟି ଟଙ୍କା ମଞ୍ଜୁର ହୋଇଛି। ଯାହାକି ଗତବର୍ଷ ତୁଳନାରେ ୫ ପ୍ରତିଶତ ଅଧିକ ରହିଛି । ଏନେଇ ଗଣଶିକ୍ଷା ବିଭାଗ ପ୍ରେସମିଟ୍‌ କରି ସୂଚନା ଦେଇଛି । ଗଣ ଶିକ୍ଷା ବିଭାଗରେ ୫୧ ହଜାର ୫୩୫ଟି ପଦବୀ ସୃଷ୍ଟି ହୋଇଛି । ୫ ଜିଲ୍ଲାର ୨୨୧ ବହୁଭାଷୀ ଶିକ୍ଷକଙ୍କ ଦରମା ୫ହଜାର ୩୭୯କୁ ବୃଦ୍ଧି ପାଇଛି । ୧୯୨୦ ପ୍ରଶିକ୍ଷକ ଓ ପ୍ରଶିକ୍ଷକାଙ୍କ ମାସିକ ପାରିତୋଷିକ ବଢ଼ାଯାଇଛି । ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୨୩୭ ଛାତ୍ରାବାସ ପ୍ରତିଷ୍ଠା ପାଇଁ ଅର୍ଥ ମଞ୍ଜୁର ହୋଇଛି । ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ୧୩୯ କୋଟି ଟଙ୍କା ଦିଆଯାଇଛି।

୭୧ ହଜାର ୬୧୮ ଛାତ୍ରଛାତ୍ରୀଙ୍କୁ ଦିଆଯିବ ମେଧାବୃତ୍ତି। ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସହ ସ୍କୁଲକୁ ମଧ୍ୟ ପୁରସ୍କୃତ କରାଯିବ । ଗ୍ରାମ ପଞ୍ଚାୟତ, ଏସଏଚଜିଙ୍କୁ ମଧ୍ୟ ପୁରସ୍କୃତ କରାଯିବ । ଛାତ୍ରଛାତ୍ରୀଙ୍କୁ ସାଇକେଲ ପାଇଁ ଦିଆଯିବ ସାଢ଼େ ୩ ହଜାର ଟଙ୍କା । ସ୍କୁଲ ୟୁନିଫର୍ମ ପାଇଁ ୬୦୦ ପରିବର୍ତ୍ତେ ଦିଆଯିବ ୧ ହଜାର ଟଙ୍କା । ଶିଶୁଲେଖା ପାଇଁ ଆର୍ଥିକ ବ୍ୟବସ୍ଥା କରାଯାଇଛି। ଛାତ୍ରଛାତ୍ରୀଙ୍କୁ ନୋଟବୁକ୍ ସହ ଡାଏରୀ ଦିଆଯିବା ସହ ନବନିଯୁକ୍ତ ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦିଆଯିବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

ମାଟ୍ରିକ ପରୀକ୍ଷା କେନ୍ଦ୍ର ପରିଦର୍ଶନ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ
ଭୁବନେଶ୍ବର : ଆଜି ଠାରୁ ଆରମ୍ଭ ହୋଇଛି ମାଟ୍ରିକ ସମେଟିଭ ୨ ପରୀକ୍ଷା। ଭୁବନେଶ୍ୱର ଡୁମଡୁମା ନିକଟରେ ଥିବା ସୟଦ ମମତାଜ ଅଲି ହାଇସ୍କୁଲ ପରୀକ୍ଷା କେନ୍ଦ୍ର ପରିଦର୍ଶନ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଶାନ୍ତି ଶୃଙ୍ଖଳା ସହ ପରୀକ୍ଷା ଆରମ୍ଭ ହୋଇଛି। ପିଲାମାନେ ପ୍ରଶ୍ନ ପତ୍ର ପାର୍ଟନ ପୂର୍ବରୁ ଜାଣିଛନ୍ତି। ସମେଟିଭ – ୧ ପରୀକ୍ଷା ଦେଇଛନ୍ତି। ତେଣୁ ଡ଼ରିବାର ଆବଶ୍ୟକତା ନାହିଁ। ପିଲାମାନେ ନିଶ୍ଚିତ ଭାବେ ଭଲ କରିବେ ବୋଲି କହିଛନ୍ତି ମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇଚ୍ଛା ଆମ ପିଲା ମାନେ ଭଲ ପାଠ ପଢ଼ିବେ, ଆଗକୁ ଯିବେ। ପରୀକ୍ଷା ସମୟରେ ଛାତ୍ର ଛତ୍ରୀମାନଙ୍କୁ ପଥଭ୍ରଷ୍ଟ କରିବା ପାଇଁ କିଛି ଅସମାଜିକ ବ୍ୟକ୍ତି ସୋସିଆଲ ମିଡ଼ିଆ ରେ ପ୍ରଶ୍ନପତ୍ର ଭାଇରାଲ କରିଥାନ୍ତି। ସାଇବର ଥାନାରେ ଏତଲା ଦିଆଯାଇଛି। ଯେଉଁମାନେ ଏଭଳି କରୁଛନ୍ତି ସେମାନଙ୍କ ଉପରେ ଦୃଢ଼ କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ଆସନ୍ତାକାଲି ମାଟ୍ରିକ ପରୀକ୍ଷା, ୫ଲକ୍ଷ ୪୧ ହଜାର ୨୪୭ ଛାତ୍ରଛାତ୍ରୀ ଦେବେ ପରୀକ୍ଷା
ଭୁବନେଶ୍ବର : ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ମ୍ୟାଟ୍ରିକ ପରୀକ୍ଷା। ଏହା ମାର୍ଚ୍ଚ ୨୦ ଯାଏ ଚାଲିବ। ଏହା ମାଟ୍ରିକ ଦ୍ଵିତୀୟ ସମ୍ମେଟିଭ ପରୀକ୍ଷା। ଚଳିତ ଥର ୫ ଲକ୍ଷ ୪୧ ହଜାର ୨୪୭ ଛାତ୍ର ଛାତ୍ରୀ ୩୨୧୮ ସେଣ୍ଟରରେ ମାଟ୍ରିକ ପରୀକ୍ଷା ଦେବେ। ୨୨ ପୋଲିସ ଷ୍ଟେସନକୁ ମିଶାଇ ହୋଇଥିବା ୩୧୬ ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ପହଂଚି ଷ୍ଟ୍ରଙ୍ଗ ରୁମରେ ରଖାଯାଇଛି। ସେଠାରୁ ପ୍ରତି ଦିନ ସକାଳେ ପୋଲିସ ସୁରକ୍ଷା ସହ ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ପଠାଯିବ।

ଚଳିତ ଥର କପି ରୋକିବାକୁ ବିଶେଷ ପଦକ୍ଷେପ ନିଆଯାଇଛି। ଖରା ପାଇଁ ବିଶେଷ ପଦକ୍ଷେପ ନିଆଯାଇଛି। ସକାଳ ୮ରୁ ୧୦ ଯାଏ ପରୀକ୍ଷା ହେବ। ସକାଳ ୭ ସୁଦ୍ଧା ଏଣ୍ଟ୍ରି କରିବାକୁ ହେବ। 57 ଟି କେନ୍ଦ୍ରୀୟ ସ୍କ୍ୱାର୍ଡ ଚେକିଂ ପାଇଁ ଗଠନ କରାଯାଇଛି। ସ୍କୁଲ ଗୁଡିକରେ ସିସିଟିଭି ବ୍ୟବସ୍ଥା କରାଯାଇଛି। ଯେଉଁ ସେଣ୍ଟରରେ ସମ୍ମିଟିଭ ୧ ପରୀକ୍ଷା ହୋଇଥିଲା। ସେଠାରେ ହିଁ ସମ୍ମେଟିଭ ୨ ପରୀକ୍ଷା ହେବ। ପୂର୍ବ ବର୍ଷ ଗୁଡିକରେ ଯେଉଁଠି କପି ଖବର ଆସିଥିଲା। ସେଠାରେ ସେଣ୍ଟର ପରିବର୍ତନ କରାଯାଇଛି। ସମୀର ରଞ୍ଜନ ଦାଶ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ।

ମାର୍ଚ୍ଚ ୧୦ରୁ ଦଶମ ପରୀକ୍ଷା: କପି ରୋକିବା ପାଇଁ ସେଣ୍ଟର ଗୁଡ଼ିକୁ ଅଚାନକ ଗସ୍ତ କରିବେ ସ୍ୱତନ୍ତ୍ର ସ୍କ୍ୱାର୍ଡ
ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୧୦ରୁ ୧୭ ଯାଏ ହେବ ମାଟ୍ରିକ ପରୀକ୍ଷା। ଏଥର କପି ରୋକିବାକୁ ସ୍ୱତନ୍ତ୍ର ସ୍କ୍ୱାର୍ଡ ବ୍ୟବସ୍ଥା କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ପରୀକ୍ଷା ସେଣ୍ଟର ଗୁଡ଼ିକୁ ସ୍କ୍ୱାର୍ଡ ଅଚାନକ ଗସ୍ତ କରିବେ। ଯାହାର ଗତିବିଧି ସମ୍ପର୍କରେ କେହି ଜାଣି ନଥିବେ।  ପ୍ରଶ୍ନପତ୍ର ହବ୍‌କୁ ଯାଇଛି । ଯେତେ ସମ୍ଭବ ସିସିଟିଭି ଲଗାଇବାକୁ କୁହାଯାଇଛି। ଜିଲ୍ଲା ପ୍ରଶାସନ ସହ ବି ସହଯୋଗ ପାଇଁ ଆଲୋଚନା ହୋଇଛି । ହବ୍‌କୁ ପରୀକ୍ଷା ସେଣ୍ଟର ଯାଏ ପ୍ରଶ୍ନପତ୍ର ନେବାକୁ ସ୍ୱତନ୍ତ୍ର ଲୋକଙ୍କୁ ଦାୟିତ୍ୱ ଦିଆଯାଇଛି । ଶୃଙ୍ଖଳା ସହ ପରୀକ୍ଷା ହେବ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ। ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ ।

ଚଳିତ ଶିକ୍ଷାବର୍ଷରେ ସାମିଲ ହେବନି କୌଣସି ନୂଆ ପାଠ୍ୟକ୍ରମ; ବର୍ଷକୁ ଚାରିଥର ହେବ ଅଭିଭାବକ ଓ ଶିକ୍ଷକଙ୍କ ମଧ୍ୟରେ ବୈଠକ
ଭୁବନେଶ୍ବର: ଚଳିତ ଶିକ୍ଷାବର୍ଷରେ ସାମିଲ ହେବନି କୌଣସି ନୂଆ ପାଠ୍ୟକ୍ରମ । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେହିପରି ପୂର୍ବରୁ ବର୍ଷକୁ ଦୁଇଥର ଅଭିଭାବକ ଓ ଶିକ୍ଷକ ବୈଠକ ବସୁଥିଲା । ଏବେ ବର୍ଷକୁ ଚାରିଥର ବସିବ ବୋଲି ମନ୍ତ୍ରୀ କହିଛନ୍ତି ।

ଏହାର ମୂଳ ଉଦେଶ୍ୟ ହେଉଛି, ପିଲାମାନେ ସ୍କୁଲରେ ଯେତିକି ସମୟ ରହି ପଢୁଛନ୍ତି, ଏହାଠୁ ଘରେ ଅଧିକ ସମୟ ରହୁଛନ୍ତି । ଅଭିଭାବକ ଘରେ କିପରି ପିଲାଙ୍କୁ ଅଧିକ ଫୋକସ ଦେଇପାରିବେ, ଘରେ ଶିକ୍ଷାର ବାତାବରଣ ଦେଇପାରିବେ, ତା’ଉପରେ ଗୁରୁତ୍ବ ଦେବାକୁ ଏହି ବୈଠକ ହେଉଛି । ପିଲାଙ୍କ ପଢ଼ା ପ୍ରତି ସ୍କୁଲ ଯେତିକି ଯତ୍ନବାନ, ଅଭିଭାବକ ମଧ୍ୟ ସେତିକି ଯତ୍ନବାନ ହେବା ଦରକାର ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।

ଆସନ୍ତା ଶିକ୍ଷା ବର୍ଷରୁ ୪୦ ହାଇସ୍କୁଲରେ ଖୋଲିବ ଏକାଦଶ ପାଠ୍ୟକ୍ରମ- ସମୀର ରଞ୍ଜନ ଦାଶ
ଭୁବନେଶ୍ୱର: ଏଣିକି ହାଇସ୍କୁଲରେ ପଢିବେ ଏକାଦଶ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀ । ଏଥିପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଏକାଦଶ ଶ୍ରେଣୀ ପାଇଁ ଆରମ୍ଭ ହୋଇଛି ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା । ୨୦୨୩-୨୪ ଶିକ୍ଷାବର୍ଷରୁ ୪୦ଟି ହାଇସ୍କୁଲରେ ଯୁକ୍ତ ଦୁଇ ଶ୍ରେଣୀ ଖୋଲିବ ବୋଲି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣି ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ । ପୂର୍ବରୁ ଘରଠାରୁ ଦୂରକୁ ଯାଇ ଉଚ୍ଚ ମାଧ୍ୟମିକ ଶିକ୍ଷା ଗ୍ରହଣ କରିବାକୁ ପଡୁଥିଲା । ଯେଉଁଥି ପାଇଁ ପିଲାଙ୍କ ପାଠ ପଢ଼ାରେ ଅସୁବିଧା ହେଉଥିଲା ।

ଡ୍ରପ୍ଆଉଟ୍ ବଢ଼ିବା ସାଙ୍ଗକୁ ପାଠ ଛାଡୁଥିଲେ ଗରିବ ପିଲା। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ହେଉଛି କୌଣସି ବି ପିଲା ଅଶିକ୍ଷିତ ନରୁହନ୍ତୁ। ଯେଉଁ ସ୍ଥାନରେ କଲେଜ ସୁବିଧା ନାହିଁ, ପିଲାମାନଙ୍କୁ ଯିବା ପାଇଁ ବାଟ ଦୂର ପଡୁଛି ସେହିଭଳି ଅଞ୍ଚଳରେ ଯୁକ୍ତ ଦୁଇ ଶ୍ରେଣୀ ଖୋଲିବ। ହେଲେ ଏବେ ହାଇସ୍କୁଲରେ ଛାତ୍ରଛାତ୍ରୀଙ୍କୁ ପଢାଇବାକୁ ପ୍ରସ୍ତୁତ ହୋଇଛି ଖସଡ଼ା। ପ୍ରଥମ ପର୍ଯ୍ଯୟରେ ୪୦ଟି ଉଚ୍ଚ ମାଧ୍ୟମିକ ସ୍କୁଲକୁ ଅପଗ୍ରେଡ୍ କରାଯିବ। ବର୍ତ୍ତମାନ ଉଚ୍ଚଶିକ୍ଷା ଅଧୀନରେ ଥିବା ଅଧ୍ୟାପକମାନେ ଉଚ୍ଚ ମାଧ୍ୟମିକ ସ୍କୁଲରେ ପଢାଉଛନ୍ତି । ଯେଉଁଥି ପାଇଁ ନିଜସ୍ବ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଲାଗି ପଡ଼ିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଏଯାଏ ୫୩ ଜଣଙ୍କୁ ନିଯୁକ୍ତି ମିଳି ସାରିଛି । ଆବଶ୍ୟକ ପଡ଼ିଲେ, ଅତିଥି ଅଧ୍ୟାପକଙ୍କ ଦ୍ବାରା ଶିକ୍ଷାଦାନ କରାଯିବ ।

ସ୍କୁଲର ରୂପାନ୍ତରଣ ହେବା ପରେ ହାଇସ୍କୁଲରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପାଇଁ ପର୍ୟ୍ୟାପ୍ତ ଭିତ୍ତିଭୂମି ରହିଛି । ଅନ୍ୟପଟେ ସ୍କୁଲ ଅପଗ୍ରେଡେସନ୍ ପ୍ରକ୍ରିୟାକୁ ସ୍ବାଗତ କରିଛନ୍ତି ଶିକ୍ଷକ । ପ୍ରଥମେ ୪୦ ଟି ସ୍କୁଲରେ ଯୁକ୍ତ ଦୁଇ ଖୋଲିବ ଏବଂ ପର୍ଯ୍ଯାୟକ୍ରମେ ୧୦୦ଟି ସ୍କୁଲରେ ଖୋଲିବା ପାଇଁ ବ୍ୟବସ୍ଥା ହେବ।

ଗୁଣାତ୍ମକ ଶୈକ୍ଷିକ ବ୍ୟବସ୍ଥାକୁ ନବୀନଙ୍କ ଗୁରୁତ୍ୱ: ବର୍ଷ ଶେଷ ସୁଦ୍ଧା ନିଯୁକ୍ତ ହେବେ ଆହୁରି ୭,୫୦୦ ଶିକ୍ଷକ
ଭୁବନେଶ୍ୱର: ଶିକ୍ଷା ଗୋଟିଏ ଜାତିର ଭାଗ୍ୟ ପରିବର୍ତ୍ତନ କରିବାର କ୍ଷମତା ରଖେ। ଶିକ୍ଷା ଦ୍ୱାରା ହିଁ ରାଷ୍ଟ୍ରର ସାମଗ୍ରିକ ବିକାଶ ସମ୍ଭବ। ତେଣୁ ଗୁଣାତ୍ମକ ଶିକ୍ଷାକୁ ସର୍ବଦା ପ୍ରାଥମିକତା ଦେଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିକ୍ଷା ରୁପାନ୍ତରଣରେ ଆଉ ଏକ ଅଧ୍ୟାୟ ସୃଷ୍ଟି କରିବାକୁ ଯାଉଛନ୍ତି। ଦୁଇ ପର୍ଯ୍ୟାୟର ଶିକ୍ଷକ ନିଯୁକ୍ତି ସାରିବା ପରେ ତୃତୀୟ ପର୍ଯ୍ୟାୟ ହାଇସ୍କୁଲ ଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶକ୍ରମେ ତୃତୀୟ ପର୍ଯ୍ୟାୟରେ ଆଉ ସାଢ଼େ ସାତ ହଜାର ହାଇସ୍କୁଲ ଶିକ୍ଷକ ନିଯୁକ୍ତି କରିବାକୁ ବିଭାଗ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ନଭେମ୍ବର ଶେଷ ସୁଦ୍ଧା ଏନେଇ ବିଜ୍ଞପ୍ତି ପ୍ରକାଶ କରିବାକୁ ବିଭାଗ ଲକ୍ଷ୍ୟ ରଖିଛି। ତୃତୀୟ ପର୍ଯ୍ୟାୟ ନିଯୁକ୍ତିରେ ଦ୍ୱିତୀୟ ପର୍ଯ୍ୟାୟର ପ୍ରକାଶ ପାଇଥିବା ୧୧ ହଜାର ୪୦୩ଶହ ପଦରୁ ୬ ହଜାର ୮୯୧ ପଦ ପୂରଣ ହେବା ପରେ ଅବଶିଷ୍ଟ ୪,୩୧୨ ସହିତ ଆହୁରି ପ୍ରାୟ ୩ ହଜାର ପଦକୁ ମିଶାଇ ପାଖାପାଖି ୭ ହଜାର ୫ଶହ ପଦରେ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ।

ଚଳିତ ଥର ନିଯୁକ୍ତି ପ୍ରକ୍ରିୟାରେ ମଧ୍ୟ ବ୍ୟାପକ ସ୍ୱଚ୍ଛତା ପଦ୍ଧତ୍ତି ଅବଲମ୍ବନ କରାଯିବ। ନୂଆ ପ୍ରକ୍ରିୟାରେ ମେରିଟ୍‍ ଟ୍ରାକ୍‍ ସଂସ୍ଥାକୁ ବାଦ୍‍ ଦିଆଯିବ। ତୃତୀୟ ପର୍ଯ୍ୟାୟ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଏସଏସବି(କର୍ମଚାରୀ ଚୟନ ବୋର୍ଡ଼) ଦ୍ୱାରା ତ୍ୱରାନ୍ୱିତ ଲାଗି ବିଭାଗ ପଦକ୍ଷେପ ଗ୍ରହଣ କରୁଛି। ତେବେ ୨୦୨୩ ସୁଦ୍ଧା ୩ୟ ପର୍ଯ୍ୟାୟ ନିଯୁକ୍ତି ପ୍ରକ୍ରିୟା ସରିବା ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଲକ୍ଷ୍ୟ ରଖିଛି। ପ୍ରଥମ ପର୍ଯ୍ୟାରେ ୬ ହଜାର ୧୩୧ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୬,୮୯୧ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି।

ଯୁକ୍ତ ଦୁଇରେ ଗତ ବର୍ଷ ଭଳି ଏଥର ମଧ୍ଯ ହେବ ତ୍ରୈମାସିକ ପରୀକ୍ଷା
ଭୁବନେଶ୍ୱର: ଏଥର ଯୁକ୍ତ ଦୁଇରେ ଗତ ବର୍ଷ ଭଳି ତ୍ରୈମାସିକ ବା କ୍ଵାଟର ଏଣ୍ଡ ପରୀକ୍ଷା ଅନୁଷ୍ଠିତ ହେବ। ଗଣଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଜୁନ ୧୮ ରୁ କଲେଜ ଖୋଲିଥିଲେ ସୁଦ୍ଧା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କ୍ଵାଟର ଏଣ୍ଡ ପରୀକ୍ଷା ହେବ ନା ନାହିଁ ସ୍ପଷ୍ଟ କରି ନ ଥିଲା। ଫଳରେ ପିଲାମାନେ ଚିନ୍ତାରେ ଥିଲେ। ଆଜି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଥିଓରୀ ପାଇଁ ୨୦ ଓ ପ୍ରାକ୍ଟିକାଲ ପାଇଁ ୧୦ ମାର୍କ ର ପରୀକ୍ଷା ହେବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଖୁବ୍ ଶୀଘ୍ର CHSE ପରୀକ୍ଷା ଡେଟ ଘୋଷଣା କରିବ ବୋଲି ସୂଚନା ମିଳିଛି।

ଶିକ୍ଷା ରୂପାନ୍ତରଣରେ ଯୋଡ଼ିହେବ ଆଉ ଏକ ଫର୍ଦ୍ଦ: ଆଜି ୬ ହଜାର ୮୯୧ ହାଇସ୍କୁଲ ଶିକ୍ଷକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ ମୁଖ୍ଯମନ୍ତ୍ରୀ
ଭୁବନେଶ୍ୱର: ବିଭିନ୍ନ ମାଧ୍ୟମିକ ସ୍କୁଲରେ ନବ ନିଯୁକ୍ତ ହିନ୍ଦୀ, ସଂସ୍କୃତ, ପିଇଟି, ଟିଜିଟି ଓ ତେଲୁଗୁ ଶିକ୍ଷକଙ୍କ ଓରିଏଣ୍ଟେସନ୍‍ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହେବ। ଏଥିରେ ନୂତନ ଭାବେ ନିଯୁକ୍ତି ପାଇଥିବା ୬୮୯୧ଜଣ ଶିକ୍ଷକ ଅଂଶଗ୍ରହଣ କରିବେ। ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍‍ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଓ ନବ ନିଯୁକ୍ତ ଶିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିକ୍ଷକତାର ଗୁରୁମନ୍ତ୍ର ପ୍ରଦାନ କରିବେ।

ହାଇସ୍କୁଲ ରୂପାନ୍ତରଣରେ ଭିତ୍ତିଭୂମିର ବିକାଶ ପରେ ଏବେ ଶିକ୍ଷକ ନିଯୁକ୍ତିକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ବିଦ୍ୟାଳୟ ରୂପାନ୍ତରଣ ଭଳି ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ମଧ୍ୟ ରାଜ୍ୟ ସରକାର ବ୍ୟାପକ ପରିବର୍ତ୍ତନ ଓ ସ୍ୱଚ୍ଛ ପଦ୍ଧତି ଅବଲମ୍ବନ କରିଛନ୍ତି। ରାଜ୍ୟରେ ୧୧୪୦୩ ଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସିବିଟି ମାଧ୍ୟମରେ ଶିକ୍ଷକଙ୍କ ଦକ୍ଷତା ଅନୁଯାୟୀ ଶିକ୍ଷକଙ୍କୁ ଚୟନ କରାଯାଇଥିବାବେଳେ ତିନି ପର୍ଯ୍ୟାୟରେ ସେମାନଙ୍କ ଡକ୍ୟୁମେଣ୍ଟ ଯାଞ୍ଚ କରାଯାଇଛି। ନିଯୁକ୍ତି ପାଇଁ ଚୟନ ହୋଇଥିବା ୬୮୯୧ ଶିକ୍ଷକଙ୍କୁ ଆସନ୍ତାକାଲି ନିଯୁକ୍ତିପତ୍ର ଦିଆଯିବା ସହିତ ସେମାନଙ୍କର ଓରିଏଣ୍ଟେସେନ୍‍ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥି ଲାଗି କଳିଙ୍ଗ ଷ୍ଟାଡିୟମରେ ଭବ୍ୟ ଆୟୋଜନ କରାଯାଇଛି। ଅପରାହ୍ଣ ୩ଟାରୁ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଥିବାବେଳେ ୫ଟାରେ ମୁଖ୍ୟମନ୍ତ୍ରୀ ଯୋଗଦେବେ। ନିଯୁକ୍ତି ପତ୍ର ବାଣ୍ଟିବା ସହ ନବ ନିଯୁକ୍ତ ଶିକ୍ଷକମାନଙ୍କୁ ଗୁରୁମନ୍ତ୍ର ଦେବେ ମୁଖ୍ୟମନ୍ତ୍ରୀ।

ସୂଚନା ଅନୁସାରେ ଅପରାହ୍ଣ ୧ଟା ସୁଦ୍ଧା ଶିକ୍ଷକମାନେ କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିବେ। ସେମାନଙ୍କ ଯିବା ଆସିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ସମସ୍ତ ଶିକ୍ଷକ ଡ୍ରେସକୋଡ଼ରେ ଆସିବା ସହିତ ଷ୍ଟାଡିୟମରେ ପ୍ରବେଶ ପାଇଁ ସେମାନଙ୍କୁ ଅସ୍ଥାୟୀ ପରିଚୟ ପତ୍ର ପ୍ରଦାନ କରାଯାଇଛି। କଳାହାଣ୍ଡି ଜିଲ୍ଲାରେ ସର୍ବାଧିକ ୫୭୩ ଜଣ ଶିକ୍ଷକ ନିଯୁକ୍ତି ପାଇଥିବା ବେଳେ ବାଲେଶ୍ୱରରେ ୫୪୯, ଗଞ୍ଜାମରେ ୪୧୩, ମୟୂରଭଞ୍ଜରେ ୪୨୨ ଆଦିକୁ ମିଶାଇ ସର୍ବମୋଟ ୬,୮୯୧ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ଷ୍ଟାଡିୟମ୍‍କୁ ପ୍ରବେଶ ବେଳେ ଶିକ୍ଷକମାନେ କେବଳ ମୋବାଇଲ୍‍, ଆଧାରକାର୍ଡ଼, ପର୍ସ ଓ ପରିଚୟ ପତ୍ର ସାଙ୍ଗରେ ନେବା ପାଇଁ ଅନୁମତି ଦିଆଯିବ। ଏହି କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସମେତ ବିଭାଗୀୟ ସଚିବ, ନିର୍ଦ୍ଦେଶକ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ମାଟ୍ରିକ୍‍ ପରୀକ୍ଷାରେ ଉତ୍ତୀର୍ଣ୍ଣ କୃତୀ ଛାତ୍ରଛାତ୍ରୀଙ୍କୁ ‘ସକାଳ’ ଓ ‘ନନ୍ଦିଘୋଷ ଟିଭି’ ପରିବାର ପକ୍ଷରୁ ସମ୍ବର୍ଦ୍ଧନା
ଭୁବନେଶ୍ୱର: ମାଟ୍ରିକ୍‍ ପରୀକ୍ଷାରେ ଉତ୍ତୀର୍ଣ୍ଣ କୃତୀ ଛାତ୍ରଛାତ୍ରୀଙ୍କୁ ‘ସକାଳ’ ଓ ‘ନନ୍ଦିଘୋଷ ଟିଭି’ ପରିବାର ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ମାଟ୍ରିକ ଉତ୍କର୍ଷ ସମ୍ମାନ-୨୦୨୨ ଶୀର୍ଷକ କାର୍ଯ୍ଯକ୍ରମରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଯୋଗଦେଇ ଆଜିର ମେଧାବୀ ଛାତ୍ରଛାତ୍ରୀ ଆସନ୍ତା ପରୀକ୍ଷାରେ ବି ଭଲ କରିବେ ବୋଲି କହିଛନ୍ତି । ଆଗାମୀ ପରୀକ୍ଷାରେ ଭଲ କରି ନିନ୍ଦୁକଙ୍କ ମୁହଁ ବନ୍ଦ କରିଦେବେ ଛାତ୍ରଛାତ୍ରୀ । ‘ସକାଳ’ ଓ ‘ନନ୍ଦିଘୋଷ ଟିଭି’ର ପ୍ରୟାସକୁ ପ୍ରଶଂସା କରିଥିଲେ ମନ୍ତ୍ରୀ । ଅଭିଭାବକଙ୍କୁ ମନ୍ତ୍ରୀ ସମୀର ଦାଶ ଦେଇଛନ୍ତି ପରାମର୍ଶ । ପିଲାଙ୍କ ଆଗ୍ରହକୁ ଗୁରୁତ୍ୱ ଦିଅନ୍ତୁ, ନିଜର ଇଚ୍ଛାକୁ ଲଦି ଦିଅନ୍ତୁନି ବୋଲି ସେ କହିଛନ୍ତି । କାର୍ୟ୍ୟକ୍ରମରେ ରୁଚିର ପ୍ରତିଷ୍ଠାତା ଶରତ ଚନ୍ଦ୍ର ସାହୁ ପିଲାମାନଙ୍କୁ ନିଜ ସ୍ୱପ୍ନ ପୂରଣ ପାଇଁ ସଙ୍କଳ୍ପ ପଥରେ ଆଗେଇବାକୁ ପରାମର୍ଶ ଦେଇଥିଲେ ।

ସକାଳ ଓ ନନ୍ଦିଘୋଷର ଏହି କାର୍ଯ୍ଯକ୍ରମରେ ସମସ୍ତ ୩୦ ଜିଲ୍ଲାରେ ସର୍ବାଧିକ ନମ୍ବର ରଖି ପାସ୍ କରିଥିବା ୩ ଜଣ ଲେଖାଏଁ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଭୁବନେଶ୍ବର ଜୟଦେବ ଭବନରେ ୧୬ଟି ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କାରଯାଇଥିବା ବେଳେ ସମ୍ବଲପୁରଠାରେ ୧୪ଟି ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । କିଛି ଦକ୍ଷ ତଥା ଆଦର୍ଶ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରିଛି ସକାଳ ଓ ନନ୍ଦିଘୋଷ ଟିଭି ପରିବାର । ଏହି କାର୍ଯ୍ଯକ୍ରମରେ ଗଣଶିକ୍ଷା ମନ୍ତ୍ରୀଙ୍କ ସହ ସକାଳ ସିଇଓ ସୁବ୍ରତ ଦାସ୍, ନନ୍ଦିଘୋଷ ଟିଭିର ମୁଖ୍ୟ ସମ୍ପାଦକ ଶିଶିର ଭଟ୍ଟମିଶ୍ର, ନନ୍ଦିଘୋଷ ଟିଭି ସିଓଓ ଜବର ସିଂ ପନବର, ସକାଳ ପ୍ରକାଶକ ଅମିତ ମଲ୍ଲିକ, ସକାଳର କାର୍ଯ୍ଯନିର୍ବାହୀ ସମ୍ପାଦକ ସମରେନ୍ଦୁ ଦାସ୍ ଉପସ୍ଥିତ ରହି ସଫଳତା ପାଇଥିବା ମାଟ୍ରିକ୍ ପରୀକ୍ଷାର୍ଥୀ ଓ ସଂପୃକ୍ତ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଭୁବନେଶ୍ୱର ଭଳି ସମ୍ବଲପୁରରେ ମଧ୍ୟ ‘ସକାଳ’ ଓ ‘ନନ୍ଦିଘୋଷ ଟିଭି’ ପରିବାର ପକ୍ଷରୁ ମାଟ୍ରିକ୍ ଉତ୍କର୍ଷ ସମ୍ମାନ-୨୦୨୨ର ଆୟୋଜନ କରାଯାଇଥିଲା ।