KIIT University - The Sakala

କିଟ୍‍ ବିଶ୍ୱବିଦ୍ୟାଳୟ ଭାରତର ପ୍ରଥମ ‘କ୍ୟୁଏସ୍‍ ଫାଇଭ୍‍ ଷ୍ଟାର ରେଟେଡ୍‍’ ବିଶ୍ୱବିଦ୍ୟାଳୟ
ଭୁବନେଶ୍ୱର: କିଟ୍‍ ବିଶ୍ୱବିଦ୍ୟାଳୟ ଭାରତର ପ୍ରଥମ ‘କ୍ୟୁଏସ୍‍ ଫାଇଭ୍‍ ଷ୍ଟାର ରେଟେଡ୍‍’ ବିଶ୍ୱବିଦ୍ୟାଳୟ । କ୍ୟୁଏସ୍‍ ୱାର୍ଲ୍ଡ ରାଙ୍କିଙ୍ଗରେ କିଟକୁ ସର୍ବୋଚ୍ଚ ସ୍ଥାନ ପ୍ରଦାନ କରାଯାଇଛି। ଏହି ରାଙ୍କିଙ୍ଗ ପ୍ରଦାନ କରାଯିବା ପରେ ମାନ୍ୟତା ପ୍ରାପ୍ତ ହୋଇଛି। କ୍ୟୁଏସ୍‍ ମାନଦଣ୍ଡର ସମସ୍ତ ବର୍ଗରେ କିଟକୁ ଫାଇଭ୍‍ ଷ୍ଟାର ପ୍ରଦାନ କରାଯାଇଛି । କ୍ୟୁଏସ୍‍ ୱାର୍ଲ୍ଡ ରାଙ୍କିଙ୍ଗରେ ବିଶ୍ୱର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଅନୁଷ୍ଠାନକୁ ବିଭିନ୍ନ ମାନଦଣ୍ଡରେ ମାନ୍ୟତା ପ୍ରଦାନ କରିଥାନ୍ତି। କ୍ୟୁଏସ୍‍ ୱାର୍ଲ୍ଡ ରାଙ୍କିଙ୍ଗ ‘ଷ୍ଟାର’ ମାନ୍ୟତା ମଧ୍ୟ ପ୍ରଦାନ କରିଥାଏ।

ଏଥିରେ ଚଳିତବର୍ଷ ସମଗ୍ର ଭାରତରୁ କିଟ୍‍ ବିଶ୍ୱବିଦ୍ୟାଳୟକୁ ସର୍ବୋଚ୍ଚ ମାନ୍ୟତା ଫାଇଭ୍‍ ଷ୍ଟାର ପ୍ରଦାନ କରାଯାଇଛି। କ୍ୟୁଏସ୍‍ ଫାଇଭ୍‍ ଷ୍ଟାର ମାନ୍ୟତା ପାଇବାରେ କିଟ୍‍ ଭାରତର ଏକମାତ୍ର ଅନୁଷ୍ଠାନ। କିଟ୍‍ ସମଗ୍ର ବିଶ୍ୱରେ ନିଜର ଗୁଣାତ୍ମକ ଶିକ୍ଷାଦାନ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବାରୁ ବିଶ୍ୱର ବିଭିନ୍ନ ସଂସ୍ଥା ଏହାକୁ ସମୟକୁ ସମୟ ବିଭିନ୍ନ ମାନଦଣ୍ଡରେ ମୂଲ୍ୟାୟନ କରି ମାନ୍ୟତା ପ୍ରଦାନ କରିଥାନ୍ତି । କ୍ୟୁଏସ୍‍ ଇଣ୍ଟେଲିଜେନ୍ସବ ଶାଖା ଦ୍ୱାରା କ୍ୟୁଏସ୍‍ ଷ୍ଟାର ରେଟିଂ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥାଏ।

ଆନ୍ତର୍ଜାତୀୟ ମାନଦଣ୍ଡ ଅନୁସାରେ ପ୍ରମୁଖ ପ୍ରଦର୍ଶନ ସୂଚକାଙ୍କ କ୍ଷେତ୍ରରେ ବିଶ୍ୱର ବିଭିନ୍ନ ବିଶ୍ୱବିଦ୍ୟାଳୟର ବିସ୍ତୃତ ମୂଲ୍ୟାୟନ କରାଯିବା ପରେ ଏହି ରାଙ୍କିଙ୍ଗ ପ୍ରଦାନ କରାଯାଇଥାଏ । ଏହି ସଫଳତାରେ ସନ୍ତୋଷ ବ୍ୟକ୍ତ କରି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି, କିଟ୍‍ ତାର ଉତ୍କର୍ଷତା ଓ ବିବିଧତା ପାଇଁ କ୍ୟୁଏସ୍‍ ଷ୍ଟାର୍‍ ରେଟିଂ ସିଷ୍ଟମ୍‍ ଦ୍ୱାରା ଭାରତରେ ପ୍ରଥମ ଥର ଲାଗି ଫାଇଭ୍‍ ଷ୍ଟାର ମାନ୍ୟତା ପାଇପାରିଛି। ଏହି ମାନ୍ୟତା ବଜାୟ ରଖିବା ପାଇଁ ଆମେ ଆମର ପ୍ରୟାସ ଜାରି ରଖିବୁ ବୋଲି କହିଛନ୍ତି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା।

କିଟ୍‍ ବିଶ୍ୱବିଦ୍ୟାଳୟ ପରିସରରେ ଇଣ୍ଡିଆନ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଲ (ଆଇଆଇଏଲ୍‍)ର ଭିତ୍ତିପ୍ରସ୍ତର ସ୍ଥାପନ
ଭୁବନେଶ୍ବର : ଇଣ୍ଡିଆନ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଲ (ଆଇଆଇଏଲ୍‍)ର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଆଜି କିଟ୍‍ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସୁପ୍ରିମ୍‍କୋର୍ଟ ବିଚାରପତି ଜଷ୍ଟିସ୍‍ ଉଦୟ ଉମେଶ ଲଳିତ, ଜଷ୍ଟିସ୍‍ ଭୂଷଣ ରାମକ୍ରିଷ୍ଣା ଗଭାଇ, ଜଷ୍ଟିସ୍‍ ଭି ରାମସୁବ୍ରମଣ୍ୟମ୍‍, ବାର୍‍ କାଉନ୍‍ସିଲ୍‍ ଅଫ୍‍ ଇଣ୍ଡିଆ ତଥା ବାର୍‍ କାଉନ୍‍ସିଲ୍‍ ଅଫ୍‍ ଇଣ୍ଡିଆ ଟ୍ରଷ୍ଟର ଅଧ୍ୟକ୍ଷ ମନନ କୁମାର ମିଶ୍ର, ଓଡ଼ିଶାର ଆଡ୍‍ଭୋକେଟ୍‍ ଜେନେରାଲ ତଥା ଓଡ଼ିଶା ବାର୍‍ କାଉନ୍‍ସିଲ୍‍ ସ୍ୱତନ୍ତ୍ର କମିଟି ଅଧ୍ୟକ୍ଷ ଅଶୋକ ପରିଜା, ବିଶିଷ୍ଟ ଆଇନ ଶିକ୍ଷାବିତ୍‌ ଏଲ୍‌.ଏନ୍‌. ମିଶ୍ର, କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।

ଆଇଆଇଏଲ୍‍ ପ୍ରତିଷ୍ଠା ହେବା ଦ୍ୱାରା ଓଡ଼ିଶାର ଶିକ୍ଷା ମାନଚିତ୍ରରେ ଆଇନ୍‍ ଶିକ୍ଷା କ୍ଷେତ୍ରରେ ପ୍ରଭାବ ପକାଇବ। ନିରନ୍ତର ଆଇନ୍‍ଶିକ୍ଷା, ବୃତ୍ତିଗତ ଦକ୍ଷତା ବିକାଶ କାର୍ଯ୍ୟକ୍ରମ, ରିଫ୍ରେସର୍‍ କୋର୍ସ ଏବଂ ମଧ୍ୟସ୍ଥତା ଓ ଆପୋଷ ବୁଝାମଣା ଭଳି ବିକଳ୍ପ ବିବାଦ ସମାଧାନ ବିଧି ପାଇଁ ଶିକ୍ଷଣ ପାଠ୍ୟକ୍ରମ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଆଇଆଲଏଲ୍‍ରେ ଚାଲୁ ରହିବ। ବିଭିନ୍ନ ଶିକ୍ଷଣ କେନ୍ଦ୍ର ଅଧୀନରେ ଆଇଆଇଏଲ୍‍ ଆଇନ୍‍, ନ୍ୟାୟ ଓ ସାମାଜିକ ବିକାଶର ସମସ୍ତ ଦିଗରେ ଗବେଷଣା କରିବ। ଆଇନ୍‍ ତାଲିମ ନେଉଥିବା ଆଇନ୍‍ଜୀବି ଏବଂ ନିରନ୍ତର ଆଇନ୍‍ ଶିକ୍ଷା ଉଦ୍ଦେଶ୍ୟରେ ଆଇନ୍‍ ଶିକ୍ଷା ପାଇଁ ବିଭିନ୍ନ ପ୍ରକାର ଆଇନ୍‍ ବିଷୟ ଉପରେ କେସ୍‍ବହି, ପତ୍ରିକା, ଡାଇଜେଷ୍ଟ ଓ ସମ୍ବାଦପତ୍ର (ଉଭୟ ଛାପା ଓ ଅନଲାଇନ୍‍) ଆଇଆଇଏଲ୍‍ ଦ୍ୱାରା ପ୍ରକାଶ କରାଯିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ନିରନ୍ତର ଆଇନ୍‍ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଆଇଆଇଏଲ୍‍ ଏକ ମଡେଲ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ‘ଲ ଟିଚର୍ସ ଟ୍ରେନିଂ ଓ ରିସର୍ଚ୍ଚ’ ଭାବେ କାର୍ଯ୍ୟ କରିବ।

ସମଗ୍ର ଭାରତରେ ଏଭଳି ଅନୁଷ୍ଠାନ ହେଉଛି ପ୍ରଥମ। ଭୁବନେଶ୍ୱରରେ ଆଇଆଇଏଲ୍‍ ପ୍ରତିଷ୍ଠା ନେଇ କିଟ୍‍ ଓ ବିସିଆଇ ଟ୍ରଷ୍ଟ ମଧ୍ୟରେ ପୂର୍ବରୁ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଏହି ବୁଝାମଣା ପତ୍ର ଅନୁସାରେ ଭୁବନେଶ୍ୱରରେ କିଟ୍‍ ଆବଶ୍ୟକ ଜମି ଯୋଗାଇ ଦେବା ସହ ୧.୫ ଲକ୍ଷ ବର୍ଗଫୁଟ ଜମିରେ ପ୍ରସ୍ତାବିତ ଆଇଆଇଏଲ୍‍ ଭିତ୍ତିଭୂମି ନିର୍ମାଣର ୪୦ ପ୍ରତିଶତ ଖର୍ଚ୍ଚ ବହନ କରିବ। ଶେଷରେ ଓଡ଼ିଶା ବାର୍‌ କାଉନ୍‌ସିଲ୍‌ ସ୍ପେଶିଆଲ୍‌ କମିଟି ସଦସ୍ୟ ମାନସ ରଞ୍ଜନ ମହପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ୟ୍ୟକ୍ରମରେ ବିସିଆଇ ତଥା ବିସିଆଇ ଟ୍ରଷ୍ଟର କର୍ମକର୍ତ୍ତା ଓ ସଦସ୍ୟଙ୍କ ସମେତ ଭାରତର ବହୁ ବିଶିଷ୍ଟ ଆଇନଜ୍ଞ ଉପସ୍ଥିତ ରହିଥିଲେ।