Odisha state scholarship - The Sakala

ସରଳ ହେବ ‘କମନ୍‌‌ ସ୍କଲାରସିପ୍‌‌ ପୋର୍ଟାଲ’ର ଆବେଦନ ପ୍ରକ୍ରିୟା, ଗୋଟିଏ କ୍ଲିକ୍‌‌ରେ ୨୧ ଛାତ୍ରବୃତ୍ତି ଆବେଦନ
ଭୁବନେଶ୍ୱର : ବିଭିନ୍ନ ବର୍ଗର ମେଧାବୀ ଓ ଗରିବ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ଯୋଗାଇବା ସହିତ ସେମାନଙ୍କୁ ପାଠପଢ଼଼ା ପ୍ରତି ଆକର୍ଷିତ କରିବା ଲାଗି ରାଜ୍ୟ ସରକାର ବିଭିନ୍ନ ବୃତ୍ତିର ଯୋଜନା କରିଛନ୍ତି। ବିଶେଷତଃ କମନ୍‌‌ ସ୍କଲାରସିପ୍‌‌ ପୋର୍ଟାଲର ଉନ୍ନତିକରଣ ପାଇଁ ରାଜ୍ୟ ସରକାର ଧ୍ୟାନ ଦେଉଥିବାବେଳେ ବୃତ୍ତି ପାଇଁ ସରକାରୀ ସ୍ତରରେ ‘ସିଙ୍ଗିଲ ୱିଣ୍ଡୋ’ର ବ୍ୟବସ୍ଥା ହୋଇଛି। ଅନଲାଇନର ଗୋଟିଏ କ୍ଲିକ୍‌‌ ଦ୍ୱାରା ୬ଟି ବିଭାଗର ୨୧ ପ୍ରକାର ବୃତ୍ତି ସମ୍ପର୍କରେ ସମସ୍ତ ତଥ୍ୟ ମିଳିପାରିବ। ମାତ୍ର ସଚେତନତାର ଅଭାବ ଯୋଗୁ ଅଧିକାଂଶ ଛାତ୍ରଛାତ୍ର ପୋର୍ଟାଲ ବାବଦରେ ଜାଣି ପାରୁ ନାହାନ୍ତି। ତେଣୁ ଏନେଇ ସଚେତନତା ସୃଷ୍ଟି କରିବା ତଥା ଅଧିକରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଏହା ସହ ଯୋଡ଼ିବା ଦିଗରେ ସରକାର ଗୁରୁତ୍ୱ ଦେଇଛନ୍ତି।

କମନ୍‌‌ ସ୍କଲାରସିପ୍‌‌ ପୋର୍ଟାଲର ଉନ୍ନତିକରଣ ସମୀକ୍ଷା ସମ୍ପର୍କରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ବିତ୍ତ ବିଭାଗ, ଶ୍ରମ ଓ ନିୟୋଜନ ବିଭାଗ, ଅନୁସୂଚିତ ଜାତି ଓ ଜନଜାତି ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା, କୃଷି, ଏସ୍‌‌ସିଇଆରଟି, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ଧନ୍ଦା ମୂଳକ ଓ ବୃତ୍ତିଗତ ଶିକ୍ଷା, ଉଚ୍ଚଶିକ୍ଷା ଆଦି ବିଭାଗର ପ୍ରମୁଖ ଶାସନ ସଚିବ ଏବଂ ଓକାକର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟତଃ ପୋର୍ଟାଲ ବାବଦରେ ଅଧିକରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଅବଗତ କରିବା ଓ ଆବେଦନ ପ୍ରକ୍ରିୟା ସହଜ ତଥା ସରଳ କରିବା ଦିଗ ପ୍ରତି ଧ୍ୟାନ ଦିଆଯାଇଥିଲା। ଏ ବାବଦରେ ମଧ୍ୟ ସବିଶେଷ ଆଲୋଚନା କରାଯାଇଥିଲା।

ଚଳିତ ଶିକ୍ଷା ବର୍ଷରୁ ରାଜ୍ୟର ସମସ୍ତ ପ୍ରକାରର ଛାତ୍ର ବୃତ୍ତି(ସ୍କଲାରସିପ୍‌‌) ଏହି ପୋର୍ଟାଲ ମାଧ୍ୟମରେ ଆବେଦନ କରିବା ନେଇ ନିଷ୍ପତ୍ତି ହୋଇଛି। ସେହିପରି ଅନ୍ୟାନ୍ୟ ବିଭାଗରେ ପ୍ରଦାନ କରାଯାଉଥିବା ଛାତ୍ରବୃତ୍ତି ଆବେଦନ ପ୍ରକ୍ରିୟାକୁ ସରଳୀକରଣ କରିବା ସହିତ ପିଲାଙ୍କ ସମସ୍ତ ତଥ୍ୟ ପୋର୍ଟାଲରେ ଅପଲୋଡ୍‌‌ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ସୂଚନାଯୋଗ୍ୟ, ରାଜ୍ୟର ସମସ୍ତ ସ୍କଲାରସିପ୍‌‌(ବୃତ୍ତି) ବାବଦରେ ଛାତ୍ରଛାତ୍ରୀଙ୍କୁ ଅବଗତ କରିବା ତଥା ଆବେଦନ ପ୍ରକ୍ରିୟାରେ ଏକକ ବ୍ୟବସ୍ଥା ଲାଗୁ କରିବା ପାଇଁ ‘କମନ୍‌‌ ସ୍କଲାରସିପ୍‌‌ ପୋର୍ଟାଲ’ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଛି।

ଶିଘ୍ର କରନ୍ତୁ ମେଧାବୃତ୍ତି ଆବେଦନ : +୩ ପିଲାଙ୍କୁ ମିଳିବ ୧୫ ହଜାର, ପିଜି ପିଲାଙ୍କୁ ମିଳିବ ୨୦ହଜାର
ଭୁବନେଶ୍ୱର : ୨୦୨୧-୨୨ ଶିକ୍ଷା ବର୍ଷରେ ଇ- ମେଧାବୃତ୍ତି ଓ ଫକୀରମୋହନ ଭାଷାବୃତ୍ତି ପାଇଁ ଆବେଦନ ଅବଧିକୁ ପୁନଶ୍ଚ ବୃଦ୍ଧି କରାଯାଇଛି। ଛାତ୍ରଛାତ୍ରୀ ଆସନ୍ତା ଜୁନ୍‍ ୩୦ ଯାଏଁ ଆବେଦନ କରିବାକୁ ଥିବାବେଳେ ଶିକ୍ଷାନୁଷ୍ଠାନ ସ୍ତରରେ ଯାଞ୍ଚ ପ୍ରକ୍ରିୟା ଜୁଲାଇ ୩୧ ତାରିଖ ଯାଏଁ ବୃଦ୍ଧି ହୋଇଛି। ତେବେ ଏ ସମ୍ପର୍କରେ ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ କରିବା ସହ ସମସ୍ତ ଡିଗ୍ରି କଲେଜ ଅଧ୍ୟକ୍ଷ ଓ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଚିଠି ଲେଖି ଅବଗତ କରିଛନ୍ତି। ଅନଲାଇନରେ ଆବେଦନ ଲାଗି ବ୍ୟବସ୍ଥା ଉପଲବ୍ଧ କରିବାକୁ ମଧ୍ୟ ଓକାକକୁ ଉଚ୍ଚଶିକ୍ଷା ବିଭାଗ ଅବଗତ କରିଛି।

୨୦୨୧-୨୨ ଶିକ୍ଷାବର୍ଷରେ ବିଭିନ୍ନ ମେଧାବୃତ୍ତି ଓ ଫକୀରମୋହନ ଭାଷାବୃତ୍ତି ପାଇଁ ଜାନୁଆରୀ ୫ରୁ ଆବେଦନ ଆରମ୍ଭ ହୋଇଛି। ଚଳିତବର୍ଷରେ ରାଜ୍ୟ ସରକାର ୟୁଜି(+୩)ର ୬ ହଜାର, ସ୍ନାତକୋତ୍ତରରେ ୨୫ଶହ ଓ ବୈଷୟିକ ଶିକ୍ଷା ଅଧ୍ୟୟନ କରୁଥିବା ୬ ହଜାର ମେଧାବୀ ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ କରିବେ। ସ୍ନାତକ ପିଲାଙ୍କୁ ୩ବର୍ଷ ଲାଗି ୧୫ହଜାର, ୨୫ଶହ ପିଜି ପିଲାଙ୍କୁ ୨ବର୍ଷ ଲାଗି ୨୦ହଜାର ଓ ବୈଷୟିକ ଶିକ୍ଷା ଅଧ୍ୟୟନ କରୁଥିବା ୬ହଜାର ପିଲାଙ୍କୁ ବାର୍ଷିକ ୧୦ ହଜାର ହିସାବରେ ଏକ କାଳୀନ ୪୦ହଜାର ଟଙ୍କା ପ୍ରଦାନ କରାଯିବ।

ସେହିପରି ଓଡ଼ିଆ ସମ୍ମାନ(ଅନର୍ସ) ରଖି ସ୍ନାତକ ଅଧ୍ୟୟନ କରୁଥିବା ୧୨ଶହ ଓ ୩ଶହ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କୁ ଫକୀରମୋହନ ଭାଷାବୃତ୍ତି ବାବଦକୁ ଏକକାଳୀନ ୨୦ହଜାର ଟଙ୍କା ପ୍ରଦାନ କରାଯିବ। ଯେଉଁ ପିଲାମାନଙ୍କର ଅଭିଭାବକଙ୍କ ବାର୍ଷିକ ଆୟ ୬ଲକ୍ଷ ଟଙ୍କାରୁ କମ୍‍ ସେମାନେ ଏହି ବୃତ୍ତି ଲାଗି ଆବେଦନ କରିପାରିବେ। ବୃତ୍ତି ପାଇବା ଲାଗି କେବଳ ରାଜ୍ୟର ସ୍ଥାୟୀ ବାସିନ୍ଦା ଯୋଗ୍ୟ ବିବେଚିତ ହେବେ। ଏସମ୍ପର୍କିତ ସମସ୍ତ ତଥ୍ୟ ବିଭାଗର ୱେସାଇଟ୍‍ www.scholarship.gov.in ମାଧ୍ୟମରେ ପାଇ ପାରିବେ ବୋଲି ବିଭାଗ କହିଛି।