Shri Jagannath Temple - The Sakala

ପୁରୀରେ ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା ପାଇଁ ନୀତି ନିର୍ଘଣ୍ଟ ସ୍ଥିର
ପୁରୀ: ପୁରୀରେ ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା ପାଇଁ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି । ଆସନ୍ତା ୨୩ ତାରିଖ ପବିତ୍ର ଅକ୍ଷୟ ତୃତୀୟାରେ ଭୋର୍‌ ୩ଟାରୁ ଶ୍ରୀମନ୍ଦିର ଦ୍ୱାର ଫିଟିବ । ଦୈନନ୍ଦିନ ନୀତି ପରେ ଅପରାହ୍ନ ୪ଟାରେ ରଥଖଳାକୁ ବିଜେ କରାଯିବ ଆଜ୍ଞାମାଳ । ନୀଳାଦ୍ରି ଭକ୍ତ ନିବାସରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ଛତିଶା ନିଯୋଗ ବୈଠକରେ ଏନେଇ ଆଲୋଚନା ହୋଇଛି ।

ଏହି ବୈଠକ ପୂର୍ବରୁ ନୀତି ସବ୍‌ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଅକ୍ଷୟ ତୃତୀୟା ଓ ୨୧ ଦିନଧରି ଚାଲିବାକୁ ଥିବା ବାହାର ଚନ୍ଦନ ଯାତ୍ରା ଏବଂ ଏହାର ପରବର୍ତ୍ତୀ ୨୧ ଦିନ ଭିତର ଚନ୍ଦନ ଯାତ୍ରାର ନୀତିନିର୍ଘଣ୍ଟ ସମ୍ପର୍କରେ ଆଲୋଚନା ହୋଇଛି । ଠାକୁରଙ୍କ ଚନ୍ଦନ ଯାତ୍ରା ନୀତି ଶୃଙ୍ଖଳିତ କରିବା ଉପରେ ଗୁରୁତ୍ବ ଦିଆଯାଇଛି ।

ସେବାୟତ ଓ ଶ୍ରଦ୍ଧାଳୁଙ୍କ ଚିକିତ୍ସା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରାଥମିକ ଚିକିତ୍ସା କେନ୍ଦ୍ର
ପୁରୀ: ଭକ୍ତ ଓ ସେବକଙ୍କୁ ଚିକିତ୍ସା ଯୋଗାଇ ଦେବା ପାଇଁ ଶ୍ରୀମନ୍ଦିର ନିକଟରେ ଏକ ପ୍ରାଥମିକ ଚକିତ୍ସା କେନ୍ଦ୍ର ସ୍ଥାପନ କରାଯିବ। ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ସୂଚନା ଦେଇଛନ୍ତି। ଏହି ପ୍ରାଥମିକ ଚକିତ୍ସା କେନ୍ଦ୍ର ପର୍ଯ୍ଯଟକ, ଭକ୍ତ, ସେବକ ଏବଂ ମନ୍ଦିର ଅଧିକାରୀଙ୍କ ଚିକିତ୍ସା କାର୍ଯ୍ଯରେ ନିୟୋଜିତ ହେବ। ଏହା ବ୍ୟତୀତ ଜରୁରୀକାଳୀନ ପରିସ୍ଥିତିରେ ରୋଗୀଙ୍କୁ ଏକ ଉନ୍ନତମାନର ଚିକିତ୍ସା ସୁବିଧା ଯୋଗାଇ ଦେବା ସହ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ପାଇଁ ଏଠାରେ ବ୍ୟବସ୍ଥା ମଧ୍ୟ କରା ଯିବ।

ଉପଯୁକ୍ତ ତଥା ପର୍ଯ୍ଯାପ୍ତ ଡାକ୍ତରୀ କର୍ମଚାରୀଙ୍କ ଦ୍ୱାରା ଏହି କେନ୍ଦ୍ର ପରିଚାଳିତ ହେବ ଏବଂ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା ସହାୟତାରେ ପର୍ଯ୍ଯାପ୍ତ ଚିକିତ୍ସା ସାମଗ୍ରୀ ଯୋଗାଇ ଦିଆଯିବ। ପ୍ରାଥମିକ ସହାୟତା କେନ୍ଦ୍ରର ସୁଗମ କାର୍ଯ୍ଯ ପାଇଁ ପ୍ରତ୍ୟେକ ନୋଡଲ୍ ଅଧିକାରୀଙ୍କୁ ସିଡିଏମଓ ଏବଂ ମନ୍ଦିର କାର୍ଯ୍ଯାଳୟ ଦ୍ୱାରା ନିଯୁକ୍ତ କରାଯିବ। ତେବେ ଏହି ପ୍ରାଥମିକ ଚିକିତ୍ସା କେନ୍ଦ୍ରଟି ୧୪ ଏପ୍ରିଲ ମହାବିଷୁଭ ସଂକ୍ରାନ୍ତିର ଶୁଭ ଦିନରେ ଉଦଘାଟିତ ହେବ।

ଶ୍ରୀମନ୍ଦିର ପାଇଁ କରୋନା ସତର୍କତା, ସପ୍ତାହରେ ଦିନେ ବନ୍ଦହେବ ଜଗାଦର୍ଶନ
ପୁରୀ: ରାଜ୍ୟରେ ପୁଣି କରୋନା ସଂକ୍ରମଣ ବଢୁଛି। ଏହାକୁ ନଜରରେ ରଖି ଶ୍ରୀମନ୍ଦିର ପ୍ରଶାସନ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି। ପୂର୍ବଭଳି ସପ୍ତାହର ଗୋଟିଏ ଦିନ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଏ ନେଇ ପ୍ରାରମ୍ଭିକ ଆଲୋଚନା ହୋଇଛି। ଦିନେ ଦୁଇଦିନ ମଧ୍ୟରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରାଯିବ। କେଉଁଦିନ ଦର୍ଶନ ବନ୍ଦ କରାଯିବ ତାହା ସ୍ପଷ୍ଟ ହେବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର। ଛତିଶା ନିଯୋଗ ବୈଠକ ପରେ ମୁଖ୍ୟ ପ୍ରଶାସକ କହିଛନ୍ତି, ଭକ୍ତମାନଙ୍କ ପାଇଁ ସାନିଟାଇଜର ଏବଂ ମାସ୍କ ବ୍ୟବହାର ବାଧ୍ୟତାମୂଳକ ରହିଛି। ଏବେ କିନ୍ତୁ କେତେଜଣ ଏହାକୁ ମାନୁନାହାନ୍ତି। ତେଣୁ ଯାଞ୍ଚ କଡ଼ାକଡ଼ି ହେବ। ସେହିପରି ସପ୍ତାହକୁ ଦିନେ ଦର୍ଶନ ବନ୍ଦ କରି ଶ୍ରୀମନ୍ଦିର ଏବଂ ଏହାର ଆଖାପାଖ ସାନିଟାଇଜ୍‍ କରାଯବା ନେଇ ପ୍ରାଥମିକ ଆଲୋଚନା ହୋଇଛି। ଏ ନେଇ ଖୁବ୍‍ଶୀଘ୍ର ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

ସେବାୟତମାନେ ସଂକ୍ରମଣଠାରୁ କିପରି ଦୂରେଇ ରହିବେ ତାହା ଉପରେ ଗୁରୁତ୍ୱ ଦିଆଯାଇ ଟିକାକରଣ ଆରମ୍ଭ ହୋଇଛି। ୬୦ ବର୍ଷରୁ ଊର୍ଦ୍ଧ୍ବ ଏବଂ ୪୫ରୁ ୫୯ ବର୍ଷ ମଧ୍ୟରେ କୌଣସି ରୋଗରେ ଆକ୍ରାନ୍ତ ଥିଲେ କୋଭିଡ୍‍ ଟିକା ନେବା ପାଇଁ ପରାମର୍ଶ ଦିଆଯାଇଛି। ରଥ ନିର୍ମାଣ ଆରମ୍ଭ ପୂର୍ବରୁ ଏହି ବୟସବର୍ଗର ଭୋଇ ଏବଂ ମହାରଣା ସେବାୟତଙ୍କୁ ମଧ୍ୟ ଟିକା ନେବା ପାଇଁ କୁହାଯାଇଛି। ଏ ଦିଗରେ ପ୍ରତ୍ୟେକ ନିଯୋଗ ସେମାନଙ୍କ ବୈଠକ ଡାକି ଆଲୋଚନା କରିବା ପାଇଁ ମଧ୍ୟ କୁହାଯାଇଥିବା ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।

ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରି ନେଇ ଗୁଜବ ପ୍ରଚାର କରାଯାଉଛି- ପ୍ରତାପ ଦେବ
ଭୁବନେଶ୍ୱର: ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରି ନେଇ ଗୁଜବ ପ୍ରଚାର କରାଯାଉଥିବା ବେଳେ ବିଧାନସଭାରେ ଏନେଇ ବିଜେଡି ବିଧାୟକ ପ୍ରତାପ କେଶରୀ ଦେବ ବିବୃତି ରଖିଛନ୍ତି । ମହାପ୍ରଭୁଙ୍କ ଜମି ବିକ୍ରି ନେଇ ଗୁଜବ ପ୍ରଚାର କରାଯାଉଛି । ଗଣମାଧ୍ୟମରେ ମିଥ୍ୟା ଖବର ପ୍ରଚାର କରାଯାଉଛି ବୋଲି ପ୍ରତାପ ଦେବ କହିଛନ୍ତି ।

ଏଥିସହ ସେ ବିଜେପିକୁ କଡ଼ା ସମାଲୋଚନା କରିବା ସହ ବିଜେପି ପ୍ରହେଳିକା ସୃଷ୍ଟି କରୁଛି । ପୁରୀ ସହରର ଅଧିକାଂଶ ଜମି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର। ମହାପ୍ରଭୁଙ୍କ ଜମି ବିକ୍ରି ନେଇ ଯେଉଁ ଖବର ପ୍ରଚାର କରାଯାଉଛି, ତାହା ସମ୍ପୂର୍ଣ୍ଣ ମିଛ ବୋଲି ବିଜେଡି ବିଧାୟକ ପ୍ରତାପ ଦେବ ସ୍ପଷ୍ଟ କରିଛନ୍ତି ।

ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବ ଏନଏସଜି
ପୁରୀ: ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବ ନ୍ୟାସନାଲ୍ ସିକ୍ୟୁରିଟି ଗାର୍ଡ ବା ଏନଏସଜି। ଆସନ୍ତା ୧୮ ତାରିଖରେ ପୁରୀ ଆସିବେ ଏନଏସଜିର ବରିଷ୍ଠ ଅଧିକାରୀ। ରାଜ୍ୟ ପୁଲିସ ଅଧିକାରୀଙ୍କ ସହ ୫ ଜଣିଆ ଏନଏସଜି ଟିମ୍ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ। ଏହି ଟିମରେ ଏନଏସଜିର ଦୁଇ ଜଣ ଅଧିକାରୀ ଓ ଦୁଇ ଜଣ କର୍ମଚାରୀ ରହିବେ । ରାଜ୍ୟ ପୁଲିସ ଅଧିକାରୀଙ୍କ ସହ ମିଶି ମକ ଡ୍ରିଲ କରିବା କାର୍ଯ୍ଯକ୍ରମ ରହିଛି।

ଏନଏସଜି ସହ ସମନ୍ୱୟ ରକ୍ଷା ପାଇଁ ଆଇଜି ଅପରେସନ୍ ଅମିତାଭ ଠାକୁରଙ୍କୁ ରାଜ୍ୟ ସରକାର ନୋଡାଲ୍ ଅଫିସର ଭାବରେ ଦାୟିତ୍ୱ ଦେଇଛନ୍ତି। ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ପରେ ପ୍ରଥମ ଥର ସମୀକ୍ଷା କରିବ ଏନଏସଜି। ଏହି ସମୟରେ ଶ୍ରୀମନ୍ଦିର ପ୍ରଶାସନ, ପୋଲିସ ଅଧିକାରୀ ଓ ଏଏସଆଇ ଅଧିକାରୀଙ୍କ ସହ ଆଲୋଚନା ବି କରିବେ।

ଶ୍ରୀମନ୍ଦିର ଐତିହ୍ୟ ଓ ସୁରକ୍ଷା କରିଡଡର ବାବଦରେବି ଆଲୋଚନା କରିବା ନେଇ ସୂଚନା ମିଳିଛି। ପୂର୍ବରୁ ୨୦୧୭ ଜୁଲାଇ ଓ ୨୦୧୮ ସେପ୍ଟେମ୍ବର ମାସରେ ଶ୍ରୀମନ୍ଦିରରେ ସୁରକ୍ଷା ସ୍ଥିତିର ଯାଞ୍ଚ କରିଥିଲା ଏନଏସଜି।