Gujarat Titans vs Rajasthan Royals - The Sakala

ପଦାର୍ପଣରେ ବାଜିମାତ: ଟାଇଟନ୍ସକୁ ଟାଇଟଲ୍‍, ଛକା ମାରି ଜିତାଇଲେ ଗିଲ୍‍
ଅହମ୍ମଦାବାଦ୍‍, ୨୯।୫ (ଏଜେନ୍ସି): ପଦାର୍ପଣ ଆଇପିଏଲ୍‍ ସିଜନରେ ଗୁଜରାଟ ଟାଇଟନ୍ସ ଟାଇଟଲ୍‍ ଜିତିବାରେ ସଫଳ ହୋଇଛି। ରବିବାର ରାତିରେ ଖେଳାଯାଇଥିବା ଗ୍ରାଣ୍ଡ ଫାଇନାଲ ମୁକାବିଲାରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧିନ ଟାଇଟନ୍ସ ୭ ୱିକେଟ୍‍ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ଏହି ଲୋ-ସ୍କୋରିଂ ମ୍ୟାଚରେ ରାଜସ୍ଥାନ ପକ୍ଷରୁ ଧାର୍ଯ୍ୟ ୧୩୧ ରନର ଲକ୍ଷ୍ୟକୁ ପଶ୍ଚାତଧାବନ କରି ଗୁଜରାଟ ୧୮.୧ ଓଭରରେ ୩ ୱିକେଟ ହରାଇ ବିଜୟୀ ହୋଇଥିଲା। ଖାତା ଖୋଲିବା ପୂର୍ବରୁ ଜୀବନଦାନ ପାଇଥିବା ଓପନର୍‍ ଶୁବମନ ଗିଲ୍‍ ସର୍ବାଧିକ ୪୫* ରନ କରିଥିଲେ। ୧୯ତମ ଓଭରର ପ୍ରଥମ ବଲ୍‍କୁ ଛକା ମାରି ଗିଲ୍‍ ଦଳକୁ ବିଜୟୀ କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୩୪, ଡେଭିଡ୍‍ ମିଲର ୩୨*, ମାଥ୍ୟୁ ୱେଡ୍‍ ୮ ଓ ରିଦ୍ଧିମାନ ଶାହ ୫ ରନ କରି ଆଉଟ୍‍ ହୋଇଥିଲେ। ରାଜସ୍ଥାନ ପକ୍ଷରୁ ଏକମାତ୍ର ବୋଲର ଭାବେ ଟ୍ରେଣ୍ଟ ବୋଲ୍ଟ (୪-୧-୧୪-୧) ପ୍ରଭାବୀ ବୋଲିଂ କରିଥିଲେ। ପାଣ୍ଡ୍ୟା ୩ ୱିକେଟ୍‍ ସହ ୩୪ ରନ କରି ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଅପରପକ୍ଷରେ ୨୦୦୮ ପରେ ପ୍ରଥମଥର ଫାଇନାଲ ଖେଳିଥିବା ରାଜସ୍ଥାନର ଦ୍ୱିତୀୟଥର ଟାଇଟଲ ଜିତିବା ସ୍ୱପ୍ନ ଅଧୁରା ହୋଇଛି।

ବିଶ୍ୱର ସର୍ବବୃହତ୍‍ ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମ୍‍ରେ ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ ଟସ୍‍ ଜିତିବା ପରେ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଘରୋଇ ଦଳର ବୋଲିଂ ଆଗରେ ତାଙ୍କର ନିଷ୍ପତ୍ତି ଫେଲ ମାରିଥିଲା। ଜୋଶ ବଟ୍ଟଲର ବଡ଼ ସ୍କୋର କରିବା ପୂର୍ବରୁ ପାଭିଲିଅନ୍‍ ଫେରିଯାଇଥିଲେ। ଟୁର୍ଣ୍ଣାମେଣ୍ଟର ଟପ୍‍ ସ୍କୋରର ବଟ୍ଟଲର ପ୍ରଥମ ୱିକେଟ ପାର୍ଟନରଶିପ୍‍ରେ ଯୁବ ଖେଳାଳି ଯଶସ୍ୱୀ ଜୟସ୍ୱାଲ (୧୬ବଲ୍‍ରେ ୨୨ରନ୍‍)ଙ୍କ ସହ ୩୧ ଓ ଦ୍ୱିତୀୟ ୱିକେଟରେ ସାମସନଙ୍କ ସହ ୨୯ ରନ୍‍ ଉଠାଇଥିଲେ। ବଟ୍ଟଲର କିନ୍ତୁ ତାଙ୍କ ସ୍ୱାଭାବିକ ଖେଳ ପ୍ରଦର୍ଶନ କରିବା ପୂର୍ବରୁ ୧୩ତମ ଓଭରର ପ୍ରଥମ ବଲ୍‍ରେ ଆଉଟ ହୋଇଯାଇଥିଲେ। ସେ ୩୫ ବଲ୍‍ରୁ ୫ ଚୌକା ସହ ୩୯ ରନ୍‍ କରି ବିଦାୟ ନେବା ସହ ରାଜସ୍ଥାନର ବଡ଼ ସ୍କୋର କରିବା ଆଶା ମଧ୍ୟ ଧୂଳିସାତ ହୋଇଯାଇଥିଲା। ସିମରନ ହେଟମାୟର (୧୧), ରବିଚନ୍ଦ୍ରନ ଅଶ୍ୱିନ (୬), ରିଆନ ପରାଗ (୧୫ ରନ) ନିରାଶ କରିଥିଲେ। ଏମାନଙ୍କ ସାମୁହିକ ବ୍ୟାଟିଂ ବିଫଳତା ଫଳରେ ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୩୦ ରନ୍‍ କରିବାକୁ ସମର୍ଥ ହୋଇଥିଲା। ଏହା ସର୍ବନିମ୍ନ ଫାଇନାଲ ସ୍କୋରରୁ ମାତ୍ର ଗୋଟିଏ ରନ୍‍ ଅଧିକ ରହିଥିଲା। ବୋଲିଂରେ ଗୁଜରାଟ ପକ୍ଷରୁ ଅଧିନାୟକ ହାର୍ଦ୍ଦିକ ସର୍ବାଧିକ ୩ଟି ୱିକେଟ୍‍ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାଇ କିଶୋର ୨ ଏବଂ ୟଶ୍‍ ଦୟାଲ୍‍ ଓ ମହମ୍ମଦ ସାମି ଗୋଟିଏ ଲେଖାଏ ୱିକେଟ୍‍ ଅକ୍ତିଆର କରିଥିଲେ।

ସଂକ୍ଷିପ୍ତ ସ୍କୋର

ରାଜସ୍ଥାନ ରୟାଲ୍ସ: ୧୩୦/୯, ୨୦ ଓଭର (ବଟ୍ଟଲର- ୩୯, ଜୟସ୍ୱାଲ-୨୨, ସାମସନ-୧୪, ରିଆନ ପରାଗ-୧୫, ହାର୍ଦ୍ଦିକ ପାଣ୍ଡ୍ୟା-୩/୧୭, ସାଇ କିଶୋର-୨/୨୦)।

ଗୁଜରାଟ ଟାଇଟାନ୍ସ: ୧୩୩/୩, ୧୮.୧ ଓଭର (ପାଣ୍ଡ୍ୟା- ୩୪, ଶୁବମନ- ୪୫*, ମିଲର- ୩୨*, ଟ୍ରେଣ୍ଟ ବୋଲ୍ଟ- ୧/୧୪, ୟୁଜବେନ୍ଦ୍ର ଚହଲ- ୧/୨୦)।

ପୁରସ୍କାର ରାଶି

ଚାମ୍ପିଅନ୍‍: ଗୁଜରାଟ- ୨୦ କୋଟି ଟଙ୍କା

ରନର୍ସଅପ: ରାଜସ୍ଥାନ- ୧୨.୫ କୋଟି

ତୃତୀୟ ସ୍ଥାନ: ବାଙ୍ଗାଲୋର- ୭ କୋଟି

ଚତୁର୍ଥ ସ୍ଥାନ: ଲକ୍ଷ୍ନୌ- ୬.୫ କୋଟି

ଅରେଞ୍ଜ କ୍ୟାପ୍‍ (ସର୍ବାଧିକ ରନ): ଜୋଶ୍‍ ବଟଲର୍‍- ୧୦ ଲକ୍ଷ

ପର୍ପଲ କ୍ୟାପ୍‍ (ସର୍ବାଧିକ ୱିକେଟ୍‍): ୟୁଜବେନ୍ଦ୍ର ଚହଲ- ୧୦ ଲକ୍ଷ

ସର୍ବାଧିକ ଛକା/ ଚୌକା/ମୋଷ୍ଟ ଭାଲ୍ୟୁଏବଲ ପ୍ଲେୟର: ବଟଲର୍‍- ୩୦ ଲକ୍ଷ

IPL 2022 ଫାଇନାଲ୍: ଗୁଜରାଟକୁ ୧୩୧ ରନର ଟାର୍ଗେଟ ଦେଲା ରାଜସ୍ଥାନ
ଅହମ୍ମଦାବାଦ୍‍: ଆଜି ଆଇପିଏଲ୍ ମହାମୁକାବିଲା। ଫାଇନାଲ ମ୍ଯାଚରେ ନବାଗତ ଗୁଜରାଟ ଟାଇଟନ୍ସ  ଓ ରାଜସ୍ଥାନ ରୟାଲ୍ସ  ମୁହାଁମୁହିଁ ହୋଇଛନ୍ତି। ରାଜସ୍ଥାନ ଟସ ଜିତି ପ୍ରଥମେ ବ୍ଯାଟିଂ ନିଷ୍ପତ୍ତି ନେଇଛି। ରାଜସ୍ଥାନ ପ୍ରଥମେ ବ୍ଯାଟିଂ କରି ୧୩୦ରନ କରିଛି। ଆଜିର ଏହି ମାହାମୁକାବ ଜିତିବାକୁ ହେଲେ ଗୁଜରାଟ ଟାଇଟନ୍ସ କୁ ୧୩୧ ରନର ଆବଶ୍ଯକତା ରହିଛି।

ରାଜସ୍ଥାନ ରୟାଲ୍ସ ପକ୍ଷରୁ ଜସସ୍ବୀ ଜୟସ୍ବାଲ ୧୬ ବଲରେ ୨୨ରନ କରି ଆଉଟ ହୋଇଥିଲେ। ସେହିପରି ଜୋସ୍ ବଟଲର ୩୫ ବଲରେ ୩୯ ରନ କରି ଆଉଟ ହୋଇଥିଲେ।  ଅଧିନାୟକ ସଞ୍ଜୁ ସାମସନ୍ ଫାଇନାଲ ମ୍ଯାଚରେ ମଧ୍ଯ ନିରାଶ କରିଛନ୍ତି। ୧୧ ବଲରେ ୧୪ ରନ କରି ସଞ୍ଜୁ ସାମସନ୍ ଆଉଟ ହୋଇଥିଲେ। ଦେବଦତ୍ତ ପଡ଼ିକଲ୍ ୧୦ ବଲରେ ୨ ଓ ସିମରନ୍ ‌ହେଟମେୟର ୧୨ ବଲରେ ୧୧ ରନ କରି ଆଉଟ ହେଇଥିଲେ। ରବିଚନ୍ଦ୍ରନ୍ ଅଶ୍ବିନ ୯ ବଲରେ ୬ରନ କରି ଆଉଟ ହୋଇଥିଲେ। ଟ୍ରେଣ୍ଟ ବୋଲ୍ଟ ଓ ରିୟାନ ପରାଗ ପାରିର ଶେଷ ଭାଗକୁ ସମ୍ଭାଳିଥିଲେ। ଟ୍ରେଣ୍ଟ ବୋଲ୍ଟ ୭ ବଲରେ ୧୧ ରନ କରି ଆଉଟ ହୋଇଥିଲେ। ଓବେଦ ମ୍ୟାକୟ ୫ ବଲରେ ୮ରନ କରି ରନ ଆଉଟ ହୋଇଥିଲେ।  ରିୟାନ ପରାଗ ୧୫ ବଲରେ ୧୫ ରନ କରି ଆଉଟ ହୋଇଥିଲେ।

ଗୁଜରାଟ ଟାଇଟନ୍ସ ପକ୍ଷରୁ ହାର୍ଦିକ ପାଣ୍ଡ୍ୟା ସର୍ବାଧିକ ୩ଟି ୱେକଟ ନେଇଥିଲେ। ରବି ସାଇକିଶୋର ୨ଟି ୱିକେଟ ନେଇଥିବା ବେଳେ ୟଶ୍ ଦୟାଲ, ମହମ୍ମଦ ସାମି ଓ ରସିଦ ଖାନ୍ ଗୋଟିଏ ଲେଖାଏଁ ୱେକଟ ନେଇଥିଲେ।

ଆଇପିଏଲ୍ ମହାମୁକାବିଲା: ଟସ୍ ଜିତି ରାଜସ୍ଥାନର ବ୍ଯାଟିଂ ନିଷ୍ପତ୍ତି
ଅହମ୍ମଦାବାଦ୍‍: ଆଜି ଆଇପିଏଲ୍ ମହାମୁକାବିଲା। ଫାଇନାଲ ମ୍ଯାଚରେ ନବାଗତ ଗୁଜରାଟ ଟାଇଟନ୍ସ  ଓ ରାଜସ୍ଥାନ ରୟାଲ୍ସ  ମୁହାଁମୁହିଁ ହୋଇଛନ୍ତି। ରାଜସ୍ଥାନ ଟସ ଜିତି ପ୍ରଥମେ ବ୍ଯାଟିଂ ନିଷ୍ପତ୍ତି ନେଇଛି। ଫଳରେ ଗୁଜରାଟ ଟାଇଟନ୍ସ  ପ୍ରଥମେ ବୋଲିଂ କରିବ।

ଲିଗ୍‍ ପର୍ଯ୍ୟାୟରେ ଏହି ଦୁଇ ଦଳ ପଏଣ୍ଟ ଟେବଲ୍‍ର ପ୍ରଥମ ୨ଟି ସ୍ଥାନରେ ରହିଥିଲେ। ପଦାର୍ପଣ ଆଇପିଏଲ୍‍ ଖେଳୁଥିବା ଗୁଜରାଟ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଲିଗ୍‍ ପର୍ଯ୍ୟାୟରେ ୧୪ ମ୍ୟାଚ୍‍ରୁ ୧୦ ବିଜୟ ଓ ୪ ପରାଜୟ ସହ ୨୦ ପଏଣ୍ଟ ପାଇ ଟେବଲ୍‍ ଟପ୍ପର ରହିଥିଲା। ସେହିଭଳି ସଞ୍ଜୁ ସାମସନ୍‍ଙ୍କ ରାଜସ୍ଥାନ ସମାନ ସଂଖ୍ୟକ ମ୍ୟାଚ୍‍ ଖେଳି ୯ ବିଜୟ ଓ ୫ ପରାଜୟ ସହ ୧୮ ପଏଣ୍ଟ ପାଇ ଲିଗ୍‍ ପର୍ଯ୍ୟାୟରେ ଦ୍ୱିତୀୟ ସ୍ଥାନରେ ରହିଥିଲା। ଏହାପରେ ପ୍ଲେ-ଅଫ୍‍ ପର୍ଯ୍ୟାୟର ପ୍ରଥମ କ୍ୱାଲିଫାୟର ମ୍ୟାଚରେ ଗୁଜରାଟ ୭ ୱିକେଟ୍‍ରେ ରାଜସ୍ଥାନକୁ ମାତ୍‍ ଦେଇ ସିଧାସଳଖ ଫାଇନାଲ ଖେଳିବାକୁ ଯୋଗ୍ୟତା ହାସଲ କରିଥିଲା। ଅପରପକ୍ଷରେ ରାଜସ୍ଥାନ ଶୁକ୍ରବାର ଖେଳାଯାଇଥିବା ଦ୍ୱିତୀୟ କ୍ୱାଲିଫାୟରରେ ଫାଫ୍‍ ଡୁ ପ୍ଲେସିସ୍‍ଙ୍କ ରୟାଲ୍‍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳକୁ ୭ ୱିକେଟ୍‍ରେ ପରାସ୍ତ କରି ରାଜସ୍ଥାନ ୨୦୦୮ ପରେ ପ୍ରଥମଥର ଲାଗି ଟାଇଟଲ୍‍ ଲଢ଼େଇକୁ ଅବତୀର୍ଣ୍ଣ ହୋଇଛି।

ଗୁଜରାଟ ଟାଇଟନ୍ସ: ରିଦ୍ଧିମାନ ସାହ, ଶୁଭମନ ଗିଲ୍, ମାଥ୍ୟୁ ୱେଡ୍, ହାର୍ଦିକ ପାଣ୍ଡ୍ୟା (ଅଧିନାୟକ), ଡେଭିଡ୍ ମିଲର, ରାହୁଲ ତିୱାତିଆ, ରସିଦ ଖାନ୍, ରବି ସାଇକିଶୋର, ଆଲେଜେରି ଯୋଶେଫ୍, ୟଶ୍ ଦୟାଲ, ମହମ୍ମଦ ସାମି।

ରାଜସ୍ଥାନ ରୟାଲ୍ସ: ଜସସ୍ବୀ ଜୟସ୍ବାଲ, ଜୋସ୍ ବଟଲର, ସଞ୍ଜୁ ସାମସନ୍ (ଅଧିନାୟକ), ଦେବଦତ୍ତ ପଡ଼ିକଲ୍, ସିମରନ୍ ‌ହେଟମେୟର, ରିୟାନ ପରାଗ, ରବିଚନ୍ଦ୍ରନ୍ ଅଶ୍ବିନ, ଟ୍ରେଣ୍ଟ ବୋଲ୍ଟ, ୟୁଝବେନ୍ଦ୍ର ଚହଲ, ପ୍ରସିଦ୍ଧ କୃଷ୍ଣା, ଓବେଦ ମ୍ୟାକୟ।

ଆଇପିଏଲ ୨୦୨୨: ଆଜି ପ୍ରଥମ କ୍ୱାଲିଫାୟାର ମ୍ୟାଚ୍‌, ମୁହାଁମୁହିଁ ହେବେ ଗୁଜରାଟ-ରାଜସ୍ଥାନ
କୋଲକାତା: ନବାଗତ ଗୁଜରାଟ ଟାଇଟାନ୍ସ ଏବଂ ୨୦୦୮ ଚାମ୍ପିଅନ୍‍ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଚଳିତ ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍)ର ପ୍ରଥମ କ୍ୱାଲିଫାୟର ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ମଙ୍ଗଳବାର ଖେଳାଯିବ। ଏହି ମ୍ୟାଚ୍‍ ଜିତିବାକୁ ଉଭୟ ଦଳର ସମାନ କ୍ଷମତା ରହିଥିଲେ ମଧ୍ୟ ମ୍ୟାଚ୍‍ ଫିନିସ୍‍ କରିବାରେ ଅଧିକ ପାରଙ୍ଗମ ଓ ଦକ୍ଷତାର ଅଧିକାରୀ ଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟାନ୍ସକୁ ଏହି ମୁକାବିଲାରେ ଫେବରିଟ୍‍ ଆଖ୍ୟା ମିଳିଛି। ଏହି ମ୍ୟାଚ୍‍ର ବିଜେତା ମେ’ ୨୯ରେ ହେବାକୁ ଥିବା ଫାଇନାଲ ଲାଗି ସିଧାସଳଖ ଯୋଗ୍ୟତା ଅର୍ଜନ କରିବ। ପରାଜିତ ଦଳ ଆଉଥରେ ଫାଇନାଲ ଖେଳିବା ଲାଗି କ୍ୱାଲିଫାୟର-୨ରେ ମୁକାବିଲା କରିବ। ବୁଧବାର ଏଠାରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‍ସ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଏଲିମିନେଟର ଖେଳାଯିବ। ଏହି ମ୍ୟାଚ୍‍ର ବିଜେତା ଓ କ୍ୱାଲିଫାୟର-୧’ର ପରାଜିତ ଦଳ ମଧ୍ୟରେ ଦ୍ୱିତୀୟ କ୍ୱାଲିଫାୟର ମୁକାବିଲା ହେବ। ଏହି ମ୍ୟାଚ୍‍ଟି ଅହମ୍ମଦାବାଦ୍‍ରେ ମେ’ ୨୭ରେ ଖେଳାଯିବ।

ମୁମ୍ବାଇ ଓ ପୁଣେରେ ସମସ୍ତ ୭୦ଟି ଯାକ ଲିଗ୍‍ ମ୍ୟାଚ୍‍ ଆୟୋଜିତ ହେବା ପରେ ପ୍ଲେ ଅଫ୍‍ର ପ୍ରଥମ ଦୁଇଟି ମ୍ୟାଚ୍‍ କୋଲକାତାର ଇଡେନ୍‍ ଗାର୍ଡେନକୁ ସ୍ଥାନାନ୍ତରିତ ହୋଇଛି। ଏହି ମ୍ୟାଚ୍‍ରେ ଫି୍‍ଟ ହାର୍ଦ୍ଦିକ ପାଣ୍ଡ୍ୟା ଗୁଜରାଟକୁ ଜିତାଇବେ ବୋଲି ଆଶା କରାଯାଉଛି। ବ୍ୟକ୍ତିଗତ ଭାବେ ସେ ବ୍ୟାଟିଂ ଓ ବୋଲିଂରେ ଭଲ ଫର୍ମରେ ଅଛନ୍ତି। ସବୁଠାରୁ ବଡ଼ କଥା ହେଲା ଅଧିନାୟକ ଭାବେ ନିଜ ଦଳରେ ଥିବା ଖେଳାଳିମାନଙ୍କୁ ସେ ଖୁବ୍‍ ଚତୁରତାର ସହ ବ୍ୟବହାର କରି ନିଜ ସପକ୍ଷରେ ସଫଳତା ନେଇଆସୁଛନ୍ତି। ସେ ରଶିଦ୍‍ ଖାନ୍‍ ହୁଅନ୍ତୁ କିମ୍ବା ଦୁଇ ବିସ୍ଫୋରକ ବ୍ୟାଟର ଡେଭିଡ୍‍ ମିଲର ଓ ରାହୁଲ ତେୱାତିଆ। ଏମାନଙ୍କୁ ଯେଉଁ ଦାୟିତ୍ୱ ଦିଆଯାଉଛି, ସେ ସଫଳତାର ସହ ଏହାକୁ ପ୍ରଦର୍ଶନ କରୁଛନ୍ତି। ଦଳର ଦୁର୍ବଳାର ହେଉଛି ଓପନିଂ ବ୍ୟାଟର ଶୁବମାନ ଗିଲ୍‍। କିନ୍ତୁ ୩୭ ବର୍ଷୀୟ ରିଦ୍ଧିମାନ ଶାହ ବିବାଦରୁ ଧ୍ୟାନ ହଟାଇବା ଲାଗି ଆଇପିଏଲ୍‍କୁ ପ୍ଲାଟଫର୍ମ ଭାବେ ଗ୍ରହଣ କରିଛନ୍ତି। ସୁଯୋଗ ପାଇବା ପରଠାରୁ ୯ଟି ମ୍ୟାଚ୍‍ରେ ୩ଟି ଅର୍ଦ୍ଧଶତକ ସହ ଗିଲଙ୍କ ଅସଫଳତାକୁ କେତେକାଂଶରେ ପୂରଣ କରିପାରିଛନ୍ତି।

ମ୍ୟାଚ୍‍ର ପିଚ୍‍ ବଦଳିଯାଇଥିବାରୁ ପେସ୍‍ ବୋଲରଙ୍କୁ ଫାଇଦା ମିଳିବ ବୋଲି କୁହାଯାଉଛି। ଏଣୁ ମହମ୍ମଦ୍‍ ସାମିଙ୍କ ସହ ଲକି ଫର୍ଗୁସନ ଓ ଆଲଜରୀ ଯୋଶେଫ୍‍ ଏହି ମ୍ୟାଚ୍‍ ଖେଳିବାର ସମ୍ଭାବନା ରହିଛି। ରଶିଦ୍‍ ଖାନଙ୍କୁ ଡେଥ୍‍ ଓଭରରେ ବିନିଯୋଗ କରାଯିବ। କିନ୍ତୁ ଗୁଜରାଟ ତାହାର ଶେଷ ୫ଟି ମୁକାବିଲାରୁ ୩ଟିରେ ହାରିଛି। ରାଜସ୍ଥାନ ମଧ୍ୟ ଅନୁରୂପ ପ୍ରଦର୍ଶନ କରିଛି।

ରାଜସ୍ଥାନ ନିକଟରେ ଟୁର୍ଣ୍ଣାମେଣ୍ଟର ସର୍ବାଧିକ ରନ୍‍ ସଂଗ୍ରହକାରୀ ଜୋସ୍‍ ବଟ୍ଟଲର (୬୨୯ ରନ୍‍) ଏବଂ ସର୍ବାଧିକ ୱିକେଟହାସଲକାରୀ ଯୁଜବେନ୍ଦ୍ର ଚହଲ (୨୬ଟି) ଅଛନ୍ତି। ଏହା ସତ୍ତ୍ବେ ଦଳର ଦୁର୍ବଳତା ହେଲା ଟପ୍‍ ଅର୍ଡର ବ୍ୟାଟିଂ ବିଫଳତା। ବଟ୍ଟଲର ମଧ୍ୟ ଗତ ୩ଟି ମ୍ୟାଚ୍‍ରେ ଯଥାକ୍ରମେ ୨, ୨ ଓ ୭ ରନ୍‍ ସଂଗ୍ରହ କରିଛନ୍ତି। ସଞ୍ଜୁ ସାମସନ, ସିମରନ ହେଟମାୟର କିମ୍ବା ରିଆନ ପରାଗ ଭଲ ଫର୍ମରେ ନାହାନ୍ତି। ଏଥିଲାଗି ଦଳ ରବିଚନ୍ଦ୍ରନ ଅଶ୍ୱିନଙ୍କ ବ୍ୟାଟିଂ ଉପରେ ନିର୍ଭରଶୀଳ। ସେ ଦଳକୁ ଗୋଟିଏ ମ୍ୟାଚ୍‍ ଜିତାଇଥିଲେ ମଧ୍ୟ ତାଙ୍କ ଉପରେ ଭରସା କରି ମ୍ୟାଚ୍‍ ଜିତିବା କଷ୍ଟକର। ଏହି ମୁକାବିଲା ଜିତିବାକୁ ହେଲେ ରାଜସ୍ଥାନର ଟପ୍‍ ଅର୍ଡର ବ୍ୟାଟ୍ଟର କ୍ଲିକ୍‍ କରିବା ଆବଶ୍ୟକ। ଏଣୁ ସେ ବଟ୍ଟଲର ହୁଅନ୍ତୁ କିମ୍ବା ସାମସନ କିମ୍ବା ଡେଟମାୟରଙ୍କଠାରୁ ବିସ୍ଫୋରକ ପ୍ରଦର୍ଶନ ଆଶା କରାଯାଉଛି।