IPL 2022 Qualifier - The Sakala
ଆଇପିଏଲ ୨୦୨୨ କ୍ୱାଲିଫାୟର-୧ : ଗୁଜରାଟ୍‌କୁ ୧୮୯ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ରାଜସ୍ଥାନ
କୋଲକାତା : ନବାଗତ ଗୁଜରାଟ ଟାଇଟାନ୍ସ ଏବଂ ୨୦୦୮ ଚାମ୍ପିଅନ୍‍ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଚଳିତ ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍)ର ପ୍ରଥମ କ୍ୱାଲିଫାୟର ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଖେଳାଯାଉଛି। ଆଜିର ମ୍ୟାଚ୍‌ରେ ଗୁଜରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ଯାହା ଫଳରେ ସଞ୍ଜୁ ସାମସନଙ୍କ ରାଜସ୍ଥାନ ରୟାଲ୍ସ ପ୍ରଥମେ ବ୍ୟାଟିଂ କରିଥିଲା। ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରର ଖେଳ ଖେଳି ୪ ୱିକେଟ ବିନିମୟରେ ୧୮୮ ରନ୍‌ ସଂଗ୍ରହ କରିଛି।
ରାଜସ୍ଥାନ ରୟାଲ୍ସ ପକ୍ଷରୁ ପୁଣି ଦମଦାର ବ୍ୟାଟିଂ କରିଛନ୍ତି ନିର୍ଭରଯୋଗ୍ୟ ବ୍ୟାଟର ଜସ ବଟଲର। ସେ ମାତ୍ର ୫୬ ବଲ ଖେଳି ୮୯ ରନ କରିଥିଲେ । ନିଜର ଏହି ଇନିଂସରେ ସେ ୨ଟି ଛକା ଓ ୧୨ଟି ଚୌକା ମାରିଥିଲେ । ଅଧିନାୟକ ସଞ୍ଜୁ ସାମସନ ୪୭ ରନ କରିଥିଲେ । ସେହିପରି ଦେବୀଦତ୍ତ ପଡ଼ିକଲ୍ଲ ୨୮ ରନ କରିଥିଲେ । ତେବେ ସିମରନ ହେଟମେୟର ଓ ରିୟାନ ପରାଗ ମାତ୍ର ୪ ରନ ଲେଖାଏଁ କରିଥିଲେ । ଗୁଜୁରାଟ ପକ୍ଷରୁ ମହମ୍ମଦ ସମି, ସାଇ କିଶୋର, ହାର୍ଦିକ ପାଣ୍ଡ୍ୟା ଓ ୟଶ ଦୟାଲ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
ନୂଆଦିଲ୍ଲୀ : ଇଣ୍ଡିଆନ୍ ପ୍ରିମିୟର ଲିଗ୍-୨୦୨୨ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗତକାଲି ଚଳିତ ଆଇପିଏଲ୍‍ର ୭୦ତମ ତଥା ଅନ୍ତିମ ଲିଗ୍‍ ମ୍ୟାଚ ଶେଷ ହୋଇଛି। ଏବେ କେବଳ ପ୍ଲେ ଅଫକୁ ଅପେକ୍ଷା କାରଣ ଏହାପରେ ଆଇପିଏଲ ୨୦୨୨ର ଫାଇନାଲ ଖେଳିବା ପାଇଁ ଦୁଇ ଦଳ ସ୍ତିର ହୋଇଯିବ। ମେ ୨୪ରେ ପ୍ରଥମ କ୍ୱାଲିଫାୟାର ମ୍ୟାଚ ଖେଳାଯିବାକୁ ଥିବା ବେଳେ ମେ ୨୯ରେ ଫାଇନାଲ ମ୍ୟାଚ ଖେଳାଯିବ । ଆଗାମୀ ୪ଟି ମ୍ୟାଚ କୋଲକାତା ଓ ଅହମ୍ମଦାବାଦରେ ଖେଳାଯିବ । ତେବେ ପ୍ଲେ ଅଫ ମ୍ୟାଚ ସମୟରେ ଯଦି ବର୍ଷା ହୁଏ କିମ୍ବା ଅନ୍ୟ କୌଣସି କାରଣରୁ ଖେଳ ନହୁଏ ତେବେ ଏହାର ଫଳାଫଳ କିପରି ବାହାରିବ, ଆସନ୍ତୁ ଜାଣିବା ଏନେଇ କଣ ରହିଛି ନିୟମ ।
ଆଇପିଏଲ୍‌ ୨୦୨୨ ପ୍ଲେ-ଅଫ୍‌ ମ୍ୟାଚ୍‌ ପାଇଁ ରହିଥିବା ନିୟମ ଅନୁସାରେ ମେ ୨୪ ତାରିଖରେ ପ୍ରଥମ କ୍ବାଲିଫାୟର ମ୍ୟାଚ୍‌ରେ ଗୁଜୁରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଟକ୍କର ହେବ । ଏହି ମ୍ୟାଚ୍‌ର ବିଜେତା ସିଧାସଳଖ ଫାଇନାଲରେ ପହଞ୍ଚିଯିବ ଓ ପରାଜିତ ଟିମ ପାଖରେ ଆଉ ଏକ ସୁଯୋଗ ରହିବ । ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଲକ୍ଷ୍ନୌ ସୁପରଜିଆଣ୍ଟ୍‌ସ ମଧ୍ୟରେ ଏଲିମିନେଟର ମ୍ୟାଚ୍‌ ଖେଳାଯିବ । ପରାଜିତ ଟିମ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିବ ଓ ବିଜେତା ଟିିମ ପ୍ରଥମ କ୍ବାଲିଫାୟାର ମ୍ୟାଚ୍‌ରେ ପରାଜିତ ଟିମ ସହିତ ଦ୍ବିତୀୟ କ୍ବାଲିଫାୟର ମ୍ୟାଚ୍‌ ଖେଳିବ ।
ତେବେ ଯଦି ଏହି ଗୁରୁତ୍ବପୂର୍ଣ୍ଣ ନକଆଉଟ୍‌ ମ୍ୟାଚ୍‌ରେ ବର୍ଷା ବାଧକ ସାଜେ ତେବେ ୨୦୦ ମିନିଟ୍‌ ରିଜର୍ଭ ଟାଇମ୍‌ ରଖାଯାଇଛି । ଯାହାଦ୍ବାରା ସମ୍ପୂର୍ଣ୍ଣ ମ୍ୟାଚ୍‌ ଖେଳାଯାଇ ପାରିବ । ମ୍ୟାଚ୍‌ ମଝିରେ ବର୍ଷା ହେଲେ ସୁପର ଓଭର ଖେଳାଯିବାକୁ ମଧ୍ୟ ନିୟମ ରହିଛି । ମ୍ୟାଚ୍‌ ସମୟରେ ବର୍ଷା ହେଲେ ଇନିଂସ ବ୍ରେକ୍‌ ସମୟ ଅବଧିକୁ କମାଇ ଦିଆଯିବ । ଖାଲି ସେତିକି ନୁହେଁ, ମାତ୍ରାଧିକ ବର୍ଷା ହେଲେ ପ୍ରତ୍ୟେକ ଦଳ ଯେଭଳି କମ୍‌ ସେ କମ୍‌ ୫ ଓଭର ଖେଳିବେ ସେଥିପ୍ରତି ଧ୍ୟାନ ଦିଆଯିବ । ସୁପରଓଭର ସମ୍ଭବ ନହେଲେ,  ଲିଗ୍‌ ମ୍ୟାଚ୍‌ର ରନ୍‌ରେଟ୍‌ ଅନୁଯାୟୀ ଦଳକୁ ଫାଇନାଲ୍‌ କିମ୍ବା ଦ୍ବିତୀୟ କ୍ବାଲିଫାୟାର ଟିକେଟ ମିଳିବ ।କାରଣ ଏହି ମ୍ୟାଚ ଗୁଡିକ ପାଇଁ କୌଣସି ରିଜର୍ଭ ଡେ ରହିବ ନାହିଁ।
ଅନ୍ୟପଟେ ଆଇପିଏଲ୍ ଫାଇନାଲ୍ ମେ ୨୯ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଏହି ମ୍ୟାଚ୍ ପାଇଁ ରିଜର୍ଭ ଦିବସ ରଖାଯାଇଛି। ଅର୍ଥାତ୍ ଯଦି ମ୍ୟାଚ୍ ମେ ୨୯ରେ କୌଣସି କାରଣରୁ ନ ହୁଏ, ତେବେ ଏହା ତା’ ପରଦିନ (ମେ ୩୦) ଖେଳାଯିବ । ଫାଇନାଲ ମ୍ୟାଚ୍ ସନ୍ଧ୍ୟା ୭.୩୦ ପରିବର୍ତ୍ତେ ୮ ରୁ ଆରମ୍ଭ ହେବ। ଯଦି ମେ ୨୯ରେ ଫାଇନାଲ୍ କୌଣସି କାରଣରୁ ଅଧାରୁ ସ୍ଥଗିତ ରୁହେ, ତେବେ ପରଦିନ ମ୍ୟାଚ୍ ଯେଉଁଠାରୁ ଅଟକିଥିଲା ସେଇଠୁ ଆରମ୍ଭ ହେବ । ଯଦି ବର୍ଷା ବାଧକ ସାଜେ ବା ନିୟମିତ ସମୟରେ ଖେଳ ସମ୍ଭବ ହେଇନପାରୁଛି, ତେବେ ଆଇପିଏଲର ୧୫ ତମ ସିଜନର ବିଜେତା ସୁପର ଓଭର ଦ୍ୱାରା ସ୍ଥିର କରାଯିବ।