ojs - The Sakala

ପ୍ରକାଶ ପାଇଲା ଓଜେଏସ- ୨୦୨୧ର ପରୀକ୍ଷାଫଳ: ଆଦ୍ୟାଶା ମିଶ୍ର ଟପ୍ପର, ପୁଅଙ୍କୁ ପଛରେ ପକାଇ ଟପ- ୩ରେ ରହିଲେ ଝିଅ
ଭୁବନେଶ୍ବର: ପ୍ରକାଶ ପାଇଲା ଓଜେଏସ- ୨୦୨୧ର ପରୀକ୍ଷାଫଳ। ୫୦ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ନେଇ ଓପିଏସସି ପକ୍ଷରୁ ସୂଚନା ଦିଆଯାଇଛି। ଆଦ୍ୟାଶା ମିଶ୍ର ଟପ୍ପର ହୋଇଥିବା ଚେତନା ପଟ୍ଟନାୟକ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଏ.ଗୀତାଞ୍ଜଳୀ ନାଇଡୁ ତୃତୀୟ। ପୁଅଙ୍କୁ ପଛରେ ପକାଇ ଟପ- ୩ରେ ଝିଅ ରହିଛନ୍ତି। ଶୀର୍ଷ ୨୦ ଜଣଙ୍କ ମଧ୍ୟରେ ୧୪ ଜଣ ମହିଳା ଥିବା ଜଣାପଡ଼ିଛି।

ସହିପରି ଚତୁର୍ଥ ସ୍ଥାନରେ ବିଭୁ ପ୍ରସାଦ ନାୟକ, ପଞ୍ଚମ- ସୁସ୍ମିତା ରଥ , ପଷ୍ଠ- ରାଜଲକ୍ଷ୍ମୀ ମହାନ୍ତି, ସପ୍ତମ- ରାଜେଶ ମିଶ୍ର,  ୮ମ- ସୁସ୍ମିତା ମିଶ୍ର, ୯ମ- ଶୀତେଶ ମହାନ୍ତି ରହିଥିବା ବେଳେ ୧୦ମ ସ୍ଥାନରେ ବିନାୟକ ପ୍ରସାଦ ସାହୁ ରହିଛନ୍ତି।

ଓଜେଏସ୍‌ ଟପ୍ପର ଈର୍ଷିତା କେସରୱାନି‌
କଟକ: ଓଡ଼ିଶା ଜୁଡିସିଆଲ ସର୍ଭିସର ପରୀକ୍ଷା (ଓଜେଏସ୍) ଫଳ ପ୍ରକାଶ ପାଇଛି। ଏଥର ମୋଟ ୪୭ ପ୍ରାର୍ଥୀ କୃତକାର୍ଯ୍ଯ ହୋଇଛନ୍ତି ଏବଂ କୃତକାର୍ଯ୍ଯ ହୋଇଥିବା ପ୍ରାର୍ଥୀମାନେ ସିଭିଲ୍‌ ଜଜ୍‌ ଭାବେ ନିଯୁକ୍ତି ପାଇବେ। ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ପରିଚାଳିତ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲବା ପ୍ରାର୍ଥୀମାନଙ୍କୁ  ସିଭିଲ୍‌ ଜଜ୍‌ ପଦବିରେ ନିଯୁକ୍ତି ଦେବା ପାଇଁ ଓପିଏସ୍‌ସି ସୁପାରିସ କରିଛନ୍ତି । କୃତୀ ତାଲିକାରେ ୩୦ ଜଣ ମହିଳା ପ୍ରାର୍ଥିନୀ ରହିଛନ୍ତି । ଈର୍ଷିତା କେସରୱାନି ଚଳିତଥରର ଟପ୍ପର‌ ହୋଇଛନ୍ତି ।

ଇର୍ଷିତା କେସରୱାନିଙ୍କ ଘର ବାମରା ବ୍ଲକ ଅନ୍ତର୍ଗତ ଗଡ଼ପୋଷରେ। ସେ ରାଜ୍ୟସ୍ତରୀୟ ଓଜେଏସ୍‌ ପରୀକ୍ଷାରେ ଟପ୍ପର ହେବାୁପେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଥିବାବେଳେ ଅଞ୍ଚଳରେ ମଧ୍ୟ ବେଶ ଉତ୍ସାହ ପ୍ରକାଶ ପାଇଛି। ଗଡ଼ପୋଷର ସଞ୍ଜୟ କେସରୱାନି ଓ ମନୋରମା କେସରୱାନିଙ୍କ ଝିଅ ଇର୍ଷିତା ଓଜେଏସ୍‌ ପରୀକ୍ଷାରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ତାଙ୍କ ବାପା ସଞ୍ଜୟଙ୍କ ଗଡ଼ପୋଷ ଛକରେ ଏକ ଔଷଧ ଦୋକାନ ରହିଛି। ଇର୍ଷିତା ପ୍ରଥମରୁ ଷଷ୍ଠ ଶ୍ରେଣୀ ପର୍ଯ୍ଯନ୍ତ ଗଡ଼ପୋଷ ସରସ୍ୱତୀ ଶିଶୁ ମନ୍ଦିରରେ ପାଠ ପଡ଼ିଥିଲେ। ଏହାପରେ କୁତ୍ରାର ସେଣ୍ଟ ଜନ ମେରି ସ୍କୁଲରୁ ମାଟ୍ରିକ ଉତ୍ତୀର୍ଣ୍ଣ ହେବାପରେ ବରଗଡ଼ସ୍ଥିତ ବିକାଶ କଲେଜରେ ଯୁକ୍ତ-୨ ପାସ କରିଥିଲେ। ପାଠପଢ଼ାରେ ସବୁବେଳେ ଆଗୁଆ ଥିବା ଇର୍ଷିତା ଦିଲ୍ଲୀର ନିର୍ଭୟା ଘଟଣା ପରେ ଆଡଭୋକେଟ ହୋଇ ମହିଳାଙ୍କ ନ୍ୟାୟ ପାଇଁ ଲଢ଼ିବେ ବୋଲି ଦୃଢ଼ ନିଶ୍ଚୟ କରିଥିଲେ।‌

ଓପିଏସ୍‌ସି ପକ୍ଷରୁ ଓଜେଏସ୍‌ରେ ୫୧ଟି ପଦବି ପୂରଣ ପାଇଁ ୨୦୧୯ ନଭେମ୍ବର ୧୧ ତାରିଖରେ ପ୍ରାଥମିକ ପରୀକ୍ଷା ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୨୦୨୦ ଫେବ୍ରୁଆରୀ ୨ରେ ପରୀକ୍ଷା ହୋଇଥିଲା । ଏଥିରେ କୃତକାର୍ଯ୍ୟ ହୋଇଥିବା ୭୩୭ ଜଣ ପ୍ରାର୍ଥୀ ମୁଖ୍ୟ ପରୀକ୍ଷାରେ ବସିଥିଲେ । ମୁଖ୍ୟ ପରୀକ୍ଷାରେ ୧୨୭ ଜଣ କୃତକାର୍ଯ୍ୟ ହୋଇ ମୌଖିକ ପରୀକ୍ଷା ପାଇଁ ଦେଇଥିଲେ । ଚୂଡ଼ାନ୍ତ ମୌଖିକ ପରୀକ୍ଷାରେ ୪୭ ଜଣ କୃତକାର୍ଯ୍ୟ ହେବା ପରେ ସେମାନଙ୍କୁ ନିଯୁକ୍ତି ଦେବା ପାଇଁ କମିସନ ସୁପାରିସ୍‌ କରିଛନ୍ତି ।

ତାଲିକାର ଦ୍ୱିତୀୟରେ ରହିଛନ୍ତି ସମ୍ବେଦନା ସନ୍ଦୀପ, ତୃତୀୟରେ ରହିଛନ୍ତି କୃଷ୍ଣା ମିଶ୍ର, ଚତୁର୍ଥରେ ଅଛନ୍ତି ପ୍ରିୟଙ୍କା ପ୍ରିୟଦର୍ଶିନୀ ପଟେଲ, ପଞ୍ଚମରେ ଶୁଭଜିତ୍‌ ବେହେରା, ଷଷ୍ଠରେ ଅଛନ୍ତି ଆଦର୍ଶ କୁମାର ବେହେରା, ସପ୍ତମରେ ଦେବନ ସତ୍ୟଦର୍ଶୀ ନନ୍ଦ, ଅଷ୍ଟମରେ ଅଭିନନ୍ଦନ ରାୟ, ନବମରେ ଶ୍ୱେତା ଦାଶ ଏବଂ ଦଶମରେ ରହିଛନ୍ତି ଶର୍ମିଷ୍ଠା ପାଢ଼ୀ ।