TP Central Odisha Distribution Ltd - The Sakala

ଅଘୋଷିତ ବିଦ୍ୟୁତ୍‌‌ କାଟ୍‌‌ ଉପଭୋକ୍ତା ହନ୍ତସନ୍ତ: ଟାଟା ପାୱାରର ଉନ୍ନତ ସେବା ପ୍ରତିଶ୍ରୁତି ଧୂଆଁବାଣ, ଗାଁଠୁ ସହର ଯାଏ ଉଠିଲାଣି ଅସନ୍ତୋଷର ସ୍ୱର
ଭୁବନେଶ୍ୱର,୧୧ା୬(ସମିସ): ଅସହ୍ୟ ତାତିରେ ସନ୍ତୁଳି ହେଉଛି ଓଡ଼ିଶା। ଉପକୂଳରୁ ଉପାନ୍ତ, ପଶ୍ଚିମରୁ ଦକ୍ଷିଣ ଓଡ଼ିଶା ପର୍ଯ୍ୟନ୍ତ ପ୍ରଚଣ୍ଡ ଗ୍ରୀଷ୍ମତାପ ଓ ଗୁଳୁଗୁଳିରେ ଲୋକମାନେ ଆଉଟୁପାଉଟୁ ହେଉଛନ୍ତି। ରାଜ୍ୟର ୩୦ ସହରର ପାରଦ ୪୦ ଡିଗ୍ରୀ ଟପିଛି। ଆର୍ଦ୍ରତା ଯୋଗୁଁ ଗୁଳୁଗୁଳିରେ ଲୋକଙ୍କ ଜୀବନ ଅସହ୍ୟ ହୋଇଛି। ଏତିକି ବେଳକୁ ଦାଉ ସାଧୁଛି ବିଜୁଳି। ଅଘୋଷିତ ବିଜୁଳି କାଟ୍‌‌, ଲୋ-ଭୋଲଟେଜ୍‌‌ ଆଦି ପରିସ୍ଥିତିକୁ ଆହୁରି ଦୟନୀୟ କରିଛି।

ଦେଶର ଅନ୍ୟ ରାଜ୍ୟର ସରକାର ଓଡ଼ିଶାର ବିପର୍ଯ୍ୟୟ ମୁକାବିଲା କଳା କୌଶଳକୁ ଶିଖୁଛନ୍ତି। ବିଶ୍ୱମଞ୍ଚରେ ଓଡ଼ିଶାର ବିପର୍ଯ୍ୟୟ ମୁକାବିଲାକୁ ପ୍ରଶଂସା ମିଳୁଛି; କିନ୍ତୁ ସାମାନ୍ୟ କାଳବୈଶାଖୀରେ ରାଜ୍ୟରେ ବିଦ୍ୟୁତ୍‌‌ ବିତରଣ ଦାୟିତ୍ୱରେ ଥିବା ବିଜୁଳି ବିତରଣକାରୀ ସଂସ୍ଥା ଦାୟିତ୍ୱହୀନତାର ପରିଚୟ ଦେଇଛି। ପବନ ବହିବା ଆଗରୁ ବିଜୁଳି ଗାଏବ ହୋଇଯାଉଥିବା ବେଳେ ପବନ ପରେ ବିଜୁଳି ଆଉ ଧରାଛୁଆଁ ଦେଉନାହିଁ। ରାଜ୍ୟର କୋଣଅନୁକୋଣରେ ଅଘୋଷିତ ବିଜୁଳି କାଟ୍‌‌ ଏବେ ସାଧାରଣ ଘଟଣାରେ ପରିଣତ ହୋଇଯାଇଛି। ବିଶେଷକରି ରାଜ୍ୟରେ ଅସହ୍ୟ ତାତି ଏବଂ ଗୁଳୁଗୁଳି ଯୋଗୁଁ ଲୋକେ ସନ୍ତୁଳି ହେଉଥିବା ବେଳେ ଟାଟା ପାୱାରର ବିପର୍ଯ୍ୟସ୍ତ ବିଜୁଳି ସେବା ଗ୍ରୀଷ୍ମକଷ୍ଟକୁ ବହୁଗୁଣିତ କରିଛି। ଏହାକୁ ନେଇ ରାଜ୍ୟବ୍ୟାପୀ ପ୍ରତିବାଦର ସ୍ୱର ତୀବ୍ର ହେଉଥିବା ବେଳେ ବିଦ୍ୟୁତ୍‌‌ ବିତରଣ କମ୍ପାନୀ ଟାଟା ପାୱାର ନିଦାବିଷ୍ଣୁ ସାଜି ବସି ରହିବାକୁ ନେଇ ବୁଦ୍ଧିଜୀବୀ ମହଲ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଟାଟାର ଏ ବିଜୁଳି କଷଣରୁ ସାଧାରଣ ଲୋକେ କେବେ ମୁକ୍ତି ପାଇବେ ତାହା ବର୍ତ୍ତମାନ ସମସ୍ତଙ୍କ ପାଇଁ ବିରାଟ ପ୍ରଶ୍ନବାଚୀ ପାଲଟିଛି। ଏପଟେ ଟାଟାର ବିଜୁଳି ସେବାକୁ ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କଡ଼ା ଅସନ୍ତୋଷ ଜାହିର୍‌‌ କରିବା ପରେ ଆସନ୍ତାକାଲି ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଛନ୍ତି।

ଗତ ନଭେମ୍ବରରେ ଭୁବନେଶ୍ୱରରେ ଅନୁଷ୍ଠିତ ଟାଟା ପାୱାରର ‘ଡିଷ୍ଟ୍ରିବ୍ୟୁସନ ୟୁଟିଲିଟି-ମିଟ୍‌‌’ରେ କମ୍ପାନୀର ସିଇଓ ତଥା ଏମ୍‌‌ଡି ଡ. ପ୍ରବୀର ସିହ୍ନା ବିଦ୍ୟୁତ୍‌‌ ବିତରଣ କ୍ଷେତ୍ରରେ ଟାଟା ପାୱାରର ପ୍ରତିବଦ୍ଧତା ସମ୍ପର୍କରେ ବଖାଣିଥିଲେ। ରାଜ୍ୟରେ ବିଦ୍ୟୁତ୍‌‌ ଭିତ୍ତିଭୂମିର ସୁଦୃଢ଼ୀକରଣ ଏବଂ ୨୪ ଘଣ୍ଟିଆ ବିଦ୍ୟୁତ୍‌‌ ଯୋଗାଣ ପାଇଁ ଟାଟା ପାୱାର ଶହ ଶହ କୋଟି ଟଙ୍କା ବିନିଯୋଗ କରୁଥିବା ବେଳେ ଏହାର ସୁଫଳ ଆଗାମୀ ଦିନରେ ଦେଖିବାକୁ ମିଳିବା ସହ ବିଦ୍ୟୁତ୍‌‌ କାଟ୍‌‌ ଏବଂ ଲୋ-ଭୋଲଟେଜ ସମସ୍ୟା ଦୂର ହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ମାତ୍ର ବର୍ତ୍ତମାନର ଚିତ୍ରକୁ ଦେଖିଲେ ଡ. ସିହ୍ନାଙ୍କ ଦୃଢ଼ୋକ୍ତି ଏବଂ ବାସ୍ତବତା ମଧ୍ୟରେ ଯେ ଆକାଶପାତାଳର ପ୍ରଭେଦ ପରିଲକ୍ଷିତ ହେଉଛି।

ଗତ ୮ ତାରିଖରେ ଜଗତସିଂହପୁର, ପାରାଦୀପ, ନିମାପଡ଼ା, କେନ୍ଦ୍ରାପଡ଼ା, ରାଜନଗର, ଓଳାଭର, ସାଲେପୁର ଆଦି ସ୍ଥାନରେ କାଳବୈଶାଖୀ ପ୍ରଭାବରୁ ବିଦ୍ୟୁତ୍‌‌ ସେବା ବ୍ୟାହତ ହୋଇଥିଲା। ତେବେ ପ୍ରାୟ ୮ ହଜାର କର୍ମଚାରୀ ରଖି ଉନ୍ନତ ସମସ୍ୟାର ତ୍ୱରିତ୍‌‌ ସମାଧାନରେ ନିୟୋଜିତ ହୋଇଥିବା ଘୋଷଣା କରିଥିବା ଟାଟା ପାୱାରର ପାରିବାପଣିଆ ସହଜରେ ଧରା ପଡ଼ିଯାଇଥିଲା। କେତେକ ସ୍ଥାନରେ ୧୦ ତାରିଖ ରାତିରେ ବିଜୁଳି ସରବରାହ ସ୍ୱାଭାବିକ ହୋଇଥିବା ବେଳେ ଅନ୍ୟ କେତେକ ସ୍ଥାନରେ ୧୧ ତାରିଖ ରାତିରେ ଲୋକେ ବିଜୁଳି ଦେଖିବାକୁ ପାଇଥିଲେ। ସେହିପରି ଗତ ୮ ତାରିଖରେ ବାଲେଶ୍ୱର ଜିଲ୍ଲାର ଖଇରା ବ୍ଲକ ଅଞ୍ଚଳରେ କାଳବୈଶାଖୀଜନିତ ବିଜୁଳି ବିଭ୍ରାଟ ସଜାଡ଼ିବାକୁ ୩ ଦିନ ଲାଗିଥିବାବେଳେ ଗତକାଲି ପୁଣି ସେହି ଅଞ୍ଚଳରେ କାଳବୈଶାଖୀ ବିଜୁଳି ବ୍ୟବସ୍ଥାକୁ ଦୋହଲାଇ ଦେଇଛି। ସମ୍ପୃକ୍ତ ଅଞ୍ଚଳରେ ବିଦ୍ୟୁତ୍‌‌ ସେବା ପୁନର୍ବାହାଲ କରିବାକୁ ଅତିକମ୍‌‌ରେ ୫ ଦିନ ଲାଗିବ ବୋଲି କ୍ଷେତ୍ର କର୍ମଚାରୀମାନେ ଉପଭୋକ୍ତାଙ୍କୁ ଶୁଣାଇ ଦେଇଛନ୍ତି। ସାମାନ୍ୟ କାଳବୈଶାଖୀ ପବନରେ ହେଉଥିବା ବିଦ୍ୟୁତ୍‌‌ ବିଭ୍ରାଟ ସଜାଡ଼ିବାକୁ ଯଦି ଟାଟା ପାୱାରକୁ ୪/୫ ଦିନ ଲାଗୁଛି, ଯଦି କୌଣସି ବଡ଼ ବାତ୍ୟା କିମ୍ବା ବିପର୍ଯ୍ୟୟ ହୁଏ, ତା’ହେଲେ ରାଜ୍ୟର ବିଦ୍ୟୁତ୍‌‌ ଅବସ୍ଥା କ’ଣ ହେବ ତାହା ସହଜରେ ଅନୁମେୟ। କେବଳ କାଳବୈଶାଖୀ ନୁହେଁ; ଖାଲି ସମୟରେ ଅଧରାତିରେ ଏବଂ ବିନା କାରଣରେ ଅଘୋଷିତ ବିଦ୍ୟୁତ୍‌‌ କାଟ୍‌‌ ଏବେ ସାଧାରଣ ଘଟଣାରେ ପରିଣତ ହୋଇଥିବା ବେଳେ ଏହାର ସମାଧାନ ରାସ୍ତା ଟାଟା ପାୱାର ନିକଟରେ ନ ଥିବା ସ୍ପଷ୍ଟ ହୋଇସାରିଛି। ଅପରପକ୍ଷେ ଦାୟିତ୍ୱ ନେବା ପରେ ଭିତ୍ତିଭୂମି ସଜାଡ଼ିବା ପାଇଁ ଟାଟା ପାୱାର ସର୍ବାଧିକ ଗୁରୁତ୍ୱ ଦେଉଥିବା କହୁଥିବା ବେଳେ ଗତ ୩ ବର୍ଷ ମଧ୍ୟରେ ଏହା କାର୍ଯ୍ୟକ୍ଷେତ୍ରରେ ବିଶେଷଭାବେ ପ୍ରତିଫଳିତ ହେଉ ନ ଥିବା ବିଶେଷଜ୍ଞ ମହଲରେ ମତପ୍ରକାଶ ପାଇଛି।

ଅପରପକ୍ଷେ ଟାଟା ପାୱାରର ବିଲିଂ ପ୍ରକ୍ରିୟା ଏବଂ ଗ୍ରାହକଙ୍କ ଉପରେ ଜୁଲମକୁ ନେଇ ମଧ୍ୟ ସାଧାରଣରେ ଅସନ୍ତୋଷ ତେଜିଲାଣି। ବିଭିନ୍ନ ରାଜନୈତିକ ଦଳ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ସହ ଆନ୍ଦୋଳନ ଧମକ ମଧ୍ୟ ଦେଇଛନ୍ତି। ସେହିପରି ରାଜ୍ୟ ବିଦ୍ୟୁତ୍‌‌ ଉପଭୋକ୍ତା ମହାସଂଘ ମଧ୍ୟ ସମାନ ପ୍ରତିକ୍ରିୟା ପ୍ରକାଶ କରିଥିବା ବେଳେ ଗ୍ରାମାଞ୍ଚଳରେ ଲୋକେ ଉତ୍ୟକ୍ତ ହୋଇ ଟାଟା ଅଧିକାରୀଙ୍କୁ ଘେରିବାକୁ ଅଣ୍ଟା ଭିଡ଼ିଲେଣି।

ଅନ୍ଧାରିମୂଲକରୁ ଉଦ୍ଧାର କେବେ: ଜିଲ୍ଲାର ୩୦ ଗାଁକୁ ଯାଇନି ବିଦ୍ୟୁତ୍‍
ନୟାଗଡ଼: ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ଅନେକ ଗାଁ ବିଦ୍ୟୁତ୍‍ ସଂଯୋଗ ପାଇବାରୁ ବଞ୍ଚିତ ହୋଇଛି। ଏହି ଗାଁଗୁଡ଼ିକରେ ବିଦ୍ୟୁତ୍‍ ଆଲୋକ ଦେଖାଇବା ପାଇଁ ସୋଲାର ପ୍ରକଳ୍ପ ମାଧ୍ୟମରେ କରାଯାଇଥିବା ପ୍ରୟାସ ଫେଲ୍‍ ମାରିଛି। ଅନ୍ଧାରି ମୂଲକରେ ରହୁଥିବା ପରିବାରଗୁଡ଼ିକ ସୋଲାର ପ୍ରକଳ୍ପକୁ ଦେଖି ଡିବିରି ଜାଳୁଛନ୍ତି। ନୟାଗଡ଼ ଜିଲ୍ଲାର ରଣପୁର, ନୂଆଗାଁ, ଓଡ଼ଗାଁ, ଦଶପଲ୍ଲା ଓ ଗଣିଆ ବ୍ଲକର ୩୦ରୁ ଊର୍ଦ୍ଧ୍ବ ଗାଁକୁ ଏବେ ବି ବିଦ୍ୟୁତ୍‍ ସଂଯୋଗ ନ ଥିବା ଜଣାଯାଇଛି।

ରଣପୁର ବ୍ଲକ ନୂଆଗାଁ, ଓଡ଼ଗାଁ ବ୍ଲକ ନେପାଳ, ଭୋବସର, ଗିରିଡ଼ିଆମ୍ବା ଗ୍ରାମବାସୀ ବିଦ୍ୟୁତ୍‍ ଦେଖି ନ ଥିବା ଜଣାଯାଇଛି। ସେହିଭଳି ନୂଆଗାଁ ବ୍ଲକର କିଛି ଗାଁ ଏବେ ବି ଅନ୍ଧାରରେ ରହିଥିବାବେଳେ ଦଶପଲ୍ଲାରେ ସର୍ବାଧିକ ଗାଁରେ ଅନ୍ଧାର ରାଜତ୍ୱ କରୁଛି। ଦଶପଲ୍ଲା ବ୍ଲକର ଟାକରା ପଞ୍ଚାୟତ ପାନାବାରୀ, ତାବେଡ଼ା, ଆଶ୍ରଡ଼ା, ପେହେଲାଜୁ ଗ୍ରାମରେ ଏବେ ବି ଅନ୍ଧାରରେ ରହିଛି। ପେହେଲାଜୁ ଗ୍ରାମକୁ ବିଦ୍ୟୁତ୍‍ ସଂଯୋଗ ଦିଆଯାଇଥିବାବେଳେ ବିଦ୍ୟୁତ୍‍ ପହଞ୍ଚିପାରୁ ନାହିଁ। ବାଣିଗୋଚ୍ଛା ପଞ୍ଚାୟତର ରାଗୁଡ଼ା, କୁଲୁରୁକୁମ୍ପା ପଞ୍ଚାୟତର ଗମ୍ଭାରିଗଣ୍ଡା, କୁଜାମେଣ୍ଢି ପଞ୍ଚାୟତର ୩ଟି ଗ୍ରାମକୁ ଅଦ୍ୟାବଧି ବିଦ୍ୟୁତ୍‍ ସଂଯୋଗ ହୋଇପାରି ନାହିଁ। ଦଶପଲ୍ଲା ବ୍ଲକର ୧୦ରୁ ଊର୍ଦ୍ଧ୍ବ ଗ୍ରାମ ବିଦ୍ୟୁତ୍‍ ସୁବିଧା ପାଇବାରୁ ବଞ୍ଚିତ ଅଛି। ସେହିଭଳି ଭାବେ ଗଣିଆ ବ୍ଲକ ବଡ଼ଶିଲିଙ୍ଗା ପଞ୍ଚାୟତର ୯ଟି ଗ୍ରାମକୁ ବିଦ୍ୟୁତ୍‍ ସଂଯୋଗ ଦିଆଯାଇଥିଲେ ମଧ୍ୟ ଅନ୍ଧକାର ପରିସ୍ଥିତି ଦୂର ହୋଇପାରି ନାହିଁ। ଓପିସିଏଲ୍‍ ଜରିଆରେ ଦୀନଦୟାଲ ଉପାଧ୍ୟାୟ ବିଦ୍ୟୁତ୍‍କରଣ ଯୋଜନାରେ ଗୁପ୍ତା କମ୍ପାନୀକୁ ଏହି ଗ୍ରାମଗୁଡ଼ିକରେ ବିଦ୍ୟୁତ୍‍ ସଂଯୋଗ କାର୍ଯ୍ୟ କରିବା ପାଇଁ ଦିଆଯାଇଥିଲା। କମ୍ପାନୀ ଦ୍ୱାରା ଏହି ପଞ୍ଚାୟତର ୧୫ରୁ ଊର୍ଦ୍ଧ୍ବ ଗ୍ରାମକୁ ବିଦ୍ୟୁତ୍‍କରଣ କାର୍ଯ୍ୟ ଆରମ୍ଭ ହୋଇଥିଲା। କମ୍ପାନୀ ସମସ୍ତ ଗ୍ରାମକୁ ବିଦ୍ୟୁତ୍‍ ସଂଯୋଗ କରିବା ପରେ ୯ଟି ଗ୍ରାମରେ ସମସ୍ୟା ଦେଖାଦେଇଥିଲା। ସେଥିମଧ୍ୟରୁ ଡୁଇସିଂ ଓ ବାଙ୍କଝରି ଗ୍ରାମର ଲୋକ କେବଳ ଅଧଘଣ୍ଟା ପାଇଁ ବିଦ୍ୟୁତ୍‍ ଆଲୋକ ଦେଖିଥିଲେ। ଅଧଘଣ୍ଟା ପରେ ପୁଣିଥରେ ଏହି ଗ୍ରାମବାସୀଙ୍କ ଭାଗ୍ୟ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି। ସେହିଭଳି ଭାବେ ଉକ୍ତ ପଞ୍ଚାୟତ ଗେରେଗେଡ଼ି, ଦୁମୁଦୁମା, ଢିପିସାହି, ସେଟପଲ୍ଲୀ, ମଳାସପଦର, ଓସ୍କାମସ୍କା, ଜାନକାଝୋଲ ଗ୍ରାମବାସୀ ଗୋଟିଏ ମାସ ବିଦ୍ୟୁତ୍‍ ଆଲୋକରେ ଜୀବନ ବିତାଇଥିବା ଜଣାଯାଇଛି। ଅନ୍ୟାନ୍ୟ ଗ୍ରାମରେ ନିମ୍ନମାନର ବିଦ୍ୟୁତ୍‍ କେବୁଲ୍‍ ପାଇଁ ବାରମ୍ବାର ବିଦ୍ୟୁତ୍‍ ବିଭ୍ରାଟ ସମସ୍ୟା ଦେଖାଦେଉଛି।

ସ୍ଥାନୀୟ ଜନସାଧାରଣ ବିଭାଗୀୟ ଅଧିକାରୀଙ୍କ ଦ୍ୱାରସ୍ଥ ହେବା ସହ ୨୦୧୯ରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଦୃଷ୍ଟି ଆକର୍ଷଣ କରିଥିଲେ। ଦିଶା ବୈଠକରେ ସ୍ଥାନୀୟ ଜନପ୍ରତିନିଧି ଏହି ପ୍ରସଙ୍ଗ ଉଠାଇଥିବାବେଳେ ଜିଲ୍ଲାପାଳ ଏହାକୁ ତୁରନ୍ତ ସମାଧାନ କରିବାକୁ କହିଥିଲେ। ଏପରିକି ବିଦ୍ୟୁତ୍‍ ମରାମତି କାର୍ଯ୍ୟ କରିବା ପାଇଁ ପ୍ରଶାସନ ପକ୍ଷରୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ନିର୍ଦ୍ଦେଶ ଦିଆଯାଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଓ ସମ୍ପୃକ୍ତ କମ୍ପାନୀ ନିର୍ଦ୍ଦେଶକୁ ଫୁ’ କରି ଉଡ଼ାଇ ଦେଉଛନ୍ତି। ବୈଠକବେଳେ ଜିଲ୍ଲା ପ୍ରଶାସନ ଏ ଅନ୍ଧାରିମୂଲକ ସମସ୍ୟା ବିଷୟରେ ଆଲୋଚନା କରୁଥିବାବେଳେ ପରମୁହୂର୍ତ୍ତରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଦେଖାଯାଇଛି। ଫଳରେ ଅନ୍ଧାରିମୂଲକରୁ ଏହି ଗାଁଗୁଡ଼ିକ କେବେ ଉଦ୍ଧାର ହେବେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।