NarendraModi - The Sakala

ଭୁବନେଶ୍ଵରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାତି ପ୍ରାୟ ୮ଟା ୧୫ ମିନିଟରେ ଭୁବନେଶ୍ଵରରେ ପହଞ୍ଚିଛନ୍ତି। ଏକ ସ୍ଵତନ୍ତ୍ର ବିମାନ ଯୋଗେ ମୋଦୀ ବିମାନବନ୍ଦରରେ ପହଞ୍ଚିଥିଲେ। ବିମାନବନ୍ଦର ବାହାରେ ରାସ୍ତାପାର୍ଶ୍ବରେ ପ୍ରଧାନମନ୍ତ୍ରୀଙ୍କୁ ସ୍ଵାଗତ ପାଇଁ ପାରମ୍ପରିକ ବାଦ୍ୟ ଓ ନୃତ୍ୟର ଆୟୋଜନ କରାଯାଇଥିଲା। ଗୁରୁବାର ପ୍ରଧାନମନ୍ତ୍ରୀ ମୋଦୀ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ଉଦଘାଟନ କରିବେ। ଏଥିପାଇଁ ସେ ଓଡ଼ିଶା ଆସିଛନ୍ତି। ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିବା ପରେ ମୋଦୀ ରାଜଭବନକୁ ଯାଇଛନ୍ତି। ସେଠାରେ ରାତ୍ରିଯାପନ କରିବେ। ୯ ତାରିଖ ପୂର୍ବାହ୍ନ ୯ଟା ୪୫ରେ ସେ ରାଜଭବନରୁ ବାହାରି ଜତନା ମଇଦାନ ଅଭିମୁଖେ ଯିବେ। ସେଠାରେ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ଉଦଘାଟନ କରିବେ। ପୂର୍ବାହ୍ନ ୧୦ଟାରୁ ସାଢ଼େ ୧୧ଟା ପର୍ଯ୍ଯନ୍ତ ସେ ପ୍ରବାସୀ ଭାରତୀୟମାନଙ୍କ ସହିତ ସମୟ ବିତାଇବେ। ଏହା ପରେ ପୂର୍ବାହ୍ନ ୧୧ଟା ୫୫ ମିନିଟରେ ଦିଲ୍ଲୀ ଫେରିଯିବେ।

ଓଡ଼ିଶାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଝାରସୁଗୁଡ଼ା: ଝାରସୁଗୁଡ଼ାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବାୟୁ ସେନାର ସ୍ୱତନ୍ତ୍ର ବିମାନରେ ଝାରସୁଗୁଡ଼ାରେ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପହଞ୍ଚିଥିଲେ ମୋଦୀ। ସେଠାରୁ ସମ୍ବଲପୁର ଯିବେ ପ୍ରଧାନମନ୍ତ୍ରୀ । ଓଡ଼ିଶାର ଅନେକ ସାଂସଦ ସମେତ ଓଡ଼ିଶାର ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ଝାରସୁଗୁଡ଼ା ବିମାନ ବନ୍ଦରରେ ଉପସ୍ଥିତ ରହିଥିଲେ।ସମ୍ୱଲପୁରରେ ନିର୍ମିତ ଆଇଆଇଏମ୍‌ ସ୍ଥାୟୀ କ୍ୟାମ୍ପସକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନୁଷ୍ଠାନିକ ଭାବେ ଲୋକାର୍ପଣ କରିବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଆଇଆଇଏମ୍‌ ପରିସରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଆଉ ସେହି ମଞ୍ଚରୁ ହିଁ ପଶ୍ଚିମ ଓଡିଶାର ଶିକ୍ଷା, ସଡ଼କ ପରିବହନ, କୋଇଲା, ରେଳବାଇ ଓ ଖଣି ଆଦି ବିଭାଗର ପ୍ରାୟ ୬୦ ହଜାର କୋଟିର ୨୩ଟି ପ୍ରକଳ୍ପର ଲୋକାର୍ପଣ, ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି।

୨୨ ଜାନୁଆରୀରେ ଅଯୋଧ୍ୟା ନ ଆସି ନିଜ ଘରେ ଦୀପ ଜଳାନ୍ତୁ : ମୋଦୀ
ଅଯୋଧ୍ୟା: ଅଯୋଧ୍ୟାରେ ନିର୍ମାଣ ହେଉଥିବା ଭବ୍ୟ ରାମ ମନ୍ଦିରର ଉଦଘାଟନ ପୂର୍ବରୁ ଶନିବାର ପ୍ରଧାନମନନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟା ଗସ୍ତରେ ଅଛନ୍ତି । ଏଠାରେ ସେ କେତେକ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ଏହାସହ ଅଯୋଧ୍ୟାରେ ପିଏମ୍ ମୋଦୀ ଦଳିତ ମହିଳା ମୀରା ମାଝୀଙ୍କୁ ଭେଟିଥିଲେ ଏବଂ ତାଙ୍କ ଘରେ ପ୍ରସ୍ତୁତ ହୋଇଥିବା ଚା ପିଇଛନ୍ତି । ଅଯୋଧ୍ୟା ଧାମ ରେଳ ଷ୍ଟେଶନର ଉଦ୍‌ଘାଟନ ପରେ ସେ ଜନସାଧାରଣଙ୍କୁ ମଧ୍ୟ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ ପ୍ରଭୁ ଶ୍ରୀ ରାମଙ୍କ ସମର୍ପଣ ପାଇଁ ଜାନୁୟାରୀ ୨୨ରେ ଅଯୋଧ୍ୟାକୁ ନ ଆସିବାକୁ ଲୋକଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି, ଏଠାରେ ଘଟୁଥିବା ନିର୍ମାଣ କାର୍ଯ୍ୟ ପ୍ରତ୍ୟେକ ରାମ ଭକ୍ତଙ୍କ ପାଇଁ ଅଯୋଧ୍ୟା ଏବଂ ଭଗବାନ ରାମଙ୍କ ଦର୍ଶନ ସହଜ କରିବ। ଏହି ଐତିହାସିକ ମୁହୂର୍ତ୍ତଟି ଆମ ସମସ୍ତଙ୍କ ଜୀବନରେ ଆସିଛି। ଆପଣ ଏହି ସମୟରେ ଅଯୋଧ୍ୟା ନ ଆସି ଘରେ ରହି ଦୀପ ଜାଳନ୍ତୁ। ପ୍ରଭୁ ରାମଙ୍କୁ ସ୍ମରଣ କରନ୍ତୁ।

ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କହିଛନ୍ତି, ଦେଶ ପାଇଁ ଆମକୁ ଏକ ନୂଆ ରିଜୋଲ୍ୟୁଶନ ନେବାକୁ ପଡ଼ିବ। ନିଜଠାରେ ନୂଆ ଶକ୍ତି ଜାଗ୍ରତ କରନ୍ତୁ। ମୁଁ ୧୪୦ କୋଟି ଦେଶବାସୀଙ୍କୁ ହାତଯୋଡ଼ି ପ୍ରାର୍ଥନା କରୁଛି ଯେ, ଜାନୁୟାରୀ ୨୨ରେ, ଯେତେବେଳେ ପ୍ରଭୁ ରାମ ଅଯୋଧ୍ୟାରେ ବସିଥିବେ, ସେତେବେଳେ ଆପଣ ଶ୍ରୀ ରାମ ଜ୍ୟୋତିଙ୍କୁ ନିଜ ଘରେ ଆଲୋକିତ କରି ଦୀପାବଳି ପାଳନ କରିବେ। ଏହି ସନ୍ଧ୍ୟାରେ ସମଗ୍ର ଭାରତ ଝଲସି ଉଠିବା ଉଚିତ।

ଆମେରିକୀୟ ଥିଙ୍କଟ୍ୟାଙ୍କ୍ ‘ପିଉ’ ରିପୋର୍ଟ, ମୋଦୀଙ୍କ ନେତୃତ୍ବକୁ ୮୦ % ଭାରତୀୟଙ୍କ ସମର୍ଥନ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବକୁ ନେଇ ଆମେରିକାର ଥିଙ୍କଟ୍ୟାଙ୍କ ପିଉ ରିସର୍ଚ୍ଚ ପକ୍ଷରୁ ଏକ ସକାରାତ୍ମକ ରିପୋର୍ଟ ପ୍ରକାଶ କରାଯାଇଛି। ବିଶେଷକରି ଭାରତରେ ଜି-୨୦ ସମ୍ମିଳନୀକୁ ନେଇ ଏବେ ବିଶ୍ବସ୍ତରୀୟ ନେତାମାନେ ଏକାଠି ହେବାକୁ ଯାଉଥିବା ବେଳେ ମୋଦୀଙ୍କ ସମ୍ପର୍କରେ ପ୍ରକାଶିତ ଏହି ରିପୋର୍ଟ ଭାରତର ଛବିକୁ ଆହୁରି ଦୀପ୍ତ କରିବ ବୋଲି କୁହାଯାଉଛି। ଏହି ଥିଙ୍କଟ୍ୟାଙ୍କ ପକ୍ଷରୁ ମୋଦୀଙ୍କ ନେତୃତ୍ବକୁ ନେଇ ଭାରତରେ ସର୍ଭେ କରାଯାଇଥିଲା। ଏଥିରେ ପ୍ରାୟ ୮୦ ପ୍ରତିଶତ ଲୋକ ମୋଦୀଙ୍କ ସମର୍ଥନରେ ରହିଛନ୍ତି ବୋଲି ପିଉ ରିପୋର୍ଟରେ କୁହାଯାଇଛି।

ଏଥିମଧ୍ୟରୁ ସର୍ବାଧିକ ୫୫ ପ୍ରତିଶତ ଲୋକ ମୋଦୀଙ୍କ ନେତୃତ୍ବ ପ୍ରତି ଅକୁଣ୍ଠ ସମର୍ଥନ ଜଣାଇଛନ୍ତି। କେବଳ ଭାରତ ନୁହେଁ, ମୋଦୀଙ୍କ ନେତୃତ୍ବକୁ ବିଶ୍ବର ବିଭିନ୍ନ ଭାଗରେ ମଧ୍ୟ ଲୋକମାନେ ସମର୍ଥନ କରିଥିବା ଏହି ରିପୋର୍ଟରେ କୁହାଯାଇଛି। ତାଙ୍କ ନେତୃତ୍ବକୁ ନେଇ ଏହି ଥିଙ୍କଟ୍ୟାଙ୍କ ପକ୍ଷରୁ ୨୩ଟି ରାଷ୍ଟ୍ରରେ ସର୍ଭେ କରାଯାଇଥିଲ। ଏଥିରେ ପ୍ରାୟ ୩୭ ପ୍ରତିଶତ ଲୋକ ମୋଦୀଙ୍କ ନେତୃତ୍ବରେ ଉପରେ ଭରସା ରଖୀଥିବା କୁହାଯାଇଛି। ଏକ୍ଷେତ୍ରରେ କେନିଆ ସବୁଠୁ ଉପରେ ରହିଛି। ଏଠାକାର ୬୦ ପ୍ରତିଶତରୁ ଅଧିକ ଲୋକ ମୋଦୀଙ୍କ ନେତୃତ୍ବକୁ ସମର୍ଥନ କରିଛନ୍ତି। ଅନ୍ୟପକ୍ଷରେ ମୋଦୀଙ୍କ ନେତୃତ୍ବ ଯୋଗୁଁ ଭାରତର ଛବି ବିଶ୍ବ ଦୁନିଆରେ ବେଶ ଆଦୃତ ହୋଇପାରିଛି ବୋଲି ଏହି ୨୩ଟି ରାଷ୍ଟ୍ରର ୪୬ ପ୍ରତିଶତ ଲୋକ କହିଛନ୍ତି।

କେବଳ ୩୪ ପ୍ରତିଶତ ଲୋକ ଏହାକୁ ଅସ୍ବୀକାର କରିଛନ୍ତି। କେବଳ ସେତିକି ନୁହେଁ, ପୂର୍ବରୁ ଭାରତ ପ୍ରତି ବହୁ ୟୁରୋପୀୟ ରାଷ୍ଟ୍ରଙ୍କ ଭାବ ନକାରାତ୍ମକ ରହିଥିଲା ବେଳେ ଏବେ ସେହି ଭାବନାରେ ଯଥେଷ୍ଟ ପରିବର୍ତ୍ତନ ଆସିଛି। ଫ୍ରାନ୍ସ ଏବଂ ବ୍ରିଟେନ ଭଳି ବହୁ ପ୍ରମୁଖ ୟୁରୋପୀୟ ରାଷ୍ଟ୍ର ଏବେ ଭାରତକୁ ପ୍ରଶଂସା କରି ରହିପାରୁନାହାନ୍ତି ବୋଲି ଏହି ରିପୋର୍ଯରେ କୁହାଯାଇଛି। ମୋଦୀଙ୍କ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପ୍ରତି ଭାରତରେ ୩୪ ପ୍ରତିଶତ ଲୋକଙ୍କ ସମର୍ଥନ ରହିଛି। ସେହିପରି ଭାରତରେ ପାକିସ୍ତାନ ପ୍ରତି ୭୫ ପ୍ରତିଶତ ଲୋକଙ୍କ ନକାରାତ୍ମକ ଭାବ ରହିଥିଲା ବେଳେ ୫୭ ପ୍ରତିଶତ ଲୋକଙ୍କ ମନୋଭାବ ପାକିସ୍ତାନ ପ୍ରତି ଅତ୍ୟନ୍ତ ନକାରାତ୍ମକ ରହିଛି ବୋଲି ଏହି ରିପୋର୍ଟରେ କୁହାଯାଇଛି।

ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ!‘ବନ୍ଦେ ଭାରତ’ ଲୋକାର୍ପଣ କାର୍ଯ୍ୟକ୍ରମରେ ହୋଇପାରନ୍ତି ସାମିଲ
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁବଶୀଘ୍ର ଓଡ଼ିଶା ଆସିପାରନ୍ତି। ପୁରୀରେ ଅନୁଷ୍ଠିତ ହେବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସର ଲୋକାର୍ପଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗଦେବାର ସମ୍ଭାବନା ରହିଛି। ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଏନେଇ ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ ଯେହେତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିଟି ବିଭିନ୍ନ ସ୍ଥାନରେ ବନ୍ଦେ ଭାରତ ଏକ୍ସପ୍ରେସ୍‌‌ର ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗ ଦେଉଥିବାର ଦେଖିବାକୁ ମିଳୁଛି, ସେଦୃଷ୍ଟିରୁ ସେ ପୁରୀରେ ବି ବନ୍ଦେ ଭାରତ ଏକ୍ସପ୍ରେସର ଲୋକାର୍ପଣ କରିପାରନ୍ତି। ତେବେ ରଥଯାତ୍ରା ପୂର୍ବରୁ ପୁରୀରେ ବନ୍ଦେ ଭାରତ ଏକ୍ସପ୍ରେସ୍‌‌ର ଲୋକାର୍ପଣ ହେବାର କାର୍ଯ୍ୟକ୍ରମ ଥିବା ଆଲୋଚନା ହେଉଛି।

ସୂଚନାଯୋଗ୍ୟ ଗତ ମାସ ୨୮ ତାରିଖରେ ପ୍ରଥମ ଥର ଲାଗି ହାୱଡା- ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍‌‌ ଟ୍ରେନର ଟ୍ରାଏଲ ଚଳାଚଳ ହୋଇଥିଲା। ସକାଳ ୬ଟା ୧୦ରେ ହାୱଡାରୁ ଏହି ଏକ୍ସପ୍ରେସ୍‌‌ର ଟ୍ରାଏଲ ରନ୍‌‌ ଆରମ୍ଭ ହୋଇଥିଲା। ଏହା ଖଡଗପୁର, ଭଦ୍ରକ, ଯାଜପୁର, କଟକ, ଭୁବନେଶ୍ୱର ଓ ଖୋର୍ଦ୍ଧାରେ ୨ ମିନିଟ ଲେଖାଏଁ ରହିବା ପୁରୀରେ ପହଞ୍ଚିଥିଲା। ବନ୍ଦେ ଭାରତ ଏକ୍ସପ୍ରେସ୍‌‌ ଅପରାହ୍ନ ୧୨ଟା ୩୫ରେ ପୁରୀରେ ପହଞ୍ଚି ପୁଣି ମଧ୍ୟାହ୍ଣ ୧.୫୦ ମିନିଟରେ ପୁରୀ ଛାଡ଼ିଥିଲା। ଏହା ରାତି ୮ଟା ୩୦ରେ ହାୱଡାରେ ପହଞ୍ଚିଥିଲା।

‘ମୋଦୀ’ ସାଙ୍ଗିଆ ମନ୍ତବ୍ୟ ମାମଲା: ରାହୁଲ ଦୋଷୀ ସାବ୍ୟସ୍ତ, ୨ ବର୍ଷ ଜେଲ ଦଣ୍ଡାଦେଶ
ସୁରଟ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚୋର କହିବା ଅଭିଯୋଗରେ ସୁରଟ କୋର୍ଟ ଗୁରୁବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ‘ସବୁ ଚୋର କାହିଁକି ମୋଦୀ ସାଙ୍ଗିଆ ବହନ କରିଛନ୍ତି’ ସାଧାରଣ ନିର୍ବାଚନ ପୂର୍ବରୁ କର୍ନାଟକର କୋଲାର ଠାରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପନାମ ଉପରେ ମନ୍ତବ୍ୟ ଦେଇଥିଲେ। ଯାହା ପରେ ତାଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରାଯାଇଥିଲା। ବିଶେଷଜ୍ଞଙ୍କ ଅନୁଯାୟୀ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ପ୍ରତି ଏକ ବିପଦ ସୃଷ୍ଟି ହୋଇଛି। ଏଥି ସହିତ ୨ ବର୍ଷର ଜେଲ ଦଣ୍ଡାଦେଣ ମଧ୍ୟ ଘୋଷଣା କରାଯାଇଛି।

ତେବେ ରାହୁଲ ଗାନ୍ଧୀ କୋର୍ଟରେ କହିଛନ୍ତି ଯେ ମୋର ବିବୃତ୍ତିରେ କାହାରି କିଛି କ୍ଷତି ହୋଇ ନାହିଁ। ଦଣ୍ଡ ହ୍ରାସ କରିବାକୁ ସେ କୋର୍ଟରେ ଆବେଦନ କରିଛନ୍ତି। ଆଇପିସିର ଧାରା ୪୯୯, ୫୦୦ ଅନୁଯାୟୀ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏକ ଅପରାଧ ପଞ୍ଜିକୃତ ହୋଇଛି। ଏହି ମାମଲାରେ ସେ ତୃତୀୟ ଥର ପାଇଁ କୋର୍ଟରେ ହାଜର ହୋଇଛନ୍ତି। ଚିଫ ଜୁଡିସିଆଲ ମାଜିଷ୍ଟ୍ରେଟ ଏଚ ଏଚ ବର୍ମାଙ୍କ କୋର୍ଟ ଗତ ସପ୍ତାହରେ ଉଭୟ ପକ୍ଷର ଯୁକ୍ତି ଶୁଣାଣି କରି ମାର୍ଚ୍ଚ ୨୩ କୁ ରାୟ ଘୋଷଣା ତାରିଖ ଭାବରେ ସ୍ଥିର କରିଥିଲେ।

ଆଜି ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ, ପ୍ରଧାନମନ୍ତ୍ରୀଙ୍କୁ କରିବେ ସାକ୍ଷାତ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଠାରୁ ୩ଦିନିଆ ନୂଆଦିଲ୍ଲୀ ଗସ୍ତ କରୁଛନ୍ତି। ସୋମବାର ସକାଳ ୧୦ଟା ୩୫ ମିନିଟ୍‍ରେ ଭୁବନେଶ୍ୱର ବିମାନ ବନ୍ଦରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ସେଠାରେ ମଧ୍ୟାହ୍ନ ୧୨ଟା ୩୦ ମିନିଟ୍‍ରେ ପହଞ୍ଚିବେ। ଏହା ପରେ ଅପରାହ୍ନ ୪ଟାରୁ ୪ଟା ୩୦ ମିନିଟ୍‍ରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାଉଥ୍‍ ବ୍ଲକରେ ସାକ୍ଷାତ କରିବେ ବୋଲି ଜଣାପଡ଼ିଛି। ସେହିପରି ଶ୍ରୀ ପଟ୍ଟନାୟକ ଏକ ତାରିଖ ଦିନ ୧ଟା ୩୦ ମିନିଟ୍‍ରେ ଭୁବନେଶ୍ୱର ଫେରିବେ ବୋଲି ଜଣାପଡ଼ିଛି।

ଆଜିଠାରୁ ଦୁଇଦିନିଆ ‘କ୍ବାଡ୍‌’ ସମ୍ମିଳନୀ , ଚୀନ୍‌ର ଗତିବିଧି ରୋକିବାକୁ ହେବ ଫର୍ମୂଲା
ନୂଆଦିଲ୍ଲୀ : ଆସନ୍ତାକାଲି ଠାରୁ ଦୁଇ ଦିନ ଧରି ଟୋକିଓରେ ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ଚତୁଃରାଷ୍ଟ୍ରୀୟ ମେଣ୍ଟ ‘କ୍ବାଡ୍‌’ର ଦ୍ବିତୀୟ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ଚୀନ୍‌ର ମନମାନୀ ରୋକିବା ଏବଂ ଏହାର ଗତିବିଧି ଉପରେ ନଜର ରଖୀବା ଉଦ୍ଦେଶ୍ୟରେ ଏହି ସମ୍ମିଳନୀରେ  ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହେବ। ବିଶେଷକରି ଦକ୍ଷିଣ ଏବଂ ପୂର୍ବ ଚୀନ ସାଗରରେ ଚୀନ୍‌ର ଏକଚାଟିଆ ନୀତିକୁ ପ୍ରତିହତ କରିବା ଲାଗି କ୍ବାଡ ସଦସ୍ୟ ରାଷ୍ଟ୍ର ଆନୁଷଙ୍ଗିକ ରଣନୀତି ସମ୍ପର୍କରେ ଘୋଷଣା କରିବେ ବୋଲି ସୂଚନା ମିଳିଛି। ବିଗତ କିଛି ବର୍ଷ ଧରି ଏହି ଅଞ୍ଚଳରେ ଚୀନ୍‌ ମାଛ ଧରିବା ନାଁରେ ନିଜର ଗୁଇନ୍ଦା ଏଜେନ୍ସିଗୁଡିକୁ ସକ୍ରିୟ କରିବା ସହିତ ଅନ୍ୟ ଛୋଟ ରାଷ୍ଟ୍ରମାନଙ୍କ ସୀମାରେ ଅନୁପ୍ରବେଶ କରି ମନମାନୀ ଚଳାଇଛି।  ଭାରତ-ପ୍ରାଶନ୍ତ କ୍ଷେତ୍ର ବିଶ୍ବର ଅନ୍ୟତମ ସାମୁଦ୍ରିକ ପରିବହନ ରୁଟ ଭାବେ ବିଭିନ୍ନ ରାଷ୍ଟ୍ରମାନଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ରହିଛି।

ହେଲେ ଚୀନ ନିଜର ଏକଚାଟିଆ ମନୋଭାବକୁ ନେଇ ଏହି ଅଞ୍ଚଳରେ ନିଜର ପ୍ରଭାବ ବିସ୍ତାର କରିବାରେ ଲାଗିଛି। ଯାହାକୁ ନେଇ ଆନ୍ତର୍ଜାତିକ ବାଣିଜ୍ୟିକ କାରବାର ଦିଗରେ ପ୍ରତିବନ୍ଧକ ସୃଷ୍ଟି ହେବା ସହିତ ବହୁ ଦ୍ବୀପ ରାଷ୍ଟ୍ରଙ୍କ ସାର୍ବଭୌମତ୍ବକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। କେବଳ ସେତିକି ନୁହେଁ, ଏହି ଅଞ୍ଚଳର ଅନେକ ଭାଗରେ ଚୀନ ଅନୈତିକ ପ୍ରଭାବ ଜାହିର କରି ନିଜର  ପୋତାଶ୍ରୟ ଏବଂ ନୌସେନା ଘାଟୀ ପ୍ରସ୍ତୁତ କରିଛି। ଚୀନ୍‌ର ଏଭଳି ଏକଚାଟିଆ ପ୍ରଭାବକୁ ପ୍ରତିହତ କରି ଭାରତ-ପ୍ରଶାନ୍ତ କ୍ଷେତ୍ରରେ ଶାନ୍ତି ପ୍ରତିଷ୍ଠା ଲାଗି କିଛି ବର୍ଷ ତଳେ କ୍ବାଡ୍‌ ପ୍ରତିଷ୍ଠା ହୋଇଥିଲା। ତେବେ ବିଗତ ଦୁଇ ବର୍ଷ ଧରି କରୋନା ମହାମାରୀକୁ ନେଇ ଏହି ମେଣ୍ଟର ଆଭିମୁଖ୍ୟ କାର୍ଯ୍ୟକାରୀ କରିବା ଦିଗରେ ପ୍ରତିବନ୍ଧକ ସୃଷ୍ଟି ହୋଇଥିଲା। ପୂର୍ବରୁ କେବଳ ଭର୍ଚୁଆଲ ମାଧ୍ୟମରେ ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ  ବୈଠକ ଅନୁଷ୍ଠିତ ହୋଇଆସୁଥÒଲା।

ହେଲେ ଦ୍ବିତୀୟ ଥର ପାଇଁ ଭାରତ ସମେତ ଅନ୍ୟ ତିନି ସଦସ୍ୟ ରାଷ୍ଟ୍ର ମୁଖ୍ୟ ଏହି ବୈଠକରେ ପ୍ରତ୍ୟକ୍ଷ ଭାବେ ଯୋଗ ଦେବାକୁ ଯାଉଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କ୍ଷମତାକୁ ଆସିବା ପରେ ଏହି ବୈଠକରେ ଯୋଗ ଦେବା ପାଇଁ ପ୍ରଥମଥର ଏସିଆ ଗସ୍ତରେ ଆସୁଛନ୍ତି। ସେହିପରି ଅଷ୍ଟ୍ରେଲିଆର ନୂଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନେସି ମଧ୍ୟ ପ୍ରଥମଥର ପାଇଁ ଏହି ବୈଠକରେ ଯୋଗ ଦେବାକୁ ଆସୁଛନ୍ତି।  ଚୀନକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଏହି ସମ୍ମିଳନୀରେ  ‘ଇଣ୍ଡୋ ପାସିଫିକ୍‌ ଇକୋନୋମିକ୍‌ ଫୋରମ୍‌(ଆଇପିଇଏଫ୍‌) ବ୍ୟବସ୍ଥା ଆରମ୍ଭ ହେବ ବୋଲି ପୂର୍ବରୁ ବାଇଡେନ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇସାରିଛି। ରାଷ୍ଟ୍ରପତି ଜୋ ବାଇଡେନଙ୍କ ଦ୍ବାରା ଏହାର ଉଦ୍‌ଘାଟନ ସହ ଭାରତ ମଧ୍ୟ ଏହି ମଞ୍ଚରେ ଯୋଗ ଦେବା ବୋଲି ନିଷ୍ପତ୍ତି ହୋଇସାରିଛି।

ଭାରତ ବ୍ୟତୀତ ଏହି ମଞ୍ଚରେ ଜାପାନ, ଦକ୍ଷିଣ କୋରିଆ,ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ମ୍ୟାଲେସିଆ, ସିଙ୍ଗାପୁର,ଇଣ୍ଡୋନେସିଆ, ଥାଇଲାଣ୍ଡ, ଭିଏତନାମ ଏବଂ ଫିଲିପାଇନ୍ସ ଆଦି ରାଷ୍ଟ୍ର ମଧ୍ୟ ଯୋଗ ଦେବାକୁ ଯାଉଛନ୍ତି। ଏକ ବୃହତ ଅର୍ଥନୈତିକ କାର୍ଯ୍ୟକ୍ରମ ଭାବେ ଏହି ବ୍ୟବସ୍ଥାରେ ଡିଜିଟାଲ ଇକୋନୋମି, ଯୋଗାଣ ଶୃଙ୍ଖଳ, ମୁକ୍ତ ଏବଂ ସ୍ବଚ୍ଛ ପୁଞ୍ଜି ନିବେଶ, ଅତ୍ୟାଧୁନିକ ଭିତ୍ତିଭୂମି ଆଦି ବ୍ୟବସ୍ଥା ରହିଛି। ଚୀନ ଏସିଆ ସମେତ ୟୁରୋପ ଏବଂ ଆଫ୍ରିକୀୟ ରାଷ୍ଟ୍ରମାନଙ୍କରେ ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ନିଜର ଏକଚାଟିଆ ନୀତି ଦ୍ବାରା ଲୁଟ କରୁଛି।

ଏପରିକି ବିଭିନ୍ନ ରାଷ୍ଟ୍ରଙ୍କୁ ନିଜର ଋଣ ଜାଲରେ ଫସାଇ ଜମି କବଜା କରିବାରେ ଲାଗିଛି। ଏହାବ୍ୟତୀତ ବାଣିଜ୍ୟିକ ରୁଟ୍‌ଗୁଡିକରେ ମଧ୍ୟ ନିଜର ପ୍ରଭାବ ବିସ୍ତାର କରି ଅନ୍ୟ ରାଷ୍ଟ୍ରମାନଙ୍କୁ ଶୋଷଣ କରିବାକୁ ଚାହୁଁଛି। କିନ୍ତୁ ବିଶ୍ବସ୍ତରରେ ଏକ ମୁକ୍ତ ବାଣିଜ୍ୟିକ ପରିବେଶ ସୃଷ୍ଟି କରିବା ସହିତ ପୁଞ୍ଜି ନିବେଶ କ୍ଷେତ୍ରକୁ ସ୍ବଚ୍ଛ କରିବା ଲାଗି ଆଇପିଇଏଫ ମଞ୍ଚ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଏସ  ସମ୍ପର୍କରେ ସୂଚନା ଦେଇ  ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକ୍‌ ସୁଲିଭାନ କହିଛନ୍ତି।