5g-technology - The Sakala

ଭାରତରେ ଆରମ୍ଭ ହେଲା ବହୁପ୍ରତୀକ୍ଷିତ 5G ସେବା, ଗ୍ରାହକଙ୍କୁ ମିଳିବ ଅତ୍ୟାଧୁନିକ ଟେଲିକମ୍ ସର୍ଭିସ
ନୂଆଦିଲ୍ଲୀ: ଭାରତୀୟ ଟେକ୍ନୋଲୋଜି କ୍ଷେତ୍ରରେ ଯୋଡ଼ିହେଲା ନୂଆ ଅଧ୍ୟାୟ । ଆଜି ଦେଶରେ ଶୁଭାରମ୍ଭ ହେଲା ବହୁପ୍ରତୀକ୍ଷିତ ୫ଜି ସେବା। ଏହି ସେବାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନମେଦ୍ର ମୋଦି । ଦିଲ୍ଲୀର ପ୍ରଗତି ମଇଦାନରେ ଇଣ୍ଡିଆ ମୋବାଇଲ୍ କଂଗ୍ରେସ କାର୍ଯ୍ୟକ୍ରମରେ ମୋଦି ୫ଜି ସେବାର ଶୁଭ ଉଦଘାଟନ କରିଛନ୍ତି । ଅତ୍ୟାଧୁନିକ ଟେଲିକମ୍ ସର୍ଭିସ ସହ ଭାରତ ମଧ୍ୟ ସେହି ଦେଶ ତାଲିକାରେ ଯୋଡି ହୋଇଛି, ଯେଉଁଠି 5G ସେବା ଉପଲବ୍ଧ ହେଉଥିଲା।

ପ୍ରଥମ ପର୍ଯ୍ୟାୟରେ ଏହା ୧୩ଟି ସହରରେ ଆରମ୍ଭ ହୋଇଛି। ଅହମ୍ମଦାବାଦ, ବେଙ୍ଗାଲୁରୁ, ଚଣ୍ଡିଗଡ, ଗାନ୍ଧିନଗର, ଗୁରୁଗ୍ରାମ, ହାଇଦ୍ରାବାଦ, ଜାମନଗର, କୋଲକତା, ଚେନ୍ନାଇ, ଲକ୍ଷ୍ମୌ, ପୁନେ, ଦିଲ୍ଲୀ ଓ ମୁମ୍ବାଇରେ 5G ସେବା ଆରମ୍ଭ ହୋଇଛି। ୨୦୩୦ ସୁଦ୍ଧା ପର୍ଯ୍ୟାୟ କ୍ରମେ ଏହି ସେବା ଧୀରେ ଧୀରେ ସମଗ୍ର ଦେଶରେ ଆରମ୍ଭ ବୋଲି ଆଶା କରାଯାଉଛି। ଏୟାରଟେଲ ପକ୍ଷରୁ ବାରାଣସୀ ଓ ଜିଓ ପକ୍ଷରୁ ଅହମ୍ମଦାବାଦରେ 5-G ନେଟୱର୍କ ସେବା ଆରମ୍ଭ ହେବ । ଆଜିର ଏହି 5-G ଶୁଭାରମ୍ଭ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ବିଶିଷ୍ଟ ଶିଳ୍ପପତୀ ମୁକେଶ ଅମ୍ୱାନୀ ପ୍ରମୁଖ ସାମିଲ ହୋଇଥିଲେ ।

୫-ଜି ସେବା ୪-ଜିଠୁ ୧୦ ଗୁଣା ସ୍ପିଡ୍ ସେବା ଦେବା। ଆବଶ୍ୟକ ସ୍ଥଳେ ଏହି ସ୍ପିଡ ୧୦୦ ଗୁଣା ଯାଏଁ ବଢିପାରିବ। ୟୁଜର୍ସଙ୍କ ପାଇଁ ଡାଉନଲୋଡ୍ ସ୍ପିଡ ବଢ଼ାଇବ ୫ଜି।

ବର୍ଷ ଶେଷ ସୁଦ୍ଧା ଦେଶର ୨୫ ସହରରେ ଉପଲବ୍ଧ ହେବ ୫-ଜି ସେବା; ସୂଚନା ଦେଲେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ନୂଆଦିଲ୍ଲୀ: ଭାରତରେ ଅତ୍ୟାଧୁନିକ ୫ଜି ସେବାକୁ ନେଇ ଉତ୍ସୁକତା ଲାଗି ରହିଥିବା ବେେ ଏହି ସେବା ଖୁବଶୀଘ୍ର ଆରମ୍ଭ ହେବ ବୋଲି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ଆସନ୍ତା ଅଗଷ୍ଟ ରୁ ସେପ୍ଟମ୍ବର ମଧ୍ୟରେ ଏହାର ଆରମ୍ଭ କରାଯିବା ସହିତ ଚଳିତ ବର୍ଷ ଶେଷ ସୁଦ୍ଧା ୨୦ ରୁ ୨୫ ସହରରେ ୫ ଜି ସେବା ଉପଲବ୍ଧ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ କହିଛନ୍ତି। ଟିଭି-୯ ପକ୍ଷରୁ ଆୟୋଜିତ ‘ ହ୍ବାଟ ଇଣ୍ଡିଆ ଥିଙ୍କସ୍‌ ଟୁଡେ ଗ୍ଳୋବାଲ ସମିଟ୍‌’ରେ ଯୋଗ ଦେଇ ଅଶ୍ୱିନୀ କହିଛନ୍ତି ଯେ, କେନ୍ଦ୍ର ସରକାର ଭାରତରେ ୪ ଜି ଏବଂ ୫ଜି ଉନ୍ନତ ବ୍ୟବସ୍ଥାକୁ ନେଇ ଗୁରୁତ୍ବ ଦେବା ସହିତ ଏଥିପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି।

ଡିଜିଟାଲ ନେଟୱର୍କ କ୍ଷେତ୍ରରେ ସାରା ବିଶ୍ୱରେ ଭାରତର ସ୍ଥାନ ଅଦ୍ବିତୀୟ କରିବା ଲକ୍ଷ୍ୟରେ କାର୍ଯ୍ୟ ଜାରି ରହିଛି। ଏହିକ୍ରମରେ ବର୍ତ୍ତମାନ ୫ଜି ସ୍ପେକ୍ଟ୍ରମ ନିଲାମ ଲାଗି ମଞ୍ଜୁରି ଦିଆଯାଇସାରିଛି। କେବଳ ସେତିକି ନୁହେଁ , ୪ ଜି ଏବଂ ୫ ଜି ସେବାକୁ ଆଧାର କରି ଉନ୍ନତ ସରଞ୍ଜାମ ଉତ୍ପାଦନ ପାଇଁ ମଧ୍ୟ ଗୁରୁତ୍ବ ଦିଆଯାଇ କାର୍ଯ୍ୟ ଜାରି ରହିଛି। ଦେଶରେ ୫ଜି ସେବା ଉପଲବ୍ଧ ହେଲେ ଅନେକ କ୍ଷେତ୍ରରେ ଉପଭୋକ୍ତାଙ୍କୁ ସୁବିଧା ମିଳିପାରିବ ବୋଲି ସେ କହିଛନ୍ତି। ବର୍ତ୍ତମାନ କୌଣସି ଅଜଣା ମୋବାଇଲ କଲକୁ ନେଇ ଅନେକ ସମସ୍ୟା ରହିଛି। କିନ୍ତୁ ୫ଜି ସେବାରେ କଲ କରୁଥିବା ବ୍ୟକ୍ତିର ସମ୍ପୂର୍ଣ୍ଣ ‘କେୱାଇସି’ ଜଣାପଡ଼ିଯିବ। ଏହାବ୍ୟତୀତ ବିଭିନ୍ନ କ୍ଷେତ୍ରରେ ଗ୍ରାହକମାନଙ୍କୁ କାରବାର କ୍ଷେତ୍ରରେ ନୂତନତ୍ବ ମିଳିବ।

ଆଗାମୀ ଦିପାବଳୀ ସୁଦ୍ଧା ସରକାର ଲୋକଙ୍କୁ ୫ଜି ସେବା ଉପହାର ଦେଇପାରନ୍ତି ବୋଲି ସେ କହିଛନ୍ତି। ଆଗାମୀ ଜୁଲାଇରୁ ୫ଜି ସ୍ପେକଟ୍ରମ୍‌ ନିଲାମ ହେବାକୁ ଯାଉଥିଲା ବେଳେ ଏଥିରେ ୭୨ ଜିଗା ହର୍ଜରୁ ଅଧିକ ସ୍ପେକଟ୍ରମ ୨୦ ବର୍ଷର ବୈଧତା ସହ ନିଲାମ କରାଯିବ। ନିମ୍ନ ,ମଧ୍ୟମ ଏବଂ ହାଇଫ୍ରିକ୍ୱେନ୍ସି ବ୍ୟାଣ୍ଡରେ ସ୍ପେକଟ୍ରମ ନିଲାମ କରାଯିବ। ଏହାଦ୍ବାରା ଦେଶରେ ଇଣ୍ଟରନେଟ୍‌ ବ୍ୟବସ୍ଥା ୪ଜି ତୁଳନାରେ ୧୦ ଗୁଣ ଅଧିକ ଗତିଶୀଳ ହୋଇପାରିବ। ଯାହାକି ବୈଷୟିକ ଏବଂ ବ୍ୟାବସାୟିକ କ୍ଷେତ୍ର ପାଇଁ ଅଧିକ ସୁଯୋଗ ସୃଷ୍ଟି କରିବ। ତେବେ ୫ଜି ସେବା ମୂଲ୍ୟକୁ ନେଇ ସେ କହିଛନ୍ତି ଯେ, ସାରା ବିଶ୍ବରେ ଏବେ ମଧ୍ୟ ଭାରତରେ ଡାଟା ପ୍ୟାକେଜ ମୂଲ୍ୟ ସବୁଠୁ କମ୍‌ ରହିଛି। ବିଶ୍ୱସ୍ତରରେ ହାରାହାରି ଡାଟା ପ୍ୟାକେଜ୍‌ ମୂଲ୍ୟ ୨୫ ଆମେରିକୀୟ ଡଲାର ରହିଥିବା ବେଳେ ଭାରତରେ ଏହି ମୂଲ୍ୟ ମାତ୍ର ୨ ଡଲାର ରହିଛି। ଏହିକ୍ରମରେ ୫ଜି ମୂଲ୍ୟସୂଚୀ ନିର୍ଦ୍ଧାରଣ କରାଯିବ ବୋଲି ଅଶ୍ୱିନୀ କହିଛନ୍ତି। ଦିଲ୍ଲୀ, ଗୁରୁଗ୍ରାମ, ଅହମ୍ମଦାବାଦ, ବେଙ୍ଗାଲୁରୁ, ଚଣ୍ଡିଗଡ଼, ଚେନ୍ନାଇ, ହାଇଦରାବଦ, ଜାମନଗର, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ ଓ ପୁଣେ ଆଦି ସହରରେ ପ୍ରଥମେ ଏହି ସେବା ଉପଲବ୍ଧ କରାଯିବ ବୋଲି କୁହାଯାଇଛି।

୫ଜି ଟେକ୍ନୋଲୋଜି
୫ଜି ନେଟୱାର୍କକୁ ନେଇ ଏବେ ଖୁବ୍ ଚର୍ଚ୍ଚା ଚାଲିଛି। ଏକ ନିଆରା ଓ ନୂତନ ଅନୁଭବ ସହ ଭାରତରେ ୫ଜି ସେବା ଆରମ୍ଭ ହେବାକୁ ଯାଉଛି। ଏବେକାର ହାଇସ୍ପିଡ୍‌ ଇଣ୍ଟରନେଟ୍ ସେବାଠାରୁ ଏହା ଅଧିକ ସକ୍ରିୟ ହେବ। ଏହା ହେଉଛି ମୋବାଇଲ୍ ନେଟୱାର୍କର ପଞ୍ଚମ ଜେନେରେସନ। ୫-ଜିର ଅନେକଗୁଡ଼ିଏ ଫାଇଦା ଅଛି…

୫ଜି ନେଟ୍‌ୱାର୍କରେ ଅଲ୍ଟ୍ରା ଏଚ୍‌ଡି ଭିଡିଓ କଲିଂ କରାଯାଇପାରିବ। ଏହି ସମୟରେ ଉପଭୋକ୍ତା କ୍ରିଷ୍ଟାଲ କ୍ଲିୟର ଭିଡ଼ିଓ କଲିଂର ମଜା ଉଠାଇପାରିବେ।

ସମ୍ପ୍ରତି ଚାଲୁଥିବା ୪ଜି ନେଟ୍‌ୱାର୍କଠାରୁ ଏହା ଅଧିକ ସ୍ପିଡ୍ ହବେ। ୫ଜି ନେଟୱର୍କ ଆସିବା ପରେ ୟୁଟ୍ୟୁବ୍ ବା ଅନ୍ୟ କୌଣସି ଭିଡିଓ ମାତ୍ର କିଛି ସେକେଣ୍ଡରେ ଅପଲୋଡ୍ ହୋଇଯିବ। ଏଥରେ ଆଖିପିଛୁଳାକେ ଭିଡିଓ ଡାଉନଲୋଡ୍‌ ହେବ।

ଅନଲାଇନ୍ ଗେମ୍‌ ଖେଳୁଥିବା ୟୁଜର୍ସଙ୍କ ପାଇଁ ୫ଜି ନେଟୱାର୍କ ଲାଭଦାୟକ ହେବ । ୫ଜି ନେଟୱାର୍କରେ ଆପଣ ହାଇ-ଡେଫିନେସନ୍‌ ଗେମ୍‌ସ୍‌ ଖେଳିପାରିବେ।

୫ଜି ଦ୍ବାରା ସେନ୍ସର ଯୋଗୁଁ ରାସ୍ତାରେ ଦୁର୍ଘଟଣାରେ ହେଉଥିବା ମୃତ୍ୟୁକୁ ମଧ୍ୟ ରୋକାଯାଇ ପାରିବ । ୫ଜି ସାହାଯ୍ୟରେ ଗାଡିରେ ଥିବା ସେନ୍ସର କାମ କରିବ ଏବଂ ଏହା ଗାଡି ଚାଳକଙ୍କୁ ବିପଦ ବିଷୟରେ ସତର୍କ କରାଇବ। କେବଳ ଚାଳକଙ୍କୁ ଏହା ଯେ ସତର୍କ କରାଇବା ତା’ନୁହେଁ, ଏହା ମଧ୍ୟ ଅଟୋମେଟିକ୍‌ ବ୍ରେକ୍‌ ମଧ୍ୟ ଲଗାଇବ। ଏଥିଯୋଗୁ ସଡ଼କ ଦୁର୍ଘଟଣାକୁ ଏଡ଼ାଇ ହେବ।

କୃଷକମାନେ ଭାରତର ଅର୍ଥନୈତିକ ବ୍ୟବସ୍ଥା ଏବଂ ସମାଜର ସ୍ତମ୍ଭ ଅଟନ୍ତି। ୫ଜି ହେତୁ କୃଷିକୁ ମଧ୍ୟ ଡିଜିଟାଲାଇଜ୍‌ଡ୍‌ କରିହେବ। ଡ୍ରୋନ୍ ସାହାଯ୍ୟରେ ୫-ଜି ଟେକ୍ନୋଲୋଜି ଦ୍ବାରା ଚାଷ ହୋଇଥିବା ଜମିକୁ ସଠିକ୍ ଭାବରେ ଯାଞ୍ଚ କରି ହେବ ଏବଂ କୃଷକମାନେ ଏଥିରୁ ବହୁ ଉପକୃତ ହୋଇପାରିବେ।

୫ଜି ଟେକ୍ନୋଲୋଜିର ପ୍ରବର୍ତ୍ତନ ପରେ ଦେଶର ସ୍ୱାସ୍ଥ୍ୟକ୍ଷେତ୍ରରେ ଉନ୍ନତି ହେବ। ପ୍ରତ୍ୟେକ ନାଗରିକଙ୍କ ପାଇଁ ଏକ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଉପଲବ୍ଧ ହୋଇପାରିବ। ମେଡିକାଲ୍ ଉପକରଣକୁ ସଂଯୋଗ କରି ଘରେ ବସି କୌଣସି ବ୍ୟକ୍ତିର ଡିଜିଟାଲ୍ ପରୀକ୍ଷା ମଧ୍ୟ କରାଯାଇପାରିବ। ଏକ୍ସ୍‌-ରେ କରିବା ପାଇଁ ଆପଣଙ୍କୁ ଡାକ୍ତରଖାନା ଯିବାକୁ ମଧ୍ୟ ପଡିବ ନାହିଁ।