hospital - The Sakala
ରାଜ୍ୟବାସୀଙ୍କ ପାଇଁ ସ୍ୱାସ୍ଥ୍ୟ ସଞ୍ଜୀବନୀ ପାଲଟିଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ)କୁ ବନ୍ଦ କରି ରାଜ୍ୟ ସରକାର ପ୍ରଚଳନ କରିଛନ୍ତି ‘ଆୟୁଷ୍ମାନ’ ଯୋଜନା। ବହୁ ଆଡ଼ମ୍ବରରେ ଆରମ୍ଭ ହୋଇଥିବା ଏହି ଯୋଜନାକୁ ନେଇ ଆରମ୍ଭରୁ ଝୁଣ୍ଟିଲେଣି ସରକାର। ନୂତନ ପ୍ରବର୍ତ୍ତିତ ଯୋଜନାରେ ରହିଥିବା ଯାବତୀୟ ଜଞ୍ଜାଳ ଏବେ ରୋଗୀଙ୍କ ପାଇଁ କାଳ ହେବାକୁ ବସିଛି। ସେହିପରି ବିଭିନ୍ନ ରୋଗର ଚିକିତ୍ସା ପାଇଁ ବିଏସ୍‌କେୱାଇରେ ତତ୍‌କାଳୀନ ସରକାର ଯେପରି ସହଜ ଓ ସରଳ ବ୍ୟବସ୍ଥା ରଖିଥିଲେ; ଆୟୁଷ୍ମାନରେ ସେପରି କିଛି ବ୍ୟବସ୍ଥା କରାଯାଇ ନାହିଁ। ପୁନଶ୍ଚ ବିଭିନ୍ନ ରୋଗ ପାଇଁ ସରକାର ମଧ୍ୟ କମ୍‌ ଅର୍ଥ ବରାଦ କରିଥିବାରୁ ଡ଼ାକ୍ତରଖାନା କର୍ତ୍ତୃପକ୍ଷ ମଧ୍ୟ ଚିକିତ୍ସା କରିବାକୁ ଅରାଜି ହେଉଛନ୍ତି।
ମୁନିଗୁଡ଼ା: ଆରମ୍ଭରୁ ଝୁଣ୍ଟିଲାଣି ଆୟୁଷ୍ମାନ। ଏପଟେ ରାଜ୍ୟ ସାରା କାର୍ଡ ବଣ୍ଟା ନ ସରୁଣୁ, ପୁଳାପୁଳା ଅଭିଯୋଗ ଗଦା ହେଲାଣି। ପୂର୍ବ ସରକାରର ଲୋକପ୍ରିୟ ‘ବିଏସ୍‌କେୱାଇ’ ଯୋଜନା ବନ୍ଦ କରି ରାଜ୍ୟ ବିଜେପି ସରକାର ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ କରିଛନ୍ତି। ବିଏସ୍‌କେୱାଇ ଅପେକ୍ଷା ଏଥିରେ ଗରିବ ଲୋକଙ୍କୁ ଅଧିକ ସୁବିଧା ମିଳିବ ବୋଲି କହି ସରକାର ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବ ସ୍ଥିତି କିନ୍ତୁ ପୂରା ଭିନ୍ନ। ବିଶେଷକରି ରାଜ୍ୟ ବାହାରେ ଏହି କାର୍ଡ କାମ କରୁନାହିଁ ବୋଲି ସାଂଘାତିକ ଅଭିଯୋଗ ଆସିଛି। ରାୟଗଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳର ଲୋକେ ରାଜ୍ୟ ବାହାରେ ଥିବା ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଉଥିବା ବେଳେ ସେଠାରେ ଆୟୁଷ୍ମାନ କାର୍ଡ କାମ ଦେଉ ନ ଥିବା ଏବଂ ଚିକିତ୍ସା ପାଇଁ ଟଙ୍କା ମଗାଯାଉଛି ବୋଲି ଅଭିଯେଗା କରିଛନ୍ତି। ଜଣେ କି ଦୁଇଜଣ ନୁହେଁ, ଜିଲ୍ଲାରୁ ଏମିତି ପୁଳାପୁଳା ଅଭିଯୋଗ ଆସିବାରେ ଲାଗିଛି।
ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ୍‌ ଅମ୍ୱାଦଳା ପଞ୍ଚାୟତର ଜଳେନ୍ଦ୍ରି ଟାକ୍ରି କୀଡ୍‌ନି ଜନିତ ରୋଗରେ ଆକ୍ରାନ୍ତ। ତାଙ୍କ ପେଟ ଓ ଛାତିରେ ପାଣି ଜମି ଶରୀର ଫୁଲି ଯାଇଛି। ଅବସ୍ଥା ଗୁରୁତର ହେବାରୁ ପରିବାରଲୋକ ତାଙ୍କୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସେଭେନ୍‌ ହିଲ୍ସ ନାମକ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। କିନ୍ତୁ ଏଠାରେ ଆୟୁଷ୍ମାନ କାର୍ଡ ଚଳିବନି କହି ହସ୍ପିଟାଲ କର୍ତ୍ତୃପକ୍ଷ ରୋକଠୋକ୍‌ ମନା କରିଦେବା ସହ ଚିକିତ୍ସା ପାଇଁ ମୋଟା ଅଙ୍କର ଟଙ୍କା ମାଗିଥିଲେ। ପରେ ସେମାନେ ସେଠାକାର ଅନ୍ୟ ଏକ ହସ୍ପିଟାଲ ମେଡି କଭର ପ୍ରାଇଭେଟ୍‌ ହସ୍ପିଟାଲକୁ ଯାଇଥିଲେ। କିନ୍ତୁ ସେଠି ବି ସେମାନଙ୍କୁ ସମାନ ସମସ୍ୟା ଭୋଗିବାକୁ ପଡ଼ିଛି। ଏମିତି ଗୋଟିଏ ପରେ ଗୋଟିଏ ମେଡିକାଲ ଚକ୍କର୍‌ କାଟିବା ପରେ ପରିବାରଲୋକ ଜାଣିବାକୁ ପାଇଥିଲେ ଯେ ଆନ୍ଧ୍ରପ୍ରଦେଶର କୌଣସି ବି ପ୍ରାଇଭେଟ୍‌ ହସ୍ପିଟାଲରେ ଆୟୁଷ୍ମାନ କାମ କରୁନାହିଁ। ତେଣୁ ସେମାନେ ଜଳେନ୍ଦ୍ରିଙ୍କୁ ଭୁବନେଶ୍ୱର କିମ୍ସ ହସ୍ପିଟାଲକୁ ନେଇ ଆସିଛନ୍ତି।
ଖାଲି ଜଳେନ୍ଦ୍ରି ନୁହେଁ, ତାଙ୍କ ପରି ଏକାଧିକ ରୋଗୀ ଏମିତି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ମୁନିଗୁଡ଼ା ବ୍ଲକ୍‌ ଡିମିରିଗୁଡ଼ା ପଞ୍ଚାୟତ ଦୋରାଗାଁର ଡମ୍ବରୁଧର ପୂଜାରୀ(୫୫)। ସେ କର୍କଟ ରୋଗରେ ପୀଡ଼ିତ। ଚିକିତ୍ସା ପାଇଁ ପରିବାରଲୋକ ତାଙ୍କୁ ଆନ୍ଧ୍ରପ୍ରଦେଶ ସିକାକୁଲମସ୍ଥିତ ଜେମ୍ସ ନାମକ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। କିନ୍ତୁ ଉକ୍ତ ଘରୋଇ ହସ୍ପିଟାଲରେ ଆୟୁଷ୍ମାନ କାର୍ଡ କାମ ନ ଦେବାରୁ ଆଜକୁ ୬ ଦିନ ହେଲା ୩୫ହଜାର ଟଙ୍କାରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରି ତାଙ୍କ ପରିବାର ହତାଶ ହୋଇପଡ଼ିଛନ୍ତି। ଅଧିକ ଖର୍ଚ୍ଚ କରିବାକୁ ପାଖରେ ସମ୍ବଳ ନଥିବାରୁ, ସେମାନେ ଡମ୍ବରୁଧରଙ୍କୁ ଘରକୁ ଫେରାଇ ଆଣିଛନ୍ତି।
ସେହିପରି ପାରଳାଖେମୁଣ୍ଡିର ପାଚ ମାଳି ନାମକ ଜଣେ ଯୁବକ ବରଡ଼ା ଶାଗ ତୋଳିବା ବେଳେ ଗଛରୁ ପଡ଼ିଯାଇଥିଲେ। ଏଥିରେ ତାଙ୍କର ଅଣ୍ଟା ଭାଙ୍ଗି ଯାଇଛି। ପରିବାରଲୋକ ତାଙ୍କୁ ସିକାକୁଲମ୍‌ ଜେମ୍ସ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। କିନ୍ତୁ ସେଠାରେ ଆୟୁଷ୍ମାନ କାର୍ଡ କାମ ନଦେବାରୁ ମେଡିକାଲ କର୍ତ୍ତୃପକ୍ଷ ଦିନକରେ ତାଙ୍କଠାରୁ ୪୫ ହଜାରରୁ ଊର୍ଦ୍ଧ୍ବ ଟଙ୍କା ହାଙ୍କି ନେଇଛନ୍ତି। ଫଳରେ ବାଧ୍ୟ ହୋଇ ପରିବାର‌ଲୋକ ତାଙ୍କୁ ବ୍ରହ୍ମପୁର ସରକାରୀ ମେଡିକାଲରେ ଭର୍ତ୍ତି କରାଇଛନ୍ତି। ଖାଲି ସେତିକି ନୁହେଁ, କାର୍ଡ କାମ ନଦେବାରୁ ଶ୍ରୀକାକୁଲମ ଜେମ୍ସ ହସ୍ପିଟାଲରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୧୫ରୁ ୨୦ ଜଣ ରୋଗୀ ଅଯଥା ଖର୍ଚ୍ଚାନ୍ତ ହେବା ସହ ସେମାନଙ୍କ ନିକଟରେ ଖାଇବା ପାଇଁ ଟଙ୍କା ନଥିବା ମଧ୍ୟ ଅଭିଯୋଗ କରିଛନ୍ତି।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ପ୍ରସ୍ତୁତି ନଥାଇ ତରବରିଆ ଭାବେ କାର୍ଡଗୁଡ଼ିକ ଗ୍ରାମାଞ୍ଚଳରେ ବଣ୍ଟା ଯାଇଛି। ହିତାଧିକାରୀ ଏଥିପ୍ରତି ସଚେତନ ନ ଥିବାରୁ ଏହାର ବ୍ୟବହାର ସମ୍ପର୍କରେ କୌଣସି ସୂଚନା ନ ପାଇ ରୋଗୀ ଓ ଅଭିଭାବକ ନାନାପ୍ରକାର ହଇରାଣ ହେଉଛନ୍ତି। ଗରିବ ରୋଗୀ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଉକ୍ତ କାର୍ଡ ଉପରେ ନିର୍ଭରଶୀଳ। କିନ୍ତୁ କାର୍ଡ କାମ ନକରିବାରୁ ସରକାରଙ୍କ ଆୟୁଷ୍ମାନ ଯୋଜନା ଉପରୁ ଲୋକଙ୍କ ବିଶ୍ୱାସ ତୁଟିବାରେ ଲାଗିଛି। ଯନ୍ତ୍ରଣାରେ ଛଟପଟ ହୋଇ ଧାରକରଜ କରି ରୋଗୀ ଚିକିତ୍ସାଳୟକୁ ଯାଉଥିବା ଦେଖିବାକୁ ମିଳିଛି। ଏଭଳି ପରିସ୍ଥିତିରେ ଆୟୁଷ୍ମାନ ଯୋଜନା କାହା ସ୍ୱାର୍ଥରେ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।
ଦୁଃଖ ବଖାଣିଲେ କର୍କଟ ରୋଗୀ
‘ମୋତେ କର୍କଟ ହେଇଛେ, ଗଲା ୮ ମାସ ହେଲା ଚିକିତ୍ସା ଚାଲିଛେ। ଗତ କିଛି ଦିନ ତଳେ ରାଏପୁରର ଡାକ୍ତରଖାନା ଯାଇଥିଲୁ। ସେନ୍‌ ଆମର ହେଲଥ କାର୍ଡ ଦେଖାଲୁ । ଆଗରୁ ଇ କାର୍ଡରେ ଏକା ଚିକିତ୍ସା ଚାଲିଥିଲା। ବାକି ଇଥର କାଏଁ ହେଲା ଯେ ମନା କଲେ ଆମେ ତ ଜାନି ନାଇ ପାରଲୁ ଆଜ୍ଞା…। ଇହାଦେ ଇଟା ବନ୍ଦ ହେଇଗଲାନ ଆଉ ନାଇ ଚଲେ କେହେଲେ। ଫେର୍‌ ଚିନହାର ଜନାର ଲୋକ କେ ପଏସା ଉଦ୍ଧାର ମାଗଲୁ ଆଉ କେମୋ ନେଇ କରି ଆସଲୁ।’ ଏ ହେଉଛି ବଲାଙ୍ଗିର ଜିଲ୍ଲା ସଦର ମହକୁମା କଦମପଡ଼ା ରେ ରହୁଥିବା ଜଣେ କର୍କଟ ରୋଗୀଙ୍କ ପ୍ରତିକ୍ରିୟା। ବଲାଙ୍ଗିର ସହର କଦମପଡ଼ାରେ ରହନ୍ତି ଜୟଚନ୍ଦ୍ର ସୁନା। କେଇମାସ ତଳେ ତାଙ୍କ ସ୍ତ୍ରୀ କୁନୀ ସୁନାଙ୍କ ପେଟ କାଟିବାରୁ ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କର କର୍କଟ ରୋଗ ପାଇଁ ଆବଶ୍ୟକ ପରୀକ୍ଷା କରାଇଥିଲେ। କିଛିଦିନ ପରେ ତାଙ୍କର କର୍କଟ ରୋଗ ଚିହ୍ନଟ ହୋଇଥିବାବେଳେ ଏହା ଶୁଣିବା ପରେ ପୁରା ପରିବାର ଚିନ୍ତାରେ ପଡ଼ିଯାଇଥିଲେ।
ସେହି ସମୟରେ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କୁନିଙ୍କ ପାଇଁ ସଞ୍ଜିବନୀ ସାଜିଥିଲା। ନୋଡାଲ ଅଧିକାରୀଙ୍କ ସହ ଆଲୋଚନା କରିବାପରେ ତାଙ୍କୁ ଛତିଶଗଡ଼ ରାଏପୁରରେ ଥିବା ମିତ୍ତଲ ଡାକ୍ତରଖାନାରେ ଭର୍ତ୍ତିକରାଯାଇଥିଲା। ସେଠାରେ ତାଙ୍କର ମାଗଣାରେ ସମସ୍ତ ପରୀକ୍ଷା କରାଯିବା ସହ କର୍କଟ ରୋଗର ଚିକିତ୍ସା ଆରମ୍ଭ କରାଯାଇଥିଲା। ପର୍ଯ୍ୟାୟ କ୍ରମେ କୁନିଙ୍କୁ ପରିବାରଲୋକେ ପ୍ରାୟ ଚାରି ଥର ଉକ୍ତ ଘରୋଇ ଡାକ୍ତରଖାନାଙ୍କୁ ନେଇ ଚିକିତ୍ସା କରାଇଥିଲେ। ଉକ୍ତ ସ୍ୱାସ୍ଥ୍ୟକାର୍ଡ ମାଧ୍ୟମରେ ମାଗଣାରେ କେମୋ ମଧ୍ୟ ଦେଇଥିଲେ। ତେବେ କିଛିଦିନ ତଳେ ନିଜ ପରିବାର ସହ କୁନି ପୁଣି ରାଏପୁରର ଉକ୍ତ ଡାକ୍ତରଖାନାକୁ ଯାଇଥିଲେ। ତାଙ୍କର କେମୋ ନେବା ପାଇଁ ତାରିଖ ରହିଥିବା ବେଳେ ସେଠାରେ ଡାକ୍ତରଖାନା କର୍ତ୍ତୃପକ୍ଷ ସଫା ସଫା ମନା କରିଦେଇଥିଲେ। ଉକ୍ତ କାର୍ଡ ବନ୍ଦ ହୋଇଯାଇଥିବାବେଳେ ମାଗଣାରେ ଆଉ ଚିକିତ୍ସା ହୋଇପାରିବାନି କହି ସେମାନଙ୍କୁ ଟଙ୍କା ଦେବା ପାଇଁ କହିଥିଲେ।
ଜୀବନ ବଞ୍ଚାଇବା ପାଇଁ ସ୍ୱାମୀ ଜୟଚନ୍ଦ୍ର ଓ ପରିବାର ଲୋକେ ଧାର୍‌ ଉଦ୍ଧାର କରିଥିଲେ। ସେଠାରେ ଥିବା ସମ୍ପର୍କୀୟମାନଙ୍କୁ ମଧ୍ୟ ହାତପତାଇ କୁନିଙ୍କ କେମୋ ଦିଆଯାଇଥିଲା। ବହୁ କଷ୍ଟରେ କେମୋ ସାରି ଫେରିବା ପରେ କୁନି ହୋଇଥିବା ହଇରାଣ ବିଷୟରେ କହିଛନ୍ତି। ବିଜେଡି ସରକାର ଥିବା ସମୟରେ ବିଏସ୍‌କେୱାଇ ଯୋଜନା ଲାଗୁ କରାଯାଇଥିଲା ଯେଉଁଥିରେ ବହୁ ସଂଖ୍ୟାରେ ରୋଗୀ ଚିକିତ୍ସିତ ହୋଇଛନ୍ତି। କିନ୍ତୁ ଆୟୁଷ୍ମାନ ଯୋଜନା ଲାଗୁହେବା ପରେ ଅନେକ ରୋଗୀ ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି। ଗୋଟିଏ ପଟେ ଆୟୁଷ୍ମାନ ଯୋଜନା ଲାଗୁହୋଇଛି ସତ କିନ୍ତୁ ଘରେ ପଶିବା ବେଳେ ଚାଳ ବାଜିବା ଭଳି ଅନେକ ରୋଗୀ ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି।
ଚେନ୍ନାଇ: ତାମିଲନାଡ଼ୁର ଏକ ଘରୋଇ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୬ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨୦ ଜଣ ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଡିଣ୍ଡିଗୁଲର ଏକ ଅର୍ଥୋପେଡିକ୍ ହସ୍ପିଟାଲ୍‌ରେ ନିଆଁ ଲାଗିଥିବା ନେଇ ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ୨ ମହିଳା ଓ ଜଣେ ଶିଶୁ ଥିବା ନେଇ ସୂଚନା ମିଳିଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ଅଗ୍ନିଶମ ବାହିନୀ ।
ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧୦ଟା ସମୟରେ ତାମିଲନାଡୁର ଡିଣ୍ଡିଗୁଲର ଏକ ଘରୋଇ ହସ୍ପିଟାଲରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ଖବରପାଇ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା ଅଗ୍ନିଶମ ବାହିନୀ। ରିପୋର୍ଟ ଅନୁଯାୟୀ, ଡାକ୍ତରଖାନାରେ ଫସି ରହିଥିବା ପ୍ରାୟ ୧୦୦ ଲୋକଙ୍କୁ ଉଦ୍ଧାର କରିବା ପାଇଁ ତିନୋଟି ଅଗ୍ନିଶମ ବାହିନୀ ଗାଡି ନିୟୋଜିତ ହୋଇଥିଲା । ସେହିପରି ଲୋକଙ୍କୁ ସ୍ଥାନାନ୍ତର ପାଇଁ ୪୦ଟି ଆମ୍ବୁଲାନ୍ସ ନିୟୋଜିତ ହୋଇଥିଲା । ଅଗ୍ନିକାଣ୍ଡରେ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।  ଆହତଙ୍କ ମଧ୍ୟରୁ ତିନିଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
‘୫-ଟି’ ରୂପାନ୍ତରଣରେ ଯୋଡ଼ିହେବ ଡାକ୍ତରଖାନା: ୧୦ ମାସରେ ସରିବ କାମ, ଫାଷ୍ଟ ରେଫରାଲ ୟୁନିଟ୍‌‌କୁ ପ୍ରାଥମିକତା
ଭୁବନେଶ୍ୱର: ଡାକ୍ତରଖାନାରେ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ଜରୁରୀ ସେବା ସୁନିଶ୍ଚିତ କରିବାରେ ଅବହେଳା କରାଯିବ ନାହିଁ। ବିଭିନ୍ନ ପ୍ରକାର ମୌଳିକ ସୁବିଧା ସୁଯୋଗ ଦେବା ଲାଗି ଭିତ୍ତିଭୂମିକୁ ସୁଦୃଢ଼ କରାଯିବ। ଏଥିସହ ଅଣଜରୁରୀ ସେବାଗୁଡିକ ଉପଲବ୍ଧ କରିବା ଉପରେ ଗୁରୁତ୍ୱ ଦିଆଯିବ। ରାଜ୍ୟର ସବୁ ମୁଖ୍ୟ ଡାକ୍ତରଖାନା ଓ କିଛି ପ୍ରମୁଖ ଡାକ୍ତରଖାନାର ରୂପାନ୍ତରଣ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ରାଜ୍ୟ ସରକାରଙ୍କର ‘୫-ଟି’ ଉପକ୍ରମର ଗାଇଡ୍‌‌ଲାଇନ୍‌‌ ଅନୁସାରେ ଆଗାମୀ ୧୦ ମାସ ଭିତରେ ଏହି ରୂପାନ୍ତରଣ ଲକ୍ଷ୍ୟ ହାସଲ ହେବ। ଏ ସମ୍ପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶାଳିନୀ ପଣ୍ଡିତ ସବୁ ଜିଲ୍ଲାପାଳଙ୍କୁ ପତ୍ର ଲେଖି ଗାଇଡ୍‌‌ଲାଇନ୍‌‌ ଅନୁସାରେ ପଦକ୍ଷେପ ନେବା ପାଇଁ କହିଛନ୍ତି।
ସୂଚନା ଅନୁସାରେ ‘୫-ଟି’ ରୂପାନ୍ତରଣ କାର୍ଯ୍ୟକ୍ରମରେ ପ୍ରତ୍ୟେକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କ୍ୟାପିଟାଲ ହସ୍ପିଟାଲ, ରାଉରକେଲା ସରକାରୀ ଡାକ୍ତରଖାନାକୁ ସାମିଲ କରାଯାଇଛି। ରୂପାନ୍ତରଣ କାର୍ଯ୍ୟକ୍ରମ ଚଳିତ ଜାନୁଆରୀ ମାସରୁ ଆରମ୍ଭ ହୋଇ ଅକ୍ଟୋବର ମଧ୍ୟରେ ଶେଷ ହେବ। ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀରେ ଅନ୍ତତଃ ଗୋଟିଏ ଲେଖାଏଁ ଡାକ୍ତରଖାନାକୁ ‘୫-ଟି’ ରୂପାନ୍ତରଣ ଯୋଜନାରେ ସାମିଲ କରାଯିବ। ଯେଉଁ ନିର୍ବାଚନମଣ୍ଡଳୀରେ ଜିଲ୍ଲା ମୁଖ୍ୟ ହସ୍ପିଟାଲ ନ ଥିବ ସେଠାରେ ରୂପାନ୍ତରଣ ପାଇଁ ଜିଲ୍ଲାପାଳ ହସ୍ପିଟାଲ ଚୟନ କରିବେ। ବିଧାନସଭା ନିର୍ବାଚନମଣ୍ଡଳୀରେ ଫାଷ୍ଟ ରେଫରାଲ୍‌ ୟୁନିଟ୍‌‌ (ଏଫ୍‌‌ଆରୟୁ) ଥିବ ତାକୁ ଅଗ୍ରାଧିକାର ଭିତ୍ତିରେ ରୂପାନ୍ତରଣ ଯୋଜନାରେ ସାମିଲ କରାଯିବ। ଯଦି ସମ୍ପୃକ୍ତ ଏଫ୍‌‌ଆରୟୁ କୋଠା ନିର୍ମାଣାଧୀନ ଥିବ ଏବଂ ତାହା ଚଳିତ ବର୍ଷ ରୂପାନ୍ତରଣ ପାଇଁ ଯୋଗ୍ୟ ନ ଥିବ ସେଠାରେ ବିକଳ୍ପ ଭାବେ ସବ୍‌‌ ଡିଭିଜନ୍‌‌ ହସ୍ପିଟାଲ ଅବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ରୂପାନ୍ତରଣ ପାଇଁ ଚୟନ କରାଯିବ। ସେହିପରି ନିର୍ବାଚନମଣ୍ଡଳୀରେ ଏଫ୍‌‌ଆରୟୁ ନ ଥିଲେ ଅଧିକ ରୋଗୀ ଆସୁଥିବା ଏସ୍‌‌ଡିଏଚ୍‌‌/ସିଏଚ୍‌‌ସିକୁ ରୂପାନ୍ତରଣ ପାଇଁ ନିଆଯିବ। ତେବେ ଯେଉଁଠି କୋଠା ନିର୍ମାଣ ଅତ୍ୟନ୍ତ ବ୍ୟୟବହୁଳ ହୋଇଥିବ ସେଠାରେ ପ୍ରଥମ ପର୍ଯ୍ୟାୟରେ ଏହାକୁ ରୂପାନ୍ତରଣ କାର୍ଯ୍ୟକ୍ରମରେ ସାମିଲ କରାଯିବ ନାହିଁ। ଯେଉଁ ଡାକ୍ତରଖାନାରେ ରୋଗୀ ସଂଖ୍ୟା ଅପେକ୍ଷାକୃତ କମ୍‌‌ ଥିବ ସେହି ଡାକ୍ତରଖାନାକୁ ଏଥିରୁ ବାଦ୍‌‌ ଦେବା ପାଇଁ ନିଷ୍ପତ୍ତି ହୋଇଛି।
ରୂପାନ୍ତରଣ କାର୍ଯ୍ୟକ୍ରମରେ ବିଭିନ୍ନ ସେବାକୁ ଜରୁରୀ ଓ ଅଣଜରୁରୀ ବର୍ଗରେ ଭାଗ କରାଯାଇଛି। ଛୋଟ/ବଡ଼ ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ, ରଙ୍ଗଦେବା, ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଶୌଚାଳୟ, ପାୱାର ବ୍ୟାକ୍‌‌ଅପ୍‌‌, ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ରେଲିଂ ସହିତ ର‍୍ୟାମ୍ପ୍‌‌ ନିର୍ମାଣ, ବର୍ଜ୍ୟବସ୍ତୁ ପରିଚାଳନା, ହସ୍ପିଟାଲର ପ୍ରବେଶପଥ ଓ ପ୍ରମୁଖ ଛକରେ ସାଇନ୍‌‌ ବୋର୍ଡ ଲଗାଇବା ଆଦି କାର୍ଯ୍ୟକୁ ଜରୁରୀ ବର୍ଗରେ ରଖାଯାଇଛି। ସେହିପରି ରୂପାନ୍ତରଣରେ ସାମିଲ ସବୁ ଡାକ୍ତରଖାନାରେ ‘ମୋ ସରକାର’ ବ୍ରାଣ୍ଡିଂ ସହିତ ଅଡିଓ, ଭିଡିଓ ବ୍ୟବସ୍ଥା ରହିବ। ଯୋଜନାରେ ସାମିଲ ସବୁ ଡାକ୍ତରଖାନାର ପ୍ରବେଶ ପଥ ଏକଭଳି ଦେଖାଯିବ। ଏଥିସହ ଫ୍ୟାନ୍‌‌, ଚୌକି, ମଶା ମରା ଆଦି ବ୍ୟବସ୍ଥା ସହିତ ପେସେଣ୍ଟ ଏରିଆ, ଇନ୍‌‌ଡୋର୍‌‌ ଓ ଓପିଡି ନିକଟରେ ଥଣ୍ଡା ଓ ଗରମ ପାଣି ବ୍ୟବସ୍ଥାକୁ ଅଗ୍ରାଧିକାର ଦିଆଯିବ। ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଧାଡ଼ି ପରିଚାଳନା ବ୍ୟବସ୍ଥା/ରୋଗୀ ଡାକରା ବ୍ୟବସ୍ଥା/ ଅନ୍‌‌ଲାଇନ୍‌‌ ରୋଗୀ ପଞ୍ଜିକରଣ, ପର୍ଯ୍ୟାପ୍ତ ରେଜିଷ୍ଟ୍ରେସନ୍‌‌ କାଉଣ୍ଟର, ନିରାମୟ ପାଇଁ ପର୍ଯ୍ୟାପ୍ତ କାଉଣ୍ଟର, ବ୍ରାଣ୍ଡିଂ ବ୍ୟବସ୍ଥାଯୁକ୍ତ ହେଲ୍ପ ଡେସ୍କ, କ୍ୟାମ୍ପସ୍‌‌ ଭିତରେ ଛାଇ ଥିବା ବିଶ୍ରାମସ୍ଥଳ ଆଦିକୁ ଜରୁରୀ ବର୍ଗରେ ରଖାଯାଇଛି। ଜରୁରୀ ବର୍ଗରେ ଓପିଏସ୍‌‌ସି, ଓଏସ୍‌‌ଏସ୍‌‌ଏସ୍‌‌, ଓଏସ୍‌‌ଏସ୍‌‌ଏସ୍‌‌ସି ଜରିଆରେ ୯୦% ଡାକ୍ତର ଓ ପାରାମେଡିକ୍‌‌ଙ୍କୁ ନିଯୁକ୍ତି ଦିଆଯିବ। ପାରାମେଡିକ୍‌‌ଙ୍କୁ ନିୟମିତ ନିଯୁକ୍ତି ଦିଆଯାଇ ନପାରିଲେ ଚୁକ୍ତି ଭିତ୍ତିରେ ଖାଲି ପଦବୀ ପୂରଣ କରାଯିବ। ଡାକ୍ତରଖାନାକୁ ଆସୁଥିବା ରୋଗୀ ଓ ସମ୍ପର୍କୀୟମାନେ କେତେଦୂର ସନ୍ତୁଷ୍ଟ ହେଉଛନ୍ତି ତାହା ଜାଣିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସର୍ଭେ ଆରମ୍ଭ ହେବ। ସର୍ବନିମ୍ନ ୬୦% ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଏସ୍‌‌ଡିଏଚ୍‌‌, ସିଏଚ୍‌‌ସିକୁ କାୟାକଳ୍ପ ପ୍ରମାଣପତ୍ର ପାଇବା ନିମନ୍ତେ ପ୍ରସ୍ତୁତ କରାଯିବ। ଅପରପକ୍ଷେ ଅଣଜରୁରୀ ବର୍ଗରେ ପ୍ରାଚୀର ନିର୍ମାଣ, ବଗିଚା, ସୋଲାର୍‌‌ ଆଲୋକ, ପାର୍କିଂ ସେଡ୍‌‌, ଡାକ୍ତରଖାନାକୁ ରାସ୍ତା ସଂଯୋଗ, ବର୍ଷାଜଳ ଅମଳ, ରୋଗୀ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମ ସ୍ଥଳ, ଡାକ୍ତରଖାନା ପରିସରରେ ବଡ଼ ଏଲ୍‌‌ଇଡି ଡିସପ୍ଲେ ଆଦି କାର୍ଯ୍ୟକୁ ସାମିଲ କରାଯାଇଛି।
ସୂଚନାଯୋଗ୍ୟ ଯେ ୮୬୩ ଡାକ୍ତରଖାନାର ନୂଆ କୋଠା ନିର୍ମାଣ ପାଇଁ ଗତ ସପ୍ତାହରେ ରାଜ୍ୟ ସରକାର ୧୦୬୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ଅର୍ଥରେ ୯ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ୬୦ଟି ସିଏଚ୍‌‌ସି, ୪୭ଟି ପିଏଚ୍‌‌ସି ଓ ଷ୍ଟାଫ୍‌‌ କ୍ୱାଟର୍ସ, ୬ଟି ସବ୍‌‌ ଡିଭିଜନ୍‌‌ ହସ୍ପିଟାଲ, ୪୦ଟି ସବ୍‌‌ ସେଣ୍ଟର କୋଠା ନିର୍ମାଣ କରାଯିବ। ସେିହପରି ୬୯୬ ପିଏଚ୍‌‌ସି ଓ ସବ୍‌‌ ସେଣ୍ଟରରେ ମୌଳିକ ଭିତ୍ତିଭୂମି ନିର୍ମାଣ କରାଯିବ।
ବିଭିନ୍ନ ହସ୍ପିଟାଲରେ ବ୍ୟାପକ ଅବ୍ୟବସ୍ଥା: ଟିମ୍‌ ଗଠନ କରି ଅଚାନକ ପରିଦର୍ଶନ କର- ହାଇକୋର୍ଟ
କଟକ: ସରକାରୀ ଡାକ୍ତରମାନେ ଘରୋଇ ହସ୍ପିଟାଲରେ ରୋଗୀ ଚିକିତ୍ସା କରୁଥିବା ଓ ବିଭିନ୍ନ ହସ୍ପିଟାଲରେ ଆବଶ୍ୟକ ଡାକ୍ତର ନଥିବା ସହ ବ୍ୟାପକ ଅବ୍ୟବସ୍ଥା ରହିଥିବା ନେଇ ଦାଖଲ ରିପୋର୍ଟ ଉପରେ ହାଇକୋର୍ଟ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଆବେଦନକାରୀ ଚିତ୍ତରଞ୍ଜନ ମହାନ୍ତିଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ଓ ବିଚାରପତି ଜଷ୍ଟିସ ରାଧାକ୍ରିଷ୍ଣ ପଟ୍ଟନାୟକଙ୍କ ଖଣ୍ଡପୀଠ ଏନେଇ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି।
ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବମାନେ ଏହି ସଂକ୍ରାନ୍ତ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଜିଲ୍ଲାରେ ୪ ଜଣିଆ ଟିମ ଗଠନ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଗୋଟିଏ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (ସିଏଚସି) ଆଉ ଗୋଟିଏ କିମ୍ବା ଦୁଇଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (ପିଏଚସି)କୁ ପରିଦର୍ଶନ କରିଥିଲେ। ରିପୋର୍ଟ ଅନୁସାରେ, ଅଧିକାଂଶ ସ୍ଥାନରେ ଡ୍ୟୁଟି ଥାଇ କେତେ ଡାକ୍ତର ଅନୁପସ୍ଥିତ ଥିବା, ଡାକ୍ତରଖାନା ଗୁଡ଼ିକର ସଫେଇ, ପରିମଳ ବ୍ୟବସ୍ଥା ଠିକ ନଥିବା, ମହଜୁଦ ଔଷଧ ସଂକ୍ରାନ୍ତରେ ରେଜିଷ୍ଟର ନଥିବା ନେଇ ହାଇକୋର୍ଟଙ୍କୁ ଅବଗତ କରାଯାଇଛି। ଏଥିପାଇଁ ଉତ୍ତରଦାୟୀ ରହିଥିବା ପ୍ରତ୍ୟେକ ଅଧିକାରୀଙ୍କୁ ସ୍ୱାସ୍ଥ୍ୟ ବିଭାଗ ନୋଟିସ ଜାରି କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାର ଏହି ରିପୋର୍ଟ ଉପରେ ଜିଲ୍ଲାୱାରୀ ତଥ୍ୟ ରଖିବାକୁ ଖଣ୍ଡପୀଠ କହିଛନ୍ତି। ଏକ ମାସ ପରେ ରାଜ୍ୟ ସରକାର ଟିମ ଗଠନ କରି ଅଚାନକ ହସ୍ପିଟାଲ ପରିଦର୍ଶନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଖଣ୍ଡପୀଠ। ଏହି ସମସ୍ତ ପ୍ରକ୍ରିୟା ଜୁଲାଇ ଶେଷ ସୁଦ୍ଧା ସାରିବାକୁ ଅଦାଲତଙ୍କ ନିର୍ଦ୍ଦେଶ ରହିଛି। ଅଗଷ୍ଟ ୧ସୁଦ୍ଧା ନିର୍ଦ୍ଦେଶନାମା କାର୍ଯ୍ୟକାରିତା ସମ୍ପର୍କିତ ସତ୍ୟପାଠ ଦାଖଲ ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଅନ୍ୟପକ୍ଷରେ ବିଭିନ୍ନ ଡାକ୍ତରଖାନାରେ କେତେ ମଞ୍ଜୁରୀପ୍ରାପ୍ତ ଡାକ୍ତର ନର୍ସ ଓ କର୍ମଚାରୀ ପଦବୀ ରହିଛି, ସେଥିରୁ କେତେ ଖାଲି ପଡ଼ିଛି ଏ ସଂକ୍ରାନ୍ତରେ ରାଜ୍ୟ ସରକାର ସତ୍ୟପାଠ ଦାଖଲ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ମାମଲାରୁ ପ୍ରକାଶଯେ ରାଜ୍ୟ ସରକାର ୨୦୦୩ ନଭେମ୍ବର ୧ ତାରିଖରେ ସରକାରୀ ହସ୍ପିଟାଲର ଡାକ୍ତରଙ୍କୁ ପ୍ରାଇଭେଟ ପ୍ରାକ୍ଟିସ ପାଇଁ ଅନୁମତି ପ୍ରଦାନ ପୂର୍ବକ ଆଦେଶନାମା ପ୍ରକାଶ କରିଥିଲେ। ଏହାର ପ୍ରତିକୂଳ ପ୍ରଭାବ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ପଡ଼ିଥିବା ଅଭିଯୋଗ ହୋଇଥିଲା। ଏହାଦ୍ୱାରା ଡାକ୍ତରମାନେ ସେମାନଙ୍କ ଡ୍ୟୁଟି ସମୟରେ ବି ଡାକ୍ତରଖାନାରେ ଅନୁପସ୍ଥିତ ରହି ଘରୋଇ ଚିକିତ୍ସାରେ ବ୍ୟସ୍ତ ଥିବା ଦର୍ଶାଇ ଉପରୋକ୍ତ ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଅଗଷ୍ଟ ୧୦କୁ ଧାର୍ଯ୍ୟ କରାଯାଇଛି।