Anubhav-Barsha Marital Dispute news - The Sakala
କଟକ ଏସ୍‌ଡିଜେଏମ୍‌ କୋର୍ଟରେ ଶାଶୁଘର ଚାବି ଫେରାଇଲେ ବର୍ଷା ପ୍ରିୟଦର୍ଶିନୀ, ନଭେମ୍ୱର ୨ ସୁଦ୍ଧା ଦେବାକୁ ଥିଲା କୋର୍ଟଙ୍କ ନିର୍ଦ୍ଦେଶ
କଟକ : ଶାଶୁଘର ଚାବି ଫେରାଇଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। କଟକ ଏସ୍‌ଡିଜେଏମ୍‌ କୋର୍ଟରେ ସେ ଆଜି ଚାବି ଦାଖଲ କରିଛନ୍ତି। ଅନ୍ୟପକ୍ଷରେ ପରିବାର ଅଦାଲତରେ ମଧ୍ୟ ଆଜି ବର୍ଷାଙ୍କ ସାକ୍ଷ୍ୟଗ୍ରହଣ ହୋଇଛି। ତେବେ ନଭେମ୍ୱର ୨ ତାରିଖ ସୁଦ୍ଧା ଅନୁଭବଙ୍କ ଘରର ଚାବି ଫେରାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ଚାବି ଅନୁଭବ କିମ୍ବା ତାଙ୍କ ଓକିଲଙ୍କୁ ପ୍ରଦାନ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଯଦି ଅନୁଭବ ଏହି ଚାବିକୁ ଗ୍ରହଣ ନ କରନ୍ତି, ତାହେଲେ ବର୍ଷା କୋର୍ଟରେ ଜମା କରିବାକୁ ଏସ୍‌ଡିଜେଏମ୍ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ବର୍ଷା ଚାବି କୋର୍ଟରେ ଚାବି ଫେରାଇଛନ୍ତି।
ଗତ ଅକ୍ଟୋବର ୨ ତାରିଖରେ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଶାଶୂଘର ଛାଡିଥିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ନିର୍ଦ୍ଧାରିତ ସମୟ ପୂର୍ବରୁ ଘର ଛାଡ଼ିବା ସତ୍ୱେ ତାଲା ପକାଇ ସାଙ୍ଗରେ ନେଇଯାଇଥିଲେ ଚାବି ।କୋର୍ଟଙ୍କ ପୂର୍ବ ଆଦେଶ ସତ୍ତ୍ୱେ ବର୍ଷା ତାଙ୍କ ଶାଶୁଘର ଚାବି ପ୍ରଦାନ ନ କରିବାରୁ ଅନୁଭବ କୋର୍ଟରେ ବର୍ଷାଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ଉଭୟ ପକ୍ଷଙ୍କୁ ଶୁଣିବା ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ଏହାସହ ବର୍ଷା ରୁଜୁ କରିଥିବା ଅନ୍ୟ ୨ ମାମଲାକୁ ମଧ୍ୟ କୋର୍ଟ ଖାରଜ କରି ଦେଇଥିଲେ। ଅନ୍ୟପଟେ ଅନୁଭବଙ୍କ ପିଟିସନର ଉତ୍ତରରେ ବର୍ଷା କହିଥିଲେ ଘର ଛାଡ଼ିବା ପରେ ଏହାର ସୁରକ୍ଷା ପାଇଁ ସେ ତାଲା ପକାଇ ଚାବି ନିଜ ପାଖରେ ରଖିଥିଲେ । ତେବେ କୋର୍ଟଙ୍କ ପୂର୍ବ ଆଦେଶ ପରେ ବର୍ଷା ଆଜି ଚାବି ଫେରାଇଛନ୍ତି।
ଅନୁଭବ ଓ ବର୍ଷାଙ୍କ ପାରିବାରିକ ବିବାଦ ମାମଲା: ଅନୁଭବ ଓକିଲଙ୍କ ଜରିଆରେ ବର୍ଷାଙ୍କୁ ଦେଲେ ଶ୍ରୀମଦ୍ ଭଗବତ ଗୀତା
କଟକ: ବର୍ଷା -ଅନୁଭବ ବିବାହ ବିଚ୍ଛେଦ ମାମଲା ଉପରେ ଆଜି ଶୁଣାଣି କରିଛନ୍ତି ଫାମିଲି କୋର୍ଟ କଟକ । ଅନୁଭବଙ୍କ ପକ୍ଷରୁ ଦାୟର ହୋଇଥିବା ଛାଡପତ୍ର ଆବେଦନ ଉପରେ ଆଜି ସେ ନିଜେ କୋର୍ଟରେ ବ୍ୟକ୍ତିଗତ ଭାବରେ ହାଜର ହୋଇଥିଲେ। ଆଜି ପ୍ରତିପକ୍ଷ ଓକିଲ ଅନୁଭବଙ୍କୁ ଜେରା କରିଛନ୍ତି । ଏହି ପ୍ରକ୍ରିୟା ଆସନ୍ତା ଦୁଇ ଦିନ ଧରି ଚାଲିବ । ତେବେ ଆଜି ଜେରା ସରିବା ପରେ ବର୍ଷାଙ୍କ ଉଦ୍ଦେଶ୍ୟରେ ତାଙ୍କ ଓକିଲଙ୍କ ଜରିଆରେ ଅନୁଭବ ମହାନ୍ତି ଏକ ଶ୍ରୀମଦ୍ ଭଗବତ ଗୀତା ପୁସ୍ତକ ପ୍ରଦାନ କରିଥିବା ସୂଚନା ମିଳିଛି। ଆସନ୍ତା କାଲି ପୁଣି ଏହି ମାମଲାର ଶୁଣାଣି ହେବାର ଅଛି ।
ସୂଚନା ଅନୁଯାୟୀ, ବର୍ଷାଙ୍କୁ ଛାଡପତ୍ର ଦେବାଲାଗି ପ୍ରଥମେ ନୂଆଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଆବେଦନ କରିଥିଲେ । ଯାହା ପରବର୍ତ୍ତୀ ସମୟରେ କଟକ ସ୍ଥାନାନ୍ତର ହୋଇଥିଲା।
ଅନୁଭବଙ୍କୁ ଝଟକା : ଶ୍ୱଶୁର ଘର ଛାଡ଼ିବେନି ବର୍ଷା, ଏସଡିଜେଏମଙ୍କ ନିର୍ଦ୍ଦେଶ ଉପରେ ଅନ୍ତରୀଣ ରୋକ ଲଗାଇଲେ କଟକ ଜିଲ୍ଲା ଜଜ୍
କଟକ : ଅନୁଭବ-ବର୍ଷା ପରିବାରିକ ବିବାଦ ମାମଲାରେ ଅନୁଭବଙ୍କୁ ଝଟକା । ବର୍ଷା ଛାଡିବେନି ଅନୁଭବଙ୍କ ଘର। ବର୍ଷାଙ୍କୁ ଅନୁଭବଙ୍କ ଘର ଛାଡ଼ି ଅନ୍ୟତ୍ର ରହିବା ପାଇଁ ଏସଡିଜେଏମ କୋର୍ଟ ଦେଇଥିବା ନିର୍ଦେଶ ଉପରେ ଆଜି ଅନ୍ତରୀଣ ରୋକ ଲଗାଇଛନ୍ତି କଟକ ଜିଲ୍ଲା ଜଜ୍। ଜୁଲାଇ ୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ନେଇ ତାରିଖ ଧାର୍ଯ୍ୟ ହୋଇଛି । ବର୍ଷାଙ୍କ ପକ୍ଷରୁ ହୋଇଥିବା ଆବେଦନକୁ ଗ୍ରହଣ କରି ଏହି ନିର୍ଦ୍ଦେଶ ଦେଇଛନ୍ତି କଟକ ଜିଲ୍ଲା କୋର୍ଟ ।
ଜୁନ୍‌ ୨ ତାରିଖରେ ଏସଡିଜେଏମ କୋର୍ଟ ତାଙ୍କ ରାୟରେ ବର୍ଷାଙ୍କୁ ଅନୁଭବଙ୍କ ଘର ଛାଡି  ଅନ୍ୟତ୍ର ରହିବାକୁ ର୍ଦ୍ଦେଶ ଦେଇଥିଲ। ସେହି ସମୟରେ ଘରଭଡା ବାବଦରେ ଅନୁଭବ ବର୍ଷାଙ୍କୁ ମାସିକ ୩୦ ହଜାର ଟଙ୍କା ଦେବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।ପ୍ରଥମ କିସ୍ତି ଦେବାର ଦୁଇ ମାସ ପରେ ଘର ଛାଡ଼ିବାକୁ ବର୍ଷାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। କୋର୍ଟଙ୍କ ନିର୍ଦେଶ ଅନୁସାରେ ଅନୁଭବ ମଧ୍ୟ ପ୍ରଥମ କିସ୍ତି ଟଙ୍କା ପ୍ରଦାନ କରିସାରିଥିଲେ। ତେବେ ଏସଡିଜେଏମ କୋର୍ଟଙ୍କ ଏହି ରାୟ ଉପରେ ରୋକ ଲଗାଇବାପାଇଁ ବର୍ଷା ଜିଲ୍ଲା ଜଜ କୋର୍ଟରେ ଆବେଦନ କରିଥିଲେ । କଟକ ଜିଲ୍ଲା ଜଜ୍‌ ଆଜି ସେହି ମାମଲାର ଣୁଣାଣି କରି ଏସଡିଜେଏମ କୋର୍ଟଙ୍କ ରାୟ ଉପରେ ଅନ୍ତରୀଣ ରୋକ୍‌ ନିର୍ଦ୍ଦେଶ ଦେଇଛନ୍ତି। ଜୁଲାଇ ୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ଥମୁନି ଷ୍ଟାର ଦମ୍ପତିଙ୍କ ପାରିବାରିକ ବିବାଦ ମାମଲା: ପୁଣି ଆଉ ଏକ ମାମଲା ରୁଜୁ କଲେ ବର୍ଷା
କଟକ: ସାଂସଦ ଅନୁଭବ ଓ ପତ୍ନୀ ବର୍ଷା ପାରିବାରିକ ବିବାଦ ମାମଲା ଥମିବାରେ ନାଁ ନେଉ ନାହିଁ। ପୁଣି ଆଉ ଏକ ମାମଲା କଟକ SDJM କୋର୍ଟରେ ରୁଜୁ କରିଛନ୍ତି ବର୍ଷା । ଅନୁଭବ ତାଙ୍କର ସମ୍ମାନ ହାନି କରୁଥିବା ପିଟିସନରେ ଉଲ୍ଲେଖ କରିଛନ୍ତି ବର୍ଷା । ସାମାଜିକ ଗଣମାଧ୍ୟମରେ ଅନୁଭବ ବିଭିନ୍ନ ପୋଷ୍ଟ ଜରିଆରେ ତାଙ୍କ ସମ୍ମାନ ହାନି କଲା ପରି ମନ୍ତବ୍ୟ ଦେଉଥିବାରୁ ପୁଣି କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ବର୍ଷା ।
ପୂର୍ବରୁ ବର୍ଷାଙ୍କୁ ଅନୁଭବଙ୍କ ଘର ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏବଂ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ସାଂସଦ ଅନୁଭବ ମହାନ୍ତି, ବର୍ଷାଙ୍କ ଆକାଉଣ୍ଟରେ ୩୦ ହଜାର ଟଙ୍କା ଜମା କରିସାରିଛନ୍ତି । ପ୍ରତି ମାସ ୧୦ ତାରିଖ କିମ୍ବା ଏହାର ପୂର୍ବରୁ ବର୍ଷାଙ୍କ ଆକାଉଣ୍ଟରେ ୩୦ ହଜାର ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଅନୁଭବଙ୍କ ବାପାଙ୍କ ଦେହ ଅସୁସ୍ଥ ଥିବାରୁ ବର୍ଷା, ଅନୁଭବଙ୍କ ପୈତୃକ ଘରେ ନରହିବାକୁ କୋର୍ଟରେ ଆବେଦନ କରିଥିଲେ । ତେବେ ଦୁଇ ମାସ ମଧ୍ୟରେ ବର୍ଷା ଅନୁଭବଙ୍କ ପୈତୃକ ଘର ଛାଡ଼ି ଅନ୍ୟତ୍ର ରହିବେ ବୋଲି କୋର୍ଟଙ୍କ ନିର୍ଦ୍ଦେଶ ରହିଛି ।
କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ବର୍ଷାଙ୍କ ଆକାଉଣ୍ଟକୁ ୩୦ହଜାର ଟଙ୍କା ପଠାଇଲେ ଅନୁଭବ
କଟକ: କଟକ ଏସଡିଜେଏମ ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ସାଂସଦ ଅନୁଭବ ମହାନ୍ତି, ଆଜି ବର୍ଷାଙ୍କ ଆକାଉଣ୍ଟକୁ  ୩୦ ହଜାର ଟଙ୍କା ପଠାଇଛନ୍ତି। ଗତକାଲି କଟକ ଏସଡିଜେଏମ୍‌ କୋର୍ଟ ବର୍ଷା ପ୍ରିୟଦର୍ଶିନୀଙ୍କୁ ଅନୁଭବଙ୍କ ପୈତୃକ ଘର ଛାଡିବାକୁ ନିର୍ଦେଶ ଦେଇଥିଲେ। ଏହାସହିତ ବର୍ଷାଙ୍କ ବିକଳ୍ପ ରହଣି ପାଇଁ ପ୍ରତି ମାସରେ ୩୦ହଜାର ଟଙ୍କା ଦେବାକୁ ଅନୁଭବଙ୍କୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। ପ୍ରଥମ କିସ୍ତି ଦେବାର ଦୁଇ ମାସ ପରେ ଘର ଛାଡ଼ିବାକୁ ବର୍ଷାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।
ତେବେ ଗତକାଲି କୋର୍ଟଙ୍କ ନିର୍ଦେଶ ପରେ ଆଜି ସାଂସଦ ଅନୁଭବ ମହାନ୍ତି ପତ୍ନୀ ବର୍ଷାଙ୍କ ଆକାଉଣ୍ଟକୁ ୩୦ ହଜାର ଟଙ୍କା ପଠାଇଛନ୍ତି । ଅନୁଭବଙ୍କ ପୈତୃକ ଘର ଛାଡି ବାହାରେ ରହିବାକୁ ବର୍ଷାଙ୍କୁ ନିର୍ଦ୍ଦେଶ ଦେଇଥିଲେ ଅଦାଲତ । ତେବେ ବର୍ଷାଙ୍କୁ ଟଙ୍କା ପଠାଇବା ପରେ ଅନୁଭବ ଓ ତାଙ୍କ ଓକିଲ କୋର୍ଟଙ୍କୁ ଅବଗତ କରାଇଛନ୍ତି ।କୋର୍ଟରେ ହାଜର ହୋଇ ଟଙ୍କା ଜମା କରାଯାଇଥିବା ଅବଗତ କରିଛନ୍ତି ଅନୁଭବ । ପ୍ରତି ମାସ ୧୦ ତାରିଖ କିମ୍ବା ଏହାର ପୂର୍ବରୁ ବର୍ଷାଙ୍କ ଆକାଉଣ୍ଟକୁ ୩୦ ହଜାର ଟଙ୍କା ଜମା କରିବାକୁ ଗତକାଲି (ଗୁରୁବାର) ପାରିବାରିକ ବିବାଦର ଶୁଣାଣି କରି ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଅନୁଭବଙ୍କ ପିଟିସନକୁ କୋର୍ଟ ଗ୍ରହଣ କରି ଏପରି ନିର୍ଦ୍ଦେଶ ଦେଇଥିଲେ ।
ଅନୁଭବଙ୍କ ବାପାଙ୍କ ଦେହ ଅସୁସ୍ଥ ଥିବାରୁ ବର୍ଷା, ଅନୁଭବଙ୍କ ପୈତୃକ ଘରେ ନ ରହିବାକୁ କୋର୍ଟରେ ଆବେଦନ କରିଥିଲେ। ତେବେ ଦୁଇ ମାସ ମଧ୍ୟରେ ଏହି ଟଙ୍କା ଜମା କରିବା ପରେ ବର୍ଷା ଅନୁଭବଙ୍କ ପୈତୃକ ସମ୍ପତ୍ତି ଛାଡି ଅନ୍ୟତ୍ର ରହିବେ ବୋଲି କୋର୍ଟଙ୍କ ନିର୍ଦ୍ଦେଶ ରହିଛି ।ପ୍ରଥମ ମାସିକ ଟଙ୍କା ପୈଠ କରିବାର ଦୁଇ ମାସ ମଧ୍ୟରେ ବର୍ଷା ଅନୁଭବଙ୍କ ପୈତୃକ ସମ୍ପତ୍ତି ଛାଡି ଅନ୍ୟତ୍ର ରହିବେ ବୋଲି କୋର୍ଟଙ୍କ ନିର୍ଦେଶ ରହିଛି।
ବର୍ଷା-ଅନୁଭବଙ୍କୁ ହାଇକୋର୍ଟଙ୍କ ତାଗିଦ: କେହି କାହା ବିରୋଧରେ ଦେଇପାରିବେନି ମନ୍ତବ୍ୟ, ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ ନକରିବାକୁ ନିର୍ଦ୍ଦେଶ
ଭୁବନେଶ୍ବର: ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲାରେ ହାଇକୋର୍ଟ ଆଜି ଉଭୟଙ୍କୁ ତାଗିଦ କରିଛନ୍ତି। ଜୁଲାଇ ୪ ତାରିଖ ଯାଏଁ ସୋସିଆଲ ମିଡିଆରେ ମନ୍ତବ୍ୟ ନ ଦେବାକୁ ଉଭୟଙ୍କୁ ତାଗିଦ କରିଛନ୍ତି ମାନ୍ୟବର ହାଇକୋର୍ଟ । କେହି କାହା ବିରୋଧରେ ମନ୍ତବ୍ୟ ନଦେବା ସହ ଆଉ କୌଣସି ଭିଡିଓ ପୋଷ୍ଟ ନ କରିବାକୁ ଅନୁଭବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।
ସୂଚନା ଅନୁଯାୟୀ, ସାମାଜିକ ଗଣମାଧ୍ୟମରେ ତାଙ୍କ ସମ୍ମାନ ହାନି ତଥା ଚରିତ୍ର ସଂହାର ଭଳି ଘଟଣା ବିରୋଧରେ ବର୍ଷା ପ୍ରିୟଦର୍ଶିନୀ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହା ଉପରେ ଅଙ୍କୁଶ ଲଗାଇବାକୁ ପ୍ରାର୍ଥନା କରି ବର୍ଷା ହାଇକୋର୍ଟରେ ମାମଲା ଦାୟର କରିଥିଲେ।
ପ୍ରକାଶଥାଉକି,  ଅନୁଭବଙ୍କ ପକ୍ଷରୁ ନିକଟରେ ସିରିଜ ଭିଡିଓ ସାମାଜିକ ଗଣମାଧ୍ୟମରେ ଅପଲୋଡ କରାଯାଇଥିଲା। ତାହାକୁ ନେଇ ବେଶ ହଟଚମଟ ସୃଷ୍ଟି ହୋଇଥିଲା। ଏହା ତାଙ୍କ ନାରୀତ୍ୱକୁ ଅପମାନିତ କରିଥିବା ଓ ସାମାଜିକ ଗଣମାଧ୍ୟମରେ ତାଙ୍କର ଚରିତ୍ର ସଂହାର ହୋଇଥିଲା ବୋଲି ଅଭିଯୋଗ ଆଣିଥିଲେ ବର୍ଷା। ପୁରୀଘାଟ ଓ ସାଇବର ଥାନାରେ ଏତଲା ମଧ୍ୟ ଦେଇଥିଲେ। ସମାନ ଅଭିଯୋଗରେ ସେ  ହାଇକୋର୍ଟରେ ମାମଲା ଦାୟର କରିଥିଲେ।
ଅନୁଭବଙ୍କ ନାଁରେ ସାଇବର ଥାନାରେ ଏତଲା ଦେଲେ ପତ୍ନୀ ବର୍ଷା
ଭୁବନେଶ୍ବର: ସାଂସଦ ଅନୁଭବ ଓ ପତ୍ନୀ ବର୍ଷା ପାରିବାରିକ ବିବାଦ ମାମଲା ଥମିବାରେ ନାଁ ନେଉ ନାହିଁ। ପୁଣି ଆଉ ଏକ ଏତଲା ଦେଇଛନ୍ତି ବର୍ଷା । କଟକ ସାଇବର ଥାନାରେ ବର୍ଷା ଏତଲା ଦେଇଛନ୍ତି । ସାମାଜିକ ଗଣମାଧ୍ୟମରେ ତାଙ୍କ ଛବି ଖରାପ କରିବାକୁ ଉଦ୍ୟମ ହେଉଥିବା ନେଇ ଏତଲାରେ ଉଲ୍ଲେଖ କରିଛନ୍ତି । ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ପାଇଁ ଏତଲାରେ ନିବେଦନ କରିଛନ୍ତି । ବର୍ଷାଙ୍କ ଏତଲାକୁ ଗ୍ରହଣ କରି ମାମଲା ରୁଜୁ କଲା ସାଇବର ଥାନା ପୁଲିସ । ଆଇପିସିର ଧାରା ୫୦୯ ଓ ଆଇଟି ଆକ୍ଟର ୬୭ ଧାରାରେ ମାମଲା ରୁଜୁ କିରଛି ସାଇବର ଥାନା ପୁଲିସ ।
ଅନୁଭବ ଓ ବର୍ଷାଙ୍କ ପାରିବାରିକ ବିବାଦ ମାମଲା: ଅନୁଭବଙ୍କ ଆବେଦନ ଉପରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଲେ କୋର୍ଟ
କଟକ:  ଅନୁଭବ ଓ ବର୍ଷାଙ୍କ ପାରିବାରିକ ବିବାଦ ମାମଲା ଉପରେ ଆଜି ଏସଡିଜେଏମ୍ ଙ୍କ ଅଦାଲତରେ ଶୁଣାଣୀ ହୋଇଛି । ଅନୁଭବଙ୍କ ପକ୍ଷରୁ ଦାୟର ହୋଇଥିବା ଦୁଇଟି ପିଟିସନର ଶୁଣାଣୀ ଶେଷ କରି କୋର୍ଟ ତାଙ୍କ ରାୟ ସଂରକ୍ଷିତ ରଖିଛନ୍ତି । ନିଜ ପିଟିସନରେ ଅନୁଭବ ଉଲ୍ଲେଖ କରିଥିଲେ ଯେ, ସେ ତାଙ୍କ ପତ୍ନୀ ବର୍ଷାଙ୍କ ପାଇଁ ଭଡା ଘରର ବ୍ୟବସ୍ଥା କରିବେ। ସେ ବାବଦୀୟ ଖର୍ଚକୁ ଭରଣା କରିବାକୁ ମଧ୍ୟ ସେ ରାଜି ଅଛନ୍ତି । ଯାହା ଉପରେ କୋର୍ଟ ଶୁଣାଣୀ ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି କଟକ ଏସଡିଜେଏମ୍ କୋର୍ଟ ।
ବର୍ଷା ପାରିବାରିକ ହିଂସାର ଶୀକାର ହେଉଥିବାର ଅଭିଯୋଗ ଆଣି ପ୍ରଥମେ।  ଏସଡିଜେଏମ୍ କୋର୍ଟରେ ଏକ ମାମଲା ଦାୟର କରିଥିଲେ। ଉକ୍ତ ଆବେଦନଟି କୋର୍ଟରେ ବିଚାରାଧୀନ ଥିବା ବେଳେ , ଅନୁଭବଙ୍କ ପକ୍ଷରୁ ଆଉ ଦୁଇଟି ପିଟିସନ ଦାୟର ହୋଇଥିଲା। ଯାହା ଉପରେ ଆଜି ଶୁଣାଣୀ ଶେଷ ହୋଇଛି ।
ସୂଚନା ଅନୁଯାୟୀ, ଏହା ପୂର୍ବରୁ ଅନୁଭବ ଏକ ଭିଡିଓ ସେସିଆଲ ମିଡିଆରେ ଛାଡିଥିଲେ। ଏହାପରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଥାନାର ଦ୍ୱାରସ୍ଥ ହୋଇଥିଲେ। ପତ୍ନୀ ବର୍ଷା ଥାନାରେ ଅଭିଯୋଗ କରିଥିଲେ ଯେ ଅନୁଭବ ଭିଡିଓ ଜାରି କରି ତାଙ୍କର ଅପମାନ କରୁଛନ୍ତି। ହେଲେ ପୁଣିଥରେ ଗତକାଲି ବିଳମ୍ବିତ ରାତିରେ ସାଂସଦ ଅନୁଭବ ମହାନ୍ତି ଏକ ନୂଆ ଭିଡିଓ ଜାରି କରିଛନ୍ତି।
ସେ ଏହି ଭିଡିଓରେ କହିଛନ୍ତି ଯେ, ଦୁଇ ଜଣଙ୍କ ବିରୋଧରେ ଚାଲିଥିବା ଛାଡ଼ପତ୍ର ମାମଲା ମିଡିଆରେ ପ୍ରସାରଣ ନ ହେବାକୁ କୋର୍ଟରେ ଅପିଲ୍ କରିଥିଲେ। କିନ୍ତୁ ସେତେବେଳେ ବର୍ଷା ଏହାକୁ ବିରୋଧ କରିଥିଲେ। ଆଉ ବର୍ଷା ହିଁ ପ୍ରଥମେ ମିଡିଆକୁ ସବୁ କିଛି କହିଥିଲେ। ତେବେ ଅନୁଭବ ଏହି ଭିଡିଓ ମାଧ୍ୟମରେ ଅନେକ କଥା କହିଛନ୍ତି। ଏହାସହ ଆମେ ଆଉ ଏକାଠି ରହିପାରିବାନି ବୋଲି ମଧ୍ୟ ଅନୁଭବ ବର୍ଷାଙ୍କୁ ଭିଡିଓ ମାଧ୍ୟମରେ କହିଛନ୍ତି। ଅନୁଭବ ଗୋଟିଏ ପରେ ଗୋଟିଏ ଭିଡିଓ କରି ବର୍ଷାଙ୍କ ଉପରେ ଅଭିଯୋଗ ଆଣିଛନ୍ତି।
ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା: ଅନୁଭବଙ୍କ ନାଁରେ ଥାନାରେ ଏତଲା ଦେଲେ ପତ୍ନୀ ବର୍ଷା
ଭୁବନେଶ୍ବର: ସାଂସଦ ଅନୁଭବ ଓ ପତ୍ନୀ ବର୍ଷା ପାରିବାରିକ ବିବାଦ ମାମଲା ଥମିବାରେ ନାଁ ନେଉ ନାହିଁ। ଗତକାଲି ସାଂସଦ ଅନୁଭବ ମହାନ୍ତି ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରିଥିବା ବେଳେ ଆଜି ତାଙ୍କ ବିରୋଧରେ କଟକ ପୁରୀଘାଟ ଥାନାରେ ଅଭିଯୋଗ କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ।
ଅଭିଯୋଗ ଆନୁଯାୟୀ, ବର୍ଷା ଅନୁଭବଙ୍କ ଭିଡିଓର ପ୍ରତିବାଦ କରିଛନ୍ତି। କୋର୍ଟରେ ମାମଲା ବିଚାରଧୀନ ଥିବାବେଳେ ଭିଡିଓ ଜାରି କରୁଛନ୍ତି। ଭିଡ଼ିଓ କରି ମୋ ବିରୋଧରେ ଅରୁଚିକର ମନ୍ତବ୍ୟ ଦେଉଛନ୍ତି। ମୋର ମାନହାନି ସହ ଚରିତ୍ରହାନି କରୁଛନ୍ତି ଅନୁଭବ। ଏପରି କରି ମୋତେ ମାନସିକ ଭାବେ ନିର୍ଯାତନା ଦେଇଛନ୍ତି। ମନଗଢ଼ା କାହାଣୀ କହି ମୋତେ ଆକ୍ଷେପ କରୁଛନ୍ତି। ମିଥ୍ୟା ଅଭିଯୋଗ କରି ମୋ ନାରୀତ୍ବକୁ ଅପମାନିତ କରୁଛନ୍ତି। ଶାରୀରିକ ସମ୍ପର୍କ ନେଇ ମିଛ କହି ମୋ ଚରିତ୍ର ସଂହାର କରୁଛନ୍ତି। ମୋତେ କଳଙ୍କିତ କରି ପ୍ରତିଶୋଧ ନେଉଛନ୍ତି ବୋଲି ବର୍ଷା ପ୍ରିୟଦର୍ଶିନୀ ପୁରୀଘାଟ ଥାନାରେ ଦାୟର କରିଥିବା ଏତଲାରେ ଦର୍ଶାଇଛନ୍ତି।
ଖବର ଅନୁଯାୟୀ, ଗତକାଲି  ଅନୁଭବ ମହାନ୍ତି ସାମାଜିକ ଗଣମାଧ୍ୟମରେ ମୁହଁ ଖୋଲି କହିଥିଲେ ଦାମ୍ପତ୍ୟ ଜୀବନରେ ସୃଷ୍ଟି ହୋଇଥିବା ଝଡ଼ର କାହାଣୀ । କାହିଁକି ସେ ବିଛେଦ ଚାହୁଛନ୍ତି ତାହାର ଏକ ଭିଡିଓ ପୋଷ୍ଟ କରିିଥିଲେ ଅନୁଭବ। ପ୍ରାୟ ୧ ଘଣ୍ଟାରୁ ଅଧିକ ସମୟ ଧରି ଏହି ଭିଡିଓରେ ଅନୁଭବ ମହାନ୍ତି ପାରିବାରିକ ବିବାଦ ଓ ଦାମ୍ପତ୍ୟ ଜୀବନରେ ସୃଷ୍ଟି ହୋଇଥିବା ଝଡ଼କୁ ନେଇ ବିଭିନ୍ନ ପ୍ରସଙ୍ଗ ଉଲ୍ଲେଖ କରିଥିଲେ।
ଅନୁଭବଙ୍କ ସମର୍ଥନରେ ସୋସିଆଲ ମିଡିଆ ୟୁଜରସ୍, ବଦଳିଲା ‘ବର୍ଷା-ଅନୁଭବ’ ଫେସବୁକ୍ ପେଜର ନାମ
ଭୁବନେଶ୍ୱର: ସାସଂଦ ତଥା ଅଭିନେତା ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିବାଦ ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଗତକାଲି ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିବାପରେ ଅନୁଭବଙ୍କ ସମର୍ଥନରେ ବାହାରିଛନ୍ତି ଅନେକ ୟୁଜର। ଏମିତିକି ଫେସବୁକରେ ଥିବା ଅନୁଭବ-ବର୍ଷା ନାମକ ଏକ ପେଜର ନାମ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି । ଯେଉଁ ପେଜର ନାମକୁ ପରିବର୍ତ୍ତନ କରାଯାଇ ଜଷ୍ଟିର- ଫର- ଅନୁଭବ ରଖାଯାଇଛି।  ବର୍ତ୍ତାମାନ ସୋସିଆଲ ମିଡିଆରେ ହିଁ ୟୁଜର ଉଭୟଙ୍କୁ ସମାଲୋଚନା ଏବଂ ସମର୍ଥନ କରିବା ଆରମ୍ଭ କରିଦେଇଛନ୍ତି ।
ଗତକାଲି  ଅନୁଭବ ମହାନ୍ତି ସାମାଜିକ ଗଣମାଧ୍ୟମରେ ମୁହଁ ଖୋଲି କହିଥିଲେ ଦାମ୍ପତ୍ୟ ଜୀବନରେ ସୃଷ୍ଟି ହୋଇଥିବା ଝଡ଼ର କାହାଣୀ । କାହିଁକି ସେ ବିଛେଦ ଚାହୁଛନ୍ତି ତାହାର ଏକ ଭିଡିଓ ପୋଷ୍ଟ କରିିଥିଲେ ଅନୁଭବ। ପ୍ରାୟ ୧ ଘଣ୍ଟାରୁ ଅଧିକ ସମୟ ଧରି ଏହି ଭିଡିଓରେ ଅନୁଭବ ମହାନ୍ତି ପାରିବାରିକ ବିବାଦ ଓ ଦାମ୍ପତ୍ୟ ଜୀବନରେ ସୃଷ୍ଟି ହୋଇଥିବା ଝଡ଼କୁ ନେଇ ବିଭିନ୍ନ ପ୍ରସଙ୍ଗ ଉଲ୍ଲେଖ କରିଥିଲେ।
ସେ ସେସିଆଲ ମିଡିଆରେ ଛାଡିଥିବା ଭିଡିଓରେ କହିଥିଲେ ଯେ-  ‘ମୁଁ ଗାଳିଗୁଲଜ କରେ। ୨୪ ଘଣ୍ଟା ମଦ୍ୟପାନ କରେ। ସାଙ୍ଗସାଥୀଙ୍କୁ ଘରକୁ ଡାକି ମଦ ପିଏ। ସାଙ୍ଗସାଥୀଙ୍କ ସାମ୍ନାରେ ମଧ୍ୟ ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଦିଏ। ହାତରେ ମାରେ, ଗୋଡ଼ରେ ମାରେ, ଆଉ ଲାଠିରେ ବି ମାରେ। ଏ ସବୁ ସେ ପିଟିସନରେ ଲେଖିଛନ୍ତି। ଯଦି ଏ କଥା ସତ, ତା’ହେଲେ ପୁଣି କାହିଁକି ରହିବାକୁ ଚାହୁଁଛ। ମୋତେ ଡିଭର୍ସ ଦିଅ। ମୋତେ ବଞ୍ଚିବାକୁ ଦିଅ ବର୍ଷା।’
ଅଭିନେତାରୁ ରାଜନେତା ପାଲଟିଥିବା ସାଂସଦ ଅନୁଭବ ମହାନ୍ତି ପୁଣି ଏକ ଭିଡ଼ିଓ ଜାରି କରି ଏସବୁ କହିଛନ୍ତି। ଏଥିଯୋଗୁଁ ଷ୍ଟାର ଦମ୍ପତି ଅନୁଭବ ଓ ବର୍ଷାଙ୍କ ଭିତରେ ଥିବା ବିବାଦ ପୁଣି ତୀବ୍ର ହୋଇଛି। କିଛି ଦିନ ପୂର୍ବେ ଜାରି କରିଥିବା ଭିଡ଼ିଓରେ ସେ ନିଜ ଦାମ୍ପତ୍ୟ ଜୀବନର ବିବାଦ ବିଷୟରେ କହିଥିଲେ। ଶନିବାର ଜାରି କରିଥିବା ଭିଡ଼ିଓରେ ପ୍ରେମର ଆରମ୍ଭ ଠୁ କୋର୍ଟକଚେରି ମାମଲା ପର୍ଯ୍ୟନ୍ତ ସବୁ କିଛି ଟିକିନିଖି ବଖାଣିଛନ୍ତି ଅନୁଭବ।
ପ୍ରାୟ ଘଣ୍ଟାଏ ଅବଧିର ଏହି ଭିଡିଓରେ ଅନୁଭବ କହିଛନ୍ତି, ଚଳଚ୍ଚିତ୍ର ‘ନେଇ ଯା’ରେ ମେଘ ମୋତେ’ ସୁଟିଂ ସମୟରେ ଆମ ଭିତରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ୬ବର୍ଷର ପ୍ରେମ ଜୀବନ ପରେ ଉଭୟ ବିବାହ କରିଥିଲୁ। ବିବାହ ପୂର୍ବରୁ ହାତ ଧରିବାକୁ ମଧ୍ୟ ସେ ଡରୁଥିଲେ। ଏଣୁ ଏଭଳି ଜଣେ ଝିଅକୁ ବାହା ହେବି ବୋଲି ମୁଁ ସ୍ଥିର କରି ନେଇଥିଲି। ଶାରୀରିକ ସମ୍ପର୍କ ରଖିବାକୁ ତାଙ୍କ ମନରେ ପିଲାଟି ବେଳୁ ଡର ଅଛି ବୋଲି ସେ କହୁଥିଲେ। ବିବାହ ପରେ ପ୍ରଥମ କିଛି ଦିନ ସେ ମୋ ଠାରୁ ଅଲଗା ରହିଥିଲେ। ଜଣେ ବାଲ୍ୟବନ୍ଧୁଙ୍କୁ ଘରକୁ ଡାକିଥିଲେ। ଫଳରେ ମୋତେ ସାନ ଭାଇର ରୁମ୍‌ରେ ଶୋଇବାକୁ ପଡ଼ିଥିଲା। ଏହି ଘଟଣାକୁ ନେଇ ଘର ଲୋକ ଅଶାନ୍ତି ହୋଇଥିଲେ। ସେ ସମୟରେ ଘର ଲୋକଙ୍କୁ ଓ ବର୍ଷାଙ୍କୁ ବହୁତ ବୁଝାଇଥିଲି। ‘କଟକର ରହଣୀ ଠାରୁ ନେଇ ଆମେରିକା ପର୍ଯ୍ୟନ୍ତ ବର୍ଷା ମୋ ସହ ଶାରୀରିକ ସମ୍ପର୍କ ରଖିନାହାନ୍ତି।’
ଅନୁଭବ କହିଛନ୍ତି ଯେ, ‘ମେଣ୍ଟାଲ’ ଚଳଚ୍ଚିତ୍ର ସୁଟିଂ ସେଟ୍‍ରେ ବର୍ଷା ତାଙ୍କୁ ଗାଳି କରିଥିଲେ। ଏହି ସିନେମା ତିଆରି ସମୟରେ ମାନସିକ ନିର୍ଯାତନାର ଶିକାର ହୋଇଛି। ସେଟ୍‌ରେ କିପରି ଗାଳି ଗୁଲଜ କରନ୍ତି ତାହା କିଛି ବରିଷ୍ଠ କଳାକାର ଜାଣନ୍ତି। ସେଟରେ ମୁଁ କାନ୍ଦିଛି ମଧ୍ୟ। ଏହାଛଡ଼ା ତାଙ୍କ ସିନେମା କ୍ୟାରିୟର ମୁଁ ନଷ୍ଟ କରିଦେଲି ବୋଲି ସେ ସବୁବେଳେ ଆରୋପ କରୁଥିଲେ; ହେଲେ ଏହା ଆଦୌ ସତ ନୁହେଁ। ସେ ତାଙ୍କ କ୍ୟାରିୟରରେ ସବୁବେଳେ ଆଗକୁ ଯାଆନ୍ତୁ ବୋଲି ଚାହୁଁଥିଲି। ତାଙ୍କ ବିବାଦକୁ ଗଣମାଧ୍ୟମ ସଠିକ ଭାବେ ଲୋକଙ୍କ ନିକଟରେ ପହଞ୍ଚାଉନାହିଁ ବୋଲି ଅନୁଭବ କହିଛନ୍ତି।
ଭୁବନେଶ୍ବର : କେନ୍ଦ୍ରାପଡା ସାଂସଦ ତଥା ଓଡିଆ ଅନୁଭବ ମହାନ୍ତିଙ୍କ ପାରିବାରିକ ପାରିବାରିକ ସମସ୍ୟାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା-ଆଲୋଚନା ଲାଗି ରହିଛି। ଅଭିନେତା ସ୍ବାମୀ ଅନୁଭବ ମହାନ୍ତି ଏବଂ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ମଧ୍ୟରେ ବେଶ କିଛି ଦିନ ହେବ ପାରିବାରିକ ସମସ୍ୟା ଲାଗିରହିଛି। ଏନେଇ କୋର୍ଟରେ ମଧ୍ୟ କେଶ ରହିଛି। ଉଭୟଙ୍କ ମଧ୍ୟରେ ଲାଗିରହିଥିବା ପାରିବାରିକ ବିବାଦକୁ ନେଇ ବହୁବାର ଫ୍ୟାମିଲ କୋର୍ଟରେ ଆଲୋଚନା ହୋଇଥିଲେ ମଧ୍ୟ ଏଯାଏଁ କୌଣସି ସମାଧାନର ରାସ୍ତା ବାହାରି ପାରିନାହିଁ।
ଏହାରି ମଧ୍ୟରେ ଗତ ବୁଧବାର ଅନୁଭବ ମହାନ୍ତି ନିଜ ୟୁଟ୍ୟୁବ ଚ୍ୟାନେଲରେ ତାଙ୍କର ବ୍ୟକ୍ତିଗତ ଜୀବନର ସବୁଠାରୁ ବଡ ଦୁଃଖକୁ ନେଇ ଏକ ଭିଡିଓ ସେୟାର କରିଥିଲେ। ଯେଉଁ ଭିଡିଓରେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ଆଡକୁ ଇସାରା କରି ଅନୁଭବ କହିଥିଲେ ଯେ ଭଲ ପାଇ ସେ ଭୁଲ କରି ଦେଇଛନ୍ତି । ମୋ ଜୀବନରେ କେବେ ମୁଁ ଏ କୋର୍ଟ, କଚେରୀ, ଥାନା, ପୁଲିସ୍ କେବେ ଦେଖି ନଥିଲି। କେବେ ଭାବି ନଥିଲି ଯେ ମୋତେ ବି ଏମିତି ଦୌଡ଼ିବାକୁ ପଡ଼ିବ। ଆଉ ସିଏ ବି ଜଣଙ୍କୁ ଭଲ ପାଇକି। ପୁଣି ଏତେ ମାତ୍ରାରେ। ଭଲ ପାଇକି ମଣିଷ ଖୁସିରେ ରୁହେ କିନ୍ତୁ  ଭଲ ପାଇ ମଣିଷ ଥାନା ଦୌଡ଼ିବ ଏପରି କେବେ ଭାବି ନଥିଲି । ଏପରି ଆହୁରି ଅକୁହା କଥା ଅନୁଭବ ଗତ ବୁଧବାର ନିଜ ୟୁଟ୍ୟୁବ ଚ୍ୟାନେଲରେ ଭିଡିଓ ସେୟାର କରି କହିଥିଲେ। ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା କରାଯାଇଛି।
ସେପଟେ ଗତ ବୁଧାବର ଏକ ଭିଡିଓ ସେୟାର କରିଥିବା ବେଳେ ଆଜି ଆଉ ଏକ ଭିଡିଓ ସେୟାର କରିଛନ୍ତି ଅନୁଭବ। ପ୍ରାୟ ଏକ ଘଣ୍ଟାର ଏହି ଭିଡିଓରେ ଅନୁଭବ ନିଜ ବୈବାହିକ ଜୀବନରେ ଉଠିଥିବା ଝଡ଼ ପରିପେକ୍ଷୀରେ ବିସ୍ତୃତ୍ତ ଭାବେ କହିଛନ୍ତି। ବର୍ଷାକୁ ଭଲ ପାଇବା ଦିନଠୁ ଆଜି ଯାଏଁ କଣ କଣ ସବୁ ହୋଇଛି ତାହାକୁ ସବୁ ବଖାଣିଛନ୍ତି ଅନୁଭବ।
ତେବେ ଓଡ଼ିଆ ଚଳଚିତ୍ର ଜଗତର ସଫଳ ଯୋଡି ବର୍ଷା-ଅନୁଭବଙ୍କ ମଧ୍ୟରେ ଲାଗିରହିଥିବା ବିବାଦକୁ ନେଇ ମୁହଁ ଖୋଲିଛନ୍ତି ଅଭିନେତା ସିଦ୍ଧାନ୍ତ ମହାପାତ୍ର ଓ ସବ୍ୟସଚ୍ଚି ମିଶ୍ର। ସୋସିଆଲ ମିଡ଼ିଆ ରେ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ପାରିବାରିକ ଦୁଃଖ କାହାଣୀକୁ ନେଇ ଚାରିଆଡ଼େ ଚର୍ଚ୍ଚା ଲାଗିରହିଥିବା ବେଳେ ବରିଷ୍ଠ ଅଭିନେତା ସିଦ୍ଧାନ୍ତ ମହାପାତ୍ର କହିଛନ୍ତି ଯେ ଅନୁଭବ ଓ ବର୍ଷାଙ୍କ ମଧ୍ୟରେ ବହୁତ୍ ଭଲ ପାଇବା ଅଛି । ଭଲ ପାଇବା ଟା ଭୁଲ ନୁହେଁ । କିଛି ଗୋଟେ ଭୁଲ ବୁଝାମଣା ସେମାନଙ୍କ ମଧ୍ୟରେ ହୋଇଛି । ଯାହାଦ୍ବାରା ଏହି ସମସ୍ୟା ସୃଷ୍ଟି ହୋଇଛି । ତେବେ ସେମାନେ ଉଭୟ ମିଶିଯାନ୍ତୁ । ସେପଟେ ଅଭିନେତା ସବ୍ୟସଚ୍ଚି ମିଶ୍ର କହିଛନ୍ତି ଅନୁଭବ ଓ ବର୍ଷା ଉଭୟଙ୍କୁ ଭଲ ଭାବରେ ଜାଣିଛନ୍ତି। ଯାହାବି ଉଭୟଙ୍କ ମଧ୍ୟରେ ହୋଇଛି ଭଗବାନ କରନ୍ତୁ ଖୁବ୍ ଶୀଘ୍ର ସେମାନେ ମିଶି ଯାଆନ୍ତୁ।