Diesel - The Sakala
ନୂଆଦିଲ୍ଲୀ: ଆଗାମୀ ଦିନରେ ଦେଶରେ କମିପାରେ ପେଟ୍ରୋଲ ଏବଂ ଡିଜେଲ ଦର। ଗୁରୁବାର ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ। ହେଲେ ଏଥିରେ ଏକ କେଁ ରହିଛି। ପେଟ୍ରୋଲିୟମ ମନ୍ତ୍ରୀ କହିଛନ୍ତି, ଯଦି ଅଶୋଧିତ ତୈଳ ଦର ଦୀର୍ଘ ସମୟ ପର୍ଯ୍ୟନ୍ତ ବ୍ୟାରେଲ୍‌ ପିଛା ୬୫ ଡଲାର ରୁହେ,  ତେବେ ଆଶା କରାଯାଇପାରେ ଯେ, ଆଗାମୀ ୨- ୩ ମାସରେ ପେଟ୍ରୋଲ ଏବଂ ଡିଜେଲ ଦାମ୍ କମ୍ ହୋଇପାରେ। ଅବଶ୍ୟ ସେ ଏହା ମଧ୍ୟ କହିଛନ୍ତି, ଦର କ୍ରୁଡ୍‌ର ସ୍ଥିର ସ୍ଥିତି ଉପରେ ନିର୍ଭର କରିଥାଏ। କାରଣ ଯଦି ଇରାନ- ଇସ୍ରାଏଲ ଯୁଦ୍ଧ ଭଳି କୌଣସି ବଡ଼ ଭୂ-ରାଜନୈତିକ ଘଟଣା ଘଟେ ତେବେ ସ୍ଥିତି ପୁଣି ବଦଳିଯାଇପାରେ।
ସୂଚନାଥାଉ କି, ନିକଟରେ ବିଶ୍ବ ବଜାରରେ ତେଲ ଦର ବ୍ୟାରେଲ ପିଛା ୬୫ ଡଲାରକୁ ଖସିଆସିଛି। ଏଥିଯୋଗୁ ତୈଳ କମ୍ପାନୀଙ୍କ ଲାଭ ବଢ଼ୁଛି। ଏମିତିରେ ସରକାର ପେଟ୍ରୋଲ ଏବଂ ଡିଜେଲର ଦାମ୍ କମାଇ ଲୋକଙ୍କୁ ଆଶ୍ବସ୍ତି ଦେଇପାରନ୍ତି। ରେଟିଂ ଏଜେନ୍ସି ଅନୁସାରେ ବର୍ତ୍ତମାନ ତେଲ କମ୍ପାନୀଗୁଡିକ ପେଟ୍ରୋଲ ଲିଟର ପିଛା ୧୨- ୧୫ ଟଙ୍କା ଏବଂ ଡିଜେଲ ଲିଟର ଉପରେ ୬ ଟଙ୍କା ୧୨ ପଇସା ଲାଭ କରୁଛନ୍ତି। ହେଲେ ଏହା ସତ୍ତ୍ବେ ବି କମ୍ପାନୀ ବିଗତ ଏକ ବର୍ଷରୁ ଅଧିକ ସମୟ ହେବ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଖାଉଟିଙ୍କୁ କୌଣସି ରିଆତି ଦେଇନାହାଁନ୍ତି। ପୂର୍ବରୁ ସରକାର ଏପ୍ରିଲରେ ଲିଟର ପିଛା ୨ ଟଙ୍କା ଉତ୍ପାଦ ଶୁଳ୍କ ବଢ଼ାଇଥିଲେ। ଏହାର ଆଢ଼ୁଆଳରେ କମ୍ପାନୀ ଦାମ କମାଇବାରୁ ବର୍ତ୍ତିଯାଇଥିଲେ। ଖାଲି ସେତିକି ନୁହେଁ କମ୍ପାନୀଗୁଡିକ ଦୀର୍ଘ ସମୟରୁ କ୍ଷତିର ଦ୍ବାହି ଦେଇ ଦାମ୍ କମାଉନାହାଁନ୍ତି।
ପେଟ୍ରୋଲ୍‌, ଡିଜେଲ୍‌ ଉପରେ ଲାଗିବ ଜିଏସ୍‌ଟି !
ନୂଆଦିଲ୍ଲୀ : ଦୀର୍ଘ ଦିନ ହେବ ଖୁବ୍‌ ଉପରେ ରହିଥିବା ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧିରେ ଖାଉଟି ବେହାଲ। ତେଲ ଦର ବୃଦ୍ଧି ଯୋଗୁ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀ ଦର ଖୁବ୍‌  ଉପରେ। ଏହି ଦର ବୃଦ୍ଧିରୁ ଖାଉଟିଙ୍କୁ ନିସ୍ତାର ଦେବାକୁ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ କମ୍‌ କରିବାକୁ ବିଚାର କରୁଥିବା ଜଣାଯାଇଛି। ଏଥିପାଇଁ ପେଟ୍ରୋଲ  ଏବଂ ଡିଜେଲ ଉପରେ ଜିଏସ୍‌ଟି ଲଗାଯିବ। ଉଭୟ ତୈଳକୁ ଜିଏସ୍‌ଟି ପରିସରଭୁକ୍ତ କରିବା ନେଇ ଯୋଜନା ହୋଇଛି। ହେଲେ ଏ ନେଇ ରାଜ୍ୟଗୁଡିକ କୋର୍ଟକୁ ବଲ୍‌ ଛାଡିଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ନିର୍ମଳା କହିଛନ୍ତି ପେଟ୍ରୋଲ ଏବଂ ଡିଜେଲ ଭଳି ପେଟ୍ରୋଲିୟମ ଉତ୍ପାଦକୁ ଜିଏସ୍‌ଟି ପରିସରଭୁକ୍ତ କରିବାକୁ ହେଲେ ରାଜ୍ୟଗୁଡିକର ସହମତି ଆବଶ୍ୟକ। ଯଦି ରାଜ୍ୟମାନେ ସହମତ ହୁଅନ୍ତି ତେବେ ସରକାର ପେଟ୍ରୋଲିୟମ ଉତ୍ପାଦକୁ ଜିଏସ୍‌ଟି ଅଧୀନକୁ ଆଣିବେ।
ଶନିବାର ଅନୁଷ୍ଠିତ ହେବାକୁ ଥିବା ଜିଏସ୍‌ଟି ପରିଷଦ ବୈଠକ ପୂର୍ବରୁ ଅର୍ଥମନ୍ତ୍ରୀଙ୍କ ଏହି ବିବୃତ୍ତି ଆସିଛି। ବୁଧବାର ଶିଳ୍ପ ସଂଗଠନ ପିଏଚ୍‌ଡି ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ପିଏଚ୍‌ଡିସିସିଆଇ) ପକ୍ଷରୁ ଆୟୋଜିତ ଏକ   ବଜେଟ୍ ପରବର୍ତ୍ତୀ ବୈଠକକୁ ସମ୍ବୋଧିତ କରି ସୀତାରମଣ କହିଛନ୍ତି ଯେ ଗତ କିଛି ବର୍ଷ ଧରି ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଜନସାଧାରଣଙ୍କ ଖର୍ଚ୍ଚ ବଢ଼ାଇବାକୁ ସରକାରଙ୍କ ଉଦ୍ୟମ କରୁଛନ୍ତି। ଗତ ୩-୪ ବର୍ଷ ଧରି ସର୍ବସାଧାରଣ ପୁଞ୍ଜି ବ୍ୟୟ ଉପରେ ଗୁରୁତ୍ୱ ଦିଆଯାଇ ଆସୁଛି। ଆମେ ଏହାକୁ ଏହି ବଜେଟରେ ମଧ୍ୟ ଜାରି ରଖିଛୁ। ଏହା ସ୍ପଷ୍ଟ ଭାବେ କୁହାଯାଇପାରେ ଯେ ଏହି ବଜେଟରେ ପୁଞ୍ଜି ବ୍ୟୟ ଉପରେ ଗୁରୁତ୍ୱ ଦିଆଯାଇଛି।
ସରକାର ୨୦୨୩-୨୪ ଆର୍ଥିକବର୍ଷର ବଜେଟରେ ପୁଞ୍ଜି ବ୍ୟୟରେ ୩୩% ବୃଦ୍ଧି କରି ୧୦ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି। ଦ୍ରବ୍ୟ ଏବଂ ସେବା କର ଅଧୀନକୁ ପେଟ୍ରୋଲିୟମ ଉତ୍ପାଦ ଆଣିବା ସମ୍ପର୍କିତ ସାମ୍ବାଦିକମାନେ ପଚାରିଥିବା ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ଯଦି ରାଜ୍ୟମାନଙ୍କ ମଧ୍ୟରେ ଏ ନେଇ ସହମତି ହୁଏ ତେବେ ଏଥିପାଇଁ ପଦକ୍ଷେପ ନିଆଯାଇପାରେ। ଦେଶରେ ସମ୍ପ୍ରତି ଖୁଚୁରା ମୁଦ୍ରାସ୍ଫୀତିରେ ପୁନର୍ବାର ବୃଦ୍ଧି ଘଟିଛି। ଜାନୁୟାରୀରେ ଏହା ୬.୫୨ ପ୍ରତିଶତ ହାରରେ ରହିଛି, ଯାହା ଭାରତୀୟ ରିଜର୍ଭ ବ୍ୟାଙ୍କର ସର୍ବାଧିକ ସୀମା ୬ ପ୍ରତିଶତଠାରୁ ଅଧିକ । ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାର ଖୁବ ଶୀଘ୍ର ପେଟ୍ରୋଲ ଏବଂ ଡିଜେଲ ଉପରେ ଟିକସ ହାର ହ୍ରାସ କରିପାରନ୍ତି, ଯାହାଫଳରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ହୋଇପାରିବ।
୪ ମାସରେ ଅଶୋଧିତ ତୈଳ ୩୦% କମିଲାଣି : ଖସୁନି ପେଟ୍ରୋଲ, ଡିଜେଲ ଦର
ନୂଆଦିଲ୍ଲୀ : ଦେଶରେ ତେଲ ଦର ଏବେ ବି ଉଚ୍ଚ ସ୍ତରରେ ରହିଛି। ଦେଶର ସବୁ ରାଜ୍ୟରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ଟପିଥିବାବେଳେ ଡିଜେଲ ମୂଲ୍ୟ ୯୦ ଟଙ୍କା ଉପରେ ରହିଛି। ଘରୋଇ ବଜାରରେ  ତେଲ ଦରକୁ ନେଇ ଖାଉଟିଙ୍କ ଅସନ୍ତୁଷ୍ଟ ଚରମସୀମାରେ ପହଞ୍ଚିଛି। ଅପରପକ୍ଷେ ଦେଶରେ ତେଲ ଦର ବୃଦ୍ଧି ଯୋଗୁ ପେଟ୍ରୋଲ ଏବଂ ଡିଜେଲ ଉପରେ ବହୁ ମାତ୍ରାରେ ନିର୍ଭରଶୀଳ ଦେଶର ପରିବହନ କ୍ଷେତ୍ର ପ୍ରଭାବିତ ହେଉଛି। ଏଥିଯୋଗୁଁ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀ ମହଙ୍ଗା ହୋଇଛି। ଏହି ମହଙ୍ଗା ମାଡ଼ରେ ବିଚରା ଖାଉଟି ଅଣନିଶ୍ବାସୀ ହୋଇପଡ଼ିଛି।
ବିଶ୍ବ ବଜାରର ଅଶୋଧିତ ତେଲର ଦର ଆଧାରରେ ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦର ନିର୍ଦ୍ଧାରଣ କରାଯାଉଛି।
ଏମିତିକି ଦୈନିକ ବଦଳୁଛି ତେଲ ଦର। ବିଶ୍ବ ବଜାରରେ ଅଶୋଧିତ ତେଲ ଦର ଉଚ୍ଚା ରହୁଥିବାରୁ ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦର ଅଧିକ ରହୁଛି ବୋଲି ସର୍ବଦା କେନ୍ଦ୍ର ସରକାର କହିଆସୁଛନ୍ତି। ଅସଲ କଥା କିନ୍ତୁ ଅଲଗା। ବିଶ୍ବ ବଜାରରେ ଅଶୋଧିତ ତେଲ ଦର କମୁଥିଲେ ସୁଦ୍ଧା ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ିଚାଲିଛି। ବର୍ତ୍ତମାନ ବିଶ୍ବ ବଜାରରେ ଅଶୋଧିତ ତେଲ ଦରରେ  ୩୦% ହ୍ରାସ ଘଟି ଏହା ବିଗତ ୮ ମାସର ସର୍ବନିମ୍ନ ସ୍ତରକୁ ଖସିଆସିଲାଣି। ୨୦୦୮ରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ରେକର୍ଡ ୧୨୩.୫୮ ଡଲାର ରହିଥିଲା। ବର୍ତ୍ତମାନ ଦର ସେହି ରେକର୍ଡ ସ୍ତରଠାରୁ ୩୦ ପ୍ରତିଶତ ଖସିଯାଇଥିଲେ ସୁଦ୍ଧା ସରକାର ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ହ୍ରାସ ଘଟାଇ ଖାଉଟିଙ୍କୁ କୌଣସି ରିଆତି ଦେବାକୁ ନାରାଜ।
ଅପରପକ୍ଷେ ବର୍ତ୍ତମାନ ବିଶ୍ବ ବଜାରରେ ଅଶୋଧିତ ତେଲ ଦର ହ୍ରାସ ପାଇଁ ମୁଖ୍ୟତଃ ଭାବେ ଦୁଇଟି କାରଣକୁ ଦାୟୀ କରାଯାଉଛି। ପ୍ରଥମଟି ହେଉଛି ଚାଇନାରେ ତୈଳ ଚାହିଦା କମିବା ଏବଂ ଦ୍ବିତୀୟଟି ହେଉଛି ୟୁରୋପରେ ମାନ୍ଦାବସ୍ଥା ଭୟରେ ଯୋଗାଣରେ ହ୍ରାସ ଯୋଗୁଁ ଦର କମିବାରେ ଲାଗିଛି। ଶେଷ ଥର ପାଇଁ ୨୦୦୮ଜୁଲାଇ ୧୧ରେ ବିଶ୍ବ ବଜାରରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ସର୍ବାଧିକ ୧୪୭.୦୨ ଡଲାର ରହିଥିଲା। ସେତେବେଳେ  ପେଟ୍ରୋଲ ଲିଟର ପିଛା ୪୫ ଟଙ୍କା ୫୬ ପଇସା ଏବଂ ଡିଜେଲ ୩୪ ଟଙ୍କା ୮୬ ପଇସା ରହିଥିଲା। ବର୍ତ୍ତମାନ ଲଣ୍ଡନ୍‌ ଏକ୍ସଚେଞ୍ଜଠାରେ ବ୍ରେଣ୍ଟ କ୍ରୁଡ ଦର ବ୍ୟାରେଲ ପିଛା ୮୮.୦୯ ଡଲାର ରହିଥିବାବେଳେ ଆମେରିକୀୟ ମର୍ଚ୍ଚାଣ୍ଟାଇଲ ଏକ୍ସଚେଞ୍ଜରେ ୱେଷ୍ଟ ଟେକ୍ସାସ୍‌ ଡବ୍ଲ୍ୟୁଟିଆଇ ଦର ବ୍ୟାରେଲ ପିଛା ୮୩ ଡଲାରକୁ ହ୍ରାସ ଘଟିଛି।
ଏହି ସମୟରେ ପେଟ୍ରୋଲ ଲିଟର ପିଛା ୧୦୩ ଟଙ୍କା ୩୭ ପଇସା ଏବଂ ଡିଜେଲ ୯୪ ଟଙ୍କା ୮୬ ପଇସା ରହିଛି।  ତେବେ କୌତୂହଳର ବିଷୟ ହେଉଛି ଚଳିତବର୍ଷ ଜୁନ୍‌୮ରେ ଅଶୋଧିତ ତୈଳ ରେକର୍ଡ ୧୨୩.୫୮ ଡଲାର ରହିଥିଲା। ସେତେବେଳେ ମଧ୍ୟ ପେଟ୍ରୋଲ ଲିଟର ପିଛା ୧୦୩ ଟଙ୍କା ୩୭ ପଇସା ଏବଂ ଡିଜେଲ ୯୪ ଟଙ୍କା ୮୬ ପଇସା ରହିଥିଲା। ଏହାର ଅର୍ଥ ହେଉଛି ଚଳିତବର୍ଷ ଜୁନ୍‌ ମାସରେ ଅଶୋଧିତ ତୈଳ ଦର ରେକର୍ଡ ସ୍ତରରେ ଥିବାବେଳେ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ଯାହା ରଖୀଥିଲେ ଏବେ ଦର ୩୦ ପ୍ରତିଶତ କମିବା ସତ୍ତ୍ବେ  ଖାଉଟିଙ୍କଠୁ  ସେହି ହାରରେ ଅର୍ଥ ଅସୁଲ କରୁଛନ୍ତି। ଏହାର ସବୁଠାରୁ ବଡ଼ କାରଣ ହେଉଛି ସରକାରଙ୍କ ପାଇଁ ଏଠି ଖାଉଟିଙ୍କ ଅପେକ୍ଷା ତେଲ କମ୍ପାନୀଙ୍କ ସ୍ବାର୍ଥ ବଡ଼ ହୋଇଯାଇଛି।
ସେହିପରି ୨୦୧୪ରେ  ଯେତେବେଳେ ମୋଦୀ ସରକାର କ୍ଷମତାକୁ ଆସିଲେ  ସେତେବେଳେ  ଅଶୋଧିତ ତେଲ ବ୍ୟାରେଲ ପିଛା ୧୦୭ ଡଲାର ରହିଥିଲା। ସେତେବେଳେ ପେଟ୍ରୋଲ ଲିଟର ପିଛା ୭୧ ଟଙ୍କା ୪୧ ପଇସା ରହିଥିଲା। ଏ ସମ୍ପର୍କରେ ସର୍ବଭାରତୀୟ ପେଟ୍ରୋଲିୟମ୍‌ ଡିଲର୍ସ ଆସୋସିଏସନ୍‌ର ମହାସଚିବ  ସଞ୍ଜୟ ଲାଠ୍‌ କୁହନ୍ତି,ବିଶ୍ବ ବଜାରରେ ଦର କମୁଥିଲେ ସୁଦ୍ଧା ଅଶୋଧିତ ତୈଳ ଦର ଏ ଯାଏ ସ୍ଥିର ହୋଇନାହିଁ। ଯଦି ୟୁରୋପୀୟ ରାଷ୍ଟ୍ର ରୁଷିଆରୁ ତୈଳ ଆମଦାନୀ ଉପରେ ରୋକ୍‌ ଲଗାନ୍ତି ତେବେ ଆଗକୁ ନିଶ୍ଚିତ ଭାବେ ଏହାର ବ୍ୟାରେଲ ପିଛା ପୁଣି ଥରେ ୧୨୦ ଡଲାର ଛୁଇଁବ।  ଏହାବାଦ୍‌ ଓପେକ୍‌ ପ୍ଲସ୍‌ ରାଷ୍ଟ୍ର ସମୂହ ଦୈନିକ ଉତ୍ପାଦନରେ ୧ ଲକ୍ଷ ବ୍ୟାରେଲ ହ୍ରାସ ଘୋଷଣା କରିବା ଏବେ ଦର ହ୍ରାସ କରିଛି।
ଘରୋଇ ଦୃଷ୍ଟିରୁ ଦେଖୀଲେ ବିଗତ କିଛି ମାସ ହେବ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଦର ସ୍ଥିର ରଖୀଛନ୍ତି। ଯଦିବା ଏଲ୍‌ପିଜି ଏବଂ ପେଟ୍ରୋଲ ବିକ୍ର କ୍ଷେତ୍ରରେ କମ୍ପାନୀଙ୍କ କ୍ଷତି ଆଡଜଷ୍ଟ ହୋଇଗଲାଣି ତଥାପି ଡିଜେଲରେ ଏହି କ୍ଷତି ଭରଣା ହୋଇନାହିଁ। ଏଥିରୁ ସ୍ପଷ୍ଟ ହେଉଛି ଯେ ସରକାରୀ ତେଲ କମ୍ପାନୀଙ୍କ କ୍ଷତି ଭରଣା ଲାଗି ବିଶ୍ବ ବଜାରରେ ଅଶୋଧିତ ତେଲ ଦର କମୁଥିଲେ ସୁଦ୍ଧା ସରକାର ଘରୋଇ କ୍ଷେତ୍ରରେ ଆଗକୁ ପେଟ୍ରୋଲ ଏବଂ ଡଜ୍ଲେ ମୂଲ୍ୟରେ କୌଣସି ହ୍ରାସ କରିବା ସମ୍ଭାବନା କ୍ଷୀଣ।
ଖସିଲା ଅଶୋଧିତ ତେଲ ଦର : ଦେଶରେ କମିବ ପେଟ୍ରୋଲ, ଡିଜେଲ ଦର !
ନୂଆଦିଲ୍ଲୀ : ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିରୁ ସାଧାରଣ ଖାଉଟିଙ୍କୁ ଆଶ୍ବସ୍ତି ମିଳିବା ସମ୍ଭାବନା ଦେଖାଦେଇଛି। ଏହାର ମୁଖ୍ୟ କାରଣ ହେଉଛି ବିଶ୍ବ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ବୃହତ୍‌ ହ୍ରାସ। ବିଶ୍ବ ତୈଳ ବଜାରକୁ ଏବେ ମାନ୍ଦାବସ୍ଥା ଭୟ ଘାରିଛି। ଏହାର ପ୍ରଭାବରେ ନିକଟରେ ବ୍ୟାରେଲ ପିଛା ୧୨୩ ଡଲାର ଛୁଇଁଥିବା ଆମେରିକାର ୱେଷ୍ଟ ଟେକ୍ସାସ୍‌ ଇଣ୍ଟର ମିଡିଏଟ୍‌(ଡବ୍ଲ୍ୟୁଟିଆଇ)ର ମୂଲ୍ୟ ବ୍ୟାରେଲ ପିଛା ୧୧୦ ଡଲାରକୁ ଖସିଆସିଛି। ଚାହିଦାରେ ହ୍ରାସ ଯୋଗୁ ବଜାରରେ ମୂଲ୍ୟ ତୈଳ ଖସିବାରେ ଲାଗିଛି।
ଅପରପକ୍ଷେ ତୈଳ ଉତ୍ପାଦନକାରୀ ରାଷ୍ଟ୍ର ସମୂହ (ଓପେକ୍‌) ଜୁଲାଇ ଏବଂ ଅଗଷ୍ଟରେ ଉତ୍ପାଦନରେ ବୃଦ୍ଧି ଘଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ଓପେକ୍‌ ଦୈନିକ ତୈଳ ଉତ୍ପାଦନ ୬,୪୮,୦୦୦ ବ୍ୟାରେଲକୁ ବୃଦ୍ଧି କରିବାକୁ ଯୋଜନା କରିଛି। ଏହାହେଲେ ବଜାରରେ ଆଉ ଚାହିଦା ଯୋଗାଣ ଜନିତ ସ୍ଥିତି ଦେଖିବାକୁ ମିଳିବନାହିଁ। ଫଳରେ ବଜାରରେ ଅଶୋଧିତ ତୈଳ ଅଧିକ ଖସିବ। ବିଶ୍ବ ବଜାରରେ ମୂଲ୍ୟ ଖସୁଥିବାରୁ ଏଭଳି ସ୍ଥିତିରେ ଘରୋଇ ବଜାରରେ ଖୁବ୍‌ ଉଚ୍ଚରେ ରହିଥିବା ପେଟ୍ରୋଲ  ଏବଂ ଡିଜେଲ ଦର  ହ୍ରାସ ଘଟିବାର ଯଥେଷ୍ଟ ସମ୍ଭାବନା ଦେଖାଦେଇଛି।
ଶ୍ରୀଲଙ୍କାରେ ପେଟ୍ରୋଲ ଡିଜେଲ ସଙ୍କଟ, ଆଉ ୫ ଦିନ ପାଇଁ ରହିଛି ଇନ୍ଧନ
ନୂଆଦିଲ୍ଲୀ : ଘୋର ଆର୍ଥ଄କ ସଙ୍କଟ ଦେଇ ଗତି କରୁଥÒବା ଶ୍ରୀଲଙ୍କାରେ ପେଟ୍ରୋଲ ଡିଜେଲ ସଙ୍କଟ ଦିନକୁ ଦିନ ସାଂଘାତିକ ରୂପ ବନବାରେ ଳାଗିଛି। ୨୨ ନିୟୁତ ଲୋକଙ୍କ ନେଇ ଗଠିତ ଏହି ଦେଶ ବିଗତ ସାତ ଦଶନ୍ଧି ମଧ୍ୟରେ ସବୁଠାରୁ ଖରାପ ଆର୍ଥିକ ସଙ୍କଟର ମୁକାବିଲା କରୁଛି। ଶ୍ରୀଲଙ୍କା ନିକଟରେ ଆଉ ମାତ୍ର ୫ ଦିନ ପାଇଁ ଇନ୍ଧନ ବାକି ରହିଛି। ଭାରତରୁ ନୂଆ କ୍ରେଡିଟ୍‌ ଲାଇନ୍‌ ମିଳିବା ଉପରେ ଏବେ ଅଟକିଛି ଦେଶର ଶେଷ ଭରଷା। ଏ ସମ୍ପର୍କରେ ଶୁକ୍ରବାର ଶ୍ରୀଲଙ୍କାର ଶକ୍ତି ମନ୍ତ୍ରୀ କାଞ୍ଚନା ବିଜୟଶେଖରା କହିଛନ୍ତି ଯେ, ଦେଶକୁ ଭାରତଠାରୁ ୫୦୦ ନିୟୁତ ଡଲାରର କ୍ରେଡିଟ୍ ମିଳିବ ନାହିଁ ତେବେ ସଙ୍କଟ ଆହୁରି ଗମ୍ଭୀର ହେବ। ଏହାର ବୈଦେଶିକ ମୁଦ୍ରା ଭଣ୍ଡାରରେ ହ୍ରାସ ଘଟିଛି ଏବଂ ଖାଦ୍ୟ, ଔ ଷଧ ଏବଂ ଇନ୍ଧନ ସହ ଅତ୍ୟାବଶ୍ୟକ ସାମଗ୍ରୀ ଆମଦାନୀ ପାଇଁ ଶ୍ରୀଲଙ୍କା ସରକାରଙ୍କ ପାଖରେ ଡଲାର ନାହିଁ।
ଦେଶର ଅନେକ ପେଟ୍ରୋଲ ପମ୍ପରେ ଲୋକଙ୍କ ଲମ୍ବା ଲାଇନ ଲାଗିଛି। ପେଟ୍ରୋଲ ଏବଂ ଡିଜେଲ ପାଇଁ ଲୋକଙ୍କୁ ରାତିସାରା ଲାଇନରେ ଛିଡା ହେବାକୁ ପଡୁଛି। ଏକ୍ସିମ ବ୍ୟାଙ୍କ ଜରିଆରେ ଭାରତ ସରକାରଙ୍କକ ୫୦୦ ନିୟୁତ ଆମେରିକୀୟ ଡଲାରର କ୍ରେଡିଟ୍‌ ଉପରେ ଶ୍ରୀଲଙ୍କା ସରକାର ଭରଷା କରିଛନ୍ତି। ଆସନ୍ତା କିଛି ସପ୍ତାହ ମଧ୍ୟରେ ଏହି ଅର୍ଥକୁ ଇନ୍ଧନ ପରିବହନରେ ବ୍ୟବହାର କରାଯିବ ବୋଲି ବିଜୟଶେଖରା କହିଛନ୍ତି। ଏହାପୂର୍ବରୁ ଭାରତ ପ୍ରାୟ ୩ ବିଲିୟନ ଡଲାରର ସହାୟତା ଦେଇଛି। ୱିଜେସେକରା କହିଛନ୍ତି ଯେ ଇନ୍ଧନ ଆମଦାନୀ ପାଇଁ  ରୁଷ ସମେତ ଅନେକ ଦେଶ ସହ ଶ୍ରୀଲଙ୍କା ଆଲୋଚନା କରିଛି।
ଶସ୍ତା ହେଲା ପେଟ୍ରୋଲ-ଡିଜେଲ, ତୈଳ ଦର ଉପରେ ଉତ୍ପାଦନ ଶୁଳ୍କ କମାଇଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ : ମିଳିଲା ବଡ ଆଶ୍ବସ୍ତି। ତେଲ ଦର ବୃଦ୍ଧିକୁ ନେଇ ଚିନ୍ତାରେ ଥିବା ଜନତାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ପେଟ୍ରୋଲ ଲିଟର ପିଛା ୯ ଟଙ୍କା ୫୦ ପଇସା, ଡିଜେଲ ୭ ଟଙ୍କା ହ୍ରାସ କରାଯାଇଛି । ଏ ସମ୍ପର୍କରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟୁଇଟ କରି ଘୋଷଣା କରିଛନ୍ତି । ଆସନ୍ତାକାଲି ସକାଳ ୬ଟାରୁ ନୂତନ ଦର ଲାଗୁ ହେବ।
7/12 We are reducing the Central excise duty on Petrol by ₹ 8 per litre and on Diesel by ₹ 6 per litre.
This will reduce the price of petrol by ₹ 9.5 per litre and of Diesel by ₹ 7 per litre.
It will have revenue implication of around ₹ 1 lakh crore/year for the government.
— Nirmala Sitharaman (@nsitharaman) May 21, 2022
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟୁଇଟ କରି କହିଛନ୍ତି କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ କମାଇବାକୁ ନିଷ୍ପତ୍ତି ନେଇଥିବାରୁ ତୈଳ ଦର ହ୍ରାସ ପାଇବ। ପେଟ୍ରୋଲ ଉପରୁ ଉତ୍ପାଦନ ଶୁଳ୍କ ଲିଟର ପିଛା ୮ ଟଙ୍କା ଓ ଡିଜେଲ ଉପରୁ ଲିଟର ପିଛା ୬ ଟଙ୍କା କମାଇବାକୁ ନିଷ୍ପତ୍ତି ହୋଇଛି। ପେଟ୍ରୋଲ ଲିଟର ପିଛା ୯.୫୦ ଟଙ୍କା ହ୍ରାସ ପାଇବାକୁ ଯାଉଥିଲେ ମଧ୍ୟ ଏବେ ବି ବିଭିନ୍ନ ସହରରେ ଏହାର ୧୦୦ ଉପରେ ରହିବ। କାରଣ ଏବେ ଅଧିକାଂଶ ସ୍ଥାନରେ ପେଟ୍ରୋଲ ଲିଟର ପିଛା ୧୧୨ ଟଙ୍କା ଉପରେ ରହିଛି।
9/12 Also, this year, we will give a subsidy of ₹ 200 per gas cylinder (upto 12 cylinders) to over 9 crore beneficiaries of Pradhan Mantri Ujjwala Yojana. This will help our mothers and sisters. This will have a revenue implication of around ₹ 6100 crore a year. #Ujjwala
— Nirmala Sitharaman (@nsitharaman) May 21, 2022
ତୈଳ ଦର ଉପରେ ଉତ୍ପାଦନ ଶୁଳ୍କ ହ୍ରାସ କରିବା ପରେ ଏହା ଦ୍ବାରା ସରକାର ପ୍ରାୟ ୧ ଲକ୍ଷ କୋଟିର ରାଜସ୍ବ ହରାଇବେ। ତେବେ ରାଜ୍ୟ ସରକାରମାନେ ବି ତେଲ ଉପରୁ ଶୁଳକ ହ୍ରାସ କରି ତାହାର ସୁଫଳ ଲୋକଙ୍କୁ ଦିଅନ୍ତୁ ବୋଲି ସେ କହିଛନ୍ତି ।ସେପଟେ ଉଜ୍ଜ୍ୱଳା ହିତାଧିକାରୀଙ୍କ ଲାଗି ଗ୍ୟାସ ସିଲିଣ୍ଡର ପିଛା ମିଳିବ ୨୦୦ ଟଙ୍କା ରିହାତି । ଏହି ରିହାତି ବାର୍ଷିକ ୧୨ଟି ସିଲିଣ୍ଡର ଲାଗି ଉଦ୍ଦିଷ୍ଟ । ଏନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେହିପରି ଲୁହା ଓ ଇସ୍ପାତ ଲାଗି ହ୍ରାସ ପାଇଛି ଉତ୍ପାଦ ଶୁଳ୍କ । ସେହିପରି ଇସ୍ପାତ ସାମଗ୍ରୀ ଉପରେ ଲାଗୁ ହୋଇଛି ରପ୍ତାନି ଶୁଳ୍କ ।