elephants - The Sakala

ବିଦେଶୀ ମାଫିଆଙ୍କ ନଜରରେ ଓଡ଼ିଶା ହାତୀ : ସୋସିଆଲ୍‍ ମିଡିଆରେ ଯୋଗାଯୋଗ, ରାଜଧାନୀରେ ହେଉଛି ଡିଲ୍‌
ଭୁବନେଶ୍ୱର : ଓଡ଼ିଶା ହାତୀ ଉପରେ ଏବେ ବିଦେଶୀ ମାଫିଆଙ୍କ ନଜର ରହିଛି। କାରଣ ଓଡ଼ିଶା ହାତୀଙ୍କଠାରୁ ମିଳୁଥିବା ଦାନ୍ତର ବିଦେଶରେ ଅଧିକ ଚାହିଦା ରହିଛି। ଦାନ୍ତ ପାଇଁ ବିଦେଶୀ ମାଫିଆଙ୍କ ମୋହରା ସାଜିଛନ୍ତି ହାତୀ ଶିକାରୀ। ଯାହାର ଉଦାହରଣ ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରୁ ଦେଖିବାକୁ ମିଳୁଛି। କାରଣ କେଉଁଠୁ ମାଟିତଳୁ ହାତୀ ଶରୀରର ଅଂଶବିଶେଷ ମିଳିଲାଣି ତ, ଆଉ କେଉଁଠୁ ଗୁଳିବିଦ୍ଧ ହାତୀ ମୃତ୍ୟୁ ସହ ସଂଘର୍ଷ କରୁଛି। ବିଶେଷ କରି ଆଠଗଡ଼ ଅଞ୍ଚଳରେ କାମ କରୁଛି ଶିକରୀଙ୍କ ବଡ଼ ଗ୍ୟାଙ୍ଗ। ଗତ ୩ ମାସରେ ଆଠଗଡ଼ ବନଖଣ୍ଡରେ ୫ ହାତୀ କଙ୍କାଳ ମିଳିବା ଘଟଣା ଏଭଳି କିଛି ଦିଗ ଆଡ଼କୁ ଇସାରା କରୁଛି। ମାଟିତଳୁ ମିଳିଥିବା ହାତୀ କଙ୍କାଳ ଗୁଡ଼ିକରେ ଦାନ୍ତ କାଟି ନିଆଯାଇଥିବା ଘଟଣା ଅଧିକ ସନ୍ଦେହ ବଢ଼଼ାଇଛି।

ବଡ଼ କଥା ହେଲା ରାଜଧାନୀର ବିଭିନ୍ନ ତାରକା ହୋଟେଲ ଏବଂ ଲଜ୍‍ରେ ରାଜ୍ୟ ବାହାରର ମାଫିଆମାନେ ଡେରା ପକାଇଛନ୍ତି। ସେମାନେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଶିକାରୀମାନଙ୍କୁ ଶିକାର କରିବା ପାଇଁ ପଠାଇଛନ୍ତି। ଶିକାରୀମାନେ କିଛି ଟଙ୍କା ଲୋଭରେ ରାଜ୍ୟର ବିଭିନ୍ନ ଜଙ୍ଗଲକୁ ଯାଇ ହାତୀ ଶିକାର କରୁଛନ୍ତି। ଏଥିପାଇଁ ଏକ ବଡ଼ଧରଣର ରାକେଟ୍‍ କାମ କରୁଛି। ହାତୀ ଶିକାର କରିବା ପରେ ଏହାର ଦାନ୍ତକୁ କଟର୍‍ ମେସିନ୍‍ ସାହାଯ୍ୟରେ କାଟି ନେଉଛନ୍ତି। ପରେ ଜେସିବି ମେସିନ୍‍ ସାହାଯ୍ୟରେ ହାତୀକୁ ଜଙ୍ଗଲ ଭିତରେ ଗାତ ଖୋଳି ପୋତି ଦେଉଛନ୍ତି।

ଅନ୍ୟପଟରେ ଏସ୍‍ଟିଏଫର ଜଣେ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ, ବିଦେଶରୁ ହାତୀ ଶିକାର କରିବା ପାଇଁ କେବଳ ନିର୍ଦ୍ଦେଶ ଆସୁୁନି। ବରଂ ରାଜ୍ୟ ବାହାରର ମାଫିଆମାନେ ହାତୀଦାନ୍ତ ନେବା ପାଇଁ ରାଜଧାନୀରେ ଡେରା ପକାଇଛନ୍ତି। ସେମାନେ ସହରର ହୋଟେଲ ଏବଂ ଲଜ୍‍ରେ ରହି ହାତୀ ମାରିବା ଠାରୁ ଦାନ୍ତ ସଂଗ୍ରହ ପର୍ଯ୍ୟନ୍ତ ସବୁ ଖବର ନେଉଛନ୍ତି। ରାଜଧାନୀକୁ ଆସିବା ପରେ ଏଠାରେ ଡିଲିଂ ହେଉଛି। ଡିଲିଂ ପରେ ଏହାକୁ ଅତି ସତର୍କତାର ସହ ରାଜ୍ୟ ବାହାରକୁ ରାତାରାତି ଚାଲାଣ କରାଯାଉଛି।

ବିଦେଶରୁ ଆସୁଛି ଅତ୍ୟାଧୁନିକ ବନ୍ଧୁକ

ହାତୀ ଭଳି ଜନ୍ତୁଙ୍କୁ ଚ୍ଛର୍‍ରା ବନ୍ଧୁକରେ ଶିକାର କରିବାରେ ସମସ୍ୟା ରହିଛି। କାରଣ ହାତୀର ମୁଣ୍ଡରେ ଗୁଳି ନ ବାଜିଲେ ତାର ମୃତ୍ୟୁ ଘଟିବ ନାହିଁ। ଯଦି ମୁଣ୍ଡରେ ଗୁଳି ବାଜିଛି ତଥାପି ହାତୀ ମରିବାକୁ କଷ୍ଟକର ହେଉଛି। ଯେଉଁଥି ପାଇଁ ହାତୀ ଗର୍ଜନ କରିବା ଦ୍ୱାରା ବନ ବିଭାଗ ଜାଣିବା ଅଧିକ ସମ୍ଭାବନା ରହିଛି। ତେଣୁ ହାତୀ ଶିକାର ପାଇଁ ବିଦେଶରୁ ମାଫିଆମାନେ ଅତ୍ୟାଧୁନିକ ବନ୍ଧୁକ ଯୋଗାଇ ଦେଉଛନ୍ତି। ଶିକାରୀମାନେ ଜଙ୍ଗଲରେ ପଶି ଏହି ଶବ୍ଦ ବିହୀନ ବନ୍ଧୁକରେ ହାତୀ ଶିକାର କରିବା ସହ ଦାନ୍ତ ନେଇ ଚମ୍ପଟ ମାରୁଛନ୍ତି।

ହୋଟେଲରେ ହେବ ଚଢ଼ଉ

ହୋଟେଲରେ ମାଫିଆମାନେ ଡେରା ପକାଇଥିବା ବିଶ୍ୱସ୍ତ ସୂତ୍ରରୁ ଏସ୍‍ଟିଏଫ ଖବର ପାଇଛି। ତେଣୁ କମିସନ୍‍ରେଟ୍‍ ପୁଲିସ ସହ ଏସ୍‍ଟିଏଫ ଯୋଗାଯୋଗ ରଖିଛି। ହୋଟେଲ ପାଇଁ ବ୍ୟବହାର ହେଉଥିବା ସରାଇ ଆପ୍‍ ଗୋଟି ଗୋଟି କରି ଯାଞ୍ଚ କରାଯାଉଛି। ଏଥିସହ ହୋଟେଲ ଏବଂ ଲଜ୍‍ରେ ଚଢ଼ଉ ପାଇଁ ଏକ ଟିମ୍‍ କରାଯାଇଛି। ଏହି ଟିମ୍‍ ସହରର ବିଭିନ୍ନ ହୋଟେଲରେ ଚଢ଼ଉ କରି ଯାଞ୍ଚ କରିବ।

ସୋସିଆଲ୍‍ ମିଡିଆରେ ଯୋଗାଯୋଗ

ହାତୀ ଦାନ୍ତ ଡିଲିଂ ପାଇଁ ମାଫିଆମାନେ ସୋସିଆଲ ମିଡିଆ ଏବଂ ସେମାନଙ୍କ ଦ୍ୱାରା କରାଯାଇଥିବା ସ୍ୱତନ୍ତ୍ର ଆପ୍‍ ବ୍ୟବହାର କରୁଛନ୍ତି। ଯେଉଁଥି ପାଇଁ ପୁଲିସ ଶିକାରୀଙ୍କୁ ଗିରଫ କଲେ ମାଷ୍ଟରମାଇଣ୍ଡ ନିକଟରେ ପହଞ୍ଚି ପାରୁନି। କେବଳ ଶିକାରୀ ପାଖରେ ହିଁ ତାର ତଦନ୍ତ ଅଟକି ରହିଛି। ଏସ୍‍ଟିଏଫ୍‍ ତଥ୍ୟ କହୁଛି ୨୦୨୦ରୁ ଏପର୍ଯ୍ୟନ୍ତ ୨୬ଟି ହାତୀ ଦାନ୍ତ ଜବତ ହୋଇଛି।

ବାଟବଣା ‘ପ୍ରୋଜେକ୍ଟ ଏଲିଫ୍ୟାଣ୍ଟ୍‌’ : ଟ୍ରେନ୍‍ ଦୁର୍ଘଟଣାରେ ୧୦ ବର୍ଷ ମଧ୍ୟରେ ମରିଛନ୍ତି ୩୬ ହାତୀ
ଭୁବନେଶ୍ୱର : ହାତୀଙ୍କ ପାଇଁ ମୃତ୍ୟୁ ଫାଶ ବା କାଳ ପାଲଟିଛି ରେଳ ଧାରଣା। ରେଳବାଇ କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଅକାଳରେ ଏହି ନିରୀହ ଜୀବଙ୍କ ଜୀବନ ଯାଉଛି। ରେଳ ଧକ୍କାଜନିତ ହାତୀ ମୃତ୍ୟୁ ରୋକିବାକୁ ବନ ବିଭାଗ ନିକଟରେ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରିଛି। ଏହାକୁ କଡ଼ାକଡ଼ି ଭାବେ ଅନୁପାଳନ କରିବାକୁ ବାରମ୍ବାର ରେଳ ବିଭାଗକୁ ଅନୁରୋଧ ଓ ତାଗିଦ ମଧ୍ୟ କରାଯାଇଛି। ଏସବୁ ସତ୍ତ୍ବେ ରେଳ ବିଭାଗ ଏଥପ୍ରତି ଧ୍ୟାନ ଦେଉନି। ଯାହାର ଫଳ ସ୍ୱରୂପ ବିଭିନ୍ନ ସମୟରେ ଚଲାପଥରେ ପଡ଼ୁଥିବା ରେଳପଥ ଅତିକ୍ରମ କରୁଥିବା ସମୟରେ ହାତୀମାନେ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଉଛନ୍ତି।

୨୦୨୧ ଡିସେମ୍ବର ମାସରେ ଖୋର୍ଦ୍ଧା ଟାଙ୍ଗୀ ନିକଟସ୍ଥ ଭୂଷଣ୍ଡପୁରଠାରେ ରେଳ ଦୁର୍ଘଟଣାରେ ୨ଟି ହାତୀଙ୍କ ମୃତ୍ୟୁ ପରେ ରାଜ୍ୟ ସରକାରଙ୍କ ତତ୍ତ୍ୱାବଧାନରେ ରେଳବାଇ କର୍ତ୍ତୃପକ୍ଷ, ବନ ବିଭାଗ, ପୂର୍ତ୍ତ ବିଭାଗ ଓ ଶକ୍ତି ବିଭାଗର ମିଳିତ ସମନ୍ୱୟ ବୈଠକ ହୋଇଥିଲା। ଯେଉଁଥିରେ ରେଳ ଧାରଣା ଯୋଗୁଁ ହାତୀ କରିଡର ଯେପରି ସଙ୍କୁଚିତ ନ ହେବ ସେଥିପ୍ରତି ଧ୍ୟାନ ଦେବାକୁ ରେଳବାଇଙ୍କୁ ବନ ବିଭାଗ ଅନୁରୋଧ କରିଥିଲା। ଏହାସହ ହାତୀ କରିଡର ଓ ହାତୀ ଚଲାପଥ ଦେଇ ଯାଉଥିବା ଟ୍ରାକ୍‍ରେ ଟ୍ରେନ୍‍ ର ଗତିପଥ କମ୍‍ ରଖିବାକୁ ଚାଳକଙ୍କୁ ନିର୍ଦ୍ଦେଶ ଦେବାକୁ କୁହାଯାଇଥିଲା। ଏନେଇ ସ୍ୱତନ୍ତ୍ର ଗାଇଡ୍‍ଲାଇନ୍‍ ମଧ୍ୟ ଜାରି କରାଯାଇଥିଲା। ପ୍ରତିଦିନ ହାତୀଙ୍କ ଗତିପଥ ନେଇ ରେଳବାଇଙ୍କୁ ଆଗୁଆ ସୂଚନା ଦିଆଯିବାକୁ ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଥିଲା। ଏଥି ସତ୍ତ୍ବେ ରେଳ କର୍ତ୍ତୃପକ୍ଷ ଏହାକୁ ଖାମଖିଆଲି ଭାବେ ଗ୍ରହଣ କରୁଥିବାରୁ ହାତୀ ମୃତ୍ୟୁ ଘଟଣା ବୃଦ୍ଧି ପାଉଛି।

ଅନ୍ୟପକ୍ଷରେ ୨୦୧୧ ମସିହାରେ ରାଜ୍ୟ ସରକାର ଘୋଷଣା କରିଥିଲେ ଯେ ପ୍ରତିଟି ହାତୀର ମୃତ୍ୟୁକୁ ଠିକ୍‍ ଭାବେ ଅନୁଶୀଳନ କରାଯିବ। ବିଶେଷ କରି ଅସ୍ୱାଭାବିକ ଭାବେ ହେଉଥିବା ହାତୀ ମୃତ୍ୟୁ ଓ ଟ୍ରେନ୍‍ ଦୁର୍ଘଟଣାରେ ହେଉଥିବା ମୃତ୍ୟୁର ତଦନ୍ତ ହେବ। ଗତ ୧୦ ବର୍ଷ ଭିତରେ ରାଜ୍ୟରେ ୩୬ ହାତୀଙ୍କର କେବଳ ରେଳ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବେଳେ ୧୭୦ରୁ ଅଧିକ ହାତୀଙ୍କର ଶିକାରୀ ଦ୍ୱାରା ମୃତ୍ୟୁ ହୋଇଛି। ମାତ୍ର ଏହି ଘଟଣାରେ କାହାକୁ ଉତ୍ତରଦାୟୀ କରାଯାଇନି। ୨୦୧୦ ଜାନୁୟାରୀ ମାସରେ ରାଜ୍ୟର ୧୦ଟି ସଂରକ୍ଷିତ ଜଙ୍ଗଲକୁ ହାତୀ କରିଡର ଭାବେ ସରକାର ଘୋଷଣା କରିଥିବା ବେଳେ ତାହା ୮୭୦ ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ ହୋଇଥିଲା। କେବଳ ସେତିକି ନୁହେଁ; ହାତୀ କରିଡର ବିକାଶ ପାଇଁ ସେ ସମୟରେ ୨୦ କୋଟି ଟଙ୍କା ବ୍ୟୟବରାଦ ବି ରଖାଯାଇଥିଲା। ଇତିମଧ୍ୟରେ ହାତୀ କରିଡରଗୁଡିକର ସୁରକ୍ଷା ଓ ସଂରକ୍ଷଣ ପାଇଁ ସରକାରୀ ସ୍ତରରେ ୨୦ କୋଟି ଟଙ୍କା ଖର୍ଚ୍ଚ ସରିଛି। ପ୍ରତିବର୍ଷ ‘କାମ୍ପା’ ପାଣ୍ଠିରେ ସରକାର ୪୦୦ କୋଟି ଟଙ୍କାର ବ୍ୟୟ ବରାଦ କରୁଥିବା ବେଳେ ଏଥିରେ ହାତୀଙ୍କ ସୁରକ୍ଷା କାମ ବି ହେଉଛି। ସରକାରଙ୍କ ‘ପ୍ରୋଜେକ୍ଟ ଏଲିଫ୍ୟାଣ୍ଟ୍‌’ ମଧ୍ୟ ହାତୀ ସୁରକ୍ଷା ଦିଗରେ କୌଣସି ସାହାଯ୍ୟ କରିପାରୁନି। ଏହାଛଡ଼ା ହାତୀ ସୁରକ୍ଷା ପାଇଁ ସରକାର ଯେଉଁ ‘ଗଜବନ୍ଧୁ ଯୋଜନା’ କାର୍ଯ୍ୟକାରୀ କରି ସାଧାରଣ ଲୋକଙ୍କୁ ହାତୀ ସୁରକ୍ଷା ପାଇଁ ଯୋଡ଼ିଥିଲେ, ତାହା ବି ଆଉ ଏବେ ଠିକ୍‍ ଭାବେ କାମ କରୁନି। ହେଲେ ୧୯୮୬ ପରିବେଶ ସୁରକ୍ଷା ଅଧୀନିୟମ ଅନୁସାରେ ହାତୀ କରିଡରକୁ ସୁରକ୍ଷା ଦେବା ପାଇଁ ବିଧିବଦ୍ଧ ଭାବେ କୌଣସି ବିଜ୍ଞପ୍ତି ପ୍ରକାଶ ପାଇ ନାହିଁ। କେବଳ ସେତିକି ନୁହେଁ; ସାଉଥ୍‍ ଓଡ଼ିଶା ରିଜର୍ଭ ଓ ବୈତରଣୀ ରିଜର୍ଭକୁ ବି ହାତୀ କରିଡର୍‍ ଭାବେ ସୂଚିତ କରାଯାଇ ପାରିନି।

ରେଳ ବିଭାଗ ବନ ବିଭାଗର ମାର୍ଗଦର୍ଶିକା ମାନୁ ନଥିବାରୁ ମାଲବାହୀ ଟ୍ରେନ୍‍ ଦୁର୍ଘଟଣାରେ କେନ୍ଦୁଝରରେ ଏକାଥରରେ ତିନୋଟି ହାତୀର ମୃତ୍ୟୁ ହୋଇଛି ବୋଲି ଆପତ୍ତି ଉଠାଇଛନ୍ତି ପିସିସିଏଫ୍‍ (ବନ୍ୟଜନ୍ତୁ) ଶଶୀ ପଲ। ୱାଇଲ୍ଡଲାଇଫ୍‍ ସୋସାଇଟି ଅଫ୍‍ ଓଡ଼ିଶାର ସେକ୍ରେଟେରୀ ତଥା ପରିବେଶବିତ୍‍ ବିଶ୍ୱଜିତ ମହାନ୍ତି କହିଛନ୍ତି, ସରକାରୀ ତଥ୍ୟକୁ ବିଚାର କଲେ ରାଜ୍ୟରେ ହାତୀ ମୃତ୍ୟୁ ହାର ବାର୍ଷିକ ୭୮%। ୧୯୯୦ରୁ ୨୦୨୦ ମସିହାରେ ବାର୍ଷିକ ୩୩% ହାତୀଙ୍କ ମୃତ୍ୟୁ ହେଉଥିବା ବେଳେ ୨୦୦୦ରୁ ୨୦୧୦ ଭିତରେ ଏହା ୪୬%କୁ ବୃଦ୍ଧି ପାଇଥିଲା। ଯାହାକି ଏବେ ୭୮%କୁ ବୃଦ୍ଧି ପାଇଛି। ୨୦୦୦ରୁ ୨୦୧୦ ଭିତରେ ରାଜ୍ୟରେ ୪୬୩ଟି ହାତୀଙ୍କ ମୃତ୍ୟୁ ହୋଇଥିବା ରୋକର୍ଡ କରାଯାଇଥିବା ବେଳେ ୨୦୧୦ରୁ ୨୦୨୦ ଭିତରେ ୭୮୪ଟି ହାତୀଙ୍କର ମୃତ୍ୟୁ ହୋଇଥିଲା। ଯାହାକି ଏବେ ୮୮୩କୁ ବୃଦ୍ଧି ପାଇଥିବା ସରକାରୀ ରେକର୍ଡରୁ ଜଣାଯାଉଛି। ପ୍ରତିବର୍ଷ ପାଖାପାଖି ୨୦ଟି ଯୁବ ହାତୀଙ୍କର ମୃତ୍ୟୁ ହେଉଥିବା ବେଳେ ଏ ଦିଗରେ ଜଣେ ହେଲେ ବରିଷ୍ଠ ଅଧିକାରୀଙ୍କୁ ଉତ୍ତରଦାୟୀ କରାଯାଇନି କି କାହାରିକୁ ବରଖାସ୍ତ କରାଯାଇନି। ହାତୀ ସୁରକ୍ଷାରେ ଅର୍ଥ ବାଧକ ନୁହେଁ; ମନବୃତ୍ତି ହିଁ ମୁଖ୍ୟ ସମସ୍ୟା। ରେଳ ଓ ସଡ଼କ ପଥର ବିକାଶ, ବିଦ୍ୟୁତ୍‍ ଓ ଜନସେଚନ ପ୍ରକଳ୍ପ ଯୋଗୁଁ ହାତୀମାନେ ସେମାନଙ୍କର ପାରମ୍ପରିକ ରହଣି ସ୍ଥାନ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ଫଳସ୍ୱରୂପ ୧୦ ବର୍ଷ ଭିତରେ ରାଜ୍ୟରେ ୩୬ଟି ହାତୀଙ୍କର ଟ୍ରେନ୍‍ ଦୁର୍ଘଟଣାରେ ମୃତ୍ୟୁ ହୋଇଛି।

ସେହିପରି ୬ଟି ହାତୀଙ୍କର ସଡ଼କ ଦୁର୍ଘଟଣାରେ, ୧୩୫ଟି ହାତୀଙ୍କର ବିଦ୍ୟୁତ୍‍ ଆଘାତ ସଂସ୍ପର୍ଶରେ, ୮୭ଟି ହାତୀର ଶୀକାର ପାଇଁ ଉଚ୍ଚ ବିଦ୍ୟୁତ ତା’ର ସଂସ୍ପର୍ଶରେ ଆସି ଜୀବନ ହାନୀ ଘଟିଛି।ସଙ୍କୁଚିତ ହେଉଥିବା ହାତୀ କରିଡର ଓ ଦ୍ରୁତ ଶିଳ୍ପାୟନ ଯୋଗୁଁ ହାତୀମାନେ ଏବେ ନିଜର ଗତି ପଥ ବଦଳାଉଛନ୍ତି। ଗତ ଦୁଇ ଦଶନ୍ଧି ଭିତରେ ସହରୀକରଣ, ଶିଳ୍ପାୟନ ଓ ଖଣି ଖନନ ଯୋଗୁଁ ହାତୀ କରିଡର ପରିଧି ଓ ପରିସୀମାରେ ଢେର୍‍ ପରିବର୍ତ୍ତନ ହୋଇଛି। ୨୦୦୨ ମସିହାରେ କେନ୍ଦୁଝର ଜଙ୍ଗଲରେ ୧୧୨ଟି ହାତୀ ଥିବା ବେଳେ ଖଣି ଖନନ ଯୋଗୁଁ ଏହା ୪୦କୁ ଖସି ଆସଛି। ସେହିପରି ଢେଙ୍କାନାଳ ଜଙ୍ଗଲରେ ୮୧ଟି ହାତୀ ଥିବା ବେଳେ ଏବେ ସେଠାରେ ହାତୀ ସଂଖ୍ୟା ବୃଦ୍ଧି ପାଇ ୧୬୯ରେ ପହଞ୍ଚିଛି। ରେଙ୍ଗାଳି ଜଳସେଚନ କେନାଲ ଯୋଗୁଁ ହାତୀମାନେ ନିଜର ଗତିପଥ ବଦଳାଇ ଦେଇଥିବାରୁ ଢେଙ୍କାନାଳରେ ହାତୀ ସଂଖ୍ୟା ବଢିଛି। ୨୦୦୨ ମସିହାରେ ଚନ୍ଦକାରେ ୭୦ଟି ହାତୀ ଥିବାବେଳେ ହାତୀ ଚଳାପଥରେ ନିୟମିତ ବ୍ୟାଘାତ ସେମାନଙ୍କୁ ଗଞ୍ଜାମ, ନୟାଗଡ଼, ଓ କଟକ ଜଙ୍ଗଲ ଆଡ଼େ ଯିବାକୁ ବାଧ୍ୟ କରିଛି। କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ ଆଦି ଖଣି ଅଞ୍ଚଳରେ ପରିଣତ ହୋଇସାରିଥିବା ବେଳେ ସେଠାରେ ହାତୀମାନଙ୍କ ରହଣି ପାଇଁ ଆଉ ପର୍ଯ୍ୟାପ୍ତ ସ୍ଥାନ ନାହିଁ। ଗତ ଦୁଇ ଦଶନ୍ଧି ଭିତରେ ୧୪ଟି ଜିଲ୍ଲାରୁ ହାତୀମାନେ ୨୬ଟି ଜିଲ୍ଲାକୁ ନିଜର ଗତିପଥ ବଦଳାଇଛନ୍ତି।