Inter-State Council - The Sakala

ଜାତୀୟସ୍ତରରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆନ୍ତଃ ରାଜ୍ୟ ପରିଷଦ ଷ୍ଟାଣ୍ଡିଂ କମିଟିରେ ହେଲେ ସଦସ୍ୟ
ଭୁବନେଶ୍ବର : ଜାତୀୟସ୍ତରରେ ବଢୁଛି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା। ଜାତୀୟସ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନୁମୋଦନକ୍ରମେ ନୂତନ ‘ଆନ୍ତଃରାଜ୍ୟ ପରିଷଦ୍‌’ ଗଠନ ହେବାକୁ ଯାଉଥିବା କଥା ଶୁକ୍ରବାର ଦିନ ଗୃହ ମନ୍ତ୍ରଣାଳୟ ଜାରି କରିଥିବା ଗେଜେଟ୍ ବିଜ୍ଞପ୍ତିରୁ ଜଣାପଡ଼ିଛି।କେନ୍ଦ୍ର ସରକାର ଘୋଷଣା କରିଥିବା ଏହି ଆନ୍ତଃରାଜ୍ୟ ପରିଷଦ୍‌ ଷ୍ଟାଣ୍ଡିଂ କମିଟିର ନୂତନ ସଦସ୍ୟଙ୍କ ମଧ୍ୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି।

କମିଟିରେ ଏହାର ଅଧ୍ୟକ୍ଷ ଅମିତ ଶାହାଙ୍କ ସମେତ ୧୩ ଜଣ ସଦସ୍ୟ ଅଛନ୍ତି। ଗୃହ ମନ୍ତ୍ରଣାଳୟ ଶୁକ୍ରବାର ଦିନ ଜାରି କରାଯାଇଥିବା ଗେଜେଟ୍ ବିଜ୍ଞପ୍ତିରେ ଏହି ପଦକ୍ଷେପ ବିଷୟରେ ଉଲ୍ଲେଖ କରିଛି। ଆନ୍ତଃରାଜ୍ୟ ପରିଷଦ ସଚିବାଳୟର ବିଜ୍ଞପ୍ତି ଅଗଷ୍ଟ ୯, ୨୦୧୯ ଏବଂ ପ୍ରଧାନମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ନିଆଯାଇଛି। ଏହି କମିଟିରେ ଶାହାଙ୍କ ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟର ଅନ୍ୟ ଚାରିଜଣ ମନ୍ତ୍ରୀ ଏବଂ ଆଠ ଜଣ ମୁଖ୍ୟମନ୍ତ୍ରୀ ଅଛନ୍ତି।

କମିଟିର ସଦସ୍ୟ ଭାବରେ ଅର୍ଥ ଓ କର୍ପୋରେଟ ମନ୍ତ୍ରୀ ନିର୍ମଳା ସୀତାରମଣ, କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ସାମାଜିକ ନ୍ୟାୟ ତଥା ସଶକ୍ତିକରଣ ମନ୍ତ୍ରୀ ବିରେନ୍ଦ୍ର କୁମାର, ଜଲ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖୱତ ଏହି କମିଟିର ସଦସ୍ୟ ଅଛନ୍ତି।ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କମିଟିର ଅନ୍ୟ ସଦସ୍ୟ ଅଛନ୍ତି।

ଆନ୍ତଃରାଜ୍ୟ ପରିଷଦରେ କୌଣସି ବିଷୟ ବିଚାରକୁ ନିଆଯିବା ପୂର୍ବରୁ ଏହା କେନ୍ଦ୍ର-ରାଜ୍ୟ ସମ୍ପର୍କ ସମ୍ବନ୍ଧୀୟ ସମସ୍ତ ବିଷୟ ପ୍ରକ୍ରିୟାକରଣ କରେ । ଆନ୍ତଃରାଜ୍ୟ ସମ୍ପର୍କ ଧୃଢ଼ି ଭୂତ କରିବାରେ ପରିଷଦର ସୁପାରିଶ ଉପରେ ନିଷ୍ପତ୍ତି ନିଆଯାଏ। ଏ ଗୁଡ଼ିକର କାର୍ଯ୍ୟକାରିତା ଉପରେ ମଧ୍ୟ କମିଟି ତଦାରଖ କରେ ଏବଂ ଏହାକୁ ଅଧ୍ୟକ୍ଷ କିମ୍ବା ପରିଷଦ ଦ୍ୱାରା ସୂଚିତ ଅନ୍ୟ ବିଷୟ ଉପରେ ବିଚାର କରେ । ଷ୍ଟାଣ୍ଡିଂ କମିଟି, ଯଦି ଆବଶ୍ୟକ ହୁଏ, ସଂପୃକ୍ତ ବିଷୟ ଉପରେ ବିଚାର ବିମର୍ଶ କରିବାବେଳେ ନିର୍ଦ୍ଦିଷ୍ଟ କ୍ଷେତ୍ରର ବିଶିଷ୍ଟ ବିଶେଷଜ୍ଞ ଏବଂ ବ୍ୟକ୍ତିବିଶେଷଙ୍କୁ ମଧ୍ୟ ପରାମର୍ଶ ନିଆ ଯାଏ।

ଅନ୍ୟପଟେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଜାତୀୟ ସ୍ତରରେ କମିଟିରେ ଅନ୍ତର୍ଭୁକ୍ତ କରାଯିବା ପରେ ବିଜେଡି ସାଂସଦ ଅମର ପଟ୍ଟନାୟକଙ୍କ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଆନ୍ତଃରାଜ୍ୟ ପରିଷଦ୍‌ ଷ୍ଟାଣ୍ଡିଂ କମିଟି ଏକ ମହତ୍ତ୍ୱପୂର୍ଣ୍ଣ ସଂସ୍ଥା। ଏହାର ଲକ୍ଷ୍ୟ ହେଉଛି ରାଜ୍ୟର ଅଧିକ ପ୍ରତିନିଧିତ୍ବ, ଆର୍ଥିକ ସମ୍ବଳ କିପରି ବଢିବ ଓ ଆନ୍ତ ରାଜ୍ୟ ବିବାଦର ସମାଧାନର ସହାୟକ ହୋଇ ପାରିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାରା ଭାରତରେ ଏଭଳି ଏକ ଚେହେରା ଯାହାଙ୍କୁ ସମସ୍ତେ ଅନୁସରଣ କରୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ ପ୍ରଶାସନିକ ଦକ୍ଷତାକୁ ଜାତୀୟସ୍ତରରେ ଆଉ ଏକ ସ୍ୱୀକୃତି ମିଳିଛି। ନବୀନଙ୍କ ନିଖୁଣ ରାଜନୈତିକ ନେତୃତ୍ୱ ଓ ତାଙ୍କ ଅଭିଜ୍ଞତା ରାଜ୍ୟକୁ ସଠିକ ଭାବେ ଚଳାଇବାର ରହିଛି। ସବୁ ରାଜ୍ୟ କିପରି ଆଗକୁ ଯାଇ ପାରିବେ, ସେଥିରେ ମୁଖ୍ୟମନ୍ତ୍ରୀଙ୍କ ଜ୍ଞାନ ଅଛି ଆନ୍ତ ରାଜ୍ୟ ସମ୍ପର୍କରେ, ତାହାର ଫାଇଦା ଆନ୍ତଃରାଜ୍ୟ ପରିଷଦ୍‌ ଷ୍ଟାଣ୍ଡିଂ କମିଟି ପାଇପାରିବ। ଏହା ଆହୁରି ଶକ୍ତିଶାଳୀ ହୋଇପାରିବ। କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଛନ୍ତି।