CM Naveen - The Sakala
ଓଡ଼ିଶାରେ ଶିଳ୍ପ ବିକାଶର ଏକ ନୂଆ ଯୁଗ ସୃଷ୍ଟି କରିବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜାପାନ ଗସ୍ତ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିଠୁ ଏକ ସପ୍ତାହ ବ୍ୟାପୀ ଜାପାନ ଗସ୍ତରେ ଯାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ଏକ ୪ ଜଣିଆ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଜାପାନ ଗସ୍ତ କରିଛନ୍ତି । ଏହି ପ୍ରତିନିଧି ଦଳରେ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ ମିଶ୍ର, ଇପିକଲର ପରିଚାଳନା ନିର୍ଦ୍ଦେଶକ ଭୂପେନ୍ଦର ପୁନିଆ ସାମିଲ ହୋଇଛନ୍ତି । ଏଥିସହ ୫ଟି ସଚିବ ଭି.କେ ପାଣ୍ଡିଆନ୍ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଜାପାନ ଗସ୍ତରେ ଅଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ୬ ଦିନିଆ ଗସ୍ତ ସମୟରେ ଟୋକିଓରେ ଆୟୋଜିତ ପୁଞ୍ଜି ନିବେଶକ ସମ୍ମେଳନରେ ଯୋଗଦେବା ସହ କ୍ବୋଟୋ ଓ ଓସାକା ଭଳି ମହାନଗରୀ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗନେବେ । ଓଡ଼ିଶାରେ ଜାପାନୀ ପୁଞ୍ଜିନିବେଶ ସଂପର୍କରେ ବିଭିନ୍ନ ଉଦ୍ୟୋଗୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି ।ଜାପାନ ସରକାର କିପରି ଓଡ଼ିଶାରେ ଅଧିକ ପୁଞ୍ଜିନିବେଶ କରିବେ ସେନେଇ ବି ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ଏପରି ଏକ ସମୟରେ ଆସିଛି ଯେତେବେଳେ ଗତ କିଛି ବର୍ଷ ଧରି ରାଜ୍ୟରେ ଦ୍ରୁତ ଗତିରେ ପରିବର୍ତ୍ତନ ଆଣିଛି ଏବଂ ଶିଳ୍ପ ଅଭିବୃଦ୍ଧି ଭଲ ସ୍ଥିତିରେ ଅଛି।
ନବୀନ ପଟ୍ଟନାୟକଙ୍କ ଜାପାନ ଗସ୍ତ ଓଡିଶା ଏବଂ ପୂର୍ବ ଏସୀୟ ଦେଶ ମଧ୍ୟରେ ଥିବା ପୁରୁଣା ବନ୍ଧୁତ୍ବକୁ ତ୍ୱରାନ୍ୱିତ ଏବଂ ଦୃଢ କରିବ। ଏହି ଗସ୍ତ ଉଭୟ ଓଡ଼ିଶା ଓ ଜାପାନ ପାଇଁ ଏକ ବିଜୟ-ପ୍ରସ୍ତାବ ଭାବରେ ଦେଖାଯାଉଛି କାରଣ ଏହାଦ୍ବାରା ସହଯୋଗର ବ୍ୟାପକ ରାସ୍ତା ଖୋଲିବ। କାରଣ ଓଡ଼ିଶାରରେ ବିପୁଳ ପରିମାଣରେ ଧାତୁ ଏବଂ ଖଣିଜ ପଦାର୍ଥ ରହିଥିବା ବେଳେ ରାଜ୍ୟରେ କୁଶଳୀ ମାନବ ଶକ୍ତି ଓ ଭିତ୍ତିଭୂମି ରହିଛି। ଅପରପକ୍ଷେ ଜାପାନ ପାଖରେ ଉପଲବ୍ଧ ରହିଛି ଉନ୍ନତ ପ୍ରଯୁକ୍ତିବିଦ୍ୟା ଏବଂ ସମ୍ବଳ । ଯାହା ଉଭୟଙ୍କ ପାଇଁ ବେଶ ଲାଭଦାୟକ ହେବ। ଦୀର୍ଘ ଦିନ ଧରି ଜାପାନର ନିବେଶକମାନଙ୍କ ପାଇଁ ଓଡିଶା ଏକ ପସନ୍ଦଯୋଗ୍ୟ ଗନ୍ତବ୍ୟସ୍ଥଳ ହୋଇଆସୁଛି ଏବଂ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୫୦ରୁ ଅଧିକ ଜାପାନ କମ୍ପାନୀ କାର୍ଯ୍ୟ ମଧ୍ୟ କରୁଛନ୍ତି।
ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅବିରତ ଉଦ୍ୟମ କରୁଥିବା ବେଳେ ବର୍ତ୍ତମାନ ଜାପାନକୁ ଯାଇଥିବା ଉଚ୍ଚ ସ୍ତରୀୟ ପ୍ରତିନିଧୀଙ୍କ ନେତୃତ୍ବରେ ରାଜ୍ୟରେ ଅଧିକ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ବିନିଯୋଗ ପାଇଁ ପଥ ପରିଷ୍କାର କରିବ।ଓଡିଶାର ବିସ୍ତୃତ ସମୁଦ୍ର ଉପକୂଳ, ଖଣିଜ ସମ୍ପଦ, ପର୍ଯ୍ୟଟନ ସମ୍ଭାବନା ଏବଂ କୁଶଳୀ ମାନବ ଶକ୍ତିର ଉପଲବ୍ଧତା ଜାପାନ କମ୍ପାନୀଗୁଡିକ ପାଇଁ ବେଶ ଉପଯୋଗୀ ହୋଇଥିବା ବେଳେ ଆମ ରାଜ୍ୟ ପାଇଁ ଏହା ଲାଭଦାୟକ ହେବ। କାରଣ ଓଡିଶାର ଯୁବପୀଢିଙ୍କ ପାଇଁ ନିଯୁକ୍ତି ସହ ରାଜ୍ୟ ଶିଳ୍ପ ସମୃଦ୍ଧ ହୋଇପାରିବ। ଅନ୍ୟପଟେ ରାଜ୍ୟର ସ୍ଥିର ସରକାର ଏବଂ ନୂଆ ଶିଳ୍ପନୀତି ଓ ଶିଳ୍ପାୟନ ପାଇଁ ରାଜ୍ୟ ସରକାର ଯୋଗାଇଥିବା ଓ୍ବାନ ପ୍ଲସ ସୁବିଧା ସହିତ ଓଡ଼ିଶାର ଶାନ୍ତିପୂର୍ଣ୍ଣ ପରିବେଶ ନିବେଶକମାନଙ୍କ ପାଇଁ ପସନ୍ଦଯୋଗ୍ୟ ରହିଆସିଛି।
ଏଥି ସହିତ ଦଶନ୍ଧି ଧରି ଜାପାନ ଓଡିଶା ସହିତ ଏକ ଆକର୍ଷଣୀୟ ସହଯୋଗ କରିଆସୁଛି। ୨୦୨୨ ଏବଂ ୨୦୧୮ରେ ମେକ୍ ଇନ୍ ଓଡିଶା କନକ୍ଲେଭ ପାଇଁ ଏହି ଦେଶ ସହଭାଗୀ ଥିଲା। ଆର୍ସେଲର ମିତ୍ତଲ, ନିପନ୍ ଷ୍ଟିଲ୍, ଟିଆରଏଲ୍ କ୍ରୋସାକି(TRL Krosaki), ଇଣ୍ଡୋ-ନିସିନ୍(Indo-Nissin) ଭଳି କମ୍ପାନୀ ଓଡିଶାକୁ ସେମାନଙ୍କ ଘର କରିପାରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ଯାଇଥିବା ଉଚ୍ଚ ସ୍ତରୀୟ ପ୍ରତିନିଧୀ ଦଳ ରାଜ୍ୟରେ ଶିଳ୍ପ ପାଇଁ ଉପଲବ୍ଧ ଥିବା ସୁବିଧା ବାବଦରେ ନିବେଶକମାନଙ୍କୁ ଅବଗତ କରାଇବେ। ଜାପାନର ବିଭିନ୍ନ ମେଟାଲ, ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ସହ ଆଇଟି ସମେତ ବିଭିନ୍ନ କ୍ଷେତ୍ରରୁ ନିବେଶକମାନଙ୍କୁ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଉତ୍ସାହିତ କରିବେ। ଓଡିଶା ଜାପାନ ସହିତ ଅଂଶୀଦାର କରୁଥିବା ସାଂସ୍କୃତିକ ସମ୍ପର୍କ ମଧ୍ୟ ଜାପାନକୁ ଓଡ଼ିଶାକୁ ପୁଞ୍ଜି ବିନିଯୋଗର ପସନ୍ଦଯୋଗ୍ୟ ସ୍ଥାନ ଭାବରେ ବାଛିବାରେ ସାହାଯ୍ୟ କରିବ। ଇସ୍ପାତ, ଆଲୁମିନିୟମ୍, ଟେକ୍ସଟାଇଲ୍, ଖାଦ୍ୟ, ଖାଦ୍ୟ ପ୍ରକ୍ରିୟାକରଣ, ଗ୍ରୀନ୍ ହାଇଡ୍ରୋଜେନ୍ ଏବଂ ଗ୍ରୀନ୍ ଆମୋନିଆ କ୍ଷେତ୍ରରେ, ପେଟ୍ରୋକେମିକାଲ୍, ଇଲେକ୍ଟ୍ରୋନିକ୍ସ ଏବଂ ଅଟୋମୋବାଇଲ୍ ଉତ୍ପାଦନରେ ଜାପାନର ପୁଞ୍ଜି ବିନିଯୋଗ ପାଇଁ ଓଡିଶା ସର୍ବୋତ୍ତମ ସ୍ଥାନ ଅଟେ।
ଆହୁରି ସୁଦୃଢ଼ ହେବ ଆଇନଶୃଙ୍ଖଳା, ଆଜି ୨୯ଟି ଥାନା ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଥିବା ବେଳେ ଏହାର ସୁଫଳ ତୃଣମୂଳସ୍ତରରେ ଏ ଅନୁଭୂତ ହେଉଛି। ବିଶେଷକରି ରାଜ୍ୟଗୁଡ଼ିକରେ ଅଧିକରୁ ଅଧିକ ଥାନା ପ୍ରତିଷ୍ଠା ସହ ସେଠାରେ ପର୍ଯ୍ୟାପ୍ତ ପୁଲିସ ଅଧିକାରୀ, କର୍ମଚାରୀ ନିୟୋଜନ ତଥା ଭିତ୍ତିଭୂମି ସୁଦୃଢ଼ିକରଣକୁ ପ୍ରାଥମିକତା ପ୍ରଦାନ କରାଯାଉଛି। ଏହିକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନ୍‌‌ଫରେନ୍‌‌ସିଂ ଜରିଆରେ ଆଜି ରାଜ୍ୟରେ ଆଉ ୨୯ ଥାନା ଉଦଘାଟନ କରିବେ ବୋଲି ସୂଚନା ମିଳିଛି।
୨୯ ଥାନା ମଧ୍ୟରେ ୨୫ଟି (ଆଉଟ ପୋଷ୍ଟ)ଫାଣ୍ଡିରୁ ଥାନାକୁ ରୂପାନ୍ତରିତ ହୋଇଥିବା ବେଳେ ୩ଟି ବିଟ୍‌‌ ହାଉସରୁ ଥାନାକୁ ରୂପାନ୍ତରିତ ହୋଇଛି। ମୟୂରଭଞ୍ଜର ଭଞ୍ଜପୁରଠାରେ ଆଉ ଗୋଟିଏ ନୂଆ ଥାନା ପ୍ରତିଷ୍ଠା କରାଯାଇଛି। ତାଲିକାରେ ଜଗତସିଂହପୁରର କୃଷ୍ଣପ୍ରସାଦ ଥାନା, ରାୟଗଡ଼ାର ରମଣଗୁଡ଼ା ଥାନା, ଯାଜପୁରର ଅଳକୁଣ୍ଡ ଥାନା ଓ ବ୍ରହ୍ମବରଦା ଥାନା, ଖୋର୍ଦ୍ଧାର ନାଚୁଣୀ ଥାନା, ସୁବର୍ଣ୍ଣପୁରର ଲଚ୍ଛିପୁର ଥାନା, ପୁରୀର ଚାରିଛକ ଥାନା, ଅନୁଗୁଳର ଗୋପାଳପ୍ରସାଦ ଥାନା, ଢେଙ୍କାନାଳର ମହାବୀର ରୋଡ ଥାନା, ଝାରସୁଗୁଡ଼ାର ତାଳପଟିଆ ଫାଣ୍ଡିରୁ ଏୟାରପୋର୍ଟ ଥାନା ରହିଛି।
ସେହିପରି କେନ୍ଦ୍ରାପଡ଼ାର ଚଉଦକୁଲାଟ ଓ କୁଦନାଗିରି ଥାନା, ଦେବଗଡ଼ର ଲାଇମୁରା ଥାନା, ନବରଙ୍ଗପୁରର ମଇଦାଲପୁର ଥାନା, କଟକର ମାଣିଆବନ୍ଧ ଥାନା, ଜୁଡୁମ ଥାନା ଓ ଭଦ୍ରେଶ୍ୱର ଥାନା, ବଲାଙ୍ଗୀରର ଅଗଲପୁର ଥାନା, ବାଲେଶ୍ୱରର ଗୋପାଳପୁର ଥାନା, କଳାହାଣ୍ଡିର କଲମପୁର ଥାନା, ଗଞ୍ଜାମର ବେଗୁନିଆପଡ଼ା ଥାନା ଓ କୋଟିନଡ଼ା ଥାନା, ବ୍ରହ୍ମପୁରର ନିମଖଣ୍ଡି ଥାନା. ଭୁବନେଶ୍ୱର ୟୁପିଡିର ସାଲିଆସାହି ଫାଣ୍ଡିରୁ ମୈତ୍ରୀବିହାର ଥାନା ଏବଂ ବୌଦ୍ଧର ଘଣ୍ଟପଡ଼ା ଥାନା ରହିଛି। ଉପରୋକ୍ତ ସମସ୍ତ ଥାନା ଫାଣ୍ଡି(ଆଉଟ ପୋଷ୍ଟ)ରୁ ଥାନାକୁ ପରିବର୍ତ୍ତିତ ହୋଇଛି। ଏହାସହ ଅନୁଗୋଳର ବଗେଡ଼ିଆ ବିଟ ହାଉସ(ବିଏଚ୍‌‌) ଥାନାକୁ ରୂପାନ୍ତରିତ ହୋଇଥିବା ବେଳେ କୋରାପୁଟର ସୁଙ୍କି ବିଟ୍‌‌ ହାଉସ ଏବଂ ସମ୍ବଲପୁରର ବରେଇପାଲି ବିଟ୍‌‌ ହାଉସ ଥାନାକୁ ରୂପାନ୍ତରିତ ହୋଇଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାଜ୍ୟର ସୁଦୃଢ଼ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ଲଗାତାର ଭାବେ ପୁଞ୍ଜିପତି ଓଡ଼ିଶା ପ୍ରତି ଆକର୍ଷିତ ହେଉଥିବା ବେଳେ ଉଭୟ ଦେଶୀ ଏବଂ ବିଦେଶୀ ପର୍ଯ୍ୟଟକଙ୍କ ଓଡ଼ିଶା ଆଗମନ ମଧ୍ୟ ବିଗତ ବର୍ଷ ତୁଳନାରେ ଢେର ଅଧିକ ବୃଦ୍ଧି ପାଇଛି। ସେହିପରି ମାଓ କାର୍ଯ୍ୟକଳାପ ଏବଂ ଗତିବିଧି ପ୍ରାୟତଃ ନିୟନ୍ତ୍ରଣକୁ ଆସିଥିବା ବେଳେ ଉପାନ୍ତ ଅଞ୍ଚଳରେ ଏବେ ବିକାଶମୂଳକ କାର୍ଯ୍ୟକ୍ରମ ଆହୁରି ସହଜ ହୋଇପାରିଛି। ଯାହାଫଳରେ ଓଡ଼ିଶାର ସମୃଦ୍ଧିର ଧାରା ପୂର୍ବାପେକ୍ଷା ଅଧିକ ଗତିଶୀଳ ହୋଇଥିବା ନେଇ ବିଶେଷଜ୍ଞ ମହଲରେ ମତପ୍ରକାଶ ପାଇଆସିଛି।
କାଲି ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ, G-20 ଅଧ୍ୟକ୍ଷତାକୁ ନେଇ ବସୁଥିବା ବୈଠକରେ ହେବେ ସାମିଲ
ଭୁବନେଶ୍ବର : ଆସନ୍ତାକାଲି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । G-20 ଅଧ୍ୟକ୍ଷତାକୁ ନେଇ ଦିଲ୍ଲୀରେ ହେବାକୁ ଥିବା ବୈଠକରେ ହେବେ ସାମିଲ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି ବସିବ ବୈଠକ । ଏ ନେଇ ଆସନ୍ତାକାଲି ସକାଳୁ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯିବା କାର୍ଯ୍ୟକ୍ରମ ରହିଛି । କାଲି ବୈଠକରେ ଯୋଗ ଦେବା ପରେ ତା’ପର ଦିନ ଅର୍ଥାତ ୬ ତାରିଖରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଭୁବନେଶ୍ବର ଫେରିବେ ।
ସୂଚନାଯୋଗ୍ୟ ନଭେମ୍ବର ୨୦୨୩ ଯାଏଁ ଭାରତ G-20 ଅଧ୍ୟକ୍ଷ ରହିବ । ଏହି ଅବଧିରେ ୨୧୫ଟି ବୈଠକ ଭାରତରେ ଆୟୋଜିତ ହେବ । ରାଜସ୍ଥାନ ଉଦୟପୁରରେ ଆଜି ସଂଧ୍ୟାରେ ବସିବ ପ୍ରଥମ ବୈଠକ । ବିଭିନ୍ନ ରାଜ୍ୟର ରାଜଧାନୀ, ମହାନଗର, ବଡ଼ ଓ ଛୋଟ ସହର ଓ ପ୍ରସିଦ୍ଧ ଐତିହାସିକ ସ୍ଥଳ ସହ ମୋଟ ୫୫ଟି ସ୍ଥାନ ଏଥିପାଇଁ ଚିହ୍ନଟ ହୋଇଛି । ଗୁରୁତ୍ବପୂର୍ଣ୍ଣ କଥା ହେଲା, G-20ର ୫ଟି ପ୍ରମୁଖ ବୈଠକ ଭାରତର ସଂସ୍କୃତି ବିଷୟବସ୍ତୁ ଉପରେ ଆଧାରିତ ହେବ ।
ଯାହାଦ୍ବାରା ଭାରତର ଐତିହ୍ୟକୁ ବିଶ୍ବ ସମ୍ମୁଖରେ ଉପସ୍ଥାପନ କରାଯାଇପାରିବ । ୟୁନେସ୍କୋ ବିଶ୍ବ ଐତିହ୍ୟ ତାଲିକାରେ ସ୍ଥାନ ପାଇଥିବା ୪ଟି କୀର୍ତ୍ତିରାଜି ନିକଟରେ ୫ଟି ବୈଠକ ଆୟୋଜିତ ହେବ । ଏହି ସବୁ ଐତିହ୍ୟ ସ୍ଥଳଗୁଡ଼ିକ ହେଲା କୋଣାର୍କ ସୂର୍ଯ୍ୟ ମନ୍ଦିର, କର୍ଣ୍ଣାଟକର ହାମ୍ପି, ଆଗ୍ରାର ତାଜମହଲ ଓ ମଧ୍ୟପ୍ରଦେଶର ଖଜୁରାହୋ । ୫ଟି ବୈଠକ ମଧ୍ୟରୁ ତାଜମହଲ ନିକଟରେ ୨ଟି ଅନ୍ୟ ଐତିହ୍ୟ ସ୍ଥଳଗୁଡ଼ିକରେ ଗୋଟିଏ ଲେଖାଏଁ ବୈଠକ ହେବ ।
ଆରମ୍ଭ ହେଲା ଜାତୀୟ ଭିଜିଲାନ୍ସ ସଚେତନତା ସପ୍ତାହ, ସଚୋଟ୍ଟତା ନେଇ ଶପଥ ପାଠ କରାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଆଜିଠୁ ଆରମ୍ଭ ହୋଇଛି ଜାତୀୟ ଭିଜିଲାନ୍ସ ସଚେତନତା ସପ୍ତାହ। ଏହା ସମଗ୍ର ଦେଶ ସମେତ ରାଜ୍ୟରେ ଆସନ୍ତା ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ଏକ ଉନ୍ନତ ରାଷ୍ଟ୍ର ପାଇଁ ଦୁର୍ନୀତିମୁକ୍ତ ଭାରତ ଗଠନ” ଚଳିତ ବର୍ଷର ବିଷୟବସ୍ତୁ ରହିଛି। ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ବେଳେ ଏହା ରାଜ୍ୟ ବ୍ୟାପୀ ପାଳନ କରାଯିବ। ସୋମବାର ଅନୁଷ୍ଠିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଚୋଟ୍ଟତା ନେଇ ଶପଥ ପାଠ କରାଇଛନ୍ତି ।
ସୋମବାର ଦିନ ୧୧ ଟାରୁ ଏହି କାର୍ଯ୍ୟକ୍ରମ ଲୋକସେବା ଭବନର ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଫିସ୍‌‌ରମାନଙ୍କୁ ଶପଥ ପାଠ କରାଇଛନ୍ତି। ଲାଇଭ ଟେଲିକାଷ୍ଟ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କାର୍ଯ୍ୟକ୍ରମକୁ ପରିଚାଳନ  କରାଯାଇଥିଲା। ଏଥିସହ ଏହି କାର୍ଯ୍ୟକ୍ରମରେ ୭୦ ଲକ୍ଷ ସ୍ୱୟଂ ସ୍ୱହାୟକ ମହିଳା ଗ୍ରୁପର ସଦସ୍ୟ ମଧ୍ୟ ଯୋଡ଼ି ହୋଇଥିଲେ। ସେହିଭଳି ଇଲେକ୍ଟ୍ରୋନିକ୍ସ , ଆଇଟି ବିଭାଗ ଏବଂ ଓଡ଼ିଶାର ସମସ୍ତ ଜିଲାର ଜିଲ୍ଲାପାଳ ଓ ବ୍ଲକ ଅଫିସରମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇ ସଚୋଟ୍ଟତା ନେଇ ଶପଥ ପାଠ କରିଛନ୍ତି।
ତେବେ ଏହି କାର୍ଯ୍ୟକ୍ରମରେ ସର୍ବୋତ୍ତମ ଭିଜିଲାନ୍ସ ଡିଭିଜନ୍‌‌, ଭିଜିଲାନ୍ସ ୟୁନିଟ୍‌‌, ଅନୁସନ୍ଧାନକାରୀ ଅଧିକାରୀ, ମହିଳା ଅନୁସନ୍ଧାନ ଅଧିକାରୀ ଏବଂ ସରକାରୀ ଓକିଲଙ୍କୁ ପୁରସ୍କୃତ କରାଯାଇଛି। ଭିଜିଲାନ୍ସ ସଚେତନତା ସପ୍ତାହ ପାଳନ ଅବସରରେ ଜିଲ୍ଲା ଏବଂ ବ୍ଲକ ସ୍ତରରେ ସାଧାରଣ ସଭାର ଆୟୋଜନ କରାଯିବ। ଏଥିରେ ଛାତ୍ର, ଯୁବକ, ଶିକ୍ଷାବିତ,ସେବା ଏବଂ ଅବସରପ୍ରାପ୍ତ ସରକାରୀ ଅଧିକାରୀ, ସ୍ୱୟଂ ସହାୟକ ଗୋଷ୍ଠୀ, ଏନଜିଓ ଏବଂ ନାଗରିକ ସମାଜର ସଦସ୍ୟମାନଙ୍କୁ ଦୁର୍ନିୀତି ବିରୋଧରେ ସଚେତନା କରାଯିବ। ବିଦ୍ୟାଳୟ ଏବଂ କଲେଜରେ ବିତର୍କ, କୁଇଜ୍‌‌, କାର୍ଟୁନ୍‌‌, ଦୁର୍ନୀତି ନିବାରଣ ପ୍ରସଙ୍ଗ ଉପରେ ସ୍ଲୋଗାନ, ପେଣ୍ଟିଂ, ରଙ୍ଗୋଲି ଏବଂ ପୋଷ୍ଟର ପ୍ରତିଯୋଗିତା କରାଯିବ। ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ସଦସ୍ୟମାନେ ଗ୍ରାମସଭାରେ ଏହି ଅଭିଯାନ ସମ୍ପର୍କରେ ସଚେତନ କରାଇବେ। ଅନ୍ୟପଟେ ଦୁର୍ନୀତି ନିବାରଣ ସଚେତନତା ସୃଷ୍ଟି ପାଇଁ ସୋସିଆଲ୍‌‌ ମିଡିଆ ପ୍ଲାଟଫର୍ମ, ହ୍ୱାଟସ୍‌‌ ଆପ୍‌‌, ଇମେଲ୍‌‌, ଇଲେକ୍ଟ୍ରୋନିକ୍‌‌ ଓ ପ୍ରିଣ୍ଟ ମିଡିଆର ବ୍ୟାପକ ବ୍ୟବହାର କରାଯିବାର ଲକ୍ଷ୍ୟ ରଖାଯାଇଛି। ଜନସାଧାରଣ ଭିଜିଲାନ୍ସ ଟୋଲ୍‌‌ ଫ୍ରି ନମ୍ବର ୧୦୬୪ ବିଶିଷ୍ଟ ନମ୍ବରରେ କଲ କିମ୍ବା ଏସଏମଏସ କରି ଅଭିଯୋଗ ଜଣାଇପାରିବେ।
ଉପାନ୍ତ ଜିଲ୍ଲାମାନଙ୍କ ପାଇଁ ବରଦାନ ସାଜିଛି ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା, ୩,୨୦୦ରୁ ଅଧିକ ରୋଗୀ ପାଇଲେଣି ସୁପର ସ୍ପେସାଲିଷ୍ଟ ଚିକିତ୍ସା
ଭୁବନେଶ୍ବର : ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା ଯୋଜନା ଉପାନ୍ତ ଜିଲ୍ଲାମାନଙ୍କ ପାଇଁ ବରଦାନ ପାଲଟିଛି। ରାଜ୍ୟର ଦୁର୍ଗମ ଅଞ୍ଚଳର ରୋଗୀମାନେ ମଧ୍ୟ ସୁପର ସ୍ପେସାଲିଷ୍ଟ ଚିକିତ୍ସା ପାଇବାରେ ସକ୍ଷମ ହେଉଛନ୍ତି । ପ୍ରଥମ ପର୍ଯ୍ୟାୟରେ ହୃଦରୋଗ, କିଡନୀ ଓ ଗ୍ୟାଷ୍ଟ୍ରୋଲୋଜି ଭଳି ବିଭାଗର ବିଶେଷଜ୍ଞ ଡାକ୍ତରମାନେ ଉପାନ୍ତ ଅଞ୍ଚଳକୁ ଯାଇ ସ୍ବାସ୍ଥ୍ୟସେବା ଯୋଗାଇଦେଉଥିବା ବେଳେ ଏବେ ପ୍ରାୟ ସମସ୍ତ ବିଭାଗ ଡାକ୍ତର ଦୁର୍ଗମ ଜିଲ୍ଲାମାନଙ୍କୁ ଯାଇ ରୋଗୀମାନଙ୍କୁ ସୁପର ସ୍ପେସାଲିଷ୍ଟ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି। ଯାହା ଫଳରେ ସୁପର ସ୍ପେସାଲିଷ୍ଟ ଚିକିତ୍ସା ସେବା ପାଇବା ପାଇଁ ଉପାନ୍ତ ଜିଲ୍ଲାମାନଙ୍କର ରୋଗୀଙ୍କୁ ଆଉ ବଡ଼ ବଡ଼ ସହର ଉପରେ ନିର୍ଭର କରିବାକୁ ପଡୁନି। ନିଜ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରାଜ୍ୟର ବଡ଼ ମେଡିକାଲ କଲେଜର ବିଶେଷଜ୍ଞ ଡାକ୍ତରମାନେ ସେଠାକୁ ଯାଇ ଉତ୍ତମ ଚିକିତ୍ସାସେବା ଯୋଗାଇ ଦେଉଛନ୍ତି।
ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି ସମେତ କୋରାପୁଟ, ନବରଙ୍ଗପୁର, ନୁଆପଡା, କଳାହାଣ୍ଡିରୁ ଏହି ଏୟାର ହେଲଥ ସର୍ଭିସ ମିଳିଥିଲା। ଏହାପରେ  କଳାହାଣ୍ଡି, ମାଲକାନଗିରି, ନୂଆପଡା ଓ ନବରଙ୍ଗପୁର ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ଆରମ୍ଭ ହୋଇଥିଲା। ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଯୋଜନା ମାଧ୍ୟମରେ ଏପର୍ଯ୍ୟନ୍ତ ପ୍ରାୟ ୩ ହଜରେ ୨୦୦ ଶହରୁ ଅଧିକ ରୋଗୀଙ୍କୁ ସେମାନଙ୍କ ନିଜ ଜିଲ୍ଲାରେ ସୁପର ସ୍ପେସାଲିଷ୍ଟ ଚିକିତ୍ସା ମିଳିପାରିଛି।
State Nodal Officer Prof (Dr) Umakant Satapathy is coordinating the scheme. The experts are:Dr Siba Kar- Assoc Prof Surgery, SCB MCH Cuttack, Dr Aruna Acharya, Assoc Prof Nephrology, Dr Debasis Swain, Assoc Prof Anesthesiology, Dr Ranjan Ku Mohanty, Assistant Prof Cardiology.
— H & FW Dept Odisha (@HFWOdisha) October 21, 2022
ପ୍ରଥମ ପର୍ଯ୍ୟାୟରେ ଏହି ସେବା ମିଳିସାରିଥିବା ବେଳେ ଏବେ ନବରଙ୍ଗପୁରରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ଜାରି ରହିଛି। ଅକ୍ଟୋବର ୧୭ରୁ ୨୩ ତାରିଖ ପର୍ଯ୍ୟନ୍ତ ଏହି ସେବା ମିଳୁଛି। ଏହିପାଇଁ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ପଞ୍ଜିକରଣ କରାଯାଉଛି। ଜିଲ୍ଲାର ଗରିବ ରୋଗୀମାନେ ଏଠାକୁ ଆସି ମାଗଣାରେ ରାଜ୍ୟର ବିଶେଷଜ୍ଞ ଡାକ୍ତର ମାନଙ୍କଠାରୁ ଉନ୍ନତ ଚିକିତ୍ସା ପାଇପାରୁଛନ୍ତି। ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା ଯୋଜନାର ନୋଡାଲ ଅଫିସର ଡ.ଉମାକାନ୍ତ ଶତପଥିଙ୍କ ସହଯୋଗରେ ନବରଙ୍ଗପୁରରେ ବିଭିନ୍ନ ବିଭାଗର ବରିଷ୍ଠ ଡାକ୍ତରମାନେ ରୋଗୀମାନଙ୍କୁ ସୁପର ସ୍ପେସାଲିଷ୍ଟ ଚିକିତ୍ସା ଯୋଗାଇ ଦେଉଛନ୍ତି।
Dr Sambit Kumar Behera, Asst Prof Gastroenterology, Dr Ch Satyaranjan Samal, Asst Prof Anesthesiology SCB MCH Cuttack, Dr B Arun Kumar Radiology KIIMS, Dr Harishankar Nayak, Asst Prof Radiology, MKCG MCH, Bramhapur. #OdishaCares @CMO_Odisha
— H & FW Dept Odisha (@HFWOdisha) October 21, 2022
ପ୍ରଥମେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟକାର୍ଡରେ ହିତାଧିକାରୀଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା ମିଳୁଥିବା ବେଳେ ୨୦୨୧ ଡିସେମ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପାନ୍ତ ଜିଲ୍ଲାଗୁଡିକ ପାଇଁ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାପାଇଁ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଥିଲେ। ଏହି ଯୋଜନା ମାଧ୍ୟମରେ ବିଭିନ୍ନ ମେଡିକାଲ କଲେଜ ଏବଂ କର୍ପୋରେଟ୍‌ ହସ୍‌ପିଟାଲର ଦକ୍ଷ ଓ ସ୍ବନାମଧନ୍ଯ ଡାକ୍ତରମାନେ ଉପାନ୍ତ ଜିଲ୍ଲାର ଚିକିତ୍ସାଳୟକୁ ବିମାନ ଯୋଗେ ଯାଇ ସେଠାରେ ହୃଦରୋଗୀ, ସ୍ନାୟୁରୋଗୀ, କିଡନୀ ଓ ମୂତ୍ରାଶୟ ରୋଗୀଙ୍କ ଭଳି ସୁପର ସ୍ପେସାଲିଟି ସେବା ଆବଶ୍ୟକ କରୁଥିବା ରୋଗୀଙ୍କ ପରୀକ୍ଷା ଓ ଚିକିତ୍ସା କରିବେ । ଏଥିପାଇଁ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ । ଏଥି ସହିତ ଗୁରୁତର ରୋଗୀଙ୍କ ପାଖରେ ଯଥାଶିଘ୍ର ସମସ୍ତ ସୁବିଧା ସହ ଉତ୍ତମ ଡାକ୍ତର ପହଞ୍ଚାଇବା ଏବଂ ଆବଶ୍ୟକ ସ୍ଥଳେ ଏୟାରଲିଫ୍ଟ କରି ବଡ ମେଡିକାଲରେ ଭର୍ତ୍ତି କରାଇବା ପାଇଁ ଏହି ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା କାର୍ଯ୍ୟ କରୁଛି।
ଭୁବନେଶ୍ବର : ନିବେଶ ନିମନ୍ତେ ସାରା ଦେଶରେ ଓଡ଼ିଶା ସର୍ବୋତ୍କୃଷ୍ଟ ରାଜ୍ୟ। ଇଜ୍‍ ଅଫ୍‍ ଡ଼ୁଇଙ୍ଗ ବିଜନେସ କ୍ରମାଙ୍କରେ ଓଡ଼ିଶା ଆଚିଭର୍ସ ବର୍ଗରେ ସ୍ଥାନ ପାଇଛି। ଦକ୍ଷ ମାନବସମ୍ବଳ ସୃଷ୍ଟି ଓ ସହଜ ଶିଳ୍ପ ନୀତି ପ୍ରଣୟନ କ୍ଷେତ୍ରରେ ଦେଶରେ ଓଡ଼ିଶାର ପ୍ରଚେଷ୍ଟା ଅଦ୍ୱିତୀୟ। ଏଥିପାଇଁ ଦେଶ ବିଦେଶର ନିବେଶକମାନେ ଓଡ଼ିଶା ମୁହାଁ ହୋଇଛନ୍ତି। ଏହି କ୍ରମରେ ଆସନ୍ତା ନଭେମ୍ବର ଓ ଡିସେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ‘ମେକ୍‍ ଇନ୍‍ ଓଡ଼ିଶା’ କନ୍‍କ୍ଲେଭ୍‍ରେ ଯୋଗ ଦେବା ନିମନ୍ତେ ଦେଶର ବଡ଼ବଡ଼ ନିବେଶକ, ଶିଳ୍ପପତିଙ୍କୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ବଡ଼ ବଡ଼ ଶିଳ୍ପପତି ଓ ନିବେଶକମାନଙ୍କ ସହ ସିଧାସଳଖ ଆଲୋଚନା କରିବା ସହ ସନ୍ଧ୍ୟାରେ ମୁମ୍ବାଇରେ ଅନୁଷ୍ଠିତ ନିବେଶକ ସମ୍ମେଳନରେ ଯୋଗଦେଇଥିଲେ। ଗତକାଲି ମୁଖ୍ୟମନ୍ତ୍ରୀ ଗୋଟିଏ ଦିନରେ ଛୋଟ ବଡକୁ ମିଶାଇ ମୋଟ୍ ୧୮ଟି ବୈଠକ କରିଛନ୍ତି ।ବ୍ୟସ୍ତତା ଭିତରେ ବି ଜନସେବା ମାନସିକତା ତାଙ୍କୁ କ୍ଲାନ୍ତ କରିପାରିନଥିଲା। ବେଶ ଉତ୍ସୁକତାର ସହ ମୁଖ୍ୟମନ୍ତ୍ରୀ ଗତକାଲି ଦେଶର ଶିଳ୍ପପତିମାନଙ୍କ ସହ ଆଲୋଚନା କରି ରାଜ୍ୟରେ ସେମାନଙ୍କ ଶିଳ୍ପ ପ୍ରତିଷ୍ଠା କରିବାକୁ ନିମନ୍ତ୍ରଣ କରିବା ସହ ରାଜ୍ୟରେ ଉପଲବ୍ଧ ଥିବା ସୁବିଧା ସୁଯୋଗ ବିଷୟରେ ଅବଗତ କରାଇଥିଲେ।
ଏସବୁ ଭିତରେ ଏକ ରୋଚକ ଭିଡିଓ ସାମ୍ନାକୁ ଆସିଛି । କ୍ୟାମେରା ଫ୍ରେମରେ ଅଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ । ଏଥିରେ ରହିଛି ପାଣ୍ଡିଆନଙ୍କ ପ୍ରଶ୍ନ ଓ ନବୀନଙ୍କ ଉତର । ପାଣ୍ଡିଆନ ପଚାରିଛନ୍ତି ଗୋଟିଏ ଦିନରେ ଆପଣ ୧୮ଟି ବୈଠକ କରୁଛନ୍ତି, ଆପଣ କ୍ଲାନ୍ତ ଅନୁଭବ କରୁ ନାହାନ୍ତି କି । ଏହାର ଉତ୍ତରରେ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଲୋକଙ୍କ ପାଇଁ କାମ କରିବା ସମୟରେ କଷ୍ଟ ଅନୁଭବ ହୋଇନଥାଏ । ଆଉ ଏହି ୨୫ ସେକେଣ୍ଡରେ ଭିଡିଓ ଏବେ ବେଶ ଚର୍ଚ୍ଚା ସୃଷ୍ଟି କରିଛି ।
ସାଧାରଣ ଲୋକଙ୍କ ପାଇଁ ଦିନ ରାତି କାର୍ଯ୍ୟ କରୁଥିବା ମୁଖ୍ୟମନ୍ତ୍ରୀଙ୍କ ଏପରି ପ୍ରତିକ୍ରିୟା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଉଛି । ଯିଏ ଦେଖୁଛନ୍ତି ପ୍ରଶଂସା କରୁଛନ୍ତି । ରାଜ୍ୟର ଜଣେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ପାଇଁ ଏପରି ମଧ୍ୟ ପରିଶ୍ରମ କରିପାରନ୍ତି ଏବଂ ଏତେ ବୟସରେ ମଧ୍ୟ କ୍ଲାନ୍ତ ଅନୁଭବ କରନ୍ତି ନାହିଁ, ତାହା ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଶା ପ୍ରତି ଥିବା ଭଲପାଇବା ଏବଂ ଲୋକସେବାର ମାନସିକତାକୁ ଦର୍ଶାଇଛି।
୩୧ରେ ନୂଆଦିଲ୍ଲୀ ନିବେଶକ ସମ୍ମେଳନ : ୧୬ଟି ରାଷ୍ଟ୍ରର ଶିଳ୍ପପତି, କମ୍ପାନୀ ମୁଖିଆଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଚଳିତ ବର୍ଷ ନଭେମ୍ବର ମାସ ୩୦ ତାରିଖରୁ ଡିସେମ୍ବର ମାସ ୪ ତାରିଖ ଯାଏଁ ରାଜ୍ୟ ସରକାରଙ୍କ ପକ୍ଷରୁ ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ ଅନୁଷ୍ଠିତ ହେବାକୁ ଯାଉଛି। ଏହି କନକ୍ଲେଭକୁ ସଫଳ କରିବା ପାଇଁ ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚଳାଇଛନ୍ତି। ଏହି କ୍ରମରେ ଆସନ୍ତା ୩୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ ଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ପ୍ରଥମ ଦିନରେ ସେଠାରେ ଆୟୋଜିତ ହେବାକୁ ଥିବା ଇନଭେଷ୍ଟର୍ସ ଏଣ୍ଡ ଆମ୍ବାସଡ଼ର ମିଟ୍‍ରେ ଯୋଗଦେବେ ବୋଲି ସୂଚନା ମିଳିଛି।
ଆମେରିକା, ୟୁଏଇ, କାତାର, ଓମାନ, ବାହାରିନ୍‍,ସାଉଦି ଆରବ, ୟୁକେ, ଜର୍ମାନୀ, ଫ୍ରାନ୍ସ, ଇଟାଲୀ, ଲକ୍ସେମବର୍ଗ, ବେଲଜିୟମ, ସିଙ୍ଗାପୁର, ଜାପାନ, ଦକ୍ଷିଣ କୋରିଆ ଏବଂ ଅଷ୍ଟ୍ରେଲିଆ ଭଳି ଦେଶର ପ୍ରତିନିଧିମାନଙ୍କ ସହ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ପ୍ରତିନିଧିଗଣ ସିଧାସଳଖ ଆଲୋଚନା କରିବେ ବୋଲି ଜଣାପଡିଛି। ଏହି କାର୍ଯ୍ୟକ୍ରମରେ ଉପରୋକ୍ତ ଦେଶଗୁଡ଼ିକର ଶିଳ୍ପପତିଙ୍କୁ ଆଗାମୀ ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭରେ ଅଂଶଗ୍ରହଣ କରିବାକୁ ଆମନ୍ତ୍ରଣ କରାଯିବ। କରୋନା କାରଣରୁ ୨ ବର୍ଷ ପରେ ଏହି କନକ୍ଲେଭ ଅନୁଷ୍ଠିତ ହେବାକୁ ଯାଉଛି।
ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦୁବାଇରେ ମଧ୍ୟ ଇନଭେଷ୍ଟର୍ସ ମିଟ୍‍ରେ ଯୋଗ ଦେଇଥିଲେ। ସେହି କାର୍ଯ୍ୟକ୍ରମରେ ରାଜ୍ୟରେ ୨୧,୦୦୦ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ ନେଇ ବାଟ ଫିଟିଥିଲା। ମଧ୍ୟ ପ୍ରାଚ୍ୟଏବଂ ଅନ୍ତର୍ଜାତୀୟ ଶିଳ୍ପ ସଂସ୍ଥା ମେକ ଇନ୍‍ କନକ୍ଲେଭରେ ଅଂଶଗ୍ରହଣ କରିବା ନେଇ ସେ ସମୟରେ ସମ୍ମତି ପ୍ରଦାନ କରିଥିଲେ। ଆଗାମୀ ଦଶନ୍ଧିରେ ରାଜ୍ୟରେ ମେଟାଲ ଏବଂ ମେଟାଲ ଡାଉନଷ୍ଟ୍ରିମ୍‍, କେମିକାଲ ଏବଂ ପେଟ୍ରୋକେମିକାଲ୍ସ, ଟେକ୍ସଟାଇଲ୍ସ, ଖାଦ୍ୟ ପ୍ରକ୍ରିୟାକରଣ, ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ, ଇଲେକଟ୍ରୋନିକ୍ସ ସିଷ୍ଟମ ଡିଜାଇନ୍‍ ଓ ବିପଣନ ଏବଂ ଲଜିଷ୍ଟିକ୍‍ ଓ କ୍ଲିନ ଏନର୍ଜି ଆଦି କ୍ଷେତ୍ରରେ ରାଜ୍ୟରେ ନିବେଶ ସୁଯୋଗ ସୃଷ୍ଟି କରାଯିବ। ଏଫଆଇସିସିଆଇ(ଫିକି) ଡିଜି ଅରୁଣ ଚାୱଲା, ଇନଭେଷ୍ଟ ଇଣ୍ଡିଆର ସିଇଓ ଏବଂ ଏମଡି ଦୀପକ ବଗଲା ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ଜଣାପଡିଛି।
ଏହି କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ କୁମାର ଶର୍ମା, ଇଡକୋ ଏମ୍‍ଡି ଭୂପେନ୍ଦ୍ର ସିଂ ପୁନିଆ ଏବଂ ଶିଳ୍ପ ନିର୍ଦ୍ଦେଶକ ମହମ୍ମଦ ସଦ୍ଦିକ ଆଲାମ ପ୍ରମୁଖ ଉପସ୍ଥିତ ରହିବେ। ମୁଖ୍ୟମନ୍ତ୍ରୀ ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ ତୃତୀୟ ସଂସ୍କରଣ ସମ୍ପର୍କିତ ଏକ ପ୍ରେଜେଣ୍ଟେସନ୍‍ କାର୍ଯ୍ୟକ୍ରମରେ ଉପସ୍ଥାପନ କରିବେ। ମନ୍ତ୍ରୀ ପ୍ରତାପ ଦେବ ନିର୍ଦ୍ଦିଷ୍ଟ ଭାବେ ନିବେଶକଙ୍କୁ ଓଡ଼ିଶା ଆମନ୍ତ୍ରଣ କରିବେ। ସେହିପରି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଶିଳ୍ପସଂସ୍ଥା ଏବଂ କମ୍ପାନୀ ପ୍ରତିନିଧିମାନଙ୍କ ସହ ସିଧାସଳଖ ଆଲୋଚନା କରିବେ ବୋଲି ଜଣାପଡିଛି। ଏହି କାର୍ଯ୍ୟକ୍ରମ ପରେ ରାଜ୍ୟ ସ୍ୱାର୍ଥ ସମ୍ବଳିତ କେନ୍ଦ୍ର ସରକାରଙ୍କ ନିକଟରେ ପଡି ରହିଥିବା କେତେକ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କେନ୍ଦ୍ର ମନ୍ତ୍ରୀ ଏବଂ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡିଛି। ସେପ୍ଟେମ୍ବର ୫ ତାରିଖରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଫେରିବାର କାର୍ଯ୍ୟକ୍ରମ ରହିଛି।
ରାଜ୍ୟକୁ ଧାର୍ଯ୍ୟ ସମୟରେ ମିଳୁନି ସାର, କେନ୍ଦ୍ର ସାରମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ଓଡିଶାକୁ ସାର ଯୋଗାଣ ବାବଦରେ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟକୁ ଆବଶ୍ୟକ ପରିମାଣର ସାର ମିଳୁନଥିବାରୁ ଉଦବୋଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ କେନ୍ଦ୍ର ସାର ମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି ନବୀନ । ଚାଷୀମାନେ ସାର ନପାଇ ହନ୍ତସନ୍ତ ହେଉଛନ୍ତି । ଖରିଫ ଋତୁରେ ଡିଏପି ସାର ୩୧ ପ୍ରତିଶତ କମ ମିଳିଛି । ଚାଷୀଙ୍କ ହିତ ପାଇଁ କେନ୍ଦ୍ର ସରକାର ଓଡ଼ିଶାର ମାସିକିଆ କୋଟା ସାର ଯୋଗାଇ ଦେଉ ବୋଲି ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି।
କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କୁ ଲେଖିଥିବା ଚିଠିରେ ନବୀନ ଲେଖିଛନ୍ତି ଯେ ଓଡ଼ିଶାକୁ ଚାହିଦା ଅନୁସାରେ ଏମଓପି ଏବଂ ଡିଏପି ସାର ମିଳିନି । ଜୁଲାଇ ଶେଷ ସୁଦ୍ଧା ରାଜ୍ୟକୁ ୪୭ ହଜାର ମେଟ୍ରିକ ଟନ ଡିଏପି ଏବଂ ୧ ହଜାର ମେଟ୍ରିକ ଟନ ଏମଓପି ସାର କମ୍ ମିଳିଛି । ରାଜ୍ୟରେ ଏବେ ଖରିଫ ଚାଲିଥିଲା ବେଳେ ଏ ସାରର ଚାହିଦା ଆକାଶଛୁଆଁ ରହିଛି । ଗତବର୍ଷ ରାଜ୍ୟ ୟାସ୍, ଜଓ୍ବାଦ ଓ ଗୁଲାବ ବାତ୍ୟା ପାଇଁ ଚାଷୀକୁଳ ବହୁ କ୍ଷତି ସହିଛି । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଏଥର ଭଲ ଫସଲ ପାଇଁ ପାଣିପାଗ ଅନୁକୂଳ ଅଛି । ତେଣୁ ଅଗଷ୍ଟ ଓ ସେପଟେମ୍ବରରେ ଏମଓପି ଏବଂ ଡିଏପି ସାର ଅଧିକ ଦରକାର ହେବ । ଏଣୁ ଯଥାଶିଘ୍ର ରାଜ୍ୟକୁ ସାର ଯୋଗାଣ କରାଯାଉ ବୋଲି ନବୀନ ଦାବି କରିଛନ୍ତି ।
୩୦ଟି ଜିଲ୍ଲା ପାଇଁ ବରିଷ୍ଠ ପର୍ଯ୍ୟବେକ୍ଷକଙ୍କ ନାମ ଘୋଷଣା କଲା ବିଜେଡି, ୬ ନେତାଙ୍କୁ ମିଳିଲା ୩୦ ଜିଲ୍ଲା ଦାୟିତ୍ୱ
ଭୁବନେଶ୍ବର : ରାଜ୍ୟର ୩୦ଟି ଜିଲ୍ଲା ପାଇଁ ବିଜୁ ଜନତା ଦଳ ପକ୍ଷରୁ ବରିଷ୍ଠ ପର୍ଯ୍ୟବେକ୍ଷକଙ୍କ ନାମ ଘୋଷଣା କରିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୬ ଜଣ ବରିଷ୍ଠ ନେତାଙ୍କୁ ୩୦ଟି ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି । ଏନେଇ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପ୍ରେସ ବିଜ୍ଞପ୍ତିରେ ଘୋଷଣା କରିଛନ୍ତି ।
ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର ଓ ବରଗଡ଼ ଦାୟିତ୍ୱ । ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର ଦାୟିତ୍ବ ଦିଆଯାଇଛି। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଦାୟିତ୍ବରେ ରହିବେ ପ୍ରମିଳା ମଲ୍ଲିକ।
-ନିରଞ୍ଜନ ପୂଜାରୀଙ୍କୁ ୪ ଜିଲ୍ଲାର ଦାୟିତ୍ବ
-ପ୍ରମିଳା ମଲ୍ଲିକଙ୍କୁ ୫ ଜିଲ୍ଲାର ଦାୟିତ୍ବ
-ପ୍ରସନ୍ନ ଆଚାର୍ଯ୍ୟଙ୍କୁ ୬ ଜିଲ୍ଲାର ଦାୟିତ୍ବ
-ଦେବୀ ମିଶ୍ରଙ୍କୁ ୬ ଜିଲ୍ଲାର ଦାୟିତ୍ବ
-ମହେଶ୍ୱର ମହାନ୍ତିଙ୍କୁ ୨ ଜିଲ୍ଲାର ଦାୟିତ୍ବ
-ପ୍ରତାପ ଜେନାଙ୍କୁ ୭ ଜିଲ୍ଲାର ଦାୟିତ୍ୱ#bjd #Odisha
— Sakala (ସକାଳ) (@TheSakala) August 18, 2022
ସେହିପରି ଦେବୀପ୍ରସାଦ ମିଶ୍ରଙ୍କୁ ମିଳିଛି ଗଞ୍ଜାମ, ନୟାଗଡ଼, କନ୍ଧମାଳ, ଖୋର୍ଦ୍ଧା, ପୁରୀ ଓ ବୌଦ୍ଧ ଦାୟିତ୍ୱ । ମୟୂରଭଞ୍ଜ, କେନ୍ଦୁଝର ସମ୍ଭାଳିବେ ମହେଶ୍ୱର ମହାନ୍ତି । ସେହିପରି ପ୍ରତାପ ଜେନାଙ୍କୁ ମିଳିଛି ସର୍ବାଧିକ ୭ଟି ଜିଲ୍ଲାର ଦାୟିତ୍ୱ। ସେଗୁଡ଼ିକ ହେଲା, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ଦେବଗଡ଼, ଅନୁଗୁଳ ଓ ଢେଙ୍କାନାଳ।
ବନ୍ୟାଞ୍ଚଳ ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା : କ୍ଷତିଗ୍ରସ୍ତ ଅଞ୍ଚଳରେ ୧୫ ଦିନ ପାଇଁ ରିଲିଫ ସହାୟତା ଘୋଷଣା
ଭୁବନେଶ୍ୱର :  ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର ଅବସ୍ଥାରେ ରହିଛି। ଲଘୁଚାପ ବର୍ଷା ପରେ ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଫଳରେ ରାଜ୍ୟରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିଲା। ଏବେ ରାଜ୍ୟର ୫ ଜିଲ୍ଲା ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଆଦିରେ ବହୁ ଲୋକ ଜଳବନ୍ଦୀ ଜୀବନ କାଟୁଛନ୍ତି। ଆଉ ରାଜ୍ୟର ଏଭଳି ସମୟରେ ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀ ଆଜି ୫ଟି ଜିଲ୍ଲାର ବନ୍ୟାସ୍ଥିତି ସମୀକ୍ଷା କରିଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆଜି ଆକାଶ ମାର୍ଗରୁ କେନ୍ଦ୍ରାପଡା ଜିଲ୍ଲାର ଲୁଣା, ଚିତ୍ରୋତ୍ପଳା ନଦୀର ଦ୍ୱୀପାଞ୍ଚଳ, ମହାନଦୀର ଶାଖା ପାଇକା ନଦୀର ଦ୍ୱୀପାଞ୍ଚଳ, ଜଗତସିଂହପୁର ଜିଲ୍ଲାର କୁଜଙ୍ଗ, ନାଉଗାଁ ଓ ପୁରୀ ଜିଲ୍ଲାର ଗୋପ, ନିମାପଡା, ଅସ୍ତରଙ୍ଗ, ଡେଲାଙ୍ଗ, ପିପିଲି, କଣାସର ତଳିଆ ଅଞ୍ଚଳ ପରିଦର୍ଶନ କରି ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଥିଲେ । ବନ୍ୟାରେ ବ୍ୟାପକ ଅଞ୍ଚଳ, ଜଳମଗ୍ନ ହେଵା ସହିତ ଅନେକ ଚାଷ ଜମି ଓ ବାସଗୃହ କ୍ଷତିଗ୍ରସ୍ତ ହୋଇଥିବା ଘଟଣାରେରେ ମୁଖ୍ୟମନ୍ତ୍ରୀ ଚିନ୍ତାପ୍ରକଟ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ଙ୍କ ସଚିବ 5T  ଭି କେ ପାଣ୍ଡିଆନ ମଧ୍ୟ୍ୟ ବନ୍ୟାଞ୍ଚଳ ପରିଦର୍ଶନରେ ଯାଇଥିଲେ।
ପ୍ରଭାବିତ ଅଞ୍ଚଳରେ ଚାଲିଥିବା ସମସ୍ତ ପ୍ରକାର ସହାୟତା ଯଥା; ରିଲିଫ୍ ଓ ରନ୍ଧା ଖାଦ୍ୟ ଯୋଗାଣ, ସ୍ୱାସ୍ଥ୍ୟସେବା, ପାନୀୟଜଳ ଯୋଗାଣକୁ ତ୍ୱରାନ୍ୱିତ କରିବା ସହିତ ପ୍ରଭାବିତ ଗୋରୁଗାଈମାନଙ୍କୁ ଆବଶ୍ୟକୀୟ ଗୋଖାଦ୍ୟ ଓ ପଶୁଚିକିତ୍ସା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବନ୍ୟାଂଚଳରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ କ୍ଷତିଗ୍ରସ୍ତ ଅଞ୍ଚଳ ପାଇଁ ରିଲିଫ ସହାୟତା ଘୋଷଣା କରିଛନ୍ତି।
ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜ଼ିଲ୍ଲା ଯେଉଁ ଗାଁ ମାନଙ୍କରେ ପାଣି ପଶିଛି ସେଠାରେ ବିପନ୍ନ ଲୋକ ମାନଙ୍କୁ ୧୫ ଦିନ ରିଲିଫ ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସେହିପରି ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ ଓ ଅନୁଗୁଳ ଜ଼ିଲ୍ଲା ର ପାଣି ପଶିଥିବା ଗାଁ ର ଲୋକମାନଙ୍କୁ ସାତ ଦିନ ପାଇଁ ରିଲିଫ ଦିଆଯିବ। ପାଣି ଛାଡିବାର ସାତ ଦିନ ମଧ୍ୟ୍ୟ ରେ କ୍ଷୟକ୍ଷତି ଆକଳନ କରିବା ଏବଂ ତାର 15ଦିନ ଭିତରେ ଘରଭଙ୍ଗା ଓ ଫସଲ କ୍ଷତି ସହାୟତା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ, ପ୍ରଶାସନ କୁ ନିର୍ଦେଶ ଦେଇଛନ୍ତି।
ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବରେ ଜାତୀୟ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ, ରଖିଲେ ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ବିକାଶ ରିପୋର୍ଟ
ଭୁବନେଶ୍ବର : ଆଜି ଦେଶ ପାଳୁଛି ୭୬ତମ ସ୍ୱାଧୀନତା ଦିବସ । ଏହି ଅବସରରେ ଭୁବନେଶ୍ବର ୟୁନିଟ୍-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ୭୬ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି।ଏଥିସହ ସେ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି। ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉତ୍ସବରେ ମନ୍ତ୍ରିମଣ୍ଡଳର ସଦସ୍ୟ ଓ ରାଜ୍ୟର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫-ଟି ସଚିବ ଭି କେ ପାଣ୍ଡିଆନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
ପତାକା ଉତ୍ତୋଳନ ପରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ ଦେଶର ଏହି ଅବସରରେ ଦେଶ ଓ ରାଜ୍ୟର ମହାପୁରୁଷଙ୍କର ସ୍ମୃତିଚାରଣ କରିଛନ୍ତି। ଦେଶ ପାଇଁ ବଳିଦାନ ଦେଇଥିବା ଶହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଜାତିର ପିତା ମହାତ୍ମା ଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ପଟେଲ, ମୌଲାନା ଆଜାଦ, ଡଃ ବି.ଆର. ଆମ୍ବେଦକର, ଡଃ ରାଜେନ୍ଦ୍ର ପ୍ରସାଦ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ନବକୃଷ୍ଣ ଚୌଧୁରୀ, ଗୋପବନ୍ଧୁ ଚୌଧୁରୀ, ସହିଦ୍ ଲକ୍ଷ୍ଣଣ ନାଏକ, ବୀର ସୁରେନ୍ଦ୍ର ସାଏ, ମା ରମାଦେବୀ, ମାଳତୀ ଚୌଧୁରୀ, ଡଃ ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ ଓ ପାର୍ବତୀ ଗିରିଙ୍କ ପରି ମହାନ୍ ସଂଗ୍ରାମୀ ମାନଙ୍କ ନେତୃତ୍ୱରେ ଆମେ ସ୍ୱାଧୀନତା ହାସଲ କରିଛୁ । ଏହି ଅବସରରେ ସେମାନଙ୍କ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ।
ଦେଶର ଶାନ୍ତି ଓ ସୁରକ୍ଷା ପାଇଁ ଶହୀଦ ହୋଇଥିବା ଅମର ଯବାନ ମାନଙ୍କ ପ୍ରତି ମଧ୍ୟ ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । କୋରୋନା ମହାମାରୀ ସମୟରେ ମାନବ ଜାତିର ସେବାରେ ସହୀଦ ହୋଇ ଥିବା କୋଭିଡ ଯୋଦ୍ଧା ମାନଙ୍କୁ ମଧ୍ୟ  ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଦେଶ ଆଜାଦିକା ଅମୃତ ମହୋତ୍ସବ ପାଳନ କରୁଛି। ଏହା ଭାରତୀୟ ଭାବେ ଆମମାନଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ଅନେକ କ୍ଷେତ୍ରରେ ରାଜ୍ୟ ଦେଶ ପାଇଁ ମାର୍ଗଦର୍ଶକ ହୋଇଛି। କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ହବ୍ ପାଲଟିଛି। ଜନଜାତି ବର୍ଗର ବିକାଶ ପାଇଁ ଓଡ଼ିଶା ବହୁତ ଭଲ କାମ କରିଛି। ବିଗତ ୭୫ ବର୍ଷରେ ଓଡ଼ିଶା ଦେଶକୁ ଅନେକ କ୍ଷେତ୍ରରେ ରାସ୍ତା ଦେଖାଇଛି। ଖାଦ୍ୟ ବଳକା ଭାବେ ଦେଶରେ ଉଭା ହୋଇଛି ଓଡ଼ିଶା। ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ସରା ବିଶ୍ବପାଇଁ ଆଦର୍ଶ ସୃଷ୍ଟି କରିଛି।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି  ଆମ ସ୍ୱାଧୀନତା କୋଟି ଭାରତୀୟଙ୍କ ବିଜୟ । ସତ୍ୟ ଓ ଅହିଂସାର ବିଜୟ । ଏହି ବିଜୟ ସାରା ବିଶ୍ୱକୁ ରାସ୍ତା ଦେଖାଇଛି । ଗତ ୭୫ ବର୍ଷରେ ଦେଶ ଅନେକ ମାଇଲଷ୍ଟୋନ ହାସଲ କରିଛି। କୃଷି, ଶିକ୍ଷା, ସ୍ବାସ୍ଥ୍ୟ, , ଶିଳ୍ପ, ଗବେଷଣା ଆଦି ବିଭିନ୍ନ କ୍ଷେତ୍ରରେ ଭାରତ ଆଜି ଆଗୁଆ ଦେଶ ସହ ପ୍ରତିଯୋଗିତା କରୁଛି । ଆଉ ଓଡ଼ିଶା ମଧ୍ୟ ଦେଶର ବିକାଶ ସହ ତାଳ ଦେଇ ଆଗେଇ ଚାଲିଛି । ୭୫ ବର୍ଷରେ ଓଡ଼ିଶା ଅନେକ କ୍ଷେତ୍ରରେ ପାରଦର୍ଶିତା ହାସଲ କରିବା ସହ ଦେଶକୁ ରାସ୍ତା ଦେଖାଇଛି । ଓଡିଶାରେ ଆଜି ଟ୍ରାନ୍ସଫରମେସନର ନୂଆ ଯୁଗ ଆରମ୍ଭ ହୋଇଛି । ଓଡିଶାର ସଫଳତା ଅନ୍ୟ ମାନଙ୍କ ପାଇଁ ମାର୍ଗ ଦର୍ଶନ କରୁଛି । ଖାଦ୍ୟ ଅଭାବୀ ରାଜ୍ୟରୁ ଖାଦ୍ୟ ବଳକା ରାଜ୍ୟ, ବିପର୍ଯ୍ୟୟ ପରିଚାଳନାରେ ବିଶ୍ୱ ପାଇଁ ଉଦାହରଣ, ସ୍ପୋର୍ଟ୍ସ ହବ୍ ଭାବେ ପରିଚୟ, ୭୦ ଲକ୍ଷ ମହିଳାଙ୍କୁ ସଶକ୍ତ କରିବା ବିକଶିତ ଓଡ଼ିଶାର ପ୍ରତୀକ ।
ଶିକ୍ଷା ଆମର ଫୋକସରେ ରହିଛି । ସ୍କୁଲ ରୂପାନ୍ତରଣ ପିଲାଙ୍କ ଭିତରେ ନୂଆ ଆଶା ସୃଷ୍ଟି କରିଛି । ଓଡିଶା ଆଦର୍ଶ ବିଦ୍ୟାଳୟ ଆଜି ବେଶ୍‌ ଲୋକପ୍ରିୟ ହୋଇଛି । କୋଟିଆରୁ ଆରମ୍ଭ କରି ଭୁବନେଶ୍ବରର ପର୍ୟ୍ୟନ୍ତ ୩୧୫ଟି ଆଦର୍ଶ ବିଦ୍ୟାଳୟରେ ଆଜି ଏକ ଲକ୍ଷ ପିଲା ପାଠ ପଢୁଛନ୍ତି। ୫ ହଜାର ଝିଅ ପିଲାଙ୍କ ପାଇଁ ଆଦର୍ଶ ବିଦ୍ୟାଳୟରେ ୫୦ଟି ହଷ୍ଟେଲର କରାଯାଇଛି। ସ୍ବାଧୀନତାର ୭୫ ବର୍ଷ ଅବସରରେ ରାଜ୍ୟର ୩୦ଟି ଜିଲ୍ଲାର ଗ୍ରାମାଞ୍ଚଳରେ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ୩୦୦୦ ସ୍ମାରକୀ ସ୍ଥାପନ କରୁଛୁ।
ଆମର ଯୁବ ବର୍ଗଙ୍କ ପାଇଁ କର୍ମ ନିଯୁକ୍ତି ଉପରେ ଆମେ ବିଶେଷ ଗୁରୁତ୍ବ ଦେଇଛୁ । ସରକାରୀ କ୍ଷେତ୍ରରେ ଖାଲି ଥିବା ବିଭିନ୍ନ ପଦବୀ ଗୁଡିକ ପୂରଣ ପାଇଁ ନିୟମିତ ଭାବେ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି । ଜନଜାତି ଭାଇଭଉଣୀ ମାନଙ୍କ ବିକାଶ ଓ ସେମାନଙ୍କୁ ସଶକ୍ତ କରିବା କ୍ଷେତ୍ରରେ ଓଡିଶା ବହୁତ ଭଲ କାମ କରିଛି। ଓଡ଼ିଶାର ଜନଜାତି ପିଲାମାନେ ଆଜି ବିଭିନ୍ନ କ୍ଷେତ୍ରରେ, ଦେଶ ବିଦେଶରେ ସୁନାମ ଅର୍ଜନ କରୁଛନ୍ତି।
ଓଡ଼ିଶା ହେଉଛି ଜଗନ୍ନାଥଙ୍କ ପବିତ୍ର ଭୂମି । ଓଡ଼ିଆ ମାନେ ସବୁବେଳେ ଆଞ୍ଚଳିକବାଦ ଅପେକ୍ଷା ଜାତୀୟତାବାଦକୁ ନେଇ କାମ କରନ୍ତି । ଉଭୟ ପୁରୁଷ ଓ ମହିଳା ହକି ଦଳର ସ୍ପନସର ଓଡ଼ିଶା ପାଲଟିବା ଏହାର ସବୁଠୁ ବଡ ଉଦାହରଣ । ଆଉ ୨୫ ବର୍ଷ ପରେ ସ୍ୱାଧୀନତାର ଶତବାର୍ଷିକୀ ପାଳନ ହେବ । ସେଥିପାଇଁ ଆମକୁ ଏବେଠୁ ପ୍ରସ୍ତୁତ ହେବାକୁ ପଡିବ । ଆଉ ଏହି ସମୟରେ ଦେଶର ବିକାଶରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିବ । ଯଦି ଆମେ ମିଳିତ ଭାବେ କିଛି କିଛି ସମୟ ଦେଶ ପାଇଁ ଦେଇପାରିବା ତେବେ ବହୁତ ବଡ ପରିବର୍ତ୍ତନ ଆଣିପାରିବା ବୋଲି ନବୀନ କହିଛନ୍ତି ।
ଜଳସମ୍ପଦ ବିଭାଗରେ ଯୋଗଦେଲେ ୧୦୬ ମେକାନିକାଲ୍ ଜୁନିୟର ଇଞ୍ଜିନିୟର, ନିଯୁକ୍ତି ପତ୍ର ସହିତ ସମସ୍ତଙ୍କୁ ଦିଗ୍‌ଦର୍ଶନ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ୧୦୬ ଜଣ ଜୁନିଅର ଇଞ୍ଜିନିୟର୍ (ମେକାନିକାଲ୍) ଆଜି ଜଳ ସମ୍ପଦ ବିଭାଗରେ ଯୋଗ ଦେଇଛନ୍ତି । ସମସ୍ତଙ୍କୁ ରାଜ୍ୟ କର୍ମଚାରୀ ଚୟନ ଆୟୋଗ ମାଧ୍ୟମରେ ନିଯୁକ୍ତି ଦିଆଯାଇଛି । ଏନେଇ ଆୟୋଜିତ ଏକ ଭର୍ଚୁଆଲ ପ୍ଲାଟଫର୍ମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତିପତ୍ର ଦେବା ସହ ନବ ନିଯୁକ୍ତ କର୍ମଚାରୀମାନଙ୍କୁ ସ୍ୱାଗତ କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ କି ଆପଣମାନେ ଟେକ୍ନୋକ୍ରେଟ ହୋଇଥିବାରୁ ମୁଁ ଆପଣମାନେ ସମସ୍ତେ ପରିବର୍ତ୍ତନଶୀଳ ଏବଂ ନୂତନ ପ୍ରଯୁକ୍ତି ବିଦ୍ୟାସହ ସମନ୍ୱୟ ରଖି ଆପଣଙ୍କ କାର୍ଯ୍ୟଦକ୍ଷତାର ସ୍ୱଚ୍ଛତା ଆଣିପାରିବେ ।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ନୂଆ ଟେକ୍ନୋଲୋଜି ମାଧ୍ୟମରେ ସମସ୍ତେ କାମ କରିବା ଆବଶ୍ୟକ । କଠିନ ପରିଶ୍ରମ ସହ ଫାଇବ-ଟି ଆଧାରରେ ସ୍ବଚ୍ଛତା ଆଣିବାକୁ ପରାମର୍ଶ ଦେଇଛନ୍ତି ନବୀନ । ରାଜ୍ୟର ବିଭିନ୍ନ ନଦୀରେ ଚାଲିଥିବା ଜଳ ପ୍ରକଳ୍ପ ଉପରେ ବୁଝାଇବା ସହ ଜଳ ସଂରକ୍ଷଣ ଉପରେ ଗୁରୁତ୍ବ ଦେବାକୁ ସେ ଆହ୍ବାନ ଦେଇଛନ୍ତି । ଜଳ ସଂରକ୍ଷଣ ଦ୍ବାରା ବନ୍ୟା, ବାତ୍ୟା ସମୟରେ ଜନସାଧାରଣ ଉପକୃତ ହେବେ । ଚାଷୀ ମାନେ କିପରି ସହାୟତା ପାଇବେ ସେନେଇ ଗୁରୁତ୍ବ ଦେବାକୁ ସେ ପରାମର୍ଶ ଦେଇଛନ୍ତି ।ଭୂତଳ ଜଳସ୍ତରରକୁ ବଢାଇବା ଦିଗରେ କାମ କରିବାକୁ ଗୁରୁତ୍ବ ଦେଇଛନ୍ତି ନବୀନ ।
ମୁଖ୍ୟମନ୍ତ୍ରୀ କହିଛନ୍ତି  ଯେ ଜଳ ସମ୍ପଦ ବିଭାଗ ୩୦ ଟି ଇନ୍-ଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକଚର ନିର୍ମାଣ କାର୍ଯ୍ୟ ଗ୍ରହଣ କରିଛି ଏବଂ ୧୬ ଟି ବିଭିନ୍ନ ନଦୀ ପାର୍ଶ୍ୱରେ ଅବସ୍ଥିତ ପାଇପଲାଇନରେ ଅଛି। ଏହି ସଂରଚନା କେବଳ ଗ୍ରାମାଞ୍ଚଳର ଜଳ ଯୋଗାଣ ସମେତ ବିଭିନ୍ନ ଉଦ୍ଦେଶ୍ୟରେ ଭୂପୃଷ୍ଠ ଜଳ ସଂରକ୍ଷଣ କରିବାରେ ସହାୟକ ହେବ ନାହିଁ ବରଂ ଭୂତଳ ଜଳ ସ୍ତରକୁ ମଧ୍ୟ ବଢାଇବ ବୋଲି ସେ କହିଛନ୍ତି। ଓଡିଶା ମୁଖ୍ୟତଃ ଏକ କୃଷି ରାଜ୍ୟ ବୋଲି କହି ସେ କହିଛନ୍ତି ଯେ ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇବା ଏହି ବିଭାଗର ପ୍ରମୁଖ ଦାୟିତ୍ୱ ଅଟେ। ଏହା ବ୍ୟତୀତ ସେ ଆହୁରି ମଧ୍ୟ କହିଛନ୍ତି ଯେ ଜଳଭଣ୍ଡାରର ବୈଜ୍ଞାନିକ ପରିଚାଳନା ସହିତ ବନ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟରୁ ଲୋକଙ୍କ ଜୀବନ ଏବଂ ସମ୍ପତ୍ତି ରକ୍ଷା କରିବା ମଧ୍ୟ ଦାୟୀ। ଆମର ଦୁଇ ହଜାର ପାଞ୍ଚଶହରୁ ଅଧିକ ଡ୍ୟାମ୍ ଅଛି ଏବଂ ଲୋୟର ସୁକେଲ୍, ଦେଓ, କାନପୁର ଏବଂ ଘାଟକେଶ୍ୱର ଭଳି ଆଉ କିଛି ଡ୍ୟାମ୍ ନିର୍ମାଣ କାର୍ଯ୍ୟ ଚାଲିଛି ବୋଲି ସେ କହିଛନ୍ତି।
ଜଳ ସମ୍ପଦର ମୂଲ୍ୟ ଉପରେ ଧ୍ୟାନ ଦେଇ ସେ କହିଛନ୍ତି ଯେ ଦିନକୁ ଦିନ ବଢୁଥିବା ଜନସଂଖ୍ୟା ସହିତ ଜଳ ଏକ ଅଭାବୀ ଉତ୍ସରେ ପରିଣତ ହେଉଛି। ଏହି ପରିପ୍ରେକ୍ଷୀରେ ପାନୀୟ ଜଳ, ଜଳସେଚନ, ଜଳ ବିଦ୍ୟୁତ୍ ଶକ୍ତି, ଶିଳ୍ପ, ପିସି-ସଂସ୍କୃତି ଏବଂ ପରିବେଶ ସନ୍ତୁଳନ ଭଳି ବିଭିନ୍ନ ଉଦ୍ଦେଶ୍ୟରେ ଜଳ ସଂରକ୍ଷଣରେ ଇଞ୍ଜିନିୟରମାନଙ୍କୁ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ପଡିବ ବୋଲି ସେ ଇଞ୍ଜିନିୟରମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରିଛନ୍ତି। ରାଜ୍ୟର ବିକାଶ ମେକାନିକାଲ୍ ଇଞ୍ଜିନିୟରମାନଙ୍କର ଭୂମିକାକୁ ଦର୍ଶାଇ ସେ କହିଛନ୍ତି ଯେ ଯଦିଓ ସିଭିଲ୍ ନିର୍ମାଣ କାର୍ଯ୍ୟ ସିଭିଲ୍ ଇଞ୍ଜିନିୟରମାନଙ୍କ ଦ୍ୱାରା କରାଯାଇଥାଏ । ତଥାପି ହାଇଡ୍ରୋଲିକ୍ ଷ୍ଟ୍ରକଚରର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ସ୍ଥାପନ ପାଇଁ ମେକାନିକାଲ୍ ଇଞ୍ଜିନିୟରମାନଙ୍କର ଅଧିକ ଭୂମିକା ରହିଛି ଯେପରିକି ସେମାନଙ୍କ କାର୍ଯ୍ୟ ଏବଂ ରକ୍ଷଣାବେକ୍ଷଣ ସହିତ ଗେଟ୍ କାର୍ଯ୍ୟ। ତାଙ୍କ ବିଭାଗର ଜଳ ସମ୍ପଦ ମନ୍ତ୍ରୀ ସ୍ମୃତି ଟୁକୁନି ସାହୁଙ୍କ ସଫଳତାକୁ ଆଲୋକିତ କରି କହିଛନ୍ତି ଯେ ମହିଳା ସଶକ୍ତିକରଣକୁ ମୁଖ୍ୟମନ୍ତ୍ରୀ ସର୍ବଦା ଗୁରୁତ୍ୱ ଦେଇଆସୁଛନ୍ତି। ନୂତନ ଭାବେ ନିଯୁକ୍ତ ଇଞ୍ଜିନିୟରମାନେ ରାଜ୍ୟର ପଦକ୍ଷେପଗୁଡିକର ଲାଭ ଲୋକଙ୍କ ଦ୍ୱାରରେ ପହଞ୍ଚାଇବାକୁ ଯଥାସମ୍ଭବ ଚେଷ୍ଟା କରିବେ ବୋଲି ସେ ପରାମର୍ଶ ଦେଇଛନ୍ତି।
ମୁଖ୍ୟ ସଚିବ ଶ୍ରୀ ସୁରେଶ ମହାପାତ୍ର ଇଞ୍ଜିନିୟରମାନଙ୍କୁ ପ୍ରତିବଦ୍ଧତା ଏବଂ ସ୍ୱଚ୍ଛତା ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି। ସେମାନଙ୍କ ଅଭିଜ୍ଞତା ବାଣ୍ଟି ନୂତନ ଭାବରେ ନିଯୁକ୍ତ ଇଞ୍ଜିନିୟର କୃଷ୍ଣ ପ୍ରିୟଦର୍ଶିନୀ, ଅଞ୍ଜଲି ପାରିଡା ଏବଂ ଅର୍ଜୁନ ଦାସ ନିଯୁକ୍ତି ବ୍ୟବସ୍ଥାରେ ସ୍ୱଚ୍ଛତା ଏବଂ ପୋଷ୍ଟିଂ ପାଇଁ କମ୍ପ୍ୟୁଟର ଆଧାରିତ ପସନ୍ଦ ଲକିଂ ସିଷ୍ଟମରେ ପ୍ରଶଂସା କରିଥିଲେ। ନୂତନ ନିଯୁକ୍ତି ପାଇଥିବା ବ୍ୟକ୍ତିଙ୍କ ସହ କଥାବାର୍ତ୍ତା କରି ୫ ଟି ସଚିବ ଶ୍ରୀ ଭି.କେ ପାଣ୍ଡିଆନ୍ ଇଞ୍ଜିନିୟରମାନଙ୍କୁ ନିଜ ଯୋଗ୍ୟତା ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରଖିବାକୁ ପରାମର୍ଶ ଦେଇଛନ୍ତି। ଯେହେତୁ ସେମାନେ କେବଳ ଏକ ଯୋଗ୍ୟତା ଭିତ୍ତିକ ନିଯୁକ୍ତି ପ୍ରକ୍ରିୟା ଦେଇ ଆସିଛନ୍ତି, ସେମାନେ କୈାଣସି ଭୟ କିମ୍ବା ଅନୁଗ୍ରହ ବିନା କାର୍ଯ୍ୟ କରିବା ଉଚିତ୍ ।