Monkey Pox - The Sakala
ପୁଣି କେରଳରୁ ଚିହ୍ନଟ ହେଲେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ
କେରଳ: କେରଳରୁ ଆଉ ଏକ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୩୦ବର୍ଷିୟ ସଂକ୍ରମିତଙ୍କୁ ମାଲାପୁରମରେ ଚିକିତ୍ସା କରାଯାଉଛି। ଆକ୍ରାନ୍ତ ଯୁବକ ଜଣକ କେରଳର ମଲ୍ଲପୁରମ୍‌ ଅଞ୍ଚଳର। ସେ ଜୁଲାଇ ୨୭ ତାରିଖରେ ସଂକ୍ରମିତ ଜଣକ ୟୁଏଇରୁ ଆସି କୋଝିକୋଡ ବିମାନ ବନ୍ଦରରରେ ପହଞ୍ଚିଥିଲେ ବୋଲି କେରଳ ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଏହା କେରଳରେ ପଞ୍ଚମ ମଙ୍କିପକ୍ସ ସଂକ୍ରମିତ ମାମଲା। ପ୍ରଥମ ସଂକ୍ରମିତ ଜଣକ ସୁସ୍ଥ ହୋଇଥିବା ବେଳେ ଅନ୍ୟ ଜଣେ ସଂକ୍ରମିତଙ୍କର ମଙ୍କିପକ୍ସରେ ମୃତ୍ୟୁ ଘଟିଛି। ଦେଶରେ ଏଯାଏ ମଙ୍କିପକ୍ସର ୮ଟି ମାମଲା ଚିହ୍ନଟ ହୋଇଛି।
ମଙ୍କିପକ୍ସ ଲକ୍ଷଣ ଦେଖାଗଲେ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ଯାଆନ୍ତୁ, ନଚେତ୍ ଜଟିଳ ହେଲେ ନିମୋନିଆ ଏବଂ ବ୍ରେନ୍ ଉପରେ ପଡ଼ିବ ପ୍ରଭାବ
ଭୁବନେଶ୍ବର: ମଙ୍କିପକ୍ସ ଲକ୍ଷଣ ଦେଖାଗଲେ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ଯାଆନ୍ତୁ। ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଆଶା କର୍ମୀ ଏବଂ ଏଏନଏମ କର୍ମୀ ମଧ୍ୟ ରହିଛନ୍ତି। ଲକ୍ଷଣ ଆସିଲେ ସେମାନଙ୍କୁ ଖବର ଦେଇପାରିବେ। ଯଦି କୌଣସି ଲକ୍ଷଣ ଦେଖାଯାଉଛି ତେବେ ତୁରନ୍ତ ଟେଷ୍ଟ କରି ଆଇସୋଲେସନରେ ରୁହନ୍ତୁ। ଯଦି ଜ୍ଵର ହେଇ ଗଳାରେ ଗୁଳା ହୁଏ, ହାତ ଓ ଗୋଡ ଆଗ ଜାଗାରେ ଘା ହୋଇ ଫୋଟକା ହୁଏ । ତେବେ ସ୍ୱାସ୍ଥ୍ୟ ବିଭାଗକୁ ଜାଣନ୍ତୁ, ଏବଂ ନିଜକୁ ଆଇସୋଲେଟରେ ରୁହନ୍ତୁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
ରାଜ୍ୟରେ ମୁଖ୍ୟ ହସ୍ପିଟାଲ ମାନଙ୍କରେ ଆଇସୋଲେଟ୍ ବେଡ଼ ରଖାଯାଇଛି। ଯଦି କୌଣସି କାରଣରୁ ଗୁରୁତର ରୋଗୀ ଆସନ୍ତି ତେବେ ସେମାନଙ୍କ ପାଇଁ ଆଇସିୟୁ ବେଡ଼ ରଖାଯାଇଛି। ମଙ୍କିପକ୍ସ ଜଟିଳ ହେଲେ ନିମୋନିଆ ଏବଂ ବ୍ରେନ୍ ଉପରେ ପ୍ରଭାବ ପକାଏ । ଏହାକୁ ଦୃଷ୍ଟିରେ ରଖି ପ୍ରାଥମିକ ଚିକିତ୍ସା ସହ ଆଇସିୟୁର ମ୍ୟାନେଜମେଣ୍ଟ ଆବଶ୍ୟକ ପଡ଼ିଲେ ଅଲଗା ବ୍ୟବସ୍ଥା କରାଯାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କୌଣସି ରୋଗୀ ଚିହ୍ନଟ ହୋଇନାହାନ୍ତି।
ସୂଚନା ଅନୁଯାଯୀ,  ମଙ୍କିପକ୍ସର ମୁକାବିଲା ପାଇଁ କଟକ ଏସସିବି ମେଡିକାଲରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ସଂକ୍ରମଣ ରୋଗ ବିଭାଗରେ ଦୁଇଟି ବେଡ଼ ସହ ୨ଟି ଆଇସୋଲେସନ କ୍ୟାବିନ ପ୍ରସୁତ ରହିଛି। ମେଡିସିନ ବିଭାଗ ଆଇସିୟୁରେ ୪ଟି ବେଡ୍ ବ୍ୟବସ୍ଥା କରାଯାଇଛି।ଏହାଛଡ଼ା କଟକ ଏସସିବି ମେଡିକାଲରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି। ୫ଟି ବିଭାଗର ଡାକ୍ତରଙ୍କୁ ନେଇ ଗଠନ କରାଯାଇଛି ସ୍ବତନ୍ତ୍ର ଟିମ୍। ଯେଉଁଥିରେ ମେଡିସନ, ଚର୍ମରୋଗ, ମାଇକ୍ରୋ ବାୟୋଲୋଜି ,ଶିଶୁ ରୋଗ, ଏସପିଏମ ବିଶେଷଜ୍ଞ ରହିଛନ୍ତି । ଆହାଛଡ଼ା ସମସ୍ତ ଦିଗ ଉପରେ ନଜର ରଖିବାକୁ ଜଣେ ନୋଡାଲ ଅଫିସରଙ୍କୁ ନିଯୁକ୍ତ କରାଯାଇଛି।
ଦିଲ୍ଲୀରୁ ଚିହ୍ନଟ ହେଲା ମଙ୍କିପକ୍ସର ଆଉ ଏକ ସନ୍ଦିଗ୍ଧ ମାମଲା
ଦିଲ୍ଲୀ: ଦିଲ୍ଲୀରେ ଆଉ ଜଣେ ବ୍ୟକ୍ତିଙ୍କ ଠାରେ ଦେଖାଯାଇଛି ମଙ୍କିପକ୍ସର ଲକ୍ଷଣ। ତାଙ୍କୁ ଦିଲ୍ଲୀ ଏଲଏନଜେପି ହସ୍ପିଟାଲରେ ଚିକିତ୍ସା କରାଯାଉଛି। ବ୍ୟକ୍ତିଙ୍କର ରକ୍ତ ନମୂନା ଟେଷ୍ଟ ପାଇଁ ପୁଣେର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ବାୟରୋଲୋଜିକୁ ପଠାଯାଇଛି। ତେବେ ଏହାକୁ ମିଶାଇ ଦେଶରେ ଏଯାଏଁ ୪ଜଣଙ୍କ ଠାରେ ମଙ୍କିପକ୍ସର ଲକ୍ଷଣ ସାମ୍ନାକୁ ଆସିଛି । ଏହି ଘଟଣା ପରେ ଅନ୍ୟ ସବୁ ରାଜ୍ୟକୁ ଆଲର୍ଟ ରହିବାକୁ କୁହାଯାଇଛି ।
ସୂଚନା ଅନୁଯାୟୀ, ସନ୍ଦିଗ୍ଧ ରୋଗୀ ବିଦେଶ ଯାତ୍ରା କରି ଦେଶକୁ ଫେରିଛନ୍ତି ।  ତେବେ ବର୍ତ୍ତମାନ ତାଙ୍କୁ ହସ୍ପିଟାଲରେ ଅବଜରଭେସନରେ ରଖାଯାଇଛି ।
ଦ୍ୱିତୀୟ ମାମଲା ଚିହ୍ନଟ ପରେ ଚିନ୍ତା ବଢାଇଲା ‘ମଙ୍କିପକ୍ସ’ ଭାଇରସ: ବିଦେଶ ଫେରନ୍ତାଙ୍କ ସ୍କ୍ରିନିଂ ପାଇଁ ବିମାନବନ୍ଦରଗୁଡ଼ିକୁ ପରାମର୍ଶ
ନୂଆଦିଲ୍ଲୀ: ଚିନ୍ତା ବଢ଼ାଇଲା ‘ମଙ୍କିପକ୍ସ’ ଭାଇରସ । ଦ୍ୱିତୀୟ ମାମଲା ଚିହ୍ନଟ ପରେ ସତର୍କତା ଅବଲମ୍ବନ କରିଛନ୍ତି କେନ୍ଦ୍ର ସରକାର । ସଂକ୍ରମଣ ବଢ଼ିବା ପୂର୍ବରୁ ଏହାକୁ ଚିହ୍ନଟ କରି ସଂକ୍ରମଣ ରୋକିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଦେଶରେ ଥିବା ସମସ୍ତ ଅନ୍ତର୍ଜାତୀୟ ବିମାନବନ୍ଦରଗୁଡିକୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଅନ୍ତର୍ଜାତୀୟ ଯାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବା ଲାଗି ସମସ୍ତ ବନ୍ଦର ଓ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଣଳୟ, ବିମାନବନ୍ଦର ଓ ବନ୍ଦର କର୍ତ୍ତୃପକ୍ଷଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ସୂଚନା ଅନୁଯାୟୀ, କେରଳରେ ଦ୍ବିତୀୟ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କୁନ୍ନୁର ଏହି ବ୍ୟକ୍ତିଙ୍କର ପରିୟାରାମ ମେଡିକାଲ କଲେଜରେ ଚିକିତ୍ସା ଜାରି ରହିଛି । ତାଙ୍କ ଅବସ୍ଥା ସ୍ଥିର ରହିଛି । ଯେଉଁମାନେ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କ ଉପରେ କଡା ନଜର ରଖାଯାଇଛି । ସଂକ୍ରମିତ ବ୍ୟକ୍ତି ଜଣକ ଜୁଲାଇ ୧୩ରେ କେରଳରେ ପହଞ୍ଚିଥିଲେ । ଏନେଇ କେରଳର ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ସୋମବାର ସୂଚନା ଦେଇଛନ୍ତି ।
ଗୁରୁବାର ଦେଶରେ ମଙ୍କିପକ୍ସର ପ୍ରଥମ ମାମଲା ସାମ୍ନାକୁ ଆସିଥିଲା । ଗତ ସପ୍ତାହରେ ଦୁବାଇରୁ ଫେରିଥିବା ୩୫ ବର୍ଷୀୟ ଜଣେ ବ୍ୟକ୍ତିଙ୍କ ଠାରେ ଲକ୍ଷଣ ଦେଖାଦେବା ପରେ ତାଙ୍କ ପରୀକ୍ଷା କରାଯାଇଥିଲା। ଏହାପରେ ସେ ମଙ୍କିପକ୍ସ ସଂକ୍ରମିତ ଥିବା ଜଣାପଡିଥିଲା । ପ୍ରଥମ ସଂକ୍ରମିତ ଜୁଲାଇ ୧୨ରେ ଦୁବାଇରୁ ଫେରିବା ପରେ ସଂକ୍ରମିତ ହୋଇଥିଲେ । କେରଳରୁ ମଙ୍କିପକ୍ସର ଦୁଇଟି ମାମଲା ସାମ୍ନାକୁ ଆସିବା ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ବିମାନ ବନ୍ଦରରେ ସୁରକ୍ଷା କଡାକଡି କରିବାକୁ ନିର୍ଦ୍ଦେଶ ଦେଇଛି। ବିଦେଶରୁ ଫେରୁଥିବା ଲୋକଙ୍କ ଯାଞ୍ଚ ଚାଲିଛି। କୁନ୍ନୁର ଏୟାରପୋର୍ଟରେ ସ୍ୱତନ୍ତ୍ର ସୁବିଧା ମଧ୍ୟ ଉପଲବ୍ଧ କରାଯାଇଛି।
ଚିନ୍ତା ବଢ଼ାଉଛି ମଙ୍କିପକ୍ସ, ସ୍କ୍ରବ୍‌ ଥାଇପସ୍‌ ଓ ଟମାଟୋ ଫ୍ଲୁ
ନୂଆଦିଲ୍ଲୀ: ପ୍ରାୟ ଦୁଇ ବର୍ଷରୁ ଅଧିକ ସମୟ ଧରି କରୋନା ମହାମାରୀ ସାରା ବିଶ୍ବରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଆସିଥିଲା ବେଳେ ଏବେ ମଧ୍ୟ ଏହାର ପ୍ରାଦୁର୍ଭାବ ଅନେକ ରାଷ୍ଟ୍ରରେ ଜାରି ରହିଛି। ଚୀନ୍‌, ଦକ୍ଷିଣ କୋରିଆ ଭଳି ରାଷ୍ଟ୍ରମାନଙ୍କରେ ଏବେ ମଧ୍ୟ ସ୍ଥିତି ଗମ୍ଭୀର ରହିଛି। କିନ୍ତୁ ଏହା ମଧ୍ୟରେ ଆଉ କିଛି ଭୂତାଣୁକୁ ନେଇ ବିଶ୍ବର ବିଭିନ୍ନ ଭାଗରେ ଚିନ୍ତା ଦ୍ବିଗୁଣିତ ହୋଇଛି।
ମଙ୍କିପକ୍ସ, ସ୍କ୍ରବ୍‌ ଥାଇପସ୍‌ ଏବଂ ଟୋମାଟୋ ଫିଭର ଭଳି ଜ୍ବର ଭାରତ ସମେତ ଅନେକ ରାଷ୍ଟ୍ରରେ ସମସ୍ୟା ବଢାଇବାରେ ଲାଗିଛି। ମଙ୍କିପକ୍ସ ବର୍ତ୍ତମାନ ୧୧ ଟି ରାଷ୍ଟ୍ରରେ ସଂକ୍ରମଣ ବଢାଇଥିବା ବେଳେ ଟୋମାଟୋ ଫିଭର ଏବଂ ସ୍କ୍ରବ ଥାଇପସ୍‌ ଏବେ ଭାରତରେ ଚିନ୍ତାର କାରଣ ହୋଇଛି। କେରଳରେ ଏବେ ଛୋଟ ପିଲାଙ୍କ ନିକଟରେ ଟୋମାଟୋ ଫିଭର ଦେଖାଯାଇଛି। ଏହି ଭୂତାଣୁ ଦ୍ବାରା ବର୍ତ୍ତମାନ ସୁଦ୍ଧା ୮୦ ରୁ ଅଧିକ ୫ ବର୍ଷରୁ କମ୍‌ ବୟସ୍କ ଶିଶୁ ଆକ୍ରାନ୍ତ ହୋଇଛନ୍ତି। ଏହି ଭୂତାଣୁ ଦ୍ବାରା ଆକ୍ରାନ୍ତ ହେବା ଦ୍ବାରା ଜ୍ବର ଏବଂ ପ୍ରବଳ ମୁଣ୍ଡ ବିନ୍ଧା ହୋଇଥାଏ। ବେଳେ ବେଳେ ଜ୍ବର ମଧ୍ୟ ଜଣାପଡ଼ି ନଥାଏ। ତେବେ ଶିଶଙ୍କୁ ଏହି ଭୂତାଣୁ ସର୍ବାଧିକ ଆକ୍ରନ୍ତ କରୁଥିବାରୁ ଏହା ଚିନ୍ତାଜନକ ହୋଇପଡ଼ିଛି। ସେହିପରି ପଶ୍ଚିମବଙ୍ଗରେ ସ୍କ୍ରବ ଥାଇପସ୍‌ ରୋଗ କେତେକ ଜିଲ୍ଲାରେ ଚିନ୍ତା ବଢାଇଛି। ଭାରତରେ ଏବେ ମଙ୍କିପକ୍ସରେ କେହି ଆକ୍ରାନ୍ତ ହେବା ଜଣାପଡ଼ି ନଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ୨୦ ଟି ରାଷ୍ଟ୍ରରେ ୨୦୦ଟି ମାମଲା ଚିହ୍ନଟ ହୋଇଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି।
ଇରାକରେ ବଢୁଛି ସିସିଏଚଏଫ ଜ୍ବର, ୧୯ ଜଣଙ୍କ ମୃତ୍ୟୁ
ପଶୁଙ୍କ ଠାରୁ ମଣିଷକୁ ସଂକ୍ରମିତ ହେଉଥିବା ‘ କ୍ରମିଆନ-କଙ୍ଗୋ ହାମୋରେଜିକ୍‌ ଫିଭର’(ସିସିଏଚଏଫ) ଏବେ ଇରାକରେ ବ୍ୟାପିବାରେ ଲାଗିଛି। ଏହି ଜ୍ବର ହେବାରେ କିଛି ଦିନ ପରେ ନାକରୁ ଭୀଷଣ ରକ୍ତ ବାହାରି ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଚଳିତ ବର୍ଷ ପ୍ରାରମ୍ଭରୁ ଇରାକରେ ଏଭଳି ଜ୍ବର ଦେଖାଯାଇଥିଲା ବେଳେ ଏବେ ଏହା ଇରାକରେ ବିଭିନ୍ନ ସହରରେ ଦେଖାଯାଇଛି।
ବର୍ତ୍ତମାନ ସୁଦ୍ଧା ଏହି ଜ୍ବରରେ ୧୯ ଜଣଙ୍କ ମୃତ୍ୟୁ ହୋଇସାରିଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। ‘ହୁ’ ସୂଚନା ଅନୁସାରେ ଏହା ଏକ ଭୂତାଣୁଜନିତ ରୋଗ ଏବଂ ଏପର୍ଯ୍ୟନ୍ତ ଏହି ଭୂତାଣୁ ପାଇଁ ଟିକା ପ୍ରସ୍ତୁତ ହୋଇପାରି ନାହିଁ। ଇରାକ୍‌ରେ ପ୍ରଥମେ ଗାଇକୁ କୀଟନାଶକ ସିଞ୍ଚନ କରିବା ପରେ ଜଣେ ସ୍ୱାସ୍ଥ୍ୟକର୍ମୀ ଏହି ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିଲେ। ଏହି ଘଟଣା ପରେ ଇରାକର ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ କର୍ମୀମାନେ ସୁରକ୍ଷା ପୋଷାକ ପିନ୍ଧି କାମ କରିବାକୁ ବାଧ୍ୟ ହୋଇଛନ୍ତି। ଏହି ଭୂତାଣୁ ପଶୁମାନଙ୍କଠାରୁ ମଣିଷକୁ ଶୀଘ୍ର ବ୍ୟାପୁଥିବା ସେଠାକାର ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି।
ଦ୍ରୁତ ଗତିରେ ମାଡ଼ି ଚାଲିଛି ମଙ୍କିପକ୍ସ: ୨୦ରୁ ଅଧିକ ଦେଶରୁ ୨୦୦ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ମଙ୍କିପକ୍ସ ଦ୍ରୁତ ଗତିରେ ମାଡ଼ି ଚାଲିଛି । ଏହି ରୋଗ ୧୧ଟି ଦେଶରେ ସୀମିତ ଥିବାବେଳେ ଏବେ ଏହା ୨୦ଟି ଦେଶକୁ ବ୍ୟାପିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଶୁକ୍ରବାର କହିଛି ଯେ ବିଶ୍ୱର ୨୦ରୁ ଅଧିକ ଦେଶରୁ ପ୍ରାୟ ୨୦୦ ଜଣ ମଙ୍କି ପକ୍ସ ରୋଗର ଶିକାର ହୋଇଥିବା ରିପୋର୍ଟ ଆସିଛି।
ତେବେ ହୁ’ ଏହା ମଧ୍ୟ କହିଛି ଯେ ଏହି ମହାମାରୀକୁ ନିୟନ୍ତ୍ରଣ କରାଯାଇପାରିବ ଏବଂ ସମଗ୍ର ବିଶ୍ୱରେ ଏହି ରୋଗ ପାଇଁ ଔଷଧ ଏବଂ ଟିକା ପାଇଁ ପ୍ରସ୍ତାବ ଦିଆଯାଇଛି। ମିଳିତ ଜାତିସଂଘର ଏହି ସ୍ୱାସ୍ଥ୍ୟ ସଂଗଠନ ଶୁକ୍ରବାର କହିଛି ଯେ, ଏହି ମହାମାରୀ କିପରି ଆରମ୍ଭ ହୋଇଛି ତାର ଉତ୍ତର ଏଯାବତ ମିଳିପାରି ନାହିଁ । କିନ୍ତୁ ଜେନେଟିକ ପରିବର୍ତ୍ତନ ପାଇଁ ଏପରି ଜୀବାଣୁ ସୃଷ୍ଟି ହୋଇଛି ବୋଲି ମଧ୍ୟ ପ୍ରମାଣ ନଥିବା କୁହାଯାଇଛି।
ତେବେ ସପ୍ତାହକ ପୂର୍ବରୁ ହୁ’ର ଉପଦେଷ୍ଟା କହିଛନ୍ତି ଯେ ୟୁରୋପ, ଆମେରିକା, ଇସ୍ରାଏଲ, ଅଷ୍ଟ୍ରେଲିଆ ଏବଂ ଅନ୍ୟ ଦେଶ ମାନଙ୍କରେ ମହାମାରୀର ପ୍ରସାର ସମ୍ଭବତଃ ସ୍ପେନ୍ ଏବଂ ବେଲଜିୟମରେ ହୋଇଥାଇପାରେ । ସ୍ପେନର କର୍ତ୍ତୃପକ୍ଷ ଶୁକ୍ରବାର କହିଛନ୍ତି ଯେ ସେମାନଙ୍କ ଦେଶରେ ମଙ୍କି ପକ୍ସରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୯୮ କୁ ବୃଦ୍ଧି ପାଇଛି।
ଚିନ୍ତା ବଢାଇଲାଣି ମଙ୍କିପକ୍ସ: ପ୍ରଥମ ଦେଶ ଭାବେ ବେଲଜିୟମ ଲାଗୁ କଲା କ୍ୱାରେଣ୍ଟାଇନ ବ୍ଯବସ୍ଥା
ନୂଆଦିଲ୍ଲୀ: ମଙ୍କିପକ୍ସକୁ ନେଇ ଆତଙ୍କ ବଢୁଥିବା ବେଳେ ପ୍ରଥମ ଦେଶ ଭାବେ ବେଲଜିୟମ ଲାଗୁ କରିଛି ବାଧ୍ୟତାମୂଳକ କ୍ୱାରେଣ୍ଟାଇନ ବ୍ଯବସ୍ଥା। ମଙ୍କିପକ୍ସ ପଜିଟିଭ ଚିହ୍ନଟ ହେଲେ ୨୧ ଦିନ କ୍ୱାରେଣ୍ଟାଇନ ରହିବାକୁ ନିୟମ ଲାଗୁ କରିଛି ବେଲଜିୟମ। ଏବେ ସୁଦ୍ଧା ୧୪ ଦେଶରେ ମଙ୍କିପକ୍ସ କେସ ଚିହ୍ନଟ ହୋଇଛି।
ବ୍ରିଟେନରେ ଏହା ଦିନକୁ ଦିନକୁ ବଢିବାରେ ଲାଗିଛି। ପଶ୍ଚିମ ଓ ମଧ୍ୟ ଆଫ୍ରିକାରୁ ଆରମ୍ଭ ହୋଇଥିବା ମଙ୍କିପକ୍ସ ୧୪ଟି ଦେଶକୁ ବ୍ୟାପିଲାଣି। ବ୍ରିଟେନ୍‌, ସ୍ପେନ୍‌, ପର୍ତ୍ତୁଗାଲ୍‌, ଜର୍ମାନୀ, ବେଲଜିୟମ୍‌, ଫ୍ରାନ୍ସ, ନେଦରଲାଣ୍ଡ, ଇଟାଲୀ, ସ୍ୱିଡେନ୍‌କୁ ଏହି ଭୂତାଣୁ ବ୍ୟାପିବାରେ ଲାଗିଲାଣି। ସେହିପରି ଆମେରିକା, କାନାଡ଼ା ଓ ଅଷ୍ଟ୍ରେଲିଆ ସମେତ ୯ଟି ୟୁରୋପୀୟ ରାଷ୍ଟ୍ରରେ ମଙ୍କିପକ୍ସ ମାଡିଚାଲିଛି । ତେବେ ଏ ପର୍ଯ୍ଯନ୍ତ ଏଥିରେ କେହି ମୃତାହତ ହୋଇନାହାଁନ୍ତି । ବ୍ରଟେନ, ପର୍ତ୍ତୁଗାଲ୍‌ ଓ ସ୍ପେନରେ ପରିସ୍ଥିତି ଉଦବେଗଜନକ ରହିଛି ।
ଭୁବନେଶ୍ବର: ମଙ୍କିପକ୍ସ ନେଇ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, କେନ୍ଦ୍ର ସରକାର ସବୁ ରାଜ୍ୟକୁ ଆଡଭାଇଜାରି ଜାରି କରିଛନ୍ତି। ଏଥିରେ ସତର୍କ ରହିବାକୁ କହିଛନ୍ତି। ଭାରତରେ ମଙ୍କିପକ୍ସ ଏଯାଏଁ ଚିହ୍ନଟ ହୋଇନାହିଁ । ଏହା ଏବେ ଆମେରିକାରେ ଦେଖିବାକୁ ମିଳିଛି । ବର୍ତ୍ତମାନ ସୁଦ୍ଧା ଏନସିପିସି ତରଫରୁ ରାଜ୍ୟକୁ କୌଣସି ଚିଠି ଆସିନାହିଁ ବୋଲି କହିଛନ୍ତି ସ୍ୱାାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ମଙ୍କିପକ୍ସ ଭଳି କିଛି ଲକ୍ଷଣ ଥିଲେ ଅର୍ଥାତ ଜ୍ୱର ହେବା, ଦେହ ମୁଣ୍ଡ ବଥା ହେବା ଓ ଦେହସାରା ଫଳି ଯିବା, ଘା’ ହେବା ତାହା ହେଲେ ପୁନେକୁ ପରୀକ୍ଷା ଲାଗି ନମୂନା ପଠାଯିବ। ତାପରେ ତାହା ଜଣାପଡ଼ିବ ମଙ୍କିପକ୍ସ ହୋଇଛି ନା ନାହିଁ। କିନ୍ତୁ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।
ଯେଉଁ ଜାଗାରେ ଏହା ଅଧିକ ପରିମାଣରେ ଦେଖା ଦେଇଛି ସେଠାରେ ଏହାର ଭାଇରଲ କଲଚର ପାଇଁ ପଠାଯାଇଛି। କଲଚରର ତଥ୍ୟ ଆସିବା ପରେ ନିଶ୍ଚିନ୍ତ ଭାବରେ ସ୍ୱାସ୍ଥ୍ୟ ପରାମର୍ଶଦାତାଙ୍କ ଠାରୁ ପରାମର୍ଶ ଗ୍ରହଣ କରାଯିବ ବୋଲି କହିଛନ୍ତି ସ୍ୱାାସ୍ଥ୍ୟ ନିର୍ଦ୍ଦେଶକ ବିିଜୟ ମହାପାତ୍ର । ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସେପରି ରୋଗୀ ଚିିହ୍ନଟ ହୋଇନାହାଁନ୍ତି । କେବଳ ଆମେରିକା ବା ଅନ୍ୟ ଦେଶ ଗୁଡ଼ିକରେ ଏହି ରୋଗୀଙ୍କୁ ଚିହ୍ନଟ କରାଯାଇଥିବା କହିଛନ୍ତି ।
ସୂଚନାଯୋଗ୍ୟ, ପ୍ରାୟ ଦୁଇ ଦଶନ୍ଧି ପରେ ପ୍ରଥମ ଥର ପାଇଁ ଆମେରିକାର ଟେକ୍ସାସରେ ଜଣେ ବ୍ୟକ୍ତି ‘ମଙ୍କିପକ୍ସ’ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ଏହି ଭୂତାଣୁ ଏତେ ପ୍ରଭାବୀ ହୋଇନଥିଲେ ମଧ୍ୟ ଏହା ଜଣଙ୍କଠାରୁ ଆଉ ଜଣଙ୍କୁ ବ୍ୟାପିବାର ଆଶଙ୍କା ରହିଛି। ସାରା ବିଶ୍ୱ ଏବେ କରୋନା ଭଳି ଭୂତାଣୁ ସହ ଲଢ଼ୁଥିବା ବେଳେ ‘ମଙ୍କିପକ୍ସ’କୁ ନେଇ ଏବେ ଲୋକଙ୍କ ଚିନ୍ତା ବଢିଛି। ‘ମଙ୍କିପକ୍ସ’ ଦ୍ୱାରା ଆକ୍ରାନ୍ତ ହୋଇଥିବା ରୋଗୀ ଜଣେ ଆମେରିକୀୟ ବାସିନ୍ଦା, ଯିଏ କିଛି ଦିନ ପୂର୍ବରୁ ନାଇଜେରିଆରୁ ଫେରିଥିଲେ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (‘ହୁ’) ଅନୁଯାୟୀ ‘ମଙ୍କିପକ୍ସ’ ଏକ ବିରଳ ରୋଗ, ଯାହା ମଧ୍ୟ ଏବଂ ପଶ୍ଚିମ ଆଫ୍ରିକାର ଦୁର୍ଗମ ଅଞ୍ଚଳରେ ଦେଖାଯାଏ। ଏହି ଭୂତାଣୁ ପଶୁମାନଙ୍କ ଶରୀରରେ ବାସ କରନ୍ତି। କିନ୍ତୁ ଏହା ବେଳେବେଳେ ପଶୁମାନଙ୍କଠାରୁ ମଣିଷଙ୍କ ଶରୀରକୁ ଆସିଯାଇଥାଏ। ଏହା ପୂର୍ବରୁ ୨୦୦୩ରେ ଆମେରିକାରେ ‘ମଙ୍କିପକ୍ସ’ ଦ୍ୱାରା ୪୭ଜଣ ଆକ୍ରାନ୍ତ ହୋଇଥିଲେ।