Bijay Mohapatra - The Sakala
ବିଜୟଙ୍କ ଘରେ ମହମ୍ମଦ ମୋକିମ୍‌, ନୂଆ ସମୀକରଣର ପୂର୍ବାଭାସ !
ଭୁବନେଶ୍ୱର: ଗତକାଲି କଂଗ୍ରେସରୁ ବହିଷ୍କୃତ ହେବା ପରେ ଗୁରୁବାର ପୂର୍ବତନ ବିଜେପି ନେତା ବିଜୟ ମହାପାତ୍ରଙ୍କୁ ଭେଟିଛନ୍ତି ପୂର୍ବତନ କଟକ ବିଧାୟକ ମହମ୍ମଦ ମୋକିମ୍‌। ଶ୍ରୀ ମହାପାତ୍ରଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ  ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଆଲୋଚନା ହୋଇଛି। ଯଦିଓ ଏହି ସାକ୍ଷାତକୁ ଉଭୟ ନେତା ସୌଜନ୍ୟମୂଳକ ବୋଲି କହିଛନ୍ତି, ମାତ୍ର ସାମ୍ପ୍ରତିକ ସମୟ ଓ ରାଜନୈତିକ ପାଣିପାଗକୁ ଦେଖିଲେ ଏହାକୁ କେବଳ ସାଧାରଣ ସାକ୍ଷାତ ବା ସୌଜନ୍ୟ ଆଲୋଚନା ରୂପେ କେହି ଗ୍ରହଣ କରିପାରୁ ନାହାନ୍ତି । ଗତ କିଛିଦିନ ହେଲା ରାଜ୍ୟରେ ଏକ ନୂଆ ରାଜନୈତିକ ଦଳ ଗଠନ ଆଲୋଚନା ଚାଲିଥିବା ସମୟରେ ଉଭୟଙ୍କ ସାକ୍ଷାତ ପରେ ଏହି ଚର୍ଚ୍ଚା ଦାନା ବାନ୍ଧିଛି।
ବିଜୟଙ୍କ ସହ ସାକ୍ଷାତ ପରେ ମହମ୍ମଦ ମୋକିମ କହିଛନ୍ତି, ବିଜୟ ମହାପାତ୍ର ମୋର ବଡ଼ ଭାଇ ସଦୃଶ। ସେ ନୂଆ ଲୋକ ନୁହେଁ କି ବାହାରୁ ଆସି ନାହାନ୍ତି। ଆମେ ବାରମ୍ବାର ଭେଟୁ। ସେଥିପାଇଁ ତାଙ୍କୁ ଭେଟିବାକୁ ଆସିଥିଲି । ଆମେ ବାର୍ତ୍ତାଳାପ କଲୁ। ଏଥିରେ କିଛି ନୂତନତ୍ୱ ନାହିଁ ବୋଲି ମୋକିମ୍‌ କହିଛନ୍ତି। ସେହିପରି ଏହି ସାକ୍ଷାତ ପରେ ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି ଯେ ଆଗାମୀ ୨୦୨୬ ଏକ ଘଟଣା ବହୁଳ ବର୍ଷ ହେବ ବୋଲି ମୁଁ ପୂର୍ବରୁ କହିଛି। ତେବେ ମୋକିମ୍‌ ପୂର୍ବରୁ ବହୁଥର ଆସିଛନ୍ତି। ଆମ ଭିତରେ ଆଲୋଚନା ହୁଏ। ଏହି ସାକ୍ଷାତ ସମୟରେ କିଛି ରାଜନୈତିକ ଚର୍ଚ୍ଚା ହୋଇନି। କେବଳ ବ୍ୟକ୍ତିଗତ ଆଲୋଚନା ହୋଇଛି। ତେବେ ନୂଆ ଦଳ ପ୍ରସଙ୍ଗରେ ସେ ଉତ୍ତର ଦେଇ କହିଛନ୍ତି, ଯେ ନୂଆ ଦଳ ବିଷୟରେ ମୁଁ କିଛି ଜାଣିନାହିଁ୤ ହେଲେ ଏହି ବୈଠକ ସମୟରେ ବିଜେଡି କିପରି ଗଠନ ହୋଇଥିଲା ବୋଲି ଏଠାରେ ଆଲୋଚନା ହୋଇଛି ଓ ବର୍ତ୍ତମାନ ଓଡ଼ିଶା ରାଜନୀତିର ଚିତ୍ର ଅସ୍ପଷ୍ଟ ରହିଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ମହମ୍ମଦ ମୋକିମ କଂଗ୍ରେସରୁ ବରିଷ୍କୃତ ହେବା ପରେ ଏକ ନୂଆ ରାଜନୈତିକ ଦଳ ଗଠନ କରିବେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ଏହାସହିତ ବିଜୟ ମହାପାତ୍ର ମଧ୍ୟ ଅତୀତରେ ରାଜ୍ୟରେ ନୂଆ ଦଳ ଗଠନକୁ ନେଇ ଅସ୍ୱୀକାର କରି ନାହାନ୍ତି୤ ତେଣୁ ଉଭୟ ନେତାଙ୍କ ସାକ୍ଷାତ ପରେ ରାଜ୍ୟରେ ବିଭିନ୍ନ ଦଳରୁ ଯେଉଁ ନେତାମାନେ ଅସନ୍ତୁଷ୍ଟ ହୋଇ ରହିଛନ୍ତି, ସେମାନଙ୍କୁ ଏକାଠି କରି ଏକ ନୂଆ ରାଜନୈତିକ ସମୀକରଣ ସୃଷ୍ଟି କରିବା ନେଇ ଚେଷ୍ଟା ଆରମ୍ଭ ହୋଇଥିବା ଚର୍ଚ୍ଚା ହେଉଛି। ୨୦୨୬ରେ ଅନେକ ରାଜନୈତିକ ଘଟଣା ଘଟିବା ନେଇ ବିଜୟ ମହାପାତ୍ର ପୂର୍ବରୁ କହିଛନ୍ତି। ମହମ୍ମଦ ମୋକିମ ତାଙ୍କୁ ସାକ୍ଷାତ କରିବା ଏହି ଚର୍ଚ୍ଚାରେ ଆହୁରି ଖୋରାକ୍‌ ଯୋଗାଇଛି।
ଭୁବନେଶ୍ବର: ମଙ୍କିପକ୍ସ ନେଇ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, କେନ୍ଦ୍ର ସରକାର ସବୁ ରାଜ୍ୟକୁ ଆଡଭାଇଜାରି ଜାରି କରିଛନ୍ତି। ଏଥିରେ ସତର୍କ ରହିବାକୁ କହିଛନ୍ତି। ଭାରତରେ ମଙ୍କିପକ୍ସ ଏଯାଏଁ ଚିହ୍ନଟ ହୋଇନାହିଁ । ଏହା ଏବେ ଆମେରିକାରେ ଦେଖିବାକୁ ମିଳିଛି । ବର୍ତ୍ତମାନ ସୁଦ୍ଧା ଏନସିପିସି ତରଫରୁ ରାଜ୍ୟକୁ କୌଣସି ଚିଠି ଆସିନାହିଁ ବୋଲି କହିଛନ୍ତି ସ୍ୱାାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ମଙ୍କିପକ୍ସ ଭଳି କିଛି ଲକ୍ଷଣ ଥିଲେ ଅର୍ଥାତ ଜ୍ୱର ହେବା, ଦେହ ମୁଣ୍ଡ ବଥା ହେବା ଓ ଦେହସାରା ଫଳି ଯିବା, ଘା’ ହେବା ତାହା ହେଲେ ପୁନେକୁ ପରୀକ୍ଷା ଲାଗି ନମୂନା ପଠାଯିବ। ତାପରେ ତାହା ଜଣାପଡ଼ିବ ମଙ୍କିପକ୍ସ ହୋଇଛି ନା ନାହିଁ। କିନ୍ତୁ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।
ଯେଉଁ ଜାଗାରେ ଏହା ଅଧିକ ପରିମାଣରେ ଦେଖା ଦେଇଛି ସେଠାରେ ଏହାର ଭାଇରଲ କଲଚର ପାଇଁ ପଠାଯାଇଛି। କଲଚରର ତଥ୍ୟ ଆସିବା ପରେ ନିଶ୍ଚିନ୍ତ ଭାବରେ ସ୍ୱାସ୍ଥ୍ୟ ପରାମର୍ଶଦାତାଙ୍କ ଠାରୁ ପରାମର୍ଶ ଗ୍ରହଣ କରାଯିବ ବୋଲି କହିଛନ୍ତି ସ୍ୱାାସ୍ଥ୍ୟ ନିର୍ଦ୍ଦେଶକ ବିିଜୟ ମହାପାତ୍ର । ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସେପରି ରୋଗୀ ଚିିହ୍ନଟ ହୋଇନାହାଁନ୍ତି । କେବଳ ଆମେରିକା ବା ଅନ୍ୟ ଦେଶ ଗୁଡ଼ିକରେ ଏହି ରୋଗୀଙ୍କୁ ଚିହ୍ନଟ କରାଯାଇଥିବା କହିଛନ୍ତି ।
ସୂଚନାଯୋଗ୍ୟ, ପ୍ରାୟ ଦୁଇ ଦଶନ୍ଧି ପରେ ପ୍ରଥମ ଥର ପାଇଁ ଆମେରିକାର ଟେକ୍ସାସରେ ଜଣେ ବ୍ୟକ୍ତି ‘ମଙ୍କିପକ୍ସ’ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ଏହି ଭୂତାଣୁ ଏତେ ପ୍ରଭାବୀ ହୋଇନଥିଲେ ମଧ୍ୟ ଏହା ଜଣଙ୍କଠାରୁ ଆଉ ଜଣଙ୍କୁ ବ୍ୟାପିବାର ଆଶଙ୍କା ରହିଛି। ସାରା ବିଶ୍ୱ ଏବେ କରୋନା ଭଳି ଭୂତାଣୁ ସହ ଲଢ଼ୁଥିବା ବେଳେ ‘ମଙ୍କିପକ୍ସ’କୁ ନେଇ ଏବେ ଲୋକଙ୍କ ଚିନ୍ତା ବଢିଛି। ‘ମଙ୍କିପକ୍ସ’ ଦ୍ୱାରା ଆକ୍ରାନ୍ତ ହୋଇଥିବା ରୋଗୀ ଜଣେ ଆମେରିକୀୟ ବାସିନ୍ଦା, ଯିଏ କିଛି ଦିନ ପୂର୍ବରୁ ନାଇଜେରିଆରୁ ଫେରିଥିଲେ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (‘ହୁ’) ଅନୁଯାୟୀ ‘ମଙ୍କିପକ୍ସ’ ଏକ ବିରଳ ରୋଗ, ଯାହା ମଧ୍ୟ ଏବଂ ପଶ୍ଚିମ ଆଫ୍ରିକାର ଦୁର୍ଗମ ଅଞ୍ଚଳରେ ଦେଖାଯାଏ। ଏହି ଭୂତାଣୁ ପଶୁମାନଙ୍କ ଶରୀରରେ ବାସ କରନ୍ତି। କିନ୍ତୁ ଏହା ବେଳେବେଳେ ପଶୁମାନଙ୍କଠାରୁ ମଣିଷଙ୍କ ଶରୀରକୁ ଆସିଯାଇଥାଏ। ଏହା ପୂର୍ବରୁ ୨୦୦୩ରେ ଆମେରିକାରେ ‘ମଙ୍କିପକ୍ସ’ ଦ୍ୱାରା ୪୭ଜଣ ଆକ୍ରାନ୍ତ ହୋଇଥିଲେ।