Dr. Umashankar Dash - The Sakala
ଭୁବନେଶ୍ୱର: ରାଜ୍ଯରେ ଅପରାଧ କମାଇବା ଏବଂ ଅପରାଧୀଙ୍କ ତଥ୍ଯ ଜାଣିବା ପାଇଁ ନୂଆ କୌଶଳ ଆପଣାଇଛି କମିଶନରେଟ୍ ପୁଲିସ।  ରାଜ୍ୟର ବିଭିନ୍ନ ସ୍ଥାନରେ ଅପରାଧ ଘଟାଇ ଅପରାଧିମାନେ ବିଭିନ୍ନ ହୋଟେଲରେ ଆତ୍ମଗୋପନ କରୁଛନ୍ତି ।  ଏଣିକ ପୁଲିସ ‘ଅତିଥି’ ଆପ ମାଧ୍ଯମରେ ଅପରାଧିକ ନିକଟରେ ପହଞ୍ଚିବ। ଏହି ଆପ ଜରିଆରେ ହୋଟେଲର ତଥ୍ୟ ସଂଗ୍ରହ କରିବ ପୁଲିସ । ସରାଇ ଆକ୍ଟ ଅନୁସାରେ ହୋଟେଲ ମାଲିକ ସବୁ ତଥ୍ୟ ପୁଲିସକୁ ଦେବେ। ସମସ୍ତ ତଥ୍ୟ କେବଳ ପୁଲିସ ପାଖରେ ରହିବ। ସାର୍ବଜନୀନ କରାଯିବ ନାହିଁ । ସମସ୍ତ ଗେଷ୍ଟ ହାଉସ୍‌ ଓ ଲଜ୍‌କୁ ବି ଏନେଇ ନିର୍ଦେଶ ଦିଆଯିବ। କ୍ରାଇମ କରିବା ପରେ ଅପରାଧିମାନେ ହୋଟଲରେ ରହୁଛନ୍ତି । ସୁରକ୍ଷା ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି।
ସହରରେ ସିସିଟିଭି; ସଚଳଠୁ ଅଚଳ ବେଶି
ଭୁବନେଶ୍ୱର: ସହରର ଘଟୁଥିବା ଟିକିନିଖି ଘଟଣା ସିସିଟିଭିରେ କଏଦ୍‍ ହେବ। ଆଉ ସହଜରେ ଅପରାଧୀ ଘଟଣା ଭିଆଇ ଖସିପାରିବେନି। ଏମିତି ପରିକଳ୍ପନା କରାଯାଇ କମିସନରେଟ୍‍ ପୁଲିସ ପକ୍ଷରୁ ରାଜଧାନୀର ବିଭିନ୍ନ ଛକ ଠାରୁ ଗଳିକନ୍ଦିରେ କ୍ୟାମେରା ଛାଉଣି କରାଯାଇଛି। ଅତ୍ୟାଧୁନିକ ଜ୍ଞାନକୌଶଳର କ୍ୟାମେରା ସହରର ଶୋଭା ବଢ଼ାଉଛି। ହେଲେ ଆବଶ୍ୟକ ବେଳେ ଭିଡିଓ ଓ ଫଟୋ ଯାଞ୍ଚ ବେଳକୁ ସବୁ ଫାଙ୍କା। ସମ୍ବେଦନଶୀଳ ଘଟଣାଗୁଡିକ ପୁଲିସ ଯାଞ୍ଚ କଲା ବେଳେ କ୍ୟାମେରାରେ କିଛି ବି ରେକର୍ଡିଂ ହୋଇ ନ ଥିବା ଜଣାପଡ଼ିଛି। କମିସନରେଟ ପୁଲିସ ଏକାଧିକ ଘଟଣାରେ ଅଚଳ ସିସିଟିଭିକୁ ନେଇ ଚିନ୍ତା ବଢ଼ିଯାଇଛି।
ଦୁଇ ଦିନ ତଳେ ସିଆର୍‍ପି ଛକ ଏନ୍‍-୨ର ଜଣେ ଯୁବକଙ୍କୁ ଦୁଇ ଭାଇ ହତ୍ୟା କରିଥିଲେ। ପୁଲିସ ସିଆର୍‍ପି ଛକରେ ଲାଗିଥିବା ୩ଟି ସିସିଟିଭି କ୍ୟାମେରାକୁ ତନ୍ନତନ୍ନ କରି ଯାଞ୍ଚ କରିଥିଲା, କିନ୍ତୁ ସେଗୁଡ଼ିକ ଅଚଳ ଯୋଗୁଁ କୌଣସି ଦୃଶ୍ୟ କଏଦ୍‍ ହୋଇ ନ ଥିଲା। ସେହିଭଳି ଚନ୍ଦକା ରୋଡରେ ସିସିଟିଭି ଲଗାଯାଇଥିଲେ ମଧ୍ୟ ସେଗୁଡ଼ିକ ଅଚଳ ଯୋଗୁଁ ମୁଣ୍ଡବିହୀନ ଶବ ପଡ଼ିଥିବା ଅଞ୍ଚଳରେ ତଦନ୍ତ କରିବା ପୁଲିସ ପାଇଁ କାଠିକାର ପାଠ ହୋଇଥିଲା। କଟାମୁଣ୍ଡକୁ ଠାବ କରିବା ଲାଗି କମିସନରେଟ୍‍ ପୁଲିସକୁ ନାକେଦମ ହେବାକୁ ପଡ଼ିଥିଲା।
କିଛି ମାସ ତଳେ ଖଣ୍ଡଗିରି ଥାନା ଅଧୀନରେ ଏକ ଗେଷ୍ଟ ହାଉସରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀ ଝରାଫୁଲକୁ ହତ୍ୟା କରି ଦୁର୍ବୃତ୍ତମାନେ ଏକ ସ୍କୁଟିରେ ଯାଜପୁର ନେଇଥିଲେ। ରାଜଧାନୀରୁ ଯାଜପୁର ପାଖାପାଖି ୯୦ କିଲୋମିଟର ନେଇଥିଲେ ମଧ୍ୟ ସହରରେ ଲାଗିଥିବା ସିସିଟିଭିରେ ଏଭଳି ଦୃଶ୍ୟ କଏଦ୍‍ ହୋଇ ନ ଥିଲା। ପରବର୍ତ୍ତୀ ସମୟରେ ଘରୋଇ ସଂସ୍ଥାର ସିସିଟିଭିରେ କିଛି ଦୃଶ୍ୟ କଏଦ ହୋଇଥିଲା। ଏହି ଦୁଇଟି ଘଟଣା ନୁହେଁ,ଏଭଳି ୧୦ରୁ ଊର୍ଦ୍ଧ୍ବ ସମ୍ବେଦନଶୀଳ ଘଟଣାରେ ପୁଲିସ ସିସିଟିଭିରୁ କିଛି ବି ସୁରାକ୍‍ ପାଇପାରିନି। କେବଳ ତଦନ୍ତ ଆଳରେ ପୁଲିସ ଚୁପ୍‍ ବସିଛି।
ମିଳିଥିବା ଏକ ତଥ୍ୟ ଅନୁସାରେ ରାଜଧାନୀରେ ସ୍ମାର୍ଟସିଟି ଯୋଜନାରେ ୬୫ଟି ଛକରେ ୨୯୨ଟି ସିସିଟିଭି ଲାଗିଛି। ସେଥିରୁ ୧୨୦ଟି କାର୍ଯ୍ୟକ୍ଷମ ହୋଉଥିବା ବେଳେ ୧୭୨ଟି ଅଚଳ। ସେହିପରି କମିସନରେଟ ପୁଲିସ ପକ୍ଷରୁ ୨୮ଟି ଛକରେ ୧୨୫ଟି ସିସିଟିଭି ଲଗାଯାଇଛି। ସେଥିରୁ ୯୯ଟି କାର୍ଯ୍ୟକ୍ଷମ ହୋଇଥିବା ବେଳେ ଅବଶିଷ୍ଟ ଅଚଳ ହୋଇଯାଇଛି। ଅନ୍ୟପଟେ ରାଜଧାନୀରେ ୧୫୯ ଛକରେ ୫୯୨ଟି ସିସିଟିଭି ଲଗାଯିବାର ବ୍ୟବସ୍ଥା କରାଯାଇଥିଲା, କିନ୍ତୁ ଏହି ଯୋଜନା କେଉଁଠି ଅଟକିଗଲା ତାହା କହିବା ମୁସ୍କିଲ ହୋଇଛି।
ଏନେଇ ଡିସିପି ଉମାଶଙ୍କର ଦାଶ କହିଛନ୍ତି, ସହରରେ ସିସିଟିଭି ଲାଗିଛି। ଆହୁରି ସିସିଟିଭି ଲଗାଯିବାର ବନ୍ଦୋବସ୍ତ କରାଯାଉଛି। ସିସିଟିଭି ଲାଗିବା ପରେ ସହରରେ ଅପରାଧ ନିୟନ୍ତ୍ରଣ ହେବ ବୋଲି ଡିସିପି ସୂଚନା ଦେଇଛନ୍ତି।