Barabati Stadium Ind Vs SA - The Sakala
ଆଜି ବାରବାଟୀ ଫାଇଟ୍‌ : ବିଜୟ ସହ ୫ଟିକିଆ ସିରିଜ୍‌ରେ କମ୍ ବ୍ୟାକ୍ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
କଟକ : ଦୀର୍ଘ ଅଢ଼େଇ ବର୍ଷ ପରେ ବାରବାଟୀକୁ ‌ଫେରିଥିବା ଅନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚ୍‌କୁ ନେଇ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା। ଐତିହାସିକ ବାରବାଟୀ ଷ୍ଟାଡିୟମ୍‌ ବି ନୂଆ ରୂପରେ ସଜେଇ ହୋଇଛି। ସଂଧ୍ୟାରେ ବାରବାଟୀ ଷ୍ଟାଡିୟମରେ ହେବ ମହା ମୁକାବିଲା। ମ୍ୟାଚ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ପିଚ୍ ରେଡି, ଗ୍ରାଉଣ୍ଡ ଓ ଷ୍ଟାଡିୟମ ବି ତୟାର। ଗତକାଲି ଉଭୟ ଦଳ ବାରବାଟୀରେ ନେଟ୍ ପ୍ରାକ୍ଟିସ୍ କରିଥିଲେ । ପ୍ରଥମ ଟି-୨୦ ଭାରତ ହାରି ଥିବାରୁ କଟକରେ କମ୍ ବ୍ୟାକ୍ ପାଇଁ ଦଳ ଜୋରଦାର ଅଭ୍ୟାସ କରିଛି । ବାରବାଟୀ ବ୍ୟାଟଲକୁ ନେଇ କ୍ରିକେଟପ୍ରେମୀଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ବାରବାଟୀରେ ଭଲ୍ ସ୍କୋର ସହ ବିଗ୍ ଫାଇଟ୍ ଦେଖିବାକୁ ଅପେକ୍ଷା କରିଛନ୍ତି ଦର୍ଶକ ।
ସିରିଜ୍‌ର ପ୍ରଥମ ମ୍ୟାଚ୍ ଭାରତ ହାରିଥିଲା। ବାରବାଟୀରେ ମ୍ୟାଚ୍ ଜିତି ଦଳ ସିରିଜ୍‌କୁ ସମାନ ସ୍ଥିତିକୁ ଆଣିବାକୁ ଲକ୍ଷ୍ୟ ରଖିଛି। ଗତକାଲି ବାରବାଟୀରେ ଅଭ୍ୟାସ କରିବା ପୂର୍ବରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର କୁମାର ମଧ୍ୟ ଏହି କଥା କହିଥିଲେ। ସେ କହିଥିଲେ ଯେ ପ୍ରଥମ ମ୍ୟାଚ୍‌ରେ ଦଳ ଭଲ ବୋଲିଂ କରି ନଥିବାରୁ ହାରିଲା। ଏଥର ବ୍ୟାଟିଂ ସହ ଭଲ ବୋଲିଂ କରି ଦଳ ବିଜୟ ଧାରାକୁ ଫେରିବ ଓ ସିରିଜ୍‌କୁ ବରାବର ସ୍ଥିତିକୁ ଆଣିବ।
ଅନ୍ୟପକ୍ଷରେ ସାଉଥ୍ ଆଫ୍ରିକା ତା’ର ବିଜୟ ଅଭିଯାନକୁ ଜାରି ରଖିବାକୁ ପ୍ରୟାସ କରିବ। ତେଣୁ ବାରବାଟୀରେ ଆଜି ଦୁଇ ଦଳ ଭିତରେ ଦମ୍‌ଦାର ଟକ୍କର ହେବ ବୋଲି ଆଶା କରୁଛନ୍ତି କ୍ରିକେଟ୍ ପ୍ରେମୀ। ଗତକାଲି ଦୁଇ ଦଳର ଖେଳାଳି ବାରବାଟୀ ଯାଇ ପଡ଼ିଆରେ ବେଶ୍ କିଛି ସମୟ ଅଭ୍ୟାସ କରିଥିଲେ।
ଏହି ୫ ମ୍ୟାଚ୍‌ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ଦକ୍ଷିଣ ଆଫ୍ରିକା ପ୍ରାଧାନ୍ୟ ଭରା ବିଜୟ ହାସଲ କରିଥିବାରୁ ଋଷଭ ପନ୍ତ୍‌ଙ୍କ ଦଳକୁ ତୁରନ୍ତ ପ୍ରତ୍ୟାବର୍ତ୍ତନ କରିବାର ଆବଶ୍ୟକତା ରହିଛି। ପ୍ରମୁଖ ତଥା ବରିଷ୍ଠ ଖେଳାଳିଙ୍କ ବିନା ଏହି ଶୃଙ୍ଖଳା ଖେଳୁଥିବାରୁ ଯୁବ ଖେଳାଳିଙ୍କ ଉପରେ ଭାରତର ଭାଗ୍ୟ ନିର୍ଭର କରୁଛି। ତଥାପି ଅଧିନାୟକ ଋଷଭ ପନ୍ତ୍‌ଙ୍କ ସହ ହାର୍ଦିକ ପାଣ୍ଡ୍ୟା, ଶ୍ରେୟସ ଆୟର, ଈଶାନ କିଶନ, ଦୀନେଶ କାର୍ତ୍ତିକ, ୟୁଝବେନ୍ଦ୍ର ଚହଲଙ୍କ ଭଳି ବରିଷ୍ଠଙ୍କ ଉପରେ ଘରୋଇ ଦଳର ଆଶା ଭରସା ରହିଛି।
ସେପେଟ ଆଇପିଏଲ୍‌ରେ ନିଜର ଦ୍ରୁତ ବୋଲିଂ ଲାଗି ଚର୍ଚ୍ଚାରେ ରହିଥିବା ଉମ୍ରାନ ମଲିକଙ୍କ ଲାଗି ବାରବାଟୀ ଭାଗ୍ୟଶାଳୀ ହେବାକୁ ଯାଉଛି। ଆଜି ଦ୍ୱିତୀୟ ମ୍ୟାଚରେ ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ବିଶେଷ କରି ପ୍ରଥମ ଟି-୨୦ରେ ବ୍ୟୟବହୁଳ ସାବ୍ୟସ୍ତ ହୋଇଥିବା ଅଭେସ ଖାନଙ୍କୁ ଦଳରୁ ବାଦ୍‍ ଦିଆଯିବାର ସମ୍ଭାବନା ରହିଛି। ତାଙ୍କ ସ୍ଥାନରେ ଉମ୍ରାନଙ୍କୁ ସୁଯୋଗ ମିଳିପାରେ। ଯଦି ସେ ଏଠାରେ ଖେଳନ୍ତି ତେବେ ବାରବାଟୀ ତାଙ୍କ ଲାଗି ଲକି ଗ୍ରାଉଣ୍ଡ ହେବ। କାହିଁକି ନା ଉମ୍ରାନଙ୍କର ଏହା ପଦାର୍ପଣ ଅନ୍ତର୍ଜାତୀୟ ମ୍ୟାଚ୍‍ ହେବ। ଆଇପିଏଲ୍‍ରେ ନିଜର କମାଲ ଦେଖାଇ ସାରିଥିବା ଏହି ଡାହାଣହାତୀ ବୋଲରଙ୍କ ଉପରେ ସମସ୍ତଙ୍କ ନଜର ରହିଛି।
ଦିଲ୍ଲୀରେ ଭାରତ ୨୧୧ ରନ୍ କରିଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା ଜବରଦସ୍ତ ବ୍ୟାଟିଂ କରି ଅନାୟାସରେ ଏହାକୁ ଅତିକ୍ରମ କରିଥିବାରୁ ଭାରତ ଉପରେ ଚାପ ରହିଛି। ବିଶେଷ କରି ବୋଲିଂ ଓ ଫିଲ୍ଡିଂରେ ଭାରତୀୟ ଖେଳାଳିଙ୍କୁ ଶୃଙ୍ଖଳିତ ପ୍ରଦର୍ଶନ କରିବାର ଆବଶ୍ୟକତା ପଡ଼ିଛି। ଦିଲ୍ଲୀରେ ଜଣଙ୍କୁ ଛାଡ଼ି (ଅଭେସ୍‌ ଖାନ୍‌) ସମସ୍ତ ଭାରତୀୟ ବୋଲର ଓଭର ପିଛା ୧୦ରୁ ଊର୍ଧ୍ବ ହାରରେ ରନ୍ ବ୍ୟୟ କରିଥିଲେ। ରାସି ଭାନ୍ ଡର୍ ‌ଡସେନ୍‌ଙ୍କ କ୍ୟାଚ୍‌କୁ ଶ୍ରେୟସ ଆୟର ହାତଛଡ଼ା କରିବା ମ୍ୟାଚ୍‌କୁ ଏକତରଫା କରିଦେଇଥିଲା। ଏହି ଦୃଷ୍ଟିରୁ ବ୍ୟାଟରଙ୍କ ତୁଳନାରେ ବୋଲରଙ୍କ ଉପରେ ଅଧିକ ଚାପ ରହିବ। ଦିଲ୍ଲୀ ଭଳି ଫ୍ଲାଟ ବ୍ୟାଟିଂ ପିଚ୍‌ କିନ୍ତୁ ବାରବାଟୀରେ ମିଳିବ ନାହିଁ ବୋଲି ବିଶ୍ବାସ କରାଯାଉଛି।
ଅନ୍ୟପକ୍ଷରେ ସତେଜ ଶାରୀରିକ ଓ ମାନସିକ ଦୃଢ଼ତାରେ ଆସିଥିବା ଦକ୍ଷିଣ ଆଫ୍ରିକା ଦଳ ସହ ଆଇପିଏଲ୍‌-୧୫ର ସଫଳ ତାରକା ଡେଭିଡ୍‌ ମିଲରଙ୍କ ଯୋଗଦାନ ଭ୍ରମଣକାରୀ ଦଳକୁ ଘରଠୁ ଦୂରରେ ରହି ଘରୋଇ ପରିବେଶରେ ଖେଳିବାର ଅନୁଭବ ଦେଇଛି। ଭାରତ ମାଟିରେ କେବେ ଟ୍ବେଣ୍ଟି-୨୦ ଶୃଙ୍ଖଳା ହାରିନଥିବା ଏହି ଦଳ ଏବେ ୨-୦ରେ ଆଗୁଆ ହେବା ଲକ୍ଷ୍ୟରେ ରହିଛି। ତେମ୍ବା ବଭୂମାଙ୍କ ଦଳର ମନୋବଳ ମଧ୍ୟ ଆକାଶଛୁଆଁ ରହିଛି। ବ୍ୟାଟିଂରେ କ୍ବିଣ୍ଟିନ୍ ଡି’କକ୍‌, ତେମ୍ବା ବଭୂମା, ରାସି ଭାନ୍‌ ‌ଡର୍‌ ଦସେନ୍‌, ଡେଭିଡ୍ ମିଲରଙ୍କ ଉପସ୍ଥିତି ମଧ୍ୟ ଏହି ଦଳକୁ ଏକ ବ୍ୟାଟିଂ ଶକ୍ତିରେ ପରିଣତ କରିଛି। ରିଜା ହେଣ୍ଡ୍ରିକ୍ସ, ହେନରିକ୍ କ୍ଲାସେଁଙ୍କ ଭଳି ଖେଳାଳିଙ୍କୁ ବି ବାହାରେ ବସିବାକୁ ପଡ଼ିଛି। ବୋଲିଂରେ ମଧ୍ୟ କାଗିସୋ ରବାଦା, ଅନରିକ୍‌ ନର୍ଖିୟା, ଡ୍ବାନ୍ ପ୍ରିଟୋରିୟସ, କେଶବ ମହାରାଜ, ତାବ୍ରାଇଜ ସାମସୀଙ୍କୁ ନେଇ ବଭୂମାଙ୍କ ଦଳ ସନ୍ତୁଳିତ ରହିଛି।
୨୦୧୫ ପରାଜୟର ପ୍ରତିଶୋଧ ସୁଯୋଗ
ଦୀର୍ଘ ୭ ବର୍ଷ ପରେ ଭାରତ ନିକଟରେ ମଧୁର ପ୍ରତିଶୋଧ ନେବାର ସୁଯୋଗ ରହିଛି। ଯଦି ରବିବାର ମ୍ୟାଚରେ ଭାରତ ବିଜୟୀ ହୁଏ ତେବେ ୭ ବର୍ଷ ପରେ ବାରବାଟୀରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାଜୟର ପ୍ରତିଶୋଧ ନେବ। ୨୦୧୫ରେ ଭାରତ ଓ ଦକ୍ଷିଣ ଆଫ୍ରିକା ବାରବାଟୀରେ ଅନୁଷ୍ଠିତ ଟି-୨୦ରେ ସାମ୍ନାସାମ୍ନି ହୋଇଥିଲେ। ଏହାଥିଲା ବାରବାଟୀରେ ପ୍ରଥମ ଟ-୨୦ ଅର୍ନ୍ତଜାତୀୟ ମ୍ୟାଚ୍‍। ଏଥିରେ ଦକ୍ଷିଣ ଆଫ୍ରିକା ୬ ୱିକେଟ୍‍ରେ ବିଜୟୀ ହୋଇଥିଲା। ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱାଧିନ ଭାରତ ପ୍ରଥମେ ବ୍ୟାଟିଂ କରି ଦୟନୀୟ ପ୍ରଦର୍ଶନ କରି ମାତ୍ର ୯୨ ରନରେ ଅଲ୍‍ଆଉଟ୍‍ ହୋଇଯାଇଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୧୭.୧ ଓଭରରେ ୪ ୱିକେଟ୍‍ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା।
କଟକ : ଐତିହାସିକ ବାରବାଟୀ ଷ୍ଟାଡିୟମକୁ ଅଢ଼େଇ ବର୍ଷ ପରେ ଆସିଛି ଅନ୍ତର୍ଜାତୀୟ ମ୍ୟାଚ୍‍। ଆଜି ସଂଧ୍ୟା ୭ଟାରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା ଟିମ୍। ଚଳିତ ୫ଟିକିଆ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଖେଳିବାକୁ ସେମାନେ ଏଠାରେ ପଡ଼ିଆକୁ ଓହ୍ଲାଇବେ। ଏହି ମ୍ୟାଚ୍‌କୁ ନେଇ ରାଜ୍ୟର କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ଦେଖିବାକୁ ମିଳିଛି। ଟିକେଟ ବିକ୍ରି ସମୟରେ ଯେଉଁଭଳି ଭିଡ ଦେଖିବାକୁ ମିଳିଥିଲା ତାହା ଦର୍ଶାଉଛି ଯେ ବାରବାଟୀରେ ଖଚାଖଚ ଦର୍ଶକ ରହିବେ । ବହୁ ଦର୍ଶକଙ୍କ ଆଗମନ ହେବାକୁ ଥିବାରୁ କମିଶନରେଟ୍‌ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
ଅପରାହ୍ନ ୩ଟାରୁ ସମସ୍ତ ଗେଟ୍ ଖୋଲାଯିବ। ଦର୍ଶକମାନେ ଯେଭଳି ବିନା ଭିଡ଼ରେ ଷ୍ଟାଡିୟମ ଭିତରେ ପ୍ରବେଶ କରି ପାରିବେ, ସେହି ଉଦ୍ଦେଶ୍ୟରେ ଏଭଳି ବ୍ୟବସ୍ଥା କରାଯାଇଥିବା ଡିସିପି ପିନାକ୍ ମିଶ୍ର ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ବାରବାଟୀରେ ମ୍ୟାଚ୍ ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୩ ଡିସିପି ଦାୟିତ୍ବରେ ରହିବେ। ତାଙ୍କ ସହିତ ୭ ଜଣ ଅତିରିକ୍ତ ଏଡିସିପି, ୩୨ ଏସିପି, ୪୫ ଇନ୍‌ସ୍ପେକ୍ଟର, ୨୭୦ ଏସଆଇ, ୧୧୩ ଟ୍ରାଫିକ, ୬୨ ପ୍ଲାଟୁନ୍ ଫୋର୍ସ, ୪୩ ମହିଳା କନଷ୍ଟେବଳ, ୧୭୦ ହୋମଗାର୍ଡ ନିୟୋଜିତ ହେବେ। ଷ୍ଟାଡିୟମ୍ ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥାରେ ଯେଭଳି କୌଣସି ତ୍ରୁଟି ନରହିବ, ସେ ଦିଗରେ ଦୃଢ ପଦକ୍ଷେପ ନିଆଯିବ ‌ବୋଲି ଡିସିପି ସୂଚନା ଦେଇଛନ୍ତି।
କଟକ ବାହାର ଦର୍ଶକ କେଉଁବାଟେ ଷ୍ଟାଡିୟମକୁ ଆସିବେ?
କଟକକୁ ଭୁବନେଶ୍ବର କିମ୍ବା ଜଗତପୁର ପଟୁ କେହି ଆସୁଥିଲେ ଜାତୀୟ ରାଜପଥରେ ଶିଖରପୁର ଦେଇ ଗୁରୁଦ୍ବାରା-ଯୋବ୍ରା- ମାତାମଠ-ଗଡ଼ଗଡ଼ିଆ ମନ୍ଦିର-ବାମ୍ବୋ ଡିପୋ ଦେଇ ୧୪ ନଂ ଗେଟ୍‌ରେ ଷ୍ଟାଡିୟମକୁ ପ୍ରବେଶ କରିବେ। ସେଠୁ ବାରବାଟୀର ବିଭିନ୍ନ ଗେଟ୍‌ରେ ଷ୍ଟାଡିୟମ୍‌କୁ ଟିକେଟ୍‌ରେ ଉଲ୍ଲେଖ ଥିବା ଗ୍ୟାଲେରି ଅନୁଯାୟୀ ପ୍ରବେଶ କରିବେ। ସେହିଭଳି ପଟିଆ ପଟୁ ଆସିଲେ ପଟିଆ ଛକ-ରଘୁନାଥପୁର-ବାରଙ୍ଗ-ତ୍ରିଶୂଳିଆ-ବେଲଭ୍ୟୁ-ସତୀଚଉରା-ଚହଟା-କ୍ୟାଣ୍ଟନମେଣ୍ଟ-ବାମ୍ବୋ ଡିପୋ ଦେଇ ୧୪ ନଂ ଗେଟ୍‌ରେ ପ୍ରବେଶ କରିବେ।
କେଉଁଠି କିଏ କରିବେ ଗାଡି ପାର୍କିଂ
୧. ତଳ ବାଲିଯାତ୍ରା ପଡ଼ିଆରେ ସର୍ବସାଧାରଣଙ୍କ ପାଇଁ ସିଏମ୍‌ସି ପକ୍ଷରୁ ପାର୍କିଂ ବ୍ୟବସ୍ଥା କରାଯାଇଛି।
୨. ଉପର ବାଲିଯାତ୍ରା ପଡ଼ିଆରେ ଜରୁରିକାଳୀନ ସେବା ଯୋଗାଉଥିବା ସରକାରୀ ସଂସ୍ଥାର ଅଧିକାରୀଙ୍କ ପାଇଁ ପାର୍କିଂ ବ୍ୟବସ୍ଥା କରାଯାଇଛି। ଯେମିତିକି ଅଗ୍ନିଶମ, ପୁଲିସ, ଆମ୍ବୁଲାନ୍ସ ଭଳି ସେବା ଯୋଗାଉଥିବା ସଂସ୍ଥାର ଅଧିକାରୀ ଗାଡ଼ି ପାର୍କିଂ କରିବେ।
୩. ଗେଟ୍ ନଂ ୧ରେ ପ୍ରବେଶ କଲା ପରେ କ୍ରିକେଟ୍ ଏକାଡେମିରେ ଓସିଏ ସଦସ୍ୟଙ୍କ ପାଇଁ ପାର୍କିଂର ବ୍ୟବସ୍ଥା ରହିଛି।
୪. ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ କେମ୍ବ୍ରିଜ ସ୍କୁଲ ପରିସରରେ ପାର୍କିଂ ବ୍ୟବସ୍ଥା ରହିଛି।
୫. ୧୪ ନଂ ଗେଟ୍‌ରେ ପ୍ରବେଶ କରି ସେଣ୍ଟ ଜାଭିଅର ସ୍କୁଲ ପରିସରରେ ବିସିସିଆଇର ଅଧିକାରୀ, ମ୍ୟାଚ୍ ରେଫରି, ଅମ୍ପେୟାର, ଓସିଏ ଅଧିକାରୀ ଓ ଅତିଥିଙ୍କ ପାଇଁ ପାର୍କିଂ ବ୍ୟବସ୍ଥା ରହିଛି।
୬. ହର୍ସ ଗେଟ୍ ସାମନାରେ ବିଚାରପତି ଏବଂ ଟିଭି କ୍ରିଉଙ୍କ ପାଇଁ ପାର୍କିଂ ବ୍ୟବସ୍ଥା ରହିଛି।
କେଉଁ ଗାଡି ପାଇଁ କେତେ ପାର୍କିଂ ଫି
ତଳ ବାଲିଯାତ୍ରା ପଡ଼ିଆରେ ଦର୍ଶକଙ୍କ ପାଇଁ ପାର୍କିଂ ବ୍ୟବସ୍ଥା ହୋଇଥିବା ବେଳେ ଯାନ ଅନୁଯାୟୀ ଚାରି ପ୍ରକାର ମୂଲ୍ୟ ସ୍ଥିର ହୋଇଛି। ଚାରି ଚକିଆ ଗାଡ଼ି ପାଇଁ ୫୦ ଟଙ୍କା, ତିନି ଚକିଆ ଗାଡ଼ି ପାଇଁ ୩୦ ଟଙ୍କା, ଦୁଇ ଚକିଆ ଗାଡ଼ି ପାଇଁ ୨୦ ଟଙ୍କା, ବାଇସାଇକେଲ୍ ପାଇଁ ୧୦ ଟଙ୍କା ଧାର୍ଯ୍ୟ ହୋଇଛି। ସକାଳ ୮ଟାରୁ ରାତି ୧୧ଟା ଯାଏ ପାର୍କିଂ ଖୋଲା ରହିବ। ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ଟଙ୍କା ଯଦି ପାର୍କିଂ ଦାୟିତ୍ବରେ ଥିବା ବ୍ୟକ୍ତି ନିଅନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିପାଇଁ ଟ୍ରାଫିକ୍ ପୁଲିସ ଓ ସିଏମ୍‌ସିର ଅଧିକାରୀ ମିଳିତ ଭାବେ କାର୍ଯ୍ୟ କରିବେ।
କେଉଁ ଷ୍ଟାଣ୍ଡକୁ କେଉଁ ବାଟେ ଯିବେ
ଓସିଏ ବକ୍ସ, ନ୍ୟୁ ପ୍ୟାଭିଲିୟନ୍‍, ପୁରୁଣା ପ୍ୟାଭିଲିୟନ୍‍: ଗେଟ୍‍ ନମ୍ବର ୧ ( ୱାଇଏମ୍‍ସିଏ ସାମ୍ନା)
ଗ୍ୟାଲେରୀ ନଂ ୫: ଗେଟ୍‍ ନମ୍ବର ୨ (ଆର୍ମି ରିକ୍ରୁଟିଂ ଅଫିସ)
ଗ୍ୟାଲେରୀ ନଂ ୭ ଓ ସ୍ପେସାଲ୍‍ ଏନ୍‍କ୍ଲୋଜର୍‍ ବ୍ଲକ ଏ: ଗେଟ୍‍ ନମ୍ବର ୩ (ବାରବାଟୀ ପ୍ୟାଲେସ୍‍ ପାର୍ଶ୍ବ)
ଗ୍ୟାଲେରୀ ନଂ ୬: ଗେଟ୍‍ ନମ୍ବର ୪(ଆଦିତ୍ୟ କ୍ୟାଣ୍ଟିନ)
ସ୍ପେଶାଲ୍‍ ଏନ୍‍କ୍ଲୋଜର୍‍ ବ୍ଲକ ବି: ଗେଟ୍‍ ନମ୍ବର ୫( ହର୍ସ ଗେଟ୍‍ ପାର୍ଶ୍ବ)
କର୍ପୋରେଟ୍‍ ବକ୍ସ, ଅଲିମ୍ପିକ୍‍ ବକ୍ସ ଏ: ଗେଟ୍‍ ନମ୍ବର ୬( ହର୍ସ ଗେଟ୍‍ ପାର୍ଶ୍ବ)
ଟିଭି କ୍ରିଉ: ଗେଟ୍‍ ନମ୍ବର ୭( ହର୍ସ ଗେଟ ପାର୍ଶ୍ବ)
କର୍ପୋରେଟ ବକ୍ସ ଓ ଅଲିମ୍ପିକ ବକ୍ସ ବି: ଗେଟ ନଂ ୮
ଗ୍ୟାଲେରୀ ନଂ ୧: ଗେଟ୍‍ ନମ୍ବର ୯
ଗ୍ୟାଲେରୀ ନଂ ୨: ଗେଟ୍‍ ନମ୍ବର ୧୦
ଏସି ବକ୍ସ(ଗ୍ୟାଲେରୀ ୨), କ୍ଲବ୍‍ ହାଉସ୍‍, ଏମ୍‍ଜିଏମ୍‍ ବକ୍ସ: ଗେଟ ନମ୍ବର ୧୧
ଗ୍ୟାଲେରୀ ନଂ ୩: ଗେଟ ନମ୍ବର ୧୨
ଗ୍ୟାଲେରୀ ନଂ ୪: ଗେଟ୍‍ ନମ୍ବର ୧୩
Basic idea about entry gates and parking arrangement at Barabati Stadium for 2nd T20 international Cricket Match between #INDvSA. pic.twitter.com/TSWnf88vq9
— DCP CUTTACK (@dcp_cuttack) June 11, 2022
ଷ୍ଟାଡିୟମ୍ ଭିତରକୁ ଯାଉଥିବା ଦର୍ଶକଙ୍କ ଉପରେ କଟକଣା
ଷ୍ଟାଡିୟମ୍‌ରେ ବସି ଖେଳ ଦେଖିବାକୁ ଥିବା କ୍ରୀଡ଼ାପ୍ରେମୀଙ୍କ ଉପରେ ଲାଗିଛି ଅନେକ କଟକଣା।ଷ୍ଟାଡିୟମ ଭିତରେ ପ୍ରବେଶ କରୁଥିବା ଦର୍ଶକଙ୍କୁ ମାସ୍କ ବାଧ୍ୟତାମୂଳକ କରାଯାଇଛି। ମାସ୍କ ନଥିଲେ ପ୍ରବେଶ ଅନୁମତି ମିଳିବ ନାହିଁ। ସୁରକ୍ଷା ଜନିତ କାରଣରୁ ବ୍ୟାଗ, ବ୍ରିଫକେସ, ପେଜର, ରେଡିଓ, ଡିଜିଟାଲ ଡାଏରି, ଲ୍ୟାପଟପ, ଟେପ ରେକର୍ଡର, ବାଇନା କୁଲର, ରିମୋଟ କଂଟ୍ରୋଲ ଡିଭାଇସ୍, ମ୍ୟୁଜିକାଲ ଇନଷ୍ଟ୍ରୁମେଂଟ, ଭିଡିଓ କ୍ୟାମେରା, ହେଲମେଟ, ଡିଜିଟାଲ କ୍ୟାମେରା, ଫୋଟକା ବାଣ, ଥର୍ମୋଫ୍ଲାକ୍ସ, ଜଗ, ଛତା, ବିଡ଼ି, ସିଗାରେଟ, ଦିଆସିଲି, ଲାଇଟର, ମିରର, ସିଜର, କାଚ ବସ୍ତୁ, ଛୁରି, ମାରଣାସ୍ତ୍ର, ତରଳ ଖାଦ୍ୟ, ଫଳ, ପାଣି ବୋତଲ, ପାଣି ପାଉଚ, ପଲିଥିନ୍ ଆଣିବାକୁ ଓସିଏ ଓ ପୁଲିସ୍ ପକ୍ଷରୁ ମନା କରାଯାଇଛି । ଦର୍ଶକମାନଙ୍କୁ ଗ୍ୟାଲେରିରେ ପାନୀୟ ଜଳ ଓ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯିବ ବୋଲି ସୂଚନା ଦିଆଯାଇଛି ।
ଷ୍ଟାଡିୟମ୍‌ରେ ଦର୍ଶକଙ୍କୁ ଏହିସବୁ ସୁବିଧା ମିଳିବ
ଷ୍ଟାଡିୟମ ଭିତରେ ଓସିଏ ପକ୍ଷରୁ ଦର୍ଶକଙ୍କ ପାଇଁ ଖାଦ୍ୟ ଓ ପାଣିର ବ୍ୟବସ୍ଥା କରାଯାଇଛି। ଦର୍ଶକ ଟଙ୍କା ଦେଇ ଖାଦ୍ୟ, ପାଣି କିଣି ପାରିବେ। ଷ୍ଟାଡିୟମ ଭିତରେ ଶୌଚାଳୟର ବ୍ୟବସ୍ଥା ବି କରାଯାଇଛି। ଦର୍ଶକ ଖେଳ ସମୟରେ ଷ୍ଟାଡିୟମ ବାହାରକୁ ଆସି ପୁଣି ଭିତରକୁ ଯିବାର ଅନୁମତି ନଥିବାରୁ ଓସିଏ ପକ୍ଷରୁ ଶୌଚାଳୟ ବ୍ୟବସ୍ଥା କରାଯାଇଛି।
ବାରବାଟୀ ରେକର୍ଡ: ସଚିନଙ୍କ ନାମରେ ସର୍ବାଧିକ ସ୍କୋର, ପାକିସ୍ତାନ ନାମରେ ସର୍ବନିମ୍ନ ସ୍କୋର
ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ଆଉ ଦୁଇଦିନ ପରେ ଐତିହାସିକ ବାରବାଟୀ ଷ୍ଟାଡିୟମରେ ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍‍। ବାରବାଟୀରେ ଏହା ହେବ ୩ୟ ଅନ୍ତର୍ଜାତୀୟ ଟି-୨୦ । ସେହିଭଳି ବାରବାଟୀରେ ୨୧ଟି ଏକଦିବସୀୟ ମ୍ୟାଚ୍‍ ଖେଳାଯାଇଛି। ମୋଟ୍‍ ଉପରେ ୨୩ ଗୋଟି ସୀମିତ ଓଭର ମ୍ୟାଚ୍‍ ଆୟୋଜନ ଏଠାରେ ହୋଇସାରିଛି। ସୀମିତ ଓଭରରେ ଏହି ଗ୍ରାଉଣ୍ଡରେ ରହିଥିବା ରେକର୍ଡ ଉପରେ ସମ୍ୟକ ନଜର ପକାଇବା।
୨୦୧୫ରେ ଟି-୨୦ ପଦାର୍ପଣ
ବାରବାଟୀ ଗ୍ରାଉଣ୍ଡରେ ଆଜି ପର୍ଯ୍ୟନ୍ତ ୨ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‍ ଖେଳାଯାଇଛି। ଯେଉଁଥିରେ ଭାରତ ଗୋଟିଏ ଲେଖାଏ ବିଜୟ ଓ ପରାଜୟର ସାମ୍ନା କରିଛି। ପ୍ରଥମଥର ଲାଗି ୫ ଅକ୍ଟୋବର ୨୦୧୫ରେ ବାରବାଟୀରେ ଟି-୨୦ ପଦାର୍ପଣ କରିଥିଲା। ଭାରତ ଓ ଦକ୍ଷିଣ ଆଫ୍ରିକା ଏହି ମ୍ୟାଚରେ ସାମ୍ନାସାମ୍ନି ହୋଇଥିଲେ। ତେବେ ଏହି ମ୍ୟାଚରେ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱାଧୀନ ଭାରତକୁ ୬ ୱିକେଟ୍‍ରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏହାର ୨ ବର୍ଷ ପରେ ଅର୍ଥାତ୍‍ ୨୦ ଡିସେମ୍ବର ୨୦୧୭ରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆଉ ଏକ ଟି-୨୦ ମ୍ୟାଚ୍‍ ଏଠାରେ ଆୟୋଜିତ ହୋଇଥିଲା। ରୋହିତ୍‍ ଶର୍ମାଙ୍କ ନେତୃତ୍ୱରେ ଖେଳିଥିବା ଭାରତ ଏହି ମ୍ୟାଚରେ ୯୩ ରନରେ ବୃହତ୍‍ ବ୍ୟବଧାନରେ ବିଜୟୀ ହୋଇଥିଲା। ଲୋକେଶ ରାହୁଲ (୬୧ ରନ)ଙ୍କ ଅର୍ଦ୍ଧଶତକ ଏବଂ ୟୁଜବେନ୍ଦ୍ର ଚହଲ (୪/୨୩) ଓ ହାର୍ଦ୍ଦିକ ପାଣ୍ଡ୍ୟା (୩/୨୯)ଙ୍କ ପ୍ରଭାବୀ ବୋଲିଂ ଭାରତକୁ ବିଜୟରେ ସହାୟକ ହୋଇଥିଲା।
ସର୍ବାଧିକ ଦଳଗତ ସ୍କୋର
ଟି-୨୦ରେ ବାରବାଟୀରେ ସର୍ବାଧିକ ଦଳଗତ ସ୍କୋର ଭାରତ ନାମରେ ରହିଛି। ୨୦୧୭ରେ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ଭାରତ ୩ ୱିକେଟ୍‍ରେ ୧୮୦ ରନ ସଂଗ୍ରହ କରିଥିଲା। ଜବାବରେ ଶ୍ରୀଲଙ୍କା ୮୭ ରନରେ ଅଲ୍‍ଆଉଟ୍‍ ହୋଇଯାଇଥିଲା। ଫଳରେ ଏହି ଗ୍ରାଉଣ୍ଡରେ ସର୍ବନିମ୍ନ ସ୍କୋରର ଅଲୋଡ଼ା ରେକର୍ଡ ଶ୍ରୀଲଙ୍କା ନାମରେ ରହିଛି।
ଚହଲ ସ୍ପିନ ଯାଦୁ
ଲେଗ୍‍-ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ନାମରେ ଏଠାରେ ଟି-୨୦ରେ ଶ୍ରେଷ୍ଠ ବୋଲିଂ ଫିଗର୍‍ ରହିଛି। ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଚହଲ ୪ ଓଭର ବୋଲିଂ କରି ୨୩ ରନ ବ୍ୟୟରେ ୪ଟି ୱିକେଟ୍‍ ନେଇଥିଲେ। ଦକ୍ଷିଣ ଆଫ୍ରିକାର ଆଲବି ମୋର୍କେଲ (୩/୧୨), ରବିଚନ୍ଦ୍ରନ ଅଶ୍ୱିନ (୩/୨୪) ଓ ହାର୍ଦ୍ଦିକ ପାଣ୍ଡ୍ୟା (୩/୨୯) ମଧ୍ୟ ଏଠାରେ ଭଲ ବୋଲିଂ ଫିଗର ପାଇଛନ୍ତି।
ଧୋନି-ପାଣ୍ଡେଙ୍କ ପାର୍ଟନରସିପ୍‍
ଟି-୨୦ରେ ବାରବାଟୀରେ ଯେକୌଣସି ୱିକେଟ୍‍ରେ ସର୍ବାଧିକ ପାର୍ଟନରସିପ୍‍ ମହେନ୍ଦ୍ର ସିଂ ଧୋନି ଓ ମନୀଷ ପାଣ୍ଡେ ଯୋଡ଼ିଙ୍କ ନାମରେ ରହିଛି। ଧୋନି-ପାଣ୍ଡେ ଯୋଡ଼ି ଶ୍ରୀଲଙ୍କା ବିପକ୍ଷରେ ଅବିଭକ୍ତ ୪ର୍ଥ ୱିକେଟ୍‍ରେ ୬୮ ରନ ସଂଗ୍ରହ କରିଥିଲେ।
ରାହୁଲଙ୍କ ନାମରେ ଏକମାତ୍ର ଅର୍ଦ୍ଧଶତକ
ବାରବାଟୀରେ ଖେଳାଯାଇଥିବା ଦୁଇଟି ଟି-୨୦ ମ୍ୟାଚରେ ମାତ୍ର ଗୋଟିଏ ଅର୍ଦ୍ଧଶତକ ଦେଖିବାକୁ ମିଳିଛି। ଏହି ଅର୍ଦ୍ଧଶତକ ଲୋକେଶ ରାହୁଲଙ୍କ ନାମରେ ଲିପିବଦ୍ଧ ରହିଛି। ଶ୍ରୀଲଙ୍କା ବିପକ୍ଷରେ ରାହୁଲ ୪୮ ବଲରୁ ୬୧ ରନ୍‍ର ଇନିଂସ ଖେଳି ଦଳକୁ ଜିତାଇଥିଲେ। ଦ୍ୱିତୀୟ ସର୍ବାଧିକ ବ୍ୟକ୍ତିଗତ ସ୍କୋର ମହେନ୍ଦ୍ର ସିଂ ଧୋନି (୩୯*)ଙ୍କ ନାମରେ ରହିଛି।
ଏକଦିବସୀୟ ରେକର୍ଡ
୨୭ ଜାନୁଆରୀ ୧୯୮୨ରେ ବାରବାଟୀରେ ଏକଦିବସୀୟ କ୍ରିକେଟ୍‍ ପଦାର୍ପଣ କରିଥିଲା। ଏହି ମ୍ୟାଚରେ ଭାରତ ୫ ୱିକେଟ୍‍ରେ ଇଂଲଣ୍ଡକୁ ମାତ୍‍ ଦେଇଥିଲା। ବର୍ତ୍ତମାନ ସୁଦ୍ଧା ଏଠାରେ ୨୧ଟି ୫୦ ଓଭରବିଶିଷ୍ଟ ମ୍ୟାଚ୍‍ ଖେଳାସରିଛି। ଯେଉଁଥିରେ ଭାରତ ୧୯ ମ୍ୟାଚ୍‍ ଖେଳି ୧୩ ବିଜୟ ଓ ୪ ପରାଜୟବରଣ କରିଛି। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦୁଇଟି (୧୯୯୬ ଓ ୨୦୧୩) ଏକଦିବସୀୟ ମ୍ୟାଚ୍‍ ଏଠାରେ ଅନୁପଯୁକ୍ତ ପଡ଼ିଆ ଓ ଖରାପ ପାଗ ଲାଗି ବାତିଲ ହୋଇଛି। ଦକ୍ଷିଣ ଆଫ୍ରିକା ଏହି ଗ୍ରାଉଣ୍ଡରେ ଗୋଟିଏ ହେଲେ ଏକଦିବସୀୟ ମ୍ୟାଚ୍‍ ଖେଳିନାହିଁ।
ଭାରତ କରିଥିଲା ୩୮୧ ରନ
ବାରବାଟୀରେ ଏକଦିବସୀୟ ଫର୍ମାଟ୍‍ରେ ସର୍ବାଧିକ ଦଳଗତ ସ୍କୋର ଭାରତ ନାମରେ ରହିଛି। ୨୦୧୭ରେ ଇଂଲଣ୍ଡ ବିପକ୍ଷରେ ଭାରତ ଏଠାରେ ୬ ୱିକେଟ୍‍ରେ ୩୮୧ ରନ କରିଥିଲା। ଏହି ମ୍ୟାଚରେ ଯୁବରାଜ ସିଂହ ୧୫୦ ଓ ଧୋନି ୧୩୪ ରନର ଶତକୀୟ ଇନିଂସ ଖେଳିଥିଲେ। ଜବାବରେ ଅଧିନାୟକ ଇଅନ ମୋର୍ଗାନ (୧୦୨)ଙ୍କ ଶତକ ସତ୍ତ୍ବେ ଇଂଲଣ୍‍ଡ ୧୫ ରନରେ ପରାସ୍ତ ହୋଇଥିଲେ।
ପାକିସ୍ତାନ ନାମରେ ସର୍ବନିମ୍ନ ସ୍କୋର
ଏଠାରେ ସର୍ବାନିମ୍ନ ଦଳଗତ ସ୍କୋର ପାକିସ୍ତାନ ନାମରେ ରହିଛି। ୧୯୮୯ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ନେହରୁ କପ୍‍ ମ୍ୟାଚରେ ଇମ୍ରାନ ଖାନଙ୍କ ନେତୃତ୍ୱାଧୀନ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ୍‍ରେ ୧୪୮ ରନ କରିଥିଲା। ଜବାବରେ ଗ୍ରାହମ ଗୁଚ୍‍ଙ୍କ ଇଂଲଣ୍ଡ ଦଳ ୪୦ ବଲ୍‍ ଓ ୪ ୱିକେଟ୍‍ ବଳକା ଥାଇ ମ୍ୟାଚ୍‍ ଜିତିନେଇଥିଲା।
ସଚିନ ଖେଳିଛନ୍ତି ସର୍ବାଧିକ ମ୍ୟାଚ୍‍
ବ୍ୟାଟିଂ ମହାରାଥୀ ସଚିନ ତେନ୍ଦୁଲକର ବାରବାଟୀରେ ସର୍ବାଧିକ ୧୦ଟି ଏକଦିବସୀୟ ମ୍ୟାଚ୍‍ ଖେଳିଛନ୍ତି। ଯେଉଁଥିରେ ସଚିନ ଗୋଟିଏ ଶତକ ଓ ୩ଟି ଅର୍ଦ୍ଧଶତକ ସହ ୪୬୯ ରନ ସଂଗ୍ରହ କରିଛନ୍ତି। ବାରବାଟୀରେ ସର୍ବାଧିକ ରନ୍‍ ସଂଗ୍ରହକାରୀ ବ୍ୟାଟର୍‍ ତାଲିକାରେ ସଚିନ ସର୍ବାଗ୍ରେ ରହିଛନ୍ତି।
ଆଝାରୁଦ୍ଦିନଙ୍କ ନାମରେ ସର୍ବୋଚ୍ଚ ସ୍କୋର
ବାରବାଟୀରେ ଏକଦିବସୀୟରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର ମହମ୍ମଦ ଆଝାରୁଦ୍ଦିନଙ୍କ ନାମରେ ରହିଛି। ୧୯୯୮ରେ ଏଠାରେ ଖେଳାଯାଇଥିବା ପେପସୀ ତ୍ରିରାଷ୍ଟ୍ରୀୟ ସିରିଜର ଜିମ୍ବାୱେ ବିପକ୍ଷ ମ୍ୟାଚରେ ଆଝାରୁଦ୍ଦିନ ଅଧିନାୟକତ୍ୱ ପାଳି ଖେଳି ୧୫୩ ରନରେ ଅପରାଜିତ ରହିଥିଲେ। ଅଜୟ ଜାଡେଜା ମଧ୍ୟ ଏହି ମ୍ୟାଚରେ ୧୧୬ ରନ କରିଥିଲେ। ଅସମାପ୍ତ ୪ର୍ଥ ୱିକେଟ୍‍ରେ ଉଭୟ ୨୭୫ ରନର ରେକର୍ଡ ଭାଗୀଦାରି କରିଥିଲେ।
କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର : ବାରବାଟୀ ମ୍ୟାଚ ବନ୍ଦ ପାଇଁ ହୋଇଥିବା ଜନସ୍ୱାର୍ଥ ମାମଲାକୁ ଖାରଜ କଲେ ହାଇକୋର୍ଟ
କଟକ : ବନ୍ଦ ହେବନି ବାରବାଟୀ ମ୍ୟାଚ । ହାଇକୋର୍ଟରେ ଖାରଜ ହୋଇଛି ମ୍ୟାଚ୍‌ ବନ୍ଦ ପାଇଁ ହୋଇଥିବା ଜନସ୍ୱାର୍ଥ ମାମଲା।  ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ଦର୍ଶାଇ ମ୍ୟାଚ ବାତିଲ କରିବାକୁ ପିଆଇଏଲ ହୋଇଥିଲା । ଯାହାର ଆଜି ଶୁଣାଣି କରିଥିଲେ ହାଇକୋର୍ଟ। ଅଗ୍ନି ନିରାପତ୍ତା ନେଇ ସମସ୍ତ ବ୍ୟବସ୍ଥା କରାଯାଉଛି ବୋଲି ସରକାରଙ୍କ ପକ୍ଷରୁ କୋର୍ଟରେ ସୂଚନା ପ୍ରଦାନ କରାଯାଇଛି। ଭର୍ଚୁଆଲରେ ଉପସ୍ଥିତ ରହି ହାଇକୋର୍ଟଙ୍କୁ ତଥ୍ୟ ଦେଇଛନ୍ତି ଏଜି। ଶୃଙ୍ଖଳା ଓ ସୁରକ୍ଷା ଦାୟିତ୍ୱ ରାଜ୍ୟ ସରକାର ନେଇଥିବା ବେଳେ କିପରି ସୁରକ୍ଷିତ ମ୍ୟାଚ୍‌ ଆୟୋଜନ ହେବ ସେ ନେଇ ସମସ୍ତ ପ୍ରକାର ବ୍ୟାବସ୍ଥା କରାଯାଇଛି ବୋଲି ଏଜି ସୂଚନା ଦେଇଛନ୍ତି। ଏଜିଙ୍କ ଆଶ୍ୱାସନା ପରେ ହାଇକୋର୍ଟ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ଦର୍ଶାଇ କରାଯାଇଥିବା  ଜନସ୍ୱାର୍ଥ ମାମଲାକୁ ଖାରଜ କରିଛନ୍ତି ହାଇକୋର୍ଟ।
ଜୁନ୍‌ ୧୨ ତାରିଖରେ ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-୨୦ କ୍ରିକେଟ୍‌ ମ୍ୟାଚ୍‌ ହେବ। ଏହାକୁ ନେଇ ଫ୍ୟାନ୍‌ଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିବା ବେଳେ ଷ୍ଟାଡିୟମରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ଅଭିଯୋଗ ଆଣି ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳର ସଞ୍ଜୟ ନାୟକ ହାଇକୋର୍ଟରେ ଆବେଦନ କରିଥିଲେ। ମ୍ୟାଚ ପୂର୍ବରୁ ଷ୍ଟାଡିୟମ୍‌ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ୍‌ କରିବାକୁ ଶ୍ରୀ ନାୟକ ଆବେଦନରେ ଦର୍ଶାଇଥିଲେ। ସେ ଅଭିଯୋଗରେ ଦର୍ଶାଇଥିଲେ ଯେ ବାରବାଟୀ ଷ୍ଟାଡିୟମରେ ଦର୍ଶକମାନଙ୍କ ପାଇଁ ପ୍ରଥମେ ସୁରକ୍ଷା ଦିଆଯାଉ ପରେ ମ୍ୟାଚ୍ କରାଯାଉ । ବାରବାଟୀ ଷ୍ଟାଡିୟମର ସ୍ଥାୟୀତ୍ବକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ ସମାଜସେବୀ ସଞ୍ଜୟ କୁମାର ନାଏକ । ଏହି ମାମଲାରେ ସଞ୍ଜୟ କୁମାର ନାଏକଙ୍କ ସହ ମୋଟ୍ ୧୫ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଥିଲା ।
ତେବେ ଆଜି ଏହି ମାମଲାର ବିଚାର ହୋଇଥିଲା। ଆବେଦନକାରୀଙ୍କ ଓକିଲ ଯୁକ୍ତି ଉପସ୍ଥାପନ କରିଥିଲେ। ଏହା ପରେ ଭର୍ଚୁଆଲରେ ଉପସ୍ଥିତ ଥିବା ଏଜି ସୁରକ୍ଷା ମ୍ୟାଚ୍‌ କରିବାକୁ କୋର୍ଟଙ୍କୁ ଆଶ୍ୱାସନା ଦେଇଥିଲେ। ଏଜିଙ୍କ ଆଶ୍ୱାସନା ପାଇବା ପରେ କୋର୍ଟ ମାମଲା ଖାରଜ କରିଥିଲେ।
ସୂଚନାଯୋଗ୍ୟ ଚଳିତ ମାସ ୧୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ପାଇଁ ପ୍ରସ୍ତୁତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମ୍ୟାଚ ପୂର୍ବରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା ନେଇ ମକଡ୍ରିଲ ମଧ୍ୟ କରାଯାଇଛି । ମ୍ୟାଚ ପାଇଁ ଅନଲାଇନ ଟିକେଟ ବୁକିଂ ମଧ୍ୟ ଶେଷ ହୋଇଛି । ଆଜି ଟିକେଟ୍ ବୁକିଂ ଅଫଲାଇନରେ ଆରମ୍ଭ ହୋଇଛି । ସକାଳ ୧୦ ଟାରୁ ଟିକେଟ ବିକ୍ରି ଆରମ୍ଭ ହୋଇଛି । ତେବେ ଆଜି ମଙ୍ଗଳବାର ଏବଂ ଆସନ୍ତାକାଲି ବୁଧବାର ପ୍ରଥମେ ଓସିଏ ସହ ଅନୁବନ୍ଧିତ ଥିବା ସ୍କୁଲ, କଲେଜ, କ୍ଲବ ଆଦିଙ୍କୁ ଆଜି ଟିକେଟ ବିକ୍ରି କରାଯିବ । ଏହାପରେ ୯ ଏବଂ ୧୦ ତାରିଖରେ ଦର୍ଶକଙ୍କ ପାଇଁ ଅଫଲାଇନରେ ଟିକେଟ ମିଳିବ । ଏହି ଚାରିଦିନରେ ମୋଟ ୮ ହଜାର ଟିକେଟ୍ ଅଫଲାଇନରେ ବିକ୍ରି କରାଯିବ ।
ଭାରତ-ଦକ୍ଷିଣ ଆଫ୍ରିକା ବାରବାଟୀ ଟି-୨୦ : ନବୀନ କିଣିଲେ ପ୍ରଥମ ଟିକେଟ
ଭୁବନେଶ୍ବର : ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦କୁ ଆଉ ୫ ଦିନ ବାକି ଅଛି। ମ୍ୟାଚ୍‌ ପାଇଁ ବାରବାଟୀ ଷ୍ଟାଡିୟମର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଓସିଏ ପକ୍ଷରୁ ମ୍ୟାଚ ପାଇଁ ଆନୁଷଙ୍ଗିକ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ଚାଲିଛି । ଷ୍ଟାଡିୟମକୁ ଚଳିତ ଥର ନୂଆ ଲୁକ୍‌ ଦେବାପାଇଁ ବିଭିନ୍ନ ଦିଗରେ ଜାରି ରହିଛି କାମ। ପିଚ୍‌ ସହିତ ପୁରା ପଡିଆକୁ ବର୍ଷା ପ୍ରଭାବରୁ ରକ୍ଷା କରିବା ପାଇଁ ଇଂଲଣ୍ଡରୁ ଆସିଛି ଗ୍ରାଉଣ୍ଡ କଭର । ସର୍ବଦା ବ୍ୟାଟିଂ ପିଚ୍‌ ରହି ଆସିଥିବା ବାରବାଟୀକୁ ଏଥର ମଧ୍ୟ ପ୍ରସ୍ତୁତି କରାଯାଇଛି । ଚଳିତ ଟି-୨୦ରେ ଧୁମ୍‌ ରନ୍‌ ବର୍ଷା ହେବ । ଦର୍ଶକ ଖୁବ୍‌ ମନଭରି ଉପଭୋଗ କରିବେ ବୋଲି ଆଶା କରାଯାଉଛି ।
ସେପଟେ ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ଟିକେଟ ବିକ୍ରି । କାଲିଠୁ ପ୍ରଥମ ପର୍ଯ୍ୟାୟରେ ବିକ୍ରି ହେଉଥିବା ଟିକେଟ କେବଳ ଓସିଏ ସହିତ ଅନୁବନ୍ଧିତ ସଂଗଠନ, ସ୍କୁଲ , କଲେଜ ଓ କ୍ଲବ ଇତ୍ୟାଦିକୁ ବିକ୍ରି କରାଯିବ । ଓସିଏ କନଫରେନ୍ସ ହଲରେ ଏହି ଟିକେଟ ବିକ୍ରିର କାର୍ଯ୍ୟକ୍ରମ ରହିଥିବା ବେଳେ ୮ ହଜାର ଟିକେଟ ସେମାନଙ୍କ ପାଇଁ ନିର୍ଦ୍ଧାରିତ କରାଯାଇଛି । ଆସନ୍ତା ୯ ତାରିଖରୁ ସର୍ବସାଧାରଣଙ୍କ ପାଇଁ ଷ୍ଟାଡିୟମ ପରିସରରେ ଥିବା କାଉଣ୍ଟରରେ ଟିକେଟ ବିକ୍ରି କରିବା ପାଇଁ ସମସ୍ତ ପ୍ରସ୍ତୁତିକୁ ଶେଷ କରିଛି ଓସିଏ । ଆସନ୍ତାକାଲି ଟିକେଟ ବିକ୍ରି ଆରମ୍ଭ ହେବାକୁ ଥିବା ବେଳେ ପ୍ରଥମ ଟିକେଟ୍‌ କିଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
I am rooting for #TeamIndia for the upcoming #INDvsSA series. Hope fans from all over the world get to see an exciting match at #BarabatiStadium, #Odisha. Looking forward to see you all in #Cuttack. #T20#MenInBlue#TeamIndia#BleedBlue pic.twitter.com/siKRnh0HYk
— Naveen Patnaik (@Naveen_Odisha) June 6, 2022
ଓଡିଶା କ୍ରିକେଟ ଆସୋସିଏସନର ସଭାପତି ପଙ୍କଜ ଲୋଚନ ମହାନ୍ତି, ସଂପାଦକ ସଞ୍ଜୟ ବେହେରା ନବୀନ ନିବାସରେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଟିକେଟ ପ୍ରଦାନ କରିଛନ୍ତି । ଏହି ଅବସରରେ ୫-ଟି ସଚିବ ଭି.କେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ । ଏଚଡିଏଫସି ବ୍ୟାଙ୍କର ଜୋନାଲ ହେଡ୍ ଦୀପକ ସିଂହ ଓ ଭାଇସ ପ୍ରେସିଡେଣ୍ଟ ଅନିମେଷ ବିଶ୍ବାଳ ଏହି ଅବସରରେ ଓଡିଶା କ୍ରିକେଟ ଆସୋସିଏସନ ସଂପାଦକ ସଞ୍ଜୟ ବେହେରା ବାରବାଟୀ ମ୍ୟାଚ୍ ପାଇଁ ଟିକେଟ ବିକ୍ରି ସୁବ୍ୟବସ୍ଥିତ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ।
ସୂଚନାଯୋଗ୍ୟ ବାରବାଟୀ ଷ୍ଟାଡିୟମରେ ମୋଟ ୪୪୨୩୪ ଜଣ ଦର୍ଶକ ବସିବାର କ୍ଷମତା ଥିବା ବେଳେ ସେଥିମଧ୍ୟରୁ ୨୯ ହଜାର ୧୫୪ଟି ଟିକେଟ ବିକ୍ରି କରାଯିବ। ବିକ୍ରି ପାଇଁ ଥିବା ୨୯ ହଜାର ୧୫୪ ଟି ଟିକେଟ ମଧ୍ୟରୁ ଓ ଅନଲାଇନ ପାଇଁ ୫ ହଜାର ଟିକେଟ ବିକ୍ରି ହୋଇ ସାରିଥିବା ବେଳେ ଓସିଏ ସହିତ ଅନୁବନ୍ଧିତ ସଂଗଠନଗୁଡ଼ିକୁ ୮ ହଜାର ଟିକେଟ ବିକ୍ରି କରାଯିବ । ତେଣୁ ସର୍ବଧାରଣଙ୍କ ପାଇଁ ୧୬୫୪୫ଟି ଟିକେଟ କାଉଣ୍ଟରରେ ବିକ୍ରି ପାଇଁ ଆସିବ । ସେପଟେ ମ୍ୟାଚକୁ ଆଉ ୫ ଦିନ ସମୟ ବାକିଥିବା ବେଳେ ପିଚ ସହ ଗ୍ରାଉଣ୍ଡ ପ୍ରସ୍ତୁତି କର୍ଯ୍ୟକୁ ଚୂଡ଼ାନ୍ତ କରିଛି ଓସିଏ ।
ବାରବାଟୀ ଟି-୨୦: ଜୁନ୍ ୧ରୁ ଅନଲାଇନରେ ଟିକେଟ ବିକ୍ରି ଆରମ୍ଭ
ଭୁବନେଶ୍ବର: ଜୁନ୍ ୧୨ରେ ହେବାକୁ ଥିବା ବାରବାଟୀରେ ଭାରତ-ଦ.ଆଫ୍ରିକା ଟି.ଟ୍ୱେଣ୍ଟି ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କ୍ରୀଡ଼ା ସଚିବ ଭିନିଲ କ୍ରୀଷ୍ଣା, ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଓସିଏ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି କ୍ରୀଡା ସଚିବ।
ବାରବାଟୀ ଷ୍ଟାଡିୟମରେ କ୍ରିକେଟ ମଜା ନେବେ ଦର୍ଶକ। ବାରବାଟୀରେ ଭାରତ ଦକ୍ଷିଣଆଫ୍ରିକା ଟି-୨୦ ମ୍ୟାଚ ପାଇଁ ଆସନ୍ତା ଜୁନ ୧ ତାରିଖରୁ ହେବ ଟିକେଟ ବିକ୍ରି ଆରମ୍ଭ ହେବ। ଜୁନ୍ ୧ରୁ ଅନ୍‌ଲାଇନ୍ ଟିକେଟ ବିକ୍ରି  ଆରମ୍ଭ ହେବାକୁ ଥିବା ବେଳେ ୯ ଓ ୧୦ ତାରିଖରେ ଅଫ୍‌ଲାଇନ୍‌ ଟିକେଟ ବିକ୍ରି ହେବ। ଏ ନେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରା ସାମ୍ବାଦିକ ସମ୍ନିଳନୀରେ ସୂଚନା ଦେଇଛନ୍ତି।
ଷ୍ଟାଡିୟମର ପୁରା କ୍ଷମତା ସହିତ ଦର୍ଶକ ରହିବେ। ବୈଠକରେ ସୂଚନା ଦେଇଛନ୍ତି କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ନା । ଖେଳାଳି ଆସିବା ଠାରୁ ଯିବା ପର୍ଯ୍ଯନ୍ତ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହେବ। ୪୦ ହଜାର ଦର୍ଶକ ଆସିବାକୁ ଥିବାରୁ ପ୍ରାୟ ୧୫ ହଜାର ଗାଡ଼ି ଆସିବର ସମ୍ଭାବନା ରହିଛି। ତେଣୁ ଟ୍ରାଫିକ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି। ବାଲିଯାତ୍ରା ପଡିଆରେ ସର୍ବସାଧାରଣଙ୍କ ପାଇଁ ଗାଡି ପାର୍କିଂ ବ୍ୟବସ୍ଥା ହେବ ବୋଲି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।
ବର୍ଷା ହେଲେ ବି ବାରବାଟୀ ଷ୍ଟାଡିୟମରେ ଖେଳାଯାଇ ପାରିବ ମ୍ୟାଚ୍‌, ବର୍ଷାରୁ ପିଚକୁ ସୁରକ୍ଷା ଦେବ ‘ହୋଭର କଭର’
କଟକ : ବର୍ଷାଜନିତ ସମସ୍ୟାକୁ ଏଡ଼ାଇବା ପାଇଁ ବାରବାଟୀ ଷ୍ଟାଡିୟମର ଗ୍ରାଉଣ୍ଡରେ ପରିବର୍ତ୍ତନ ଅଣାଯାଇଛି। ବାରବାଟୀ ଷ୍ଟାଡିୟମ ସ୍ୟାଣ୍ଡ ବେସ୍‍ ଗ୍ରାଉଣ୍ଡରେ ପରିଣତ ହୋଇଛି। ଅର୍ଥାତ୍‍ ବର୍ଷାଜଳ ତୁରନ୍ତ ଶୋଷିନେବ ଏହାର ମାଟି। ଫଳରେ ମ୍ୟାଚ୍‍ ଆୟୋଜନରେ କୌଣସି ବାଧା ହେବ ନାହିଁ। ତେବେ ଏହି ବ୍ୟବସ୍ଥା ଭିତରେ ପୁଣି ଏକ ନୂଆ ଯୋଜନା ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ସଂଯୋଗ କରିଛି। ବାରବାଟୀକୁ ‘ହୋଭର କଭର’ ଅଣାଯିବା ପାଇଁ ଯୋଜନା ଆଗେଇଛି। ବିଦେଶରେ କ୍ରିକେଟ ଷ୍ଟାଡିୟମରେ ‘ହୋଭର କଭର’ ବ୍ୟବହାର ହୁଏ। ଯାହା ଏବେ ବାରବାଟୀରେ ଦେଖିବାକୁ ମିଳିବ। ବର୍ଷାହେଲେ ଏଣିକି ଜରିପାଲ ଖୋଜିବାକୁ ପଡ଼ିବନି। ଏହି କଭରର ମୂଲ୍ୟ ୧ କୋଟି ଟଙ୍କା ହୋଇଥିବା ବେଳେ ଇଂଲଣ୍ଡରୁ ଏହା ଅର୍ଡର ଦିଆଯାଇଛି ବୋଲି ଜଣାପଡ଼ିଛି।
ଏହି ‘ହୋଭର କଭର’ ଆସନ୍ତା ଜୁନ୍ ୧୦ ତାରିଖ ସୁଦ୍ଧା କଟକରେ ପହଞ୍ଚିବାର ଯୋଜନା ଅଛି ।ଏହି କଭର ସୂକ୍ଷ୍ମ ଫାଇବରର । ଏହାର ବ୍ୟବହାର ଇଂଲଣ୍ଡର ଲର୍ଡ୍ସ ଗ୍ରାଉଣ୍ଡରେ ହୋଇଆସୁଛି । ଇଲଣ୍ଡର ଏକ କମ୍ପାନୀ ଠାରୁ ଓସିଏ ଏହାକୁ କିଣିଛି । ଏଥିପାଇଁ କୋଟିଏ ଟଙ୍କା ଖର୍ଚ୍ଚ କରିଛି ଓସିଏ । ମ୍ୟାଚର ଦୁଇଦିନ ପୂର୍ବରୁ ଏହା କଟକ ଆସି ପହଞ୍ଚିବ ବୋଲି ଓସିଏ ପକ୍ଷରୁ କୁହାଯାଇଛି ।  କଟକ ମ୍ୟାଚ୍ ବେଳକୁ ଓଡିଶାରେ ମୌସୁମୀ ସକ୍ରିୟ ହୋଇସାରିଥିବ ବୋଲି ପାଣିପାଗ ବିଭାଗର ପୂର୍ବାନୁମାନରୁ ଜଣାପଡିଛି । ଜୁନ୍ ପ୍ରଥମ ସପ୍ତାହ ସୁଦ୍ଧା ମୌସୁମୀ ଓଡିଶାରେ ପହଞ୍ଚି ସାରିଥିବ । ତେଣୁ ଜୁନ୍ ୧୨ରେ ହେବାକୁ ଥିବା ବାରବାଟୀ ଟି-୨୦ ମ୍ୟାଚ ପାଇଁ ପୂରା ପ୍ରସ୍ତୁତ ରହିଛି ଆୟୋଜକ ଓସିଏ । ବର୍ଷା ହେଲେ ବି ମ୍ୟାଚରେ ବିଶେଷ ପ୍ରଭାବ ପଡିବ ନାହିଁ ବୋଲି କୁହାଯାଇଛି । କାରଣ ଏଥର ‘ସ୍ୟାଣ୍ଡ ବେସ୍ ଫିଲ୍ଡ’ ବା ବାଲି ଭିତ୍ତିଭୂମି ଉପରେ ନିର୍ମିତ ପଡିଆରେ ଖେଳାଯିବ ମ୍ୟାଚ୍ । ଅର୍ଥାତ୍‍ ବର୍ଷାଜଳ ତୁରନ୍ତ ଶୋଷିନେବ ଏହାର ମାଟି। ଫଳରେ ମ୍ୟାଚ୍‍ ଆୟୋଜନରେ କୌଣସି ବାଧା ହେବ ନାହିଁ।
ଅନ୍ୟପଟେ ସମଗ୍ର ଦେଶରେ କୋଭିଡ ସଂକ୍ରମଣ କମିଯିବା ପରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍‍ରେ ଶତପ୍ରତିଶତ ଦର୍ଶକ ଷ୍ଟାଡିୟମ୍‍ରେ ଖେଳ ଦେଖିବାକୁ ବିସିସିଆଇର ଅନୁମତି ଦେଇଛି। ଏହା ସତ୍ତ୍ବେ ବାରବାଟୀରେ ଶତ ପ୍ରତିଶତ ଦର୍ଶକ ଉପସ୍ଥିତି ରହି ପାରିବେ କି ନାହିଁ ତାହା ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ଘୋଷଣା କରିନାହିଁ। ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି ଯେ, ବିସିସିଆଇର ଘୋଷଣା ପରେ ଆମେ ରାଜ୍ୟ ସରକାରଙ୍କ ଅନୁମତିକୁ ଅପେକ୍ଷା କରିଛୁ। ପୂର୍ବରୁ ଶତ ପ୍ରତିଶତ ଦର୍ଶକ ଉପସ୍ଥିତି ନିମନ୍ତେ ଅନୁମତି ଦେବାକୁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯାଇଥିଲା। ଏହାକୁ ନେଇ ଶୁକ୍ରବାର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ରାଜ୍ୟ ସରକାରଙ୍କ ପ୍ରତିନିଧି ଏଥିରେ ଯୋଗ ଦେବେ। ସମ୍ଭବତଃ ଉକ୍ତ ପ୍ରସଙ୍ଗରେ ଚୂଡ଼ାନ୍ତ ଘୋଷଣା କରାଯିବ ବୋଲି ସେ କହିଛନ୍ତି।
ପ୍ରକାଶ ଥାଉକି, ବାରବାଟୀ ଷ୍ଟାଡିୟମରେ ୪୪ହଜାର ଦର୍ଶକ ବସିବା ଭଳି କ୍ଷମତା ରହିଛି। ମ୍ୟାଚ୍‍ ଦିନ ପାଖେଇ ଆସୁଥିବା ବେଳେ ଓସିଏ ପାଇଁ ଏକ ନୂଆ ସମସ୍ୟା ମଧ୍ୟ ସାମ୍ନାକୁ ଆସିଛି। ଷ୍ଟାଡିୟମର ଅଗ୍ନି ସୁରକ୍ଷା ପ୍ରମାଣପତ୍ର ନାହିଁ। ଏଣୁ ଯଦି କୌଣସି ଅଘଟଣ ଘଟେ ତାହେଲେ ଅନେଜ ଜୀବନହାନି ହେବାର ସମ୍ଭାବନା ରହିଛି। ଏହାକୁ ନେଇ ରାଜ୍ୟ ମାନବାଧିକାର କମିଶନ(ଓଏଚ୍‍ଆରସି)ଙ୍କ ନିକଟରେ ପିଟିସନ୍‍ ମଧ୍ୟ ଦାଖଲ ହୋଇଛି। କମିଶନ ଏହାର ଶୁଣାଣି କରି ଓସିଏ ସମ୍ପାଦକ ସଞ୍ଜୟ ଓ ଡିସିପି ପିନାକ ମିଶ୍ରଙ୍କୁ ଜବାବ ତଲବ କରିଛନ୍ତି। ଆସନ୍ତା ୨୬ ସୁଦ୍ଧା ଅଗ୍ନି ନିରାପତ୍ତା ବ୍ୟବସ୍ଥା କରି ରିପୋର୍ଟ ଦାଖଲ କରିବାକୁ କମିଶନ ପକ୍ଷରୁ କୁହାଯାଇଛି।