mission western Odisha - The Sakala

ନବୀନଙ୍କ ଫୋକସ୍‌ରେ ପଶ୍ଚିମ ଓଡ଼ିଶା : ନୂଆ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବେ ୭
ଭୁବନେଶ୍ବର : ରାଜ୍ୟର ସନ୍ତୁଳିତ ଓ ସମନ୍ୱିତ ବିକାଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରାଥମିକତା ହୋଇ ଆସିଛି। ସମସ୍ତ କ୍ଷେତ୍ରରେ ସର୍ବାଙ୍ଗୀନ ଉନ୍ନତି ସହ ଆଞ୍ଚଳିକ ବୈଷମ୍ୟ ଦୂରୀକରଣ ରାଜ୍ୟ ସରକାରଙ୍କ ପ୍ରତି ଯୋଜନାର ମୂଳ ଲକ୍ଷ୍ୟ ହୋଇଛି। ରାଜ୍ୟରେ ପଶ୍ଚିମ ଓଡ଼ିଶାରେ ବିକାଶ ହେଉନଥିବା ଏବଂ ପଛୁଆ ରହିଯାଇଥିବା ନେଇ ବିରୋଧୀ ଅପପ୍ରଚାର କରୁଥିବା ବେଳେ ଏବେ ମୁଖ୍ୟମନ୍ତ୍ରୀଙ୍କ ଫୋକସ୍‌ରେ ରହିଛି ପଶ୍ଚିମ ଓଡ଼ିଶା। ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ‘ମିଶନ୍‍ ପଶ୍ଚିମ ଓଡ଼ିଶା’ ଅଧୀନରେ ପଶ୍ଚିମାଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ, ପାନୀୟ ଜଳ ଓ ନିର୍ମାଣ କାର୍ଯ୍ୟକ୍ରମକୁ  ସର୍ବାଧିକ ପ୍ରାଧାନ୍ୟ ଦିଆଯାଇଛି।

ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ମନ୍ତ୍ରୀମଣ୍ଡଳରେ ମଧ୍ୟ ନବୀନ ପଶ୍ଚିମ ଓଡ଼ିଶାର ୭ ଜଣଙ୍କୁ ସ୍ଥାନ ଦେଇଛନ୍ତି। ଆଜି ଶପଥ ନେବାକୁ ଥିବା ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ପଶ୍ଚିମ ଓଡ଼ିଶାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଥିବା କୁହାଯାଉଛି। ନିକଟରେ ପଶ୍ଚିମ ଓଡ଼ିଶାରୁ ନିରଞ୍ଜନ ବିଶିଙ୍କୁ ରାଜ୍ୟସଭାକୁ ପଠାଇବାକୁ ନବୀନ ନିଷ୍ପତ୍ତି ନେଇଥିବାବେଳେ ୨ ଜଣ ମହିଳାଙ୍କ ସମେତ ୭ଜଣଙ୍କୁ ମନ୍ତ୍ରୀ ପଦ ଦେଇ ସରକାରରେ ଭାରସାମ୍ୟ ରକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ଉଦ୍ୟମ କରିଛନ୍ତି। ନବକିଶୋର ଦାସ, ପ୍ରଦୀପ ଅମାତ, ନିରଞ୍ଜନ ପୂଜାରୀ, ରାଜେନ୍ଦ୍ର ଢ଼ୋଲକିଆ, ରୋହିତ ପୂଜାରୀ, ଟୁକୁନୀ ସାହୁ ଓ ରୀତା ସାହୁଙ୍କୁ ସରକାରରେ ସାମିଲ କରାଯିବା ନେଇ ଆପାତତଃ ସୂଚନା ମିଳିଛି। ସେହିପରି ଉପମୁଖ୍ୟ ସଚେତକ ପଦରେ ପଶ୍ଚିମ ଓଡ଼ିଶାର ଅନ୍ୟଜଣେ ବିଧାୟକ ସରୋଜ ମେହେରଙ୍କୁ ଅବସ୍ଥାପିତ କରାଯିବ ବୋଲି ଜଣାପଡ଼ିଛି।

ଆଜି ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବ । ନୂଆ ମନ୍ତ୍ରୀମଣ୍ଡଳ ପାଇଁ ଚୂଡ଼ାନ୍ତ ତାଳିକାରେ ପଶ୍ଚିମ ଓଡ଼ିଶାରୁ ୭ ଜନପ୍ରତିନିଧିଙ୍କ ନାମ ରହିଛି। କେବଳ ସେତିକି ନୁହେଁ, ଗତକାଲି ଇସ୍ତଫା ଦେଇଥିବା ୬ ଜଣ ମନ୍ତ୍ରୀଙ୍କ ମଧ୍ୟରେ କେବଳ ଜଣେ ମହିଳା ଥିବା ବେଳେ ଏଥର କିନ୍ତୁ ୨ ବିଧାୟିକାଙ୍କୁ ମନ୍ତ୍ରୀ ହେବାର ସୁଯୋଗ ମିଳୁଛି।ସୁବର୍ଣ୍ଣପୁର ଜିଲ୍ଲାରେ ସର୍ବମୋଟ ୨ଟି ବିଧାନସଭା କ୍ଷେତ୍ର ଥିବା ଉଭୟ ବିଧାୟକ ନିରଂଜନ ପୂଜାରୀ ଓ ପଦ୍ମନାଭ ବେହେରା ମନ୍ତ୍ରୀ ହୋଇଥିଲେ। ସେହିପରି ବଲାଂଗୀର ଜିଲ୍ଲାରୁ ଟୁକୁନି ସାହୁ, କଳାହାଣ୍ଡି ଜିଲ୍ଲାରୁ ଦିବ୍ୟଶଙ୍କର ମିଶ୍ର, ଝାରସୁଗୁଡ଼ା ଜିଲ୍ଲାରୁ ନବକିଶୋର ଦାସ ଏବଂ ବରଗଡ଼ ଜିଲ୍ଲାରୁ ସୁଶାନ୍ତ ସିଂହ ମନ୍ତ୍ରୀ ଥିଲେ। ଆଜିର ଚୂଡ଼ାନ୍ତ ତାଲିକାରେ ଏହି ୬ ଜଣଙ୍କ ମଧ୍ୟରୁ କେବଳ ନିରଂଜନ ପୂଜାରୀ, ନବକିଶୋର ଦାସ ଓ ଟୁକୁନି ସାହୁଙ୍କ ନାମ ରହିଛି। ପଶ୍ଚିମ ଓଡ଼ିଶାର ସବୁଠାରୁ କ୍ଷମତାଶାଳୀ ନେତା ସୁଶାନ୍ତ ସିଂହଙ୍କ ସହିତ ପଦ୍ମନାଭ ବେହେରା ଏବଂ ଦିବ୍ୟଶଙ୍କର ମିଶ୍ରଙ୍କ ନାମ ନାହିଁ ।

ନୂଆ ମନ୍ତ୍ରୀମଣ୍ଡଳରେ ସୁଶାନ୍ତ ସିଂହଙ୍କ ନାମ ନଥିବାକୁ ନେଇ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ତାଙ୍କୁ ମୁଖ୍ୟମନ୍ତ୍ରୀ ସାଂଗଠନିକ ଗୁରୁଦାୟିତ୍ବ ଦେବେ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପଟେ ପଶ୍ଚିମ ଓଡ଼ିଶାର ୩ ମନ୍ତ୍ରୀ ବିହୀନ ଜିଲ୍ଲା ସମ୍ବଲପୁର, ନୂଆପଡ଼ା ଓ ବୌଦ୍ଧକୁ ଏଥର ମନ୍ତ୍ରୀ ପଦ ମିଳିଛି। ବୌଦ୍ଧରୁ ପ୍ରଦୀପ ଅମାତ, ନୂଆପଡ଼ାରୁ ରାଜେନ୍ଦ୍ର ଢୋଲକିଆ ଓ ସମ୍ବଲପୁର ଜିଲ୍ଲାରୁ ଇଂ.ରୋହିତ ପୂଜାରୀଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ଯାଉଛନ୍ତି। ସେହିପରି ବରଗଡ଼ ଜିଲ୍ଲାରୁ ସୁଶାନ୍ତ ସିଂହଙ୍କ ପରିବର୍ତ୍ତେ ବିଜେପୁର ବିଧାୟିକା ରୀତା ସାହୁଙ୍କୁ ମନ୍ତ୍ରିମଣ୍ଡଳରେ ନିଆଯାଉଛି।

ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟ ସରକାର ପଶ୍ଚିମ ଓଡ଼ିଶାକୁ ସର୍ବାଧିକ ପ୍ରାଧାନ୍ୟ ଦେଇ ଆସିଛନ୍ତି। ଶ୍ରୀ ପଟ୍ଟନାୟକଙ୍କ ୫ମ ପାଳିରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠି ବୃଦ୍ଧି ହେବା ସହ ପ୍ରତି ଜିଲ୍ଲାରେ କାର୍ଯ୍ୟାଳୟ କାର୍ଯ୍ୟକାରୀ କରାଇଥିଲେ। କରୋନା ମହାମାରୀ ପରେ ପରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି, ସୁନ୍ଦରଗଡ଼ ଏବଂ ଅନ୍ୟ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଲୋକାର୍ପଣ କରିଥିଲେ। ଏହା ମଧ୍ୟରେ ଜଳସେଚନ ପ୍ରକଳ୍ପକୁ ସର୍ବଧିକ ପ୍ରାଧାନ୍ୟ ଦିଆଯାଇଛି। ସେହିପରି ସୁନ୍ଦରଗଡ଼ ଜିଲ୍ଲାରେ ସର୍ବବୃହତ ତଥା ୨୦ ହଜାର କ୍ଷମତା ବିଶିଷ୍ଟ ହକି ଷ୍ଟାଡିୟମ୍‍ ମଧ୍ୟ ନିର୍ମାଣାଧୀନ ରହିଛି।

ସନ୍ତୁଳିତ ଓ ସମନ୍ୱିତ ବିକାଶ ଲକ୍ଷ୍ୟରେ ରାଜ୍ୟ ସରକାର : ପଶ୍ଚିମାଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ,ପାନୀୟ ଜଳ ଯୋଗାଣକୁ ସର୍ବାଧିକ ପ୍ରାଧାନ୍ୟ
ଭୁବନେଶ୍ୱର : ରାଜ୍ୟର ସନ୍ତୁଳିତ ଓ ସମନ୍ୱିତ ବିକାଶ ସରକାରଙ୍କ ପ୍ରାଥମିକତା ହୋଇ ଆସିଛି। ସମସ୍ତ କ୍ଷେତ୍ରରେ ସର୍ବାଙ୍ଗୀନ ଉନ୍ନତି ସହ ଆଞ୍ଚଳିକ ବୈଷମ୍ୟ ଦୂରୀକରଣ ପ୍ରତି ଯୋଜନାର ମୂଳ ଲକ୍ଷ୍ୟ ହୋଇଛି। ଏହାକୁ ହାସଲ କରିବା ପାଇଁ ‘ମିଶନ୍‍ ପଶ୍ଚିମ ଓଡ଼ିଶା’ ଅଧୀନରେ ପଶ୍ଚିମାଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ, ପାନୀୟ ଜଳ ଓ ନିର୍ମାଣ କାର୍ଯ୍ୟକ୍ରମକୁ ରାଜ୍ୟ କ୍ୟାବିନେଟ୍‌ରେ  ସର୍ବାଧିକ ପ୍ରାଧାନ୍ୟ ଦିଆଯାଇଛି। ଗତକାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‍ରେ ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ନିଆଯାଇଛି ଅନେକ ନିଷ୍ପତ୍ତି।

ସମ୍ବଲପୁର ଜିଲ୍ଲା ସମ୍ବଲପୁର ତହସିଲ ଅନ୍ତର୍ଗତ ବସନ୍ତପୁର ମୌଜାରେ ସୈନିକ ସ୍କୁଲ ନିର୍ମାଣ ପାଇଁ ୧୦୦.୦୫ ଡି. ସରକାରୀ ଜମି କେନ୍ଦ୍ର ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରାଳୟକୁ ବିନା ମୂଲ୍ୟରେ ପଟ୍ଟା୍‍ ସୂତ୍ରରେ ପ୍ରଦାନ କରାଯାଇଛି। ରାଜ୍ୟରେ ଦ୍ୱିତୀୟ ସୈନିକ ସ୍କୁଲ ପ୍ରତିଷ୍ଠା କରିବା ପାଇଁ ବିନା ମୂଲ୍ୟ ଓ ବିନା ଆନୁଷଙ୍ଗିକ ଖର୍ଚ୍ଚରେ ପଟ୍ଟା୍‍ ସୂତ୍ରରେ ପ୍ରଦାନ କରାଯାଇଛି। ବାର୍ଷିକ ଭୂ-ରାଜସ୍ୱ ବାବଦକୁ ଏକର ପିଛା ମାତ୍ର ଏକ ଟଙ୍କା ହିସାବରେ ଓ ସେସ୍‍ ବାବଦକୁ ଭୂ ରାଜସ୍ୱର ୭୫% ହିସାବରେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦେୟ ଦେବାକୁ ପଡ଼ିବ। ଗ୍ରାମାଞ୍ଚଳର ପ୍ରତି ଘରେ ବିଶୁଦ୍ଧ ଜଳଯୋଗାଣକୁ ମିଶନ ଭାବରେ ଗ୍ରହଣ କରିଛନ୍ତି ସରକାର। ୨୦୨୬ ସୁଦ୍ଧା ଏହି ଲକ୍ଷ୍ୟ ହାସଲ ଯୋଜନା କରିଛି। ଏହି କ୍ରମରେ ଜଳ ଜୀବନ ମିଶନ କାର୍ଯ୍ୟକ୍ରମରେ ୧୮୩ କୋଟି ୨୩ ଲକ୍ଷ ୮୨ ହଜାର ୬୭୦ ଟଙ୍କା ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ୨୪ ମାସ ମଧ୍ୟରେ ଏହି କାର୍ଯ୍ୟ ଶେଷ ହେବ। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଏବଂ ବାମରା ବ୍ଲକର ୩୭ଟି ଗ୍ରାମ ପଞ୍ଚାୟତର ୨୨୧ଟି ଗାଁର ୧,୩୧,୫୮୭ ଲୋକ ଏହି ପ୍ରକଳ୍ପ ଦ୍ୱାରା ପ୍ରତ୍ୟକ୍ଷ ଭାବେ ଉପକୃତ ହେବେ। କୁଚିଣ୍ଡା ବ୍ଲକର ୯୦ଟି ଗାଁର ୪୮୮୦୭ ଲୋକ ଏବଂ ବାମରା ବ୍ଲକର ୧୩୧ଟି ଗାଁର ୮୨,୭୮୦ ଲୋକ ଉପକୃତ ହେବେ ବୋଲି ଜଣାପଡ଼ିଛି।

ସମ୍ବଲପୁରରେ ସୈନିକ ସ୍କୁଲ ପାଇଁ ମାଗଣା ପଟ୍ଟା

କୁଚିଣ୍ଡା ଓ ବାମରା ବ୍ଲକ ଜଳଯୋଗାଣ ପ୍ରକଳ୍ପକୁ ମଞ୍ଜୁରି

ଇବ୍‍ ନଦୀରେ ନିର୍ମାଣ ହେବ ବ୍ୟାରେଜ୍‍ ଓ ଉଚ୍ଚ ସେତୁ

ସୁନ୍ଦରଗଡ଼ ଜିଲ୍ଲା ୨ ବ୍ଲକରେ ୧୪ ଗାଁରେ ପାନୀୟ ଜଳ ପ୍ରକଳ୍ପ

ହୀରାକୁଦ ସେଚାଞ୍ଚଳ ଅନ୍ତର୍ଗତ ବରଗଡ଼ କେନାଲର ପୁନରୁଦ୍ଧାର

ସୁନ୍ଦରଗଡ଼ କୁଡାବାଗା ଠାରେ ନିର୍ମାଣ ହେବ ଆନିକଟ୍‍

ଯମନକିରା, ରେଙ୍ଗାଲି, କୁଚିଣ୍ଡାରେ ପାନୀୟ ଜଳ ପ୍ରକଳ୍ପ

ଦେବଗଡ଼ ଜିଲ୍ଲାରେ ସ୍ଥାପନ ହେବ ୨ଟି ବୃହତ ପ୍ରକଳ୍ପ

ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ କୋପସିଙ୍ଗା ଗାଁ ନିକଟରେ ଥିବା ଇବ୍‍ ନଦୀରେ ବ୍ୟାରେଜ ତଥା ସେତୁ ନିର୍ମାଣ କରାଯିବ। ଏହି ପ୍ରକଳ୍ପରେ ଶକ୍ତି ସଂଯୋଗୀକରଣ କାର୍ଯ୍ୟକ୍ରମ ମଧ୍ୟ କରାଯିବ। ପ୍ରକଳ୍ପର ନିର୍ମାଣ ପାଇଁ ଜିଏସ୍‍ଟି ବ୍ୟତୀତ ୧୫୨କୋଟି ୨୦ ଲକ୍ଷ ଟଙ୍କାର ଅନୁଦାନ ଏବଂ ୫ ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ପାଇଁ ଜିଏସ୍‍ଟି ବ୍ୟତୀତ ୮୦ ଲକ୍ଷ ଟଙ୍କାର ଟେଣ୍ଡରକୁ କ୍ୟାବିନେଟ୍‍ ଅନୁମୋଦନ ମିଳିଛି। ସୁନ୍ଦରଗଡ଼ ଜିଲ୍ଲାର ଟାଙ୍ଗରପାଲି ଓ ସଦର ବ୍ଲକର ୧୪ଟି ଗାଁ ଲୋକଙ୍କ ପାନୀୟ ଜଳ ଓ ଘରୋଇ ବ୍ୟବହାର ପାଇଁ ଜଳ ଉପଲବ୍ଧ କରାଇବ। ସେହିପରି ୩୧୭.୭୦ ହେକ୍ଟର ପରିମିତ ଅଞ୍ଚଳରେ ମାଛ ଚାଷ ନିମିତ୍ତ ଏହା ସହାୟକ ହେବ। ଅନୁରୂପ ଭାବେ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ(ଅତିରିକ୍ତ ଆୟକଟ)କୁ ଜଳ ଯୋଗାଣ ପାଇଁ ଆହ୍ୱାନ କରାଯାଇଥିବା ଟେଣ୍ଡରକୁ ଅନୁମୋଦନ କରାଯାଇଛି। ପ୍ରକଳ୍ପର ନିର୍ମାଣ ପାଇଁ ୧୮୫ କୋଟି ୪୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବା ସହ ୨୪ ମାସରେ କାର୍ଯ୍ୟ ସରିବ। ଏହି ପ୍ରକଳ୍ପ ନିର୍ମାଣ ଦ୍ୱାରା ୫୭୫୦ ହେକ୍ଟର ଚାଷ ଜମିକୁ ଜଳସେଚିତ କରାଯାଇ ପାରିବ। ହୀରାକୁଦ ସେଚାଞ୍ଚଳ ଅନ୍ତର୍ଗତ ବରଗଡ଼ ମୁଖ୍ୟ କେନାଲ ଆର.ଡି ୦୦ କି.ମି ଠାରୁ ୮୪.୨୭୭ କିମି ପର୍ଯ୍ୟନ୍ତ ପୁନରୁଦ୍ଧାର ଓ ପୁନର୍ବିନ୍ୟାସ(ଆରଡି ୦୦ କି.ମି ଠାରୁ ୨୫ କି.ମି) ଯାଏଁ କଂକ୍ରିଟକରଣ କରାଯିବ। ୨୪ ମାସରେ ସରିବାକୁ ଥିବା ଏହି ପ୍ରକଳ୍ପ ପାଇଁ ପ୍ରାୟ ୧୬୦ କୋଟି ୩୩ ଲକ୍ଷ ଟଙ୍କା ବ୍ୟୟବରାଦକୁ ଅନୁମୋଦନ କରାଯାଇଛି।

ସେହିପରି ସମ୍ବଲପୁର ଜିଲ୍ଲାର କୁଚିଣ୍ଡା, ଯମନକିରା ଓ ରେଙ୍ଗାଳି ଏବଂ ଦେବଗଡ଼ ଜିଲ୍ଲାର ୨ଗୋଟି ବୃହତ୍ତ ବୃହତ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯିବ। ଏହି ସବୁ ଅଞ୍ଚଳର ୫୦ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୪୮୧ଟି ଗାଁର ୧,୬୮,୪୧୮ ଜନସାଧାରଣଙ୍କୁ ପାନୀୟ ଜଳ ଯୋଗାଇବ। ଏଥିପାଇଁ ୩୬୯ କୋଟି ୧୧ ଲକ୍ଷ ଟଙ୍କାକ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ଆଗାମୀ ୨୪ ମାସ ମଧ୍ୟରେ ଏହି ପ୍ରକଳ୍ପ ସରିବ।ବିନା ବିସ୍ଥାପନରେ ସୀମିତ ନଦୀ ଗର୍ଭ ବୃହତ ଜଳାଶୟ ସୃଷ୍ଟି ପାଇଁ ନଦୀ ଗର୍ଭ ସୀମିତ ଜଳ ସଂରକ୍ଷଣ ଆନିକଟ ନିର୍ମାଣ ପ୍ରକଳ୍ପ ଯୋଜନା କରାଯାଇଥିଲା। ଏହି କ୍ରମରେ ସୁନ୍ଦରଗଡ଼ ଜିଲ୍ଲା କୁଡାବାଗା ଗ୍ରାମ ନିକଟରେ ଏକ ଆନିକଟ ନିର୍ମାଣ କରାଯିବ। ଏହି ପ୍ରକଳ୍ପ ପାଇଁ ୧୬୨ କୋଟି ଟଙ୍କା ଏବଂ ୫ ବର୍ଷ ଯାଏ ରକ୍ଷଣାବେକ୍ଷଣ ପାଇଁ ୯୦ ଲକ୍ଷ ଟଙ୍କାର ବ୍ୟୟବରାଦକୁ ଅନୁମୋଦନ କରାଯାଇଛି। ଆସନ୍ତା ୩୦ ମାସ ମଧ୍ୟରେ ଏହି ପ୍ରକଳ୍ପ ସରିବ ବୋଲି ଜଣାପଡ଼ିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟ ସରକାର ପଶ୍ଚିମ ଓଡ଼ିଶାକୁ ସର୍ବାଧିକ ପ୍ରାଧାନ୍ୟ ଦେଇ ଆସିଛନ୍ତି। ଶ୍ରୀ ପଟ୍ଟନାୟକଙ୍କ ୫ମ ପାଳିରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠି ବୃଦ୍ଧି ହେବା ସହ ପ୍ରତି ଜିଲ୍ଲାରେ କାର୍ଯ୍ୟାଳୟ କାର୍ଯ୍ୟକାରୀ କରାଇଥିଲେ। କରୋନା ମହାମାରୀ ପରେ ପରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି, ସୁନ୍ଦରଗଡ଼ ଏବଂ ଅନ୍ୟ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଲୋକାର୍ପଣ କରିଥିଲେ। ଏହା ମଧ୍ୟରେ ଜଳସେଚନ ପ୍ରକଳ୍ପକୁ ସର୍ବଧିକ ପ୍ରାଧାନ୍ୟ ଦିଆଯାଇଛି। ସେହିପରି ସୁନ୍ଦରଗଡ଼ ଜିଲ୍ଲାରେ ସର୍ବବୃହତ ତଥା ୨୦ ହଜାର କ୍ଷମତା ବିଶିଷ୍ଟ ହକି ଷ୍ଟାଡିୟମ୍‍ ମଧ୍ୟ ନିର୍ମାଣାଧୀନ ରହିଛି।