e mo bus - The Sakala

ପ୍ରଥମ ପର୍ଯ୍ୟାୟରେ ରାଜଧାନୀରେ ଚଳାଚଳ କରିବ ୫୦ଟି ଇ-ବସ୍‍, କ୍ରୁଟ୍‍ ଆରମ୍ଭ କଲା ଇ-ବସ୍‍ ଚାଳନା ତାଲିମ୍‍
ଭୁବନେଶ୍ୱର : ଜୁନ୍‍ ପ୍ରଥମ ସପ୍ତାହରୁ ଭୁବନେଶ୍ୱରରେ ଆରମ୍ଭ ହେବ ଇ-ବସ ସେବା। ‘ମୋ ବସ୍‍’ ପରିଚାଳନା ସଂସ୍ଥା କ୍ରୁଟ୍‍ ପକ୍ଷରୁ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ୱରରେ ୧୦ଟି ଇ-ବସ ପହଞ୍ଚି ସାରିଥିବା ବେଳେ ବସ୍‍ ଚାଳନା ତାଲିମ ମଧ୍ୟ ଆରମ୍ଭ ହୋଇଯାଇଛି। ପୂର୍ବରୁ ଯେଉଁମାନେ ‘ମୋ ବସ୍‍’ ଚଳାଉଥିଲେ, ସେମାନଙ୍କ ମଧ୍ୟରୁ କିଛି ଅଭିଜ୍ଞ କ୍ୟାପ୍‍ଟେନ୍‍ଙ୍କୁ ନେଇ ‘ମୋ ବସ୍‍’ ଡିପୋରେ ତାଲିମ ଦିଆଯାଉଛି। ଏହାସହିତ ଆସିଥିବା ଇ-ବସ୍‍ଗୁଡ଼ିକୁ ‘ମୋ ବସ୍‍’ ଢାଞ୍ଚାରେ ରଙ୍ଗ କରାଯାଇଥିବା ବେଳେ ଏଥିରେ ‘ମୋ ବସ୍‍’ ମଧ୍ୟ ଲେଖାଯାଇସାରିଛି।

ବର୍ତ୍ତମାନ ଭୁବନେଶ୍ୱର ସମେତ କଟକ ଓ ପୁରୀକୁ ଜାରି ରହିଥିବା ‘ମୋ ବସ’କୁ ବହୁ ପରିମାଣରେ ଆଦୃତି ମିଳିଛି। ରାଜଧାନୀ ସମେତ ଅନ୍ୟ କିଛି ସହରାଞ୍ଚଳରେ ପରିବହନ କ୍ଷେତ୍ରରେ କ୍ରୁଟ୍‍ର ‘ମୋ ବସ’ ସେବା ଅତ୍ୟାଧୁନିକ ଓ ଆରାମ ଦାୟକ ହୋଇପାରିଛି। ସହରୀ ଯାତାୟାତ ସେବାରେ ସଂସ୍କାର ଆଣିଥିବା ଏହି ସେବା ଜାତୀୟସ୍ତରରେ ମଡେଲ୍‍ ହୋଇପାରିଛି। ବର୍ତ୍ତମାନ ୩୨ଟି ରୁଟ୍‍ରେ ଚଳାଚଳ କରୁଥିବା ୨୨୫ଟି ବସ୍‍ରେ ଭୁବନେଶ୍ୱର, କଟକ, ଖୋର୍ଦ୍ଧା, ପିପିଲି, କୋଣାର୍କ ଓ ପୁରୀ ଭଳି ସହର ଦୈନିକ ହାରାହାରି ୧.୫ ଲକ୍ଷ ଯାତ୍ରୀ ଯାତାୟାତ କରୁଛନ୍ତି। ଏହି ସବୁ ବସ୍‍ଗୁଡ଼ିକ ସୁ-ବ୍ୟବସ୍ଥିତ ପରିଚାଳନା ବ୍ୟବସ୍ଥା ମାଧ୍ୟମରେ ପରିଚାଳିତ ହେଉଛି। ୨୦୧୯ ମସିହାରୁ ପ୍ରତି ବର୍ଷ ଦୈନିକ ଯାତ୍ରୀ ପରିବହନ ସଂଖ୍ୟା ବୃଦ୍ଧି ପାଇ ଚାଲିଥିବା ବେଳେ ରାଜସ୍ୱ ମଧ୍ୟ ବୃଦ୍ଧି ପାଇଛି। ଇତି ମଧ୍ୟରେ ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ମୋ ଇ-ରାଇଡ୍‍, ଇ-ରିକ୍ସା ସେବା ଆରମ୍ଭ କରାଯାଇଛି। ଏହା ମାଧ୍ୟମରେ ଲୋକମାନେ ‘ମୋ ବସ୍‍’ ଷ୍ଟାଣ୍ଡ ପର୍ଯ୍ୟନ୍ତ ଆସି ବସ୍‍ ଧରି ନିଜ ଗନ୍ତବ୍ୟସ୍ଥଳକୁ ଯାଇପାରୁଛନ୍ତି। ତେବେ ଦୀର୍ଘଦିନ ଧରି ଇ-ବସ ସେବା ଆରମ୍ଭ କରିବା ପାଇଁ ଯୋଜନା ରହିଥିବା ବେଳେ କରୋନା ଏଥିରେ ବଡ଼ ଆହ୍ୱାନ ହୋଇଥିଲା। ମାତ୍ର ଧୀରେ ଧୀରେ ସ୍ଥିତି ସୁଧୁରିବା ପରେ ଏବେ ଇ-ବସ ‘ମୋ ବସ୍‍’ରେ ଯୋଡ଼ି ହେବାକୁ ଯାଉଛି।

ଇତି ମଧ୍ୟରେ ପଟିଆ ଓ ଭଗବାନପୁରରେ ଅତ୍ୟାଧୁନିକ ବସ୍‍ ଡିପ୍ପୋ ନିର୍ମିତ ହୋଇଥିବା ବେଳେ ଗାଡ଼କଣ ଓ ପୋଖରୀପୁଟରେ ଡିପୋ କମ୍‍ ଅଫିସ ନିର୍ମାଣ କାର୍ଯ୍ୟ ଚଲିଛି। ଏହି ଡିପୋରୋ ଇ-ବସ ଚାର୍ଜିଂ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ବେଳେ ବର୍ଷକ ମଧ୍ୟରେ ୫୦ଟି ଇ-ବସ୍‍ ଚଳାଇବା ପାଇଁ ଯୋଜନା ରହିଛି। ଏହା ବ୍ୟତୀତ କ୍ୟାପିଟାଲ ରିଜିଅନର ବିଭିନ୍ନ ଆଭ୍ୟନ୍ତରରେ ସେବା ପ୍ରଦାନ ପାଇଁ ପ୍ରାୟ ୧୦୦ ମିନି ବସ୍‍ ଚଳାଚଳ କରାଯିବା ପାଇଁ ଲକ୍ଷ୍ୟ ରଖା ଯାଇଛି। ଗତ କିଛିଦିନ ତଳେ ‘ମୋ ବସ୍‍’ ସେବା ସମ୍ପର୍କରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସମୀକ୍ଷା କରିବା ସହ ଆଗାମୀ ଦିନରେ କିପରି ଏହାକୁ ଆହୁରି ଅଧିକ ବ୍ୟାପକ ଓ ସୁଦୃଢ଼ କରାଯାଇ ପାରିବ ସେନେଇ ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ।