SNANA JATRA - The Sakala

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା, ଦର୍ଶନ କରୁଛନ୍ତି ଲକ୍ଷାଧିକ ଭକ୍ତ
ବାରିପଦା: ଆଜି ଦେବସ୍ନାନ ପୂର୍ଣ୍ଣିମା ପାଇଁ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶ୍ରୀ ଶ୍ରୀ ହରିବଳଦେବ ଜୀଉଙ୍କ ପବିତ୍ର ସ୍ନାନ ଯାତ୍ରା ଅନୁଷ୍ଠିତ ହେଉଛି। ନିର୍ଦ୍ଧାରିତ ନିର୍ଘଣ୍ଟ ଅନୁଯାୟୀ ସମସ୍ତ ନୀତିକାନ୍ତି ସମ୍ପାଦିତ ହେଉଛି। ଦେବତ୍ତୋର ବିଭାଗ ଓ ମନ୍ଦିର ସେବାୟତ ଏଥିପାଇଁ ସମସ୍ତ କାର୍ଯ୍ୟ ସଠିକ ଭାବରେ ତୁଲାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ସକାଳ ୫:୩୦ରୁ ସ୍ନାନ ମଣ୍ଡପକୁ ଗୋଟି ପହଣ୍ଡିରେ ତିନି ଦିଅଁ ସ୍ନାନ ମଣ୍ଡପକୁ ବିଜେ କରାଯାଇଛି। ଗଙ୍ଗାଙ୍କ ଆବାହନ କରାଯାଇ ଅମୃତ ସ୍ନାନ, ୧୦୮ ପଇଡ ଜଳ ସ୍ନାନ ଏବଂ ତା’ପରେ ମନ୍ଦିର ପରିସରର ସ୍ବତନ୍ତ୍ର କୂଅରୁ ୧୦୮ କୁମ୍ଭ ଲେଖାଏଁ ଜଳ ଅଣାଯାଇ ଶ୍ରୀ ଜୀଉ ମାନଙ୍କର ଦେବସ୍ନାନ ନୀତି ଅନୁଷ୍ଠିତ ହେଇଛି। ଏହାପରେ ତିନି ଠାକୁରଙ୍କର ଚନ୍ଦନ ଓ ଫୁଲ ବେଶ ହୋଇ ସାହାଣମେଲା ଅନୁଷ୍ଠିତ ହେଉଛି। ସର୍ବସାଧାରଣଙ୍କ ଦର୍ଶନ ଜାରି ରହିବା ସହିତ ସନ୍ଧ୍ୟାରେ ଶ୍ରୀ ଜୀଉମାନେ ଗଜ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ।

ସେପଟେ ସ୍ଥାନୀୟ ସାନ ଜଗନ୍ନାଥ (ବାଣ୍ଠିଆ ଜଗନ୍ନାଥ) ମହାପ୍ରଭୁଙ୍କ ମନ୍ଦିରରେ ମଧ୍ୟ ଦେବସ୍ନାନ ପୂର୍ଣ୍ଣିମା ଯଥାରୀତିରେ ସମ୍ପନ୍ନ ହେଇଛି। ପରମ୍ପରା ଅନୁସାରେ ସ୍ନାନ ପୂର୍ଣ୍ଣିମା ମଧ୍ୟରାତ୍ରରେ ତିନି ଠାକୁର ଗୋଟି ପହଣ୍ଡିରେ ୧୫ ଦିନ ପାଇଁ ଅଣସର ପିଣ୍ଡିକୁ ବିଜେ କରିବେ। ସ୍ନାନଯାତ୍ରା ପରେ ମହାପ୍ରଭୁ ଅଣସର ଘରକୁବିଜେ କରିବେ । ଏହି ସମୟରେ ଶ୍ରୀମନ୍ଦିରରେ ପୂଜା ପାଇବେ ପଟି ଦିଅଁ । ଏଥିପାଇଁ ଚିତ୍ରକର ସେବକମାନେ ପଟିଦିଅଁ ପ୍ରସ୍ତୁତିରେ ସାରିଛନ୍ତି । ପାରମ୍ପରିକ ରଙ୍ଗ ଦେବା କାର୍ଯ୍ୟମଧ୍ୟ ଶେଷ ହୋଇଛି । ସ୍ନାନ ମଣ୍ଡପରେ ତିନି ଦିଅଁଙ୍କୁ ଦର୍ଶନ କରିବା ପାଇଁ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ଜଗନ୍ନାଥ ମନ୍ଦିରରେ ହଜାର ହଜାର ଭକ୍ତଙ୍କର ଭିଡ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଏସପି ଏସ୍ ସୁଶ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଦିଅଁ ଦର୍ଶନ ପାଇଁ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସକାଳ ସମୟରୁ ରାତି ପର୍ଯ୍ୟନ୍ତ ମନ୍ଦିର ସମ୍ମୁଖ ଦେଇ ଯାନବାହାନ ଚଳାଚଳର ରୁଟ ପରିବର୍ତ୍ତନ କରାଯାଇଛି। ଶାନ୍ତି ଶୃଙ୍ଖଳା ପାଇଁ ଆବଶ୍ୟକ ପୁଲିସ ଅଧିକାରୀ ସହିତ ଫୋର୍ସ ମୁତୟନ କରାଯାଇଛି। ଅସ୍ଥାୟୀ ଫାଣ୍ଡି ସହ ଦୁଇ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ବାରିପଦା ଓ ଉଦଳା ପୁଲିସ ଉପଖଣ୍ଡରୁ ଅଫିସର ଓ କର୍ମଚାରୀ ଆସି କାର୍ଯ୍ୟରେ ଯୋଗ ଦେଇଛନ୍ତି ।

ରଥଯାତ୍ରା ୨୦୨୨: ଭକ୍ତଙ୍କ ଗହଣରେ ହେବ ସ୍ନାନ ଯାତ୍ରା
ପୁରୀ: ଦୀର୍ଘ ଦୁଇ ବର୍ଷ ପରେ ଚଳିତ ବର୍ଷ ଭକ୍ତଙ୍କ ଗହଣରେ ହେବ ମହାସ୍ନାନ ଯାତ୍ରା । ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ହାତୀ ବେଶ ପୂର୍ବରୁ ସ୍ନାନ ମଣ୍ଡପ ତଳେ ଦର୍ଶନ ଲାଗି ଅନୁମତି ମିଳିଛି। ଏହାସହ ବେଶ ପରେ ୨ ଘଣ୍ଟା ମଣ୍ଡପରେ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କୁ ଅନୁମତି ଦେଇଛି ଶ୍ରାମନ୍ଦିର ପ୍ରଶାସନ । ତେବେ ଦର୍ଶନ ସମୟରେ ଶ୍ରୀଜୀଉଙ୍କୁ ସ୍ପର୍ଶ କରିବାକୁ ବାରଣ କରାଯାଇଛି । ଅର୍ଥାତ ଭକ୍ତ ଦର୍ଶନ କରିବେ ସିନା କିନ୍ତୁ ସ୍ପର୍ଶ କରିପାରିବେନି ।

ସୂଚନା ଅନୁଯାୟୀ, ଶ୍ରୀକ୍ଷେତ୍ର ଭଉଁରୀ, ସ୍ନାନପୂର୍ଣ୍ଣମୀ ଓ ରଥଯାତ୍ରା ପାଇଁ ଶ୍ରୀମନ୍ଦିର କାର୍ଯ୍ଯଳୟରେ ବୈଠକ ବସିଥିଲା । ବିଭିନ୍ନ ନିଯୋଗ ସହ ପୃଥକ ପୃଥକ ଭାବେ ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ଓ ଜିଲ୍ଲାପାଳ ସମର୍ଥ ବର୍ମା ଆଲୋଚନା କରିଥିଲେ। ମହାପ୍ରଭୁଙ୍କ ନୀତି କାନ୍ତି ଶୃଙ୍ଖଳିତ ଭାବେ କରିବା ନେଇ ଆଲୋଚନା ହୋଇଥିଲା । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ ବସିଥିଲା। ଏହି ବୈଠକ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ, ଦଇତାପତି ନିଯୋଗ ସଭାପତି, ସମ୍ପାଦକଙ୍କୁ ନେଇ  ଅନୁଷ୍ଠିତ ହୋଇଥିଲା। ସ୍ନାନପୂର୍ଣ୍ଣିମା, ରଥଯାତ୍ରା ନେଇ ବିଚାରବିମର୍ଶ  ହୋଇଥିଲା।

ଗତ ଦୁଇ ବର୍ଷ ହେବ କୋଭିଡ କାରଣରୁ ବିନା ଭକ୍ତରେ ହେଉଥିଲା ମହାପ୍ରଭୁଙ୍କ ସ୍ନାନଯାତ୍ରା । ହେଲେ ଏଥର କରୋନା ପ୍ରକୋପ କମ ଥିବାରୁ ଭକ୍ତଙ୍କୁ ଦର୍ଶନ ଲାଗି ଅନୁମତି ମିଳିଛି ।