5t screatey vk pandian - The Sakala
ନବୀନ ପଟ୍ଟନାୟକଙ୍କ ନୂତନ ଓଡ଼ିଶା ନବନିର୍ମାଣର ସାରଥୀ ଭି.କେ.ପାଣ୍ଡିଆନ୍
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭିକେ ପାଣ୍ଡିଆନ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି।  ଗତ ୨୦ତାରିଖରେ ସେ ସ୍ୱେଚ୍ଛାକୃତ ଅବସର ପାଇଁ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟକୁ ଆବେଦନ କରିଥିଲେ । ତାଙ୍କର ଆବେଦନକୁ ଆଜି କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି। ଭିକେ ପାଣ୍ଡିଆନ ସରକାରୀ ଚାକିରିରୁ ଅବସର ନେବା ଖବର ପ୍ରସାରିତ ହେବାପରେ ଏହାକୁ ନେଇ ବେଶ ଚର୍ଚ୍ଚା ଓ ଆଲୋଚନା ଚାଲିଛି। କାରଣ ଜଣେ ଦକ୍ଷ, ନିଷ୍ଠାପର ଓ କର୍ତ୍ତବ୍ୟପରାୟଣ ଆଇଏଏସ୍ ଅଫିସର ହେଉଛନ୍ତି ପାଣ୍ଡିଆନ। ଯାହାଙ୍କ ଦୂରଦୃଷ୍ଟି ଓ ବିକାଶଶୀଳ ଚିନ୍ତାଧାରା ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନକୁ ବାସ୍ତବତାର ରୂପ ଦେଇ ଚାଲିଛି। ତୃଣମୂଳସ୍ତର ସହ ଜଡିତ ରହି ବିକାଶର ଶିଖରକୁ ସ୍ପର୍ଶ କରିବାରେ ସେ ଅତ୍ୟନ୍ତ ପାରଙ୍ଗମ। ସେଥିପାଇଁ ଆଜି ସାରା ଦେଶରେ ୫-ଟି ଭଳି ଏକ ନିଆରା ଚିନ୍ତାଧାରାକୁ ନେଇ ବେଶ୍‌ ଚର୍ଚ୍ଚା ହେଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ନୂତନ ଓଡ଼ିଶାର ନବନିର୍ମାଣର କରୁଛନ୍ତି ତାହାର ସାରଥୀ ସାଜିଛନ୍ତି ଭି.କେ.ପାଣ୍ଡିଆନ୍।
ଭି.କେ ପାଣ୍ଡିଆନ୍‌ – କେଉଁଠୁ ଆସିଲେ ଏ ଆଇଏଏସ୍‌ ଅଫିସର?
ଭି.କେ ପାଣ୍ଡିଆନ୍ ଏହି ନାମକୁ ସମସ୍ତେ ଜାଣନ୍ତି କିନ୍ତୁ ତାଙ୍କର ପୂରା ନାଁ ଭି. କାର୍ତିକେୟନ୍‌ ପାଣ୍ଡିଆନ୍‌ ।୧୯୭୪ ମେ ମାସ ୨୯ ତାରିଖରେ ତାମିଲନାଡୁ ମଦୁରାଇରେ ଜନ୍ମ ଗ୍ରହଣ କରିଥିଲେ ଏହି ଆଇଏଏସ୍‌ ଅଫିସର । ତାଙ୍କ ନିଜ ଘର ତାମିଲନାଡୁରେ ହୋଇଥିବାବେଳେ, ସେଇଠି ହିଁ ତାଙ୍କ ପାଠ ପଢା ଶେଷ ହୋଇଥିଲା । ତାଙ୍କ ସ୍କୁଲ କ୍ୟାରିୟର ନେଭେଲି ସ୍ପୋର୍ଟସ୍‌ ହଷ୍ଟେଲରେ ଶେଷ ହୋଇଥିବାବେଳେ, ମଦୁରାଇର କୃଷି ମହାବିଦ୍ୟାଳୟ ଏବଂ ଅନୁସନ୍ଧାନ ପ୍ରତିଷ୍ଠାନରୁ ବିଏସି ଏଗ୍ରିକଲଚର ଓ ଦିଲ୍ଲୀର ଭାରତୀୟ କୃଷି ଅନୁସନ୍ଧାନ ପ୍ରତିଷ୍ଠାନରୁ ଉଦ୍ଭିଦ ଫିଜିଓଲୋଜିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ଏହାପରେ ସେ ଆଇଏଏସ୍‌ ପରୀକ୍ଷାରେ ସଫଳତା ପାଇଥିଲେ ।
ଓଡ଼ିଶାରେ ପାଣ୍ଡିଆନଙ୍କ କ୍ୟାରିୟର
ଓଡିଶାରେ ପାଣ୍ଡିଆନ କାମ ଆରମ୍ଭ କରିଥିଲେ ଜଣେ ଯୁବ ସବ-କଲେକ୍ଟର ହିସାବରେ । ୨୦୦୦ ବ୍ୟାଚର ଏହି ଆଇଏଏସ୍‌ ଅଫିସର ନିଜ ଚାକିରି ଜୀବନର ପ୍ରଥମରେ କଳାହାଣ୍ଡି ଜିଲ୍ଲାର ଧର୍ମଗଡରୁ ସବ-କଲେକ୍ଟର ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଏହି ସମୟରେ ପାଣ୍ଡିଆନଙ୍କ ଗୋଟିଏ ନିଷ୍ପତି ତାଙ୍କୁ ଚର୍ଚ୍ଚାରେ ଆଣିଥିଲା । ସେତେବେଳେ ମିଲରମାନଙ୍କୁ ପୂରା ଏମଏସପି ଚାଷୀମାନଙ୍କୁ ଦେବାକୁ ନିଷ୍ପତି ନେଇଥିଲେ ପାଣ୍ଡିଆନ୍‌ । ଆଉ ଏହାର ସିଧାସଳଖ ଲାଭ ପାଇଥିଲେ ହଜାର ହଜାର ଚାଷୀ ଭାଇ । ସେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପାଣ୍ଡିଆନଙ୍କ ଏହି ନିଷ୍ପତିକୁ ପ୍ରଂଶସା କରିଥିଲେ।
୨୦୦୨ ରୁ ୨୦୦୪ ପର୍ଯ୍ୟନ୍ତ ପାଣ୍ଡିଆନ ଓଡିଶାର କାଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିଲେ। ଏହାପରେ ସେ ରାଉରକେଲା ଏଡିଏମ୍ ଭାବେ କାମ କରିବା ପରେ୨୦୦୫ ରୁ ମୟୁରଭଞ୍ଜ ଜିଲ୍ଲାର ଜିଲ୍ଲାପାଳ ହୋଇଥିଲେ। ମୟୁରଭଞ୍ଜ କଲେକ୍ଟର ଭାବରେ ୨୦୦୫ ରୁ ୨୦୦୭ ପର୍ଯ୍ୟନ୍ତ କାମ କରିଥିଲେ ପାଣ୍ଡିଆନ। ସେତେବେଳେ ସାରା ଦେଶରେ ସେ ସବୁଠୁ ୟଙ୍ଗ କଲେକ୍ଟର ହେବାର ଗୌରବ ଅର୍ଜନ କରିଥିଲେ ଭି.କେ ପାଣ୍ଡିଆନ୍, ଆଉ ତାଙ୍କ କାମକୁ ନେଇ ବି ବେଶ ଚର୍ଚ୍ଚା ହେଇଥିଲା । ମୟୂରଭଞ୍ଜ ଜିଲ୍ଲାରେ ସେ ପ୍ରଥମ କରି ଦିବ୍ୟାଙ୍ଗମାନଙ୍କୁ ଭତ୍ତା ଦେବା ଆରମ୍ଭ କରିଥିଲେ । ଯେଉଁଥିପାଇଁ ମୟୂରଭଞ୍ଜଙ୍କୁ ନ୍ୟାସନାଲ୍‌ ଆୱାର୍ଡ ମିଳିବା ସହ ପାଣ୍ଡିଆନଙ୍କୁ ହେଲେନ୍‌ କିଲର ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।
ଏହାପରେ ଓଡିଶାର ଉତ୍ତରରୁ ଏବେ ଦକ୍ଷିଣକୁ ଆସିଥିଲେ ଭି କେ ପାଣ୍ଡିଆନ୍‌ । ମୟୂରଭଞ୍ଜରୁ ବଦଳି ହେଇ ସେ ହେଇଥିଲେ ଗଞ୍ଜାମ କଲେକ୍ଟର । ସେତେବେଳେ ଓଡିଶାର ଜିଲ୍ଲାମାନଙ୍କ ଭିତରେ ଗଞ୍ଜାମକୁ ଗୋଟିଏ ପଛୁଆ ଜିଲ୍ଲା ହିସାବରେ ଦେଖାଯାଉଥିଲା । ହେଲେ ଯେବେଠୁ ପାଣ୍ଡିଆନ୍‌ ଏ ଜିଲ୍ଲାର କଲେକ୍ଟର ହେଲେ, ସେବେଠୁ ଗଞ୍ଜାମ ଆଗକୁ ବଢିବା ସହ ବିକାଶର ସ୍ୱପ୍ନ ଦେଖିଥିଲା। ୨୦୦୭ ରୁ ୨୦୧୧ ପର୍ଯ୍ୟନ୍ତ ସେ ଗଞ୍ଜାମ ଜିଲ୍ଲାର କଲେକ୍ଟର ଭାବରେ କାର୍ଯ୍ୟ କରିଥିଲେ। ପାଣ୍ଡିଆନ ଜିଲ୍ଲାପାଳ ଥିବାବେଳେ ଗଞ୍ଜାମକୁ ଅଶେଷ ସଫଳତା ମିଳିଥିଲା। ପାଣ୍ଡିଆନ ଜିଲ୍ଲାପାଳ ଥିବା ସମୟରେ ବିଭିନ୍ନ ସରକାରୀ ଯୋଜନାର ସଠିକ କାର୍ଯ୍ୟ ପାଇଁ ୪ ଥର ଜାତୀୟ ପୁରସ୍କାର ପାଇଥିଲା ଗଞ୍ଜାମ।
ସେତେବେଳେ ମନରେଗା ଭଳି ଜନ ହିତକାରୀ ସରକାରୀ ଯୋଜନାକୁ ଗଞ୍ଜାମ ଜିଲ୍ଲାରେ ଆରମ୍ଭ କରାଯାଇଥିଲା । ଭି କେ ପାଣ୍ଡିଆନ୍‌ ସେତେବେଳେ ଏ କାମକୁ ନିଜେ ହିଁ ତର୍ଜମା କରୁଥିଲେ । ଲୋକଙ୍କ ମନରେଗା କାମର ପାଉଣା, ସେତେବେଳେ ପ୍ରଥମ କରି ବ୍ୟାଙ୍କ ଆକାଉଣ୍ଟକୁ ପଠାଇବା ଆରମ୍ଭ କରିଥିଲା ଗଞ୍ଜାମ ଜିଲ୍ଲା ପ୍ରଶାସନ । ଆଉ ପାଣ୍ଡିଆନଙ୍କ ନିଆରା ନିଷ୍ପତି ଯୋଗୁଁ ଦୁଇ ଦୁଇ ଥର ରାଷ୍ଟ୍ରପତି ପୁରସ୍କାର ପାଇଥିଲା ଗଞ୍ଜାମ । ଏହାସହ ରାଜ୍ୟ ସରକାର ମଧ୍ୟ ଭି କେ ପାଣ୍ଡିଆନ୍‌ ଗଞ୍ଜାମ ଜିଲ୍ଲାରେ ଆରମ୍ଭ କରିଥିବା ଏହି ବ୍ୟବସ୍ଥାକୁ ସାରା ରାଜ୍ୟରେ ଲାଗୁକରିଥିଲେ।
ମନରେଗା ପରେ ଗଞ୍ଜାମରେ ଏଡସ୍‌ ରୋକିବାକୁ ଅଣ୍ଟା ଭିଡିଥିଲେ କଲେକ୍ଟର ଭିକେ ପାଣ୍ଡିଆନ୍‌ । ସେତେବେଳେ ଗଞ୍ଜାମ ହିଁ ଓଡିଶାରେ ଗୋଟିଏ ମାତ୍ର ଜିଲ୍ଲା ଥିଲା । ଯେଉଁଠି ଏଡସ୍‌ ରୋଗୀଙ୍କ ସଂଖ୍ୟା ସବୁଠୁ ଉପରେ ଥିଲା । ଗଞ୍ଜାମ ଜିଲ୍ଲାରେ ଏଡସ୍‌ ରୋକିବାକୁ କାମ ଆରମ୍ଭ କରିଥିଲେ ପାଣ୍ଡିଆନ୍‌ । ଆଉ ଏଥିପାଇ ମଧ୍ୟ ଗଞ୍ଜାମ ଜିଲ୍ଲାକୁ ନ୍ୟାସନାଲ ଆୱାର୍ଡ ମିଳିଥିଲା । କ୍ଷେତ୍ରଫଳ ଓ ଜନସଂଖ୍ୟା ଦୃଷ୍ଟିରୁ ରାଜ୍ୟର ସର୍ବବୃହତ୍ ଦୁଇ ଜିଲ୍ଲା ମୟୁରଭଞ୍ଜ ଓ ଗଞ୍ଜାମର ଜିଲ୍ଲାପାଳ ଭାବେ ଉତ୍କୃଷ୍ଟ ପ୍ରଶାସନର ଉତ୍ତମ ନିଦର୍ଶନ କରିପାରିଥିଲେ। ପାଣ୍ଡିଆନ୍‌ଙ୍କ ସୁଦୂରପ୍ରସାରୀ ବିଚାର ଓ ଲକ୍ଷ୍ୟର ପ୍ରାମାଣିକତା ତାଙ୍କ କାର୍ଯ୍ୟରୁ ସ୍ପଷ୍ଟ ଅନୁମେୟ ହେଉଥିଲା।
ପାଣ୍ଡିଆନ କେମିତି ହେଲେ ଗଞ୍ଜାମ କଲେକ୍ଟରରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ
ପାଣ୍ଡିଆନଙ୍କ ଷ୍ଟାଇଲ୍‌ ଅଫ୍‌ ୱାର୍କ । ଆଉ ଲୋକଙ୍କ ପାଇଁ ତାଙ୍କ କାମ ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ହେଇଥିଲେ । ଜଣେ ଦକ୍ଷ, ନିଷ୍ଠାପର ଓ କର୍ତ୍ତବ୍ୟପରାୟଣ ଆଇଏଏସ୍ ଯାହାଙ୍କ ଦୂରଦୃଷ୍ଟି ଓ ବିକାଶଶୀଳ ଚିନ୍ତାଧାରା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଭାବିତ କରିଥିଲା। ଏହାପରେ ୨୦୧୧ ମସିହା ମେ ୨ ତାରିଖରୁ ଗଞ୍ଜାମ କଲେକ୍ଟରରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହେଇଥିଲେ ଭିକେ ପାଣ୍ଡିଆନ।
ନବୀନଙ୍କ ଚାମ୍ପିଅନ୍ ଟିମର ଅଲ୍‌ରାଉଣ୍ଡର୍ ଭିକେ ପାଣ୍ଡିଆନ
କ୍ୟାରିୟର ଆରମ୍ଭରୁ ଲୋକଙ୍କ ପାଇଁ କାମ କରି ସମସ୍ତଙ୍କ ପ୍ରିୟ କଲେକ୍ଟର ହୋଇପାରିଥିବା ପାଣ୍ଡିଆନ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହେବା ପରେ ନବୀନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ। ନବୀନଙ୍କ ସରଳତା ଆଉ କଥା କମ୍‌ କାମ ଅଧିକ ଗୁଣ ତାଙ୍କୁ ବେଶ ପ୍ରଭାବିତ କରିଥିଲା।
୨୦୧୧ ମସିହାରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ୟ୍ୟରେ ଯୋଗ ଦେବା ସହ ତାଙ୍କର ଆରମ୍ଭ ହୋଇଥିଲା ନୂଆ ମିଶନ୍।
ନୀରବ କର୍ମଯୋଗୀ, ପ୍ରଗତିର ସାଧକ ଭାବେ ଅତ୍ୟନ୍ତ ସରଳତାର ସହ ସର୍ବଦା ତୃଣମୂଳସ୍ତର ସହ ଯୋଡି ରହି ଦୁଇ ଦଶନ୍ଧିରୁ ଅଧିକ ସମୟର କ୍ୟାରିୟର୍ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚାମ୍ପିଅନ୍ ଟିମର ଅଲ୍‌ରାଉଣ୍ଡର୍ ଭୂମିକା ତୁଲାଇ ଆସିଛନ୍ତି ଭିକେ ପାଣ୍ଡିଆନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ସାରା ରାଜ୍ୟର ସାମଗ୍ରୀକ ବିକାଶ, ଓଡ଼ିଶାକୁ ପ୍ରଗତିର ଶୀର୍ଷରେ ପହଞ୍ଚାଇବା ଦିଗରେ ଅଦ୍ଵିତୀୟ କର୍ତ୍ତବ୍ୟଭାରକୁ ସେ ନିଜ କାନ୍ଧ ଉପରକୁ ନେଇ ଆଗେଇ ଚାଲିଛନ୍ତି। ସାଜିଛନ୍ତି ରୂପାନ୍ତରଣର ଅଗ୍ରଧ୍ଵଜାଧାରୀ। ସହରାଞ୍ଚଳରେ ଆହାର ଯୋଜନାର ତଦାରଖ ପାଇଁ ଯିବା ବେଳେ ନିଜେ ଥାଳ ଧରି କାଉଣ୍ଟର୍‌ରୁ ନିଜ ପାଇଁ ଖାଦ୍ୟ ଆଣିବା ଓ ଅନ୍ୟମାନଙ୍କ ସହ ମିଶି ଖାଦ୍ୟ ଗ୍ରହଣ କରିବା ତାଙ୍କ ସରଳତାର ପ୍ରତୀକ। ତାଙ୍କ ଦୂରଦୃଷ୍ଟି ସମ୍ପନ୍ନ ଯୋଜନା ୫-ଟି ହାଇସ୍କୁଲ ଟ୍ରାନ୍ସଫର୍ମେସନ୍ ଯେଉଁଠି ରାଜ୍ୟର ଆଗାମୀ ଭବିଷ୍ୟତକୁ ଯେକୌଣସି ହାଇ-ଫାଇ ଇଂରାଜୀ ମାଧ୍ୟମ ତଥା ନାମୀଦାମୀ ସ୍କୁଲ ସମାନ ଛାତ୍ରଛାତ୍ରୀଙ୍କୁ ମିଳୁଛି ଅତ୍ୟାଧୁନିକ ଶିକ୍ଷା। ସ୍ମାର୍ଟ କ୍ଲାସ୍ ରୁମ୍‌ରେ ଡିଜିଟାଲ୍ ପାଠପଢା, କମ୍ପ୍ୟୁଟର୍ ଓ ମଡର୍ଣ୍ଣ ସାଇନ୍ସ ଲ୍ୟାବ୍ ସହ ଯୁଗପଯୋଗୀ ଶିକ୍ଷା ପରିବେଶ ସେମାନଙ୍କୁ ଭବିଷ୍ୟତର ଆହ୍ବାନ ପାଇଁ ଦକ୍ଷ କରି ଗଢି ତୋଳୁଛି। କେବଳ ବିଦ୍ୟାର ମନ୍ଦିର ନୁହେଁ, ଧର୍ମର ପୀଠକୁ ମଧ୍ୟ ୫-ଟି ରୂପାନ୍ତରଣରେ ସାମିଲ କରିଛନ୍ତି। ହେଉଛି ବିଭିନ୍ନ ପ୍ରସିଦ୍ଧ ଧର୍ମସ୍ଥଳର ନବକଳେବର। ଉନ୍ନତ ପର୍ଯ୍ୟଟନସ୍ଥଳ ଭାବେ ଗଢି ଉଠୁଛି ଏସବୁ ସ୍ଥାନ। ନିଜେ ଭକ୍ତ ସାଜି ଠାକୁରଙ୍କ ଆଗରେ ମୁଣ୍ଡିଆ ମାରି ଏ ଜାତି, ଏ ରାଜ୍ୟର ମଙ୍ଗଳ କାମନା କରି ସେ ନତମସ୍ତକ ହେବା ଦୃଶ୍ୟ ତାଙ୍କ ଚରିତ୍ରର ମହନୀୟତା ଦର୍ଶାଏ। ସର୍ବଦା ହସ ହସ ମୁହଁରେ ଦୃଶ୍ୟମାନ ପାଣ୍ଡିଆନ୍ କାର୍ଯ୍ୟ କ୍ଷେତ୍ରରେ ଅନ୍ୟମାନଙ୍କ ପାଇଁ ସଦା ପ୍ରେରଣାଦାୟୀ।
ରାଜ୍ୟବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳଯୋଗାଣରୁ ଆରମ୍ଭ କରି କୃଷକର ଜମିକୁ ଜଳସେଚନ ପାଇଁ ଏକାଧିକ ଜଳପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ କରାଇଛନ୍ତି ସେ। ଯାହାଙ୍କ ପାଇଁ କର୍ତ୍ତବ୍ୟ ପ୍ରାଥମିକତା, ତାଙ୍କ ପାଇଁ ସମୟ ମଧ୍ୟ ସେତିକି ମହତ୍ତ୍ୱପୂର୍ଣ୍ଣ। ଏଣୁ ବ୍ୟକ୍ତିଗତ ସୁଖସ୍ୱାଚ୍ଛନ୍ଦ୍ୟକୁ ପଛ କରି ଭୋର୍ କି ସକାଳ ନାହିଁ, ମଧ୍ୟାହ୍ନ କି ସନ୍ଧ୍ୟା ନାହିଁ ସେ ତଦାରଖ ସକାଶେ ବିଭିନ୍ନ ସ୍ଥାନରେ ପହଞ୍ଚି ଯାଆନ୍ତି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ହେଉ କି କାଳିଆ ସ୍କିମ୍, ମୁଖ୍ୟମନ୍ତ୍ରୀଙ୍କ ଯୋଜନାର ପ୍ରକୃତ କାର୍ଯ୍ୟକାରିତା ପାଇଁ ପରଦା ପଛର ନାୟକ ସାଜି ସେ ସଦା ତତ୍ପର। ସେଥିପାଇଁ ତ ଆଜି ଓଡ଼ିଶା ହକିର ହବ୍। କ୍ରୀଡା ଓ କ୍ରୀଡାବିତ୍‌ଙ୍କୁ ଏଠି ମିଳୁଛି ସର୍ବାଧିକ ସୁବିଧା ସୁଯୋଗ। ଏକ କ୍ରୀଡା ଛାତ୍ରାବାସରୁ ଆସିଥିବା ଏହି ଆଇଏଏସ୍ ଜଣକ ହକି ପ୍ରେମୀ ମୁଖ୍ୟମନ୍ତ୍ରୀଙ୍କ ସହ ମିଶି ରାଜ୍ୟରେ ହକିର ଭିତ୍ତିଭୂମିକୁ ଏତେ ଅଧିକ ବିକଶିତ କରାଇଲେଣି ଯେ ତାହାର ତୁଳନା ନାହିଁ। ଯେଉଁଠି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ, ସେଠି ତାଙ୍କ ଛାଇ ଭଳି ଉପସ୍ଥିତ ରହି ନୂଆ ଓଡ଼ିଶା ଗଠନର ସ୍ୱପ୍ନକୁ ଆଗେଇ ନେଇ ଚାଲିଛନ୍ତି ସେ। ପୁଣି ସାମୂହିକ ପ୍ରୟାସ ପ୍ରତି ଗୁରୁତ୍ବ ମଧ୍ୟ ଦିଅନ୍ତି ସେ। ପ୍ରଶାସନିକ ସହଯୋଗୀଙ୍କ ସହ ତାଙ୍କ ବନ୍ଧୁତା ତାଙ୍କୁ ଜଣେ ଉତ୍ତମ ମାର୍ଗଦର୍ଶକର ସ୍ଥାନ ଦିଏ।
ଏତେ ଉଚ୍ଚ ଓ ମହତ୍ତ୍ୱପୂର୍ଣ୍ଣ ପଦରେ ଥାଇ ନିଜକୁ ସାଧାରଣ କରି ରଖିବାରେ ତାଙ୍କର ଆଗ୍ରହ। ସେଥିପାଇଁ ତ ପିଲାଙ୍କ ସହ ମିଶି କ୍ଲାସରେ ବସିବା ହେଉ ବା ନିଜ ହାତରେ ସେମାନଙ୍କୁ ମିଠା ପରଷିଦେବାରେ ତାଙ୍କର ତୃପ୍ତି ଦେଖିବା ଯୋଗ୍ୟ। ସାଧାରଣ ଲୋକଙ୍କ ସମସ୍ୟା ବୁଝିବା, ସେମାନଙ୍କ ନିକଟତର ହୋଇ ପ୍ରଶାସନକୁ ସର୍ବସାଧାରଣଙ୍କ ପାଖରେ ପହଞ୍ଚାଇବା ଦିଗରେ କାର୍ଯ୍ୟରତ ସେ। କଟକର ଏସ୍‌ସିବି ମେଡିକାଲ କଲେଜ ହସ୍‌ପିଟାଲ୍‌କୁ ଏମ୍‌ସ୍ ପ୍ଲସ୍ ମାନ୍ୟତା ସହ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସେବାରେ ପରିଣତ କରାଇବା ନିମନ୍ତେ ୫-ଟି କାର୍ଯ୍ୟକ୍ରମରେ ଖର୍ଚ୍ଚ ହେବ ୩୫୦୦ କୋଟି ଟଙ୍କା। କରୋନା ବିରୋଧୀ ମୁକାବିଲା ହେଉ କି ପ୍ରାକୃତିକ ବିପର୍ଯ୍ୟୟ ଓ ଦୁର୍ବିପାକର ପ୍ରତିକାର, ଏ କ୍ଷେତ୍ରରେ ଆମ ରାଜ୍ୟକୁ ଚାମ୍ପିଅନ୍ କରାଇବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଜନାକୁ ବାସ୍ତବତାରେ ପରିଣତ କରିପାରିଛନ୍ତି ଭିକେ ପାଣ୍ଡିଆନ।
‘ଆମ ଓଡିଶା ନବୀନ ଓଡିଶା’: ଚତୁର୍ଥ ପର୍ଯ୍ୟାୟରେ କଟକ ଓ କେନ୍ଦ୍ରାପଡା ଜିଲ୍ଲାରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ।  ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ ।  ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ଚତୁର୍ଥ ଦିନରେ କଟକ ଓ କେନ୍ଦ୍ରାପଡା ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।  ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା ।
ଏଥିପାଇଁ କଟକ ଜିଲ୍ଲାର  ୮ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୧୮୬ କୋଟି  ୫୦ ଲକ୍ଷ ଟଙ୍କା । ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ବଡମ୍ବା, ଚୌଦ୍ୱାର-କଟକ, ବାଙ୍କୀ, ଆଠଗଡ, ନିଆଳି, କଟକ ସଦର, ସାଲେପୁର ଓ ମାହାଙ୍ଗା।  ଏହିସବୁ ନିର୍ବାଚନମଣ୍ଡଳୀର ୩୭୩ଟି ଗ୍ରାମ ପଞ୍ଚାୟତରେ ୫୩୫୧ଟି ପ୍ରକଳ୍ପ ହେବ। ସେହିପରି କେନ୍ଦ୍ରାପଡା ଜିଲ୍ଲାର ୫ଟି ନିର୍ବାଚନମଣ୍ଡଳୀ ପାଇଁ ୧୨୪ କୋଟି ୫୦ ଲକ୍ଷ ଟଙ୍କା  ମଂଜୁର ହୋଇଛି। ଏହିସବୁ ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ମହାକାଳପଡା, କେନ୍ଦ୍ରାପଡା, ପାଟକୁରା, ରାଜନଗର ଓ ଆଳି।  ଏଥିରେ ୨୪୯ଟି ଗ୍ରାମପଞ୍ଚାୟତରେ ୩୩୫୩ ଟି ପ୍ରକଳ୍ପ କରାଯିବ।
ଏହି କାର୍ଯ୍ୟକ୍ରମରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର, ପ୍ରତି ପୂଜାସ୍ଥଳୀର ବିକାଶ ଜରିଆରେ,  ଓଡିଶାର ସଂସ୍କୃତିର ମୂଳ ଭିତ୍ତିକୁ ସୁଦୃଢ କରାଯିବା ସହିତ ଡିଜିଟାଲ ଭିତ୍ତିଭୂମିର ମଧ୍ୟ ବିକାଶ କରାଯିବ। ଏକ ଆକାଂକ୍ଷୀ ଓଡିଶା ଗଠନ ପାଇଁ ଏହା ହେବ ମୂଳ ଭିତ୍ତି ।  ଆମର ସୁଦୃଢ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତ ଦିଗ୍‌ବଳୟକୁ ଛୁଇଁବା ନିମନ୍ତେ ନୂଆ ଓଡିଶା ତାର ଡେଣାକୁ ଆହୁରି ପ୍ରସାରିତ କରି ନୂଆ ଶିଖରରେ ପହଞ୍ଚିବ ଏବଂ ଆମେ ଗଢିବା ନୂଆ ଓଡିଶା ନବୀନ ଓଡିଶା ।
ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗାଁରେ ଡିଜିଟାଲ ଭିତ୍ତିଭୂମିର ବିକାଶ ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ । ଗାଁରେ ଇଣ୍ଟରନେଟ୍‌ ସଂଯୋଗ ମିଳିବ । ବିଜ୍ଞାନ ପାର୍କ ହେବ । ଦକ୍ଷତା ବିକାଶ କେନ୍ଦ୍ର ହେବ । Works hub ହେବ । Banking  ସୁବିଧା  ମିଳିବ। ଏହି କାର୍ଯ୍ୟକ୍ରମରେ ଗାଁର primary school ଗୁଡିକ ମଧ୍ୟ ସାମିଲ ହେବ। ଏହା ଆମର ଯୁବ ସମାଜ ପାଇଁ, ମା’ମାନଙ୍କ ପାଇଁ, ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ଓ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅମାପ ସୁଯୋଗ ଆଣିବ ଏବଂ ଏକ ଆଧୁନିକ, ସଶକ୍ତ, ପ୍ରଗତିଶୀଳ ତଥା ସଂସ୍କୃତି ସଚେତନ ରାଜ୍ୟ ଭାବେ ଓଡିଶାର   ପରିଚୟକୁ ଆହୁରି ଉଜ୍ଜଳ କରିବ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସବୁ ଗାଁର ବିକାଶ ଆମର ଲକ୍ଷ୍ୟ। ଗାଁ ଗାଁରେ ସଂସ୍କୃତିର ସୁରକ୍ଷା ହେବ ଓ ଆଧୁନିକତାର ବିକାଶ ହେବ। ଗାଁ ଲୋକ ସମସ୍ତେ ଶିକ୍ଷା ଓ ସ୍ବାସ୍ଥ୍ୟର ଗ୍ୟାରେଣ୍ଟି ପାଇବେ। ବିକଶିତ ଗାଁ ହେବ ଆଧୁନିକ ଓଡିଶାର ପରିଚୟ। ଓଡିଶା ହେଉଛି ଜଗନ୍ନାଥଙ୍କ ଭୂମି । ବିଶ୍ବ ପ୍ରେମ, ଶାନ୍ତି, ସଦ୍‌ଭାବ, ସମାନତା ଓ ସେବା ହେଉଛି ଜଗନ୍ନାଥ ସଂସ୍କୃତିର ବାର୍ତ୍ତା । ଜାତି, ଧର୍ମ, ସଂପ୍ରଦାୟ ନିର୍ବିଶେଷରେ ଏହା ସମସ୍ତଙ୍କୁ ନିଜର କରିପାରିଛି । ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପ୍ରତି ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ କରାଯିବ। ପ୍ରତି ପୂଜାସ୍ଥଳୀର ବିକାଶ କରାଯିବ। ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ କରାଯିବ। ଆମର ଭବିଷ୍ୟତ ବଂଶଧର ମାନଙ୍କ ନିମନ୍ତେ ଏସବୁ ସଂସ୍କୃତି ଓ ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ ଓ ସୁରକ୍ଷା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଏହି ନୂଆ ଓଡିଶାରେ ଆମର ଭିତ୍ତିଭୂମି ହେବ ସୁଦୃଢ ଓ ଡେଣା ହେବ ଶକ୍ତ ଏବଂ ଆକାଂକ୍ଷୀ ଓଡିଶା ପରିକଳ୍ପନା ପାଇବ ସାକାର ରୂପ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସଫଳ ରୂପାୟନରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ।
ଆଜିର କାର୍ଯ୍ୟକ୍ରମ ପାଇଁ କଟକ ଜିଲ୍ଲାର ୮ଟି ଓ କେନ୍ଦ୍ରାପଡା ଜିଲ୍ଲାର ୫ଟି ନିର୍ବାଚନମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ବିପୁଳ ଜନସମାଗମ ହୋଇଥିଲା।
5T ସଚିବ  ଭି.କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରି ରୂପାନ୍ତର କାର୍ଯ୍ୟ ଲୋକଙ୍କ ମଧ୍ୟରେ ଉତ୍ସାହ ସ୍ରୁଷ୍ଟି କରିଛି ବୋଲି କହିଥିଲେ।
ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ  ଅତନୁ ସବ୍ୟସଚୀ ନାୟକ, ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିଧାୟକ ଶଶୀଭୂଷଣ ବେହେରା, ବିଧାୟିକ ସାବିତ୍ରୀ ଅଗ୍ରୱାଲ, ବିଧାୟକ ଧୃବଚରଣ ସାହୁ, ବିଧାୟକ ଦେବୀ ପ୍ରସାଦ ମିଶ୍ର, ବିଧାୟକ ସୌଭିକ୍ ବିଶ୍ୱାଳ, ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ବିଧାୟକ ଡ. ପ୍ରମୋଦ ମଲ୍ଲିକ, ବିଧାୟକ ଚନ୍ଦ୍ର ସାରଥୀ ବେହେରା, ବିଧାୟକ ପ୍ରଶାନ୍ତ ବେହେରା, ବିଧାୟକ ପ୍ରତାପ ଜେନା, ଜିଲ୍ଲାପରିଷଦ ସଭାପତି, ସଦସ୍ୟଗଣ, ବ୍ଲକ ଚେୟାରମ୍ୟାନ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଆଭାସୀ ମାଧ୍ୟମରେ ଆଲୋଚନାରେ ଭାଗ ନେଇ ଗାଁ ଗାଁ ରେ ବିକାଶର ନୂଆ ଯୁଗ ଆସିଛି ବୋଲି ମତପ୍ରକାଶ କରିଥିଲେ ।
ସେମାନେ କହିଥିଲେ ଯେ ଗତ ୨୩ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଓ ଦିଗଦର୍ଶନରେ ଓଡିଶାରେ ଚାଲିଛି ନିରନ୍ତର ବିକାଶ। ଆଜି ଓଡିଶାର ସବୁ ଲୋକଙ୍କ ପାଖରେ ବିକାଶ ପହଞ୍ଚି ପାରିଛି। ରାଜ୍ୟର ପ୍ରତ୍ୟେକ ଲୋକଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ବିକାଶମୁଖୀ କାର୍ଯ୍ୟକ୍ରମର କିଛି ନା କିଛି ପ୍ରଭାବ ପଡିଛି ବୋଲି ସମସ୍ତେ ମତ ଦେଇଥିଲେ। 5T ସଚିବଙ୍କ ଗସ୍ତ ଯୋଗୁ ଜିଲ୍ଲାସ୍ତରରେ ବିକାଶ ତ୍ବରାନ୍ବିତ ହେବା ସହିତ ଅନେକ ଦିନରୁ ପଡି ରହିଥିବା ସମସ୍ୟା ଗୁଡିକ ମଧ୍ୟ ଦୂର ହୋଇଛି ବୋଲି ସେମାନେ କହିଥିଲେ।
5T ସଚିବ ଶ୍ରୀ ଭି.କେ. ପାଣ୍ଡିଆନ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କହିଲେ ଯେ ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ଯୋଗୁ ଓଡିଶାର ଗାଁ ଗୁଡିକ ହେବ ବିକାଶର କେନ୍ଦ୍ର। ଗାଁ ଲୋକଙ୍କୁ ଆଉ ସହର ଉପରେ ନିର୍ଭର କରିବାକୁ ପଡିବ ନାହିଁ। ତାଙ୍କ ଗସ୍ତ ପରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଅଞ୍ଚଳ ପାଇଁ ଯେଉଁ ଯେଉଁ ପ୍ରକଳ୍ପ ସବୁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି, ସେ ସଂପର୍କରେ ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ। ଆମ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମରେ ଲୋକଙ୍କ ପ୍ରସ୍ତାବିତ ପ୍ରକଳ୍ପ ଓ ଆବଶ୍ୟକତାକୁ ଦେଖି ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିଛନ୍ତି ।
ଶ୍ରୀ ପାଣ୍ଡିଆନ ସୂଚନା ଦେଇ କହିଥିଲେ ଯେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସହିତ ଜନ ଅଭିଯୋଗ ଶୁଣାଣି ଭିତ୍ତିରେ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସବୁ ଜିଲ୍ଲା ପାଇଁ ଅର୍ଥ ମଞ୍ଜୁର କରିଛନ୍ତି। କଟକ ଜିଲ୍ଲାର ବଡମ୍ବା ଅଞ୍ଚଳରେ ସାତକୋଶିଆ ଜୈବ ବିବିଧତା ପର୍ଯ୍ୟଟନ କେନ୍ଦ୍ର ପାଇଁ ୯.୮୫ କୋଟି, ମା’ ପ୍ରଗଳା ପୀଠ ପାଇଁ ୫.୨୭ କୋଟି, ମା’ ଭଟ୍ଟାରିକା ପୀଠ ପାଇଁ ୮.୫୭ କୋଟି, ନରସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତଥା ଡାଏଲିସିସ୍ କେନ୍ଦ୍ର ପାଇଁ ୧୫.୬୬ କୋଟି, ବଡମ୍ବା ମୋହନ ସୁବୁଧି ଡିଗ୍ରୀ କଲେଜ ପାଇଁ ୧.୨୫ କୋଟି, ନରସିଂହପୁର ଜୁନିୟର କଲେଜ ପାଇଁ ୧.୨୫ କୋଟି, କାନପୁର ଆଞ୍ଚଳିକ ମହାବିଦ୍ୟାଳୟ ପାଇଁ ୧.୨୫ କୋଟି, ବାଣେଶ୍ୱରୀ ପର୍ଯ୍ୟଟନ କ୍ଷେତ୍ର ପାଇଁ ୧.୮୦ କୋଟି, ନରସିଂହପୁର ଆମ ହସ୍ପିଟାଲ ପାଇଁ ୪.୧୬ କୋଟି ଟଙ୍କା ମଞ୍ଜୁର ହୋଇଛି । ବାଙ୍କୀ ଅଞ୍ଚଳରେ ମା’ ଚର୍ଚ୍ଚିକା ପୀଠ ଉନ୍ନତିକରଣ ପାଇଁ ୧୧.୦୩ କୋଟି, ବାଙ୍କୀ ଅଟୋନମସ୍ ଡିଗ୍ରୀ କଲେଜ ପାଇଁ ୧.୫୦ କୋଟି, କଳାପଥର ଧଳାପଥର ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ୦.୫୦ କୋଟି, ଅଂଶୁପା ଡିଗ୍ରୀ କଲେଜ ପାଇଁ ୦.୫୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଆଠଗଡ ଅଞ୍ଚଳରେ ବାବା ଧବଳେଶ୍ୱର ମନ୍ଦିର ପାଇଁ ୧୭.୫୦ କୋଟି, ସାପୁଆ ନଦୀର ସେତୁ ପାଇଁ ୬.୧୪ କୋଟି, ଗୋପବନ୍ଧୁ ଡିଗ୍ରୀ ବିଜ୍ଞାନ କଲେଜ ପାଇଁ ୧ କୋଟି, ନୂଆପାଟଣା ଚୈତନ ସାହୁ ଯୁକ୍ତ ଦୁଇ କଲେଜ ପାଇଁ ୦.୫୦ କୋଟି ଟଙ୍କା ମଞ୍ଜୁର ହୋଇଛି । ନିଆଳି ଅଞ୍ଚଳରେ ମାଧବାନନ୍ଦ ଜୀଉ ମନ୍ଦିର ପାଇଁ ୪.୮୪ କୋଟି, ଗୋବିନ୍ଦପୁର ଡିଗ୍ରୀ କଲେଜ ପାଇଁ ୧.୫୦ କୋଟି, ବ୍ରାହ୍ମଣଝରିଲୋ ଡିଗ୍ରୀ କଲେଜ ପାଇଁ ୧.୨୫ କୋଟି, ଦୋଳ ଗୋବିନ୍ଦ ବ୍ରଜ କିଶୋର ଡିଗ୍ରୀ କଲେଜ କସର୍‌ଦା ପାଇଁ ୧ କୋଟି, ଅଡସପୁର ଉଦୟନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ ପାଇଁ ୧.୫୦ କୋଟି ଟଙ୍କା ମଞ୍ଜୁର ହୋଇଛି। କଟକ ସଦର ଅଞ୍ଚଳରେ ନେମାଳ ଅଚ୍ୟୁତାନନ୍ଦ ଦାସ ପୀଠ ପାଇଁ ୨୩.୦୩ କୋଟି, ପରମହଂସ ପୀଠର ଉନ୍ନତିକରଣ ପାଇଁ ୪.୯୬ କୋଟି, ଚିତ୍ରୋତ୍ପଳା ନଦୀ ଉପରେ ସେତୁ ପାଇଁ ୫୩.୦୪ କୋଟି, କନ୍ଦରପୁର ଡିଗ୍ରୀ କଲେଜ ପାଇଁ ୧.୨୫ କୋଟି, ମହାପୁରୁଷ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟ ପାଇଁ ୧ କୋଟି ଟଙ୍କା ମଞ୍ଜୁର ହୋଇଛି । ସେହିପରି ସାଲେପୁର ଅଞ୍ଚଳରେ ମଧୁବାବୁଙ୍କ ଜନ୍ମସ୍ଥଳୀର ବିକାଶ ପାଇଁ ୨୧.୦୨ କୋଟି, ସାଲେପୁର ସ୍ୱୟଂଶାସିତ କଲେଜ ପାଇଁ ୧.୫୦ କୋଟି, ବହୁଗ୍ରାମ କଲେଜ ପାଇଁ ୨ କୋଟି, ଟାଙ୍ଗୀ ମହାବିଦ୍ୟାଳୟ ପାଇଁ ୦.୫୦ କୋଟି, ଟାଙ୍ଗୀଠାରେ ଆମ ହସ୍ପିଟାଲ ପାଇଁ ୩.୬୦ କୋଟି ଟଙ୍କା ମଞ୍ଜୁର ହୋଇଛି । ଏହିପରି କଟକ ଜିଲ୍ଲାରେ ସମୁଦାୟ ୩୨ଟି ପ୍ରକଳ୍ପ ପାଇଁ ୨୧୩.୫୫ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି ବୋଲି 5T ସଚିବ ପ୍ରକାଶ କରିଥିଲେ।
କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ଅଞ୍ଚଳରେ ମା’ ରାମଚଣ୍ଡୀ ମନ୍ଦିର ପାଇଁ ୫.୮୭ କୋଟି, ଜମ୍ବୁ ଲକ୍ ଏରିଆ ସୌନ୍ଦର୍ଯ୍ୟକରଣ ପାଇଁ ୭.୫୦ କୋଟି, ମାର୍ଶାଘାଇ ଡିଗ୍ରୀ କଲେଜ ଓ ଉଚ୍ଚ ମାଧ୍ୟମିକ ସ୍କୁଲ ପାଇଁ ୨ କୋଟି, ବାୟାବାବା ଡିଗ୍ରୀ କଲେଜ ପାଇଁ ୧ କୋଟି, ହୁକିଟୋଲା ପର୍ଯ୍ୟଟନ କ୍ଷେତ୍ର ପାଇଁ ୧.୮୭ କୋଟି ଟଙ୍କା ମଞ୍ଜୁର ହୋଇଛି। କେନ୍ଦ୍ରାପଡା ଅଞ୍ଚଳରେ କେନ୍ଦ୍ରାପଡା ସ୍ୱୟଂଶାସିତ କଲେଜ ଓ ଉଚ୍ଚ ମାଧ୍ୟମିକ ସ୍କୁଲ ପାଇଁ ୨.୭୫ କୋଟି, ତୁଳସୀ ମହିଳା ମହାବିଦ୍ୟାଳୟ ପାଇଁ ୧.୭୫ କୋଟି, ବିରୂପା କଲେଜ ପାଇଁ ୧ କୋଟି, ବଳଦେବ ଜୀଉ ମନ୍ଦିର ପାଇଁ ୫.୯୫ କୋଟି ଟଙ୍କା ମଞ୍ଜୁର ହୋଇଛି। ପାଟକୁରା ଅଞ୍ଚଳରେ ଦଧିବାମନ ଜୀଉ ପାଇଁ ୪.୯୬ କୋଟି, ଲୋକନାଥ ଡିଗ୍ରୀ କଲେଜ ଓ ଉଚ୍ଚମାଧ୍ୟମିକ ସ୍କୁଲ ପାଇଁ ୨ କୋଟି, କରିଲୋପାଟଣା ଡିଗ୍ରୀ କଲେଜ ପାଇଁ ୧.୨୫ କୋଟି, କରିଲୋପାଟଣା ଉଚ୍ଚମାଧ୍ୟମିକ ସ୍କୁଲ ପାଇଁ ୧ କୋଟି, ଉତ୍କଳ ଗ୍ରାମୀଣ ପ୍ରଡ୍ୟୁସର ଗ୍ରୁପ ୦.୨୫ କୋଟି ଟଙ୍କା ମଞ୍ଜୁର ହୋଇଛି। ରାଜନଗର ଅଞ୍ଚଳରେ ସାତଭାୟା ଲୋକଙ୍କ ଥଇଥାନ ପାଇଁ ୨୨.୫୨ କୋଟି, କେରଡାଗଡ ବାୟାବାବା ମଠ ପାଇଁ ୪.୯୬ କୋଟି, ବଗପାଟିଆ ପଞ୍ଚୁବରାହୀ ମନ୍ଦିର ପାଇଁ ୪.୯୪ କୋଟି, କେରଡାଗଡ ଜଗନ୍ନାଥ ମନ୍ଦିର ପାଇଁ ୩.୦୩ କୋଟି, ବ୍ରାହ୍ମଣୀ ସେତୁ ପାଇଁ ୫୯.୮୭ କୋଟି ଟଙ୍କା ମଞ୍ଜୁର ହୋଇଛି। ଆଳି ଅଞ୍ଚଳରେ ଲକ୍ଷ୍ମୀବରାହ ଜୀଉ ମନ୍ଦିର ପାଇଁ ୭.୯୬ କୋଟି ଟଙ୍କା ମଞ୍ଜୁର କାରାଯାଇଛି। ଏହିପରି କେନ୍ଦ୍ରାପଡା ଜିଲ୍ଲାରେ ୨୧ଟି ପ୍ରକଳ୍ପ ପାଇଁ ୧୪୨.୪୩ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି ବୋଲି 5T ସଚିବ ପ୍ରକାଶ କରିଥିଲେ।
କେନ୍ଦ୍ରାପଡା ଜିଲ୍ଲାର ସିକିମ୍ ରୟତ ମାନଙ୍କୁ ଖୁବ ଶୀଘ୍ର ଜମିପଟ୍ଟା ଦିଆଯିବ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ। ଏହା ଦ୍ୱାରା ଜିଲ୍ଲାର ୫୦ ହଜାର ପରିବାର ଉପକୃତ ହେବେ। ସେମାନଙ୍କର ଦୀର୍ଘ ଦିନର ସମସ୍ୟା ଦୂର ହେବ। କାର୍ଯ୍ୟକ୍ରମରେ ଉଭୟ ଜିଲ୍ଲାର ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ ।
କଥା ଦେଇ କଥା ରଖିଲେ ୫ଟି ସଚିବ: ବେଦବ୍ୟାସ ମନ୍ଦିରର ଉନ୍ନତି ଓ ସୌନ୍ଦର୍ଯ୍ୟ କରଣ ପାଇଁ ମଞ୍ଜୁର ହେଲା ୧୪ କୋଟି ୫୦ ଲକ୍ଷ ଟଙ୍କା
ରାଉରକେଲା: କଥା ଦେଇ କଥା ରଖିଲେ ୫ଟି ସଚିବ ଭିକେ ପାଣ୍ଡିଆନ। ବେଦବ୍ୟାସ ମନ୍ଦିରର ଉନ୍ନତି କରଣ ଓ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ୧୪ କୋଟି ୫୦ ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର ହୋଇଛି।
ରାଜ୍ୟର ଏକ ପ୍ରମୁଖ ତୀର୍ଥସ୍ଥଳୀ ତଥା ପର୍ଯ୍ୟଟନ ସ୍ଥଳୀ ବେଦବ୍ୟାସ ମନ୍ଦିରର ଉନ୍ନତି କରଣ ଓ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ଜାରି ରହିଥିବା ବେଳେ ନୂତନ ମନ୍ଦିର ନିର୍ମାଣ ସହ ଅଧିକ ଉନ୍ନତିକରଣ ଓ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ହେବ। ପୁଣି ୧୪ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର ହେବା ପରେ ବିଭିନ୍ନ ମହଲରେ ଖୁସି ପ୍ରକାଶ ପାଇଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ୫ ଟି ସଚିବ ଭିକେ ପାଣ୍ଡିଆନ ଗତ ଜାନୁଆରୀ ୧୪ ତାରିଖ ବେଦବ୍ୟାସ ମନ୍ଦିର ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ବେଦବ୍ୟାସ ମନ୍ଦିରର ଉନ୍ନତି କରଣ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ କରିବା ପାଇଁ ଆଉ କଣ ଆବଶ୍ୟକତା ରହିଛି ସେ ସମ୍ପର୍କରେ ଡିଟେଲ ରିପୋର୍ଟ ଦେବାକୁ ନିର୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ବେଦବ୍ୟାସ ମନ୍ଦିରର ଉନ୍ନତି କରଣ ଓ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ କରିବା ପାଇଁ ୧୪ କୋଟି ୫୦ ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର ହୋଇଥିବାରୁ ବେଦବ୍ୟାସ ଟ୍ରଷ୍ଟ ବୋର୍ଡ ଓ ସୁନ୍ଦରଗଡ଼ ଜିଲ୍ଲାବାସୀ ଖୁସି ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ସଚିବ ଭିକେ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବେଦବ୍ୟାସ ମନ୍ଦିରର ଉନ୍ନତି କରଣ ଓ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ପାଇଁ ରାଜଗାଙ୍ଗପୁର କଂଗ୍ରେସ ବିଧାୟକ ରାଜନ ଏକ୍କା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ସଚିବ ଭିକେ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଛନ୍ତି।
କଥା ଦେଇ କଥା ରଖିଲେ ୫ଟି ସଚିବ: ମନ୍ଦିର ଉନ୍ନତିକରଣ ପାଇଁ ଦେଇଥିବା ପ୍ରତିଶ୍ରୁତିର ଦୁଇ ମାସ ନପୁରୁଣୁ ମିଳିଲା ଅନୁଦାନ
ଝାରସୁଗୁଡ଼ା: କଥା ଦେଇ କଥା ରଖିଲେ ୫ଟି ସଚିବ। ମନ୍ଦିର ଉନ୍ନତିକରଣ ପାଇଁ ଦେଇଥିବା ପ୍ରତିଶ୍ରୁତିର ଦୁଇ ମାସ ନପୁରୁଣୁ ଜଙ୍ଗାଦେଓ ବଡ଼ଦେଓ ମନ୍ଦିର ଉନ୍ନତିକରଣ ପାଇଁ ଅନୁଦାନ ଆସିଛି ପ୍ରାୟ ଏକ କୋଟି ଟଙ୍କା। ଏନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ୫ଟି ସଚିବଙ୍କୁ ଧନ୍ୟବାଦ ଜଣାଇଛନ୍ତି ଗଣ୍ଡ ସମାଜ ବାସୀ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଝାରସୁଗୁଡା ଜିଲ୍ଲା ଗସ୍ତରେ ଗତ ଅଗଷ୍ଟ ୨୦ ତାରିଖରେ ଆସିଥିଲେ ୫ଟି ସଚିବ। ଲଇକେରା ମୟରୁଡିମା ସ୍ଥିତ ଜଙ୍ଗାଦେଓ ବଡ଼ଦେଓ ମନ୍ଦିରକୁ ଯିବା ସହିତ ମନ୍ଦିରର ଉନ୍ନତିକରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଖୁବ ଶୀଘ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ମନ୍ଦିର ପାଇଁ ଭଲ ଖବର ଘୋଷଣା କରିବେ ବୋଲି ଜଣାଇଥିଲେ। ମନ୍ଦିରର ଉନ୍ନତିକରଣ ତଥା ପୁନରୁଦ୍ଧାର ପାଇଁ ୯୯ଲକ୍ଷ ୫୬ହଜାର ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି ।
ଷଡବଂଶୀ ଗଣ୍ଡ ସମାଜ ପକ୍ଷରୁ ଆଜି ଝାରସୁଗୁଡାରେ ଅନୁଷ୍ଠିତ ହୋଇଥିବା ଏହି ଧନ୍ୟବାଦ ଜ୍ଞାପନ କାର୍ଯ୍ୟକ୍ରମରେ ଝାରସୁଗୁଡା ବିଧାୟିକା ଦୀପାଳି ଦାସ ଏବଂ ଗଣ୍ଡ ସମାଜର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ।
ପୁରୀ ଯାଇ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ ୫ଟି ସଚିବ ଭିକେ ପାଣ୍ଡିଆନ
ପୁରୀ: ପୁରୀ ଗସ୍ତରେ ଯାଇ ଐତିହ୍ୟ ସହରର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପଗୁଡିକର ସମୀକ୍ଷା କରିଛନ୍ତି ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ । ପୁରୀରେ ପହଞ୍ଚିବା ପରେ ସେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଥିଲେ । ଶ୍ରୀମନ୍ଦିର ଚତୁର୍ପାଶ୍ୱ ସମେତ, ଦୋଳବେଦୀ କୋଣ, ବାନାମ୍ବର ଛକ, ଶନିମନ୍ଦିର ଛକ, କୃଷ୍ଣ ସିନେମା ହଲ ନିକଟ, ଶ୍ରୀମନ୍ଦିର କାର୍ଯ୍ୟାଳୟ ନିର୍ମାଣ କାର୍ଯ୍ୟ ଆଦି ସମୀକ୍ଷା କରିଥିଲେ । ସମୀକ୍ଷା ସମୟରେ ପୁରୀ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ସହ ନିର୍ମାଣ କାରୀ ସଂସ୍ଥାର ଅଧିକାରୀ ମାନେ ଉପସ୍ଥିତ ଥିଲେ।
ଦ୍ରୁତ ଗତିରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଚାଲିଥିବା ବେଳେ ଏହାକୁ ବିଭିନ୍ନ ସମୟରେ ପୁରୀ ଆସି ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥାନ୍ତି ୫ଟି ସଚିବ। ଆଜି ଭୋରରୁ ୫ଟି ସଚିବ ପୁରୀ ରେ ପହଞ୍ଚି ସମ୍ପୂର୍ଣ ନିର୍ମାଣ କାର୍ଯ୍ୟ ସମୀକ୍ଷା କରିବା ସହ ଖୁବ ଶୀଘ୍ର କାର୍ଯ୍ୟ ଶେଷ କରିବା ଲାଗି ନିର୍ମାଣଧୀନ ସଂସ୍ଥା ଅଧିକାରୀ ଙ୍କୁ ନିର୍ଦେଶ ଦେଇଛନ୍ତି।
ରାଜ୍ୟରେ ପିପିପି ମୋଡରେ କାର୍ଯ୍ୟକ୍ଷମ ହେବ ୫ଟି ମଲ୍ଟି ସ୍ପେଶିଆଲିଟି ଓ ସୁପର ସ୍ପେଶିଆଲିଟି ହସ୍ପିଟାଲ
ଭୁବନେଶ୍ୱର: ରାଜ୍ୟରେ ୫-ଟି ଉପକ୍ରମର ଅନୁପାଳନ କରାଯାଇ ବର୍ତ୍ତମାନ ସ୍ୱାସ୍ଥ୍ୟ କ୍ଷେତ୍ରରେ ରୂପାନ୍ତରଣ କାର୍ଯ୍ୟକ୍ରମ ଜାରି ରହିଛି । ବିଶେଷକରି ସଭିଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପାଇଁ ବଦ୍ଧ ପରିକର ରାଜ୍ୟ ସରକାର ଏକ୍ଷେତ୍ରରେ ଆଜି ଆଉ ଏକ ଉଲ୍ଲେଖନୀୟ ପଦକ୍ଷେପ ନେଇଛନ୍ତି । ଓଡ଼ିଶା ଖୁବଶୀଘ୍ର ୫ଟି ମଲ୍ଟି ସ୍ପେଶିଆଲିଟି ଓ ସୁପର ସ୍ପେଶିଆଲିଟି ହସ୍ପିଟାଲ ପାଇବାକୁ ଯାଉଛି । ପିପିପି ମୋଡରେ ଏହି ହସ୍ପିଟାଲଗୁଡ଼ିକ ନିର୍ମାଣ ହେବାକୁ ଥିବାବେଳେ ସ୍ୱାସ୍ଥ୍ୟସେବାର ବିକାଶ କ୍ଷେତ୍ରରେ ଯେକୌଣସି ରାଜ୍ୟ ଦ୍ୱାରା ଏହା ପ୍ରଥମ ପଦକ୍ଷେପ ଅଟେ । ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଘରୋଇ ସହଭାଗୀଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷରିତ କରିଛି ।
ଏମଓୟୁ ଅନୁଯାୟୀ ଅନୁଗୋଳ, ବଡବିଲ, ଭଦ୍ରକ ଓ ଝାରସୁଗୁଡାରେ ୧୦୦ରୁ ୨୦୦ ଶଯ୍ୟା ବିଶିଷ୍ଟ ମଲ୍ଟି-ସ୍ପେଶିଆଲିଟି ହସ୍ପିଟାଲ ଏବଂ ଏକ କ୍ୟାନ୍ସର କେୟାର ସୁପର ସ୍ପେଶିଆଲିଟି ହସ୍ପିଟାଲ ନିର୍ମାଣ କରାଯିବ । ଉପରୋକ୍ତ ହସ୍ପିଟାଲଗୁଡ଼ିକ ନିର୍ମାଣ ପାଇଁ ମୋଟ ୫୦୦ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ଏହାଦ୍ୱାରା ପ୍ରାୟ ୩୫୦୦ ମେଡିକାଲ, ପାରା-ମେଡିକାଲ, ନର୍ସିଂ ଏବଂ ପ୍ରସାସନିକ ବୃତ୍ତିଧାରୀ ନିଯୁକ୍ତି ପାଇବେ । ରାଜ୍ୟର ମୋଟ ୬୦ ଲକ୍ଷ ଲୋକଙ୍କୁ ଏହି ୫ଟି ହସ୍ପିଟାଲ ସେବା ଯୋଗାଇଦେବା ନେଇ ଆକଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ ପାଇଁ ରାଜ୍ୟରେ ଭିତ୍ତିଭୂମି ଉନ୍ନୟନ ସର୍ବଦା ରାଜ୍ୟ ସରକାର ଗୁରୁତ୍ୱ ଦେଇ ଆସିଛନ୍ତି । ବିଶେଷକରି ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆବଶ୍ୟକତାକୁ କୁଶଳ, ପାରଦର୍ଶୀ ଏବଂ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପୂରଣ କରିବାକୁ ରାଜ୍ୟ ସରକାର ପ୍ରତିବଦ୍ଧ ଅଟନ୍ତି । ପ୍ରତ୍ୟେକ ଜୀବନ ମୂଲ୍ୟବାନ ନୀତିରେ ରାଜ୍ୟ ସରକାର କାର୍ଯ୍ୟ କରି ଆସୁଛନ୍ତି । ଅତଏବ ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା ପାଇଁ ଆମର ପ୍ରତିବଦ୍ଧତା ପୂରଣ ଦିଗରେ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଆହ୍ୱାନ ଦେଇଥିଲେ ।
ସେହିପରି ସ୍ୱାସ୍ଥ୍ୟକ୍ଷେତ୍ରରେ ରାଜ୍ୟର ରୂପାନ୍ତରଣ ଯାତ୍ରା ସମ୍ପର୍କରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରାଜ୍ୟର ପ୍ରାୟ ୧ କୋଟି ପରିବାରର ମନୋବଳ ବୃଦ୍ଧି କରିଛି । କାରଣ ଏହି ଯୋଜନା ସେମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନେବା ସହ ମାଗଣା ଚିକିତ୍ସା ଉପଲବ୍ଧ କରାଉଛି । ତେବେ ଏକ୍ଷେତ୍ରରେ ଘରୋଇ ସ୍ୱାସ୍ଥ୍ୟ ସେବା ପରିଚାଳକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହିଦୃଷ୍ଟିରୁ ଜିଲ୍ଲା ସ୍ତରରେ ସ୍ୱାସ୍ଥ୍ୟ ଅନୁଷ୍ଠାନ ଗୁଡ଼ିକ ପ୍ରତିଷ୍ଠା ପାଇଁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆମେ ଘରୋଇ ନିବେଶକୁ ଉତ୍ସାହିତ କରୁଛୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଏହି ଅବସରରେ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ୫-ଟି ସଚିବ ଭି କେ ପାଣ୍ଡିଆନ୍‌, ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଲ ଦେବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ସ୍ୱାସ୍ଥ୍ୟ ସଚିବ ଶାଳୀନ ପଣ୍ଡିତ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।
ଜନ ଅଭିଯୋଗ ଶୁଣାଣିରେ ଆସିଥିବା ଅଭିଯୋଗ ସମାଧାନର ଅଗ୍ରଗତି ନେଇ ସମୀକ୍ଷା କଲେ ୫ଟି ସଚିବ
ଭୁବନେଶ୍ବର: ଜନ ଅଭିଯୋଗ ଶୁଣାଣିରେ ଆସିଥିବା ଅଭିଯୋଗ ସମାଧାନର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆ । ସିଏମଓ କରିଥିବା ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣିରେ ଲୋକ ଜଣାଇଥିବା ଅଭିଯୋଗ ସମ୍ପର୍କରେ ସବୁ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଛନ୍ତି ୫ଟି ସଚିବ। ପାନୀୟ ଜଳ ପ୍ରକଳ୍ପ, ମଠ, ମନ୍ଦିର, ମସଜିଦର ଉନ୍ନତିକରଣ , ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ , ଅନୁମୋଦିତ ପ୍ରକଳ୍ପର କାର୍ଯ୍ୟାକାରିତା ଆଦି ପ୍ରସଙ୍ଗରେ ଆଲୋଚନା କରାଯାଇଛି। ଗତ ୬ମାସ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫ଟି ସଚିବ ଭିକେ ପାଣ୍ଡିଆନ ୩୦ ଜିଲ୍ଲା ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଅନୁଧ୍ୟାନ ସହିତ ଲୋକଙ୍କଠାରୁ ଅଭିଯୋଗ ଶୁଣିଥିଲେ ।
ଏହି ସମୟରେ ମୋଟ ୫୭ ହଜାର ୮୫ଟି ଅଭିଯୋଗ ଆସିଥିବାବେଳେ ସେଥିରୁ ୩୭ହଜାର ୫୧୩ଟି ବା ୬୫ଦଶମିକ ୭୧ ପ୍ରତିଶତ ଅଭିଯୋଗର ସମାଧାନ କରାଯାଇଛି। ସମସ୍ୟାର ସମାଧାନ କ୍ଷେତ୍ରରେ ଲୋକଙ୍କଠୁ ଫିଡବ୍ୟାକ ନେଉଛି ସିଏମଓ । ୨୪ ହଜାର ୭୨୨ ଲୋକଙ୍କୁ ସରକାର ଚିଠି ଲେଖି ଫିଡବ୍ୟାକ ନେଇଥିବାବେଳେ ଓ ୨୨ ହଜାର ୪୦୭ ଜଣଙ୍କଠୁ ଫୋନ ଯୋଗେ ପ୍ରତିକ୍ରିୟା ନିଆଯାଇଛି। ପାନୀୟ ଜଳ ଓ ବିଦ୍ୟୁତ ଯୋଗାଣ ସମ୍ପର୍କିତ ଅଭିଯୋଗର ତୁରନ୍ତ ସମାଧାନ ପାଇଁ ୫ଟି ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏହାଛଡ଼ା ଧାର୍ମିକ ପୀଠର ରୂପାନ୍ତରଣ ଓ ୫ଟି ଉପକ୍ରମରେ କଲେଜର ନବକଳେବର ନେଇ ଆଲୋଚନା କରାଯାଇଛି। ଗୁଣାବତ୍ତାକୁ ଆଧାର କରି ଟାର୍ଗେଟ ସମୟ ମଧ୍ୟରେ ସବୁ ପ୍ରକଳ୍ପ କାମ ସାରିବାକୁ ଗୁରୁତ୍ବ ଦିଆଯାଇଛି । ୫ଟି ନୀତିକୁ ଉପଯୋଗ କରି ଜନତାଙ୍କ ମୌଳିକ ସୁବିଧାକୁ ପୂରଣ କରିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଛାତ୍ରଛାତ୍ରୀଙ୍କୁ 5T ସଚିବଙ୍କ ପରାମର୍ଶ: ଯେଉଁଠି ବି ଥାଅ, ଓଡ଼ିଶା ମାଟିର ସେବା କରିବାର ସୁଯୋଗ ମିଳିଲେ ହାତଛଡ଼ା କରନି
ଭୁବନେଶ୍ବର: କେନ୍ଦୁଝର ଦକ୍ଷତା ବିକାଶ କେନ୍ଦ୍ରରେ ଆଜି ପ୍ରଥମ ବ୍ୟାଚ୍‌ ଛାତ୍ରଛାତ୍ରୀଙ୍କ ପ୍ରଶିକ୍ଷଣ ଆରମ୍ଭ ହୋଇଛି । ଆଜି ପ୍ରଥମ ଦିନରେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ଯେଉଁଠି ଥାଅ, ଓଡ଼ିଶା ମାଟିର ସେବା କରିବାର ସୁଯୋଗ ହାତଛଡ଼ା କରନି । କେନ୍ଦୁଝର ଦକ୍ଷତା ବିକାଶ କେନ୍ଦ୍ରର ପ୍ରଥମ ବ୍ୟାଚ୍‌ ଛାତ୍ରଛାତ୍ରୀଙ୍କୁ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ ଏହି ପରାମର୍ଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ଫାଇଭ-ଟି ଉପକ୍ରମରେ ଓଡ଼ିଶା ଅପ୍-ସ୍କିଲିଂ ଓ ପ୍ଲେସମେଣ୍ଟ କାର୍ୟ୍ୟକ୍ରମରେ ସ୍କିଲ ସେଣ୍ଟର ଆରମ୍ଭ ହୋଇଛି ।
ପ୍ରଶିକ୍ଷଣ ପରେ ଆଇଟି କ୍ଷେତ୍ରରେ ରାଜ୍ୟର ଯୁବପିଢ଼ିଙ୍କ ପାଇଁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଟେକ୍‌ ମହିନ୍ଦ୍ରା ଲିମିଟେଡ୍ ସହଯୋଗରେ ପ୍ରଶିକ୍ଷଣ ଆରମ୍ଭ ହୋଇଥିବା ବେଳେ ସହଯୋଗୀ ଭାବେ ଟାଟା ଷ୍ଟିଲ ରହିଛି । ସମ୍ପୂର୍ଣ୍ଣ ମାଗଣାରେ ପ୍ରଶିକ୍ଷଣ ସହ ମାଗଣା ଲଜିଂ, ବୋର୍ଡିଂ ଓ ପରିବହନ ବ୍ୟବସ୍ଥା ରହିଛି । ପ୍ରଥମ ବ୍ୟାଚରେ ସାରା ଓଡ଼ିଶାରୁ ୧୮୦ ଜଣ ଛାତ୍ରଛାତ୍ରୀ ପ୍ରଶିକ୍ଷଣ ନେଉଛନ୍ତି । ପ୍ରଶିକ୍ଷଣ ପରେ ଶତ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ସଫ୍ଟୱେର ଇଂଜିନିୟର ଭାବେ ନିଯୁକ୍ତି ଦେବାକୁ ଟେକ୍‌ ମହିନ୍ଦ୍ରା କମ୍ପାନୀ ପ୍ରତିଶ୍ରୁତି ଦେଇଛି ।
ଯାଜପୁର: ଯାଜପୁର ଇତିହାସ ପୃଷ୍ଠାରେ ଲେଖାହେବ ବିକାଶର ନୂଆ ଅଧ୍ୟାୟ। ଜିଲ୍ଲାର ରୂପାନ୍ତରଣ ସହ ସାମଗ୍ରିକ ଭାବେ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହେବ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଯାଜପୁରରେ ବିକାଶର ସମୀକ୍ଷା କରୁଛନ୍ତି ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ। ଜିଲ୍ଲା ଗସ୍ତର ତୃତୀୟ ଦିନରେ ସକାଳୁ ସକାଳୁ ମାଆ ବିରଜାଙ୍କୁ ଦର୍ଶନ କରିଛନ୍ତି ୫-ଟି ସଚିବ । ବିରଜା ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ସହିତ ମନ୍ଦିରର ରୂପାନ୍ତରଣ ନେଇ ଆଲୋଚନା କରିଥିଲେ। ସେବାୟତ ଓ ସାଧାରଣ ଲୋକଙ୍କ ସହିତ କଥା ହୋଇଥିଲେ ଫାଇଭ-ଟି ସଚିବ । ପରେ ମିଶନ ଶକ୍ତି କାଫେରେ ପହଞ୍ଚି ମାଆମାନଙ୍କ ସହିତ ଆଲୋଚନା କରିଥଇଲେ। ମହିଳାଙ୍କ ଦ୍ବାରା ପରିଚାଳିତ କାଫେରେ ଜଳଖିଆ କରିଥିଲେ ଭିକେ ପାଣ୍ଡିଆନ।
୫ଟି ସଚିବଙ୍କ ଯାଜପୁର ଗସ୍ତ: ଲୋକଙ୍କ ଅଭିଯୋଗ ଶୁଣିବା ସହ ସମାଧାନ ପାଇଁ ଦେଲେ ପ୍ରତିଶୃତି
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ଆଜିଠାରୁ ୩ ଦିନିଆ ଯାଜପୁର ଜିଲ୍ଲା ଗସ୍ତ। ଏହି କ୍ରମରେ ଆଜି ପ୍ରଥମ ଦିନରେ କୋରେଇ ଚାନ୍ଦମା ଖେଳପଡିଆରେ ପହଞ୍ଚିଥିଲେ ୫ଟି ସଚିବ। ଫୁଲ ପକାଇ ସ୍ବାଗତ କରିଥିଲେ ହଜାର ହଜାର ମହିଳା ଓ ଯୁବକ । ସଭାମଞ୍ଚ ପୂର୍ବରୁ ଅପେକ୍ଷା କରିଥିବା ମହିଙ୍କ ଠାରୁ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ। ଏଥିସହ ରାସ୍ତାରେ  ଚିବଙ୍କ ହାତରେ ରାକ୍ଷୀ ବାନ୍ଧିଲେ ମିଶନଶକ୍ତି ମହିଳା ମାନେ।  ପରେମିଶନଶକ୍ତି ସମାବେଶରେ ମହିଳାମାନଙ୍କୁ ସମ୍ବୋଧିତ କରିଥିଲେ। ଏହି ସମାବେଶରେ ୧୫ ହଜାରରୁ ଅଧିକ ମହିଳା ଯୋଗ ଦେଇଥିଲେ। ଜୟ ଜଗନ୍ନାଥ ଏବଂ ଜୟ ମା ବିରଜା କହି ଅଭିଭାଷଣ ଆରମ୍ଭ କରିଥିଲେ।  ଆପଣମାନେ ଯେଉଁ ଦରଖାସ୍ତ ଦେଇଛନ୍ତି ପାଇଲି ବୋଲି ଜଣାଇଥିଲେ।  ମନ୍ଦିର, ମସଜିଦ, କମ୍ୟୁନିଟି ହଲ ପାଇଁ ଯେଉଁ ପିଟିସନ ଅଛି । ୭ ଦିନ ମଧ୍ୟରେ ଖୁସି ଖବର ପାଇବେ ।
୧୦୦ ଟି ଅଭିଯୋଗ ଆସିଛି, ତାର ତୁରନ୍ତ ବିଚାର କରାଯିବ । ମୁଖ୍ୟମନ୍ତ୍ରୀ ୨୦୦୦ ମସିହାରେ ଦାୟିତ୍ୱ ଗ୍ରହଣ କରିବା ପରେ ଚିନ୍ତା କଲେ ଓଡିଶା କିପରି ସଶକ୍ତ ହେବ। ମହିଳାଙ୍କୁ ବାହାରକୁ ଆସିବା ପାଇଁ ପଡିବ ।  ସେମାନେ ମହାଜନ ପାଖକୁ ଯିବେ ନାହିଁ ।  ୨୦୦୧ ମସିହାରେ ମିଶନଶକ୍ତି ଆରମ୍ଭ କଲେ। ୭୦ ଲକ୍ଷ ମହିଳା ସାମିଲ ହେଲେ । ବିନା ସୁଧରେ ଟଙ୍କା ଦେବାକୁ ମୁଖ୍ୟମନ୍ତ୍ରୀ ଚିନ୍ତା କଲେ । ଗୋଟିଏ ବର୍ଷରେ ୧୧୩୦୦ କୋଟି ଲୋନ ନେଇଛନ୍ତି ମିଶନଶକ୍ତି ମହିଳା । ଚଳିତ ବର୍ଷ ଯାଜପୁର ର ୭୦ ହଜାର ଗ୍ରୁପ୍ ୫୪୦ କୋଟି ଟଙ୍କା ଗୋଟିଏ ଦିନରେ ଲୋନ ନେଇଛନ୍ତି। ୩ ଲକ୍ଷ୧୧୦୦୦ ଟଙ୍କା ହାରାହାରି ଲୋନ ଦିଆଯାଉଛି।
ଯାଜପୁର କୁ ୧ ନମ୍ବର କରିବା ପାଇଁ ସମସ୍ତେ ଲାଗନ୍ତୁ। ଯାଜପୁର ମହିଳା ମାନେ ୫ ଲକ୍ଷ ଲୋନ ନିଅନ୍ତୁ ।  ଏହା ହେଲେ ମୁଖ୍ୟମନ୍ତ୍ରୀ ୧୦ ଲକ୍ଷ ବିନା ସୁଧରେ ଲୋନ ଦେବାକୁ ଚିନ୍ତା କରିବେ । ୨୦୨୦-୨୧ ଯାଜପୁରର ମିଶନଶକ୍ତି ମହିଳା ୧୮୦ କୋଟି ୠଣ ନେଇଛନ୍ତି ।  ୨୧-୨୨ରେ ୨୪୦ କୋଟି,  ୨୨-୨୩ ରେ – ୫୪୦ କୋଟି, ଦୁଇ ବର୍ଷ ମଧ୍ୟ ରେ ୧୦୦୦ କୋଟି ନିଅନ୍ତୁ ।
ପ୍ରତ୍ୟେକ ଯୋଜନାରେ ମୁଖ୍ୟମନ୍ତ୍ରୀ ମିଶନଶକ୍ତି ମହିଳାଙ୍କୁ ସାମିଲ କରିବା ପାଇଁ ଚିନ୍ତା କରୁଛନ୍ତି। ମିଶନଶକ୍ତି କାଫେ, ହସ୍ପିଟାଲରେ ଖାଇବା, ବିଦ୍ୟୁତ ବିଲ, ମଧ୍ୟାହ୍ନ ଭୋଜନ, ତ୍ରିରଙ୍ଗା ସିଲେଇ କରିବା ଆଦି ରେ ମିଶନଶକ୍ତି ମହିଳା ସାମିଲ ନେଇ ମୁଖ୍ୟମନ୍ତ୍ରୀ ଚିନ୍ତା କରିଛନ୍ତି। ଜିଲ୍ଲା ଫେଡେରେସନ ମିଶନଶକ୍ତି ଗୃହ ସବୁଠାରୁ ଭଲ ହୋଇଛି ।  ଜିଲ୍ଲାରେ ୩୦୦ ମିଶନଶକ୍ତି ଗୃହ ହୋଇଛି । ୨୪୦ ହସ୍ତାନ୍ତର ହୋଇଛି, ଜିଲ୍ଲାପାଳ ଖୁବଶୀଘ୍ର ବାକି ବିଲ୍ଡିଂ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।  ଜିଲ୍ଲାରେ ଯେଉଁ ସରକାରୀ ବିଲ୍ଡିଂ ଖାଲି ପଡିଛି ସେଗୁଡିକ ମିଶନଶକ୍ତି ମହିଳାଙ୍କୁ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ସେ ଘର ଗୁଡିକ ମରାମତି କରି ବିନା ଭଡାରେ ଦିଆଯିବ ।  ସ୍କୁଟି ପାଇଁ ୧୭୦୦ ଆପ୍ଲିକେସନ ଆସିଛି, ଆଉ ୨୦୦ ରେଡି ହେଲେ ତୁରନ୍ତ ଦିଆଯିବ ।  ସବୁ ସରକାରୀ ଅଧିକାରୀଙ୍କ ଗାଡି ଅଛି । ଏଥିପାଇଁ ମିଶନଶକ୍ତି ବ୍ଳକ ଫେଡେରେସନଙ୍କୁ ସ୍କଟି ଦେବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆପଣ ଦୌଡିଲେ ଅଧିକ ବ୍ୟବସାୟ ହେବ । ଏସଏଜିରୁ ଏସଏମଇ ହେବେ ।  ବ୍ୟବସାୟ ଭଲ ହେଲେ ଲାଭ ଭଲ ହବ ।  ଲାଭ ଭଲ ହେଲେ ପିଲାମାନେ ଭଲରେ ରହିବେ । ପିଲାର ଉନ୍ନତି ହେଲେ ଓଡ଼ିଶାର ଉନ୍ନତି ହେବ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ଟି ନୂଆ ନିଷ୍ପତ୍ତି ନେଇଛନ୍ତି । ପ୍ରଥମ ନିଷ୍ପତ୍ତି ହେଉଛି ଏମବିକେ, ସିଆରପିଙ୍କ ଦରମା ବଢିବ ।  ୧୦୦ ପ୍ରତିଶତ ଦରମା ସରକାର ବହନ କରିବେ । ୨ୟଟି ହେଉଛି, ମହିଳାଙ୍କ ପାଇଁ ୧୮୦ ଦିନ ପାଇଁ ମ୍ୟାଟନିଟି ଲିଭ୍ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି। ୬ ମାସ କାମ ନକରି ଦରମା ପାଇବେ। ୩ୟଟି ହେଉଛି ପରିଚୟ ପାଇଁ ସମସ୍ତଙ୍କୁ ସ୍ମାର୍ଟ ଆଇଡି କାର୍ଡ ଦିଆଯିବ ।
ଦେଶରେ ଓଡିଶା ପ୍ରଥମ ରାଜ୍ୟ ଏଭଳି ସୁବିଧା ଦେଉଛନ୍ତି।  ଆପଣମାନେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଖୁବଶୀଘ୍ର ଖୁସି ଖବର ପାଇବେ। ଆପଣ ଓଡିଶା ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । ବଲାଙ୍ଗୀରର ଜଣେ ମହିଳାଙ୍କ ଉଦାହରଣ ଦେଇଥିଲେ ସଚିବ । କାମ କରିବା ପରେ ପୁଅ ଇଣ୍ଡିଆନ ଏୟାରଫୋର୍ସରେ ପାଇଲଟ କରିଛି ଏବଂ ଝିଅ ବାଙ୍ଗାଲୋରରେ ଇଂଜିନିୟରିଂ କରୁଛନ୍ତି। ମୋ ହାତରେ ରାକ୍ଷୀ ପିନ୍ଧାଇ ଥିବା ସମସ୍ତ ମା ଭଉଣୀଙ୍କ ପାଇଁ କାଲି ଭଗବାନଙ୍କୁ ଡାକିବି ବୋଲି ୫ଟି ସଚିବ କହିଥିଲେ।
୫ଟି ସଚିବଙ୍କ ୩ ଦିନିଆ ଯାଜପୁର ଜିଲ୍ଲା ଗସ୍ତ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ହେବ ସମୀକ୍ଷା
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ଆଜିଠାରୁ ୩ ଦିନିଆ ଯାଜପୁର ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି। ୫ଟି ସଚିବ ଅଗଷ୍ଟ ୨୯, ୩୧ ଓ ସେପ୍ଟେମ୍ବର ୧ ତାରିଖରେ ଯାଜପୁର ଜିଲ୍ଲାର ସମସ୍ତ ୭ଟି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ହେବାକୁ ଥିବା କାର୍ଯ୍ୟକ୍ରମରେ ସାମିଲ ହେବା ସହ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ଓ ବିଭିନ୍ନ ମନ୍ଦିର ପରିଦର୍ଶନ କରିବେ। ତେବେ ୫ଟି ସଚିବ ଆଜି ଗସ୍ତର ପ୍ରଥମ ଦିନରେ ପୂର୍ବାହ୍ନ ୧୦ ଘଟିକା ସମୟରେ କୋରାଇ ନିର୍ବାଚନ ମଣ୍ଡଳୀର ଚାନ୍ଦମା ଖେଳ ପଡ଼ିଆରେ ଆୟୋଜିତ ମିଶନ ଶକ୍ତି ସଭାରେ ଯୋଗ ଦେବେ।‌ ପରେ ମଧ୍ୟାହ୍ନରେ ଯାଜପୁର ଟାଉନ୍ ଠାରେ ଆୟୋଜିତ ଅନ୍ୟ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଭୁବନେଶ୍ଵରର ପ୍ରତ୍ୟାବର୍ତ୍ତନ କରିବେ। ସେହିପରି ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ ତାରିଖ ଦିନ ୫ଟି ସଚିବ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀ ମାରାଥନ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ୫ଟି ସଚିବଙ୍କ ୩ ଦିନିଆ ଯାଜପୁର ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ସମଗ୍ର ଜିଲ୍ଲାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ବ୍ରହ୍ମପୁର ପରେ ସାନଖେମୁଣ୍ଡିରେ ୫ଟି ସଚିବଙ୍କ ବିକାଶ କାର୍ଯ୍ୟର ସମୀକ୍ଷା
ସାନଖେମୁଣ୍ଡି: ବ୍ରହ୍ମପୁର ପରେ ସାନଖେମୁଣ୍ଡିରେ ୫ଟି ସଚିବଙ୍କ ବିକାଶ କାର୍ଯ୍ୟର ସମୀକ୍ଷା । ଲୋକଙ୍କ ହାତରୁ ଅଭିଯୋଗପତ୍ର ନେବା ସହ ସମସ୍ୟାର ସମାଧାନ ପାଇଁ ଦେଉଛନ୍ତି ପ୍ରତିଶ୍ରୁତି। ସାନଖେମୁଣ୍ଡିରେ ଘୋଡାହାଡ ଡ୍ୟାମ୍ ଜଳ ପ୍ରକଳ୍ପ ପାଇଁ ୧୭୦ କୋଟି ଖର୍ଚ୍ଚ ହେବ। ଏହାଦ୍ବାରା ୮ଟି ପଞ୍ଚାୟତ ଉପକୃତ ହେବେ। ଋଷିକୂଲ୍ୟା ଜାନିବିଲି ପ୍ରକଳ୍ପ ପାଇଁ ୧୦୩ କୋଟି ଟଙ୍କା ଖର୍ଚ୍ଚ ହେବ। ଧରାକୋଟ କୁକୁଡ଼ାଖଣ୍ଡି ସାନଖେମୁଣ୍ଡି ୧ ଲକ୍ଷ ୩୦ ହଜାର ଏକର ଚାଷ ଜମିକୁ ପାଣି ଯୋଗାଯିବ। ପଲାସପୁର ଡେଙ୍ଗାଉସ୍ତା ମୁଖ୍ୟ ରାସ୍ତା ମରାମତି ପାଇଁ ୨୧ କୋଟି ଟଙ୍କା ଖର୍ଚ୍ଚ ହେବ। ପାଟପୁର କଙ୍କରଡ଼ା ଆମ୍ବଗାଁ ତିତିଖଣ୍ଡି ସେଟେଲ ମେଣ୍ଟ ସର୍ଭେ କାମ ଆରମ୍ଭ ହେବ । ୧୦୦ ବର୍ଷର ଜମି ଘର ସମସ୍ୟା ଦୂର ହେବ । ରାସ୍ତାର ଉନ୍ନତି କରଣ ପାଇଁ ୧୬ କୋଟି ଟଙ୍କା ଖର୍ଚ୍ଚ ହେବ। ମିଶନ ଶକ୍ତି କେମିତି ଟଙ୍କା ପାଇବେ ସେ ଚିନ୍ତା କରିଛନ୍ତି ମୁଖ୍ୟମନ୍ତ୍ରୀ । ମା’ ମାନଙ୍କୁ ବିନା ସୁଧରେ ୧ ଲକ୍ଷ ଟଙ୍କା ବିନା ସୁଧରେ ଦେଇଛନ୍ତି। । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଯାହା ମୁଖ୍ୟମନ୍ତ୍ରୀଙ୍କ ଯୁଗାନ୍ତ କାରି ପଦକ୍ଷେପ ବୋଲି କହିଛନ୍ତି ୫ଟି ସଚିବ ।