BHUBANESAWR - The Sakala
ରାଜଧାନୀର ୨୧ ରାସ୍ତାରେ ପାର୍କିଂ କଟକଣା: ନ ମାନିଲେ ଗାଡ଼ି ଉଠାଇନେବ ପୁଲିସ, ଜାଣନ୍ତୁ କେଉଁ କେଉଁ ରାସ୍ତାରେ ଯାନବାହନ ପାର୍କିଂ ନିଷେଧ
ଭୁବନେଶ୍ୱର: ରାଜଧାନୀରେ ଟ୍ରାଫିକ ସମସ୍ୟା ଯେତିକି ଜଟିଳ ହେଉଥିବା ବେଳେ ବେଆଇନ ପାର୍କିଂ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଟ୍ରାଫିକ ପୁଲିସ ପକ୍ଷରୁ ଧରପଗଡ଼ କରାଯାଉଥିଲେ ମଧ୍ୟ ଚେତୁନାହାନ୍ତି ଅମାନିଆ। ଯୋଉଠି ପାରୁଛନ୍ତି ସେଇଠି ଗାଡ଼ି ପାର୍କିଂ କରୁଛନ୍ତି। ବେଆଇନ୍‌‌ ପାର୍କିଂ ଯୋଗୁଁଁ ରାସ୍ତା ସଙ୍କୁଚିତ ହେବା ସହିତ ଦୁର୍ଘଟଣା ଘଟୁଛି। କାହାରି ଜୀବନ ଯାଉଛି ତ ଆଉ କେହି ସାରା ଜୀବନ ପଙ୍ଗୁ ହୋଇଯାଉଛି। ତେବେ ଏହି ବେଆଇନ ପାର୍କିଂରେ ରୋକ୍‌‌ ଲଗାଇବାକୁ ପଦକ୍ଷେପ ନେଇଛି କମିସନରେଟ ପୁଲିସ। ଓଡ଼ିଶା ଅର୍ବାନ୍‌‌ ପୁଲିସ ଆକ୍ଟ ୨୮ ଓ ୨୯ ଅନୁଯାୟୀ ରାଜଧାନୀର ୨୧ଟି ପ୍ରମୁଖ ରାସ୍ତାରେ ବେଆଇନ୍‌‌ ପାର୍କିଂକୁ ନିଷିଦ୍ଧ ଘୋଷଣା କରାଯାଇଛି। ବ୍ୟବସାୟ କେନ୍ଦ୍ର, ଶିକ୍ଷାନୁଷ୍ଠାନ, ହସ୍ପିଟାଲ ଓ ଯାନବାହାନ ଯାତାୟାତ ବୃଦ୍ଧି ସହିତ ସୁନିୟନ୍ତ୍ରିତ ଟ୍ରାଫିକ ପରିଚାଳନା ଏବଂ ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସ କମିସନର ଡଃ ସୁରେଶ ଦେବଦତ୍ତ ସିଂ ଆଜି ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ନିୟମ ନ ମାନିଲେ ଗାଡ଼ି ଗୁଡ଼ିକ କ୍‌‌ରେନ ଦ୍ୱାରା ଉଠାଇ ନିଆଯିବ ବୋଲି ଚେତାବନୀ ଦେଇଛି ପୁଲିସ। ଗାଡ଼ି ମୁକୁଳାଇବାକୁ ଜରିମାନା ସହ କ୍‌‌ରେନ୍‌‌ ବାବଦ ଖର୍ଚ୍ଚ ଦେବାକୁ ପଡ଼ିବ ବୋଲି ପୁଲିସ କହିଛି।
ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବ ଖଣ୍ଡଗିରି ପ୍ରସିଦ୍ଧ ମାଘ ସପ୍ତମୀ ମେଳା। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଦୂରଦୂରାନ୍ତରୁ ସାଧୁସନ୍ଥମାନେ ଆସି ପହଞ୍ଚିଛନ୍ତି। ବଡ଼ିଭୋରୁ ଧୂନି ସ୍ଥାପନ ପରେ ଆରମ୍ଭ ହେବ ମାଘ ମେଳା। ଏଥିପାଇଁ ଖଣ୍ଡଗିରି ଉଦୟଗିରି ପାଦଦେଶରେ ନିଜର ଆସ୍ଥାନ ଜମାଇ ସାଧୁସନ୍ଥମାନେ ଯଜ୍ଞ ପାଇଁ ପ୍ରସ୍ତୁତି କରିସାରିଲେଣି। କଳିଙ୍ଗ ସମ୍ରାଟ ମହାମେଘବାହନ ଐର ଖାରବେଳଙ୍କ ସମୟରୁ ଜୈନ ସନ୍ଥମାନେ ଖଣ୍ଡଗିରିକୁ ସାଧନା ପାଇଁ ଆସୁଥିବାବେଳେ ଚଳିତବର୍ଷର ମଧ୍ୟ ଉତ୍ସାହର ସହ ଏହି କୁମ୍ଭ ମେଳା ପାଇଁ ଭିଡ଼ ପରିଲକ୍ଷିତ ହେବା ଆଶା କରାଯାଉଛି। ସାଧୁସନ୍ଥମାନଙ୍କ ହୋମଯଜ୍ଞ ସାଙ୍ଗକୁ ମୀନାବଜାର ଜମିବ। ଏଥିପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ବ୍ୟବସାୟୀମାନେ ସେମାନେଙ୍କ ଷ୍ଟଲ୍‌ ପ୍ରସ୍ତୁତ କରିସାରିଛନ୍ତି।
ମେଳାକୁ ପ୍ଲାଷ୍ଟିକମୁକ୍ତ କରିବାକୁ ଆହ୍ୱାନ
ସାରା ବିଶ୍ୱରେ ପ୍ଲାଷ୍ଟିକ ମହାମାରୀର ରୂପ ଧାରଣ କରିସାରିଛି। ଗାଁରୁ ସହର, ସହରରୁ ଜଙ୍ଗଲ, ଜଙ୍ଗଲରୁ ହ୍ରଦ, ହ୍ରଦରୁ ମହାସାଗର ଧୀରେ ଧୀରେ ପ୍ଲାଷ୍ଟିକ ତାର କାୟାବିସ୍ତାର କରିଚାଲିଛି। ପ୍ଲାଷ୍ଟିକର ବହୁଳ ବ୍ୟବହାର ଫଳରେ ପରିବେଶ ପ୍ରଦୂଷଣ ବଢ଼ିବାରେ ଲାଗିଛି। ପ୍ଲାଷ୍ଟିକ ମାଟିରେ ମିଶୁନଥିବାରୁ ଫସଲ କ୍ଷତି ଓ ଜଙ୍ଗଲ କ୍ଷୟର କାରଣ ପାଲଟୁଛି। ବିଶେଷକରି ବିଭିନ୍ନ ମେଳା ମହୋତ୍ସବରେ ପ୍ଲାଷ୍ଟିକର ବହୁଳ ବ୍ୟବହାର କରାଯାଇଥାଏ। ଏହାକୁ ଦୃଷ୍ଟିରେ ରଖି ୪ ତାରିଖରୁ ଭୁବନେଶ୍ୱରରେ ବିଶ୍ୱପ୍ରସିଦ୍ଧ ଖଣ୍ଡଗିରି ମେଳାରେ ପ୍ଲାଷ୍ଟିକ୍‌ ବ୍ୟବହାର ରୋକିବାକୁ ଆହ୍ୱାନ ଦିଆଯାଇଛି। ଏଠାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷ ଲକ୍ଷ ଦର୍ଶକଙ୍କ ଜନସମାଗମ ହୋଇଥାଏ। ମେଳାରେ ଜରି, ବୋତଲ, ପଲଥିନ୍‌ ଆଦି ବହୁଳ ପରିମାଣରେ ବ୍ୟବହାର ହେବାର ଆଶଙ୍କା ରହିଛି। ତେଣୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଏମ୍‌ସି କମିସନର ଖଣ୍ଡଗିରି ମେଳାକୁ ପ୍ଲାଷ୍ଟିକମୁକ୍ତ କରିବା ପାଇଁଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବାକୁ ସମାଜସେବୀ ପ୍ରତାପ କୁମାର ସାହୁ ଅନୁରୋଧ କରିଛନ୍ତି। ଏହାସହ ମେଳାରେ ଅଂଶଗ୍ରହଣ କରୁଥିବା ଦୋକାନୀ ଏବଂ ଦର୍ଶକମାନେ ମଧ୍ୟ ପ୍ଲାଷ୍ଟିକ ବ୍ୟାଗ୍‌ ବଦଳରେ କପଡ଼ା ବ୍ୟାଗ ଧରି ଖଣ୍ଡଗିରି ମେଳାରୁ ବିଭିନ୍ନ ସାମଗ୍ରୀ କିଣନ୍ତୁ ବୋଲି ନିବେଦନ କରିଛନ୍ତି।
ଯାତ୍ରା ୬ରୁ; ୧୦୦ ଠେଙ୍ଗା ପ୍ରସ୍ତୁତ
୬ରୁ ଦୁଲୁକିବ ଖଣ୍ଡଗିରି ପେଣ୍ଡାଲ। ଚଳିତବର୍ଷ ୬ଟି ପେଣ୍ଡାଲରେ ୧୩ଟି ପାର୍ଟି ନିଜର ଯାତ୍ରା ପରିବେଷଣ କରିବେ। ଚଳିତବର୍ଷ ଖଣ୍ଡଗିରିରେ ପରିବେଷଣ ହେବାକୁ ଯାଉଥିବା ଯାତ୍ରାରେ ଅଶ୍ଳୀଳ ନୃତ୍ୟ କଲେ ଠେଙ୍ଗା ପାହାର ବସିବ। ଏଥିପାଇଁ ମା’ ବାରଭୁଜାଙ୍କ ପାଖରେ ଏକାମ୍ର ବିଧାୟକ ବାବୁ ସିଂ ଓ ତାଙ୍କ ସହଯୋଗୀମାନେ ଶହେ ଠେଙ୍ଗା ପୂଜା କରି ରଖିଛନ୍ତି। ଚଳିତବର୍ଷ ଖଣ୍ଡଗିରି କୁମ୍ଭ ମେଳାରେ ଅନୁଷ୍ଠିତ ହେବାକୁ ଯାଉଥିବା ଯାତ୍ରାରେ ଅଶ୍ଳୀଳ ନୃତ୍ୟ ଓ କମେଡି କଲେ ଠେଙ୍ଗା ବୁଲିବ ବୋଲି ବିଧାୟକ କହିସାରିଛନ୍ତି। ଯେଉଁମାନେ ସଂସ୍କୃତି ବିରୋଧୀ ସେମାନେ ହେଉଛନ୍ତି ରାଷ୍ଟ୍ର ବିରୋଧୀ। ତେଣୁ ଅଶ୍ଳୀଳ ନୃତ୍ୟ ଓ କମେଡି ପ୍ରଦର୍ଶନ କଲେ ସେହି ଯାତ୍ରା ପାର୍ଟିକୁ ଖଣ୍ଡଗିରି ଯାତ୍ରାରୁ ବ୍ୟାନ୍‌ କରାଯିବ ବୋଲି ବିଧାୟକ ଚେତାଇଛନ୍ତି। ସେ କହିଛନ୍ତି ଯେ, କେବଳ ଖଣ୍ଡଗିରିରେ ନୁହେଁ, ସାରା ରାଜ୍ୟରେ ଅଶ୍ଳୀଳ ନୃତ୍ୟ ଓ କମେଡି ପ୍ରଦର୍ଶନ କଲେ ସେଠାରେ ବିରୋଧ କରିବ ଠେଙ୍ଗା। ଓଡ଼ିଆ ଅସ୍ମିତା, ଓଡ଼ିଆ ମାନ ମର୍ଯ୍ୟାଦାକୁ ରକ୍ଷା କରିବା ପାଇଁ ଠେଙ୍ଗା ରଖାଯାଇଛି ବୋଲି ବିଧାୟକ ଶ୍ରୀ ସିଂ କହିଛନ୍ତି। ସେହିପରି ସୋମବାର ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ବନ୍ଦ ନେଇ ନିର୍ଦ୍ଦେଶ ଦେଇଛନ୍ତି ବିଏମ୍‌ସି କମିସନର।
ଯାତ୍ରା ହେଉଛି କଳା ପ୍ରଦର୍ଶନର ଏକ ମାଧ୍ୟମ। ମଞ୍ଚ ଉପରେ ପ୍ରତ୍ୟକ୍ଷ ଭାବେ କଳାକାରମାନଙ୍କ ଜୀବନ୍ତ ଅଭିନୟ ଦେଖିବାକୁ ଦର୍ଶକମାନେ ଭିଡ଼ ଜମାଇଥାନ୍ତି। ହେଲେ ବିଗତ କିଛିବର୍ଷ ହେବ ଯାତ୍ରା ମଞ୍ଚରେ ଅଶ୍ଳୀଳତା ସୀମା ଟପିଛି। ଆଇଟମ୍‌ ଡ୍ୟାନ୍ସ ନାଁରେ ମଞ୍ଚ ଉପରେ ପିନ୍ଧା ବସ୍ତ୍ର ଖୋଲିବାକୁ ପଛାଉ ନାହାନ୍ତି ଡ୍ୟାନ୍ସର। ଫଳରେ ପରିବାର ସହ ଏକାଠି ବସି ଯାତ୍ରା ଦେଖିବା ସମସ୍ତ ବର୍ଗର ଦର୍ଶକଙ୍କ କ୍ଷେତ୍ରରେ ସମ୍ଭବ ହେଉ ନଥିବା ବେଳେ ଏହା ସମାଜକୁ ଏକ ଖରାପ ଚିତ୍ର ପ୍ରଦାନ କରୁଛି। ମଞ୍ଚ ଉପରେ ଅଶ୍ଳୀଳତାକୁ ବିରୋଧ କରାଯାଇ ଆସୁଥିବାବେଳେ ଚଳିତବର୍ଷ ପ୍ରଶାସନ ମଧ୍ୟ ଏଥିପ୍ରତି କଠୋର ନିଷ୍ପତ୍ତି ଗ୍ରହଣ କରିଛି। ଚଳିତବର୍ଷ ଯାତ୍ରରେ କୌଣସି ପ୍ରକାର ଅଶ୍ଳୀଳତାକୁ ପ୍ରଶୟ ଦିଆଯିବ ନାହିଁ ବୋଲି ଯାତ୍ରା କମିଟି ଓ ପୁଲିସ ପ୍ରଶାସନ ମଧ୍ୟରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଛି।
ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ବାହୁଡା଼ ଯାତ୍ରା: ସନ୍ଧ୍ୟା ଯୋଗୁ ଅଧାରେ ଅଟକିଲା ରୁକୁଣା ରଥ
ଭୁବନେଶ୍ବର: ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ପବିତ୍ର ବାହୁଡା଼ ଯାତ୍ରା। ହେଲେ ଅଧାରେ ଅଟକିଲା ମହାପ୍ରଭୁଙ୍କ ରୁକୁଣା ରଥ । ଶୀତଳ ଷଷ୍ଠୀ ଅଞ୍ଚଳରେ ଅଟକିଲା ରୁକୁଣା ରଥ। ସନ୍ଧ୍ୟା ହୋଇ ଯିବାରୁ ରଥଟଣା ବନ୍ଦ ହୋଇଛି। ପୁଣି ଆସନ୍ତାକାଲି ୩ଟା ବେଳେ ରଥ ଟଣା ହେବ। ଯେହେତୁ ଆସନ୍ତାକାଲି ୬ ଦିନ ହେଉଛି ସେଥିପାଇଁ ମହାପ୍ରଭୁ ମଙ୍ଗଳବାର ଦିନ ମନ୍ଦିରକୁ ଯିବେ।
ସୂଚନା ଅନୁଯାୟୀ, ସକାଳୁ ସକାଳ ଧୂପ, ଅବକାଶ ନୀତି କରାଯିବା ପରେ ମଧ୍ୟାହ୍ନରେ ମଧ୍ୟାହ୍ନ ଧୂପ ଓ ପୂଜାର୍ଚ୍ଚନା କରାଯାଇ ଅପରାହ୍ନରେ ରଥାରୂଢ଼ ହୋଇଥିଲେ ଶ୍ରୀ ଜୀଉ । ରଥରେ ମହାପ୍ରଭୁ ଲିଙ୍ଗରାଜଙ୍କ ସହିତ ଦେବୀ ରୁକ୍ମଣୀ ଓ ପ୍ରଭୁ ବାସୁଦେବ ବାହୁଡା଼ ଯାତ୍ରାରେ ଆସିଥାନ୍ତି। ଅପରାହ୍ନ ୪ ଟାରେ ରଥଟଣା ହୋଇଥିଲା।  ହଜାର ହଜାର ଭକ୍ତ ଏହି ବାହୁଡା଼ ଯାତ୍ରାରେ ସାମିଲ ହୋଇ ରଥାରୂଢ଼ ଶ୍ରୀ ଜୀଉଙ୍କୁ ଦର୍ଶନ କରି କୃପାଲାଭ କରିଥିଲେ। ରଥ ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ କମିଶନରେଟ ପୁଲିସ, ମନ୍ଦିର ପ୍ରଶାସନ ଓ ବହୁ ସ୍ବେଛାସେବୀ ଅନୁଷ୍ଠାନ ସହଯୋଗ କରିଥିଲେ।
ମହଙ୍ଗା ମାଡ: ତୈଳଦର ଵୃଦ୍ଧି ପରେ ରାଜ୍ୟରେ ବଢିଲା ବସ୍ ଭଡା
ଭୁବନେଶ୍ବର: ଖାଉଟିଙ୍କୁ ମହଙ୍ଗା ମାଡ । ରାଜ୍ୟରେ ପୁଣି ବଢିଲା ବସ୍ ଭଡା। ଡିଜେଲ ଦର ବୃଦ୍ଧି ଯୋଗୁ ବସଭଡା ବୃଦ୍ଧି ପାଇଛି। ସାଧାରଣ ବସ୍ ଭଡା କିଲୋମିଟର ପିଛା ୮୭ରୁ ୯୦ ପଇସାକୁ ବୃଦ୍ଧି । ସେହିପରି ଏକ୍ସପ୍ରେସ୍ ବସ ଭଡା କିଲୋମିଟର ପିଛା ୯୧ରୁ ୯୪ ପଇସାକୁ ବୃଦ୍ଧି ପାଇଛି । ତା ସହିତ ଡିଲକ୍ସ ବସ ଭଡା ୧ଟଙ୍କା ୨୫ ପଇସାରୁ ୧ ଟଙ୍କା ୩୧ ପଇସାକୁ ବୃଦ୍ଧି ପାଇଛି ଓ ଏସି ଡିଲକ୍ସ ଭଡା ୧ ଟଙ୍କା ୫୩ ପଇସାରୁ ୧ଟଙ୍କା ୫୯ ପଇସାକୁ ବୃଦ୍ଧି ପାଇଛି । ଅନ୍ୟପଟେ ସୁପର ପ୍ରିମିୟମ ଭଡା ୨ ଟଙ୍କା ୩୮ ପଇସାରୁ ୨ ଟଙ୍କା ୪୭ ପଇସାକୁ ବୃଦ୍ଧି ପାଇଛି । ଭଡା ବୃଦ୍ଧି ନେଇ ଅଲ ଓଡିଶା ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଏହି ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ୧୦ ଦିନରେ ଲଗାତର ୯ ଦିନ ଧରି ବଢିଚାଲିଛି ତୈଳ ଦର । ଆଜି ବି ପୁଣି ବଢିଛି ତେଲ ଦର । ଆଜି ଦେଶରେ ୮୦ ପଇସା ଲେଖାଏଁ ବଢିଛି ଉଭୟ ପେଟ୍ରୋଲ ଓ ଡିଜେଲ ଦର । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଯୋଗୁଁ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ବୃଦ୍ଧି ପାଉଛି । ଯାହାର ସିଧାସଳଖ ପ୍ରଭାବ ଜନସାଧାରଣଙ୍କ ପକେଟ୍ ଉପରେ ପଡ଼ିଛି । ଆଗକୁ ମଧ୍ୟ ପେଟ୍ରୋଲ ଓ ଡିଜେଲ୍ ଦର ଆହୁରି ବୃଦ୍ଧି ପାଇବ ବୋଲି ବିଶେଷଜ୍ଞମାନେ କହିଛନ୍ତି ।
ରାସ୍ତା ଖୋଳି ଛାଡ଼ି ଦେଉଛନ୍ତି ବିଭାଗ; ହନ୍ତସନ୍ତ ସହରବାସୀ
ଭୁବନେଶ୍ୱର: ରାଜଧାନୀର ବିଭିନ୍ନ ପ୍ରମୁଖ ପିଚୁରାସ୍ତା ଉପରେ ପ୍ୟାଚ୍‍ ପଡ଼ୁଛି। ହେଲେ ପିଚୁ ଭାଙ୍ଗି ମାଟି ଦିଶୁଥିବା ରାସ୍ତାରେ ବର୍ଷବର୍ଷ ଧରି ମରାମତି କରାଯାଉ ନାହିଁ। ବର୍ତ୍ତମାନ ଖୋଳାଯାଇଥିବା ରାସ୍ତା ରାଜଧାନୀବାସୀଙ୍କ ଚିନ୍ତାର କାରଣ ପାଲଟିଛି। ବିଶେଷକରି ବିଦ୍ୟୁତ ବିଭାଗ ପକ୍ଷରୁ ରାଜଧାନୀର ବିଭିନ୍ନ ସ୍ଥାନରେ କେବୁଲ ତାର ବିଛାଯିବାକୁ ରାସ୍ତାଗୁଡ଼ିକ ଖୋଳାଯାଉଛି, ହେଲେ ତାର ବିଛା ଯିବା ପରେ ତାହାକୁ ପୂର୍ବଭଳି ମରାମତି କରାଯାଉ ନ ଥିବା ଦେଖିବାକୁ ମିଳିଛି। ବିଶେଷକରି ରାସ୍ତାଗୁଡ଼ିକ ଆର୍‍ ଆଣ୍ଡ ବି ଅଧୀନରେ ରହିଥିଲେ ମଧ୍ୟ କେଉଁ ରାସ୍ତା କେଉଁ କାରଣ ପାଇଁ ଖୋଳାଯାଉଛି ଅବା ରାସ୍ତାକୁ ପୂର୍ବଭଳି ମରାମତି କରାଗଲା କି ନାହିଁ ବିଭାଗ ପକ୍ଷରୁ ଦତାରଖ କରାଯାଉ ନ ଥିବାରୁ ସ୍ଥାନୀୟ ଲୋକେ ଦୁର୍ଦ୍ଦଶା ଭୋଗୁଥିବା ଅଭିଯୋଗ ହୋଇଛି।
ୟୁନିଟ୍‍-୩ ଇଡ୍‍କୋ ପ୍ରଦର୍ଶନୀ ପଡ଼ିଆ ପଛପଟ ଭୁବନେଶ୍ୱର ମନ୍ଦିର ଲେନ୍‍ ରାସ୍ତା ଏବେ ମରଣଯନ୍ତା ପାଲଟିଛି। କେବୁଲ ତାର ବିଛା ଯିବାକୁ ବଦ୍ୟୁତ ବିଭାଗ ବିଭିନ୍ନ ସଂସ୍ଥାଙ୍କୁ କାର୍ଯ୍ୟ ଦାୟିତ୍ୱ ହସ୍ତାନ୍ତର କରିଥାଏ। ମାସେ ପୂର୍ବରୁ ଏହି ରାସ୍ତାକୁ ଏକ ସଂସ୍ଥା ପକ୍ଷରୁ ଖୋଳାଯାଇ ବିଦ୍ୟୁତ ତାର ବିଛା ଯାଇଥିଲା। ହେଲେ ତାର ବିଛାଯିବା ପରେ ରାସ୍ତାକୁ ପୂର୍ବଭଳି ମରାମତି କରାଯିବା ବଦଳରେ ନାମକୁ ମାତ୍ର ମାଟି ପକାଇ ଛାଡ଼ିଦେଇଛି ଉକ୍ତ ଠିକାସଂସ୍ଥା। ଫଳରେ ଏହି ରାସ୍ତାରେ ପ୍ରତିଦିନ ଦୁର୍ଘଟଣା ଘଟୁଛି। ବିଶେଷ କରି ଗାନ୍ଧୀମାର୍ଗରେ ଅନେକ ସମୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ସମୟରେ ଏହି ରାସ୍ତା ଦେଇ ଶହଶହ ଯାତ୍ରୀ ଯିବାଆସିବା କରିଥାନ୍ତି। ଏହାସହ ପ୍ରଦର୍ଶନୀ ପଡ଼ିଆ ସାଙ୍ଗକୁ ଅନେକ ଦପ୍ତର, ହୋଟେଲ ଆଦି ରହିଥିବାରୁ ଲୋକଙ୍କ ଗହଳି ଜମିଥାଏ। ବାଇକ୍‍ ଚାଳକଙ୍କ ଠାରୁ କାର୍‍, ଅଟୋ ଏହି ବାଟ ଦେଇ ଯିବା ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି। ଜଣେ ବରିଷ୍ଠ ନାଗରିକ ସାଇକଲ୍‍ରେ ଯାଉଥିବା ସମୟରେ ଏହି ଖାଲରେ ପଡ଼ି ଆହତ ହୋଇଥିବା ସ୍ଥାନୀୟ ବାସିନ୍ଦା ଦିଲ୍ଲୀପ କୁମାର ବେହେରା କହିଛନ୍ତି। କେବଳ ସେତିକି ନୁହେଁ କୌଣସି ଅଟୋ କିମ୍ବା କାର୍‍ ଏହି ଖାଲରେ ପଡ଼ିଗଲେ ବାହାରିବା କଷ୍ଟକର ହୋଇପଡ଼ୁଛି।
ତେବେ କେବୁଲ ତାର ବିଛାଯିବାକୁ ଏତେ ଓସାରରେ ରାସ୍ତା ଖୋଳାଯିବା ଆବଶ୍ୟକ ନ ଥାଇ ମଧ୍ୟ ଖୋଳାଯାଇଛି। ହେଲେ ଠିକ୍‍ ଭାବେ ମାଟି ଭର୍ତ୍ତି କରାଯାଇ ନଥିବାରୁ ଯାତ୍ରୀମାନେ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହି ରାସ୍ତାଟି ବିଏମ୍‍ସି ୱାର୍ଡ ନମ୍ବର ୩୫ ଅଧୀନରେ ରହିଥିବାରୁ ଏସମ୍ପର୍କରେ ପୂର୍ବତନ କର୍ପୋରେଟର ଦେବାଶିଷ ସିଟ୍‍ଙ୍କୁ ପଚାରିବାରୁ ସେ ଏହି ରାସ୍ତା ସମ୍ପର୍କରେ ଅବଗତ ନ ଥିବା କହିଛନ୍ତି। ଯଦି ରାସ୍ତା ଲୋକମାନଙ୍କର ସମସ୍ୟାର କାରଣ ପାଲଟିଛି ତେବେ ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।
‘ପଞ୍ଚାୟତ’ ପରେ ଜୋର୍‌ ଧରିବ ପୌର ରାଜନୀତି; ଏଥର ରାଜଧାନୀ ଦେଖିବ ପ୍ରଥମ ମହିଳା ମେୟର
ଭୁୁବନେଶ୍ୱର: ରାଜ୍ୟରେ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ତାତି ଉଷ୍ମ ହେବାରେ ଲାଗିଛି। ପଞ୍ଚାୟତ ଫଳାଫଳ ଘୋଷଣା ବେଳକୁ ପୌର ନିର୍ବାଚନ ନେଇ ଆନୁଷ୍ଠାନିକ ବିଗୁଲ୍‍ ବାଜିବ ବୋଲି ସୂଚନା ମିଳିଛି। ରାଜ୍ୟ ସରକାରଙ୍କ ଗୃହ ବିଭାଗ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରାକ୍‍ ପ୍ରସ୍ତୁତିରୁ ଏ ନେଇ ସଙ୍କେତ ମିଳିଛି। ବିଶେଷ କରି ରାଜ୍ୟର ୩ ମହାନଗର ନିଗମ ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁର ମେୟର ପଦ ସହ ୱାର୍ଡ ସଂରକ୍ଷଣ, ସୀମା ପୁନଃ ନିର୍ଦ୍ଧାରଣ ନେଇ ଚୂଡାନ୍ତ ତାଲିକା ପ୍ରକାଶ ପାଇବା ପରେ ପୌର ରାଜନୀତି ବି ଉଷ୍ଣ ହୋଇଛି। ଚିଠା ତାଲିକାରେ ପ୍ରସ୍ତାବିତ ସଂରକ୍ଷଣ ୩ ମହାନଗର ନିଗମ କ୍ଷେତ୍ରରେ ଅପରିବର୍ତ୍ତିତ ରହିଛି। ଭୁବନେଶ୍ୱର ମହାନଗର ନିଗମ (ବିଏମସି), ବ୍ରହ୍ମପୁର ମହାନଗର ନିଗମ (ବିଇଏମସି)ର ମେୟର ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଅପରପକ୍ଷରେ କଟକ ମହାନଗର ନିଗମ(ସିଏମସି)ର ମେୟର ପଦ ଅଣସଂରକ୍ଷିତ ରହିଛି।
ଆସନ୍ତା ନିର୍ବାଚନରେ ବିଏମସି ଅଞ୍ଚଳରେ ମୋଟ୍‍ ୬୭ଟି ୱାର୍ଡରେ ଭୋଟ୍‍ ଗ୍ରହଣ ହେବାକୁ ଥିବା ବେଳେ ମେୟର ନିର୍ବାଚନ ପାଇଁ ପ୍ରତ୍ୟକ୍ଷ ଭୋଟ୍‍ ପଡ଼ିବ। ତେବେ ପ୍ରଥମ ଥର ପାଇଁ ବିଏମସିରେ ମେୟର ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ପରେ ରାଜଧାନୀରେ ମହିଳା ମେୟର ହେବା ଏକ ପ୍ରକାର ସ୍ଥିର ହୋଇଛି। ସେହିପରି ୬୭ଟି ଆସନ ମଧ୍ୟରୁ ୯ଟି ଆସନ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ସଂରକ୍ଷିତ ରଖାଯାଇଥିବା ବେଳେ ମୋଟ୍‍ ୩୪ଟି ଆସନରୁ ମହିଳା ପ୍ରାର୍ଥୀଙ୍କୁ ପ୍ରାଥମିକତା ଦିଆଯାଇଛି। ଗତ ୭ ତାରିଖରେ ପ୍ରକାଶ ପାଇଥିବା ଚିଠା ତାଲିକା ଉପରେ ଆପତ୍ତି ଅଭିଯୋଗ ଗ୍ରହଣ କରାଯାଇ ଶନିବାର ଏହି ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି।
ବଡ଼ କଥା ହେଉଛି କେବଳ କିଛି ଜାଗା ଲାଗି ଥିବା ସୀମା ବିବାଦରେ ସାମାନ୍ୟ ପରିବର୍ତ୍ତନ ହୋଇଥିବା ବେଳେ ଚିଠା ତାଲିକାରେ ପ୍ରକାଶ ପାଇଥିବା ସଂରକ୍ଷଣ ସମ୍ପୂର୍ଣ୍ଣ ଅପରିବର୍ତ୍ତିତ ରହିଛି। ଚୂଡ଼ାନ୍ତ ତାଲିକା ଅନୁଯାୟୀ ମୋଟ୍‍ ୩୪ଟି ଆସନରେ ମହିଳାଙ୍କ ପାଇଁ ରହିଥିବା ବେଳେ ୨୯ଟି ଆସନକୁ ଅଣସଂରକ୍ଷିତ କରାଯାଇଛି। ପ୍ରଥମେ ପ୍ରକାଶ ପାଇଥିବା ଚିଠା ତାଲିକାରେ ପଛୁଆ ବର୍ଗଙ୍କ ପାଇଁ ୧୮ଟି ଆସନ ସଂରକ୍ଷିତ ରଖାଯାଇ ତାଲିକା ପ୍ରକାଶ ପାଇଥିଲା। ହେଲେ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ପଛୁଆ ବର୍ଗଙ୍କୁ ସଂରକ୍ଷଣରୁ ବାଦ ଦେଇ ଗତ ୭ ତାରିଖରେ ପୁନର୍ବାର ଚିଠା ତାଲିକା ପ୍ରକାଶ ପାଇଥିଲା। ଶନିବାର ଏହି ତାଲିକାକୁ ଚୂଡ଼ାନ୍ତ କରାଯାଇଛି। ଗତ ବିଏମସି ନିର୍ବାଚନରେ ମହିଳାଙ୍କ ପାଇଁ ମୋଟ୍‍ ୩୪ଟି ଆସନ ସଂରକ୍ଷିତ ରହିଥିବା ବେଳେ ଚଳିତ ବର୍ଷ ମଧ୍ୟ ଏହି ସଂଖ୍ୟା ସମାନ ରହିଛି। ମୋଟ୍‍ ଆସନର ୫୦ ପ୍ରତିଶତ ଆସନରେ ମହିଳାମାନେ ପ୍ରତିନିଧିତ୍ୱ କରିବେ ବୋଲି ରାଜ୍ୟ ସରକାର ପୂର୍ବରୁ ନିଷ୍ପତ୍ତି ନେଇଛନ୍ତି। ଏହି ଆଧାରରେ ମହିଳା ପ୍ରତିନିଧିତ୍ୱ ଉପରେ ଗୁରୁତ୍ୱ ଦିଆଯାଇଥିବା ଜଣାପଡ଼ିଛି।
ଆସନ୍ତାକାଲିଠୁ ନନ୍ଦନକାନନ ପିଣ୍ଡି ବୁକିଂ; ସ୍ବତନ୍ତ୍ର ଗାଇଡ୍‌ଲାଇନ୍ ମଧ୍ୟରେ ବଟାନିକାଲ ଗାର୍ଡେନରେ ବଣଭୋଜିକୁ ଅନୁମତି
ଭୁବନେଶ୍ବର: ଶୀତ ଆରମ୍ଭ ହୋଇଯାଇଥିବା ବେଳେ ଆଗକୁ ବଡ଼ଦିନ ଓ ନୂଆବର୍ଷ ଅପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ସ୍ଵତନ୍ତ୍ର ଭାବେ ପିଣ୍ଡି ବୁକିଂ ପ୍ରକ୍ରିୟା ଆରମ୍ଭ କରିଛନ୍ତି। କରୋନାର ସମସ୍ତ ନୀତି ନିୟମକୁ ଅନୁପାଳନ କରି ଏଠାରେ ବଣଭୋଜି ଚାଲିବ ବୋଲି ନନ୍ଦନକାନନ ପକ୍ଷରୁ ସୂଚନା ଦିଆଯାଇଛି। ନନ୍ଦନକାନନ ପରିସରକୁ ପ୍ରବେଶ କରିବା ପାଇଁ ସ୍ବତନ୍ତ୍ର ପ୍ରବେଶ ଶୁଳ୍କ ଧାର୍ଯ୍ୟ କରାଯାଇଛି । ୧୨ ବର୍ଷରୁ ଅଧିକ ବୟସର ଯୁବକ/ ଯୁବତୀଙ୍କ ପାଇଁ ପ୍ରବେଶ ଶୁଳ୍କ ୨୦ ଟଙ୍କା ରଖାଯାଇଥିବା ବେଳେ ଦୁଇଚକିଆ ଓ ତିନିଚକିଆ ପାଇଁ ୩୦ ଟଙ୍କା ଧାର୍ଯ୍ୟ କରାଯାଇଛି । ସେହିପରି ଚାରିଚକିଆ ଗାଡ଼ି ପାଇଁ ୧୦୦ ଟଙ୍କା, ବସ୍/ ମିନିବସ୍ ଆଦି ପାଇଁ ୨୦୦ ଟଙ୍କା, ହ୍ୟାଣ୍ଡି କ୍ୟାମେରା ପାଇଁ ୨୦୦ ଟଙ୍କା ଓ ହାଇ ଡେଫିନେସନ୍‌ର ଭିଡିଓ କ୍ୟାମେରା ପାଇଁ ୫୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । ସେହିପରି ପର୍ଯ୍ୟଟକଙ୍କ ପ୍ରବେଶ ପାଇଁ ବୁକିଂ ଆରମ୍ଭ ହୋଇଥିବା ବେଳେ ଛୋଟ ପିଣ୍ଡି ପାଇଁ ୨୫୦ଟଙ୍କା, ବଡ଼ ପିଣ୍ଡି ପାଇଁ ୫୦୦ ଟଙ୍କା, ଶେଡ ପାଇଁ ୧୨୦୦ ଟଙ୍କା ଓ ସ୍ବତନ୍ତ୍ର ବଣଭୋଜି ଶେଡ ପାଇଁ ୧୫୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । ତେବେ ଏଥିପାଇଁ ସର୍ଭିସ୍‌ ଚାର୍ଜ ବାବଦକୁ କିଛି ଅଧିକ ଅର୍ଥ ଦେବାକୁ ପଡ଼ିବ। ଅପରପକ୍ଷେ ହଲିଡେ କଟେଜ୍ ଓ ରେଷ୍ଟ ହାଉସ ବୁକିଂ କରିବାକୁ ହେଲେ ଜଣେ ୨୫୦୦ ଟଙ୍କା ସାଙ୍ଗକୁ ଅଧିକ ସର୍ଭିସ୍‌ ଚାର୍ଜ ବାବଦରେ ୧୦୦ ଟଙ୍କା ଦେବାକୁ ପଡ଼ିବ । ଅପରପକ୍ଷେ କରୋନା ଗାଇଡ୍‌ଲାଇନ୍‌ ର ଅନୁପାଳନ କରି କର୍ତ୍ତୃପକ୍ଷ ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନ ଖୋଲିଛନ୍ତି । ତେଣୁ ମାସ୍କ ଓ ସାନିଟାଇଜର ଲଗାଇବାକୁ ବାଧ୍ୟ କରାଯାଇଛି। ଏହାସହ ସାମାଜିକ ଦୂରତା ରଖିବାକୁ ବାଧ୍ୟତାମୂଳକ କରାଯାଇଛି।
ଭୁବନେଶ୍ୱର: ୩୧ତମ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ତଥା ୮ମ ରାଜ୍ୟ ଟେଲି ପୁରସ୍କାର ଘୋଷଣା ହୋଇଛି । ଯେଉଁଥିରେ ୨୭ଟି ବିଭାଗରେ ଚଳଚ୍ଚିତ୍ର ପୁରସ୍କାର ଦିଆଯିବା ସହିତ ୨୦ଟି ବିଭାଗରେ ଟେଲି ପୁରସ୍କାର ପ୍ରଦାନ କରାଯାଇଛି । ପୁରସ୍କାର ଘୋଷଣା କରିଛନ୍ତି ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ । ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶକ, ପ୍ରଯୋଜକ ଘନଶ୍ୟାମ ମହାପାତ୍ର ପାଇବେ ଜୟଦେବ ପୁରସ୍କାର । ମୋହନ ସୁନ୍ଦରଦେବ ଗୋସ୍ବାମୀ ପୁରସ୍କାର ପାଇବେ ନୀଳମାଧବ ପଣ୍ଡା । ଟେଲି ଫିଲ୍ମ ‘କାଳିଆ କରୁଛି ଲୀଳା’ ଶ୍ରେଷ୍ଠ ଟେଲିଫିଲ୍ମ ପୁରସ୍କାର ପାଇବ । ସେହିପରି ସରଗମ ଶ୍ରେଷ୍ଠ ଟେଲି ସିରିଏଲ ପାଇବ । ସରଗମ ଟେଲି ଫିଲ୍ମ ପାଇଁ ଚଣ୍ଡୀ ପରିଜା ପାଇବେ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ।
କାଳିଆ କରୁଛି ଲୀଳା ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇବେ ଦେବାଶିଷ ପାତ୍ର । ସେହିପରି ରଙ୍ଗିଲା ବୋହୂ ପାଇଁ ଲିପସା ମିଶ୍ର ପାଇବେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର । କାଳିଆ କରୁଛି ଲୀଳା ପାଇଁ ଶ୍ରେଷ୍ଠ ପାର୍ଶ୍ବ ଅଭିନେତା ପୁରସ୍କାର ପାଇବେ ଜୀବନ ପଣ୍ଡା । ରଙ୍ଗିଲା ବୋହୂ ପାଇଁ ମଧୁସ୍ମିତା ପ୍ରଧାନ ପାଇବେ ଶ୍ରେଷ୍ଠ ପାର୍ଶ୍ବ ଅଭିନେତ୍ରୀ ପୁରସ୍କାର । ସରଗମ ପାଇଁ ଶ୍ରେଷ୍ଠ ଖଳ ଅଭିନେତା ପୁରସ୍କାର ପାଇବେ ସୁରେଶ ମିଶ୍ର, ସେହିପରି ରଙ୍ଗିଲା ବୋହୂ ପାଇଁ ଶ୍ରେଷ୍ଠ ଖଳ ଅଭିନେତ୍ରୀ ପାଇବେ ଉଷଶୀ ମିଶ୍ର । ଶ୍ରେଷ୍ଠ ହାସ୍ୟକଳାକାର ଭାବେ ବିବେଚିତ ହୋଇଛନ୍ତି ଶଙ୍କର ପ୍ରଧାନ ।
ପ୍ରଯୋଜକ ନୀଳମାଧବ ପଣ୍ଡାଙ୍କ କାଲିର ଅତୀତ ଶ୍ରେଷ୍ଠ ଚଳିଚିତ୍ର ଭାବେ ମନୋନୀତ ହୋଇଛି । ଏହି ଫିଲ୍ମ ପାଇଁ ନୀଳମାଧବ ପଣ୍ଡା ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପାଇବେ । ଫିଲ୍ମ ଖୁସି ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇବେ ସରୋଜ ପରିଡ଼ା । ଅଭିନେତ୍ରୀ କାବ୍ୟା କିରଣ ପାଇବେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର । ଶଲା ବୁଢାର ବଦଲା ପାଇଁ କପିଳେଶ୍ବର ପ୍ରସାଦ ମହାପାତ୍ର ପାଇବେ ଶ୍ରେଷ୍ଠ କାହାଣୀ ପୁରସ୍କାର । ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶନା ପାଇଁ ବାଳକୃଷ୍ଣ ସମ୍ମାନ ପାଇବେ ବୈଦ୍ୟନାଥ ଦାସ ।
ସେହିପରି ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ ଭାବେ ବିବେଚିତ ହୋଇଛନ୍ତି ସ୍ବୟମ ପାଢୀ । ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା ପୁରସ୍କାର ପାଇବେ ଦୀପ୍ତିରେଖା ପାଢୀ । ଓଡ଼ିଶା ପ୍ରାନ୍ତରୀୟ ଭାଷାରେ ପ୍ରସ୍ତୁତ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ ହୋଇଛି ଝରନ୍ । ଦିବଂଗତ ଅଭିନେତା ଅଟଳବିହାରୀ ପଣ୍ଡାଙ୍କୁ ମରୋଣତ୍ତର ଭାବେ ଶ୍ରେଷ୍ଠ ସଂଳାପ ଲେଖକ ପୁରସ୍କାର ମିଳିବ । ସେହିପରି ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର କ୍ୟାଟେଗୋରୀରେ ଶ୍ରୀକ୍ଷେତ୍ରରୁ ସାହିଯାତ ପାଇଁ ଶ୍ରେଷ୍ଠ ପ୍ରଯୋଜକ ପୁରସ୍କାର ପାଇବେ ଆଶୁତୋଷ ପଟ୍ଟନାୟକ । ଚଳଚ୍ଚିତ୍ର ରସଗୋଲା ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ବିବେଚିତ ହୋଇଛନ୍ତି ସ୍ବରାଜ ମିଶ୍ର । ରାଜ୍ୟ ସଂସ୍କୃତି ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏନେଇ ଘୋଷଣା କରିଛନ୍ତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ।
ନଭେମ୍ବର ମଧ୍ୟଭାଗରେ ୩ଟି ଲଘୁଚାପ ଆଶଙ୍କା, ଉପକୂଳ ଓ ଦକ୍ଷିଣ ଓଡ଼ିଶା ଉପରେ ପଡ଼ିପାରେ ପ୍ରଭାବ
ଭୁବନେଶ୍ୱର: ନଭେମ୍ବର ୧୫ ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗରରେ ତିନୋଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାଫଳରେ ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶରେ ଭାରୀ ବର୍ଷା ହୋଇପାରେ। କେତେକ ମଡେଲ ଅନୁଯାୟୀ ଆଗାମୀ ଦୁଇ ସପ୍ତାହ ଯାଏଁ ଏହାର ପ୍ରଭାବ ରାଜ୍ୟରେ ବିଶେଷକରି ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପଡ଼ିବାର ସମ୍ଭାବନା ରହିଛି ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ଡ. ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି।
ଡ.ପଶୁପାଳକଙ୍କ ଅନୁଯାୟୀ, ଆଜି ସକାଳେ ଶ୍ରୀଲଙ୍କାର ନିକଟରେ ହୋଇଥିବା ଲଘୁଚାପର କିଛି ଅଂଶ ନଭେମ୍ବର ୧ ତାରିଖରେ ଦକ୍ଷିଣ ଆରବ ସାଗରରେ ପହଞ୍ଚି କ୍ରମଶଃ ଘନୀଭୂତ ହେବ । ଏହାର ଅନ୍ୟ ଗୋଟିଏ ଅଂଶ ଦ୍ବାରା ତାମିଲନାଡୁରୁ ଓଡ଼ିଶା ପର୍ଯ୍ୟନ୍ତ ପ୍ରଭାବ ପଡ଼ିବ। ଏହାର ପ୍ରଭାବ ନଭେମ୍ବର ୫ ଯାଏଁ ରହିପାରେ। ସେହିପରି ନଭେମ୍ବର ୫ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଦ୍ୱିତୀୟ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ୧୧ ତାରିଖ ବେଳକୁ ଏହା ଘନୀଭୂତ ହୋଇ ଅବପାତର ରୂପ ନେବାର ସମ୍ଭାବନା ଥିବାବେଳେ ଏହାର ପ୍ରଭାବ ଓଡ଼ିଶା ଉପରେ ପ୍ରାୟ ନଭେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ରହିବ ବୋଲି ଡ.ପଶୁପାଳକ ଆକଳନ କରିଛନ୍ତି । ନଭେମ୍ବର ୧୩ ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ତୃତୀୟ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବା ସେ ସୂଚନା ଦେଇଛନ୍ତି |
ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ବିରୋଧରେ ଆଜିଠୁ ରାଜ୍ୟବ୍ୟାପୀ ପ୍ରତିବାଦ କରିବ ବିଜେଡି
ଭୁବନେଶ୍ବର: ଅସହ୍ୟ ହେଲାଣି ମହଙ୍ଗା ମାଡ଼ । ଦରବୃଦ୍ଧି ମାଡ଼ରେ ଲୋକଙ୍କ ଅଣ୍ଟା ଭାଙ୍ଗିଲାଣି । ବିକାଶ କଥା କହି ବିଜେପି କେନ୍ଦ୍ରରେ କ୍ଷମତାକୁ ଆସିଛି; କିନ୍ତୁ ଅତ୍ୟାବଶ୍ୟକ ଦରଦାମ ବୃଦ୍ଧି ଯୋଗୁଁ ଦେଶବାସୀ ଆଜି ଭୋକରେ ଅଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀ, ଇନ୍ଧନ, ଏଲ୍‌ପିଜି ଦର ହୁ ହୁ ହୋଇ ବଢ଼ି ଚାଲିଥିବା ବେଳେ ପ୍ରତ୍ୟେକ ପରିବାରର ଆର୍ଥିକ ସ୍ଥିତି ବିଗିଡ଼ି ଯାଇଛି। ତେଣୁ ରାଜ୍ୟବାସୀଙ୍କ ସ୍ଵାର୍ଥର ଜାଗ୍ରତ ପ୍ରହରୀ ଭାବରେ ବିଜେଡି ଦରଦାମ ବୃଦ୍ଧି ବିରୋଧରେ ରାଜ୍ୟବ୍ୟାପୀ ପ୍ରତିବାଦ କରିବାକୁ ନିଷ୍ପତି ନେଇଛି। ଆସନ୍ତା ୩୧ ତାରିଖଠାରୁ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ବିଜେଡ଼ି ରାଜଧାନୀରୁ ଆରମ୍ଭ କରି ଜିଲ୍ଲା ସଦର ମହକୁମା ଓ ପ୍ରତି ନିର୍ବାଚନମଣ୍ଡଳୀରେ ଆନ୍ଦୋଳନକୁ ଓହ୍ଲାଇବ। ରାଜ୍ୟ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ବରିଷ୍ଠ ନେତା ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ ଏବଂ ପ୍ରମିଳା ମଲ୍ଲିକ ଏ ସମ୍ପର୍କରେ ସୂଚନା ଦେଇଛନ୍ତି |
ଆଜି ରାଜଭବନ ଆଗରେ ଧାରଣା ଓ ପ୍ରତିବାଦ କରିବ ବିଜୁ ଜନତା ଦଳ । ଆସନ୍ତାକାଲିଠୁ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ । ଆସନ୍ତା ୫ରୁ ୭ ତାରିଖ ଯାଏଁ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ସବୁ ବିଧାନସଭା ନିର୍ବାଚନୀ ମଣ୍ଡଳୀର ପେଟ୍ରୋଲ ପମ୍ପ ଆଗରେ ପ୍ରତିବାଦ କରାଯିବ । ରାଜ୍ୟରେ ଏବେ ପେଟ୍ରୋଲ, ଡିଜେଲ ୧୧୦ ଟଙ୍କା ହେଲାଣି । ଖାଇବା ତେଲ ଲିଟର ପ୍ରତି ୨୦୦ ଟଙ୍କା ଛୁଇଁଲାଣି । ଡାଲି ଠାରୁ ଆରମ୍ଭ କରି ପନିପରିବା ଦରରେ ପକେଟରେ ନିଆଁ ଲାଗିଛି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଚାକିରିଆ ଯାଏଁ ସଭିଁଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡ଼ିଛି । ଦରଦାମକୁ ନିୟନ୍ତ୍ରଣ କରିବାରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ବିଫଳ ହେବା ପରେ କେନ୍ଦ୍ର ବିରୋଧରେ ରଣହୁଙ୍କାର ଦେଇଛି ବିଜେଡି ।
ଯୁକ୍ତ ତିନି ସ୍ପଟ୍ ନାମଲେଖା ପାଇଁ ମେଧା ତାଲିକା ଆଜି, ଅକ୍ଟୋବର ୨୭ ରୁ ୩୦ ମଧ୍ୟରେ ନାମଲେଖା
ଭୁବନେଶ୍ୱର: ଯୁକ୍ତ ୩ ରେ ଖାଲି ରହିଥିବା ୧ ଲକ୍ଷ ୩ ହଜାର ସିଟ୍‌ରେ ସ୍ପଟ୍ ନାମଲେଖା ଆସନ୍ତା ୨୭ରୁ ଆରମ୍ଭ ହେବାକୁ ଥିବାବେଳେ ଆଜି ମେଧା ତାଲିକା ପ୍ରକାଶ ପାଇବ। ଆଜି କଲେଜର ଇସ୍ପେସରେ ନାମଲେଖା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ପିଲାଙ୍କ ତାଲିକା ପ୍ରକାଶ ପାଇବ। ୨୪ରୁ ୨୭ ତାରିଖ ମଧ୍ୟରେ ଛାତ୍ରଛାତ୍ରୀଙ୍କୁ କଲେଜରେ ଫି’ ଦାଖଲ କରିବାକୁ ପଡ଼ିବ। ସେହିପରି ଅକ୍ଟୋବର ୨୭ ଏବଂ ୨୮ ତାରିଖରେ ଛାତ୍ରଛାତ୍ରୀଙ୍କ କାଗଜପତ୍ର(ଡକ୍ୟୁମେଣ୍ଟ) ଯାଞ୍ଚ କରାଯିବ। ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ନାମଲେଖା ୨୭ରୁ ୩୦ ତାରିଖ ମଧ୍ୟରେ ଅନୁଷ୍ଠିତ ହେବା ନେଇ ଉଚ୍ଚ ଶିକ୍ଷା ବିଭାଗ ଦର୍ଶାଇଛି।
ଗଞ୍ଜେଇ ଚାଲାଣକାରୀଙ୍କ ନୂଆ ଉପାୟ: ରାଜଧାନୀରେ କୋରିଅର ଜରିଆରେ କରୁଥିଲେ ଚାଲାଣ, ୨ ଯୁବକ ଗିରଫ
ଭୁବନେଶ୍ୱର: ଅଭିନବ ଉପାୟ ଅପାଣାଉଛନ୍ତି ଗଞ୍ଜେଇ ଚୋରା ଚାଲାଣକାରୀ।  କେତେବେଳେ କଣ୍ଟେନର ତ କେତେ ବେଳେ ବାଉଁଶ ଭିତରେ ଭର୍ତ୍ତି କରି ଆଉ କେତେବେଳ ପଇଡ ବୋଝେଇ ଗାଡିରେ କରୁଛନ୍ତି ଗଞ୍ଜେଇ ଚୋରା ଚାଲାଣ। ଏବେ ପୁଣି ଏକ ନୂଆ ପନ୍ଥା ଅପଣାଇଛନ୍ତି ଗଞ୍ଜେଇ ଚୋରା ଚାଲାଣକାରୀ। କୋରିଅରରେ ଜରିଆରେ ଅନ୍ୟ ଜିନିଷ ସହ ଗଞ୍ଜେଇ ଚାଲାଣ ବେଳେ ଚୋରା ଚାଲାଣକାରୀକୁ ଧରିଛି କମିଶନରେଟ ପୋଲିସ । ଦିଲ୍ଲୀର ୨ ଯୁବକଙ୍କୁ  ସହିଦନଗର ଥାନା ପୋଲିସ ଗିରଫ କରିଛି । ଭୁବନେଶ୍ୱରର କୋଚିଲାଇ ହାଟରୁ ଦୁଇ ବେପାରୀଙ୍କୁ ଗିରଫ କରିଛି ସହିଦନଗର ଥାନା ପୋଲିସ । ଜବତ ହୋଇଛି ପ୍ରାୟ ୪୫ କେଜି ଗଞ୍ଜେଇ । ଯାହାର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହେବ । ଭିଆରଏଲ୍ କୋରିଅର ଜରିଆରେ ଗଞ୍ଜେଇ ଭୁବନେଶ୍ୱରରୁ ଦିଲ୍ଲୀ ଚାଲାଣ ହେଉଥିଲା । କୋରିଅର ସମୟରେ ସନ୍ଦେହ ହେବାରୁ ଏନେଇ କୋରିଅର ସଂସ୍ଥା ପୋଲିସକୁ ଅବଗତ କରାଇଥିଲା ।