Jaga Mission - The Sakala

୧୮ରେ ଜାଗା ମିଶନ ପଟ୍ଟା ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମହାନଗର ନିଗମ ଅଞ୍ଚଳରେ ଭୂମିହୀନଙ୍କୁ ନଜସ୍ୱ ଜମିପଟ୍ଟା ମିଳିବ। ସମ୍ଭବତଃ ଆସନ୍ତା ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାଗା ମିଶନ ଜରିଆରେ ଜମିପଟ୍ଟା ବଣ୍ଟନର ଶୁଭାରମ୍ଭ କରିବେ। ପ୍ରାଥମିକ ପର୍ଯ୍ୟାୟରେ ବିଏମ୍‌ସି ଅଞ୍ଚଳରେ ଜମିପଟ୍ଟା ବଣ୍ଟନ କରାଯିବାକୁ ଥିବାବେଳେ ଅନ୍ୟ ମହାନଗର ନିଗମବାସୀଙ୍କୁ ମଧ୍ୟ ପଟ୍ଟା ବାଣ୍ଟିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି। ବିଏମ୍‌‌ସି ଅଞ୍ଚଳରେ ୫୨ ହଜାର ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ ପାଇଁ ତାଲିକା ଚୂଡ଼ାନ୍ତ ହୋଇଛି। ମୁଖ୍ୟମନ୍ତ୍ରୀ ନିଜେ ୫ ହଜାର ପଟ୍ଟା ବଣ୍ଟନ କରିବାକୁ କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି।

ବିଏମ୍‌‌ସିର ୪୭୧ଟି ବସ୍ତିରୁ ୩୭୫ଟି ବସ୍ତିର ହିତାଧିକାରୀ ଚୟନ ତାଲିକା ଚୂଡ଼ାନ୍ତ ହୋଇଛି। ବାକି ବସ୍ତିବାସିନ୍ଦାଙ୍କ ଜମି ଜଙ୍ଗଲ ଓ ସଂରକ୍ଷିତ ଶ୍ରେଣୀରେ ଥିବାରୁ ସମ୍ପୃକ୍ତ ବିଭାଗର ଅନୁମୋଦନ ପରେ ହିଁ ହିତାଧିକାରୀଙ୍କ ପଟ୍ଟା ପ୍ରସ୍ତୁତ କରିବାକୁ ବିଏମ୍‌‌ସି ଲକ୍ଷ୍ୟ ରଖିଛି। ଚୂଡ଼ାନ୍ତ ତାଲିକା ଅନୁଯାୟୀ, ବିଏମ୍‌‌ସି ଅଞ୍ଚଳରେ ୫୨ ହଜାର ହିତାଧିକାରୀଙ୍କ କାଗଜପତ୍ର ଯାଞ୍ଚ କରାଯାଇ ତାଲିକା ପ୍ରସ୍ତୁତ କରାଯାଇଛି। ମହାନଗର ନିଗମ ଅଞ୍ଚଳରେ ଭୂମିହୀନଙ୍କୁ ଜମିପଟ୍ଟା ବଣ୍ଟନ ପାଇଁ ଗତବର୍ଷ ଅକ୍ଟୋବର ୧୦ ତାରିଖରେ ଡ୍ରୋନ୍‌‌ ଯୋଗେ ଊଷା ସର୍ଭେ କାମର ଶୁଭାରମ୍ଭ ହୋଇଥିଲା। ସର୍ଭେ ସମ୍ପୂର୍ଣ୍ଣ ହେବା ସହିତ ୫ଟି ମହାନଗର ନିଗମ ଅଞ୍ଚଳରେ ହିତାଧିକାରୀ ଚୟନ ଚୂଡ଼ାନ୍ତ ହୋଇଛି। ସବୁ ବସ୍ତି ବିଜୁ ଆଦର୍ଶ କଲୋନୀରେ ରୂପାନ୍ତର ହେଉଛି। ବିଏମ୍‌‌ସି ଅଞ୍ଚଳର ୱାର୍ଡ ନମ୍ବର ୧ରେ ୧୪୦୦ରୁ ଅଧିକ ବସ୍ତିବାସିନ୍ଦାଙ୍କ ସର୍ଭେ ହୋଇଥିଲା। ସେଥିରୁ ପ୍ରାୟ ୧୨୦୦ ଭୂମିହୀନ ବସ୍ତିବାସିନ୍ଦା ଜମି ଅଧିକାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।

ବିଏମ୍‌‌ସିକୁ ‘ଜାଗା ମିଶନ’ ଜଗୁଆଳୀ ବିପଦ, ନାଁ କାଟିବା ଯୋଡ଼ିବା ନେଇ ବଢ଼଼ୁଛି ଅଭିଯୋଗ
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ରହିଥିବା ଜାଗା ମିଶନ ସର୍ଭେରେ ଅନିୟମିତତା ଅଭିଯୋଗ ବଢ଼଼ିବାରେ ଲାଗିଛି। ବିଭିନ୍ନ ବସ୍ତିରେ କେଉଁଠି ତାଲିକାରୁ ନାଁ କାଟି ଦିଆଯାଉଛି ତ କେଉଁଠି ତାଲିକାରେ ନାଁ ଯୋଡ଼ିବା ପାଇଁ ଲକ୍ଷାଧିକ ଟଙ୍କା ଦାବି କରାଯାଉଛି। ଏହା ସହିତ ଅନେକ ସ୍ଥାନରେ କିଛି ଅଯୋଗ୍ୟ ହିତାଧିକାରୀ ମଧ୍ୟ ଜାଗା ହାତେଇବା ପାଇଁ ମସୁଧା କରୁଥିବା ଭଳି ଘଟଣା ସାମ୍‌‌ନାକୁ ଆସିଛି। ଏସବୁ ଘଟଣାକୁ ରାଜ୍ୟ ନଗର ଉନ୍ନୟନ ବିଭାଗ ଗୁରୁତ୍ୱର ସହ ନେଇଥିବା ବେଳେ ବସ୍ତି ଉନ୍ନୟନ ସଂଘ (ଏସଡିଏ)ର କାର୍ଯ୍ୟଶୈଳୀକୁ ନେଇ ଚିନ୍ତାରେ ପଡ଼ିଛି।

ରାଜଧାନୀରେ ଏବେ ଜାଗା ମିଶନର ସର୍ଭେ ଜୋର୍‌‌ଦାର ହେଉଛି। ଆସନ୍ତା ଏପ୍ରିଲ୍‌‌ ୧ ଅର୍ଥାତ ଉତ୍କଳ ଦିବସରେ ପ୍ରାୟ ୫୦ ହଜାର ବସ୍ତିବାସିନ୍ଦାଙ୍କୁ ଜାଗା ମିଶନରେ ଜମି ପଟ୍ଟା ପ୍ରଦାନ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ହେଲେ ଏହି ସର୍ଭେ ସମୟରେ ବ୍ୟାପକ ତ୍ରୁଟି ସମ୍ପର୍କରେ ବିଏମ୍‌‌ସି ଅବଗତ ହୋଇଛି।

ଯେଉଁମାନେ ଏଥିରେ ଶିକାର ହେଉଛନ୍ତି, ସେମାନେ ବିଏମ୍‌‌ସିରେ ଫେରାଦ ହେଉଛନ୍ତି। ମୁଖ୍ୟତଃ କିଛି ଲୋକଙ୍କୁ ଜାଣିଶୁଣି ଜାଗା ମିଶନ ତାଲିକାରୁ ନାଁ କାଟି ଦିଆଯାଇଥିବା ଭଳି ଘଟଣା ନେଇ ବିଏମ୍‌‌ସିରେ ଅଭିଯୋଗ ହୋଇଛି। ଏହାର ଯାଞ୍ଚ ପରେ ଘଟଣାର ସତ୍ୟାସତ୍ୟ ମିଳିଛି। ଏଭଳି ଗୋଟିଏ ଘଟଣା ନୁହେଁ ପ୍ରାୟ ୧୧ଟି ବସ୍ତିରେ ଏମିତି ଘଟଣା ଘଟିଛି। ଯାହାକୁ ବିଏମସି ପକ୍ଷରୁ ୧୧ଟି ବସ୍ତି ଉନ୍ନୟନ ସଂଘ ବା ଏସ୍‌‌ଡିଏକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ମଳିଥିବା ସୂଚନା ଅନୁଯାୟୀ ଜାଗା ମଶନ୍‌‌ରେ ଏବେ ‘ଉଷା’ ସର୍ଭେ ଚାଲିଛି। ବିଏମ୍‌‌ସି ପକ୍ଷରୁ ଠିକାସଂସ୍ଥା ଘର ଘର ବୁଲି ସର୍ବେକ୍ଷଣ ଜାରି ରଖିଛି। କିଏ କେତେ ଦିନ ହେଲା ବସ୍ତିରେ ରହୁଛି? କେତେ ଜମି ନିଜ ଦଖଲରେ ରଖିଛି? ଏ ସବୁ ଆଧାରରେ ଯୋଗ୍ୟ ଅଯୋଗ୍ୟଙ୍କ ତାଲିକା ପ୍ରସ୍ତୁତ ହେଉଛି। ଏଥିପାଇଁ ପ୍ରତି ବସ୍ତିରେ ଗୋଟିଏ ଲେଖାଏ ବସ୍ତି ଉନ୍ନୟନ ସଂଘ ଗଠନ କରାଯାଇଥିବା ବେଳେ ଯେମିତି ସମସ୍ତ ଯୋଗ୍ୟ ଲୋକ ଏହି ସୁବିଧା ପାଆନ୍ତି ଏହି ଟିମ୍‌‌କୁ ସୁନିଶ୍ଚିତ କରିବାକୁ ଦାୟିତ୍ୱ ଦିଆଯାଇଛି। ହେଲେ ଏସ୍‌‌ଡିଏ ନିଜ ସମ୍ପର୍କୀୟ ବା କାହା ଠାରୁ ହାତଗୁଞ୍ଜା ନେଇ ସେମାନଙ୍କର ନାମକୁ ଏହି ତାଲିକାରେ ଯୋଡ଼ୁଥିବା ସହ କିଛି ସ୍ଥାନରେ ନାଁ କାଟୁଥିବା ନେଇ ଅଭିଯୋଗ ହୋଇଛି। ଯାହାକୁ ନେି ବିଏମସି ପକ୍ଷରୁ ପ୍ରାୟ ୧୧ଟି ଏସ୍‌‌ଡିଏକୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ଏହି ଘଟଣାରେ ସତ୍ୟାସତ୍ୟ ଥିବା ନେଇ ବିଏମ୍‌‌ସି ଅତିରିକ୍ତ କମିସନର ଲକ୍ଷ୍ମୀକାନ୍ତ ସେଠୀ କହିଛନ୍ତି। ତାଙ୍କ ସୂଚନା ଅନୁଯାୟୀ କାରଣ ଦର୍ଶାଇ ନୋଟିସ ଯଦି ସନ୍ତୋଷଜନକ ନ ହୁଏ ତେବେ ସମ୍ପୃକ୍ତ ଏସ୍‌‌ଡିଏ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ଆଜିଠୁ ଲାଗିବ ସଚେତନତା ପୋଷ୍ଟର୍‌‌

ଜାଗା ମିଶନରେ ରାଜ୍ୟ ସରକାର ବସ୍ତି ବାସିନ୍ଦାଙ୍କୁ ଜାଗା ଯୋଗାଇ ଦେବାକୁ ମହତ ଉଦ୍ଦେଶ୍ୟ ରଖିଛନ୍ତି। ହେଲେ ଏଥିରେ ଦେଖାଦେଇଥିବା ତ୍ରୁଟିକୁ ରାଜ୍ୟ ନଗର ଉନ୍ନୟନ ବିଭାଗ ଗୁରୁତର ସହ ନେଇଛି। ଏଥିପାଇଁ ଶୁକ୍ରବାରଠାରୁ ରାଜଧାନୀର ସମସ୍ତ ବସ୍ତିରେ ସଚେତନତାମୂଳକ ପୋଷ୍ଟର ଲଗାଇବାକୁ ବିଏମ୍‌‌ସି ନିଷ୍ପତ୍ତି ନେଇଛି। ଏହି ପୋଷ୍ଟରରେ ଯୋଗ୍ୟ ହିତାଧିକାରୀଙ୍କୁ ଯୋଜନା ସମ୍ପର୍କରେ ସଚେତନ କରାଯିବା ସହିତ ଯଦି ଏଥିରେ କିଏ ବେଆଇନ୍‌‌ କାର୍ଯ୍ୟ କରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି। ବସ୍ତିର ଉନ୍ନତି ଓ ଏହାର ବିକାଶ ନିମନ୍ତେ ଏସ୍‌‌ଡିଏ ଗଠନ କରାଯାଇଛି। ଏମାନେ ସରକାରୀ ଟିମ୍‌‌କୁ କାର୍ଯ୍ୟରେ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏବେ ଜାଗା ମିସନ୍‌‌ ସର୍ବେକ୍ଷଣରେ ହସ୍ତକ୍ଷେପ କରି ବେଆଇନ କାର୍ଯ୍ୟ କରୁଥିବାରୁ ସରକାରଙ୍କ ପାଇଁ ଚିନ୍ତା ବଢ଼଼ିଛି।

ଓଡ଼ିଶାର ଜାଗା ମିଶନର କାର୍ଯ୍ୟକାରିତାକୁ ପ୍ରଶଂସା କଲେ ଅନ୍ୟରାଜ୍ୟର ବରିଷ୍ଠ ଅଧିକାରୀ
ସହରାଞ୍ଚଳ ଭୂମିହୀନଙ୍କୁ ଜମି ଅଧିକାର ପ୍ରଦାନ କରିବାରେ ସାରା ଦେଶରେ ଉଦାହରଣ ସୃଷ୍ଟି କରିଛି ଓଡ଼ିଶା। ବସ୍ତିର ବିକାଶରେ ସରକାରଙ୍କ ସହ ବସ୍ତିବାସିନ୍ଦାଙ୍କ ସହଯୋଗ ବି ଉଲ୍ଲେଖନୀୟ। ରାଜ୍ୟର ବିକାଶ ପାଇଁ ଅନ୍ୟ ରାଜ୍ୟ ବି ଏଭଳି ଯୋଜନା କାର୍ଯ୍ୟକାରୀ କରିବା ଦରକାର। ଭାରତ ଦର୍ଶନ ମାଧ୍ୟମରେ ଭୁବନେଶ୍ବର ଆସିଥିବା ୬ଟି ରାଜ୍ୟର ଆଇଏଏସ୍ ଅଧିକାରୀ ଜାଗା ମିଶନକୁ ଏଭଳି ପ୍ରଶଂସା କରିଛନ୍ତି । ବସ୍ତିକୁ ସରସ ସୁନ୍ଦର କରିବା ସହ ଜାଗା ମିଶନର କାର୍ଯ୍ୟକାରିତାକୁ ପ୍ରଶଂସା କରିଛନ୍ତି ଅନ୍ୟରାଜ୍ୟର ବରିଷ୍ଠ ଅଧିକାରୀ।

ଜାଗା ମିଶନ କଣ ? ସହରାଞ୍ଚଳ ଭୂମିହୀନଙ୍କୁ କେମିତି ମିଳୁଛି ଜମି ଅଧିକାର ? ଜମି ମିଳିବା ପରେ କେମିତି ତିଆରି ହୋଇଛି ଘର? ବିଜୁ ଆଦର୍ଶ କଲୋନୀରେ ଲୋକେ କେମିତି ରହୁଛନ୍ତି ? ବସ୍ତିରେ ପରିମଳ ବ୍ୟବସ୍ଥା କିଭଳି ରହିଛି ? ସହର ବିକାଶରେ ଭୂମିହୀନ ସହରାଞ୍ଚଳ ବାସିନ୍ଦାଙ୍କ ଯୋଗଦାନ କେତେ ରହିଛି? ସରକାର ଭୂମିହୀନଙ୍କୁ ଜମି ଅଧିକାର ସହ ଘର କେମିତି ଯୋଗାଇ ଦେଉଛନ୍ତି? ଗ୍ରାଉଣ୍ଡକୁ ଯାଇ ଏସବୁକୁ ଦେଖିଛନ୍ତି ୬ଟି ରାଜ୍ୟରୁ ଆସିଥିବା ଆଇଏଏସ ପ୍ରତିନିଧି। ଭାରତ ଦର୍ଶନ ମାଧ୍ୟମରେ ଓଡ଼ିଶା ଆସିଥିବା ପଞ୍ଜାବ, ମହାରାଷ୍ଟ୍ର, ହିମାଚଳପ୍ରଦେଶ, ରାଜସ୍ଥାନ ଏବଂ ଗୁଜୁରାଟର ଆଇଏଏସ୍ ମାନେ ଆଜି ଭୁବନେଶ୍ବର ସ୍ଥିତ ଜାଗା ମିଶନ କାର୍ଯ୍ୟାଳୟରେ ଯୋଜନା ସଂପର୍କୀତ ଭିଡିଓ ଦେଖିଛନ୍ତି। ଏତେ ସଂଖ୍ୟକ ଲୋକଙ୍କୁ ଓଡ଼ିଶା ସରକାର କିଭଳି ଜମି ଅଧକାର ପ୍ରଦାନ କରିଛନ୍ତି ଏବଂ ବସ୍ତିରେ ଲୋକମାନେ କିଭଳି ଶୃଙ୍ଖଳିତ ଭାବରେ ବସବାସ କରୁଛନ୍ତି ତାହା ବୁଲି ଦେଖିବା ସହ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସଂଶା କରିଛନ୍ତି।

ଓଡ଼ିଶା ସରକାରଙ୍କ ଜାଗା ମିଶନ ଯୋଜନା ଦେଶରେ ନମ୍ବର ଓ୍ବାନ୍। ଏହି ଯୋଜନା ମାଧ୍ୟମରେ ରାଜ୍ୟ ସରକାର ସହରାଞ୍ଚଳରେ ବାସ କରୁଥିବା ଭୂମିହୀନଙ୍କୁ ଜମି ଅଧିକାର ପ୍ରଦାନ କରୁଛନ୍ତି। ଜମି ମିଳିବା ପରେ ନିଜ ଘରକୁ ସୁନ୍ଦର କରିବା ସହ ସବୁ ବିକଶମୂଳକ କାର୍ଯ୍ୟରେ କିଭଳି ଯୋଗଦାନ କରୁଛନ୍ତି ସେନେଇ ଅନ୍ୟ ରାଜ୍ୟର ଅଧିକାରୀମାନଙ୍କୁ କୁହାଯାଇଛି। ରାଜ୍ୟରେ ୨୯୧୯ଟି ବସ୍ତି ଚିହ୍ନଟ କରାଯାଇଛି। ଏବେସୁଦ୍ଧା ୧୧୦ଟି ସହରାଞ୍ଚଳରେ ୧ଲକ୍ଷ ୭୫ହଜାର ଜମିଅଧିକାର ପ୍ରଦାନ କରାଯାଇଛି। ସେଗୁଡିକୁ ବିଜୁ ଆଦର୍ଶ କଲୋନୀରେ ରୂପାନ୍ତରିତ କରାଯାଉଛି। ବିଶେଷ କରି ବସ୍ତି ଅଞ୍ଚଳର ବିକାଶ କିଭଳି ନିଜେ କରିପାରିବେ ସେନେଇ ବସ୍ତିବାସିନ୍ଦାଙ୍କୁ ତାଲିମ୍ ପ୍ରଦାନ କରିବା ପାଇଁ ଉଦ୍ୟମ କରାଯାଉଥିବା ଜାଗା ମିଶନ ନିର୍ଦ୍ଦେଶକ କହିଛନ୍ତି ।

୬ରାଜ୍ୟର ଆଇଏଏସମାନେ ବସ୍ତି ବୁଲିବା ସମୟରେ ବସ୍ତିବାସିନ୍ଦାଙ୍କ ସ୍ବାଗତ ସମ୍ବର୍ଦ୍ଧନାରେ ବିଭୋର ହୋଇଛନ୍ତି । ଘରକୁ ଅତିଥି ଆସିବା ଭଳି ବସ୍ତିବାସିନ୍ଦା ଏକାଠି ହୋଇ ପାଛୋଟି ନେବା ସେମାନଙ୍କୁ ଅଭିଭୂତ କରିଛି । ବିଶେଷ କରି ସହର ବିକାଶରେ ବସ୍ତିବାସିନ୍ଦାଙ୍କ ଯୋଗଦାନ ଯେଉଁଭଳି ରହିଛି ତାହା ଦେଶରେ ବିରଳ। ଏହାକୁ ନିଜ ରାଜ୍ୟରେ ଲାଗୁ କରିବା ପାଇଁ ଉଦ୍ୟମ କରିବେ ବୋଲି ସେମାନେ କହିଛନ୍ତି।

ଜାଗା ମିଶନ କାର୍ଯ୍ୟ ଆଗେଇନେବେ ଟୁଲିପ୍‌‌ ଇଣ୍ଟର୍ଣ୍ଣ: ପ୍ରଥମ ପର୍ଯ୍ୟାୟରେ ନିଯୁକ୍ତହେଲେ ୫୦ ଯୁବକଯୁବତୀ
ଭୁବନେଶ୍ୱର: ଜାଗା ମିଶନ କାର୍ଯ୍ୟକୁ ଆଗେଇ ନେବେ ‘ସହରାଞ୍ଚଳ ଶିକ୍ଷା ଶିକ୍ଷାନବିଷ ଯୋଜନା’(ଟୁଲିପ୍‌‌) ଇଣ୍ଟର୍ଣ୍ଣ। ରାଜ୍ୟ ସରକାର ଓ ବସ୍ତିବାସିନ୍ଦା ସଂଘ ସହିତ ଶେତୂ ଭାବେ କାର୍ଯ୍ୟ କରିବେ ଏହି ଟୁଲିପ୍‌‌ ଇଣ୍ଟର୍ଣ୍ଣ। ଏହାଦ୍ୱାରା କାର୍ଯ୍ୟ ତ୍ୱାରାନ୍ୱିତ ହେବା ସହିତ ବସ୍ତିବାସିନ୍ଦାଙ୍କୁ ତୁରନ୍ତ ସେବା ମିଳିପାରିବ ବୋଲି ଆଶା ରହିଛି। ଏଥିପାଇଁ ଶୁକ୍ରବାର ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟର ୫ ଟି ମହାନଗର ନିଗମ ଓ କିଛି ମ୍ୟୁନିସପାଲଟି ପାଇଁ ଏହି ଟୁଲିପ୍‌‌ ଇଣ୍ଟର୍ଣ୍ଣମାନଙ୍କୁ କାର୍ଯ୍ୟରେ ନିଯୁକ୍ତ କରାଯାଇଛି।

ସହରାଞ୍ଚଳରେ ଗରିବ ଭୂମିହୀନଙ୍କୁ ରାଜ୍ୟ ସରକାର ମାଗଣାରେ ଜମି ଯୋଗାଇ ଦେଉଛନ୍ତି। ରାଜ୍ୟର ୫ ଟି ମହାନଗର ନିଗମରେ ଏହି ଯୋଜନାରେ ଗତ କିଛି ଦିନ ତଳେ ଲାଗୁ ହୋଇଥିବାରୁ ଏହି କାମ ଆଗେଇ ଚାଲିଛି। ତେଣୁ ତୁରନ୍ତ ଏହି କାର୍ଯ୍ୟକୁ ଆଗକୁ ନେବା ପାଇଁ ଆଇଏଏସ୍‌‌, ଓଏଏସ ଆଶାୟୀ ଓ ଉଚ୍ଚଶିକ୍ଷିତ ଯୁବକ ଯୁବତୀ ଆଦିଙ୍କୁ ତୁଲିପ୍‌‌ ଇଣ୍ଟର୍ଣ୍ଣ ଭାବେ ନିୟୋଜିତ କରାଯାଇଛି। ‘ସହରାଞ୍ଚଳ ଶିକ୍ଷା ଶିକ୍ଷାନବିଷ ଯୋଜନା’ (ଟୁଲିପ୍‌‌) ତିନି ମାସିଆ ସାର୍ଟିଫିକେଟ୍‌‌ ପାଠ୍ୟକ୍ରମ କରିଥିବା ଏହି ଉଚ୍ଚଶିକ୍ଷିତ ଛାତ୍ରଛାତ୍ରୀମାନଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଇଛି। ଏହି ପ୍ରଶିକ୍ଷିତ ଯୁବକମାନଙ୍କ ଭୂମିକାକୁ ନଗର ଉନ୍ନୟନ ବିଭାଗ ଗୁରୁତ୍ୱ ଦେଇ ଏହି ପଦକ୍ଷେପ ନେଇଛି। ଛାତ୍ରଛାତ୍ରୀମାନଙ୍କୁ ସହରାଞ୍ଚଳ ବିଭିନ୍ନ ଯୋଜନା କ୍ଷେତ୍ରରେ ଜ୍ଞାନ, ବ୍ୟବହାରିକ ଅଭିଜ୍ଞତା ପ୍ରଦାନ କରାଯାଇଛି। ନଗର ଉନ୍ନୟନ ବିଭାଗରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀରେ ସାମିଲ ବଢ଼଼ିବା ପରେ, ଜଳ ଓ ପରିମଳ କ୍ଷେତ୍ରରେ କିନ୍ନରମାନେ ମଧ୍ୟ କାର୍ଯ୍ୟ କରୁଛନ୍ତି। ଏବେ ନୂତନ ସ୍ନାତକ/ସ୍ନାତକୋତ୍ତର କରିଥିବା ଯୁବକଙ୍କ ଦକ୍ଷତା ବୃଦ୍ଧି କରିବା ସହ ସହରାଞ୍ଚଳ ପରିମଳର ମୁଖ୍ୟ ସ୍ରୋତରେ ସେମାନଙ୍କୁ ସାମିଲ କରାଯାଇଛି।

ପ୍ରଥମ ପର୍ଯ୍ୟାୟରେ ୫୦ଜଣଙ୍କୁ ଚୟନ କରାଯାଇଛି। ଏଥିପାଇଁ ସେମାନଙ୍କୁ ମାସିକ ଷ୍ଟାଇପେଣ୍ଡ ମିଳିବ। ଦେଶରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଏଭଳି ପଦକ୍ଷେପ ନେଇଛି। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନରେ ଗୃହ ଓ ନଗର ଉନ୍ନୟନ ବିଭାଗ ନୂଆ ଯୋଜନା ଆରମ୍ଭ କରିଛି। ପୌରାଞ୍ଚଳ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ମହାନଗର ନିଗମ କମସନରଙ୍କ ନିର୍ଦ୍ଦେଶ ଅନୁଯାୟୀ ବସ୍ତିବାସିନ୍ଦାଙ୍କ ପାଇଁ ସଂଯୋଜକ ଭାବେ ଏହି ଶିକ୍ଷିତ ଯୁବକଯୁବତୀ କାର୍ଯ୍ୟ କରିବେ। ଶୁକ୍ରବାର ଜାଗାମିଶନ କାର୍ଯ୍ୟାଳୟରେ ଯୁବକ ଯୁବତୀଙ୍କୁ ଦିନିକିଆ ପ୍ରଶିକ୍ଷଣ ଦିଆଯାଇଛି। ଚାକିରି ନପାଇବା ପର୍ଯ୍ୟନ୍ତ ସେମାନେ ବର୍ଷିକିଆ ଚୁକ୍ତି ଭିତ୍ତିରେ ସରକାରଙ୍କୁ ସହଯୋଗ କରିବେ। ଘଟଣା ସମ୍ପର୍କରେ ବିଭାଗୀୟ ଅତିରିକ୍ତ ସଚିବ ସୌରୀନ୍ଦ୍ର କୁମାର ରାଉତରାୟ କହିଛନ୍ତି ଯେ ଏହା ଦ୍ୱାରା କାର୍ଯ୍ୟରେ ତ୍ୱାରାନ୍ୱିତ ଘଟିବା ସହିତ ପିଲାମାନଙ୍କର ମଧ୍ୟ ଦକ୍ଷତା ବୃଦ୍ଧି ହେବ।

ବିଶ୍ବ ଦରବାରରେ ପୁଣି ଚମକିଲା ଓଡ଼ିଶା: ଜାଗା ମିଶନକୁ ମିଳିଲା ୨୦୨୩ ୱାର୍ଲଡ ହାବିଟାଟ ଆୱାର୍ଡ
ଭୁବନେଶ୍ବର: ବିଶ୍ବ ଦରବାରରେ ପୁଣି ଚମକିଲା ଓଡ଼ିଶା। ଜାଗା ମିଶନକୁ ମିଳିଲା ୨୦୨୩ ୱାର୍ଲଡ ହାବିଟାଟ ଆୱାର୍ଡ । ଓଡ଼ିଶା ସରକରାଙ୍କ ଜାଗ ମିଶନକୁ ବ୍ରୋଞ୍ଜ ପଦକ ମିଳିଛି। ଦ୍ବିତୀୟ ଥର  ପାଇଁ ବିଶ୍ବସ୍ତରରେ ସମ୍ମାନିତ ହେଲା ଜାଗା ମିଶନ । ଜାଗା ମିଶନ ଜରିଆର ରାଜ୍ଯରେ ୩ ହଜାର ବସ୍ତିର ଉନ୍ନତିକରଣ ପାଇଁ ଲକ୍ଷ୍ୟ ରଖାଯାଇଛି। ଭାରତର ପ୍ରଥମ ବସ୍ତି ମୁକ୍ତ ରାଜ୍ୟ ଗଠନ ନେଇ ଲକ୍ଷ୍ୟ ରଖାଯାଇଛି। ୧୯୧୯ ବସ୍ତିରେ ରହୁଥିବା ୧.୭ ନିୟୁତ ଲୋକଙ୍କ ଜୀବନଧାରଣ ମାନ ବଦଳିବ । ଫୋକସରେ ବସ୍ତିବାସିନ୍ଦାଙ୍କ ଦାରିଦ୍ର ଦୂରୀକରଣ ରଖାଯାଇଛି। ଜମି ଅଧିକାର ମିଳିବା ଦ୍ବାରା ଉଚ୍ଛେଦ ଭୟ ଦୂର ହେଉଛି।  ୩୦ ଜିଲ୍ଲାର ୭୦୭ ବସ୍ତିର ଉନ୍ନତିକରଣ କରାଯାଇଛି। ରାଜ୍ୟର ୮ ସହରକୁ ବସ୍ତି ମୁକ୍ତ ଘୋଷଣା କରାଯାଇଛି। ଓଡ଼ିଶାର ଜାଗା ମିଶନକୁ ଅନୁକରଣ କରୁଛି ପଞ୍ଜାବ ।

୫ ମହାନଗରବାସୀଙ୍କୁ ମିଳିବ ଭୂମି ଅଧିକାର: ଆଜିଠାରୁ ଆରମ୍ଭ ହେଲା ଡ୍ରୋନ୍‍ ସର୍ଭେ, ଭର୍ଚ୍ୟୁଆଲରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟର ୫ ମହାନଗରାଞ୍ଚଳର ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରଦାନ ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏହି କ୍ରମରେ ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ପ୍ରଦାନ ନିମନ୍ତେ ପ୍ରାରମ୍ଭିକ ଭାବରେ ଆଜିଠାରୁ ଡ଼୍ରୋନ୍‍ ସର୍ଭେ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ବିଧିବଦ୍ଧ ଭାବରେ ଆଜି ଶୁଭାରମ୍ଭ କରିଛନ୍ତି। ଜାଗା ମିଶନରେ ହେବାକୁ ଥିବା ଏହି ସର୍ଭେ ପାଇଁ ଟାଟା ଷ୍ଟିଲ୍‍ ଫାଉଣ୍ଡେସନ ସହ ଆଲୋଚନା ହୋଇଛି। ରାଜ୍ୟ ସରକାର ଓ ଟାଟା ଷ୍ଟିଲ୍‍ ଫାଉଣ୍ଡେସନ ମଧ୍ୟରେ ଆଜି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଟାଟା ଫାଉଣ୍ଡେସନର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ଡ୍ରୋନ୍‍ ସର୍ଭେ ପାଇଁ ରାଜ୍ୟର ୫ ଟି ମହାନଗର ନିଗମରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ଭର୍ଚୁଆଲ ମାଧ୍ୟମରେ ପତାକା ଦେଖାଇ ମୁଖ୍ୟମନ୍ତ୍ରୀ ଡ୍ରୋନ୍‍ ଉଡ଼ାଇଥିଲେ। ଏହିକ୍ରମରେ ବିଏମସିର ୱାର୍ଡ ନମ୍ବର ୯ରେ ଥିବା ମହିମାନଗର ବସ୍ତିରେ ପ୍ରଥମେ ଡ୍ରୋନ୍‍ ଉଡ଼ାଯାଇଥିଲା। ଏଥିପାଇଁ ବିଏମସି ପକ୍ଷରୁ ମହିମାନଗରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଏଠାରେ ଭୁବନେଶ୍ୱରର ବିଧାୟଙ୍କ ସମେତ ମେୟର ଓ କମିସନର ଉପସ୍ଥିତ ରହିଥିଲେ।

ସେହିପରି ଅନ୍ୟ ୪ ଟି ମହାନଗର ନିଗମରେ ମଧ୍ୟ ସ୍ଥାନୀୟ ନେତାଙ୍କ ସମେତ ପୌର ପ୍ରତିନିଧିମାନେ ଉପସ୍ଥିତ ରହିବେ। ଗତ ବର୍ଷ ଡିସେମ୍ବର ମାସରେ ରାଜ୍ୟ ସରକାର ମହାନଗରବାସୀଙ୍କୁ ଜାଗା ମିଶନରେ ଭୂମି ଅଧିକାର ପ୍ରଦାନ କରିବାକୁ କ୍ୟାବିନେଟ୍‍ ନିଷ୍ପତ୍ତି ନେଇଥିଲେ। ଏହି ଆଧାରରେ ମହାନଗରନିଗମଗୁଡ଼ିକର ବିଭିନ୍ନ ବସ୍ତିରେ ରହୁଥିବା ଯୋଗ୍ୟ ହିତାଧିକାରୀମାନେ ଭୂମି ଅଧିକାର ପାଇବାକୁ ହକ୍‍ଦାର ହୋଇଥିଲେ। ଏହି ଡ୍ରୋନ ସର୍ଭେ ଜରିଆରେ ବସ୍ତିରେ ଥିବା ଘରଗୁଡ଼ିକ ଚିହ୍ନଟ କରାଯିବା ସହିତ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତି ହେବ। ଏହି ସର୍ଭେରେ କେଉଁ ବସ୍ତିରେ କେତେ ଘର ରହିଛି ଓ ଏହି ଘରଗୁଡ଼ିକ କେତେ ବର୍ଗ ମିଟରରେ ଅଛି ତାହା ଜଣାପଡ଼ିଯିବ। ଡ୍ରୋନ୍‍ ସର୍ଭେକୁ ଆଧାର କରି ଊଷା ସର୍ଭେ କରାଯିବ।

୨୦୧୭ ମସିହାରେ ରାଜ୍ୟ ସରକାର ଜାଗା ମିଶନରେ ରାଜ୍ୟର ପୌରାଞ୍ଚଳଗୁଡ଼ିକରେ ବସ୍ତିବାସିନ୍ଦାଙ୍କୁ ଜମି ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ମାତ୍ର ଏଥିରେ ରାଜ୍ୟର ୫ ଟି ମାହନଗର ନିଗମକୁ ସାମିଲ କରାଯାଇ ନ ଥିଲା। ୨୦୨୧ ଡିସେମ୍ବର ଶେଷ ତାରିଖରେ ଏଥିରେ ସଂଶୋଧନ କରି ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା ଓ ସମ୍ବଲପୁର ମହାନଗର ନିଗମରେ ମଧ୍ୟ ଜମି ପ୍ରଦାନ କରିବା ବ୍ୟବସ୍ଥା କରିଥିଲେ। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ପରେ ମହାନଗରନିଗମ ଗୁଡ଼ିକରେ ବାସକରୁଥିବା ପରିବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଗୃହ ନିର୍ମାଣ କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହି ବ୍ୟବସ୍ଥାରେ ବସ୍ତିବାସିନ୍ଦା ମାନଙ୍କୁ ସର୍ବାଧିକ ୪୫ ବର୍ଗ ମିଟର ପର୍ଯ୍ୟନ୍ତ ଭୂମି ଅଧିକାର ପ୍ରଦାନ କରାଯିବ।

ପୂର୍ବରୁ ଜାଗା ମିଶନ ଯୋଜନାରେ ରାଜଧାନୀର ବସ୍ତିଗୁଡ଼ିକୁ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି। ବସ୍ତିଗୁଡ଼ିକରେ ଡ୍ରେନ, ଶୌଚାଳୟ, ପାନୀୟ ଜଳ, ବିଦ୍ୟୁତ୍‍ ଓ ଷ୍ଟ୍ରିଟ୍‍ ଲାଇଟ୍‍ ଆଦି ଯୋଗାଇ ଏହାକୁ ବିଜୁ ଆଦର୍ଶ କଲୋନୀରେ ପରିଣତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ରାଜ୍ୟର ୩୩ ଟି ପୌର ସଂସ୍ଥାର ୭୦୭ ଉନ୍ନୀତ ବସ୍ତିକୁ ଆଦର୍ଶ କଲୋନୀ ରୂପେ ଉତ୍ସର୍ଗ କରିଛନ୍ତି। ଏଥି ସହିତ ହିଞ୍ଜିଳିକାଟୁ ଓ ଦିଗପହଣ୍ଡିକୁ ବସ୍ତିମୁକ୍ତ ସହର ରୂପେ ଘୋଷଣା କରାଯାଇଛି।

ଜାଗା ମିଶନରେ ସାମିଲ ହେବେ ମହାନଗର ବାସିନ୍ଦା; ପାଞ୍ଚ ମହାନଗର ନିଗମର ଭୂମିହୀନଙ୍କୁ ମିଳିବ ମାଗଣା ଜମି
ଭୁବନେଶ୍ବର: ସହରରେ ଖଣ୍ଡିଏ ଘର ମିଳିବାର ସ୍ବପ୍ନ ସାକାର ହେବ। ସବୁ ଗରିବଙ୍କ ମୁଣ୍ଡ ଉପରେ ରହିବ ଛାତ ।  ଜାଗା ମିଶନ ଜରିଆରେ ମହାନଗର ନିଗମ ଅଞ୍ଚଳର ଭୂମିହୀନ ପାଇବେ ସ୍ଥାୟୀ ଜମି ପଟ୍ଟା । ମିଳିବ ରାସ୍ତା, ଷ୍ଟ୍ରିଟ୍‌ ଲାଇଟ୍‌ଠାରୁ ଆରମ୍ଭ କରି କମ୍ୟୁନିଟି ହଲ୍‌ ପରି ୯ ମୌଳିକ ତଥା ସହରୀ ସୁବିଧା। ୫ଟି ମହାନଗର ନିଗମ  ଭୁବନେଶ୍ବର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲାରେ ଥିବା ଭୂମିହୀନ ଗରିବଙ୍କୁ ୩୦ ବର୍ଗ ମିଟରରୁ ୪୫ ବର୍ଗମିଟର ଜମି ମାଗଣାରେ ଯୋଗାଇ ଦେବା କାର୍ଯ୍ୟ ଆରମ୍ଭ ହୋଇଛି । ଏଥିପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରସ୍ତୁତି ଚଳାଇଛି। ଏହାଦ୍ବାରା ଭୁବନେଶ୍ବରରେ ୪୩୬ଟି ବସ୍ତି ଓ କଟକରେ ୨୭୨ଟି ବସ୍ତିବାସିନ୍ଦାଙ୍କ ବହୁ ଦିନର ସ୍ବପ୍ନ ସାକାର ହେବ। ସେହିପରି ଅନ୍ୟ ମହାନଗରରେ ମଧ୍ୟ ଅନୁରୂପ ସୁବିଧା ମିଳିବ। ମହାନଗର ଅଞ୍ଚଳରେ ଜମି ଚିହ୍ନଟ ସମୟସାପେକ୍ଷ ହୋଇଥିବାରୁ ଆସନ୍ତା ୧୦ ତାରିଖରେ ମୁଖ୍ୟମନ୍ତ୍ରୀ ଭୁବେନଶ୍ବରରେ ଡ୍ରୋନ ଯୋଗେ ଜମି ଚିହ୍ନଟ ପାଇଁ ସର୍ଭେ କାର୍ଯ୍ୟର ଶୁଭାରମ୍ଭ କରିବେ । ଜମି ଚିହ୍ନଟ ପରେ ଆସନ୍ତାବର୍ଷ ସୁଦ୍ଧା ହିତାଧିକାରୀ ଚିହ୍ନଟ କରାଯାଇ ଜମି ପଟ୍ଟା ବଣ୍ଟନ କରାଯିବ। ନିର୍ବାଚନ ସମୟରେ ବସ୍ତି ବାସିନ୍ଦାଙ୍କୁ ମୁଖ୍ୟମନ୍ତ୍ରୀ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା  ପୂରଣ ହେବ ।

ଧୀରେ ଧୀରେ ସହରକୁ ବସ୍ତିମୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଯୋଜନା କରିଛନ୍ତି।  ପ୍ରତ୍ୟେକ ବସ୍ତିକୁ ବିଜୁ ଆଦର୍ଶ କଲୋନୀରେ ପରିଣତ କରାଯିବ। କଲୋନୀରେ ପିଲାଙ୍କ ପାଇଁ ଖେଳ ପଡ଼ିଆ, ପରିମଳ ବ୍ୟବସ୍ଥା, ଚିକ୍କଣ ରାସ୍ତା, ଷ୍ଟ୍ରିଟ୍‌ ଲାଇଟ୍‌ ଓ ସ୍ବଚ୍ଛ ପାନୀୟ ଜଳ ବ୍ୟବସ୍ଥା ରହିବ । ରାଉରକେଲାରେ ଥିବା ୨୭୭ଟି ବସ୍ତିରୁ ୮୨ଟି ବସ୍ତିକୁ ବିଜୁ ଆଦର୍ଶ କଲୋନୀରେ ପରିଣତ କରାଯାଇଛି। ମହାନଗରରେ ସହରର ଆବାସ ସ୍ଥଳ ଓ ବିଭିନ୍ନ ସମସ୍ୟାଥିବା ଯୋଗୁ  ଜାଗା ମିଶନ ଯୋଜନା ଲାଗୁ ହୋଇପାରିନଥିଲା। ଏବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଜାଗା ମିଶନରେ ମହାନଗର ନିଗମକୁ ସାମିଲ କରିବା କାର୍ଯ୍ୟ ଆରମ୍ଭ ହୋଇଛି। ଫଳରେ ମହାନଗରର ବସ୍ତିବାସିନ୍ଦା ମାଗଣା ଜମି ପାଇବା ପଥ ପରିଷ୍କାର ହୋଇଛି । ରାଜ୍ୟରେ ମହାନଗର ନିଗମ, ପୌର ପରିଷଦ ଓ ବିଜ୍ଞପିତ ପରିଷଦ ମିଶି ୧୧୫ଟି ରହିଛି । ସେଥିରୁ ୪୮ଟି ପୌରପାଳିକା, ୬୨ଟି ବିଜ୍ଞପିତ ପରିଷଦରେ ୨ ହଜାର ୯୧୯ଟି ବସ୍ତିର ଅଧିବାସୀଙ୍କ ପାଇଁ ଜାଗା ମିଶନ ଲାଗୁ ହୋଇଛି । ପୂର୍ବରୁ ମହାନଗର ନିଗମର ବସ୍ତିବାସିନ୍ଦାଙ୍କୁ ଜାଗା ମିଶନରେ ସାମିଲ କରାଯାଇନଥିଲା ।  ସହରାଞ୍ଚଳରେ ବସ୍ତିବାସିନ୍ଦା କିମ୍ବା ସରକାରୀ ଜମିରେ ରହିଥିବା ଆର୍ଥିକ ଅନଗ୍ରସର ଯେଉଁମାନଙ୍କର ବାର୍ଷିକ ଆୟ ୧ ଲକ୍ଷ ୮୦ ହଜାର ଭିତରେ ସୀମିତ ସେହିମାନେ ହିଁ ଏହାର ହିତାଧିକାରୀ ଭାବେ ଚିହ୍ନଟ ହେଉଛନ୍ତି । ମହାନଗର ନିଗମକୁ ଛାଡ଼ି ଜାଗା ମିଶନରେ ଜମି ପାଇବା ପାଇଁ ୧ ଲକ୍ଷ ୭୨ ହଜାର ୬୫୬ ପରିବାର ପଞ୍ଜିକୃତ ହୋଇଛନ୍ତି । ଆପତ୍ତିବିହୀନ ଜମି ଦଖଲରେ ଥିବା ବସ୍ତିବାସିନ୍ଦାଙ୍କୁ ଜଣକ ପିଛା ୩୦ ବର୍ଗ ମିଟର ଜମି ପାଇଁ ମାଗଣା ଜମି ଅଧିକାର ପ୍ରମାଣ ପତ୍ର ବା ଲ୍ୟାଣ୍ଡ ରାଇଟ୍‌ସ ସାର୍ଟିଫିକେଟ୍‌ ପ୍ରଦାନ କରାଯାଉଛି । ଅକ୍ଟୋବର ୭ ତାରିଖ ସୁଦ୍ଧା ୮୦ ହଜାର ୫୫୫ ଜଣ ହିତାଧିକାରୀଙ୍କୁ ସ୍ଥିତିବାନ୍‌ ଜମି ପଟ୍ଟା ପ୍ରଦାନ କରାଗଲାଣି । ସେହିପରି ଆପତ୍ତିଥିବା ଜମିରେ ବାସଗୃହ କରି ରହିଥିବା ଗରିବଙ୍କୁ ଜମି ପାଇବା ଯୋଗ୍ୟ ପ୍ରମାଣ ପତ୍ର କିମ୍ବା ଲ୍ୟାଣ୍ଡ୍‌ ଏନ୍‌ଟାଇଟଲମେଣ୍ଟ୍‌ ସାର୍ଟିଫିକେଟ୍‌ ପ୍ରଦାନ କରାଯାଇଛି । ଜାଗା ମିଶନର ତଥ୍ୟ ଅନୁଯାୟୀ ଏବେସୁଦ୍ଧା ୯୨ ହଜାର ୧୦୧ ଜଣ ହିତାଧିକାରୀଙ୍କୁ ଲ୍ୟାଣ୍ଡ୍‌ ଏନ୍‌ଟାଇଟଲମେଣ୍ଟ୍‌ ସାର୍ଟିଫିକେଟ୍‌ ବଣ୍ଟନ ହୋଇଛି । ଏସବୁ ହିତାଧିକାରୀଙ୍କୁ ମଧ୍ୟ ଆବାସ ଯୋଜନା ସହିତ ସାମିଲ କରାଯାଇଛି ।

ଜାଗା ମିଶନ ନିୟମ ଅନୁଯାୟୀ ଆର୍ଥିକ ଅନଗ୍ରସର ନଥିବା ବର୍ଗର ହିତାଧିକାରୀଙ୍କୁ ସମ୍ପୃକ୍ତ ଜମିର ବେଞ୍ଚ୍‌ ମାର୍କର ୫୦ ପ୍ରତିଶତ ଅର୍ଥ ଜମା କରିବାକୁ ପଡ଼ିବ । ଏହାସହିତ ପୌର ପରିଷଦରେ ଥିବା ଆର୍ଥିକ ଅନଗ୍ରସର ବ୍ୟକ୍ତିଙ୍କୁ ୩୦ରୁ ୪୫ ବର୍ଗ ମିଟର ଜମି ପାଇଁ ୨୫ ପ୍ରତିଶତ ଅର୍ଥ ଜମା କରିବେ ।  ବିଜ୍ଞପିତ ପରିଷଦରେ ୩୦ରୁ ୬୦ ବର୍ଗମିଟର ଜମି ଅଧିକାର ପାଇଁ ହିତାଧିକାରୀଙ୍କୁ ୨୫ ପ୍ରତିଶତ ଅର୍ଥ ଜମା କରିବାକୁ ପଡ଼ିବ । ସହରାଞ୍ଚଳ ବାସଗୃହ ମିଶନ ଓ ଜାଗା ମିଶନର ଏକତ୍ରୀକରଣ ଯୋଗୁ ଜମି ଓ ଘର ପାଇବା ଆହୁରି ସହଜ ହୋଇଛି । ଜମି ପାଇବା ସହିତ ଆବାସ ଯୋଜନାରେ ଘର କରିବା ପାଇଁ ମଧ୍ୟ ସହାୟତା ଯୋଗାଇ ଦିଆଯାଉଛି । ଯେଉଁଥିପାଇଁ ନିକଟରେ ଗୁଜୁରାଟର ରାଜକୋଟରେ ଅର୍ବାନ ହାଉସିଂ କନ୍‌କ୍ଲେଭରେ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ପୁରସ୍କୃତ କରିଛନ୍ତି ।

ଏ ସମ୍ପର୍କରେ ଭୁବନେଶ୍ବର ମେୟର ସୁଲୋଚନା ଦାସ କହିଛନ୍ତି, ଭୁବନେଶ୍ବରରେ  ଘର ଖଣ୍ଡିଏ ଓ ଜମି ଖଣ୍ଡିଏ ପାଇବା ପାଇଁ ବହୁ ଦିନରୁ ଗରିବ ଭୂମିହୀନମାନେ ସ୍ବପ୍ନ ଦେଖିଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କ ଦୁଃଖ ବୁଝିଛନ୍ତି । ନିର୍ବାଚନ ବେଳେ ଦେଇଥିବା ପ୍ରତିଶ୍ରୁତି ମୁଖ୍ୟମନ୍ତ୍ରୀ ପୂରଣ କରିବାକୁ ଯାଉଛନ୍ତି ।   କଟକ ମହାନଗର ନିଗମ ମେୟର ସୁବାସ ସିଂ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏପରି ଯୋଜନା ବିଶ୍ବରେ ଅନନ୍ୟ । କୌଣସି ରାଜ୍ୟ ସରକାର ଗରିବଙ୍କୁ ଏପରି ଉଦାରତା ଦେଖାଇନାହାନ୍ତି । ଏଣିକି ମହାନଗର ନିଗମରେ ସ୍ଥାୟୀ ଜମି ପଟ୍ଟା ବଣ୍ଟନ ହେଲେ ସରକାରଙ୍କ ଗରିବଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ସମ୍ପୂର୍ଣ୍ଣ ହେବ ।

ଅପରପକ୍ଷରେ   ଗଞ୍ଜାମର ହିଞ୍ଜିଳିକାଟୁ ପୌରପାଳିକା ଓ ଦିଗପହଣ୍ଡି ବିଜ୍ଞପିତ ପରିଷଦ ସମ୍ପୂର୍ଣ୍ଣ ଭାବେ ବସ୍ତି ମୁକ୍ତ ହୋଇ ବିଜୁ ଆଦର୍ଶ କଲୋନୀରେ ପରିଣତ ହୋଇଛି । ଫଳରେ ହିଞ୍ଜିଳିକାଟୁରେ  ପାନୀୟ ଜଳ ସୁବିଧା ସହ ଆଦର୍ଶ କଲୋନୀରେ ରାସ୍ତା, ଆଲୋକୀକରଣର ସୁବିଧା ପାଇଛନ୍ତି ୩୫୦ ପରିବାର  । ୧୦ ତାରିଖ ଦିନ ଏ ନେଇ ବି ମୁଖ୍ୟମନ୍ତ୍ରୀ ଘୋଷଣା କରିବେ ବୋଲି ସୂଚନା ମିଳିଛି ।  ବସ୍ତିବାସିନ୍ଦାଙ୍କୁ ୯ଟି ମୌଳିକ ସେବା ଯୋଗାଇ ଦିଆଯିବା ନେଇ ପୂର୍ବରୁ ସର୍ଭେ କରାଯାଇଥିଲା । ସମସ୍ତ ପ୍ରକାର ସେବା ଯୋଗାଇବାରେ ହିଞ୍ଜିଳିକାଟୁ ପୌର ପରିଷଦ ସକ୍ଷମ ହୋଇଛି । ଯାହାକୁ ନେଇ ଖୁସି ବ୍ୟକ୍ତି କରିଛନ୍ତି ହିଞ୍ଜିଳିକାଟୁ ପୌର ପରିଷଦ ବାସିନ୍ଦା।  ସେହିପରି ରାଉରକେଲାରେ ଧୀରେ ସମସ୍ତ ବସ୍ତିକୁ ସହର ସୁବିଧା ଯୋଗାଇ ଦିଆଯିବ । ଆଉ ବସ୍ତିଗୁଡ଼ିକ ବିଜୁ ଆଦର୍ଶ କଲୋନୀରେ ପରିଣତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।

‘ଜାଗା ମିଶନ’ରେ ଯୋଗାଯାଉଛି ମୌଳିକ ସୁବିଧା, ବର୍ଷ ଶେଷସୁଦ୍ଧା ବସ୍ତିମୁକ୍ତ ହେବ ରାଜଧାନୀ
ଭୁବନେଶ୍ୱର:ଚଳିତବର୍ଷ ଶେଷ ସୁଦ୍ଧା ଭୁବନେଶ୍ୱର ବସ୍ତିମୁକ୍ତ ସହର ହେବ। ସହରରେ ଥିବା ୪୩୬ଟି ବସ୍ତିକୁ ଜାଗା ମିଶନରେ ସମସ୍ତ ସୁବିଧା ସୁଯୋଗ ଉପଲବ୍ଧ କରାଯାଇ ଏହାକୁ ଆଦର୍ଶ କଲୋନୀରେ ପରିଣତ କରାଯିବ। ବର୍ତ୍ତମାନ ସୁଦ୍ଧା ରାଜଧାନୀର ୧୩୫ଟି ବସ୍ତିର ଚେହେରା ବଦଳି ସାରିଥିବା ବେଳେ ଏଗୁଡ଼ିକୁ ଏବେ ବିଏମ୍‍ସି ପକ୍ଷରୁ ଆଦର୍ଶ କଲୋନୀ ଭାବେ ଘୋଷଣା କରାଯାଇଛି। ଚଳିତବର୍ଷ ଶେଷ ସୁଦ୍ଧା ବାକି ୩୦୧ ବସ୍ତିକୁ ଆଦର୍ଶ କଲୋନୀ ଘୋଷଣା କରିବା ପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଏମସିକୁ ଲକ୍ଷ୍ୟ ଦିଆଯାଇଛି। ଏହାକୁ ଆଧାର କରି ବିଏମ୍‍ସି ବର୍ତ୍ତମାନ ବିଭିନ୍ନ ବସ୍ତିରେ ରୂପାନ୍ତରଣ କାର୍ଯ୍ୟକୁ ଜୋରଦାର କରିଛି।

ରାଜ୍ୟ ସରକାର ଆରମ୍ଭ କରିଥିବା ଜାଗା ମିଶନରେ ବସ୍ତିଗୁଡ଼ିକୁ ମୌଳିକ ସୁବିଧା ସୁଯୋଗ ଉପଲବ୍ଧ କରାଯାଉଛି। ମୁଖ୍ୟତଃ ବସ୍ତିଗୁଡ଼ିକୁ ରାସ୍ତା, ଡ୍ରେନ୍‍, ପାଇପ ଯୋଗେ ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ, ଷ୍ଟ୍ରିଟ୍‍ ଲାଇଟ୍‍, ଶୌଚାଳୟ ଆଦି ଉପରେ ଗୁରୁତ୍ୱ ଦିଆଯାଉଛି। ସେହିପରି ବସ୍ତିରେ ଥିବା ଖୋଲାସ୍ଥାନର ବିକାଶ କରାଯାଉଥିବା ବେଳେ ପିଲାମାନଙ୍କ ଖେଳକୁଦ ପାଇଁ ସାରଞ୍ଜାମ ମଧ୍ୟ ଯୋଗାଇ ଦିଆଯାଉଛି। ଏହା ବ୍ୟତୀତ ସହରବାସୀଙ୍କ ପାଇଁ ରହୁଥିବା କମ୍ୟୁନିଟି ସେଣ୍ଟର ଢାଞ୍ଚାରେ ଏଠାରେ ‘ପରିଚୟ’ ନାମରେ ଏକ ଘର କରାଯାଉଛି। ଯେଉଁଠାରେ ବସ୍ତିବାସିନ୍ଦାମାନେ ଏକତ୍ରିତ ହୋଇ ସେମାନଙ୍କ ବିଭିନ୍ନ ପର୍ବପର୍ବଣୀ ପାଳନ ସହିତ ଏକାଠି ହୋଇପାରୁଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜଧାନୀର ଶବର ସାହି, ନହରକଣ୍ଟା ଭୋଇ ସାହି, ଶିଖରଚଣ୍ଡି କ୍ଲଷ୍ଟକ ୧,୨, ଓ ୩ ସମେତ ଭାରତୀ ମଠ ଭୋଇ ସାହି, ମା ମଙ୍ଗଳା ସାହି, ହରେକୃଷ୍ଣ ନଗର ଆଦି ସମେତ ମୋଟ୍‍ ୧୩୫ଟି ବସ୍ତି ସମ୍ପୂର୍ଣ୍ଣ ବଦଳି ସାରିଛି। ଏହି ୧୩୫ ବସ୍ତିରେ ସମସ୍ତ ପ୍ରକାର ମୌଳିକ ସୁବିଧା ଉପଲବ୍ଧ ହୋଇ ସାରିଥିବାରୁ ଏଗୁଡ଼ିକୁ ଆଉ ବସ୍ତି ଶ୍ରେଣୀରେ ନ ରଖି ଏହାକୁ ବିଏମସି ପକ୍ଷରୁ ବିଜୁ ଆଦର୍ଶ କଲୋନୀ ଭାବେ ଗଣନା କରାଯାଉଛି। ଏହି କାର୍ଯ୍ୟ ଦାୟିତ୍ୱରେ ଥିବା ବିଏମ୍‍ସି ଡେପୁଟି କମିସନର ରମେଶ ଚନ୍ଦ୍ର ଜେନା କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଯୋଜନା ଅନୁଯାୟୀ ବର୍ତ୍ତମାନ ୧୩୫ଟି ବସ୍ତିକୁ ଆଦର୍ଶ କଲୋନୀରେ ପରିଣତ କରାଯାଇସାରିଛି। ସ୍ଥାନୀୟ ଲୋକଙ୍କୁ ସମ୍ପୃକ୍ତ କରି ଏହି କାର୍ଯ୍ୟ କରାଯାଇଥିବା ବେଳେ ଖୁବ୍‍ଶୀଘ୍ର ବାକି ବସ୍ତିକୁ ମଧ୍ୟ ଆଦର୍ଶ କଲୋନୀରେ ପରିଣତ କରାଯିବାର ପ୍ରକ୍ରିୟା ଜାରି ରହିଛି।

ସୂଚନା ଅନୁଯାୟୀ, ଜାଗା ମିଶନରେ କାର୍ଯ୍ୟ ହେବା ପୂର୍ବରୁ ପ୍ରତି ବସ୍ତିରେ ‘ବାସିନ୍ଦା କଲ୍ୟାଣ ସଂଘ’ (ଆର୍‍ଡବ୍ଲୁଏ) ଗଠନ କରାଯାଉଛି। ଏହି ସଂଘରେ ସମ୍ପୃକ୍ତ ବସ୍ତିରୁ ସବୁ ଘରୁ ଜଣେ ଜଣେ ସଦସ୍ୟ ରହୁଥିବା ବେଳେ ଏମାନଙ୍କ ମଧ୍ୟରୁ ଏକ ୧୧ ଜଣିଆ ଟିମ୍‍ ଗଠନ ହେଉଛି। ଏହି ଟିମ୍‍ରୁ ୩ ଜଣଙ୍କୁ ସଭାପତି, ସମ୍ପାଦକ ଓ କୋଷାଧ୍ୟକ୍ଷ ଭାବେ ଚୟନ କରାଯାଉଛି। ଏହି ସଂଘରେ ଉଭୟ ମହିଳା ପୁରୁଷଙ୍କୁ ସମାନ ଭାବେ ସ୍ଥାନ ମିଳୁଥିବା ବେଳେ ନିଜ ବସ୍ତିରେ କେଉଁ କାମ ପ୍ରାଥମିକତା ଭିତ୍ତିରେ ହେବା ଉଚିତ ସେମାନେ ତାହା ନିଷ୍ପତ୍ତି ନେଉଛନ୍ତି। ଅନ୍ୟ ସ୍ଥାନଗୁଡ଼ିକର କାମ ପାଇଁ ଠିକାଦାରଙ୍କୁ ନିଯୁକ୍ତି କରାଯାଉଥିବା ବେଳେ ଏଠାରେ ଏହି ସଂଘ ହିଁ କାମ କରୁଛି। ୧୦ ଲକ୍ଷ ଟଙ୍କାରୁ କମ୍‍ ହେଲେ ସିଧାସଳଖ ଆର୍‍ଡବ୍ଲୁଏ ଆକାଉଣ୍ଟକୁ ଟଙ୍କା ଯାଉଥିବା ବେଳେ ୧୦ ଲକ୍ଷ ଉପରେ ଅର୍ଥ ଖର୍ଚ୍ଚ ହେଲେ ଯନ୍ତ୍ରୀଙ୍କ ନାମରେ ୱାର୍କ ଅର୍ଡର କରାଯାଇ ଦେଖାରଖା ଦାୟିତ୍ୱ ଆର୍‍ଡବ୍ଲୁଏକୁ ଦିଆଯାଉଛି। ଏ ବାବଦକୁ ସମ୍ପୂର୍ଣ୍ଣ ଅର୍ଥରାଶିର ୭.୫ ପ୍ରତିଶତ ଅର୍ଥ ଆର୍‍ଡବ୍ଲୁଏକୁ ଦିଆଯାଉଛି। ୧୦ ଲକ୍ଷ ତଳକୁ ହେଲେ କାମ କରି ୭.୫ ପ୍ରତିଶତ ଅର୍ଥ ଆର୍‍ଡବ୍ଲୁଏକୁ ପାରିଶ୍ରମିକ ଭାବେ ଦିଆଯାଉଛି। ଏଥିପାଇଁ ସମସ୍ତ ୪୩୬ ବସ୍ତିରେ ଆର୍‍ଡବ୍ଲ୍ୟୁଏ ଗଠନ କରାଯାଇଥିବା ବେଳେ ସେମାନଙ୍କର ଆକାଉଣ୍ଟ ଖୋଲାଯାଇ ସାରିଥିବା ବିଏମସି ପକ୍ଷରୁ ସୂଚନା ମିଳିଛି।