Driver - The Sakala

୪ ଦଫା ଦାବିକୁ ନେଇ ପାତ୍ରପଡା 'ଆମବସ' ଡିପୋରେ କର୍ମଚାରୀଙ୍କ ଆନ୍ଦୋଳନ, ୪୫ଟି ରୁଟରେ ଚାଲୁନି ବସ୍
ଭୁବନେଶ୍ୱର: ପାତ୍ରପଡା ମୋ ବସ ଡିପୋ ଆଗରେ ଉତ୍ତେଜନା l ଶତାଧିକ ଆମ ବସ କର୍ମଚାରୀ ମାନେ ଆନ୍ଦୋଳନରେ ସାମିଲ। ଆନ୍ଦୋଳନ ଯୋଗୁଁ ୪୫ଟି ରୁଟରେ ସମସ୍ତ ୧୧୭ ଆମ ବସ ବନ୍ଦ। ପାତ୍ରପଡାରେ ଥିବା ଡିପୋରେ ସମସ୍ତେ ବସ ବନ୍ଦ କରି କର୍ମଚାରୀମାନେ ଆନ୍ଦୋଳନ କରୁଛନ୍ତି। ସକାଳୁ ଗୋଟେ ବି ବସ ଡିପୋରୁ ବାହାରି ନଥିବାରୁ ଏହି ରୁଟରେ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧା ଭୋଗିଛନ୍ତି । ତିନି ମାସ ଧରି ଦରମା ନ ପାଇବା, ସଠିକ ସମୟରେ ଦରମା ମିଳୁନି, ESI ସମସ୍ୟା, କର୍ମଚାରୀଙ୍କୁ ଏଜେନ୍ସି ବାରମ୍ବାର ଧମକ ଦେବା, ଡ୍ରେସ ନ ମିଳିବା ଆଦି ନେଇ ଆନ୍ଦୋଳନ କରୁଛନ୍ତି ଆମ ବସ କର୍ମଚାରୀ ।

ସେହିପରି FC କିମ୍ବା FNC କେସ୍‌ରେ ଯାତ୍ରୀଙ୍କ ଜରିମାନା କମ୍ ଥିଲେ ମଧ୍ୟ କର୍ମଚାରୀଙ୍କୁ ୫ ହଜାର ଟଙ୍କା ଜରିମାନା ଓ ୫ ଦିନ ଡ୍ୟୁଟି ବନ୍ଦ ଭଳି କଠୋର ପଦକ୍ଷେପ ନେଉଥିବାରୁ ଏହାର ସମାଧାନ ପାଇଁ ମଧ୍ୟ ସେମାନେ ଦାବି ଉଠାଇଛନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କର୍ମଚାରୀମାନେ ସ୍ପଷ୍ଟ କରିଛନ୍ତି । ଆନ୍ଦୋଳନ କରୁଥିବା କର୍ମଚାରୀଙ୍କ ସହ ଏଜେନ୍ସିର ଜେନେରାଲ ମ୍ୟାନେଜର ଆସି ଆଲୋଚନା କରୁଛନ୍ତି l ସବୁ ଦାବି ପୂରଣ ହେଲେ କାର୍ଯ୍ୟରେ ଯୋଗ ଦେବେ ବୋଲି ଚେତାବନୀ ଦେଇଛନ୍ତି କର୍ମଚାରୀ ।

ଡ୍ରାଇଭରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ପୂରଣ ହେଲା ଡ୍ରାଇଭରମାନଙ୍କ ଦାବି
ଭୁବନେଶ୍ବର : ରାଜ୍ୟର ଡ୍ରାଇଭରମାନଙ୍କ ପାଇଁ ରଜ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଉ ମାତ୍ର ଗୋଟିଏ ଦିନ ପରେ ରଜ ପର୍ବ ଥିବା ବେଳେ ଡ୍ରାଇଭରମାନଙ୍କ ପାଇଁ ବଡ଼ ଘୋଷଣା କରାଯାଇଛି। ଯେଉଁ ଦାବି ନେଇ ଡ୍ରାଇଭରମାନେ ଆନ୍ଦୋଳନ କରୁଥିଲେ, ତାହାକୁ ସରକାର ପୂରଣ କରିଛନ୍ତି।

ଓଡ଼ିଶା ମୋଟର ଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ଯୋଜନା ୨୦୨୩ ଏବଂ କଲ୍ୟାଣ ବୋର୍ଡ ଗଠନକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ପ୍ରଦାନ କରିଛନ୍ତି।  ଦୁର୍ଘଟଣା ଜନିତ ମୃତ୍ୟୁ କ୍ଷେତ୍ରରେ ମୋଟର ଯାନ ଡ୍ରାଇଭର, କର୍ମଚାରୀଙ୍କ ନିକଟତମ ଆତ୍ମୀୟ ପାଇବେ ୪ଲକ୍ଷ ଟଙ୍କା । ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି ମୋଟର ଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ଯୋଜନାକୁ ଅନୁମୋଦନ କରିଛନ୍ତି। ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଗଠନ ହେବାକୁ ଥିବା କଲ୍ୟାଣ ବୋର୍ଡ ପ୍ରସ୍ତାବକୁ ମଧ୍ୟ ମୁଖ୍ୟମନ୍ତ୍ରୀ ସ୍ବୀକୃତି ପ୍ରଦାନ କରିଛନ୍ତି। ମୋଟର ଯାନ ଡ୍ରାଇଭର ଓ ଅନ୍ୟାନ୍ୟ କର୍ମଚାରୀ ମାନଙ୍କର ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହି କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହି ଯୋଜନା କାର୍ଯ୍ୟକାରୀ କରିବାପାଇଁ ରାଜ୍ୟ ସରକାରଙ୍କ ତରଫରୁ ବୋର୍ଡକୁ ପ୍ରାରମ୍ଭିକ ଭାବେ ଅନୁଦାନ ପ୍ରଦାନ କରାଯିବ। ପରବର୍ତ୍ତୀ ସମୟରେ, ବୋର୍ଡ, ପଞ୍ଜୀକରଣ ଶୁଳ୍କ ସଂଗ୍ରହ, ଯାନ ମାଲିକଙ୍କ ଅବଦାନ ଏବଂ ଅନ୍ୟାନ୍ୟ ଉତ୍ସରୁ ପାଣ୍ଠି ସଂଗ୍ରହ କରି ଏହି ଯୋଜନାକୁ ପରିଚାଳନା କରିବେ ।

ପ୍ରାରମ୍ଭରେ ପରିବହନ ଡ୍ରାଇଭର ଓ ଅନ୍ୟାନ୍ୟ କର୍ମଚାରୀଙ୍କ ପାଇଁ ଏହି ସବୁ ସୁବିଧାର ପ୍ରାବଧାନ କରାଯାଇଛି

ମୃତ୍ୟୁ କ୍ଷେତ୍ରରେ, ମୃତ ଡ୍ରାଇଭର/ କର୍ମଚାରୀଙ୍କ ପରିବାର ଲୋକଙ୍କୁ ୪ ଲକ୍ଷ ଟଙ୍କା (୪,୦୦,୦୦୦/-) ପ୍ରଦାନ କରାଯିବ ।

ଅତି ଗଭୀର ଆଘାତ କ୍ଷେତ୍ରରେ ୮୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯିବ ।

ସ୍ଥାୟୀ ଅକ୍ଷମତା ମାମଲାରେ ମୋଟର ପରିବହନ ଡ୍ରାଇଭର କିମ୍ବା କର୍ମଚାରୀଙ୍କୁ ୧ଲକ୍ଷ ପଚାଶ ହଜାର ଟଙ୍କା (୧,୫୦,୦୦୦/ -) ପ୍ରଦାନ କରାଯିବ ।

ସାଧାରଣ ମୃତ୍ୟୁ ମାମଲାରେ ପରିବାର ଲୋକଙ୍କୁ ୨ ଲକ୍ଷ ଟଙ୍କା (୨,୦୦,୦୦୦/-) ପ୍ରଦାନ କରାଯିବ ।

ଏହା ବ୍ୟତୀତ, ସେମାନଙ୍କୁ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା, ମଧୁ ବାବୁ ପେନସନ୍ ଯୋଜନା ଆଦିରେ ସେମାନଙ୍କ ଯୋଗ୍ୟତା ଅନୁଯାୟୀ ଅନ୍ତର୍ଭୁକ୍ତ କରାଯିବ । ଏହି ଯୋଜନା କାର୍ଯ୍ୟକାରୀ ହେବାଦ୍ବାରା ୫ ଲକ୍ଷରୁ ଉର୍ଦ୍ଧ୍ୱ ମୋଟର ଯାନ ଡ୍ରାଇଭର ଓ କର୍ମଚାରୀ ଉପକୃତ ହେବେ । ଏଥି ନିମନ୍ତେ ଗଠିତ ହେବାକୁ ଥିବା କଲ୍ୟାଣ ବୋର୍ଡରେ ସରକାରୀ ସଦସ୍ୟଙ୍କ ସହିତ ମୋଟର ପରିବହନ ଡ୍ରାଇଭର, କର୍ମଚାରୀ ମାନଙ୍କର ପ୍ରତିନିଧି ମଧ୍ୟ ସଦସ୍ୟ ରହିବେ ।

ଗାଡ଼ି ମାଲିକଙ୍କ ଅଜବ ନାପସନ୍ଦ; ଚଷମା ପିନ୍ଧିଲେ ଚାକିରି ଯିବ; ନ ପିନ୍ଧିଲେ ଦୁର୍ଘଟଣା
ଭୁବନେଶ୍ୱର: ଚଷମା ପିନ୍ଧିଲେ ଚାକିରୀ ହରାଇବାର ଭୟ। କିନ୍ତୁ ଚଷମା ବ୍ୟବହାର ନ କରିବା ସଡ଼କ ଦୁର୍ଘଟଣାର ଅନ୍ୟତମ ପ୍ରମୁଖ କାରଣ। ଏକଥା କିଛିଟା ଅଡ଼ୁଆ ଲାଗୁଥିଲେ ମଧ୍ୟ ସତ୍ୟ। ଗାଡି ଚାଳକ ଚାକିରୀ ପାଇବାକୁ ହେଲେ ଚଷମା ପରିତ୍ୟାଗ କରିବାକୁ ହେବ। କାରଣ ଅଧିକାଂଶ ଗାଡ଼ି ମାଲିକ ଚଷମା ପିନ୍ଧୁ ଥିବା ଚାଳକଙ୍କୁ ନିଯୁକ୍ତି ଦେବାକୁ ଅମଙ୍ଗ ହେଉଛନ୍ତି। ଏକଥା କହିଛନ୍ତି ଖୋଦ୍‍ ପରିବହନ କମିଶନର ଅରୁଣ ବୋଥ୍ରା। ଟ୍ୱିଟ୍‍ କରି ଶ୍ରୀ ବୋଥ୍ରା କହିଛନ୍ତି, କମ୍‍ ଦୃଷ୍ଟି ଶକ୍ତି ଯୋଗୁଁ ଅନେକ ସଡ଼କ ଦୁର୍ଘଟଣା ଘଟୁଛି। କିନ୍ତୁ ଚଷମା ପିନ୍ଧୁଥିବା ବୃତ୍ତିଗତ ଗାଡ଼ି ଚାଳକଙ୍କ ସଂଖ୍ୟା ବହୁତ କମ। ସେମାନଙ୍କର ଏହା ଧାରଣା ରହିଛି ଯେ ଗାଡ଼ି ଚାଳକ ଚଷମା ବ୍ୟବହାର କଲେ ଚାକିରୀ ହରାଇବାକୁ ପଡ଼ିପାରେ। ଏପରି ଚିନ୍ତାଧରା ସଡ଼କରେ ଲୋକଙ୍କ ଜୀବନ ନେଉଛି ବୋଲି ଶ୍ରୀ ବୋଥ୍ରା କହିଛନ୍ତି।

ମୋଟର ଯାନ ନିୟମ ଅନୁସାରେ ଡ୍ରାଇଭିଂ ଲାଇସେନ୍ସ ଜାରି କରିବା ସମୟରେ ଗାଡ଼ି ଚାଳକଙ୍କ ଦୃଷ୍ଟି ଶକ୍ତି ପରୀକ୍ଷା କରାଯାଇ ନଥାଏ। ତେବେ ୬୦ ବର୍ଷ ପରେ ଡାଇଭିଂ ଲାଇସେନ୍ସ ନବୀକରଣ କରିବା ସମୟରେ ଚକ୍ଷୁ ପରୀକ୍ଷା ରିପୋର୍ଟ ଦେବାକୁ ହୋଇଥାଏ। ବିଭିନ୍ନ ରୋଗ ପାଇଁ ହେଉ ଅବା ଅଧିକ ବୟସ ପାଇଁ; ଦୃଷ୍ଟି ଶକ୍ତି ହ୍ରାସ ପାଇବା ପଛରେ ଅନେକ କାରଣ ରହିଛି। ଗୁରୁତ୍ୱପୂର୍ଣ୍ଣ ହେଉଛି ପରିବହନ ବିଭାଗ ଗାଡ଼ି ଓ ଚାଳକଙ୍କର ବିଭିନ୍ନ କାଗଜପତ୍ର ଯାଞ୍ଚ କରୁଥିଲେ ସୁଦ୍ଧା ଚକ୍ଷୁ ପରୀକ୍ଷା କରିବାର ନିୟମ ନାହିଁ କି ବ୍ୟବସ୍ଥା ବି ନାହିଁ। ଅନ୍ୟପଟେ ଓଡ଼ିଶାରେ ଗାଡ଼ି ଚାଳକ ବିଶେଷକରି ଭାରୀ ଯାନ ଚଳାଉଥିବା ବ୍ୟକ୍ତି ଚଷମା ପିନ୍ଧିଥିବା ଦୃଶ୍ୟ ବିରଳ। ଗାଡ଼ି ଚାଳକ କେବଳ ସାମଗ୍ରୀ ପରିବହନ କରିନଥାନ୍ତି, ଶତାଧିକ ଲୋକଙ୍କୁ ମଧ୍ୟ ପରିବହନ କରିଥାନ୍ତି। ସେମାନଙ୍କ ବ୍ୟତୀତ ରାସ୍ତା ବ୍ୟବହାର କରୁଥିବା ଲୋକଙ୍କ ଧନ ଜୀବନର ସୁରକ୍ଷା ମଧ୍ୟ ସେମାନଙ୍କ ଉପରେ ରହିଛି।