Nuapada - The Sakala

ଶୋଇଥିବା ବେଳେ ସାପ କାମୁଡ଼ାରେ କକା ଓ ପୁତୁରାଙ୍କ ମୃତ୍ୟୁ, ଅନ୍ୟ ଜଣେ ଗୁରୁତର
ନୂଆପଡା: ଶୋଇଥିବା ବେଳେ  କାମୁଡ଼ିଲା ସାପ, ଚାଲିଗଲା କକା ଓ ପୁତୁରାଙ୍କ ଜୀବନ । ଏକ ଖୋଲା ଶ୍ରମିକ ଶିବିରରେ ଶୋଇଥିବା ବେଳେ ଏକ ବିଷଧର ସାପ କାମୁଡ଼ାରେ କକା ଓ ପୁତୁରାଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅଞ୍ଚଳରୁ ଆସିଛି ଏଭଳି ଦୁଃଖଦ ଖବର । ମୃତକ ଦୁଇଜଣ ହେଲେ ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ଚାଚରାଭଟା ଗ୍ରାମର ଦୈତାରୀ ତାଣ୍ଡି (୪୦) ଏବଂ ତାଙ୍କ ଭଣଜା ଭରତ ତାଣ୍ଡି (୩୦)। ଏହି ଘଟଣାରେ ଗୁରୁତର ହୋଇଥିବା ଅନ୍ୟ ଜଣେ ଶ୍ରମିକ ହେଲେ ତୁଳସୀ ବଗର୍ତ୍ତୀ (୪୫)।

ସୂଚନା ଅନୁଯାୟୀ, ବଙ୍ଗୋମୁଣ୍ଡା ଥାନା ବାଲଧା ଗ୍ରାମରେ ଏକ ବ୍ରିଜ୍ ନିର୍ମାଣ କାର୍ଯ୍ୟରେ ସିନାପାଲି ଅଞ୍ଚଳର ପ୍ରାୟ ୧୦ ଜଣ ଶ୍ରମିକ ନିୟୋଜିତ ଥିଲେ। ରାତିରେ ଖାଇସାରିବା ପରେ ସେମାନେ ନିର୍ମାଣସ୍ଥଳ ନିକଟରେ ଥିବା ଏକ ଖୋଲା କ୍ୟାମ୍ପରେ ଶୋଇଥିଲେ।

ବିଳମ୍ବିତ ରାତିରେ ଏକ ବିଷଧର ସାପ କ୍ୟାମ୍ପ ଭିତରେ ପଶି ଦୈତାରୀ, ଭରତ ଏବଂ ତୁଳସୀଙ୍କୁ କାମୁଡ଼ି ଦେଇଥିଲା। ତେବେ ସାପ କାମୁଡ଼ିଥିବା କଥା ପ୍ରଥମେ ଦୈତାରୀ ଓ ଭରତ ଜାଣିପାରିନଥିଲେ। ଅନ୍ୟ ଶ୍ରମିକମାନଙ୍କ ସହ ମିଶି ସେମାନେ ଗୁରୁତର ତୁଳସୀଙ୍କୁ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ପହଞ୍ଚିବା ପରେ ଦୈତାରୀ ଏବଂ ଭରତ ମଧ୍ୟ ସାପ କାମୁଡ଼ାର ଶିକାର ହୋଇଥିବା ଜଣାପଡିଥିଲା। ତିନିଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଡାକ୍ତରଖାନାରେ ପହଞ୍ଚିବାର କିଛି ସମୟ ପରେ ହିଁ ଦୈତାରୀଙ୍କୁ ମୃତ ଘୋଷଣା କରାଯାଇଥିଲା। ସେହିପରି ଭୋର ସମୟରେ ଭରତଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷରେ ଗୁରୁତର ତୁଳସୀଙ୍କୁ ଉନ୍ନତ ଚିକିତ୍ସା ପାଇଁ ବୁର୍ଲା ସ୍ଥିତ ବିମ୍ସାର (VIMSAR)କୁ ସ୍ଥାନାନ୍ତର କରାଯାଇଛି।

ସୁନାବେଡ଼ା ଅଭୟାରଣ୍ୟରେ ଦୁଇଟି କଲରାପତରିଆ ବାଘ ଠାବ, ଭୟଭୀତ ସ୍ଥାନୀୟ ଲୋକ
ନୂଆପଡ଼ା: ସାବଧାନ ! ରାସ୍ତାରେ ବୁଲୁଛି ବାଘ । ଓଡ଼ିଶାର ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ସୁନାବେଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟରେ ଦେଖିବାକୁ ମିଳିଛି ଦୁଇଟି କଲରାପତରିଆ ବାଘ । ସୋମବାର ସନ୍ଧ୍ୟା ସମୟରେ ଏକ ବ୍ୟସ୍ତବହୁଳ ଜଙ୍ଗଲ ରାସ୍ତା କଡ଼ରେ ଦୁଇଟି କଲରାପତରିଆ ବାଘ ବୁଲୁଥିବାର ଦେଖିବାକୁ ମିଳିଥିଲା। ବାଘ ବୁଲୁଥିବା ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଛନ୍ତି। ଏହି ରାସ୍ତାଦେଇ ଯାତାୟାତ କରିବା ପାଇଁ ଲୋକେ ଭୟ କରୁଛନ୍ତି ।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, କିଛି ଯୁବକ ସୁନାବେଡ଼ାରୁ ଜାମଗାଁ ଅଭିମୁଖେ ଯାଉଥିବା ସମୟରେ ହଠାତ୍ ରାସ୍ତା କଡ଼ରେ ଦୁଇଟି କଲରାପତରିଆ ବାଘଙ୍କୁ ଦେଖିବାକୁ ପାଇଥିଲେ। ସେମାନଙ୍କ ମଧ୍ୟରୁ ଗୋଟିଏ ବାଘ ରାସ୍ତା କଡ଼ରେ କିଛି ସମୟ ରହିଥିଲା, ଯାହାର ସ୍ପଷ୍ଟ ଭିଡିଓ ଯାତ୍ରୀମାନେ ନିଜ ମୋବାଇଲ୍ ଫୋନ୍‌ରେ କଏଦ କରିବାରେ ସକ୍ଷମ ହୋଇଥିଲେ। ତେବେ ସନ୍ଧ୍ୟା ସମୟର ଅନ୍ଧକାରର ସୁଯୋଗ ନେଇ ଅନ୍ୟ ବାଘଟି ଘଞ୍ଚ ଜଙ୍ଗଲ ଭିତରକୁ ଅଦୃଶ୍ୟ ହୋଇଯାଇଥିଲା।

ସୁନାବେଡ଼ା ଅଭୟାରଣ୍ୟ ପୂର୍ବରୁ ମଧ୍ୟ କଲରାପତରିଆ ବାଘଙ୍କ ବାସସ୍ଥଳୀ ଭାବେ ବେଶ୍ ଜଣାଶୁଣା। ନିକଟରେ କରାଯାଇଥିବା କ୍ୟାମେରା ଟ୍ରାପ୍ ସର୍ଭେରୁ ଏଠାରେ ବହୁ ସଂଖ୍ୟାରେ କଲରାପତରିଆ ବାଘ ଥିବା ସ୍ପଷ୍ଟ ହୋଇଥିଲା। ତେବେ ସାଧାରଣ ରାସ୍ତା କଡ଼ରେ ଏକାସାଙ୍ଗରେ ଦୁଇଟି ବାଘ ଦେଖାଯିବା ଏକ ବିରଳ ଘଟଣା ବୋଲି ବିବେଚନା କରାଯାଉଛି। ଏହି ଘଟଣା ପରେ ଜଙ୍ଗଲ ରାସ୍ତାରେ ଯାତାୟାତ କରୁଥିବା ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ ପ୍ରଶାସନ ଓ ବନ୍ୟପ୍ରାଣୀ ସଂରକ୍ଷଣକାରୀଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ନୂଆପଡ଼ା ନିକଟ ପାଟଧରା ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ସହ ବିସ୍ଫୋରକ ଜବତ
ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ମାଓବାଦୀଙ୍କ ବିରୋଧରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ନୂଆପଡ଼ା ଜିଲ୍ଲା ପୁଲିସ ଏବଂ ସିଆରପିଏଫର ମିଳିତ ସର୍ଚ୍ଚ ଅପରେସନ୍ ସମୟରେ ବିପୁଳ ପରିମାଣର ମାଓବାଦୀ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ସୁରକ୍ଷା ବାହିନୀ ଦ୍ୱାରା ଜବତ ହୋଇଥିବା ସାମଗ୍ରୀଗୁଡ଼ିକ ମଧ୍ୟରେ ଅନେକ ମାରଣାସ୍ତ୍ର, ଆଇଇଡି (IED) ଏବଂ ଅନ୍ୟାନ୍ୟ ବିସ୍ଫୋରକ ରହିଛି। ପାଟଧରା ସଂରକ୍ଷିତ ଜଙ୍ଗଲ ବରପାଟଡଙ୍ଗର ନିକଟରେ ଲୁଚାଯାଇଥିଲା ।

ବୋଡ଼େନ ପୋଲିସ ଷ୍ଟେସନ ଅଧୀନରେ ଥିବା ପାଟଧରା ସଂରକ୍ଷିତ ଜଙ୍ଗଲର ବାରପଦର ଗାଁ ନିକଟରେ ଏହି ଚଢ଼ାଉ କରାଯାଇଥିଲା। ଗୁଇନ୍ଦା ବିଭାଗରୁ ମିଳିଥିବା ସୂଚନା ଆଧାରରେ ଡିଷ୍ଟ୍ରିକ୍ଟ ଭଲ୍ୟୁଣ୍ଟାରୀ ଫୋର୍ସ (DVF) ଏବଂ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) ପକ୍ଷରୁ ମିଳିତ ଭାବେ ଏହି ଅପରେସନ୍ ଆରମ୍ଭ କରାଯାଇଥିଲା। ଜଙ୍ଗଲରେ ମାଓବାଦୀମାନେ ଅସ୍ତ୍ରଶସ୍ତ୍ର ଲୁଚାଇ ରଖିଥିବା ନେଇ ପୋଲିସକୁ ପୂର୍ବରୁ ସୂଚନା ମିଳିଥିଲା।

ଏହି ଅପରେସନ ସମ୍ପର୍କରେ ସୂଚନା ଦେଇ ନୂଆପଡ଼ା ଏସପି (SP) ଅମୃତପାଲ ସିଂ କହିଛନ୍ତି ଯେ, ସର୍ଚ୍ଚ ଅପରେସନ ବେଳେ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ମିଳିଛି। ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ ୨ଟି ଦେଶୀ ବନ୍ଧୁକ, ଗୋଟିଏ କାର୍ବାଇନ୍, ୨ଟି ଟିଣ ବୋମା, ୮୩ ରାଉଣ୍ଡ ଗୁଳି, ୮ଟି ଜିଲାଟିନ୍ ଷ୍ଟିକ୍, ବ୍ୟାଟେରୀ, ବନ୍ଧୁକ ପାଉଡର, ତାର, ମାଗାଜିନ୍, ୨ଟି ଆଇଇଡି (IED), ଔଷଧ ଏବଂ ମାଓବାଦୀଙ୍କ ପୁସ୍ତିକା ସାମିଲ ରହିଛି।

ଅଚାନକ ମାଡ଼ି ଆସିଲା ବନ୍ୟାପାଣି, ଗଛ ଉପରେ ରାତି କାଟିଲେ ୧୪ ଶ୍ରମିକ...
ନୂଆପଡ଼ା/ସିନାପାଲି: ମୁହୂର୍ତ୍ତକେ ପାଣି ମାଡ଼ି ଆସିଲା। ଜୀବନ ବଞ୍ଚାଇବାକୁ ଭରସା ହେଲା ଗୋଟିଏ ଗଛ। ସେହିଠାରେ ହିଁ ରାତି କଟିଲା ୧୪ ଶ୍ରମିକଙ୍କର। ଏପରି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ଓଡ଼ିଶା-ଛତିଶଗଡ ସୀମାନ୍ତ ଗରିଆବନ୍ଧ ଜିଲ୍ଲା ଛୁରା ଥାନା ଅନ୍ତର୍ଗତ ବିଜୟପାଲ ଗାଁ ନିକଟରେ।

ସୂଚନା ଅନୁଯାୟୀ, ଓଡ଼ିଶା-ଛତିଶଗଡ଼ ସୀମାନ୍ତ ବିଜୟପାଲ ଗାଁ ନିକଟ ବଗନଈ ନଦୀ ଉପରେ ଛତିଶଗଡ଼ ସରକାରଙ୍କ ପକ୍ଷରୁ ଏକ ବ୍ରିଜ୍‌ ନିର୍ମାଣ କାର୍ଯ୍ୟ ଚାଲୁଥିଲା। ଗରିଆବନ୍ଧ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ହଠାତ୍‌ ବଗନଈ ନଦୀରେ ବନ୍ୟା ପାଣି ଚାଲି ଆସିଥିଲା। ପାଣିର ସ୍ରୋତ ଏତେ ପ୍ରଖର ଥିଲା ଯେ, ନଦୀ କୂଳରେ ରହୁଥିବା ୧୪ ଜଣ ଶ୍ରମିକଙ୍କ ଅସ୍ଥାୟୀ କୁଡ଼ିଆ ମୁହୂର୍ତ୍ତକ ମଧ୍ୟରେ ଭାସିଗଲା। ପ୍ରାଣ ଭୟରେ ଶ୍ରମିକମାନେ ନିକଟସ୍ଥ ଏକ ଉଚ୍ଚ ଗଛରେ ଚଢ଼ିଯାଇ ରାତି କଟାଇଥିଲେ। ଖାଦ୍ୟ, ପାଣି ବିନା ଅନ୍ଧାର ରାତି ସେମାନଙ୍କ ପାଇଁ ଭୟଙ୍କର ଥିଲା।

ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଗରିଆବନ୍ଧ ଜିଲ୍ଲାପାଳ ଭଗବାନ ସିଂହ ଉଇକେ ଓ ଏସ୍‌ପି ଦେବ୍ରତ ସିରମୋର ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗରିଆବନ୍ଧ ଓ ମହାସମୁନ୍ଦ ଜିଲ୍ଲାର ଏସ୍‌ଡିଆର୍‌ଏଫ୍‌ ଟିମକୁ ଡକାଯାଇଥିଲା। ଯବାନମାନେ ଉଦ୍ଧାରକାରୀ ନୌକା ସହାୟତାରେ ଗଛ ଉପରେ ଅଟକି ରହିଥିବା ସମସ୍ତ ୧୪ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ସମସ୍ତ ୧୪ ଜଣ ଶ୍ରମିକ ବର୍ତ୍ତମାନ ସୁରକ୍ଷିତ ଅଛନ୍ତି ବୋଲି ଗରିଆବନ୍ଧ ଅତିରିକ୍ତ ପୁଲିସ ଅଧୀକ୍ଷକ ଲିତେଶ ସିଂହ ସ୍ପଷ୍ଟ କରିଛନ୍ତି। ଉଦ୍ଧାର ପରେ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ଓ ଖାଦ୍ୟ ଯୋଗାଇ ଦିଆଯାଇଛି। ଘଟଣା ପରେ ପ୍ରଶାସନ ପକ୍ଷରୁ ବ୍ରିଜ୍‌ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକମାନଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ନୂଆପଡ଼ା ଜିଲ୍ଲାରେ ଅଭାବନୀୟ ଘଟଣା: ବିଦ୍ୟୁତ୍ ଆଘାତରେ ୨ ବର୍ଷର ଶିଶୁପୁତ୍ରର ମୃତ୍ୟୁ
ନୂଆପଡ଼ା: ବିଦ୍ୟୁତ୍ ଆଘାତରେ ୨ ବର୍ଷର ଶିଶୁପୁତ୍ରର ମୃତ୍ୟୁ । ନୂଆପଡ଼ା ଜିଲ୍ଲାରୁ ସାମ୍ନାକୁ ଆସିଛି ଏପରି ଏକ ହୃଦୟ ବିଦାରକ ଖବର । ଖରିଆର ପୋଲିସ ଷ୍ଟେସନ୍ ଅଧୀନରେ ଥିବା ଭେଲା ଛତ୍ରିଆପଡ଼ା ଗାଁରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ୨ ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, ଶିଶୁଟି ନିଜ ଘର ଭିତରେ ଖେଳୁଥିବା ବେଳେ ହଠାତ୍ ଏକ ଖୋଲା ପଡ଼ିଥିବା ବିଦ୍ୟୁତ୍ ତାରକୁ ଧରି ପକାଇଥିଲା। ଫଳରେ ସେ ଗୁରୁତର ଭାବେ ବିଦ୍ୟୁତ୍ ଆଘାତର ଶିକାର ହୋଇଥିଲା। ପରିବାର ଲୋକେ ସଙ୍ଗେ ସଙ୍ଗେ ଶିଶୁଟିକୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଏହି ଦୁଃଖଦ ମୃତ୍ୟୁ ଘଟଣା ପରେ ସମଗ୍ର ଗାଁରେ ଶୋକର ଛାୟା ଖେଳିଯାଇଛି।

ନୂଆପଡ଼ାରେ ଚାଷୀ ଆତ୍ମହତ୍ୟା ଘଟଣା: ନେପାଲ ମାଝୀଙ୍କ ଘରୁ ତଥ୍ୟ ସଂଗ୍ରହକଲା ବିଜେଡି ଅନୁଧ୍ୟାନକାରୀ ଦଳ
ନୂଆପଡ଼ା/ସିନାପାଲି: ନୂଆପଡ଼ା ଜିଲ୍ଲାରେ  ଚାଷୀଙ୍କ ଧାନ ବିକ୍ରି ନ ହେବା ଯୋଗୁଁ ନେପାଳ ମାଝୀ ନାମକ ଚାଷୀ ଆତ୍ମହତ୍ୟା କରିଥିଲେ। ଏହି ଘଟଣାକୁ ନେଇ ରାଜ୍ୟରେ ଜୋରଦାର ଚର୍ଚ୍ଚା ହେବା ସହ ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି ଓ ମଣ୍ଡିରେ ଅବ୍ୟବସ୍ଥା ସାଙ୍ଗକୁ ସ୍ଥାନୀୟ ପ୍ରସାଶନର ଅପାରଗତା ଯୋଗୁଁ ଚାଷୀ ଆତ୍ମହତ୍ୟା କରିଥିବା ବିଜେଡି ଅଭିଯୋଗ କିରିଛି। ଆଜି ବିଜେଡ଼ିର ତଥ୍ୟ ସଂଗ୍ରହକାରୀ ଟିମ୍‌ ଜଡ଼ାମୁଡ଼ା ଗାଁ ସ୍ଥିତ ମୃତ ଚାଷୀଙ୍କ ଘରେ ପହଞ୍ଚି  ପରିବାର ଲୋକଙ୍କ ସହ ଆଲୋଚନା କରି ତଥ୍ୟ ସଂଗ୍ରହ କରିଥିଲେ।

ପ୍ରକାଶ ଥାଉକି, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ପୂର୍ବତନ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସ ବର୍ମାଙ୍କ ନେତୃତ୍ୱରେ ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ବିଜେଡି ଜିଲ୍ଲା ସଭାପତି ଅବନୀ ରଞ୍ଜନ ଯୋଷୀ, ରାଜ୍ୟ ସମ୍ପାଦକ ରାଜେଶ ନିଗମ, ରାଜ୍ୟ ସାଧାରଣ ସମ୍ପାଦକ ମନୋଜ ମିଶ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ, ଉପାଧ୍ୟକ୍ଷା ଦୀପିକା ଦୀପ, ମହିଳା ଜିଲ୍ଲା ସଭାପତି ସଂତୋସିନି ସଲମା, ଜିଲ୍ଲା ପରିଷଦ ସଦସ୍ୟ ଭାନୁ ପ୍ରତାପ ସିଂ ମାଝୀ, ଜିଲ୍ଲା ପରିଷଦ ସଭ୍ୟ ମୁରଲୀ ଭୋଇ, ଜିଲ୍ଲା ପରିଷଦ ସଭ୍ୟ ଚିତ୍ତରଞ୍ଜନ ବେହେରା,ଜିଲ୍ଲା ସାଧାରଣ ସମ୍ପାଦକ ହେମନ୍ତ କର, ସାଧାରଣ ସମ୍ପାଦକ କାର୍ତ୍ତିକ ଦୀପ, ବିଜେଡ଼ି ଯୁବ ଜିଲ୍ଲା ସଭାପତି ମନୋଜ ଦୀପ, ପୂର୍ବତନ ଯୁବ ସଭାପତି ହରିଶ୍ଚନ୍ଦ୍ର ପଣ୍ଡା,ଟିଙ୍କୁ ପଣ୍ଡା, ଉମେଶ ସହିସ୍‌, ନୂଆପଡା ବ୍ଲକ ସଭାପତି ଚୁରନ ସିଂ ମାଝୀ, କୋମନା ବ୍ଲକ ସଭାପତି କ୍ଷମା ସିଂ ନୀଆଲ, ଛାତ୍ର ରାଜ୍ୟ ସାଧାରଣ ସମ୍ପାଦକ ମାନସ ବାଗ୍‌, ଯୋଗେନ୍ଦ୍ର ମାଝୀ, ଯୋଗେନ୍ଦ୍ର ପାଣ୍ଡେ, ଖରୀଆର ରୋଡ୍‌ ଏନ୍‌ଏସି ସଭାପତି ଅନୁପ ଦୀପ, ଖଡିଆଲ ବ୍ଲକ ସଭାପତି ହୀରାଧର ମେହେର, ସରସ୍ୱତୀ ବାଗ, ତନ୍ମୟ ବାଗ,ଜଡ଼ାମୁଣ୍ଡା ସରପଞ୍ଚ ସୁରୁସିଂ ମାଝୀ ଟିମ୍‌ରେ ସାମିଲ୍‌ ଥିଲେ। ସବିଶେଷ ତଥ୍ୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରାଯିବ ବୋଲି ବିଜେଡିର ଏହି ସ୍ୱତନ୍ତ୍ର ପ୍ରତିନିଧି ଦଳ ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ ଜିଲ୍ଲାରେ ମଣ୍ଡିର ଅବ୍ୟବସ୍ଥାକୁ ନେଇ ବିଜେଡି ନେତା ସଞ୍ଜୟ ଦାସ ବର୍ମା ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ ଉଠାଇ ଥିଲେ। ଏହାପରେ ଜିଲ୍ଲାପାଳ ମଧୁସୂଦନ ଦାସଙ୍କୁ ସାକ୍ଷାତକରି ମଣ୍ଡିର ଅବ୍ୟବସ୍ଥାକୁ ନେଇ ଆଲୋଚନା କରିଥିଲେ। ଶ୍ରୀ ବର୍ମା  କହିଥିଲେ ଧାନକିଣା ପ୍ରସଙ୍ଗରେ ସରକାର ବିଫଳ ହୋଇଛନ୍ତି। । ମଣ୍ଡିର ବ୍ୟବସ୍ଥା ଠିକ୍‌ ନାହିଁ, ଏହି ସରକାର ଚାଷୀଙ୍କ ହିତ ପାଇଁ ନାହାନ୍ତି ବୋଲି କହିଥିଲେ। ଜିଲ୍ଲାପାଳଙ୍କ କହିବା ଅନୁଯାୟୀ ଏହି ୩ ତାରିଖ ସୁଦ୍ଧା ଚାଷୀଙ୍କ ଆଇସ୍କେନ୍‌ କରାଯିବ, ଏହାପରେ ଆମେ ସମସ୍ତ ଧାନ ଉଠାଇବା  ବୋଲି କହିଥିବା କହିଛନ୍ତି ଶ୍ରୀ ବର୍ମା। ସାମ୍ୱାଦିକ ସମ୍ମିଳନୀରେ ଖଡ଼ିଆଳ ବିଧାୟକ ଅଧିରରାଜ ମୋହନ ପାଣିଗ୍ରାହୀ, ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଡଲିମାଝୀ, ଜିଲ୍ଲା ସଭାପତି ଅବନୀରଞ୍ଜନ ଯୋଶୀ, ଉପାଧ୍ୟକ୍ଷା ଦୀପିକା ଦୀପ, ଜିଲ୍ଲା ପରିଷଦ ସଭ୍ୟ ଭାନୁ ପ୍ରତାପ ମାଝୀ, କାର୍ତ୍ତିକ ଦୀପ, ମନୋଜ ମିଶ୍ର, ସୁବାସ ପଣ୍ଡା, ହେମନ୍ତ କର, ଚୁରନ୍‌ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

ମଣ୍ଡିରେ ପଡ଼ିଛି ଧାନ, ଟୋକନ ଥାଇ ମଧ୍ୟ ମିଲର ଉଠାଉନାହିଁ; କୀଟନାଶକ ପିଇ ଜୀବନ ହାରିଲେ ଚାଷୀ
କୋମନା: ମଣ୍ଡିରେ ପଡ଼ିଛି ଧାନ, ଟୋକନ ଥାଇ ମଧ୍ୟ ମିଲର ଉଠାଉନାହିଁ। ଫଳରେ ସିଏସ୍‌ଓ ଅଫିସ ସମ୍ମୁଖରେ ଅନୁଷ୍ଠିତ ଆନ୍ଦୋଳନରେ ସାମିଲ ହୋଇ ନିରାଶରେ ଫେରିବା ପରେ କୀଟନାଶକ ପିଇ ଜୀବନ ହାରିଛନ୍ତି ଜଣେ ଚାଷୀ । ଏଭଳି ଅଭାବନୀୟ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା କୋମନା ବ୍ଲକରେ । ମୃତ ଚାଷୀ ହେଲେ କୋମନା ବ୍ଲକ ଜଡାମୁଣ୍ଡା ଗାଁର ନେପାଳ ମାଝୀ । ଧାନ ବିକି ନପାରି ସେ ଜୀବନ ହାରିଥିବା ଆଲୋଚନା ହେଉଛି। ପ୍ରକାଶ ଯେ, ଜଡ଼ାମୁଣ୍ଡା ରବି ଧାନ ମଣ୍ଡିରେ ମେ’ ୩୦ରୁ ଜୁନ୍‌ ୨୮ ପର୍ଯ୍ୟନ୍ତ ୩୬ କ୍ୱିଣ୍ଟାଲ ୯୬ କିଲୋଗ୍ରାମ ଧାନ ବିକିବାକୁ ନେପାଳଙ୍କ ପାଖକୁ ଟୋକନ୍‌ ଆସିଥିଲା । ମଣ୍ଡିରୁ ଧାନ ଉଠୁନଥିବାରୁ ଗତକାଲି ଗାଁର ଶତାଧିକ ଚାଷୀଙ୍କ ସହ ନେପାଳ ସିଏସ୍‌ଓ ଅଫିସ ଆଗରେ ବିକ୍ଷୋଭରେ ସାମିଲ ହୋଇଥିଲେ। ସେଠାରୁ ଘରକୁ ଫେରି କୀଟନାଶକ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ନୂଆପଡ଼ା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଛି।

ନୂଆପଡ଼ା ଜିଲ୍ଲା ଚିକିତ୍ସାଳୟରେ ବ୍ୟବଚ୍ଛେଦ ପରେ ଆଜି ଦିନ ୧୧ଟାରେ  ନେପାଳଙ୍କ ଶବ  ଗାଁରେ ପହଞ୍ଚି ଥିଲା। ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ଓ ପରିବାରର ଜଣଙ୍କୁ ସରକାରୀ ଚାକିରି ଦାବିରେ ଗାଁ ଲୋକେ ଶ୍ମଶାନରୁ ଶବକୁ ଆଣି ଜାତୀୟ ରାଜପଥ ନଂ.୩୫୩ ଉପରେ ରଖି ଅବରୋଧ କରିଥିଲେ। ପରେ ନୂଆପଡ଼ା ଉପ ଜିଲ୍ଲାପାଳ, ଅତିରିକ୍ତ ଏସପି, କୋମନା ତହସିଲଦାର ପ୍ରମୁଖ ଆସି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଘଟଣା ସ୍ଥଳରେ ମୃତକଙ୍କ ପରିବାରକୁ ରେଡ୍‌କ୍ରସ ଫଣ୍ଡରୁ ୫୦ ହଜାର ଟଙ୍କା ସହାୟତା ଦେଲା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

ପଞ୍ଚାୟତ ଗୃହ ନିର୍ମାଣକୁ ନେଇ ନୂଆପଡା ବିଡ଼ିଓଙ୍କୁ ମାଡ଼ ଅଭିଯୋଗ, ଥାନାରେ ଏତଲା
ନୂଆପଡା: ନୂଆପଡା ବିଡ଼ିଓଙ୍କୁ ମାଡ଼ । ନୂଆପଡା ବିଡ଼ିଓ ରୋହିତ ଭୋଇଙ୍କୁ ମାଡ଼ ହୋଇଥୁବା ନେଇ ନୂଆପଡା ଥାନାରେ ଅଭିଯୋଗ ହୋଇଛି  । ଅଭିଯୋଗ ଆଧାରରେ ନୂଆପଡା ପୋଲିସ ଏକ ମାମଲା ରୁଜୁ କରି ନୂଆପଡା ଏସଡିପିଓଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ବ୍ଳକ ଅଫିସରେ ପହଁଚି ତଦନ୍ତ ଆରମ୍ଭ କରିଛି । ମିଳଥିବା ସୂଚନା ମୁତାବକ ସଦର ବ୍ଲକ ଭଇଁସାଟାଲ ପଞ୍ଚାୟତର ପଂଚାୟତ ଗୃହ ନିର୍ମାଣକୁ ନେଇ ବିବାଦ ଲାଗିରହିଥିଲା । ଫଳରେ ଉକ୍ତ ଘଟଣାକୁ କେନ୍ଦ୍ର କରି ପ୍ରତିଦିନ ପରି ଆଜି ଦିନ ୧୦ରେ ବିଡ଼ିଓ ରୋହିତ ବ୍ଳକ ଅଫିସକୁ ପହଂଚିଥିବା ବେଳେ ଜନୈକ ଯୁବକ ଅତର୍କିତ ଭାବେ ବିଡ଼ିଓଙ୍କୁ ଆକ୍ରମଣ କରି ମାଡ଼ ମାରି ଫେରାର ହୋଇଯାଇଥିଲେ । ଏ ନେଇ ବିଡ଼ିଓ ନୂଆପଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଦୋଷୀଙ୍କୁ ଶୀଘ୍ର ଗିରଫ ଦାବୀରେ ବ୍ଲକର ସମସ୍ତ କର୍ମଚାରୀ, ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ସମସ୍ତେ ସାମିଲ ହୋଇ ବ୍ଳକ ଅଫିସ ସମ୍ମୁଖରେ ଧାରଣାରେ ବସିଛନ୍ତି । ବ୍ଲକ ଅଫିସ ପରିସରରେ SDPOଙ୍କ ସହ ନୂଆପଡ଼ା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ମୁଖ୍ୟମନ୍ତ୍ରୀଙ୍କ ରୋଡ଼ ଶୋ' ପାଇଁ ରାସ୍ତାରେ ବିଜେପିର ଷ୍ଟେଜ କରାଯିବା ପ୍ରସଙ୍ଗକୁ ନେଇ ବର୍ଷିଲା ବିଜେଡି
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ରୋଡ଼ ଶୋ ପାଇଁ ରାସ୍ତାରେ ବିଜେପିର ଷ୍ଟେଜ କରାଯିବା ପ୍ରସଙ୍ଗକୁ ନେଇ ବର୍ଷିଲା ବିଜେଡି। ଗତକାଲି ନବୀନ ପଟ୍ଟନାୟକଙ୍କ ବିଶାଳ ରୋଡ଼ ଶୋ, ହଜାର ହଜାର ସଂଖ୍ୟାରେ ଓଲ୍ହାଇଲେ ଏହାକୁ ଦେଖି ଭୟଭୀତ ହୋଇ ତରବରିଆ ଭାବେ ଯେଉଁ ରୋଡ଼ ଶୋ କରୁଛନ୍ତି। ଶାସନ ପ୍ରଶାସନର ସହାୟତାରେ ରାସ୍ତା ମଝିରେ ଷ୍ଟେଜ କରିଛନ୍ତି। ୯୦ ଭାଗ ରାସ୍ତା ବନ୍ଦ କରି ଷ୍ଟେଜ କରିଛନ୍ତି। ୱାର୍କିଂ ଡେ ରେ ଏଭଳି କରିବା ଦ୍ୱାରା ଲୋକେ ବହୁ ହଇରାଣ ହେଉଛନ୍ତି। ପ୍ରଶାସନକୁ ଜଣାଇବା ପରେ ବି ସେମାନେ ଶୁଣିବାକୁ ନାରାଜ। ଜିଲ୍ଲାପାଳଙ୍କୁ ବାରମ୍ବାର ଫୋନ କରିବା ପରେ ବି ସେ ଫୋନ ଉଠାଉନାହାନ୍ତି। ନିର୍ବାଚନ ପର୍ଯ୍ୟବେକ୍ଷକ ମାନେ ମଧ୍ୟ ଫୋନ ରିସିଭ କରୁ ନାହାନ୍ତି। ଯଦି ପ୍ରତିନିଧିଙ୍କୁ ନ ଭେଟିବେ ତାହେଲେ କାହିଁକି ଅଛନ୍ତି ପର୍ଯ୍ୟବେକ୍ଷକ ବୋଲି ପ୍ରଶ୍ନ କଲା ଦଳ।

ବେଆଇନ କାମ କରିକି ରାସ୍ତାକୁ ବନ୍ଦ କରି ମିଟିଂ କରୁଛନ୍ତି। ଜିଲ୍ଲାପାଳ ଏସପି ଶାସକ ଦଳର ଏଜେଣ୍ଟ ଭଳି କାମ କରୁଛନ୍ତି। ଏଭଳି ପରିସ୍ଥିତି କେବେ ଦେଖାଯାଇ ନ ଥିଲା। ଅଭିଯୋଗ ନ ଶୁଣିବା କେବେ ଦେଖିବାକୁ ମିଳି ନ ଥିଲା। ଏକତରଫା ନିର୍ବାଚନ କରିବାକୁ ଉଦ୍ୟମ ହେଉଛି। ଭୟର ବାତାବରଣ ସୃଷ୍ଟି ପାଇଁ ଉଦ୍ୟମ ହେଉଛି। ବିଜେଡି ପୋଷ୍ଟର ବ୍ୟାନର ହଟାଯାଇ ବିଜେପି ପୋଷ୍ଟର ଲଗାଯାଉଛି। ପ୍ରଶାସନ ବ୍ୟାନର ପୋଷ୍ଟର ଲଗାଉଛି। ଯାହାକୁ କଡା ନିନ୍ଦା କଲା ବିଜେଡି। କାଲି ଯେଭଳି ଜନସମର୍ଥନ ରହିଲା ଓ ଜନସମୁଦ୍ର ପାଲଟିଲା ଏଥିରେ ବିଜେପି ଭୟଭୀତ। ସେମାନେ ଜାଣିସରିଲେଣି ସେମାନଙ୍କ ଲୋକପ୍ରିୟତା ନାହିଁ। ମୋହନ ମାଝୀଙ୍କ ସଭାରେ ଲୋକ ହେଉ ନାହାଁନ୍ତ। ରାସ୍ତା ବ୍ଲକ କରି ଭିଡ଼ ଦେଖାଇବାକୁ ଉଦ୍ୟମ। ବିଜେପିର ଲୋକପ୍ରିୟତା ନାହିଁ। ବିଜେପି ନେତା ମନ୍ତ୍ରୀଙ୍କୁ ଲୋକେ ଚିହ୍ନୁ ନାହାନ୍ତି। ସେଥିପାଇଁ ଜବରଦସ୍ତି ଅନ୍ୟ ଜିଲ୍ଲାରୁ ପ୍ରଶାସନକୁ ଲଗାଇ ଲୋକଙ୍କୁ ଅଣାଯାଉଛି। ଜବରଦସ୍ତି ଲୋକପ୍ରିୟତା ଆସେନାହିଁ ବୋଲି କହିଲା ବିଜେଡି।

ନୂଆପଡାରେ ନବୀନ: BSKY କାର୍ଡରେ ସେବା ମିଳୁଥିଲା, ଏବେକାର ଆୟୁଷ୍ମାନ କାର୍ଡରେ କେବଳ ଟେନସନ ମିଳୁଛି: ନବୀନ
ଭୁବନେଶ୍ବର: ନୂଆପଡା ଉପନିର୍ବାଚନ ପ୍ରଚାର ମଇଦାନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଖରିଆର ରୋଡରେ ନବୀନ ରୋଡ ଶୋ’ କରିଥିଲେ। ସ୍ବତନ୍ତ୍ର ବସରେ ପ୍ରଚାର କରିଥିଲେ ନବୀନ। ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ ଜଣାଇଲଥିଲେ ନେତା ଓ କର୍ମୀ। ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ମାଗିଥିଲ ଭୋଟ୍। ନବୀନଙ୍କ ରୋଡ ଶୋ’ରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା। ସ୍ନେହାଙ୍ଗିନୀ ଛୁରିଆଙ୍କୁ ଆଶୀର୍ବାଦ କରନ୍ତୁ, ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ ବୋଲି ନବୀନ ନୂଆପଡାବାସୀଙ୍କୁ ଅପିଲ କରିଥିଲେ।

ପରକୋଡରେ ଜନତାଙ୍କୁ ନବୀନ ସମ୍ବୋଧନ କରିଥିଲେ। ନବୀନ ନିଜ ଅଭିଭାଷଣ ଜୟ ଜଗନ୍ନାଥରୁ ଆରମ୍ଭ କରିଥିଲେ। ନୂଆପଡାର ପ୍ରିୟ ଭାଇ ଓ ଭଉଣୀମାନଙ୍କୁ ମୋର ଜୁହାର ବୋଲି କହିଥିଲେ। ପ୍ରଥମେ ରାଜୁ ଭାଇଙ୍କ ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବିଜୁ ବାବୁହିଁ ନୂଆପଡ଼ା ଜିଲ୍ଲା ଗଢ଼ିଥିଲେ । ଆଉ ଆମ ସରକାର ସମୟରେ ନୂଆପଡ଼ା ବିକାଶ ସହ ଯୋଡ଼ି ହୋଇଥିଲା । ମୁଁ ରାଜୁ ଭାଇଙ୍କୁ ମେl କ୍ୟାବିନେଟରେ ମନ୍ତ୍ରୀ କରିଥିଲି। ଆଉ ନୂଆପଡାର ବିକାଶ ପାଇଁ ସବୁ ପ୍ରକାର ସାହାଯ୍ୟ ଦେଇଥିଲି। ବିଜୁ ଜନତା ଦଳ, କଥା ନୁହେଁ କାମରେ ବିଶ୍ୱାସ  କରେ। ଆମ ସରକାର  ସମୟରେ ଓଡିଶାରେ ବିକାଶର ନୂଆ ଯୁଗ ଆରମ୍ଭ ହୋଇଥିଲା। ନୂଆପଡାରେ ବିଜୁ ଏକ୍ସ ପ୍ରେସ ୱେରୁ ଆରମ୍ଭ କରି, ଜଳସେଚନ, ଶିକ୍ଷା,  ସ୍ୱାସ୍ଥ୍ୟ, ପାନୀୟ ଜଳ ଓ ଆଦିବାସୀ କଲ୍ୟାଣ ଆଦି ସବୁ କ୍ଷେତ୍ରରେ ବିକାଶ ହୋଇଥିଲା। କିନ୍ତୁ  ଏବେ ବିକାଶ ପୁରା ବନ୍ଦ ବୋଲି କହିଥିଲେ।

ମିଛ ପ୍ରଚାରରେ ବିକାଶ ହୁଏ ନାହିଁ। ଖାଲି ରଙ୍ଗ ମାରିଲେ ବିକାଶ ହୁଏ ନାହି। ମିଥ୍ୟା ପ୍ରତିଶ୍ରୁତିରେ ସରକାର ଚାଲେ ନାହିଁ ବୋଲି କହିଥିଲେ। ଆପଣ ମୋତେ ଟିକେ  କୁହନ୍ତୁ ଗତ ୫୦୦ ଦିନ ମଧ୍ୟରେ ଏ ସରକାର ଆପଣ ମାନଙ୍କ ପାଇଁ କଣ କରିଛନ୍ତି। ୩୦୦ ୟୁନିଟମାଗଣା ବିଜୁଳି କା ବିଜଲୀ  ମିଳିଲା କି ? ତିନହଜାର ପାଞ୍ଚ ଶହ ଟଙ୍କା  ପେନସନ ମିଳିଲା କି ? ଚାଷୀ ଭାଇଙ୍କୁ ୟୁରିଆ ସାର ମିଳିଲା କି  ? ଯୁବକ ମାନଙ୍କୁ  ଚାକିରି ମିଳିଲା କି ? କଟନୀ ଛଟନୀ ବନ୍ଦ ହେଲା କି ? ମିଶନଶକ୍ତି ମାଆଙ୍କୁ ଲୋନ ମିଲିଲା କି? ତେବେ ମିଳିଲା କଣ ବୋଲି ନବୀନ ପ୍ରଶ୍ନ କରିଛନ୍ତି।  ମିଳିଲା କେବଳ ଧୋକା ଆଉ ଧୋକା ।ଆମର BSKY  କାର୍ଡରେ ସେବା ମିଳୁ ଥିଲା । କିନ୍ତୁ ଏବେକାର ଆୟୁଷ୍ମାନ କାର୍ଡରେ କେବଳ ଟେନସନ  ମିଳୁଛି।

ତିନ ତାରିଖ ଦିନ ମୁଁ କୋମନା  ଆସିଥିଲି। ମୋ ସଭାକୁ ଲୋକ ଯେପରି ନ ଆସି ପାରିବେ, ସେଥିପାଇଁ ସେମାନେ ବିଭିନ୍ନ ପ୍ରକାର କାରସାଦି କଲେ। ସଭାକୁ ନ ଆସିବାକୁ ଲୋକଙ୍କୁ ରୋକିବାକୁ ଚେଷ୍ଟା କରାଗଲା ।  କିନ୍ତୁ ଲୋକ ବହୁ ସଂଖ୍ୟାରେ ଆସିଲେ। ସେଥିପାଇଁ କୋମନାର ଭୋଟକ ଭାଇଭଉଣୀ ମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ଏମାନେ ମିଛ କହି ସରକାର କରି ପାରନ୍ତି। ଏମାନେ ପ୍ରାର୍ଥୀ ବି ଚୋରି କରି ପାରନ୍ତି । କିନ୍ତୁ ଲୋକଙ୍କ ହୃଦୟ ଜିତି  ପାରିବେ ନାହିଁ ବୋଲି ନବୀନ କହିଥିଲେ।

କୋମନାରେ ହୋଇଥିବା ସଭାରେ ଆପଣ  ମାନଙ୍କ ମନରେ ଯେଉଁ ଦୁଃଖ ଓ କ୍ରୋଧ ମୁଁ ଦେଖିଥିଲି, ଆଜି ଆପଣଙ୍କ ଆଖିରେ ମୁଁ  ସେହି କ୍ରୋଧ ଓ ଦୁଃଖ ଦେଖି ପାରୁଛି। କାରଣ ଆପଣଙ୍କ ସହିତ, ବିଜେଡି ସହିତ ଓ ମୋ ସହିତ କିପରି ବେଇମାନୀ କରାଗଲା ତାହା ଆପଣ ଭଲ ଭାବରେ ଜାଣନ୍ତି। ସେଥିପାଇଁ ବିଜୁ ମହିଳା ଜନତା ଦଳର ସଭାପତି ସ୍ନେହାଙ୍ଗିନୀ ଛୁରିଆଙ୍କୁ  ମୁଁ ପ୍ରାର୍ଥୀ କରିଛି। ନୂଆପଡାରେ ରହି ଆପଣଙ୍କ ସେବା କରିବା ପାଇଁ ମୁଁ ତାଙ୍କୁ ନିର୍ଦ୍ଦେଶ ଦେଇଛି। ତେଣୁ ଆପଣ ମାନଙ୍କୁ ପ୍ରାର୍ଥନା କରୁଛି ଯେ, ୧୧ ତାରିଖ ଦିନ  ଭୋଟରେ ଏହାର କଡା ଜବାବ ଦିଅନ୍ତୁ। ବିଜେଡିର ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଶଙ୍ଖ ଚିହ୍ନରେ ବହୁ  ସଂଖ୍ୟାରେ ଭୋଟ ଦେଇ ଆଶୀର୍ବାଦ କରନ୍ତୁ ବୋଲି ନବୀନ ଅପିଲ କରିଛନ୍ତି।

ନବୀନଙ୍କ ରୋଡ ଶୋ’; ସ୍ନେହାଙ୍ଗିନୀ ଛୁରିଆଙ୍କୁ ଆଶୀର୍ବାଦ କରନ୍ତୁ, ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ: ନବୀନ ପଟ୍ଟନାୟକ
ଭୁବନେଶ୍ବର: ନୂଆପଡା ଉପନିର୍ବାଚନ ପ୍ରଚାର ମଇଦାନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଖରିଆର ରୋଡରେ ନବୀନଙ୍କ ରୋଡ ଶୋ’। ସ୍ବତନ୍ତ୍ର ବସରେ ପ୍ରଚାର କରୁଛନ୍ତି ନବୀନ। ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ ଜଣାଇଲଥିଲେ ନେତା ଓ କର୍ମୀ। ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ମାଗୁଛନ୍ତି ଭୋଟ୍। ନବୀନଙ୍କ ରୋଡ ଶୋ’ରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି। ସ୍ନେହାଙ୍ଗିନୀ ଛୁରିଆଙ୍କୁ ଆଶୀର୍ବାଦ କରନ୍ତୁ, ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ ବୋଲି ନବୀନ ନୂଆପଡାବାସୀଙ୍କୁ ଅପିଲ କରିଛନ୍ତି।

ଅନ୍ୟପଟେ, ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ହେଲିକପ୍ଟରକୁ ଭୁବନେଶ୍ୱର ବିମାନବନ୍ଦରରେ ଦେଢ଼ ଘଣ୍ଟା ଧରି ମିଳିଲାନଥିଲା କ୍ଲିଅରାନ୍ସ । ଦେଢ଼ ଘଣ୍ଟା ବିଳମ୍ବରେ ଭୁବନେଶ୍ୱର ବିମାନବନ୍ଦରରୁ ଛାଡ଼ିଥିଲା ନବୀନଙ୍କ ହେଲିକପ୍ଟର। ଆଜି ସକାଳ ୯ଟା ୪୫ରେ ବିମାନବନ୍ଦରରେ ପହଞ୍ଚିଥିଲେ ନବୀନ। ସାଢ଼େ ୧୧ଟାରେ ଖରିଆର ରୋଡ୍ ହେଲିପ୍ୟାଡରେ ପହଞ୍ଚିଥାନ୍ତେ ନବୀନ। ମାତ୍ର ବିଳମ୍ବରେ କ୍ଲିଅରାନ୍ସ ମିଳିବା ଯୋଗୁଁ ଖରିଆର ରୋଡରେ ପହଞ୍ଚିବା ବିଳମ୍ବ ହୋଇଥିଲା। କାହିଁକି ନିର୍ଦ୍ଧାରିତ ସମୟ ଅନୁସାରେ କ୍ଲିଅରାନ୍ସ ମିଳିଲାନି ତାକୁ ନେଇ ପ୍ରଶ୍ନ ଉଠିଛି।

ବିଜେପି ନିଜ କ୍ଷମତାର ଅପବ୍ୟବହାର କରୁଛି, ନିର୍ବାଚନ ଜିତିବା ପାଇଁ ସବୁ କଳା କୌଶଳ କରି ଆମକୁ ଅଟକାଇବାକୁ ଚେଷ୍ଟା କରୁଛି, ହେଲେ ଲୋକେ ନବୀନବାବୁଙ୍କ ପାଇଁ ଯେତେ ଡେରି ହେଲେ ବି ଆଗ୍ରହରର ସହ ଅପେକ୍ଷା କରିଛନ୍ତି ବୋଲି ନୂଆପଡା ବିଜେଡ଼ି ପ୍ରର୍ଥୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି।  ନବୀନଙ୍କ ପ୍ରତି ଶ୍ରଦ୍ଧା ଓ ବିଶ୍ୱାସ ପାଇଁ ଲୋକେ ଆଜି ଏକତ୍ରିତ। କାରଣ ସେ ଯାହା କହିଛନ୍ତି ତାହା କରିଛନ୍ତି ବୋଲି ବିଜେଡ଼ି ବିଧାୟକ ଗଣେଶ୍ବର ବେହାରି କହିଛନ୍ତି।

ଆଜି ନୂଆପଡ଼ାରେ ନବୀନ ଶୋ’, ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ କରିବେ ପ୍ରଚାର
ନୂଆପଡ଼ା: ଆଜି ନୂଆପଡ଼ା ଗସ୍ତରେ ଯାଉଛନ୍ତି ନବୀନ ପଟ୍ଟନାୟକ। ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ଆଜି ପୁଣିଥରେ ପ୍ରଚାର କରିବେ ନବୀନ । ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର ନିମନ୍ତେ ଦ୍ୱିତୀୟବାର ନୂଆପଡ଼ା ଅଭିମୁଖେ ଯାଉଛନ୍ତି ବିଜେଡି ସୁପ୍ରିମୋ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ। ନୂଆପଡ଼ା ନିର୍ବାଚନମଣ୍ଡଳୀର ନୂଆପଡ଼ାରୁ ଖରିଆର୍‌ ରୋଡ଼୍‌ ପର୍ଯ୍ୟନ୍ତ ଏକ ବିଶାଳ ରୋଡ଼୍‌ ଶୋ’ରେ ଯୋଗ ଦେବେ ବୋଲି ନିଜେ ନବୀନ ଦିନକ ତଳେ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ଖରିଆର ରୋଡ୍‌ ଥାନା ନିକଟରେ ଅସ୍ଥାୟୀ ହେଲିପ୍ୟାଡ୍‌ରେ ଅବତରଣ କରିବା ପରେ ନବୀନ ୧୧ଟା ୪୦ରୁ ରୋଡ଼୍‌ ଶୋ’ ଆରମ୍ଭ କରିବେ। ଦାଗା ଛକ, ବିଜୁ ପଟ୍ଟନାୟକ ଛକ, ଲଖମାନିଆ ପେଟ୍ରୋଲ ପମ୍ପ ଛକ ନିକଟରେ ଜନସମାବେଶକୁ ଉଦ୍‌ବୋଧନ ଦେବେ। ଏହାପରେ ନୂଆପଡ଼ା ଏନ୍‌ଏସି ଅନ୍ତର୍ଗତ ସୂର୍ଯ୍ୟନଗର ଛକ, ଗାୟତ୍ରୀ ମନ୍ଦିର ଛକ, ଏକତା ଛକରେ ମଧ୍ୟ ଅନୁରୂପ ସମାବେଶରେ ନବୀନ ଉଦ୍‌ବୋଧନ ଦେବେ। ସେହିପରି ଅପରାହ୍ଣରେ ନବୀନ ପାରକୋଡ୍‌ ନିକଟରେ ଏକ ବିଶାଳ ଜନସମାବେଶକୁ ସମ୍ବୋଧିତ କରିବେ ବୋଲି ତାଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି। ଗତ ୩ ତାରିଖରେ ନବୀନ ନୂଆପଡ଼ା ଗସ୍ତ ସମୟରେ ଶାସକ ଦଳକୁ ଶାଣିତ ଆକ୍ରମଣ କରିଥିଲେ। ରାଜ୍ୟ ସରକାରଙ୍କୁ ‘ନେମ୍‌ ଚେଞ୍ଜର୍‌’ ଓ ‘ରଙ୍ଗବଦଳା’ ବୋଲି ଉଲ୍ଲେଖ କରି ଗତ ଦେଢ଼ ବର୍ଷ ମଧ୍ୟରେ ରାଜ୍ୟବାସୀଙ୍କୁ କରାଯାଇଥିବା ପ୍ରତାରଣାକୁ ଗୋଟିଗୋଟି ଗଣିଥିଲେ। ନବୀନଙ୍କ ଏହି ଆକ୍ରମଣାତ୍ମକ ମୁଦ୍ରା ନୂଆପଡ଼ାବାସୀଙ୍କୁ ବେଶ୍‌ ପ୍ରଭାବିତ କରିଥିବା ବିଜେଡି ମନେକରୁଛି। ନବୀନଙ୍କ ଗସ୍ତ ନୂଆପଡ଼ା ନିର୍ବାଚନରେ ନିର୍ଣ୍ଣାୟକ ହେବ ବୋଲି ମଧ୍ୟ ବିଭିନ୍ନ ରାଜନୈତିକ ସମୀକ୍ଷକମାନେ ମନେକରୁଛନ୍ତି। ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ନବୀନଙ୍କ ଗସ୍ତ ଉପରେ ସମସ୍ତଙ୍କର ନଜର।