Xi Jinping - The Sakala

ଚୀନର କୋଇଲା ଖଣିରେ ଭୟାବହ ଗ୍ୟାସ୍ ବିସ୍ଫୋରଣ, ୯୦ ମୃତ
ନୂଆଦିଲ୍ଲୀ: ଉତ୍ତର ଚୀନର ଏକ କୋଇଲା ଖଣିରେ ଭୟାବହ ଗ୍ୟାସ ବିସ୍ଫୋରଣ ଘଟି ଅତି କମରେ ୯୦ ଜଣଙ୍କର ମୃତ୍ୟୁ ଘଟିଛି। ଶତାଧିକ ଉଦ୍ଧାରକାରୀ ଘଟଣାସ୍ଥଳରେ ନିୟୋଜିତ ହୋଇ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ବିସ୍ଫୋରଣ ବେଳେ କାମ କରୁଥିଲେ ପ୍ରାୟ ୨୪୭ ଶ୍ରମିକ । ଏବେ ବି ଅନେକ ଶ୍ରମିକ ଫସି ରହିଥିବା ସୂଚନା ରହିଛି ।

ଗତ ଶୁକ୍ରବାର ଦିନ ଚୀନର ଶାନସି ପ୍ରଦେଶର (Shanxi Province) କିନ୍‌ୟୁଆନ୍ କାଉଣ୍ଟିରେ ଥିବା ଲିୟୁଶେନୟୁ କୋଇଲା ଖଣିରେ (Liushenyu coal mine) ଏହି ବିସ୍ଫୋରଣ ଘଟିଥିଲା। ଶନିବାର ସୁଦ୍ଧା ଚୀନର ଜରୁରୀକାଳୀନ ପରିଚାଳନା ମନ୍ତ୍ରଣାଳୟ ପକ୍ଷରୁ ୬ଟି ଜାତୀୟ ଖଣି ଜରୁରୀକାଳୀନ ଉଦ୍ଧାରକାରୀ ଦଳର ମୋଟ ୩୪୫ ଜଣ କର୍ମଚାରୀଙ୍କୁ ସହାୟତା ପାଇଁ ମୁତୟନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୧୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଏହି ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ତୁରନ୍ତ ପ୍ରତିକ୍ରିୟା ରଖିଛନ୍ତି। ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ସମସ୍ତ ପ୍ରକାର ପ୍ରୟାସ କରିବାକୁ ଅଧିକାରୀମାନଙ୍କୁ ସେ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇଦେବା ସହ ଏହି ବିସ୍ଫୋରଣର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ଦୋଷୀ ସାବ୍ୟସ୍ତ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଷ୍ଟ୍ରପତି ସ୍ପଷ୍ଟ କରିଛନ୍ତି।

ଶାନସି ପ୍ରଦେଶ ହେଉଛି ଚୀନର କୋଇଲା ଶିଳ୍ପର କେନ୍ଦ୍ରସ୍ଥଳ ଏବଂ ଏଠାରେ ଖଣି ଦୁର୍ଘଟଣାର ଏକ ଲମ୍ବା ଇତିହାସ ରହିଛି। ଗତ କିଛି ବର୍ଷ ମଧ୍ୟରେ ସୁରକ୍ଷା ମାନଦଣ୍ଡକୁ ଅଧିକ କଡ଼ାକଡ଼ି କରାଯାଇଥିଲେ ମଧ୍ୟ ଏଭଳି ପ୍ରାଣଘାତୀ ଘଟଣା ବାରମ୍ବାର ସାମ୍ନାକୁ ଆସୁଛି। ଏହା ପୂର୍ବରୁ ୨୦୨୫ ମସିହା ଆରମ୍ଭରେ ସାନ୍ସି ପ୍ରଦେଶର ଝେନପିଙ୍ଗ କାଉଣ୍ଟିରେ ମଧ୍ୟ ଏକ ଭୂଗର୍ଭସ୍ଥ ଟନେଲ୍ ଭୁଶୁଡ଼ି ପଡ଼ିବାରୁ ୩ ଜଣ ଶ୍ରମିକ ଫସି ଯାଇଥିଲେ। ସମ୍ପ୍ରତି ଘଟିଥିବା ଏହି କିନ୍‌ୟୁଆନ୍ ଦୁର୍ଘଟଣାକୁ ସାମ୍ପ୍ରତିକ ବର୍ଷଗୁଡ଼ିକରେ ଚୀନର ଅନ୍ୟତମ ବଡ଼ ଖଣି ଦୁର୍ଘଟଣା ବୋଲି କୁହାଯାଉଛି। ଭୂଗର୍ଭରେ ଫସି ରହିଥିବା ଅନ୍ୟମାନଙ୍କୁ ନକାଢିବା ପର୍ଯ୍ୟନ୍ତ ମୃତାହତଙ୍କ ପ୍ରକୃତ ସଂଖ୍ୟା ଆକଳନ କରିବା କଷ୍ଟକର ହେବ ବୋଲି ଅଧିକାରୀମାନେ ପ୍ରକାଶ କରିଛନ୍ତି।

ଚୀନ୍‌ର ଗୁଇନ୍ଦାଗିରି ଭୟ: ଏୟାର ଫୋର୍ସ ୱାନ୍‌ରେ ଚଢ଼ିବା ପୂର୍ବରୁ ଉପହାର ଓ ଫୋନ୍ ଡଷ୍ଟବିନ୍‌ରେ ଫିଙ୍ଗିଲେ ଟ୍ରମ୍ପଙ୍କ ଟିମ୍
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ (Donald Trump) ଙ୍କ ୩ ଦିନିଆ ଚୀନ୍ ଗସ୍ତ ଶେଷ ହୋଇଛି। ତେବେ ସ୍ୱଦେଶ ଫେରିବା ସମୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ତଥ୍ୟ ଚୋରି ଏବଂ ଗୁଇନ୍ଦାଗିରିର ଆଶଙ୍କା କରି ଆମେରିକୀୟ ପ୍ରତିନିଧିମଣ୍ଡଳୀ (US Delegation) ଏୟାର ଫୋର୍ସ ୱାନ୍ (Air Force One) ବିମାନରେ ଚଢ଼ିବା ପୂର୍ବରୁ ଚୀନ୍ ଅଧିକାରୀଙ୍କ ଦ୍ୱାରା ଦିଆଯାଇଥିବା ସମସ୍ତ ଉପହାର ଏବଂ ଇଲେକ୍ଟ୍ରୋନିକ୍ ସାମଗ୍ରୀକୁ ନଷ୍ଟ କରିଦେବା ସହ ଡଷ୍ଟବିନ୍‌ରେ ଫିଙ୍ଗି ଦେଇଛନ୍ତି।

ଡଷ୍ଟବିନ୍‌ରେ ଚୀନ୍‌ର ଉପହାର

ରିପୋର୍ଟ ଅନୁଯାୟୀ, ଆମେରିକା ଫେରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଟ୍ରମ୍ପଙ୍କ ଟିମ୍ ଚୀନ୍ ଆୟୋଜକଙ୍କଠାରୁ ମିଳିଥିବା ସମସ୍ତ ଜିନିଷକୁ ଗୋଟିଏ ସ୍ଥାନରେ ଏକତ୍ରିତ କରିଥିଲେ। ଏଥିରେ ହ୍ୱାଇଟ୍ ହାଉସ୍ କର୍ମଚାରୀଙ୍କ ବ୍ୟବହାର ପାଇଁ ଦିଆଯାଇଥିବା ସ୍ୱତନ୍ତ୍ର ବର୍ଣ୍ଣର ଫୋନ୍ (Burner Phones), ପ୍ରତିନିଧିମଣ୍ଡଳୀ ପିନ୍, ପ୍ରେସ୍ କ୍ରେଡେନ୍ସିଆଲ୍ (ପରିଚୟ ପତ୍ର) ଏବଂ ଅନ୍ୟାନ୍ୟ ଉପହାର ସାମିଲ ଥିଲା। ସୁରକ୍ଷା ଦୃଷ୍ଟିରୁ ଏହି ସବୁ ସାମଗ୍ରୀକୁ ବିମାନରେ ନେବା ପରିବର୍ତ୍ତେ ସିଡ଼ି ପାଖରେ ରଖାଯାଇଥିବା ଏକ ବଡ଼ ଡଷ୍ଟବିନ୍‌ରେ ଫିଙ୍ଗି ଦିଆଯାଇଥିଲା କିମ୍ବା ନଷ୍ଟ କରିଦିଆଯାଇଥିଲା।

'ବିମାନରେ ଚୀନ୍‌ର କୌଣସି ସାମଗ୍ରୀ ଅନୁମୋଦିତ ନୁହେଁ'

ଆମେରିକୀୟ ପ୍ରେସ୍ ଟିମ୍ ସହ ଯାତ୍ରା କରୁଥିବା 'ନ୍ୟୁୟର୍କ ପୋଷ୍ଟ'ର ସାମ୍ବାଦିକା ଏମିଲି ଗୁଡିନ୍ (Emily Goodin) ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (X) ରେ ଏହି ଘଟଣାକୁ ନିଶ୍ଚିତ କରିଛନ୍ତି। ସେ ନିଜ ପୋଷ୍ଟରେ ଲେଖିଛନ୍ତି ଯେ, "ଆମକୁ ବିମାନ ଭିତରକୁ ଚୀନ୍ ସହ ଜଡିତ କୌଣସି ସାମଗ୍ରୀ ନେବାକୁ ଅନୁମତି ନାହିଁ। ଆମେ ଖୁବ୍ ଶୀଘ୍ର ଆମେରିକା ଅଭିମୁଖେ ଉଡ଼ାଣ ଭରିବାକୁ ଯାଉଛୁ।" ତେବେ ଏହି ସାମଗ୍ରୀ ନଷ୍ଟ କରିବା ଘଟଣାକୁ ନେଇ ହ୍ୱାଇଟ୍ ହାଉସ୍ କିମ୍ବା ଟ୍ରମ୍ପ ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ବୟାନ ଜାରି କରାଯାଇନାହିଁ।

କଡ଼ା ସୁରକ୍ଷା ପ୍ରୋଟୋକଲ୍

କୁଟନୈତିକ ବିଶେଷଜ୍ଞଙ୍କ ମତରେ ଏହା କୌଣସି ହଠାତ୍ ନିଆଯାଇଥିବା ନିଷ୍ପତ୍ତି ନୁହେଁ। ବରଂ ଏହା ଆମେରିକାର 'ହାଇ-ଲେଭେଲ କାଉଣ୍ଟର-ଇଣ୍ଟେଲିଜେନ୍ସ' (High-level Counter-intelligence) ଏବଂ ସୁରକ୍ଷା ରଣନୀତିର ଏକ ପ୍ରମୁଖ ଅଂଶ। ଯେତେବେଳେ ଆମେରିକୀୟ ଅଧିକାରୀମାନେ ଗୁଇନ୍ଦାଗିରିର ଆଶଙ୍କା ଥିବା କୌଣସି ଦେଶ ଗସ୍ତରେ ଯାଆନ୍ତି, ସେତେବେଳେ ସମ୍ଭାବ୍ୟ ଟ୍ରାକିଂ, ବଗିଂ କିମ୍ବା ଡାଟା ହ୍ୟାକିଂକୁ ରୋକିବା ପାଇଁ ସେଠାରୁ ମିଳିଥିବା ଇଲେକ୍ଟ୍ରୋନିକ୍ ଉପକରଣ ଓ ସମ୍ବେଦନଶୀଳ ସାମଗ୍ରୀକୁ ନଷ୍ଟ କରିଦିଆଯାଏ।

୯ ବର୍ଷ ପରେ ଟ୍ରମ୍ପଙ୍କ ଚୀନ୍ ଗସ୍ତ

ପ୍ରାୟ ୯ ବର୍ଷ ପରେ ଡୋନାଲ୍ଡ ଟ୍ରମ୍ପ ପ୍ରଥମ ଥର ପାଇଁ ଚୀନ୍ ଗସ୍ତ କରିଥିଲେ। ଏହି ଅବସରରେ ସେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍ (Xi Jinping) ଙ୍କ ସହ ପ୍ରମୁଖ ବୈଠକ କରିଥିଲେ। ଉଭୟ ନେତାଙ୍କ ମଧ୍ୟରେ ବାଣିଜ୍ୟିକ ଅସନ୍ତୁଳନ, ବୈଷୟିକ ପ୍ରତିଦ୍ୱନ୍ଦ୍ୱିତା, ତାଇୱାନ ପ୍ରସଙ୍ଗ ଏବଂ ଇରାନ ବିବାଦ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ବାହାରକୁ ଏହି ଗସ୍ତ ଶାନ୍ତିପୂର୍ଣ୍ଣ ଲାଗୁଥିଲେ ମଧ୍ୟ ଫେରିବା ବେଳେ ଗ୍ରହଣ କରାଯାଇଥିବା ଏହି କଡ଼ା ସୁରକ୍ଷା ପଦକ୍ଷେପରୁ ସ୍ପଷ୍ଟ ହେଉଛି ଯେ ଆମେରିକା ଏବଂ ଚୀନ୍ ମଧ୍ୟରେ ଏବେ ବି ଅବିଶ୍ୱାସ ଏବଂ ମତଭେଦ ବଜାୟ ରହିଛି।

ବେଜିଂରେ ଟ୍ରମ୍ପ-ଜିନପିଙ୍ଗ୍ ମହାବୈଠକ: ବାଣିଜ୍ୟ, ଏଆଇ ଓ ଇରାନ ଯୁଦ୍ଧ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ (Donald Trump) ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ (Xi Jinping) ମଧ୍ୟରେ ବେଜିଂରେ ଏକ ଉଚ୍ଚସ୍ତରୀୟ ବୈଠକ ଆରମ୍ଭ ହୋଇଛି। ଗୁରୁବାର ଦିନ ବେଜିଂର ଗ୍ରେଟ୍ ହଲ୍ ଅଫ୍ ଦି ପିପୁଲ୍ (Great Hall of the People) ଠାରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଭବ୍ୟ ସ୍ୱାଗତ କରାଯିବା ସହ ଉଭୟ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି। ଏହି ଗସ୍ତ ବିଶ୍ୱ ରାଜନୀତି ଏବଂ ଅର୍ଥନୀତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।

ବୈଠକର ମୁଖ୍ୟ ପ୍ରସଙ୍ଗ

ଏହି ଶିଖର ସମ୍ମିଳନୀରେ ମୁଖ୍ୟତଃ ବାଣିଜ୍ୟ (Trade), ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI), ଏବଂ ସାମ୍ପ୍ରତିକ ଇରାନ ଯୁଦ୍ଧ (Iran War) ପ୍ରସଙ୍ଗରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ବୈଠକ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଆଶାବ୍ୟକ୍ତ କରି କହିଛନ୍ତି ଯେ, ଆମେରିକା ଓ ଚୀନ୍ ମଧ୍ୟରେ ସମ୍ପର୍କ 'ପୂର୍ବ ଅପେକ୍ଷା ଅଧିକ ସୁଦୃଢ଼' ହେବ। ଅନ୍ୟପକ୍ଷରେ, ବିଶ୍ୱ ଶାନ୍ତି ଓ ସ୍ଥିରତା ପାଇଁ ଚୀନ୍-ଆମେରିକା ସମ୍ପର୍କର ଗୁରୁତ୍ୱ ରହିଛି ବୋଲି ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍ ମତବ୍ୟକ୍ତ କରିଛନ୍ତି। ଏହା ସହିତ ତାଇୱାନ ପ୍ରସଙ୍ଗ ଏବଂ ଆମଦାନୀ-ରପ୍ତାନି ନୀତି ଉପରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ।

ଉଚ୍ଚସ୍ତରୀୟ ପ୍ରତିନିଧି ଦଳ

ଆମେରିକାର ଏହି ଉଚ୍ଚସ୍ତରୀୟ ପ୍ରତିନିଧି ଦଳରେ ରାଷ୍ଟ୍ରପତିଙ୍କ ସହିତ ସେକ୍ରେଟାରୀ ଅଫ୍ ଷ୍ଟେଟ୍ ମାର୍କୋ ରୁବିଓ (Marco Rubio) ଏବଂ ଅନ୍ୟ ପ୍ରମୁଖ ଅଧିକାରୀମାନେ ସାମିଲ ଅଛନ୍ତି। କେବଳ ସେତିକି ନୁହେଁ, ବିଶ୍ୱର ପ୍ରତିଷ୍ଠିତ ଶିଳ୍ପପତି ତଥା ଟେସଲାର ସିଇଓ ଏଲନ୍ ମସ୍କ (Elon Musk) ଏବଂ ଆପଲ୍ ସିଇଓ ଟିମ୍ କୁକ୍ (Tim Cook) ମଧ୍ୟ ଏହି ଗସ୍ତରେ ସାମିଲ ଥିବା ସୂଚନା ମିଳିଛି। ଏହି ଶିଳ୍ପପତିମାନଙ୍କ ଉପସ୍ଥିତି ବୈଠକର ବ୍ୟବସାୟିକ ଗୁରୁତ୍ୱକୁ ଦର୍ଶାଉଛି।

ଗୁରୁତ୍ୱ ଓ ପ୍ରଭାବ

ସୂଚନାଯୋଗ୍ୟ ଯେ, ରାଷ୍ଟ୍ରପତି ଭାବରେ ଦ୍ୱିତୀୟ ପାଳି ଆରମ୍ଭ କରିବା ପରେ ଟ୍ରମ୍ପଙ୍କର ଏହା ହେଉଛି ପ୍ରଥମ ଚୀନ୍ ଗସ୍ତ (୨୦୧୭ ମସିହା ପରେ ଏହା ତାଙ୍କର ଦ୍ୱିତୀୟ ଗସ୍ତ)। ୨୦୨୬ ମସିହାରେ ଇରାନ ସହିତ ଚାଲିଥିବା ଯୁଦ୍ଧ ଏବଂ ହର୍ମୁଜ୍ ପ୍ରଣାଳୀ (Strait of Hormuz) ବନ୍ଦ ହେବା କାରଣରୁ ଉପୁଜିଥିବା ବିଶ୍ୱସ୍ତରୀୟ ଆର୍ଥିକ ସଙ୍କଟର ମୁକାବିଲା ପାଇଁ ଉଭୟ ଦେଶ ଗୋଟିଏ ମଞ୍ଚରେ ସହମତି ପ୍ରକାଶ କରିବାର ଆବଶ୍ୟକତା ରହିଛି। ବିଶ୍ୱର ଦୁଇ ସର୍ବବୃହତ୍ ଅର୍ଥନୈତିକ ଶକ୍ତିଙ୍କ ମଧ୍ୟରେ ଏହି ଶିଖର ସମ୍ମିଳନୀ ଆଗାମୀ ଦିନରେ ବିଶ୍ୱର ଭବିଷ୍ୟତ ନିର୍ଦ୍ଧାରଣ କରିବ ବୋଲି ରାଜନୈତିକ ବିଶେଷଜ୍ଞମାନେ ଆକଳନ କରୁଛନ୍ତି।

ଚୀନର ବାଣ କାରଖାନାରେ ଭୟାବହ ବିସ୍ଫୋରଣ: ୨୧ ମୃତ, ୬୧ ଆହତ
ନୂଆଦିଲ୍ଲୀ: ମଧ୍ୟ ଚୀନର ହୁନାନ ପ୍ରଦେଶରେ ଥିବା ଏକ ବାଣ କାରଖାନାରେ ଏକ ଭୟାବହ ବିସ୍ଫୋରଣ ଘଟି ଅତିକମରେ ୨୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୧ ଜଣ ଆହତ ହୋଇଛନ୍ତି। ସୋମବାର ଅପରାହ୍ନ ପ୍ରାୟ ୪:୪୦ ମିନିଟ୍ ସମୟରେ ଏହି ଅଘଟଣ ଘଟିଥିବା ରାଷ୍ଟ୍ରୀୟ ଗଣମାଧ୍ୟମ ପକ୍ଷରୁ ସୂଚନା ମିଳିଛି।

ହୁନାନ ପ୍ରଦେଶର ରାଜଧାନୀ ଚାଙ୍ଗସା ଅଧୀନରେ ଥିବା ଲିଉୟାଙ୍ଗ ସହରର ହୁଆସେଙ୍ଗ ଫାୟାରୱାର୍କସ ମ୍ୟାନୁଫ୍ୟାକ୍ଚରିଂ ଆଣ୍ଡ ଡିସପ୍ଲେ କମ୍ପାନୀ ରେ ଏହି ବିସ୍ଫୋରଣ ଘଟିଛି। ଏହି ସହରଟି ବ୍ୟାପକ ବାଣ ଉତ୍ପାଦନ ପାଇଁ ସମଗ୍ର ଦେଶରେ ବେଶ୍ ପରିଚିତ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ବିସ୍ଫୋରଣ ପରେ ଘଟଣାସ୍ଥଳରୁ ବହଳିଆ ଧଳା ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି।

ଏହି ଘଟଣାକୁ ନେଇ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଦୁଃଖ ପ୍ରକାଶ କରିବା ସହ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିଖୋଜ ଥିବା ଲୋକଙ୍କୁ ଖୋଜି ବାହାର କରିବା ସହ ଆହତମାନଙ୍କୁ ଉନ୍ନତ ତଥା ଜରୁରୀକାଳୀନ ଚିକିତ୍ସା ଯୋଗାଇଦେବା ପାଇଁ ସେ ପ୍ରଶାସନକୁ ଆଦେଶ ଦେଇଛନ୍ତି। ବର୍ତ୍ତମାନ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜୋରଦାର କରାଯାଇଛି।

ପୁଣି ଚୀନ୍ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ଜିନ୍‌ପିଙ୍ଗ
ବେଜିଙ୍ଗ୍‌: ଆଜି ଚୀନ୍‌ର ସଂସଦ ସର୍ବସମ୍ମତିକ୍ରମେ ସି ଜିନ୍‌ପିଙ୍ଗ୍‌ଙ୍କୁ ତୃତୀୟ ଥର ପାଇଁ ଦେଶର ରାଷ୍ଟ୍ରପତି ତଥା ଦେଶର ‘ସେଣ୍ଟ୍ରାଲ୍‌ ମିଲିଟାରି କମିସନ୍‌’ର ଅଧ୍ୟକ୍ଷ ଆସନ ଗ୍ରହଣ କରିବାକୁ ଭୋଟ୍ ଦେଇଛନ୍ତି। ସେ ଆଗାମୀ ୫ ବର୍ଷ ପାଇଁ ଚୀନ୍‌ର ରାଷ୍ଟ୍ରପତି ହୋଇ ରହିବେ। ଏହାଛଡ଼ା, ୱାଙ୍ଗ୍‌ କିଶାନ୍‌ଙ୍କ ସ୍ଥାନରେ ବିଦାୟୀ କାର୍ଯ୍ଯନିର୍ବାହୀ ଉପ-ପ୍ରଧାନମନ୍ତ୍ରୀ ହାନ୍‌ ଝେଙ୍ଗ୍‌ଙ୍କୁ ସି ଜିନ୍‌ପିଙ୍ଗ୍‌ ଉପରାଷ୍ଟ୍ରପତି ଭାବେ ମନୋନୀତ କରିଛନ୍ତି। ତାଙ୍କ ମନୋନୟକୁ ମଧ୍ୟ ପ୍ରତିନିଧି ଦଳ ସମର୍ଥନ କରି ଭୋଟ୍‌ ଦେଇଛନ୍ତି।

ଏଥର ଚୀନ୍‌ର ରାଷ୍ଟ୍ରପତି ନିର୍ବାଚନରେ ସି ଏକାକୀ ପ୍ରତିଦ୍ବନ୍ଦ୍ବିତା କରିଥିବା ବେଳେ ଦେଶର ମୁଖ୍ୟ ଭାବେ ତାଙ୍କୁ ନିର୍ବାଚିତ କରିବାକୁ ଥିଲେ ୨,୯୫୨ଜଣ ପ୍ରତିନିଧି। ସମସ୍ତ ପ୍ରତିନିଧି ସି’ଙ୍କୁ ଭୋଟ୍ ଦେଇଛନ୍ତି। କେହି ଜଣେ ହେଲେ ବି ଭୋଟ୍‌ଦାନରୁ ନିବୃତ୍ତ ରହିନାହାନ୍ତି କି, ତାଙ୍କ ବିରୋଧରେ ଭୋଟ୍‌ ଦେଇ ନାହାନ୍ତି।

ନିଖୋଜ ହେଉଛନ୍ତି ଜିନ୍‌ପିଙ୍ଗଙ୍କ ବିରୋଧରେ ପ୍ରଦର୍ଶନ କରୁଥିବା ଅନେକ ଲୋକ
ବେଜିଂ(ଏଜେନ୍ସି): ଚୀନ୍‌ରେ କରୋନା ଜନିତ ବିପର୍ଯ୍ୟୟର ପ୍ରଭାବ ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି। ଏଭଳି ସ୍ଥିତିରେ କରୋନା ସମୟରେ କଟକଣାକୁ ନେଇ ରାଷ୍ଟ୍ରପତି ଜିନପିଙ୍ଗ୍‌ଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଲୋକେ ନିଖୋଜ ହେବାରେ ଲାଗିଛନ୍ତି। ରିପୋର୍ଟ ଅନୁଯାୟୀ ଏ ପର୍ଯ୍ୟନ୍ତ ୧୦୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ଗୋପନୀୟ ଭାବେ ଗିରଫ କରାଗଲାଣି। ଏମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ସାମିଲ ଅଛନ୍ତି। ଏମାନଙ୍କୁ ମୁକ୍ତ କରିବାକୁ ଅନ୍ତର୍ଜାତୀୟ ମାନବାଧିକାର ସଂଗଠନ ଦାବି କରିଛି।

ଏକ ସଂଗଠନ ବେଆଇନ ଭାବେ ଗିରଫ ହୋଇଥିବା ଲୋକଙ୍କ ତାଲିକା ଜାରି କରିଛି। ଗତ ବର୍ଷ ନଭେମ୍ବରରେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନ ସମୟରେ ମଧ୍ୟ ପୁଲିସ ଅନେକ ଲୋକଙ୍କୁ ଗିରଫ କରିଥିଲା। ଏବେ ଏହାକୁ ଦ୍ରୁତ କରାଯାଇଛି। ଗିରଫ ବ୍ୟକ୍ତିଙ୍କ ମଧ୍ୟରେ କେବଳ ସାମାଜିକ କର୍ମୀ ନୁହଁନ୍ତି, ଲେଖକ, ସାମ୍ବାଦିକ, ଶିକ୍ଷକ, ସଙ୍ଗୀତଜ୍ଞ ଏବଂ ଆମେରିକା-ବ୍ରିଟେନ୍‌ରୁ ପଢ଼ି ଫେରିଥିବା ଲୋକ ମଧ୍ୟ ସାମିଲ ଅଛନ୍ତି। ଏମାନଙ୍କ ଭିତରେ ମହିଳା ଅଧିକାର ପାଇଁ ଲଢୁଥିବା କର୍ମୀ ମଧ୍ୟ ରହିଛନ୍ତି। ଚୀନ୍‌ ବହୁତ ଦିନରୁ ଏମାନଙ୍କ ଉପରେ ନଜର ରଖୁଥିଲା। ସରକାର ବିକ୍ଷୋଭ ପ୍ରଦର୍ଶନର ମାଷ୍ଟରମାଇଣ୍ଡ ନିକଟରେ ପହଞ୍ଚିବା ପାଇଁ ପ୍ରୟାସ କରିଛନ୍ତି।

ଚୀନରେ ସି ଜିନପିଙ୍ଗଙ୍କ ଦବଦବା ଜାରି; ଲଗାତାର ତୃତୀୟ ଥର ପାଇଁ କମ୍ୟୁନିଷ୍ଟ୍‌ ପାର୍ଟିର ସାଧାରଣ ସମ୍ପାଦକ ଭାବେ ହେଲେ ପୁନଃ ନିର୍ବାଚିତ
ନୂଆଦିଲ୍ଲୀ: ଚୀନ୍‌ରେ ଲଗାତାର ତୃତୀୟ ଥର ପାଇଁ ଆରମ୍ଭ ହେଲା ସି ଜିନ୍‌ପିଙ୍ଗ ଯୁଗ । ଚୀନରେ ଜିନପିଙ୍ଗଙ୍କ ଆଧିପତ୍ୟ ଜାରି ରହିବା ସହିତ ତୃତୀୟ ଥର ପାଇଁ ସମ୍ଭାଳିବେ ଦେଶର ଶାସନ କ୍ଷମତା । ଦଳର ପ୍ରତିଷ୍ଠାତା ମାଓ-ସେ-ତୁଙ୍ଗଙ୍କ ପରେ ପ୍ରଥମ ନେତା ଭାବେ ତୃତୀୟ ଥର ଦେଶର ସର୍ବୋଚ୍ଚ ପଦବୀରେ ରହିବେ ଜିନ୍ପିଙ୍ଗ। ଏକସପ୍ତାହ ବ୍ୟାପୀ ସିପିସିର ମହାସମ୍ମିଳନୀରେ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ବିଶେଷ ଅଧିକାର ପ୍ରଦାନ କରିଛି। ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍ ତୃତୀୟ ଥର ପାଇଁ କମ୍ୟୁନିଷ୍ଟ ପାର୍ଟିର ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ଆଗାମୀ ୫ ବର୍ଷ ପାଇଁ ସେ ଏହି ଦାୟିତ୍ୱ ତୁଲାଇବେ।

ଜିନ୍‌ପିଙ୍ଗ କହିଛନ୍ତି, ଦଳର ସାମଗ୍ରିକ ନେତୃତ୍ୱକୁ ବଜାୟ ରଖିବା ଓ ସୁଦୃଢ଼ କରିବାର ଆବଶ୍ୟକତା ଅଛି। ସଂଗ୍ରାମ କରିବାର ଦୁଃସାହସ କର, ଜିଣିବାକୁ ଦୁଃସାହସ କର। ଅପ୍ରୀତିକର ବିଷୟ ଚିନ୍ତା ନ କରି କଠିନ ଶ୍ରମ କର। ଅଗ୍ରଗତି ବଜାୟ ରଖିବାକୁ ପ୍ରତିବଦ୍ଧ ହୁଅ।

ଅନ୍ୟପଟେ ଚୀନରେ କମ୍ୟୁନିଷ୍ଟ ପାର୍ଟି ମହାସମ୍ମିଳନୀରେ ମହାଡ୍ରାମା ଦେଖାଯାଇଛି । ପୂର୍ବତନ ରାଷ୍ଟ୍ରପତି ହୁ ଜିଣ୍ଟାଓଙ୍କୁ ଜବରଦସ୍ତ ବୈଠକରୁ ବାହାର କରିଦେଇଛନ୍ତି ସୁରକ୍ଷା କର୍ମୀ। ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଉପସ୍ଥିତିରେ ଏହି ଅପ୍ରୀତିକର ଘଟଣା ଘଟିଛି। ସି ଜିନପିଙ୍ଗ ବାମ ପଟରେ ହୁ ଜିଣ୍ଟାଓ ବସିଥିବା ବେଳେ ସେଠାକୁ ଆସିଥିଲେ ସୁରକ୍ଷାକର୍ମୀ। ଏହା ପରେ ସୁରକ୍ଷାକର୍ମୀ ତାଙ୍କ ହାତ ଧରି ହଲ ବାହାରକୁ ନେଇଯାଇଥିଲେ।

ଇତିହାସ ରଚିବେ ଜିନ୍‌ପିଙ୍ଗ୍‌: ତୃତୀୟଥର ରାଷ୍ଟ୍ରପତି ପାଇଁ ବାଟ ସଫା
ବେଜିଂ: କିଛି ଦିନ ତଳେ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅବସାନ ଘଟିଛି। ଜିନପିଙ୍ଗଙ୍କ ବିରୋଧରେ ବିଦ୍ରୋହ ହେବା ସହିତ ତାଙ୍କୁ ଗୃହବନ୍ଦୀ କରାଯାଇ କ୍ଷମତାଚ୍ୟୁତ କରାଯାଇଥିବା ଆନ୍ତର୍ଜାତିକ ଖବର ପ୍ରଚାରପ୍ରସାର ହୋଇଥିଲେ ହେଁ ଏହା ଭୁଲ ପ୍ରମାଣିତ ହୋଇଛି। ବରଂ ଜିନପିଙ୍ଗ ଏବେ ଚାଇନା ରାଜନୈତିକ ଇତିହାସରେ ରେକର୍ଡ କରିବାକୁ ଯାଉଛନ୍ତି। ଚୀନ୍‌ର ପୂର୍ବତନ ଶକ୍ତିଶାଳୀ କମ୍ୟୁନିଷ୍ଟ ନେତା ମାଓ ଜେଓଡଙ୍ଗଙ୍କ ପରେ ଜିନପିଙ୍ଗ ସବୁଠାରୁ ଶକ୍ତିଶାଳୀ ଏବଂ କ୍ଷମତାସମ୍ପନ୍ନ ନେତା ଭାବେ ପ୍ରତିଷ୍ଠା ଲାଭ କରିବା ସହିତ ତୃତୀୟଥର ପାଇଁ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି।

ଏଥିପାଇଁ ରବିବାର ଠାରୁ ଆରମ୍ଭ ହୋଇଥିବା ଚାଇନା କମ୍ୟୁନିଷ୍ଟ ପାର୍ଟି(ସିପିସି)ର ୨୦ତମ ମହାଧିବେଶନରେ ବାଟ ସଫା ହୋଇଛି। ବେଜିଂସ୍ଥିତ ତିଆନାମେନ୍‌ ସ୍କୋୟାରର ‘ଗ୍ରେଟ୍‌ ହଲ ଅଫ ପିପୁଲ’ ଠାରେ ଆରମ୍ଭ ହୋଇଥିବା କମ୍ୟୁନିଷ୍ଟ ପାର୍ଟି କଂଗ୍ରେସ ୫ ବର୍ଷ ପରେ ଆରମ୍ଭ ହୋଇଥିଲା ବେଳେ ଏଥିରେ ସାରା ଦେଶରୁ ୨୩୦୦ ରୁ ଅଧିକ ପ୍ରତିନିଧି ଯୋଗ ଦେଇଛନ୍ତି। ଶାସକ କମ୍ୟୁନିଷ୍ଟ ଦଳର ଏହା ସର୍ବବୃହତ କାର୍ଯ୍ୟକାରିଣୀ(ପଲିଟିବ୍ୟୁରୋ) ହୋଇଥିବା ବେଳେ ସରକାର, ନୀତି ପ୍ରଣୟନ ଏବଂ ଉଚ୍ଚାଧିକାରୀଙ୍କ ନିଯୁକ୍ତି ଦେବା କ୍ଷେତ୍ରରେ ଏହାର ଭୂମିକା ପ୍ରଶସ୍ତ ରହିଛି। ତେବେ ଚଳିତ ଅଧିବେଶନରେ ଜିନପିଙ୍ଗଙ୍କୁ ପାର୍ଟି ଅଧ୍ୟକ୍ଷ ଭାବେ ନିର୍ବାଚିତ କରିବା ଏବଂ ତୃତୀୟଥର ପାଇଁ ରାଷ୍ଟ୍ରପତି କରିବାକୁ ଅନୁମୋଦନ ଦେବା ସବୁଠୁ ଗୁରୁତ୍ବପୂର୍ଣ୍ଣ ରହିଛି।

ଚାଇନା ସମ୍ବିଧାନ ଅନୁସାରେ ଜଣେ ସର୍ବାଧିକ ୧୦ ବର୍ଷ ପାଇଁ ରାଷ୍ଟ୍ରପତି ରହିବାର ବ୍ୟବସ୍ଥା ରହିଥିଲା। କିନ୍ତୁ କିଛି ଦିନ ତଳେ ସାମ୍ବିଧାନିକ ଆଇନରେ ପରିବର୍ତ୍ତନ କରାଯାଇ ଜିନପିଙ୍ଗଙ୍କୁ ତୃତୀୟଥର ପାଇଁ ରାଷ୍ଟ୍ରପତି କରିବାକୁ ପ୍ରସ୍ତାବ ପାରିତ କରାଯାଇଥÒଲା। ହେଲେ ଏହାକୁ ପାର୍ଟି କଂଗ୍ରେସରେ ଅନୁମୋଦନ ଦିଆଯିବା ବାକି ରହିଥିଲା। ତେବେ ଏହି ଅଧିବେଶନରେ ଏହାକୁ ମଞ୍ଜୁରୀ ଦେବାକୁ ପଥ ପରିଷ୍କାର ହୋଇଥିବା ବେଳେ ଜିନପିଙ୍ଗ ଚାଇନା ଇତିହାସରେ ରେକର୍ଡ କରିବାକୁ ଯାଉଛନ୍ତି। ୨୦୧୨ରେ ରାଷ୍ଟ୍ରପତି ପଦବୀରେ ଅଭିଷିକ୍ତ ହୋଇଥିବା ଜିନପିଙ୍ଗ ୨୦୨୭ ଯାଏଁ ପୁଣି ରାଷ୍ଟ୍ରପତି ରହିବେ ବୋଲି ସ୍ପଷ୍ଟ ହୋଇଛି। ମହାଧିବେଶନର ପ୍ରଥମ ଦିନରେ ଜିନପିଙ୍ଗଙ୍କ ପ୍ରତି ଦଳୀୟ ନେତାଙ୍କ ସମର୍ଥନ ପରେ ସେ ପୁଣି ରାଷ୍ଟ୍ରପତି ହେବା ନିଶ୍ଚିତ ହୋଇଛି। ଏହିକ୍ରମରେ ଜିନପିଙ୍ଗ ମହାଧିବେଶନକୁ ସମ୍ବୋଧିତ କରି ଚୀନ୍‌ରେ ‘ ଜିରୋ କୋଭିଡ୍‌’ ନୀତିକୁ ଗୁରୁତ୍ବ ଦେଇଛନ୍ତି। ଏହାସହିତ ହଂକଂ ଏବଂ ତାଇୱାନ ପ୍ରସଙ୍ଗ ମଧ୍ୟ ଉତ୍‌ଥାପନ କରିଛନ୍ତି। ହଂକଂକୁ ଚୀନ ସରକାର ପୁରା ଦଖଲକୁ ନେଇ ସାରିଥିଲା ବେଳେ ତାଇୱାନରେ ବିଦେଶୀ ଶକ୍ତିକୁ ଆଦୌ ପ୍ରଶୟ ଦିଆଯିବ ନାହିଁ ବୋଲି କହିଛନ୍ତି। ଏହାସହିତ ଗରିବୀ ଦୂରୀକରଣ ଏବଂ ଦେଶ ପାଇଁ ଭଲ ନୀତି ପ୍ରଣୟନ କରିବାକୁ ମଧ୍ୟ ସେ ଗୁରୁତ୍ବ ଦେବେ ବୋଲି କହିଛନ୍ତି। ତେବେ ତାଇୱାନ ପ୍ରସଙ୍ଗରେ ଦେଶବାସୀଙ୍କ ନିଷ୍ପତ୍ତିକୁ ହିଁ ଅଗ୍ରାଧିକାର ଦିଆଯିବ ବୋଲି ଜିନପିଙ୍ଗ କହିଛନ୍ତି।

ସୋସିଆଲ ମିଡିଆରେ ଚାଇନା ରାଷ୍ଟ୍ରପତିଙ୍କୁ ନେଇ ଜୋର୍‌ଦାର୍‌ ଚର୍ଚ୍ଚା; ଗାଦିଚ୍ୟୁତ ହେବା ସହ ଗୃହବନ୍ଦୀ ରହିଥିବା ଗୁଜବ ପ୍ରଚାର
ବେଜିଂ: ଚୀନ୍‌ରେ ସାମରିକ ବିଦ୍ରୋହର ସୂତ୍ରପାତ ଘଟିଛି। ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କୁ ଗୃହବନ୍ଦୀ କରାଯାଇଛି। ଜିନ୍‌ପିଙ୍ଗଙ୍କୁ କ୍ଷମତାରୁ ହଟାଇ ପିପୁଲ୍ସ ଲିବରେସନ ଆର୍ମି (ପିଏଲଲ) ମୁଖ୍ୟ ଲି କିୱାମିଙ୍ଗଙ୍କୁ ରାଷ୍ଟ୍ରପତି କରିବାକୁ ପ୍ରସ୍ତୁତି ଚାଲିଛି। ଏଭଳି ଅନେକ ବିଷୟକୁ ନେଇ ଶନିବାର ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍‌ ଧରିଥିଲା ବେଳେ ଗତ କିଛି କିଛି ଦିନ ମଧ୍ୟରେ ସେଠାକାର ପରିବର୍ତ୍ତିିତ ପରିସ୍ଥିତି ଏଭଳି ସ୍ଥିତିକୁ ସ୍ପଷ୍ଟ କରିଛି। ସବୁଠାରୁ ବଡ଼ କଥା ହେଲା ଚୀନ୍‌ରେ ସୋସିଆଲ ମିଡିଆ କାର୍ଯ୍ୟ କରୁ ନ ଥିବା ବେଳେ ଟ୍ବିଟର ମଧ୍ୟ ନାହିଁ। କିନ୍ତୁ ବହୁ ବିଦେଶ ରାଷ୍ଟ୍ରରୁ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏଭଳି ବିଷୟରେ ସୂଚନା ଦିଆଯାଇଥିବା ବେଳେ ବର୍ତ୍ତମାନ ଚାଲିଥିବା କେତେକ ଘଟଣାର ଭିଡିଓ କ୍ଳିପ୍‌ ମଧ୍ୟ ପୋଷ୍ଟ କରାଯାଇଛି।

ଅନ୍ୟପକ୍ଷରେ ଶନିବାର ଘରୋଇ ରୁଟ୍‌ରେ ଚାଲୁଥିବା ୬ ହଜାର ଏବଂ ଆନ୍ତର୍ଜାତିକ ରୁଟ୍‌ରେ ଚାଲୁଥିବା ଅଧିକାଂଶ ବିମାନ ଚଳାଚଳ ବନ୍ଦ ରଖାଯିବା ଘଟଣା ମଧ୍ୟ ଚୀନର କ୍ଷମତା ପରିବର୍ତ୍ତନକୁ ନେଇ ଚାଲିଥିବା ଚର୍ଚ୍ଚାକୁ ଅଧିକ ପୁଷ୍ଟ କରିଛି। ତେବେ ଜିନପିଙ୍ଗ୍‌ଙ୍କୁ କ୍ଷମତାରୁ ହଟାଇବା ଷଡ଼ଯନ୍ତ୍ର ବିଗତ ସପ୍ତାହରୁ ଆରମ୍ଭ ହୋଇସାରିଥିଲା ବୋଲି କୁହାଯାଉଛି। ଯାହାର ସତ୍ୟତା ସି ଜିନ୍‌ପିଙ୍ଗଙ୍କ ଉଜବେକିସ୍ତାନ ଗସ୍ତ ସମୟରେ ପ୍ରମାଣିତ ହୋଇଛି।

ନିକଟରେ ସମରକନ୍ଦରେ ଶେଷ ହୋଇଥିବା ଏସସିଓ ସମ୍ମିଳନୀରେ ରାଷ୍ଟ୍ରପତି ଜିନ୍‌ପିଙ୍ଗଙ୍କ ଆଚରଣ ଓ ହାବଭାବ ସ୍ବାଭାବିକ ନ ଥିଲା। ଏହି ସମ୍ମିଳନୀରେ ୮ ସଦସ୍ୟ ରାଷ୍ଟ୍ର ବ୍ୟତୀତ ଆଉ କିଛି ନିମନ୍ତ୍ରିତ ରାଷ୍ଟ୍ରମୁଖ୍ୟ ଯୋଗ ଦେଇଥିଲେ ହେଁ ଜିନ୍‌ପିଙ୍ଗ କାହା ସହିତ ଦ୍ବିପାକ୍ଷିକ ବୈଠକରେ ସାମିଲ ନ ହେବା ଏବଂ ସାମୂହିକ ସ୍ତରରେ ମଧ୍ୟ କାହା ସହିତ ଖୁସି ମନରେ ଆଲୋଚନା କରି ନ ଥିବା ଦେଖାଯାଇଥିଲା। ବିଶେଷକରି ରୁଷ ରାଷ୍ଟ୍ରପତି ପୁତିନଙ୍କ ସହ କୌଣସି ଆଲୋଚନାରେ ଭାଗ ନ ନେବା ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ହାତ ନ ମିଳାଇବା କୂଟନୀତି ସ୍ତରରେ ଭ୍ରୁକୁଞ୍ଚନ ସୃଷ୍ଟି କରିଥିଲା। ଏପରିକି ସମ୍ମିଳନୀ ଶେଷରେ ସେ ରାଷ୍ଟ୍ରପତି ପୁତିନଙ୍କ ସହ ରାତ୍ର ଭୋଜନରେ ମଧ୍ୟ ଯୋଗ ଦେବାକୁ ଏଡ଼ାଇ ଯାଇଥିଲେ। କୋଭିଡ୍‌ କାରଣ ଯୋଗୁଁ ସେ ରାତ୍ର ଭୋଜନରେ ଯୋଗଦେଇ ନ ଥିବା କହିଥିଲେ ହେଁ ଏହାପଛରେ ଅନ୍ୟ କିଛି କାରଣ ରହିଥିଲା। ସେ ସ୍ବଦେଶ ଫେରିବା ପାଇଁ ଏକ ପ୍ରକାର ତତ୍ପର ହୋଇ ପଡ଼ିଥିଲେ। ଏସସିଓ ସମ୍ମିଳନୀକୁ ଔପଚାରିକ ଭାବେ ସମାପ୍ତ ଘୋଷଣା କରାଯିବା ପୂର୍ବରୁ ସେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ। କାରଣ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ଆରମ୍ଭ ହୋଇସାରିଥିବା ସେ ସୂଚନା ପାଇ ସାରିଥିଲେ। ଚିନ୍ତାଗ୍ରସ୍ତ ଏବଂ ଅତ୍ୟନ୍ତ ଉଦାସୀନ ଭାବେ ସେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ତାଙ୍କୁ ବିମାନ ବନ୍ଦରରେ ଅଟକ ରଖାଯାଇଥିଲା ଏବଂ ପରେ ପରେ ଗୃହବନ୍ଦୀ କରାଯାଇଥିବା କୁହାଯାଉଛି।

ଏହା ପରେ ମଧ୍ୟ କିଛି ଘଟଣା ଜିନପିଙ୍ଗ କ୍ଷମତାଚ୍ୟୁତ ହୋଇସାରିଥିବା ଇଙ୍ଗିତ କରିଛି। ଜିନ୍‌ପିଙ୍ଗ ୧୬ ତାରିଖରେ ସମରକନ୍ଦରୁ ଫେରିଥିଲା ବେଳେ ୨୧ ତାରିଖରେ ପିଏଲଏର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଚୀନ୍‌ର ସମସ୍ତ କମାଣ୍ଡର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। କିନ୍ତୁ ଜିନପିଙ୍ଗ ଏହି ବୈଠକରେ ଅନୁପସ୍ଥିତ ଥିଲେ। ଚାଇନା କମ୍ୟୁନିଷ୍ଟ ପାର୍ଟି ମହାସଚିବ ଏବଂ ପିଏଲଏର ସୁପ୍ରିମ କମାଣ୍ଡର ଭାବେ ଏହି ବୈଠକରେ ତାଙ୍କର ଅନୁପସ୍ଥିତି ଅନେକ କିଛି ବିଷୟକୁ ସୂଚାଉଛି ବୋଲି ଆଲୋଚନା ହେଉଛି। ପୂର୍ବରୁ ଜିନପିଙ୍ଗ ନଦର୍ଣ୍ଣ ୱାର କମାଣ୍ଡ ମୁଖ୍ୟଙ୍କୁ ହଟାଇ ଅନ୍ୟ ଜଣେ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ବ ଦେଇଥିବାରୁ ତାଙ୍କ ବିରୋଧରେ ସେନା ବିଦ୍ରୋହ ଆରମ୍ଭ କରିଦେଇଥିବା କୁହାଯାଉଛି। ପୂର୍ବତନ ରାଷ୍ଟ୍ରପତି ହୁ ଜିନତାଓ ଏବଂ ପ୍ରମୁଖ ନେତା ୱେନ ଜିଆବାଓଙ୍କ ପରାମର୍ଶରେ ଚୀନ କମ୍ୟୁନିଷ୍ଟ ପାର୍ଟି ଷ୍ଟାଣ୍ଡିଂ କମିଟିର ପୂର୍ବତନ ମେମ୍ବର ସୋନ୍‌ ପିଙ୍ଗ ସେଣ୍ଟ୍ରାଲ ଗାର୍ଡ ବ୍ୟୁରୋ(ସିଜିବି) ଦାୟିତ୍ବ ନିୟନ୍ତ୍ରଣକୁ ନେଇଥିବା କୁହାଯାଉଛି। ଏହାବ୍ୟତୀତ ପିଏଲଏ ମୁଖ୍ୟ ଲି କିୱାମିଙ୍ଗଙ୍କୁ ରାଷ୍ଟ୍ରପତି ଭାବେ ନିଯୁକ୍ତି ପାଇଁ ପ୍ରସ୍ତୁତି ଚାଲିଛି ବୋଲି ଚୀନ୍‌ର କେତେକ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଥିବା କୁହାଯାଇଛି।

ଅନ୍ୟପକ୍ଷରେ ଜିନପିଙ୍ଗଙ୍କୁ ନେଇ ତାଙ୍କର କିଛି ବିରୋଧୀ ଗୋଷ୍ଠୀ ଏଭଳି ଅପପ୍ରଚାର ଚଳାଇଥିବା କୁହାଯାଉଛି। କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ବର୍ତ୍ତମାନ ଦୁର୍ନୀତି ବିରୋଧୀ ଅଭିଯାନ ଚାଲିଥିବା ବେଳେ କେତେକ ବରିଷ୍ଠ ନେତାଙ୍କୁ ଆଜୀବନ କାରାଦଣ୍ଡ ଦିଆଯିବା ସହିତ ଚଳିତ ସପ୍ତାହରେ ସେମାନଙ୍କୁ ଜେଲ ପଠାଇ ଦିଆଯାଇଛି। ଏହି ଗୋଷ୍ଠୀ ଏଭଳି ଅପପ୍ରଚାର ଚଳାଇଛନ୍ତି ବୋଲି ଜନିପିଙ୍ଗଙ୍କ ସମର୍ଥକମାନେ କହୁଛନ୍ତି। କିନ୍ତୁ ଦିନରେ ୬ ହଜାର ବିମାନ ଚଳାଚଳ ବନ୍ଦ କରିବା ଏବଂ ଜିନପିଙ୍ଗଙ୍କ ସାଂପ୍ରତିକ ଅବସ୍ଥିତିକୁ ନେଇ ଠୋସ୍‌ ସୂଚନା ଦିଆ ନ ଯିବା ବିଭିନ୍ନ ମହଲକୁ ସନ୍ଦିଃହାନ କରିଛି।

ଜିନ୍‌ପିଙ୍ଗ୍‌ଙ୍କ ଉପରେ ଦେଶବାସୀ ଖପ୍ପା, ରାଷ୍ଟ୍ରପତି ପଦରୁ ଦେଇପାରନ୍ତି ଇସ୍ତଫା
ନୂଆଦିଲ୍ଲୀ : ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ନିଜ ପଦରୁ ଇସ୍ତଫା ଦେଇପାରନ୍ତି । ଗତ କିଛି ବର୍ଷ ହେଲା ତାଙ୍କ ଶରୀର ଭଲ ରହୁ ନଥିବା ବେଳେ ସେ ସେରିବ୍ରାଲ ଏନ୍ୟୁରିଜିମ (ଏକ ପ୍ରକାର ମସ୍ତିଷ୍କ ରୋଗ)ରେ ପୀଡ଼ିତ ଅଛନ୍ତି ବୋଲି ଦେଶର ସାମାଜିକ ଗଣମାଧ୍ୟମରେ ଜୋରଦାର ଖବର ପ୍ରସାରିତ ହେଉଛି। ଏହାସହ ଚାଇନାରେ କୋଭିଡ ମୁକାବିଲା ଓ ଅର୍ଥନୀତି ପରିଚାଳନାରେ ବିଫଳତା ଦୋଷ ମଧ୍ୟ ତାଙ୍କ ମୁଣ୍ଡରେ ଲଦାଯାଇଛି। ଉଭୟ କାରଣରୁ ସେ ‌ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଚାଇନାରେ ଏବେ ପୁଣିଥରେ କରୋନା ବ୍ୟାପିଛି। ପ୍ରଥମରୁ କରୋନା ମୁକାବିଲା ପାଇଁ ଜିନ୍‌ପିଙ୍ଗ୍‌ ଜିରୋ କୋଭିଡ୍ ପଲିସି ନୀତି ଆପଣାଇଥିଲେ । କିନ୍ତୁ କାମ ଦେଇନଥିଲା ଏହି ନୀତି । ଯେତେ ଯାହା କଲେ ବି କରୋନା କାବୁ ହେବା ବଦଳରେ ବଢିବାରେ ଲାଗିଛ । ଏଥିପାଇଁ ଅନେକ ସ୍ଥାନରେ ଲକଡାଉନ ଭଳି ପରିସ୍ଥିତି ରହିଛି । ଫଳରେ ସାରା ଦେଶରେ ତାଙ୍କର ଜିରୋ କୋଭିଡ୍ ପଲିସି ନୀତି ପାଇଁ ତାଙ୍କୁ ଖୁବ ସମାଲେଚନାର ଶିକାର ହେବାକୁ ପଡିଛି ।

ଅନ୍ୟପଟେ ସି ଜିନପିଙ୍ଗଙ୍କ ଶରୀର ଭଲ ରହୁ ନଥିବା ଏବଂ କରୋନା ମୁକାବିଲାରେ ବିଫଳତା ପରେ ଶାସକ ଚୀନ କମ୍ୟୁନିଷ୍ଟ ପାର୍ଟି (ସିସିପି) ଉପରେ ଦେଶବାସୀ ଖପ୍ପା ହୋଇଛନ୍ତି। କେବଳ ନାଗରିକମାନେ ନୁହନ୍ତି ପାଶ୍ଚାତ୍ୟ ଦେଶ ଏବଂ ଅନ୍ତର୍ଜାତୀୟସ୍ତରରେ ମଧ୍ୟ ଚୀନ ଚାପର ସମ୍ମୁଖୀନ ହୋଇଛି। ଏଥିସହିତ ୟୁକ୍ରେନ ଉପରେ ରୁଷ୍‌ର ଆକ୍ରମଣ ଚୀନର ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି। ସିସିପିର ପଲିଟି ବ୍ୟୁରୋ ଷ୍ଟାଣ୍ଡିଂ କମିଟିର ବୈଠକ ପରେ ଜିନ୍‌ପିଙ୍ଗ୍‌ଙ୍କ ଇସ୍ତଫା ଚର୍ଚ୍ଚା ବଢ଼ିଛି। ଦେଶବାସୀ ସିସିପି ଉପରେ ଖପ୍ପା ହୋଇଥବା କାରଣରୁ ସି ଜିନ୍‌ପିଙ୍ଗ୍‌ଙ୍କୁ ସିସିପି ଇସ୍ତଫା ଦେବା ପାଇଁ ବାଧ୍ୟ କରିବ। ତାଙ୍କ ସ୍ଥାନରେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଲି କେକ୍ବିଆଙ୍ଗ୍ ଦଳ ଏବଂ ସରକାରୀ କାର୍ୟ୍ୟର ଦୈନନ୍ଦିନ ପରିଚାଳନା ବୁଝିବେ ବୋଲି ଚର୍ଚ୍ଚା ହେଉଛି ।