Putin warns Finland - The Sakala

ୟୁକ୍ରେନ ପରେ ଫିନ୍‌ଲାଣ୍ଡ ଉପରେ ଆକ୍ରମଣ କରିବାକୁ ରୁଷିଆର ପ୍ରସ୍ତୁତି : ପୁଟିନ୍‌ଙ୍କ ଚେତାବନୀ ମହଙ୍ଗା ପଡ଼ିବ ନାଟୋରେ ସାମିଲ ନିଷ୍ପତ୍ତି
ନୂଆଦିଲ୍ଲୀ : ନାଟୋ ମେଣ୍ଟରେ ଫିନଲାଣ୍ଡ ସାମିଲ ହେବାକୁ ନେଇ ଏବେ ରୁଷିଆ ରାଷ୍ଟ୍ରପତି ପୁତିନ କ୍ଷୁବ୍ଧ ହୋଇଛନ୍ତି। ସବୁ ବେଳେ ନିରପେକ୍ଷତା ଅବଲମ୍ବନ କରିଆସିଥିବା ଫିନଲାଣ୍ଡ ଭଳି ରାଷ୍ଟ୍ର ନାଟୋରେ ସାମିଲ ହେବା ଏକ ମସ୍ତ ବଡ଼ ଭୁଲ ହେବ ବୋଲି ପୁତିନ କହିଛନ୍ତି। ଫିନଲାଣ୍ଡ ବିରୋଧରେ ରୁଷିଆ ପଦକ୍ଷେପ ନେବା ସ୍ବରୂପ ବିଦ୍ୟୁତ ଯୋଗାଣ ବନ୍ଦ କରିଦେଇଛି। ଏହାବ୍ୟତୀତ ଆଣବିକ ଅସ୍ତ୍ର ପ୍ରଯୋଗ କରିବାକୁ ମଧ୍ୟ ପୁତିନ ଧମକ ଦେଇଛନ୍ତି। ଏହାସତ୍ତ୍ବେ ଫିନଲାଣ୍ଡ ନିଜ ନିଷ୍ପତ୍ତିରୁ ଓହରି ନାହିଁ। ବର୍ତ୍ତମାନ ନାଟୋରେ ସାମିଲ ହେବାକୁ ଆମର ପ୍ରସ୍ତୁତି ଚୂଡ଼ାନ୍ତ ହୋଇସାରିଛି ବୋଲି ଫିନଲାଣ୍ଡ ରାଷ୍ଟ୍ରପତି ରବିବାର ଘୋଷଣା କରିଛନ୍ତି। ରୁଷିଆକୁ ଲାଗି ଫିନଲାଣ୍ଡର ୧୩୦୦ କିମି ପରିମିତ ସୀମା ରହିଛି। ଏହାକୁ ନେଇ ରୁଷିଆ ଘୋର ଚିନ୍ତା ବ୍ୟକ୍ତ କରିଥିବା ବେଳେ କୌଣସି ମୁହୂର୍ତ୍ତରେ ଫିନଲାଣ୍ଡ ବିରୋଧରେ ଆକ୍ରମଣ କରିପାରେ ବୋଲି ଏହାର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସଙ୍କେତ ଦିଆଯାଇଛି।

କେବଳ ଫିନଲାଣ୍ଡ ନୁହେଁ, ରୁଷିଆର ନିକଟବର୍ତ୍ତୀ ରାଷ୍ଟ୍ର ସ୍ବିଡେନ ମଧ୍ୟ ଏହି ଦୌଡ଼ରେ ସାମିଲ ହେବାକୁ ଘୋଷଣା କରିଛି। ରୁଷିଆର ଉତ୍ତର ପଶ୍ଚିମ ଭାଗକୁ ଲାଗି ରହିଥିବା ଏହି ଦୁଇ ନର୍ଡିକ ରାଷ୍ଟ୍ର ପୂର୍ବରୁ ସବୁବେଳେ ନିରପେକ୍ଷତା ଅବଲମ୍ବନ କରିଆସିଛନ୍ତି। କିନ୍ତୁ ୟୁକ୍ରେନ ଯୁଦ୍ଧ ସ୍ଥିତିରେ ପଶ୍ଚିମ ମେଣ୍ଟ ସହ ସାମିଲ ହେବାକୁ ନିଷ୍ପତ୍ତି ନେଇଥିବାରୁ ରୁଷିଆର ଚିନ୍ତା ଦ୍ବିଗୁଣିତ ହୋଇଛି। ଏହି କାରଣକୁ ନେଇ ରୁଷିଆ ୟୁକ୍ରେନ ବିରୋଧରେ ଆରମ୍ଭ କରିଥିବା ଯୁଦ୍ଧ ଏବେ ତିନି ମାସରେ ପହଞ୍ଚିବାକୁ ଯାଉଛି। କିନ୍ତୁ ରୁଷିଆ ନିଜର ଲକ୍ଷ୍ୟ ହାସଲ ଦିଗରେ ଏବେ ସୁଦ୍ଧା ସଫଳ ହୋଇପାରି ନାହିଁ। ବରଂ ନିଜର ଶହ ଶହ ସୈନିକଙ୍କୁ ହାରାଇବା ସହିତ ବହୁ ଯୁଦ୍ଧାସ୍ତ୍ର ମଧ୍ୟ ହାରାଇଛି।

ସେପଟେ ଆମେରିକା ସମେତ ପଶ୍ଚିମ ରାଷ୍ଟ୍ରଙ୍କ ଆର୍ଥିକ କଟକଣାର ଶିକାର ହୋଇ ଦୀର୍ଘକାଳୀନ ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହେବାର ବିପଦ ବଢାଇଛି। ଏହା ମଧ୍ୟରେ ରାଷ୍ଟ୍ରପତି ପୁତିନଙ୍କ ସ୍ବାସ୍ଥାବସ୍ଥା ଅତି ଗୁରୁତର ହେବାରେ ଲାଗିଛି ବୋଲି ଖବର ଆସିଛି। ପୁତିନ ରକ୍ତ କର୍କଟରେ ପୀଡ଼ିତ ହୋଇ କିଛି ଦିନ ତଳେ ଅସ୍ତ୍ରୋପଚାର କରିଥିବା ବେଳେ ଏବେ ଅସୁସ୍ଥ ରହିଛନ୍ତି ବୋଲି ରୁଷିଆର ଏକ ପ୍ରତିଷ୍ଠିତ ବ୍ୟାବସାୟିକ ଗୋଷ୍ଠୀ ପ୍ରକାଶ କରିଛି। ଗତ ସପ୍ତାହରେ ରୁଷିଆର ବିଜୟ ଦିବସ ପାଳନ ବେଳେ ପୁତିନ ଜନସଭାକୁ ସମ୍ବୋଧିତ କରିଥିଲେ ହେଁ ତା ’ ପରେ ଆଉ ବାହାରକୁ ଆସିନାହାନ୍ତି ବୋଲି କୁହାଯାଇଛି। ପୁତିନଙ୍କ ସ୍ବାସ୍ଥାବସ୍ଥା ସହ ତାଙ୍କର ମାନସିକ ଅବସ୍ଥା ମଧ୍ୟ ଆହୁରି ଦୁର୍ବଳ ହେବାରେ ଲାଗିଛି ବୋଲି ଏହି ସଂସ୍ଥା ପକ୍ଷରୁ କୁହାଯାଇଛି।

ଏଭଳି ସ୍ଥିତିରେ ପୁତିନଙ୍କ ବିରୋଧରେ ରୁଷିଆରେ ବିଦ୍ରୋହ ଆରମ୍ଭ ହୋଇସାରିଛି ବୋଲି ୟୁକ୍ରେନର ଜଣେ ଜେନେରାଲ କହିଛନ୍ତି। ପୁତିନଙ୍କୁ ଗାଦିଚ୍ୟୁତ କରିବା ଲାଗି ବିଦ୍ରୋହ ଆରମ୍ଭ ହୋଇଯାଇଛି ଏବଂ ତାହାକୁ ଅଟକାଇବା ଅସମ୍ଭବ ବୋଲି ଗଣମାଧ୍ୟମକୁ ସାକ୍ଷାତକାର ‌ଦେଇ ମେଜର ଜେନେରାଲ କିରିଲୋ ବୁଦାନୋଭ୍‌ କହିଛନ୍ତି। ଚଳିତ ବର୍ଷ ଅଗଷ୍ଟ ମଧ୍ୟଭାଗ ବେଳକୁ ଯୁଦ୍ଧ ଭିନ୍ନ ମୋଡ଼ ନେବ ଏବଂ ଏହି ବର୍ଷ ଶେଷ ଆଡକୁ ଯୁଦ୍ଧର ଅବସାନ ଘଟିବ। ଯଦି ଯୁଦ୍ଧରେ ରୁଷ ପରାସ୍ତ ହୁଏ ତେବେ ପୁତିନଙ୍କୁ ବହିଷ୍କାର କରାଯିବା ସହିତ ରୁଷୀୟ ସଂଘ ନେତୃତ୍ବର ପରିବର୍ତ୍ତନ ଘଟିବ ବୋଲି ସେ କହିଛନ୍ତି। ଏ ପ୍ରକ୍ରିୟା ଆରମ୍ଭ ହୋଇ ସେ ଦିଗରେ ଗତି କରୁଛି।