Bharat Jodo Yatra - The Sakala
ଆଜି ଓଡିଶାରେ ପ୍ରବେଶ କରିବ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟଯାତ୍ରା
ରାଉରକେଲା: ଆଜି ଓଡିଶାରେ ପହଞ୍ଚିବ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟଯାତ୍ରା । ରାହୁଲଙ୍କ ନ୍ୟାୟ ଯାତ୍ରା ପାଇଁ ସୁନ୍ଦରଗଡ଼ ବୀରମିତ୍ରପୁରରେ ପ୍ରଦେଶ କଂଗ୍ରେସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ରାହୁଲଙ୍କ ଯାତ୍ରାକୁ ସଫଳ କରିବା ପାଇଁ କଂଗ୍ରେସର ବରିଷ୍ଠ ନେତାମାନେ ରାଉରକେଲାରେ ଡେରା ପକାଇଛନ୍ତି । ଖଡଗେଙ୍କ ପରେ ରାହୁଲଙ୍କ ଓଡିଶା ଗସ୍ତକୁ ନେଇ ଜୋସରେ ଅଛି ରାଜ୍ୟ କଂଗ୍ରେସ । ବୀରମିତ୍ରପୁରର ବିଜାବାହାଲରେ ଅଭିଯାତ୍ରୀ କରିବେ ରାତ୍ରୀଯାପନ। ଭବ୍ୟ ସ୍ୱାଗତ ପାଇଁ ବୀରମିତ୍ରପୁରଠାରେ ରାଜ୍ୟ କଂଗ୍ରେସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆସନ୍ତାକାଲି ସକାଳେ ରାଉରକେଲା ଉଦିତ ନଗରରୁ ଆରମ୍ଭ ହେବ ପଦଯାତ୍ରା। ସକାଳ ୧୦ଟାରେ ପାନପୋଷରେ ସାଧାରଣ ସଭା ହେବ। ଅପରାହ୍ଣ ୨ଟାରେ ରାଜଗାଙ୍ଗପୁର ରାଣୀବନ୍ଧରେ ସାଧାରଣ ସଭା ହେବା ପରେ କୁତ୍ରା ଓ ବରଗାଁ ଯିବ। ଅପରାହ୍ଣ ସାଢେ ୪ଟାରେ ବସଷ୍ଟାଣ୍ଡ ଛକରୁ ପଦଯାତ୍ରା ଆରମ୍ଭ ହୋଇ ଷ୍ଟେଟବ୍ଯାଙ୍କ ଛକ ଯିବ। ସେଠାରେ ସାଧାରଣ ସଭା କାର୍ଯ୍ଯକ୍ରମ ରହିଛି। ଆସନ୍ତା ୮ ତାରିଖରେ ଝାରସୁଗୁଡାରେ ସାଧାରଣ ସଭା କାର୍ଯ୍ୟକ୍ରମ ରହିଛି।
ଗତ ଜାନୁଆରୀ ୧୪ ତାରିଖରେ ମଣିପୁରର ଥୋବୁଲ ଜିଲ୍ଲା ଖୋନଗଜୋମରୁ ଆରମ୍ଭ ହୋଇଥିବା ଯାତ୍ରା ମାର୍ଚ୍ଚ ୨୦ରେ ମୁମ୍ବାଇରେ ଶେଷ ହେବ । ଯାତ୍ରା ଚାଲିବ ୬୬ ଦିନ । ୧୫ ରାଜ୍ୟର ୧୧୦ ଜିଲ୍ଲା, ୧୦୦ ଲୋକସଭା ଓ ୩୩୭ ବିଧାନ ସଭା କ୍ଷେତ୍ର ଦେଇ ପ୍ରାୟ ୬ ହଜାର ୭୦୦ କିଲୋମିଟର ଅତିକ୍ରମ କରିବ ।
‘ଭାରତ ଯୋଡ଼ୋ ଯାତ୍ରା’ ସହ ମୋ ଇନିଙ୍ଗ୍‌ସ୍‌ର ଅବସାନ ଘଟିପାରେ: ସୋନିଆ ଗାନ୍ଧୀ
ରାୟପୁର : ଛତିଶଗଡର ନୟା ରାୟପୁରରେ ଚାଲିଥିବା ୮୫ ତମ କଂଗ୍ରେସ ଅଧିବେଶନରେ ସୋନିଆ ଗାନ୍ଧୀ ରାଜନୀତିରୁ ସନ୍ୟାସ ନେବାର ସଙ୍କେତ ଦେଇଛନ୍ତି। ସୋନିଆ ଗାନ୍ଧୀ ମଧ୍ୟ ତାଙ୍କ ଭାଷଣରେ ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିଥିଲେ। ରାହୁଲଙ୍କ  ନେତୃତ୍ୱରେ ଭାରତ ଯୋଡୋ ଯାତ୍ରା ବହୁତ ଭଲ ପ୍ରଦର୍ଶନ କରିଛି। ରାହୁଲ ଯେଉଁ ଉପାୟରେ ଲୋକଙ୍କ ନିକଟରେ ପହଞ୍ଚିଥିଲେ ଏବଂ ଏହି ଯାତ୍ରାରେ ସେମାନଙ୍କ ସମସ୍ୟା ଶୁଣିଥିଲେ ତାହା ପ୍ରଶଂସନୀୟ। ସେ ରାଜନୀତିରୁ ନିଜ ଅବସର ଆଡକୁ ସୂଚାଇ କହିଛନ୍ତି ଯେ ମୋର ଇନିଂସ ଭାରତ ଯୋଡୋ ଯାତ୍ରା ଭଳି ମୋର ଯାତ୍ରାର ଶେଷ ଭଲ ସମାପ୍ତି ଆଉ କିଛି ହୋଇ ନ ପାରିଥାନ୍ତା।
ଏହା ସହିତ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସମ୍ମିଳନୀର ଦ୍ୱିତୀୟ ଦିନରେ ସେ କେନ୍ଦ୍ର ସରକାର ଏବଂ ଆରଏସଏସ ସମସ୍ତ ସ୍ବୟଂଶାସିତ ଏଜେନ୍ସିଗୁଡ଼ିକୁ ନିୟନ୍ତ୍ରଣ କରିଥିବା ଅଭିଯୋଗ କରିଛନ୍ତି।ନ୍‌ ଦେଶ ପାଇଁ ନୁହେଁ ପିଏମ ମୋଦି ତାଙ୍କ ସାଙ୍ଗମାନଙ୍କ ପାଇଁ କ୍ଷମତା ଚଳାଉଛନ୍ତି। ଆମକୁ ଭାଜପାର ନିୟମର ଦୃଢ଼ ଭାବରେ ମୁକାବିଲା କରିବାକୁ ହେବ ଏବଂ ଲୋକଙ୍କ ନିକଟରେ ଆମକୁ ପହଞ୍ଚିବାକୁ ପଡିବ ଯାହା ଦ୍ୱାରା ଆମେ ଆମର ବାର୍ତ୍ତା ସ୍ପଷ୍ଟ ଭାବରେ ଜଣାଇ ପାରିବା। ଭାଜପା ଘୃଣାର ନିଆଁରେ ଘିଅ ଢାଳୁଛି। ସଂଖ୍ୟାଲଘୁ, ମହିଳା, ଦଳିତ, ଆଦିବାସୀଙ୍କୁ ଟାର୍ଗେଟ କରାଯାଇଛି।
କଂଗ୍ରେସ ଏକ ରାଜନୈତିକ ଦଳ ନୁହେଁ ବରଂ ଏକ ମାଧ୍ୟମ ଯାହା ଦ୍ୱାରା ଲୋକମାନେ ସମାନତା, ସ୍ବାଧୀନତା ଏବଂ ନ୍ୟାୟ ପାଇଁ ଲଢ଼ି ପାରୁଛନ୍ତି। ଆମେ ଲୋକଙ୍କ ସ୍ବରକୁ ଆଗକୁ ନେଇ ସେମାନଙ୍କ ସ୍ବପ୍ନକୁ ପୂରଣ କରିଥାଉ। ଆମର ରାସ୍ତା ସହଜ ନୁହେଁ କିନ୍ତୁ ଆମେ ନିଶ୍ଚିତ ଭାବେ ଜିତିବା। ଗଣତନ୍ତ୍ରକୁ ମଜବୁତ କରିବା ପାଇଁ କଂଗ୍ରେସ ସର୍ବଦା କାର୍ଯ୍ୟ କରିଛି ବୋଲି ସୋନିଆ କହିଛନ୍ତି।
ଭାରତ ଯୋଡ଼ ଯାତ୍ରାରେ ଅଘଟଣ; ହୃଦଘାତରେ କଂଗ୍ରେସ ସାଂସଦ ସନ୍ତୋଖ ସିଂ ଚୌଧୁରୀଙ୍କ ପରଲୋକ
ଚଣ୍ଡିଗଡ: କଂଗ୍ରେସର ଭାରତ ଯୋଡ଼ ଯାତ୍ରା ଚାଲିଥିବାବେଳେ ଅଘଟଣ । ଭାରତ ଯୋଡୋ ଯାତ୍ରା ବେଳେ ହୃଦଘାତରେ କଂଗ୍ରେସ ସାଂସଦ ସନ୍ତୋଖ ସିଂ ଚୌଧୁରୀଙ୍କ ପରଲୋକ ହୋଇଛି । ଆଜି ସକାଳେ ପଞ୍ଜାବର ଫିଲୌର୍‌ଠାରେ ଭାରତ ଯୋଡ଼ୋ ଯାତ୍ରାରେ ଯାଉଥିବା ବେଳେ ଜଳନ୍ଧରର କଂଗ୍ରେସ ସାଂସଦ ସନ୍ତୋଖ ସିଂହ ଚୌଧୁରୀଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି।
#UPDATE | Punjab: Congress MP Santokh Singh Chaudhary passes away – tweets CM Bhagwant Mann.
The MP was taken to a hospital during the Congress party's Bharat Jodo Yatra in Ludhiana today.
(Pic – The MP's Twitter account) pic.twitter.com/QZv8Fjq7lV
— ANI (@ANI) January 14, 2023
କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀଙ୍କ ସହିତ ପଦଯାତ୍ରା କରୁଥିବା ବେଳେ ତାଙ୍କର ହୃଦ୍‌ସ୍ପନ୍ଦନ ବଢ଼ି ଯିବାରୁ ହଠାତ୍‌ ସେ ଅସୁସ୍ଥତା ଅନୁଭବ କରିଥିଲେ। ତୁରନ୍ତ ଆମ୍ବୁଲାନ୍‌ସ୍‌ ଯୋଗେ ତାଙ୍କୁ ଲୁଧିଆନାର ଫଗ୍‌ୱାରାସ୍ଥିତ ବିର୍କ ହସ୍ପିଟାଲ୍‌କୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସନ୍ତୋଷ ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇସାରିଥିଲେ ବୋଲି ଡାକ୍ତର କହିଛନ୍ତି। ସାଂସଦଙ୍କ ମୃତ୍ୟୁ ଖବର ପାଇବା ପରେ ରାହୁଲ ଗାନ୍ଧୀ ତୁରନ୍ତ ଯାତ୍ରା ଛାଡ଼ି ଡାକ୍ତରଖାନାରେ ପହଞ୍ଚିଛନ୍ତି।
ଯେଉଁ ଭଲପାଇବା ମା’ଙ୍କ ଠାରୁ ମିଳିଛି, ତାହାକୁ ପୂରା ଦେଶ ସହ ବାଣ୍ଟୁଛି: ମା’ ସୋନିଆଙ୍କ ସହ ଫଟୋ ପୋଷ୍ଟ କରି ଭାବପ୍ରବଣ ହେଲେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରବେଶ କରିଛି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା । ରାହୁଲ ଗାନ୍ଧୀ ଦିଲ୍ଲୀରେ ପହଞ୍ଚିବା ପରେ ନିଜ ମା’ ସୋନିଆ ଗାନ୍ଧୀଙ୍କ ସହ ଫଟୋ ଟ୍ଵିଟ୍‌ କରି ଇମୋସନାଲ ପୋଷ୍ଟ ଲେଖିଛନ୍ତି। ରାହୁଲଙ୍କ ନେତୃତ୍ୱରେ ତାମିଲନାଡ଼ୁର କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ଶନିବାର ରାଜଧାନୀ ଦିଲ୍ଲୀରେ ପ୍ରବେଶ କରିଛି।
ପୁଅ ରାହୁଲ ଗାନ୍ଧୀଙ୍କ ସହ ଭାରତ ଯୋଡ ଯାତ୍ରାରେ ଆଗକୁ ବଢିଥିଲେ ମା’ ସୋନିଆ । କେବଳ ମା’ ସୋନିଆ ନୁହଁନ୍ତି ଭଉଣୀ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଦିଲ୍ଲୀରେ କଂଗ୍ରେସର ଏହି ଭାରତ ଯୋଡ ଯାତ୍ରାରେ ସାମିଲ ହୋଇଛନ୍ତି । ଆଉ ଏହି ଯାତ୍ରାରେ ସାମିଲ ହେବା ପରେ ରାହୁଲ ଗାନ୍ଧୀ ମା’ ସୋନିଆ ଗାନ୍ଧୀଙ୍କ ସହ ଏକ ଫଟୋ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି । ଯେଉଁ ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଫଟୋ ପୋଷ୍ଟ କରିବା ସହ ରାହୁଲ ଗାନ୍ଧୀ ଏକ ଭାବପ୍ରବଣ କଲା ଭଳି କ୍ୟାପସନ ମଧ୍ୟ ଲେଖିଛନ୍ତି । ରାହୁଲ କ୍ୟାପସନରେ ଲେଖିଛନ୍ତି, ଯେଉଁ ଭଲପାଇବା ମୋ ମା’ଙ୍କ ଠାରୁ ମିଳିଛି, ସେହି ଭଲପାଇବା ମୁଁ ପୂରା ଦେଶକୁ ବାଣ୍ଟୁଛି ।
ରାହୁଲଙ୍କର ଆଉ ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ସେ ସୋନିଆ ଗାନ୍ଧୀଙ୍କୁ ଆଲିଙ୍ଗନ କରୁଥିବାର ନଜର ଆସୁଛନ୍ତି। କେରଳର ଭାୟନାଡରୁ ସାଂସଦ ଥିବା ରାହୁଲ ଗାନ୍ଧୀ ମା’ଙ୍କ ସହ ଆହୁରି ବି ଅନେକ ଫଟୋ ସେୟାର କରିଛନ୍ତି। କିଛି ଫଟୋରେ ମା’ ଓ ପୁଅ କୌଣସି ଚର୍ଚ୍ଚା କରୁଥିବାର ନଜର ଆସୁଛନ୍ତି। ସୋନିଆ ଗାନ୍ଧୀ, ରାହୁଲଙ୍କ ସହ ଦିଲ୍ଲୀ ରାସ୍ତାରେ କିଛି ଦୂର ପର୍ଯ୍ୟନ୍ତ ଚାଲିଥିଲେ। ସୋନିଆ ଗାନ୍ଧୀ ପହଞ୍ଚିବା ପରେ କଂଗ୍ରେସ କର୍ମକର୍ତ୍ତାମାନେ ଉତ୍ସାହିତ ହୋଇ ନାରା ଲଗାଇଥିଲେ।
ରାହୁଲ ଗାନ୍ଧିଙ୍କ ନେତୃତ୍ବରେ ତାମିଲନାଡୁର କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା କଂଗ୍ରେସର ଭାରତ ଯୋଡ ଯାତ୍ରା ଶନିବାର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପହଞ୍ଚିଛି। ରାହୁଲ ଗାନ୍ଧିଙ୍କ ନେତୃତ୍ବରେ ଭାରତ ଯୋଡ ଯାତ୍ରା ଦିଲ୍ଲୀ ପହଁଞ୍ଚିବା ମାତ୍ରେ କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଓ ରବର୍ଟ ଭ୍ରଦା ମଧ୍ୟ ଏହି ଯାତ୍ରାରେ ସାମିଲ ହେବାକୁ ପହଞ୍ଚିଥିଲେ।
ନୂଆଦିଲ୍ଲୀ: କରୋନା ନିୟମ ମାନି ଭାରତ ଯୋଡ ଯାତ୍ରା କରିବାକୁ କଂଗ୍ରେସକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡାଭିୟା ଚିଠି ଲେଖିବା ପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । କୋଭିଡ୍ ବାହାନା ଦେଖାଇ ବିଜେପି ଭାରତ ଯୋଡ଼ ଯାତ୍ରା ବନ୍ଦ କରିବାକୁ ଷଡ଼ଯନ୍ତ୍ର କରୁଛି ବୋଲି ରାହୁଲ କହିଛନ୍ତି ରାହୁଲ ଗାନ୍ଧି । ରାହୁଲ ଗାନ୍ଧି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଏବେ ଯାତ୍ରାକୁ ଅଟକାଇବା ପାଇଁ ନୂଆ ବାହାନା ବନାଯାଉଛି ।
ହିନ୍ଦୁସ୍ତାନର ଶକ୍ତି ଓ ସତ୍ୟତା ଦ୍ୱାରା ଏମାନେ ଭୟଭୀତ ହୋଇଯାଇଛନ୍ତି । ଏହା ସତ୍ୟ ଅଟେ । ଯାତ୍ରାରେ ଆମେ ଶହେ ଦିନରୁ ଅଧିକ ଚାଲି ସାରିଛୁ, ଯେଉଁଥିରେ ହିନ୍ଦୁ-ମୁସଲିମ-ସିଖ-ଇସାଇ ସବୁ ଜାତିର ଲୋକ ସାମିଲ ହୋଇଛନ୍ତି । ଭାରତ ଯୋଡୋ ଯାତ୍ରାର ଶକ୍ତି ଦେଖି ସରକାର ବିଚଳିତ ହୋଇପଡ଼ିଛନ୍ତି । ଏହାକୁ ବନ୍ଦ କରିବା ପାଇଁ ଏବେ କୋଭିଡର ସାହାରା ନେଇଛନ୍ତି ।
କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ହେବା ପରେ ଦେଶରେ ସଂକ୍ରମଣ ବଢ଼ିବାର ଆଶଙ୍କା ଥିବାରୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜନ ସମାଗମ ଉପରେ ରୋକ୍ ଲଗାଇବାକୁ ଚେଷ୍ଟା କରୁଛି। ଭାରତ ଯୋଡୋ ଯାତ୍ରାରେ ହେଉଥିବା ଜନସମାଗମକୁ ଦେଖି ଏହାକୁ ବନ୍ଦ କରିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରାହୁଲଙ୍କୁ ଚିଠି ଲେଖିଥିଲେ ।
କଂଗ୍ରେସର ଭାରତ ଯୋଡ ଯାତ୍ରାରେ ସାମିଲ ହେଲେ RBIର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ
ଜୟପୁର: କଂଗ୍ରେସ ପଦଯାତ୍ରାରେ ସାମିଲ ହୋଇଛନ୍ତି RBIର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ । କଂଗ୍ରେସର ଭାରତ ଯୋଡ ଯାତ୍ରା ୯୭ ଦିନରେ ପହଞ୍ଚିଛି । ଆଜି ରାଜସ୍ଥାନର ମାଧୋପୁରରୁ ସକାଳୁ ପଦଯାତ୍ରା ଆରମ୍ଭ ହୋଇଥିଲା । ଶହ ଶହ ସମର୍ଥକଙ୍କ ସହ ରାହୁଲ ଗାନ୍ଧୀ ପଦଯାତ୍ରା କରିଥିଲେ । ସଚିନ ପାଇଲଟ ଓ ବହୁ ବରିଷ୍ଠ ନେତା ଆଜି ଯାତ୍ରାରେ ସାମିଲ ହୋଇଥିଲେ । ତେବେ ରାହୁଲଙ୍କ ପଦଯାତ୍ରାରେ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ କିଛି ସମୟ ପାଇଁ ସାମିଲ ହୋଇଥିଲେ ।
ପଦଯାତ୍ରା ବେଳେ ସେ ରାହୁଲଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା ମଧ୍ୟ କରିଥିଲେ । ରାଜନ RBIର ୨୩ତମ ଗଭର୍ଣ୍ଣର ରହିଥିଲେ । ୨୦୧୩ରୁ ୨୦୧୬ ଯାଏଁ ସେ ଗଭର୍ଣ୍ଣର ପଦରେ ରହିଥିଲେ । କେନ୍ଦ୍ର ସରକାରଙ୍କ ବିମୁଦ୍ରୀକରଣ ଭଳି ଅନେକ ନୀତିକୁ ଖୋଲାଖୋଲି ବିରୋଧ କରି ରାଜନ ଅନେକ ଥର ଚର୍ଚ୍ଚାକୁ ମଧ୍ୟ ଆସିଛନ୍ତି । IIT ଦିଲ୍ଲୀରୁ ବିଟେକ୍, IIM ଅହମ୍ମଦାବାଦରୁ ମ୍ୟାନେଜମେଣ୍ଟରେ ଡିଗ୍ରୀ ଓ MITରୁ ପିଏଚଡି କରିଛନ୍ତି ରାଜନ ।
ଭାରତ ଯୋଡ଼ୋ ଯାତ୍ରା ବେଳେ ରାହୁଲ ଗାନ୍ଧୀଙ୍କୁ ହତ୍ୟା ଧମକ; ବିସ୍ଫୋରଣରେ ଉଡ଼ାଇ ଦେବାକୁ ଧମକପୂର୍ଣ୍ଣ ଚିଠିରେ ଉଲ୍ଲେଖ
ଇନ୍ଦୋର: ରାହୁଲ ଗାନ୍ଧୀଙ୍କୁ ହତ୍ୟା ଧମକ ! ମଧ୍ୟପ୍ରଦେଶର ଇନ୍ଦୋରରେ ଭାରତ ଯୋଡ଼ୋ ଯାତ୍ରା ବେଳେ ଅଜଣା ଦୁର୍ବୃତ୍ତ ଦେଲା ଧମକପୂର୍ଣ୍ଣ ଚିଠି । ଇନ୍ଦୋରଜୁନି ଥାନା ଅଞ୍ଚଳରେ ଏକ ମିଠା ଦୋକାନରୁ ମିଳିଛି ଏହି ଚିଠି । ଚିଠିରେ ରାହୁଲ ଗାନ୍ଧୀଙ୍କୁ ବମ୍‌ରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି। ଇନ୍ଦୋର ପୋଲିସ ଏହି ଚିଠି ପାଇବା ପରେ ତଦନ୍ତ ଆରମ୍ଭ କରିଛି ।
ରାହୁଲଙ୍କ ସହ କମଲନାଥଙ୍କୁ ମଧ୍ୟ ବିସ୍ଫୋରଣରେ ଉଡ଼ାଇ ଦେବା ନେଇ ଚିଠିରେ ଧମକ ମିଳିଛି । ଉଭୟଙ୍କୁ ହତ୍ୟା କରିବା ସହ ସହରର ବିଭିନ୍ନ ସ୍ଥାନରେ ବିସ୍ଫୋରଣ ନେଇ ମଧ୍ୟ ଧମକ ମିଳିଛି । ମିଠା ଦୋକାନରେ ଚିଠିଟି କିଏ ଛାଡ଼ିଲା, ତାକୁ ନେଇ ପୋଲିସର ତନାଘନା ଜାରି ରଖିଛି । ପୁଲିସ୍‌ କହିଛି ଯେ ୫୦୭ ଦଫା ଅନୁସାରେ ଅଜଣା ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି। ଅଭିଯୁକ୍ତଙ୍କ ବିରୋଧରେ ଏନଏସଏ ମଧ୍ୟ ଲାଗିବ।
ସୂଚନା ଅନୁସାରେ, ଗୁରବାର ବିଳମ୍ବିତ ରାତିରେ ପୋଷ୍ଟାଲରେ ଏହି ଚିଠି ମିଠା ଦୋକାନକୁ ଆସିଥିଲା । ଏହାକୁ ଶୁକ୍ରବାର ସକାଳୁ ଦୋକାନ ମାଲିକ ଦେଖିବା ପରେ ପୋଲିସକୁ ଖବର ଦେଇଥିଲା । ଧମକପୂର୍ଣ୍ଣ ଚିଠିକୁ ନେଇ ଏବେ ପୋଲିସ ଓ ଜିଲ୍ଲା ପ୍ରଶାସନର ନିଦ ହଜିଯାଇଛି । ସହରର ବିଭିନ୍ନ ଛକ ମାନଙ୍କରେ ବ୍ଲକିଂ ଓ ଚେକିଂ ଜୋରଦାର କରିଛି ପୋଲିସ । ସିସିଟିଭି ଫୁଟେଜକୁ ଆଧାର କରି ଛାନବିନ୍ ଜାରି ରହିଛି ।
ଓଡ଼ିଶାରେ କଂଗ୍ରେସ ପକ୍ଷରୁ ଚାଲିଥିବା ଭାରତ ଯୋଡ଼ ଯାତ୍ରା ସାମୟିକ ଭାବେ ସ୍ଥଗିତ
ଓଡ଼ିଶାରେ କଂଗ୍ରେସ ପକ୍ଷରୁ ଚାଲିଥିବା ଭାରତ ଯୋଡ଼ ଯାତ୍ରା ସାମୟିକ ଭାବେ ସ୍ଥଗିତ। ଅନୁଗୁଳ ଜିଲ୍ଲାର ପଲଲହଡା ନିକଟରେ ପହଞ୍ଚିଛି ଯାତ୍ରା। ପଦ୍ମପୁର ଉପ ନିର୍ବାଚନକୁ ଦୃଷ୍ଟିରେ ରଖି ପିସିସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ପୁଣି ଡିସେମ୍ବର 5ତାରିଖ ନିର୍ବାଚନ ପରେ ଭାରତ ଯୋଡ଼ ଯାତ୍ରା ଆରମ୍ଭ ହେବ। ସମଗ୍ର ରାଜ୍ୟରେ 2250 କିଲୋମିଟର ଦୁରତାକୁ ଭାରତ ଯୋଡ ପଦଯାତ୍ରା ମାଧ୍ୟମରେ ଅତିକ୍ରମ କରି ଲୋକଙ୍କୁ ସଚେତନ କରିବ, ପିସିସି ସଭାପତି ଶରତ ପଟ୍ଟନାୟକ ।
ପ୍ରଧାନମନ୍ତ୍ରୀ କହିଥିଲେ ବର୍ଷକୁ ୨ କୋଟି ଚାକିରି, ହେଲେ ମିଲିଲା କୋଟି କୋଟି ବେକାରୀ: ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ : କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’କୁ ଶନିବାର ୩୮ ଦିନ ପୂରଣ ହୋଇଛି। ଏହି ସମୟରେ ଯାତ୍ରା ପାଦରେ ଚାଲି ଚାଲି ୧ହଜାର କିଲୋମିଟର ପୂରଣ କରିଛି। ଏହି ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର କର୍ଣ୍ଣାଟକର ବଲ୍ଲାରୀରେ ଏକ ଜନସଭାକୁ ସମ୍ବୋଧିତ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି ରାହୁଲ କହିଛନ୍ତି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସେ ପ୍ରତିବର୍ଷ ୨କୋଟି ଯୁବପିଢ଼ିଙ୍କୁ ରୋଜଗାର ଯୋଗାଇ ଦେବେ। ସେହି ଚାକିରି କୁଆଡେ ଗଲା? ଚାକିରି ମିଳିବା ବଦଳରେ କୋଟି କୋଟି ଯୁବକ ବେକାର ହୋଇଯାଇଛନ୍ତି।
ସେ ଆହୁରି କହିଛନ୍ତି ଯେ, ୪୫ବର୍ଷ ମଧ୍ୟରେ ଏବେ ଭାରତରେ ସର୍ବାଧିକ ବେକାରୀ ସମସ୍ୟା ଦେଖାଦେଇଛି। କେନ୍ଦ୍ର ସରକାର ଲୋକମାନଙ୍କୁ ମିଛ ପ୍ରତିଶ୍ରୁତି ଦେଉଛନ୍ତି। ଏଥି ସହିତ ଯଦି ଆପଣଙ୍କ ପାଖରେ ଟଙ୍କା ଅଛି ତେବେ ସରକାରୀ ଚାକିରି କଣିପାରିବେ ବୋଲି ରାହୁଲ କହିଛନ୍ତି। ଏଥି ସହିତ କର୍ଣ୍ଣାଟକରେ ୨.୫ ଲକ୍ଷ ସରକାରୀ ପଦବୀ ଖାଲି କାହିଁକି? ଯଦି ଆପଣ ପୁଲିସ୍ ସବ୍-ଇନ୍ସପେକ୍ଟର ହେବାକୁ ଚାହୁଁଛନ୍ତି ତେବେ ଆପଣ ୮୦ଲକ୍ଷ ଟଙ୍କା ଦେଇ ସବ୍-ଇନ୍ସପେକ୍ଟର ହୋଇପାରିବେ। ଯଦି ଆପଣଙ୍କ ପାଖରେ ଟଙ୍କା ଅଛି, ତେବେ ଆପଣ କର୍ଣ୍ଣାଟକରେ ଏକ ସରକାରୀ ଚାକିରି କିଣିପାରିବେ। ଯଦି ଆପଣ ପାଖରେ ଟଙ୍କା ନାହିଁ, ତେବେ ଆପଣ ସାରା ଜୀବନ ବେକାର ହୋଇ ରହିଯିବେ।
ଏଥି ସହିତ ରାହୁଲ ବିଜେପି ଏବଂ ଆରଏସ୍‌ଏସକୁ ମଧ୍ୟ ଟାର୍ଗେଟ କରି କହିଛନ୍ତି ଯେ ଦେଶରୁ ବିଭାଜନ କରିବାରେ ଏମାନଙ୍କ ଆଦର୍ଶ ମୁଖ୍ୟ ଭୁମିକା ନେଇଛି। ତାଙ୍କ କହିବା ମୁତାବକ, ଆମେ ଏହି ଯାତ୍ରାକୁ ‘ଭାରତ ଯୋଡୋ ଯାତ୍ରା’ ନାମରେ ନାମିତ କରିଛୁ କାରଣ ହଜାର ହଜାର ଲୋକ ଅନୁଭବ କରୁଛନ୍ତି ଯେ ବିଜେପି / ଆରଏସଏସର ଆଦର୍ଶ ଦେଶ ଭାଙ୍ଗୁଛି। ଦେଶକୁ ପୁଣି ଥରେ ଏକାଠି ଯୋଡିବା ପାଇଁ ଏହି ଯାତ୍ରା ଆରମ୍ଭ କରାଯାଇଛି ବୋଲି ରାହୁଲ ଗାନ୍ଧୀ କହିଛନ୍ତି।
ସୂଚନାଯୋଗ୍ୟ ଯେ, ୩,୫୭୦ କିମି ପଥ ଅତିକ୍ରମ କରିବାକୁ ଥିବା କଂଗ୍ରେସର ଭାରତ ଯୋଡ଼ ଯାତ୍ରା ସେପ୍ଟେମ୍ବର ୭ ତାରିଖରେ ତାମିଲନାଡୁର କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇଥିଲା। ଏହି ଯାତ୍ରାକୁ ଆଜି ୩୮ ଦିନ ପୁରିଥିବ ବେଳେ ଯାତ୍ରା ତାମିଲନାଡୁ ଓ କେରଳ ପରେ ଏବେ କର୍ଣ୍ଣାଟକରେ ପହଞ୍ଚିଛି। କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଜାମ୍ମୁ-କାଶ୍ମୀର ପର୍ୟ୍ୟନ୍ତ ଚାଲିବ ବୋଲି କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଛି। ତେବେ ଆଗାମୀ ୨୦୨୪ ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି କଂଗ୍ରେସ ଏହି ଯାତ୍ରା ଆରମ୍ଭ କରିଛି। ରାହୁଲ ଗାନ୍ଧୀ ଏହି ଯାତ୍ରାର ନେତୃତ୍ୱ ନେଉଛନ୍ତି। ଅନ୍ୟପଟେ ଏବେ କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନ ପାଇଁ ମଧ୍ୟ ପ୍ରକ୍ରିୟା ଜାରି ରହିଛି। ନୂଆ ଅଧ୍ୟକ୍ଷ ଓ ରାହୁଲଙ୍କ ଭାରତ ଯୋଡ଼ ଯାତ୍ରା ମାଧ୍ୟମରେ ଦଳ ଆଗାମୀ ନିର୍ବାଚନର କେନ୍ଦ୍ରର ବିଜେପି ସରକାର ସହ ଲଢ଼ିବାକୁ ଯୋଜନା ପ୍ରସ୍ତୁତ କରିଛି।
‘ଭାରତ ଯୋଡ଼’ ଯାତ୍ରାରେ ରାହୁଲଙ୍କ ସହ ସାମିଲ ହେଲେ ମା’ ସୋନିଆ; ରାସ୍ତା ମଝିରେ ମା’ଙ୍କ ଜୋତାର ଫିତା ବାନ୍ଧିଦେଲେ ରାହୁଲ
କର୍ଣ୍ଣାଟକ: ୨୦୨୪ ଇଲେକ୍ସନ ବାଜି ଜିତିବା ପାଇଁ ଜୋରଦାର ଆକ୍ସନ ମୋଡରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାରେ ଭାରତ ଯୋଡ଼ୋ ଯାତ୍ରା ଚାଲିଥିବାବେଳେ ଆଜି ସୋନିଆ ପୁଅ ରାହୁଲଙ୍କ ସହ ରାଲିରେ ଯୋଗଦେଇଛନ୍ତି । ଭାରତ ଯୋଡୋ଼ ଯାତ୍ରାରେ ସୋନିଆ ଗାନ୍ଧୀ ସାମିଲ ହୋଇଥିବା ବେଳେ ଦଳୀୟ କର୍ମୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ତେବେ ଏହାରି ଭିତରେ ରାହୁଲ ଗାନ୍ଧୀ ମଝି ରାସ୍ତାରେ ତାଙ୍କ ମା’ ସୋନିଆ ଗାନ୍ଧିଙ୍କ ଜୋତାର ଫିତା ବାନ୍ଧୁଥିବା ଦେଖିବାକୁ ମିଳିଛି। ଏହି ଫଟୋକୁ କଂଗ୍ରେସ ତା’ର ଅଫିସିଆଲ ଟ୍ବିଟର ଆକାଉଣ୍ଟରେ ଅପଲୋଡ଼ କରିଛି। ଏହି ଫଟୋ ଅପଲୋଡ ହେବା ପରଠାରୁ ତାହା ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର, ଏହି ଭାବବିହ୍ବଳ କଲା ଭଳି ଫଟୋଟିକୁ ତାଙ୍କ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି।
ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦୀର୍ଘ ଦିନ ପରେ ପଦଯାତ୍ରାରେ ସୋନିଆ ଗାନ୍ଧୀଙ୍କୁ ଦେଖିବାକୁ ମିଳିଛି । କାରଣ ସ୍ୱାସ୍ଥ୍ୟଗତ କାରଣରୁ ଦୀର୍ଘଦିନ ହେବ ଦଳୀୟ କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖିଥିଲେ ସୋନିଆ ଗାନ୍ଧୀ । ତେବେ ବିଦେଶରୁ ଚିକିତ୍ସିତ ହୋଇ ଫେରିବା ପରେ ପ୍ରଥମ ଥର ପାଇଁ ପଦଯାତ୍ରାରେ ସାମିଲ ହୋଇଛନ୍ତି ସୋନିଆ ଗାନ୍ଧୀ ।
ଅକ୍ଟୋବର ୩୧ରୁ ଓଡିଶାରେ ‘ଭାରତ ଯୋଡ଼ୋ’ ଯାତ୍ରା , ଶହେ ଦିନରେ ୨୨୫୦ କିଲୋମିଟର ପଦଯାତ୍ରା କରିବ କଂଗ୍ରେସ
ଭୁବନେଶ୍ୱର : ୨୦୨୪ ନିର୍ବାଚନକୁ ପ୍ରାୟ ଦେଢ ବର୍ଷ ସମୟ ରହିଛି। ‘ଏକ ଦେଶ, ଏକ ନିର୍ବାଚନ’ ନିମନ୍ତେ ଆଗ୍ରହୀ କେନ୍ଦ୍ର ସରକାର ନିର୍ଦ୍ଧାରିତ ସମୟ ପୂର୍ବରୁ ଭୋଟକୁ ଓହ୍ଲାଇପାରେ ବୋଲି ଚର୍ଚ୍ଚା ହେଉଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଜାତୀୟ ଏବଂ ଆଞ୍ଚଳିକ ଦଳ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଛନ୍ତି। କେନ୍ଦ୍ରରୁ କ୍ଷମତାରୁ ଯିବା ପରେ କଂଗ୍ରେସ ‘ଭାରତ ଯୋଡ଼ୋ’ ଯାତ୍ରା ଆରମ୍ଭ କରିଛି। ଦକ୍ଷିଣ ଭାରତରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ପର୍ଯ୍ୟାୟକ୍ରମେ ଉତ୍ତର, ମଧ୍ୟ ଓ ଉତ୍ତରପୂର୍ବ ଭାରତକୁ ପ୍ରସାରିତ ହେବ। ଏହି ଯାତ୍ରାର ପ୍ରଥମ ପର୍ଯ୍ୟାୟରୁ ଓଡ଼ିଶା ବାଦ ପଡ଼ିଥିଲେ ହେଁ ରାଜ୍ୟ କଂଗ୍ରେସ ନେତୃତ୍ୱ ଓଡ଼ିଶାରେ ଏହି ଯାତ୍ରା କରାଯିବା ଉପରେ ଗୁରୁତ୍ୱ ଦେଉଛନ୍ତି।
ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳର ନେତା ଓ କର୍ମୀମାନେ ରାଜ୍ୟରେ ପ୍ରାୟ ୧୬୦୦ କି.ମି ପଦଯାତ୍ରା କରିବେ ବୋଲି ପ୍ରାଥମିକ ଭାବେ ସ୍ଥିର କରାଯାଇଛି। ଏହିକ୍ରମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ ଏବଂ ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ଶନିବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବା ପରେ ରବିବାର ଏହି ଦୁଇ ଏଆଇସିସି ନେତା ରାଜ୍ୟ ନେତୃତ୍ୱ ଓ ପ୍ରଭାରୀମାନଙ୍କ ସହ ଆଲୋଚନା କରି ଓଡ଼ିଶାରେ ଭାରତ ଯୋଡୋ ଯାତ୍ରାର ଖସଡ଼ା ପ୍ରସ୍ତୁତ କରିଛନ୍ତି। ମୟୂରଭଞ୍ଜରୁ ମାଲକାନଗିରି, ପୁରୀରୁ ବରଗଡ଼ ହୋଇପାରେ ବୋଲି ଆଲୋଚନା ହେଉଛି। ମାତ୍ର ଏନେଇ ଚୂଡାନ୍ତ ନିଷ୍ପତ୍ତି ଏଆଇସିସି ନେବ। ଯେପରି ଢାଞ୍ଚାରେ ରାହୁଲ ଗାନ୍ଧୀ କଣ୍ଟେନର ସାହଯ୍ୟରେ ଯାତ୍ରା କରୁଛନ୍ତି। ଅନୁରୂପ ଭାବେ ରାଜ୍ୟ ନେତୃତ୍ୱ ମଧ୍ୟ ସେହି ଢ଼ାଞ୍ଚାରେ ଯାତ୍ରା ଆରମ୍ଭ କରିବେ। ଏ ସମ୍ପର୍କରେ ବ୍ଲକ ସଭାପତି ଏବଂ ଜିଲ୍ଲା ସଭାପତିଙ୍କ ସହ ଏନେଇ ଆଲୋଚନା କରାଯାଇଛି। ସେହିପରି ଏଆଇସିସି ନିର୍ବାଚନରେ ପିସିସିର ସକ୍ରିୟ ଅଂଶଗ୍ରହଣ ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରିଛି ଦଳ।
୩୧ ଅକ୍ଟୋବରରୁ ଓଡିଶାରେ ‘ଭାରତ ଯୋଡ଼ୋ’
ଓଡ଼ିଶାରେ ଅକ୍ଟୋବର ୩୧ରୁ ‘ଭାରତ ଯୋଡ଼ୋ’ ଯାତ୍ରା ଆରମ୍ଭ ହେବ। ଭୁବନେଶ୍ୱର ଇନ୍ଦିରା ପାର୍କରୁ ଆରମ୍ଭ ହେବ ‘ଭାରତ ଯୋଡ଼ୋ’ ଯାତ୍ରା । ଏହା ଶହେ ଦିନ ଯାଏଁ ହେବ । ୨୨୫୦ କିଲୋମିଟର ପଦଯାତ୍ରା ହେବ। ୨୦ ସଂସଦୀୟ କ୍ଷେତ୍ରରେ ହେବ ଯାତ୍ରା।  ଏଥିରେ ସାମାଜିକ କର୍ମୀଙ୍କୁ ସାମିଲ କରାଯିବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି।
୭ ସେପ୍ଟେମ୍ବରରୁ ରାହୁଲ ଗାନ୍ଧୀ ‘ଭାରତ ଯୋଡ଼ୋ’ ପଦଯାତ୍ରା ଆରମ୍ଭ କରିଥିଲେ। ଆଜି ଯାଏ ୨୧୦କିଲୋମିଟର ଅତିକ୍ରମ ହେଲାଣି । ସାଢେ ପାଞ୍ଚ ମାସରେ କନ୍ୟାକୁମାରୀରୁ କାଶ୍ମୀର ଯାଏଁ ଏହା ହେବ ।ପ୍ରତିଦିନ ୨୨  କିଲୋମିଟର ପଦଯାତ୍ରା ହେଉଛି। ୩୦ ପ୍ରତିଶତ ମହିଳା ପଦଯାତ୍ରା କରୁଛନ୍ତି। ଯେଉଁମାନଙ୍କ ବୟସ ୩୮ ବର୍ଷ ବୟସ ହେବ । ପ୍ରତିଦିନ ସକାଳ ୭ ରୁ ୧୦.୩୦ ଯାଏଁ ହେଉଛି। ସନ୍ଧ୍ୟାରେ ୪ରୁ ସାଢେ ୭  ଯାଏ ପଦଯାତ୍ରା ହେଉଛି । କଂଗ୍ରେସ ସଂଗଠନକୁ ଆହୁରି ମଜବୁତ କରିବାକୁ ପଦଯାତ୍ରା ଗୋଟିଏ ମାଧ୍ୟମ ବୋଲି ଓଡ଼ିଶା ଗସ୍ତରେ ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ କହିଛନ୍ତି।
ଏଥି ସହିତ କଂଗ୍ରେସର ଭାରତ ଯୋଡ ଯାତ୍ରା ଅନ୍ୟ ୩ଟି କାରଣ ପାଇଁ ହେଉଛି। ସେଗୁଡିକ ହେଲା….
1. RSS ଓ ବିଜେପି ନୀତି ଯୋଗୁ ଭାରତ ଭାଙ୍ଗୁଛି। ଦରଦାମ ବଢୁଛି, ବେକାରୀ ବଢୁଛି, ଦୁଇ ପୁଞ୍ଜିପତିଙ୍କ ହାତରେ ଦେଶ ଟେକି ଦେଇଛନ୍ତି।
2. ଧର୍ମ, ଜାତି ନାଁରେ ସମାଜକୁ ରାଜନୈତିକ ଉଦେଶ୍ୟରେ ଭଙ୍ଗା ଯାଉଛି।
3. ପ୍ରଧାନମନ୍ତ୍ରୀ ଯାହା କହୁଛନ୍ତି, ତାକୁ ଆଇନ କରୁଛନ୍ତ । ଯାହା ଜରୁରୀକାଳିନ ପରିସ୍ଥିତି ସୃଷ୍ଟି କରୁଛି । କ୍ଷମତା ନିଜ ହାତକୁ ନେଇ ଦେଶ ଭାଙ୍ଗୁଛି।
ଅନ୍ୟପକ୍ଷରେ କଂଗ୍ରେସ ସହ ଅନ୍ୟ ବିରୋଧୀ ଦଳଗୁଡ଼ିକ ନିଜର ସ୍ଥିତି ସଜାଡ଼ିବାକୁ ଯୋଜନା ଆରମ୍ଭ କରିଛନ୍ତି। ସିପିଆଇ, ସିପିଏମ, ଜେଏମଏମକୁ କଂଗ୍ରେସ ସାଥୀରେ ନେଇ ନିର୍ବାଚନ ଲଢ଼ିବା ଆପାତତଃ ଚୂଡ଼ାନ୍ତ ହୋଇଛି। ବାମଦଳଗୁଡ଼ିକ ହାତଗଣତି ବିଧାନସଭା ଏବଂ ଜେଏମ୍‍ଏମ ମୟୂରଭଞ୍ଜ ଜିଲ୍ଲାରେ ଫୋକସ୍‍ କରିବ। ଏହି ଯାତ୍ରାରେ ସମଭାବାପନ୍ନ ଦଳକୁ ସାମିଲ କରିବା ପାଇଁ ଚିନ୍ତା କରାଯାଉଛି। ରାଜ୍ୟରେ ଏକପ୍ରକାର ସ୍ଥିତିହୀନ ଅବସ୍ଥାରେ ଥିବା ଏନ୍‍ସିପି ମଧ୍ୟ ନିଜକୁ ସକ୍ରିୟ କରିଛି। ନବ ନିର୍ବାଚିତ ରାଜ୍ୟ ସଭାପତି ବିକ୍ରମ ସ୍ୱାଇଁ ଦଳ ପ୍ରମୁଖ ଶରଦ ପାୱାର ଏବଂ ପ୍ରଫୁଲ୍ଲ ପଟେଲଙ୍କୁ ଭେଟିଛନ୍ତି। ଓଡ଼ିଶାରେ ଏନସିପିର ସମ୍ଭାବନାକୁ ନେଇ ଉଭୟ ପାୱାର ଓ ପଟେଲଙ୍କ ସହ ବିକ୍ରମ ଆଲୋଚନା କରିଛନ୍ତି। ଓଡ଼ିଶା ପାଇଁ ଏନସିପିର ମହାରାଷ୍ଟ୍ରର ରାଇଗଡ଼ ଏମପି ସୁନୀଲ ତତକାରେଙ୍କୁ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ଖୁବ୍‍ଶୀଘ୍ର ଶ୍ରୀ ତତ୍‍କାରେ ଓଡ଼ିଶା ଗସ୍ତ କରିବେ ଓ ଏହା ପରେ ପ୍ରଫୁଲ୍ଲ ପଟେଲ ଓଡ଼ିଶା ଆସିବେ ବୋଲି ଜଣାପଡିଛି। ପ୍ରଥମଥର ପାଇଁ ଏନସିପି ଶ୍ରୀ ପଟେଲଙ୍କୁ ରାଷ୍ଟ୍ରୀୟ ଉପସଭାପତି ଭାବେ ନିଯୁକ୍ତ କରାଯାଇଛି। ତେଣୁ ଜାତୀୟସ୍ତରୀୟ ବିକଳ୍ପ ମେଣ୍ଟ ରାଜନୀତିରେ ତାଙ୍କ ଭୂମିକା ଆଗାମୀ ଦିନରେ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି କୁହାଯାଉଛି।
୨୦୨୪ ପାଇଁ ପ୍ରସ୍ତୁତ ହେଲା କଂଗ୍ରେସର ରୋଡ ମ୍ୟାପ, କାଶ୍ମୀରରୁ କନ୍ୟାକୁମାରୀ ଯାଏଁ କରାଯିବ ‘ଭାରତ ଜୋଡ୍’ ଯାତ୍ରା
ନୂଆଦିଲ୍ଲୀ : କଂଗ୍ରେସ ନବ ସଂକଳ୍ପ ଚିନ୍ତନ ଶିବିରର ଆଜି ଶେଷ ହୋଇଛି। ରାଜସ୍ଥାନର ଉଦୟପୁରରେ ଆୟୋଜିତ ତିନି ଦିନିଆ ଚିନ୍ତନ ଶିବିରରେ କଂଗ୍ରେସ ୨୦୨୪ ସାଧାରଣ ନିର୍ବାଚନ ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିଛି। ଦଳ ସାଙ୍ଗଠନିକସ୍ତରେ କେମିତି ମଜବୁତ ହେବ, ଜନତାଙ୍କ ବିଶ୍ଵାସଭାଜନ କେମିତ ହୋଇ ପାରିବ ସେ ନେଇ ଚିନ୍ତନ ଶିବିରରେ ଅନେକ ପ୍ରସ୍ତାବ ପାରିତ ହୋଇଛି। ଏହି ଶିବିରରେ ଦଳର ରାଜ୍ୟ ପ୍ରଭାରୀ ଠାରୁ ଆରମ୍ଭ କରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ଦଳର ହାଇକମାଣ୍ଡ ସୋନିଆ ଗାନ୍ଧୀ ଯୋଗ ଦେଇ ଦଳକୁ ସଙ୍ଗଠିତ କରି ରଖିବା ସହ ଆଗକୁ କିପରି ଏକଜୁଟ୍‌ ହୋଇ ଲଢେଇ କରାଯିବ ସେ ନେଇ ଆଲୋଚନା କରିଛନ୍ତି।
ଏହି ଶିବିରରେ ନେତାମାନଙ୍କୁ ଉଦବୋଧନ ଦେବା ଅବସରରେ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀ ‘ହମ ଓ୍ଵାପସ ଆଏଙ୍ଗେ’ର ନାରା ଦେଇଛନ୍ତି। ସେ ଏହି ଅବସରରେ ଘୋଷଣା କରିଛନ୍ତି କି, ଦଳ ତରଫରୁ କାଶ୍ମୀରରୁ କନ୍ୟାକୁମାରୀ ପର୍ୟ୍ୟନ୍ତ ‘ଭାରତ ଜୋଡ୍’ ଯାତ୍ରାର ଶୁଭାରମ୍ଭ କରାଯିବ। ଆମେ ନୂତନ ଉର୍ଜା ଏବଂ ନୂତନ ଚିନ୍ତାଧାରା ସହ ଲୋକଙ୍କ ନିକଟକୁ ଯିବୁ। ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ଏହି ଯାତ୍ରା ଆରମ୍ଭ କରାଯିବ । ଏହି କାର୍ଯ୍ୟକ୍ରମରେ ଦଳର ସମସ୍ତ ଗଣ ସଂଗଠନର ନେତାମାନେ ଯୋଗ ଦେବାକୁ ସେ ଆହ୍ୱାନ ଦେଇଛନ୍ତି ।
ବିନା କୌଣସି ବିଶ୍ରାମରେ ଏହି ଯାତ୍ରା ଆରମ୍ଭ ହେବ। ଏହି ଯାତ୍ରାର ଉଦ୍ଦେଶ୍ୟ ସାଂପ୍ରଦାୟିକ ସୌହାର୍ଦ୍ଦ୍ୟ ଏବଂ ଆମ ସମ୍ବିଧାନର ମୂଲ୍ୟବୋଧକୁ ବଞ୍ଚାଇବା। ଦ୍ଵିତୀୟ ପର୍ଯ୍ୟାୟ ଜନଜାଗରଣ ଅଭିଯାନ ଆରମ୍ଭ କରାଯିବ। ଏଥିରେ ଅର୍ଥବ୍ୟବସ୍ଥା ଏବଂ ବେରୋଜଗାରୀ ପରି ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଉଠାଯିବ ବୋଲି ସୋନିଆ କହିଛନ୍ତି।