Landslide - The Sakala

କଙ୍ଗୋର ଏକ ପ୍ରମୁଖ ଖଣି ଅଞ୍ଚଳରେ ଭୟଙ୍କର ଭୂସ୍ଖଳନ: ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଆଶଙ୍କା
ନୂଆଦିଲ୍ଲୀ: ପୂର୍ବ ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋର ଏକ ପ୍ରମୁଖ ଖଣି ଅଞ୍ଚଳରେ ଘଟିଥିବା ଭୟଙ୍କର ଭୂସ୍ଖଳନରେ ବ୍ୟାପକ ଧନଜୀବନ ହାନି ହୋଇଛି। ସରକାରୀ ସୂଚନା ମୁତାବକ, ଏହି ଦୁର୍ଘଟଣାରେ ଅତିକମରେ ୨୦୦ ଲୋକଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ଘଟଣାଟି ଏକ ବିଦ୍ରୋହୀ ଗୋଷ୍ଠୀ ନିୟନ୍ତ୍ରିତ ଅଞ୍ଚଳରେ ଘଟିଥିବାରୁ ଉଦ୍ଧାର କାର୍ଯ୍ୟ ଏବଂ ସଠିକ ତଥ୍ୟ ସଂଗ୍ରହରେ ଗୁରୁତର ବାଧା ସୃଷ୍ଟି ହୋଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଖଣି ଅଞ୍ଚଳର ଏକ ପାହାଡ଼ର କିଛି ଅଂଶ ହଠାତ୍ ଧସି ଯାଇଥିଲା ଏବଂ ଗୁରୁବାର ସକାଳେ ଦ୍ୱିତୀୟ ଥର ପାଇଁ ଭୂସ୍ଖଳନ ହୋଇଥିଲା। M23 ବିଦ୍ରୋହୀ ଗୋଷ୍ଠୀ ଦ୍ୱାରା ନିଯୁକ୍ତ ଗଭର୍ଣ୍ଣର ଏରାଷ୍ଟନ ବାହାତି ମୁସାଙ୍ଗା ଏଏଫପିକୁ ସୂଚନା ଦେଇ କହିଛନ୍ତି ଯେ, ଏଥିରେ ଅତିକମରେ ୨୦୦ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଅନ୍ତର୍ଜାତୀୟ ଗଣମାଧ୍ୟମ ସ୍ୱାଧୀନ ଭାବରେ ଏହି ସଂଖ୍ୟାକୁ ଯାଞ୍ଚ କରିପାରି ନାହାନ୍ତି।

ଉତ୍ତର କିଭୁ ପ୍ରଦେଶରେ ଥିବା ଏହି ରୁବାୟା ଖଣିକୁ ଏପ୍ରିଲ୍ ୨୦୨୪ରେ M23 ବିଦ୍ରୋହୀ ଗୋଷ୍ଠୀ କବଜା କରିନେଇଥିଲା। ସ୍ଥାନୀୟ ଅଞ୍ଚଳରେ ଗତ କିଛି ଦିନ ହେବ ଫୋନ୍ ନେଟୱାର୍କ ସମ୍ପୂର୍ଣ୍ଣ ବନ୍ଦ ରହିଛି। ବିଦ୍ରୋହୀଙ୍କ ଭୟରେ ସରକାରୀ ଅଧିକାରୀ ଓ ସାମାଜିକ କର୍ମୀମାନେ ସେହି ସ୍ଥାନ ଛାଡି ପଳାଇଥିବାରୁ ସଠିକ ତଥ୍ୟ ମିଳିବା କଷ୍ଟକର ହୋଇପଡିଛି। କେବଳ ମୋଟରସାଇକେଲ୍ ଚାଳକଙ୍କ ଜରିଆରେ ଖୁବ୍ କମ୍ ଖବର ବାହାରକୁ ଆସୁଛି।

ରୁବାୟା ଖଣି ବିଶ୍ୱ ଅର୍ଥନୀତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଠାରୁ ବିଶ୍ୱର ମୋଟ କୋଲଟାନ ଉତ୍ପାଦନର ୧୫ରୁ ୩୦ ପ୍ରତିଶତ ମିଳିଥାଏ। ଏହି ଖଣିଜ ପଦାର୍ଥ ମୋବାଇଲ୍ ଫୋନ୍ ଏବଂ ଲାପଟପ୍ ଭଳି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ତିଆରିରେ ଏକ ମୁଖ୍ୟ ଉପାଦାନ। ବିଶେଷଜ୍ଞଙ୍କ ମତରେ, M23 ଗୋଷ୍ଠୀ ଏହି ଖଣିରୁ ଟିକସ ଆଦାୟ କରି ମାସକୁ ପ୍ରାୟ ୮ ଲକ୍ଷ ଡଲାର (ପ୍ରାୟ ୬.୬ କୋଟି ଟଙ୍କା) ଆୟ କରୁଛି। କଙ୍ଗୋ ସରକାର ଏହି ବେଆଇନ ଖନନ ଓ ଲୁଟ୍ ପାଇଁ ପଡୋଶୀ ଦେଶ ରୁୱାଣ୍ଡାକୁ ଦାୟୀ କରିଛନ୍ତି।

ଫିଲିପାଇନ୍ସରେ ଶକ୍ତିଶାଳୀ ଭୂକମ୍ପ: ୬୯ ମୃତ, ଉଦ୍ଧାର କାର୍ଯ୍ୟ ଜାରି
ମାନିଲା, ଫିଲିପାଇନ୍ସ: କେନ୍ଦ୍ରୀୟ ଫିଲିପାଇନ୍ସରେ ସୋମବାର ବିଳମ୍ବିତ ରାତିରେ ଅନୁଭୂତ ହୋଇଥିବା ଏକ ଶକ୍ତିଶାଳୀ ୬.୯ ତୀବ୍ରତାର ଭୂକମ୍ପ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହେବା ସହ ବର୍ତ୍ତମାନ ସୁଦ୍ଧା ୬୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟରେ ୧୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ବହୁ ଲୋକ ଭୁଶୁଡ଼ି ପଡ଼ିଥିବା କୋଠା ଏବଂ ମାଟି ଅତଡ଼ା ତଳେ ଚାପି ହୋଇ ରହିଥିବା ଆଶଙ୍କା ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅଧିକାରୀମାନେ ସତର୍କ କରାଇଛନ୍ତି।

ଯୁକ୍ତରାଷ୍ଟ୍ର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ (Epicentre) ଉପକୂଳବର୍ତ୍ତୀ ସହର ବୋଗୋର ଉତ୍ତର-ପୂର୍ବରେ ପ୍ରାୟ ୧୭ କିଲୋମିଟର ଦୂରରେ ଥିଲା। ବୋଗୋ ଏକ ଜନବହୁଳ ସହର, ଯେଉଁଠାରେ ପ୍ରାୟ ୯୦ ହଜାର ଲୋକ ବସବାସ କରନ୍ତି।

ବୋଗୋ ସହର: ଏହି ଭୂକମ୍ପରେ ବୋଗୋ ସହର ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି, ଯେଉଁଠାରେ ଅତି କମରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଭୂସ୍ଖଳନ: ପାହାଡ଼ ଧସିଯିବାରୁ ତଳେ ଥିବା ଅନେକ ଗ୍ରାମ ମାଟି ଅତଡ଼ାରେ ଚାପି ହୋଇଯାଇଛି। ବିଶେଷ କରି ଏକ ପାହାଡିଆ ଗାଁରେ ଏକ ଝୁମ୍ପୁଡ଼ି ଘର ସମ୍ପୂର୍ଣ୍ଣ ପୋତି ହୋଇଯାଇଛି, ତେଣୁ ସେଠାରେ ଅନେକ ଲୋକ ଫସି ରହିଥିବା ଅନୁମାନ କରାଯାଉଛି।

ସାନ୍ ରେମିଗିଓ: ଏହି ଟାଉନରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟିଛି ଏବଂ ସେଠାରେ ଛଅ ଜଣଙ୍କ ମୃତ୍ୟୁ ହୋଇଥିବା ସୁନିଶ୍ଚିତ କରାଯାଇଛି। ମୃତକଙ୍କ ମଧ୍ୟରେ ତିନି ଜଣ ତଟରକ୍ଷୀ ବାହିନୀ କର୍ମଚାରୀ, ଜଣେ ଅଗ୍ନିଶମ କର୍ମଚାରୀ ଏବଂ ଜଣେ ଶିଶୁ ଅଛନ୍ତି।

ଏହି ବିପର୍ଯ୍ୟୟ ପରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଏବଂ ରିଲିଫ୍ ଅପରେସନ ଚାଲିଛି। କିନ୍ତୁ ଭଙ୍ଗା ଅଟ୍ଟାଳିକା ଏବଂ ଭୂସ୍ଖଳନ ଯୋଗୁଁ ରାସ୍ତା ଅବରୋଧ ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି।

ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ତୀବ୍ର ଭୂମିକମ୍ପ ଯୋଗୁଁ କାନ୍ଥ, ଘର ଏବଂ ରାସ୍ତାମାନଙ୍କରେ ବଡ଼ ବଡ଼ ଫାଟ ସୃଷ୍ଟି ହୋଇଛି। ଅଧିକାରୀମାନେ ଆହତମାନଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ପଦକ୍ଷେପ ନେଉଛନ୍ତି ଏବଂ ଫସି ରହିଥିବା ଲୋକଙ୍କୁ ସୁରକ୍ଷିତ ଭାବେ ବାହାର କରିବା ପାଇଁ ସବୁ ପ୍ରକାର ପ୍ରୟାସ ଜାରି ରଖିଛନ୍ତି।

ନେପାଳରେ ଭୂସ୍ଖଳନ ଯୋଗୁଁ ନଦୀରେ ଭାସିଗଲା ୨ଟି ବସ୍, ୬୩ ଯାତ୍ରୀ ନିଖୋଜ
ନେପାଳ: ନେପାଳରେ ଭୟଙ୍କର ଭୂସ୍ଖଳନ ଯୋଗୁଁ ନଦୀରେ ଭାସିଗଲା ଯାତ୍ରୀବାହୀ ବସ୍‌ । ୨ଟି ବସ୍‌ରେ ଡ୍ରାଇଭରଙ୍କ ସମେତ ଥିଲେ ୬୩ ଯାତ୍ରୀ । ଉଭୟ ବସ୍ ଡ୍ରାଇଭରଙ୍କ ସମେତ ମୋଟ୍ ୬୩ ଜଣ ଯାତ୍ରୀ ନିଖୋଜ ଅଛନ୍ତି। ନାରାୟଣଗଡ଼-ମୁଗଲିନ ରୋଡ୍‌ ସେକ୍ସନରେ ଘଟିଛି ଏହି ଭୂସ୍ଖଳନ । ରାତି ପ୍ରାୟ ସାଢ଼େ ୩ଟାରେ ଏଭଳି ଅଘଟଣ ଘଟିଥିବା ସୂଚନା ମିଳିଛି । ନେପାଳର ରାଜଧାନୀ କାଠମାଣ୍ଡୁ ଯାଉଥିବାବେଳେ ଆଞ୍ଜେଲ ଏବଂ ଗଣପତି ଡିଲକ୍ସ ନାମକ ଦୁଇଟି ବସ ତ୍ରଶୂଳୀ ନଦୀରେ ଭାସି ଯାଇଛି । ଉଭୟ ବସରେ ଡ୍ରାଇଭରଙ୍କୁ ମିଶାଇ ୬୩ ଜଣ ଥିବା ସୂଚନା ମିଳିଛି । ଗୋଟିଏ ବସରେ ୨୪ ଏବଂ ଅନ୍ୟ ଏକ ବସରେ ୪୧ ଯାତ୍ରୀ ରହିଥିଲେ । ତେବେ ୨ ଜଣ ଯାତ୍ରୀ ବସରୁ ଡେଇଁବାରେ ସଫଳ ହୋଇଛନ୍ତି । ବାକି ବସରେ ଥିବା କୌଣସି ଯାତ୍ରୀଙ୍କ ପତ୍ତା ମିଳିନାହିଁ । ବର୍ଷା କାରଣରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି । ଘଟଣାରେ ଦୁଃଖ ପ୍ରକାଶ କରିବା ସହ ସର୍ଚ୍ଚ ଅପରେସନ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କଲ ଦହାଲ ।

ମିଜୋରାମ: ପଥର ଖଣିରେ ଭୟଙ୍କର ଭୂସ୍ଖଳନ, ୧୦ ମୃତ
ନୂଆଦିଲ୍ଲୀ: ମିଜୋରାମର ଆଇଜୋଲ୍‌ ଜିଲ୍ଲାରେ ଭୟଙ୍କର ଭୂସ୍ଖଳନ। ଲଗାତର ବର୍ଷା ଯୋଗୁ ଭୁଶୁଡିଗଲା ପଥର ଖଣି। ଏଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ନିଖୋଜ ଅଛନ୍ତି।

ସୂଚନା ଅନୁଯାୟୀ, ଲଗାତର ବର୍ଷା ଯୋଗୁ ଆଇଜୋଲ ସହରର ଦକ୍ଷିଣ ବାହ୍ୟ ଅଞ୍ଚଳରେ ଥିବା ମେଲଥମ ଓ ହିଲମେନ୍‌ ମଧ୍ୟରେ ଏହି ଅଘଟଣ ଘଟିଛି। ପଥର ଖଣିରେ ଭୂସ୍ଖଳନ ପରେ ମାଟି ତଳୁ ୧୦ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ସେହିପରି ଦୁଇ ଜଣଙ୍କ ଜୀବନ୍ତ ଉଦ୍ଧାର କରାଯାଇଛି। ସମସ୍ତ ମୃତକ ଶ୍ରମିକ ବୋଲି ସୂଚନା ମିଳିଛି। ଏବେ ବି ଅନେକ ଲୋକେ ମାଟି ତଳେ ଦବି ରହିଛନ୍ତି। ସେମାନଙ୍କୁ ବାହାରକୁ ଆଣିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ପୁଲିସ କହିଛି। ତେବେ ସମଗ୍ର ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଥିବା ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।

ହିମାଚଳପ୍ରଦେଶରେ ଭୂସ୍ଖଳନ, ଆଖି ସାମ୍ନାରେ ଭୁଶୁଡି ପଡିଲା ୪ ମହଲା କୋଠା
ଶିମଲା(ହିମାଚଳ ପ୍ରଦେଶ): ବର୍ଷାର ତାଣ୍ଡବରେ ଥରୁଛି ହିମାଚଳ ପ୍ରଦେଶ। ଏଠି ବର୍ଷା ଧୋଇ ନେଲାଣି ହଜାର ହଜାର ଘର। ବାଦଲଫଟା ବର୍ଷା ଯୋଗୁ ଗଲାଣି ୩୬୦ ଜୀବନ। ତଥାପି ବର୍ଷାର ପ୍ରକୋପ କମିନି। ପ୍ରକୃତିର ଏ ଭୟଙ୍କର ରୂପ ଦେଖି ଭୟଭୀତ ହୋଇପଡିଲେଣି ଲୋକେ।

ପାହାଡିଆ ଅଞ୍ଚଳରେ ହୋଇଥିବା ଭୂସ୍ଖଳନରେ ଭୁଶୁଡ଼ି ପଡ଼ିଥିବା କୋଠା ଏବଂ ଘରର ଆବର୍ଜନାରେ ଅନେକ ଲୋକ ଫସି ରହିଥିବା ସନ୍ଦେହ କରାଯାଉଛି। ସୋସିଆଲ ମିଡିଆରେ ଏହି ଭୂସ୍ଖଳନର ଏକ ବିପଜ୍ଜନକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ପର୍ବତର ଫାଟ ଯୋଗୁଁ ଉପତ୍ୟକାର କୋଠାଗୁଡିକ କିପରି ତାସ ଘର ଭଳି ଭୁଶୁଡି ପଡୁଛି ତାହା ଦେଖାଯାଉଛି। ଭୂସ୍ଖଳନ ଭିଡ଼ିଓରେ ଅନେକ ବହୁ ମହଲା କୋଠା ଭୁଶୁଡ଼ି ପଡ଼ିଥିବାର ଦେଖାଯାଉଛି। ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଏବେ ଭାଇରାଲ ହେବାରେ ଲାଗିଛି।

ଗୁରୁବାରଠାରୁ ଆସନ୍ତା ଦୁଇ ଦିନ ପାଇଁ ହିମାଚଳ ପ୍ରଦେଶରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ରେଡ ଆଲର୍ଟ ଜାରି କରିଛି। ରାଜ୍ୟର ଅନେକ ସ୍ଥାନରେ ଲଗାତାର ବର୍ଷା ହେଉଛି। ଜିଲାରେ ପ୍ରବଳ ବର୍ଷା ପରେ କ୍ଷତିଗ୍ରସ୍ତ କୁଲୁ-ମଣ୍ଡି ରାଜପଥରେ ଶହ ଶହ ଗାଡି ଅଟକି ରହିଛି। କୁଲୁର ବରିଷ୍ଠ ପୋଲିସ ଅଧିକାରୀ ସାକ୍ଷୀ ବର୍ମା କହିଛନ୍ତି କୁଲୁ ଏବଂ ମଣ୍ଡିକୁ ସଂଯୋଗ କରୁଥିବା ରାସ୍ତା ନଷ୍ଟ ହୋଇଯାଇଛି। ପାଣ୍ଡୋହ ଦେଇ ଏକ ବିକଳ୍ପ ମାର୍ଗ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ତେଣୁ ଟ୍ରାଫିକ ଚଳାଚଳ ବର୍ତ୍ତମାନ ସ୍ଥଗିତ ରହିଛି।

ଭୂସ୍ଖଳନରେ ଭୁଶୁଡିଲା ମନ୍ଦିର: ୫ ମୃତ, ଫସି ରହିଛନ୍ତି ୨୫ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ
ଶିମଲା: ହିମାଚଳ ପ୍ରଦେଶର ରାଜଧାନୀ ଶିମଲାରେ ବର୍ଷା ଓ ଭୂସ୍ଖଳନ ବିତ୍ପାତ । ପ୍ରବଳ ବର୍ଷାରେ ସାରା ରାଜ୍ୟରେ ଜଳ ପ୍ରଳୟ ସୃଷ୍ଟି ହୋଇଛି। ବର୍ଷା ହେତୁ ଅନେକ ସ୍ଥାନରେ ଭୂସ୍ଖଳନ ଘଟିଛି। ଏହି କାରଣରୁ ଅନେକ ରାସ୍ତା ବନ୍ଦ ହୋଇଯାଇଛି। ଶିମଲାର ସମରହିଲ ଅଞ୍ଚଳର ଏକ ଶିବ ମନ୍ଦିରରେ ଭୂସ୍ଖଳନ ଘଟିଛି। ଏଥିରେ ୨୫ରୁ ଅଧିକ ଶ୍ରଦ୍ଧାଳୁ ଫସି ରହିଥିବା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ୨ ଶିଶୁଙ୍କ ସମେତ ୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପ୍ରବଳ ବର୍ଷା ହେତୁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ଦେଖାଦେଇଛି। ପାହାଡରୁ ପଥର ଖସି ପଡୁଛି। ଅଳିଆ ଆବର୍ଜନା ସହିତ ଚାରିରୁ ପାଞ୍ଚଟି ଗଛ ମନ୍ଦିର ଉପରେ ପଡିଯାଇଥିଲା। ଉଦ୍ଧାର କାର୍ଯ୍ୟରେ NDRF ଦଳ ନିୟୋଜିତ ଅଛନ୍ତି।

ଏହା ପୂର୍ବରୁ ସୋଲାନରେ ବାଦଲଫଟା ବର୍ଷାରେ  ୭ ଜଣଙ୍କ ମୃତ୍ୟୁ ଘଟିଥିଲା ।

ମହାରାଷ୍ଟ୍ର ରାଇଗଡ଼ରେ ଭୂସ୍ଖଳନ, ୫ ମୃତ
ମୁମ୍ବାଇ: ମହାରାଷ୍ଟ୍ର ରାଇଗଡ଼ରେ ଭୂସ୍ଖଳନ । ରାଇଗଡ଼ ଜିଲ୍ଲା ଖାଲାପୁର ତହସିଲ ଆଦିବାସୀଙ୍କ ଗାଁ ଇରସାଲୱାଡ଼ିରେ ବିଳମ୍ବିତ ରାତିରେ ଧସିଲା ପାହାଡ଼ । ଗାଁର ୧୭ଟି ଘରେ ପାହାଡ଼ ଅତଡ଼ା ଖସିବା ଫଳରେ ପୁରା ଗାଁ ଛାରଖାର ହୋଇଯାଇଛି । ଘଟଣାରେ ୫ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଲେ ୫୦ ଲୋକ ଦବି ରହିଥିଲେ । ଘଟଣାସ୍ଥଳରେ ଏନଡିଆରଏଫର ୨ଟି ଟିମ୍ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ୨୫ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ୨୧ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସକାଳୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଯାଞ୍ଚ କରିଛନ୍ତି । ୨ ଦିନ ଧରି ଲଗାତର ବର୍ଷା ଫଳରେ ମହାରାଷ୍ଟ୍ରର ବିଭିନ୍ନ ନଦୀ ଜଳସ୍ତର ବଢ଼ିଛି । ମୁମ୍ବାଇ, ରାଇଗଡ଼ ଓ ପାଲଘରକୁ ଭୀଷଣ ବର୍ଷା ନେଇ ରେଡ୍ ଆଲର୍ଡ ଜାରି କରିଛି ଆଇଏମଡି । ପୂରା ମହାରାଷ୍ଟ୍ରରେ ୧୨ ଏନଡିଆରଏଫ୍ ଟ୍ରୁପ୍ ନିୟୋଜିତ ଅଛନ୍ତି । ଭୀଷଣ ବର୍ଷାକୁ ନଜରରେ ରଖି ମୁମ୍ବାଇରେ ସବୁ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିଛି ।

ପରିସ୍ଥିତିର ଗମ୍ଭୀରତାକୁ ଦେଖି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏଥି ସହିତ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ମଧ୍ୟ ମନ୍ତ୍ରାଳୟ ବିପର୍ଯ୍ୟୟ ନିୟନ୍ତ୍ରଣ ପ୍ରକୋଷ୍ଠରେ ପହଞ୍ଚି ରାୟଗଡ ଭୂସ୍ଖଳନର ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି।

କଲମ୍ବିଆରେ ଭୟଙ୍କର ଭୂସ୍ଖଳନ: ମାଟି ତଳେ ଚାପି ହୋଇ ୩୩ ମୃତ
ନୂଆଦିଲ୍ଲୀ: କଲମ୍ବିଆରେ ପୁଣି ଥରେ ଭୟଙ୍କର ଭୂସ୍ଖଳନ ଘଟିଛି। ଏହି ଭୂସ୍ଖଳନରେ ୩୩ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏଥି ମଧ୍ୟରୁ ୩ଜଣ ଶିଶୁ ଥିବା ଜଣାପଡ଼ିଛି । ୯ ଜଣଙ୍କୁ ଉଦ୍ଧାର କରାଯାଇଛି ଯେଉଁଥିରେ ୪ଜଣଙ୍କ ଅବସ୍ଥା ଗମ୍ଭୀର ରହିଛି ।

ସୂଚନା ଅନୁଯାୟୀ, ପ୍ରବଳ ବର୍ଷା ଯୋଗୁଁ କଲମ୍ବିଆର ରିସାରାଲ୍ଡ ଅଞ୍ଚଳରେ ଭୂସ୍ଖଳନ ହୋଇଛି। ରାଜଧାନୀ ବୋଗୋଟାରୁ ପ୍ରାୟ ୨୩୦ କିଲୋମିଟର ଦୂର ପୁଏଲବୋ ରିକୋ ଓ ସୋସିଲିଆ ଗାଁ ନିକଟସ୍ଥ ପାହାଡ଼ିଆ ଅଞ୍ଚଳରେ ଏହି ଭୂସ୍ଖଳନ ହୋଇଛି। ମାଟି ଅତଡା ତଳେ ଯାତ୍ରୀବାହୀ ବସ୍ ସମତେ ଅନେକ ଘର ଚାପି ହୋଇଯିବାରୁ ଏଭଳି ଦୁଃଖଦ ଘଟଣା ଘଟିଛି।

ଏହି ଘଟଣାକୁ ନେଇ କଲମ୍ବିଆ ରାଷ୍ଟ୍ରପତି ଓ ଗୃହମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। କାଣ୍ଡୋଟୋ ନଗର ପାଳିକା ଅଧିକାରୀଙ୍କ କହିବା ଆନୁଯାୟୀ, ବସରେ ପ୍ରାୟ ଯାତ୍ରୀ ବସଥିଲେ ଏହି ସମୟରେ ଭୂସ୍ଖଳନ ହୋଇଥିଲା । ଡ୍ରାଇଭର ଲୋକଙ୍କୁ ବଞ୍ଚାଇବାକୁ ଉଦ୍ୟମ କରି ବିଫଳ ହୋଇଥିଲେ । ସ୍ଥାନୀୟ ପୋଲିସ ଓ ଉଦ୍ଧାରକାରୀ ଘଟଣାସ୍ଥଳରେ ପହଞ୍ଚି ମାଟି ତଳେ ଦବି ରହିଥିବା ଲୋକଙ୍କୁ ଉଦ୍ଧାର କରୁଛନ୍ତି।

ଆସାମର ବଡ଼ ଧରଣର ଭୂସ୍ଖଳନ, ୩ମୃତ
ଆସାମ: ଆସାମର ଡିମାହାସା ଜିଲ୍ଲାରେ ବଡ଼ ଧରଣର ଭୂସ୍ଖଳନ ହୋଇଛି । ଜିଲ୍ଳାର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଯୋଗୁ ୩ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏବେ ବି ଅନେକ ଲୋକ ନିଖୋଜ ରହିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଭୂସ୍ଖଳନ ଯୋଗୁ ୧୨ଟି ଗାଁର ପ୍ରାୟ ୮୦ରୁ ଊର୍ଦ୍ଧ୍ଵ ଘର ମାଟିରେ ମିଶିଯାଇଛି । ତେବେ କୁହାଯାଉଛି କି ଏହି ଭୂସ୍ଖଳନ ଆସାମରେ ହୋଇଥିବା ବନ୍ୟା ଯୋଗୁ ହୋଇଛି । ବନ୍ୟାରେ ୬ଟି ଜିଲ୍ଲାର ୯୪ଟି ଗାଁ ଧୋଇଯାଇଛି । ଯାହାଫଳରେ ପ୍ରାୟ ୨୫ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । । ପ୍ରବଳ ବର୍ଷା ହେତୁ ଭୂସ୍ଖଳନ ହୋଇଥିବାରୁ ଲୋକଙ୍କୁ ଯାତ୍ରା ଠାରୁ ଦୂରେଇ ରହିବାକୁ ଡିମା ହାସାଓଙ୍କ ଡେପୁଟି କମିଶନର ନାଜରିନ୍ ଅହମ୍ମଦ ଏକ ପରାମର୍ଶ ଦେଇଛନ୍ତି।